ଆମର ହକ୍ ଅଛି, ଅଧିକାର ଅଛି, ରେଳ ବଜେଟରେ ଓଡ଼ିଶାକୁ ଦିଅ ୭୨୦୦ କୋଟି । କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉଠାଇଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ଚଳିତ ରେଳ ବଜେଟରେ ଓଡ଼ିଶାକୁ ଦିଅ ୭୨୦୦ କୋଟି । ରେଳ ବଜେଟ ପାଇଁ ଓଡିଶା ଦାବି ଉପସ୍ଥାପନା କରିଛି । ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ଦାବି ଉପସ୍ଥାପନା କରିଛନ୍ତି । ୭ ହଜାର ୨ ଶହ କୋଟି ଦେବାକୁ ଦାବି କଲା ଓଡିଶା । ପୁରୁଣା ପ୍ରକଳ୍ପ ପାଇଁ ୩ ହଜାର ୫ ଶହ କୋଟି ଓ ନୂଆ ପ୍ରକଳ୍ପ ପାଇଁ ୩ ହଜାର ୭ ଶହ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି ରାଜ୍ୟ ସରକାର । ବିଜେଡି ସାସଂଦ ଅମର ପଟ୍ଟନାୟକ କହିଛନ୍ତି, କୋଭିଡ ସମୟରେ ଓଡିଶାରୁ ଭଲ ହୋଇଛି ଜିଏସଟି ଆଦାୟ । ତେଣୁ ରେଳ ବଜେଟରେ ଓଡିଶାକୁ ଅଧିକ ପ୍ରାଧାନ୍ୟ ଦେବାକୁ କହିଛନ୍ତି ଅମର ପଟ୍ଟନାୟକ ।

ପରିସ୍ଥିତି ଯାହା ବି ଥାଉ, ଆମର ହକ୍ ଅଛି, ଅଧିକାର ଅଛି । ରେଳ ବଜେଟ ସଂକ୍ରାନ୍ତରେ ଆମର ଦାବି ପୂରଣ ହେବା ଦରକାର । କୋଭିଡ କଟକଣା ସମୟରେ ମଧ୍ୟ ଓଡ଼ିଶାରୁ ଭଲ ଜିଏସିଟି ଆଦାୟ ହୋଇଛି, ତେଣୁ ରେଳ ବଜେଟରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି ଅମର । ଅନେକ ସମୟରେ ରେଳବାଇ କହେ ଜମି ସମସ୍ୟା ଯୋଗୁଁ କାମ ଆଗେଇ ପାରୁନାହିଁ । ଏହା ଷ୍ଟେରିଓ ଟାଇପ କଥା ହୋଇ ଗଲାଣି । ରେଳବାଇର ଅନେକ ପ୍ରକଳ୍ପ ଅଛି, ଯେଉଁଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରିବା ସହ ଜମି ମଧ୍ୟ ଉପଲବ୍ଧ କରିଛନ୍ତି । ଆଉ କିଛି ପ୍ରକଳ୍ପ ପାଇଁ ୫୦ ପ୍ରତିଶତ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛନ୍ତି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ କୌଣସି କାମ ଆରମ୍ଭ ହୋଇନାହିଁ । ସଂସଦରେ ଏନେଇ ଦୃଢ ଦାବି ଉପସ୍ଥାପନ କରିବୁ ।

ଆସନ୍ତା ୨୯ରୁ କେନ୍ଦ୍ରୀୟ ବଜେଟ ଅଧବେଶନ ଆରମ୍ଭ ହେଉଛି । ସେହିଭଳି ଫେବ୍ରୁଆରୀ ପହିଲାରେ ସାଧାରଣରେ ବଜେଟ ପାରିତ ହେବ । ଜାନୁଆରୀ ୨୯ରୁ ଫେବୁଆରୀ ୮ ତାରିଖ ଯାଏଁ ବଜେଟ ଅଧିବେଶନ ଚାଲିବାର ଯୋଜନା ରହିଛି ।

from Kanak News
via <a href="https://ifttt.com/?

