ଚାଷୀ ଆନ୍ଦୋଳନରୁ ଓହରିଲେ ୨ଟି ଚାଷୀ ସଙ୍ଗଠନ । ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଓ ଭାରତୀୟ କିଷାନ ୟୁନିୟନର ଚାଷୀ ଆନ୍ଦୋଳନରୁ ସମର୍ଥନ ପ୍ରତ୍ୟାହାର

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଜାରି ରହିଥିବା ଆନ୍ଦୋଳନରେ ଆସିଛି ନୂଆ ମୋଡ । ବୁଧବାର କୃଷକ ନେତା ବିଏମ୍ ସିଂଙ୍କ ଏକ ବଡ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ କୃଷକ ମଜଦୁର ସଂଗଠନ ଚାଷୀ ଆନ୍ଦୋଳନରୁ ଓହରି ଯାଇଛି । ଏହା ସହ ଭାରତୀୟ କିଷାନ ୟୁନିୟନ ମଧ୍ୟ ଚାଷୀ ଆନ୍ଦୋଳନରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଛି ।

ବିଏମ ସିଂ କହିଛନ୍ତି ଯେ, ସେ ତାଙ୍କର ଆନ୍ଦୋଳନ ଏହିଠାରେ ଶେଷ କରୁଛନ୍ତି । ଆନ୍ଦୋଳନ ଏପରି ଭାବେ ହୁଏ ନାହିଁ ଏବଂ ସେମାନେ ଏଠାକୁ ମାଡ ଖାଇବାକୁ ଆସି ନାହାନ୍ତି ବୋଲି ସେ କହିଛନ୍ତି । ଏହାସହ ସେ ଚାଷୀ ନେତା ରାକେଶ ଟିକାୟତଙ୍କ ଉପରେ ଖପ୍ପା ଥିବା କହିଛନ୍ତି। ରାକେଶ ଉତ୍ତର ପ୍ରଦେଶର ଆଖୁ ଚାଷୀଙ୍କ ପାଇଁ ସରକାରଙ୍କ ସହ କୌଣସି କଥାବାର୍ତ୍ତା କରିନାହାନ୍ତି ବୋଲି ବିଏମ ସିଂ ବୁଧବାର ଗଣମାଧ୍ୟମକୁ କହିଛନ୍ତି । ଏଥିସହ ଧାନ ଚାଷୀଙ୍କ ପାଇଁ ମଧ୍ୟ ସରକାରଙ୍କ ସହ କୌଣସି କଥାବାର୍ତ୍ତା ହୋଇନଥିବା ସେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ଭାରତରୁ ଭ୍ୟାକସିନ୍ କିଣିବ ଶ୍ରୀଲଙ୍କା । କରୋନା ଟିକାର ୩ ମିଲିୟନ୍ ଡୋଜ୍ କିଣିବ ଶ୍ରୀଲଙ୍କା ।

କନକ ବ୍ୟୁରୋ : ଭାରତରୁ କରୋନା ଟିକାର ୨-୩ ମିଲିୟନ ଡୋଜ କିଣିବ ଶ୍ରୀଲଙ୍କା । ସେରମ ଇନଷ୍ଟିଚ୍ୟୁଟ ତିଆରି କରୁଥିବା କରୋନା ଟିକା କୋଭିସିଲ୍ଡକୁ ଆଗାମୀ ୨ଦିନ ମଧ୍ୟରେ ଶ୍ରୀଲଙ୍କା କିଣିବ ବୋଲି ଜଣାପଡ଼ିଛି । ଆସନ୍ତାକାଲି ଭାରତର କୋଭିସିଲ୍ଡ ଟିକା ଶ୍ରୀଲଙ୍କାରେ ପହଞ୍ଚିବ ଏବଂ କଲମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏହାକୁ ଗ୍ରହଣ କରିବେ । ମୋଟ ୨୫୦,୦୦୦ ଲୋକ, ମୁଖ୍ୟତଃ ସ୍ୱାସ୍ଥ୍ୟକର୍ମୀ, ପୁଲିସ କର୍ମୀ ଏବଂ ଗୁରୁତର ରୋଗରେ ପୀଡ଼ିତ ଥିବା ବୃଦ୍ଧଙ୍କୁ ଏହି ଟିକା ଦିଆଯିବ ।