କିଏ ଏହି ଦୀପ ସିଦ୍ଧୁ? ଦିଲ୍ଲୀ ହିଂସାରେ ରହିଛି କି ଭୂମିକା? ମୋଦିଙ୍କ ସହ ଏକ ଫଟୋରେ ନଜର ଆସିଥିଲେ ଦୀପ୍

ଲାଲକିଲ୍ଲାରେ ପତାକା ଉଡାଇବା ହେଉ କିମ୍ବା ଦିଲ୍ଲୀରେ ପୁଲିସ କର୍ମୀଙ୍କୁ ଆକ୍ରମଣ ଏହାରି ପଛରେ ପଞ୍ଜାବର ଏମିତି ଜଣେ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିଛି ଯାହାଙ୍କର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି | ଏହି ବ୍ୟକ୍ତିଙ୍କ ନାମ ହେଉଛି ଦୀପ ସିଦ୍ଧୁ | ତେବେ ଦୀପ ସିଦ୍ଧୁ କିଏ ଓ ଦିଲ୍ଲୀ ହିଂସା ଘଟଣାରେ କିଭଳି ସେ ସାମିଲ ହେଲେ ସେ ବାବଦରେ ଜାଣନ୍ତୁ | ଦୀପ ସିଦ୍ଧୁ ୧୯୮୪ ରେ ପଞ୍ଜାବର ମୂକ୍ତରସ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଦୀପ ସିଦ୍ଧୁ ଆଇନ ପଢା ସାରିବା ପରେ କିଛିଦିନ ଓକିଲାତି ମଧ୍ୟ କରିଥିଲେ | ତେବେ କିଙ୍ଗଫିସର ମଡେଲ ହଣ୍ଟ ଆଖ୍ୟା ଅର୍ଜନ କରିବା ପରେ ପଞ୍ଜାବୀ ସିନେମା ଦୁନିଆରେ ପାଦ ଥାପିଥିଲେ |

୨୦୧୫ ରେ, ଦୀପ ସିଦ୍ଧୁଙ୍କର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ‘ରାମତା ଯୋଗୀ’ ରିଲିଜ ହୋଇଥିଲା | କିନ୍ତୁ ଏହା ସେତେଟା ହିଟ ହୋଇନଥିଲା | ୨୦୧୮ ରେ ଦୀପ ଙ୍କ ସିନେମା ‘ଜୋରା ଦାସ ନମ୍ବରିଆ’ ମୁକ୍ତିଲାଭ କରିଥିଲା ଓ ଦୀପ ଲୋକପ୍ରିୟତା ହାସଲ କରିଥିଲେ | ଏଥିରେ ଦୀପ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରିଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ଦୀପ ​​ଭାରତୀୟ ଜନତା ପାର୍ଟି ସାଂସଦ ସନ୍ନି ଦେଓଲଙ୍କ ପ୍ରଚାର ଦଳର ସଦସ୍ୟ ଥିଲେ।

ତେବେ ସେପ୍ଟେମ୍ବର ୨୫ ରେ ବହୁ ସଂଖ୍ୟକ କୃଷକ ଶମ୍ଭୁ ସୀମାରେ ବିରୋଧ ଆରମ୍ଭ କରିଥିଲେ, ଯେଉଁଥିରେ ବହୁ କଳାକାର ମଧ୍ୟ ଯୋଗ ଦେଇଥିଲେ । ଦୀପ ସିଦ୍ଧୁ ମଧ୍ୟ କୃଷକଙ୍କ ସହ ଏହି ବିକ୍ଷୋଭରେ ଯୋଗ ଦେଇଥିଲେ। ଦୀପ ସିଦ୍ଧୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଧାରଣାରେ ବସି ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରିଥିଲେ | ତେବେ କିଛି କୃଷକ ତାଙ୍କୁ ବିଜେପି-ଆରଏସଏସର ଏଜେଣ୍ଟ ବୋଲି ଅଭିଯୋଗ କରି ବିରୋଧ କରିଥିଲେ। କିନ୍ତୁ ଦୀପ ଏହି ଅଭିଯୋଗକୁ ପ୍ରତ୍ୟାଖାନ କରିଦେଇଥିଲେ |

from Kanak News
via <a href="https://ifttt.com/?

ବନ୍ଧା ହେଲେ ପୋଲିସ ବାବୁ । ପ୍ରେମ ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗୀ ଥାନା ଏଏସଆଇ ଗିରଫ

କନକ ବ୍ୟୁରୋ: ବନ୍ଧା ହେଲେ ପୁଲିସ ବାବୁ । ପ୍ରେମ କରି ପ୍ରତାରଣା ଅଭିଯୋଗରେ ଖୋର୍ଦ୍ଧା ଟାଙ୍ଗି ଥାନା ପୁଲିସ ଭାଗିରଥୀ ଦାସଙ୍କୁ ପୁଲିସ ଗିରଫ କରିଛି । ତେବେ କୋଭିଡ ସମୟରେ ନିଯୁକ୍ତି ପାଇଥିଲେ ଭାଗିରଥୀ । କିିଛି ଦିନ ତଳେ ଜଣେ ବିବାହିତ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ ଭାଗିରଥୀ ଆଉ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା ।

ତେବେ ପୁଲିସ ବାବୁ ଉକ୍ତ ମହିଳା ଜଣଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ମନା କରିଦେଇଥିଲେ । ଫଳରେ ଏହି ଖବରଟି ଥାନାରେ ପହଞ୍ଚିଥିଲା । ଖୋର୍ଦ୍ଧା ଆଦର୍ଶ ଥାନା ଏନେଇ ଅଭିଯୋଗ ପାଇ ଘଟଣାର ତଦନ୍ତ କରି ପୁଲିସ ବାବୁଙ୍କୁ ଗିରଫ କରି ଜେଲ ପଠାଇଛନ୍ତି । ଖୋର୍ଦ୍ଧା ଏସଡିପିଓ ଘଟଣାର ତଦନ୍ତ କରୁଛନ୍ତି ।

from Kanak News
via <a href="https://ifttt.com/?

ଦିଲ୍ଲୀ ହିଂସାକାଣ୍ଡ ପରେ ଆକ୍ସନରେ ପୁଲିସ : ୨୦୦ ଜଣଙ୍କୁ ନିଆଗଲା ହେପାଜତରେ; ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ସମୀକ୍ଷା

କନକ ବ୍ୟୁରୋ : ଦିଲ୍ଲୀରେ କୃଷକଙ୍କ ହିଂସାକାଣ୍ଡ ପରେ ଆକ୍ସନରେ ଦିଲ୍ଲୀ ପୁଲିସ । ଗତକାଲିର ଘଟଣା ନେଇ ୨ ଶହ ଜଣଙ୍କୁ ଅଟକ ରଖିଛି । ଘଟଣାର ତଦନ୍ତ କ୍ରାଇମବ୍ରାଂଚ କରିବ । ଗତକାଲି କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ଦିଲ୍ଲୀ ହିଂସାକାଣ୍ଡ ପରେ ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ବୈଠକରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିର ସମୀକ୍ଷା କରିଛନ୍ତି ।

ଦିଲ୍ଲୀ ପୋଲିସ କହିଛି, ଲାଲକିଲ୍ଲା ଉପରେ ଚଢ଼ିଥିବା ଆନ୍ଦୋଳନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସିସିଟିଭିକୁ ଖୋଳତାଡ଼ କରିଛି ପୋଲିସ । ଗତକାଲି ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡରେ ୩୦୦ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୨୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇ ଆଲର୍ଟ ହୋଇଛି । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ତେବେ ଚାଷୀ ନିଜ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି । ସିଂଘୁ, ଗାଜିପୁର, ଟିକ୍ରି ଅଂଚଳରେ ଇଂଟରନେଟ ସେବାକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଥିଲା । ଲାଲକିଲ୍ଲା ଓ ଦିଲ୍ଲୀର କିଛି ମେଟ୍ରୋ ଷ୍ଟେସନ ବନ୍ଦ ଅଛି ।