ଭ‌ାରତ ସମେତ ଚୀନରୁ ୩,୦୦,୦୦୦ ମାଗଣା ଟିକା ଆସିବା ସହ ଟିକା ପାଇଁ ଶ୍ରୀଲଙ୍କା ସରକାର ଋଷକୁ ମଧ୍ୟ ଅନୁରୋଧ କରିବେ ବୋଲି ଜଣାପଡ଼ିଛି । ତେବେ ଜାନୁଆରି ୨୬ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ପାଖାପାଖି ୬୦,୦୦୦ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୨୮୮ଜଣଙ୍କର ମୃତ୍ୟୁ ଘଟିଛି ।

ଭାରତ ଶ୍ରୀଲଙ୍କା ସମେତ ଭୁଟାନ, ମାଲଦ୍ୱୀପ, ନେପାଳ, ବାଂଲାଦେଶ, ମିଆଁମାର, ମରିସସ୍କୁ କରୋନା ଟିକା ପଠାଇ ସାରିଥିବା ଜଣାପଡ଼ିଛି । ଭାରତରେ ଦୁଇଟି କରୋନା ଟିକା କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଏବେ ବିଶ୍ୱରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

from Kanak News
via <a href="https://ifttt.com/?

ମୁଣ୍ଡରେ ହାତ ଦେଇଛନ୍ତି ମକାଚାଷୀ ! ଅମଳ ପରେ ବିକ୍ରିକୁ ନେଇ ଚିନ୍ତାରେ ମକା ଚାଷୀ । ମଣ୍ଡିରେ ଧାର୍ଯ୍ୟ ହୋଇପାରୁନି ମକା ଦର, ଗାଁ ଗାଁ ବୁଲି କମ୍ ଦରରେ ମକା କିଣି ନେଉଛନ୍ତି ଦଲାଲ

କନକ ବ୍ୟୁରୋ: ମକା ଚାଷରେ ସାରା ଏସିଆରେ ଦିନେ ପ୍ରସିଦ୍ଧ ଲାଭ କରିଥିବା ନବରଙ୍ଗପୁର ଜିଲ୍ଲାର ମକା ଚାଷୀ ଏବେ ସଙ୍କଟରେ । କାରଣ ଜିଲ୍ଲାରେ ମକା ମଣ୍ଡି ଖୋଲି ନଥିବାରୁ ଉତ୍ପାଦିତ ମକାକୁ ଉଚିତ୍ ଦର ରେ ବିକ୍ରି କରି ପାରୁନାହାଁନ୍ତି ଚାଷୀ । ମୁନାଫା ଖୋର୍ ବ୍ୟବସାୟୀଙ୍କୁ କମ୍ ଦରରେ ମକା କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ମକା ଚାଷକୁ ନେଇ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ଅଂଚଳ ବେଶ ପରିଚିତ । ରାଜ୍ୟ ଓ ରାଜ୍ୟ ବାହାରେ ନବରଙ୍ଗପୁର ମକାର ଖୁବ୍ ଭଲ ଚାହିଦା ରହିଛି । ଏଥିପାଇଁ ଏଠାକାର ଚାଷୀ ଅର୍ଥକାରୀ ଫସଲ ମକା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । କିନ୍ତୁ ଚଳିତ ବର୍ଷ ସ୍ଥିତି ଅଲଗା । ଚାଷୀଙ୍କ କହିବା ଅନୁସାରେ ଏଯାଏଁ ମକାର ଧର ଧାର୍ଯ୍ୟ ହୋଇନଥିବାରୁ ସେମାନେ ମଣ୍ଡିରେ ମକା ବିକ୍ରି କରି ପାରୁନାହାନ୍ତି । ଆଉ ଏହାର ଫାଇଦା ଉଠାଇ ଗାଁ ଗାଁ ବୁଲି ୧୧ଶହରୁ ୧୨ଶହ ଟଙ୍କାରେ ମକା କିଣି ନେଉଛନ୍ତି ଦଲଲା । ଆଉ କ୍ୱିଂଟାଲ ପ୍ରତି ପ୍ରାୟ ୭-୮ ଶହ ଟଙ୍କା କ୍ଷତି ସହୁଛନ୍ତି ମକା ଚାଷୀ ।
ସରକାର ଇ-ମାର୍କେଟ ବା ଇ-ନାମ ବ୍ୟବସ୍ଥାରେ ମଣ୍ଡି ଖୋଲିଥିବା ଆରଏମସି ଅଧିକାରୀ କହିଛନ୍ତି । ପ୍ରଶାସନ ପକ୍ଷରୁ ଚାଷୀଙ୍କ ଠାର ମକା ଆଣି ଗୋଦାମରେ ରଖିବା ପରେ ବିଡିଂ କରାଯାଉଛି । ସର୍ବାଧିକ ବିଡିଂ ଦରକୁ ଚାଷୀଙ୍କ ଜଣାଯାଉଛି । ଯେଉଁ ଚାଷୀ ମାନେ ରାଜି ହେଉଛନ୍ତି, ସେମାନଙ୍କ ଆକାଉଂଟକୁ ଟଙ୍କା ପଠାଯାଉଥିବା ଆରଏମସି ଅଧିକାରୀ କହିଛନ୍ତି । କିନ୍ତୁ ଚାଷୀ ଏ ବାବଦରେ କିଛି ଜାଣିନଥିବା ଅଭିଯୋଗ କରିଛନ୍ତି । ତେବେ ମକାର ଦର ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ । ନବରଙ୍ଗପୁର ମକାର ଚାହିଦା ସାରା ଦେଶରେ ରହିଥିବା ବେଳେ ଏଠାକାର ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।

from Kanak News
via <a href="https://ifttt.com/?

ବଞ୍ଚିଥିବା ଅବସ୍ଥାରେ ପୁଅର ଶୁଦ୍ଧିକ୍ରିୟା କଲା ବାପା । ଗାଁ ଲୋକଙ୍କ ବାସନ୍ଧ ପରେ ପୁଅର ମୃତ୍ୟୁ ପାଇଁ ଭୋଜିଦେଲା ବାପା

କନକ ବ୍ୟୁରୋ: ବଂଚି ଥାଉ ଥାଉ ପୁଅର ଶୁୁଦ୍ଧିକ୍ରିୟା କଲେ ପରିବାର । ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ ଗାୟାଗଣ୍ଡା ବାଘୁଆ ଗାଁର ହରିଜନ ବସ୍ତିରେ ଘଟିଛି ଏଭଳି ଘଟଣା । ରୋଗ ଯନ୍ତ୍ରଣା ଓ ମାନସିକ ଚାପର ଶିକାର ହୋଇ ୨୧ ଦିନ ଏକ ଘରକିଆ ରହିବା କେତେ ଯେ କଷ୍ଟ ଯିଏ ଅଙ୍ଗେ ନିଭାଇଛି ସେ ହିଁ ଜାଣିଛି । ଆଉ ସେଇ ବାସନ୍ଦ ବୋଝକୁ ହାଲୁକା କରିବା ପାଇଁ ଛାତିରେ ପଥର ରଖି ଜୀବନ୍ତ ପୁଅ କାହ୍ନାର ଶୁଦ୍ଧିକ୍ରିୟା କରିଛନ୍ତି ରାମଚନ୍ଦ୍ର ନାୟକଙ୍କ ପରିବାର ।

ଜୀବନ୍ତ ପୁଅକୁ ଶୁଦ୍ଧି ହେଲା ପରିବାର
ଭୋଜି ଖାଇଲେ ଗ୍ରାମବାସୀ

ରାମଚନ୍ଦ୍ରଙ୍କ ବଡପୁଅ କାହ୍ନା ମୁହଁରେ କେଶ ଉଠିବା ସହ ଦେହ ସାରା ବଥ ଉଠିଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ କାହ୍ନାର ଅପରେସନ୍ କରାଯାଇଥିଲା । ଏହି ଚିକିତ୍ସା ପରେ ବିଗିଡିଗଲା କାହ୍ନାର ସ୍ୱାସ୍ଥ୍ୟବସ୍ଥା । ଦେହ ସାରା ଘା’ ହେବା ପରେ ସାହି ଲୋକ କାହ୍ନାଙ୍କ ପରିବାରକୁ ଏକ ଘରକିଆ କରିବା ସହ ନିଆଁପାଣି ବାସନ୍ଦ କରିଥିଲେ । ଆଉ ୨୧ ଦିନ ଧରି ବାସନ୍ଦ ହୋଇ ରହିବା ପରେ ଜୀବନ୍ତ ପୁଅକୁ ଶୁଦ୍ଧି ହୋଇ ଗାଁ ଲୋକଙ୍କୁ ଭୋଜି ଦେଇଛନ୍ତି ରାମଚନ୍ଦ୍ର ନାୟକ ।

ଆଧୁନିକ ସମାଜର ଦ୍ୱାହି ଦେଉଥିବା ମଣିଷ ଆଜି ବି ଅନ୍ଧ ବିଶ୍ୱାର ଅନ୍ଧାର ଗଳିରେ ବୁଲୁଛି । ମଣିଷ ଦେହରେ ଘା’ ହୋଇ ସେଥିରୁ ପୋକ ବାହାରିଲେ ସେଥିପାଇଁ ତାକୁ ଜୀବନ୍ତ ଶୁଦ୍ଧି ହେଉଛି । ଗଂଜାମ ଜିଲ୍ଲାରେ ଏଭଳି ଘଟଣା ବାରମ୍ବାର ଘଟୁଛି । ଏବେ କାହ୍ନା ସହ ଘଟିଥିବା ଏହି ଘଟଣା ପୂର୍ବରୁ ଭଂଜନଗର ବୁଦୁଳି ଗାଁର ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଥିଲା ।

from Kanak News
via <a href="https://ifttt.com/?

ପୁଣି ବିବାଦ ଘେରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ।  ୩ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରକୁ ସମନ୍

କନକ ବ୍ୟୁରୋ: ପୁଣି ବିବାଦ ଘେରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ।  ବିଭାଗୀୟ ଅଧିକାରୀଙ୍କୁ ଅଡୁଆରେ ପକାଇଛି ଜିଏସଟି ଠକେଇ । ୩ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରକୁ ସମନ୍ କରି ହିସାବ ମାଗିଛି ଜିଏସଟି ଏନଫୋର୍ସମେଂଟ୍ ବିଭାଗ । ଫଲ୍ସ ଭାଉଚର୍ ଦେଇ ପ୍ରାୟ ୪ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଉପରେ ଜିଏସଟି ହେରଫେର ହୋଇଥିବା ଅଭିଯୋଗ ହୋଇଛି ।

ଏନେଇ ନୋଟିସ୍ ଆସିବା ପରେ ଅଡୁଆରେ ପଡିଛନ୍ତି ବାରିପଦା ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥାର ଅଧିକାରୀ । ୨୦୧୭ ଜୁଲାଇ ୧ ରୁ ୨୦୨୦ ଅଗଷ୍ଟ ୫ ଭିତରେ ଆଇଟିଡିଏ ଜରିଆରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାମର ସବିଶେଷ ତଥ୍ୟ ମାଗିଛନ୍ତି ବାରିପଦା ସିଟି ଏବଂ ଜିଏସଟି ଏନଫୋର୍ସମେଂଟ୍ ବିଭାଗ । ଏହି ୩ ବର୍ଷରେ ଧାର୍ଯ୍ୟ ମୂଲ୍ୟର କାର୍ଯ୍ୟ ଗୁଡିକୁ ନେଇ ଦାଖଲ ହୋଇଥିବା ଜିଏସଟି ଏବଂ କଟାଯାଇଥିବା ଟିଡିଏସ୍ ତଥ୍ୟ ଦାଖଲ ପାଇଁ ନିର୍ଦେଶ ଆସିବା ପରେ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରଙ୍କ ଅକଲ ଗୁଡମ୍ ହୋଇଛି ।

ମିଛ ଭାଉଚ୍ର ଛାପି ଆଦିବାସୀଙ୍କ କଲ୍ୟାଣ ପାଇଁ ଆସିଥିବା ଅର୍ଥରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ଆସିବା ପରେ ଆଇଟିଡିଏର ୭ ଜଣ ଯନ୍ତ୍ରୀଙ୍କ ସମେତ ଠିକାଦାର ଏବଂ ବିଭିନ୍ନ କାର୍ଯ୍ୟରେ ସାମଗ୍ରୀ ଯୋଗାଇଥିବା କିଛି ସଂସ୍ଥାକୁ ସମନ ଜାରି କରାଯାଇଛି । ଜିଏସଟି ବିଭାଗର ଅଧିକାରୀମାନେ ଆଇଟିଡିଏ କାର୍ଯ୍ୟଳୟରେ ଛାନଭିନ୍ ଜାରି ରଖିଥିବା ସିଟି ଜିଏସଟି ଅଧିକାରୀ କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନିନ୍ଦା କରିବା ସହ ଏଥିପାଇଁ ବିଭାଗିୟ ଅଧିକାରୀ, ସପ୍ଲାୟର ଓ ଠିକାଦାର, ସମାନ ଭାବରେ ଦାୟୀ ବୋଲି କହିଛନ୍ତି ଚାର୍ଟାଡ୍ ଆକାଉଁଟାଂଟ ଅଭିଜିତ୍ ରାମ୍ ।

from Kanak News
via <a href="https://ifttt.com/?

ଫେବୃଆରୀ  ୧୮ରେ ଆଇପିଏଲ୍ ଖେଳାଳି ନିଲାମ । ଚେନ୍ନାଇରେ ଖେଳାଳି କିଣିବେ ଫ୍ରାଞ୍ଚାଇଜ୍  । ବିସିସିଆଇ କଲା ଘୋଷଣା 

କନକ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଟୁର୍ଣ୍ଣାମେଣ୍ଟର ଖେଳାଳି  ନିଲାମ ପ୍ରକ୍ରିୟା ଆସନ୍ତା ଫେବୃଆରୀ ୧୮ ତାରିଖରେ ହେବ । ଏନେଇ ବିସିସିଆଇ ପକ୍ଷରୁ ତାରିଖ ଘୋଷଣା ହୋଇଛି । ଏଥର ଚେନ୍ନାଇରେ ଖେଳାଳିମାନଙ୍କର ମିନି ନିଲାମ ପ୍ରକ୍ରିୟା ହେବ ବୋଲି କୁହାଯାଇଛି ।

ଆଇପିଏଲ୍ ନିଲାମ ପ୍ରକ୍ରିୟା ପୂର୍ବରୁ ଖେଳାଳିମାନଙ୍କର ରିଲିଜ୍ ପ୍ରକ୍ରିୟା ଶେଷ ହୋଇଛି । ଜାନୁଆରୀ ୨୦ ତାରିଖ ଏହାର ଶେଷ ଦିନ ଥିଲା । ତେବେ ଫେବୃଆରୀ  ୪ ତାରିଖ ପର୍ଯ୍ୟନ୍ତ ଖେଳାଳିମାନଙ୍କର  ଟ୍ରେଡିଂ ଅଥବା ଦଳ ଅଦଳ ବଦଳ ଜାରି ରହିବ ।

ଏଥର ସମସ୍ତ ଫ୍ରାଞ୍ଚାଇଜ୍  ୧୩୯ ଜଣ ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି  ଆଉ ୫୭ ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଛନ୍ତି । ଏହି ଖେଳାଳିଙ୍କ ସହିତ ଆଉ କିଛି ନୂଆ ଖେଳାଳିଙ୍କୁ ମିଶାଇ ଏଥର ନିଲାମ ପ୍ରକ୍ରିୟା ବସିବ । ଖେଳାଳି ମାନଙ୍କର ରିଲିଜ୍ ପ୍ରକ୍ରିୟାରେ ଏଥର ରାଜସ୍ଥାନ ରୟାଲ୍ସ ଷ୍ଟିଭ୍ ସ୍ମିଥ୍ , ପଞ୍ଜାବ ଦଳ ଗ୍ଲେନ୍ ମ୍ୟାକ୍ସୱେଲ ଓ ଚେନ୍ନାଇ ଦଳ ହରଭଜନ ସିଂହଙ୍କ ଭଳି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡି ଦେଇଛି ।

from Kanak News
via <a href="https://ifttt.com/?

କୋଇଡା ବିଡ଼ିଓଙ୍କ କାର୍ଯ୍ୟକଳାପକୁ ସିପିଆଇଏମର ବିରୋଧ । ବ୍ଲକ ପରିସର ଭିତରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଧସ୍ତାଧସ୍ତି । 

କନକ ବ୍ୟୁରୋ : କୋଇଡା ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବିରୋଧରେ ପିସି ନେବା, ରାଜନୈତିକ ପକ୍ଷପାତିତା ,ଜାତିଆଣ ଭେଦଭାବ ଓ ଲୋକପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଭଳି ଅଭିଯୋଗ ଆଣି ତାଙ୍କୁ ତୁରନ୍ତ ହଟାଇବାକୁ ଦଳ ଦାବି କରିଛି। ବିକ୍ଷୋଭ ପ୍ରଦର୍ଶନରେ ସିପିଆଇଏମ୍ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, କୋଇଡା ବ୍ଲକ ଅଧ୍ୟକ୍ଷା ରୀନା ରାଣୀ କୁମୁଡିଆଲ,  ରାଜ୍ୟ କମିଟି ସଭ୍ୟ ପ୍ରଭାତ ପଣ୍ଡା, ସରପଞ୍ଚ ସୁସିଲା ମୁଣ୍ଡା, ସରପଞ୍ଚ ଭୀମସେନ ଦେହୁରୀ, ସରପଞ୍ଚ ଅନିଲ ବାର୍ଲା , ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନ୍ତ ପ୍ରମୁଖଙ୍କ ସହ ଦୁଇ ହଜାରରୁ ଉର୍ଦ୍ଧ୍ଵ କର୍ମୀ ଏକ ରାଲି ଯୋଗେ କୋଇଡା ବ୍ଲକ ପରିସର ମଧ୍ୟରେ ପହଞ୍ଚି ଥିଲେ । ପରେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିବାକୁ ଯାଇ ପୋଲିସ୍ ସହ ଧସ୍ତାଧସ୍ତି ମଧ୍ୟ ଘଟିଥିଲା ।

ବ୍ଲକ ପରିସର ମଧ୍ୟରେ ସଭା ଅନୁଷ୍ଠିତ କରି ବିଡିଓଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିଡିଓଙ୍କ ବଦଳି କରିବା ନେଇ  ନେତୃବୃନ୍ଦ ଦାବି କରିଛନ୍ତି।

 

from Kanak News
via <a href="https://ifttt.com/?

ଭର୍ତ୍ତୃହରିଙ୍କ ବୟାନକୁ ନେଇ ବର୍ଷିଲେ ଦେବାଶିଷ । କହିଲେ, ବସ ଟର୍ମିନାଲ କଟକବାସୀଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବ, ଏମିତି କହିବା ଆଦୌ ଠିକ୍ ନୁହେଁ ।

କନକ ବ୍ୟୁରୋ : କଟକ ବସ ଟର୍ମିନାଲକୁ ନେଇ କଟକ ସାଂସଦ ଭର୍ତୃହରି ମହତାବ ଦେଇଥିବା ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଗତକାଲି ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସାଂସଦ । ଏହା ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି, ଭର୍ତୃହରି ଏମିିତି କହିବା ଠିକ ହୋଇନାହିଁ । ବିଜେଡି ପାଇଁ ସେ ସାଂସଦ ହୋଇଛନ୍ତି , ଏ କଥା ସେ ଭୁଲିଯିବା ଅନୁଚିତ । ଶିଳାନ୍ୟାସ ଦିନ ସ୍ଥାନୀୟ ସାଂସଦ ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଭଳି କହି ସାଂସଦ ଶୃଙ୍ଖଳା ଭଙ୍ଗ କରୁଛନ୍ତି । ଏହି ବସ ଟର୍ମିନାଲ କଟକବାସୀଙ୍କ ପାଇଁ ଅନେକ ସୁବିଧା ସୁଯୋଗ ସୃଷ୍ଟି କରିବ ।

ଏହାପୂର୍ବରୁ ଗତକାଲି ପ୍ରସ୍ତାବିତ ବସ୍ ଟର୍ମିନାଲ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ କଟକ ସାଂସଦ । ଭର୍ତ୍ତୃହରି କହିଥିଲେ, ଆଲୋଚନା ବିନା ବସ୍ ଟର୍ମିନାଲ ନିର୍ମାଣ କରାଯାଉଛି । କିନ୍ତୁ ଏ ବାବଦରେ ମୁଁ ଅବଗତ ନାହିଁ । ବସ ଟର୍ମିନାଲ ନିର୍ମାଣ କରିବା ପୂର୍ବରୁ ଆଲୋଚନା କରିବାର ଆବଶ୍ୟକତା ଥିଲା । ଗୁଗୁଲ ମ୍ୟାପରୁ ଜମି ଚିହ୍ନଟ କରାଯାଇଛି କିନ୍ତୁ ଏଥିରେ ଅନେକ ସମସ୍ୟା ରହିଛି । କାରଣ ପ୍ରସ୍ତାବିତ ଅଞ୍ଚଳରେ ଅନେକ ସରକାରୀ ଓ ବେସରକାରୀ ଜମି ରହିଛି ବୋଲି କହି ଅସନ୍ତୋଷ ବ୍ୟକ୍ତ କରିଥିଲେ ଭର୍ତ୍ତୃହରି । ଆଉ ଆଜି ଭର୍ତ୍ତୃହରିଙ୍କ ବୟାନର ଜବାବ ରଖିଛନ୍ତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ।

from Kanak News
via <a href="https://ifttt.com/?

ପୁଣିଥରେ ସୌରଭ ଗାଙ୍ଗୁଲି ଅସୁସ୍ଥ । ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ହେଲେ ଭର୍ତ୍ତି, ଆଶୁ ଆରୋଗ୍ୟ କାମନା କଲେ ଦେଶବାସୀ । 

କନକ ବ୍ୟୁରୋ : ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ । ପୁଣିଥରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠି ତାଙ୍କର ଚିକିତ୍ସା ଚାଲିଛି । ଏହାପୂର୍ବରୁ ମଧ୍ୟ ଛାତିରେଳ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାଙ୍ଗୁଲି । ଯେଉଁଥିପାଇଁ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ।

ଗତ ୨ ଜାନୁଆରୀରେ ଛାତିରେ ଯନ୍ତ୍ରଣା କାରଣରୁ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ୫ ଦିନ ଚିକିତ୍ସିତ ହେବା ପରେ ଜାନୁଆରୀ ୭ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ପୂର୍ବରୁ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି । ଆଉ ଏବେ ପୁଣିଥରେ ଅସୁସ୍ଥ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦେଶବାସୀ ।

from Kanak News
via <a href="https://ifttt.com/?

ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ଓ ଆମ ଓଡିଶା ମିଳିତ ଉଦ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ

କନକ ବ୍ୟୁରୋ: ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ କଂଗ୍ରେସ ଓ ଆମ ଓଡିଶା ମିଳିତ ଉଦ୍ୟମରେ ଶ୍ରମିକ କଂଗ୍ରେସ ଅଫିସ ,ମଂଚେଶ୍ୱରରେ ପ୍ରଥମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଇଷ୍ଟକୋଷ୍ଟ ଶ୍ରମିକ ସଂଗଠନର ଶାଖା ସଂପାଦକ କ୍ଷୀରୋଦ କୁମାର ସେନାପତି କହିଛନ୍ତି, ସମାଜ ପାଇଁ ରକ୍ତର ଆବଶ୍ୟକତା ରହିଛି । ଏହି ବର୍ଷଠାରୁ ଆମ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ପ୍ରତିବର୍ଷ ଜାରି ରହିବ ।

ମଂଚେଶ୍ୱର ରେଲୱେ ପକ୍ଷରୁ ୱାର୍କସପର ଚିଫ ୱାକର୍ସ ମ୍ୟାନେଜର ସୁବାଷ ଚନ୍ଦ୍ର କର ପ୍ରଥମ ରକ୍ତଦାନ କରି ଅନ୍ୟମାନଙ୍କ ଉତ୍ସାହିତ କରିଥିଲେ ଏବଂ ସେ ନିଜ ସହଯୋଗୀଙ୍କୁ ମଧ୍ୟ ରକ୍ତଦାନ କରିବାକୁ ଉତ୍ସାହିତ କରିଥିଲେ । ସହ ସଂପାଦକ ମନୋରଂଜନ ରଣାଙ୍କ ଉଦ୍ୟମରେ ଏଭଳି ଏକ ମହତ ଶିବରର ଆୟୋଜନ କରାଯାଇଥିଲା । ଶିବିରରେ ୮୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହାସହ ରକ୍ତଦାତାମାନଙ୍କୁ  ଓଡିଶା ବ୍ଲଡ ବ୍ୟାଙ୍କ ଓ ଶ୍ରମିକ କଂଗ୍ରେସ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started