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦକୁ ଆସିଛନ୍ତି ପଞ୍ଜାବି ଅଭିନେତା ଦୀପ ସିଦ୍ଧୁ । ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ, ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିଲେ । ଆଉ ଏହାପରେ ହିଂସା ବ୍ୟାପିଥିଲା । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିଲେ । ଏହା ପରେ ଲାଲକିଲ୍ଲା ଉପରେ ଶିଖ ସଂପ୍ରଦାୟର ପତାକା ଉଡାଇବାକୁ ଉସୁକାଇଥିଲେ । ଏହାପରେ ଅନ୍ୟ କୃଷକ ସଙ୍ଗଠନ ଲାଲକିଲ୍ଲା ଆଡକୁ ଯାଇଥିଲେ । ଏହାକୁ ନେଇ ଦୀପ ସିଦ୍ଧୁ ସଫେଇ ବି ଦେଇଛନ୍ତି । ସୋସିଆଲ ମିଡିଆରେ ସେ କହିଛନ୍ତି, ଗଣତାନ୍ତ୍ରିକ ଅଧିକାରର ସେ ପ୍ରୟୋଗ କରିଛନ୍ତି । ଦୀପ ସିଦ୍ଧୁ ପଞ୍ଜାବି ଫିଲ୍ମରେ ଅଭିନିୟ କରିଛନ୍ତି । ସନ୍ନି ଦେୱଲଙ୍କ ସହ ମିଶି ଦିପ୍ ସିଦ୍ଧୁ ନିର୍ବାଚନ ପ୍ରଚାର କରିଥିଲେ ।

from Kanak News
via <a href="https://ifttt.com/?

ଯାଜପୁର ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ସ୍କୁଟିରେ ଦୁଇ ଯୁବକ ଯୁବତୀଙ୍କୁ ବସେଇ ଆଣୁଥିବାର ସିସିଟିଭିରେ କଏଦ ହେଲା ଦୃଶ୍ୟ

କନକ ବ୍ୟୁରୋ : ସିସିଟିଭିରେ ଧରାପଡିଲା ସତ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତା କଡ଼ରୁ  ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।  ସ୍କୁଟିରେ ଦୁଇ ଜଣ ଯୁବକ ଯୁବତୀଙ୍କୁ ମଝିରେ ବସେଇ ନେଇକି ଆସୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯୁବତୀଙ୍କୁ ଦୁଇ ଯୁବକ ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଥିବା ପ୍ରତ୍ୟେକ୍ଷଦର୍ଶୀ ମଧ୍ୟ କହିଛନ୍ତି । ତେବେ ମୃତଦେହ ମିଳିଥିବା ଯୁବତୀ ମୟୁରଭଂଜର ।

ଗତକାଲି ବସ ଯୋଗେ ଆସି ସେ ଭୁବନେଶ୍ୱର ବାଣୀବିହାରରେ ପହଚିଂଥିଲେ । ତା ପରେ କୁଆଡେ ଯାଇଥିଲେ ଜଣାପଡିନଥିଲା । ଆଜି ସକାଳୁ ଦିଆଲଖଣ୍ଡି ରାସ୍ତା କଡ଼ରୁ ଯୁବତୀଙ୍କ ମୃତଦେହ ମିଳିଥିବା କହିଛନ୍ତି ଆଡିସନାଲ ଏସପି । ଯୁବତୀଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ ମଧ୍ୟ ଉଦ୍ଧାର ହୋଇଛି । କୁଆଖିଆ ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଯୁବତୀଙ୍କ ମୃତ୍ୟୁ କେମିତି ହେଲା  ଓ ରାସ୍ତା କଡ଼ରେ ଯୁବତୀଙ୍କ ମୃତଦେହ ଫିଙ୍ଗିଥିବା ଦୁଇ ଯୁବକ କିଏ ସେ ନେଇ ପୁଲିସ ଛାନଭିନ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

କୋଭିଡ଼ ଟିକାକରଣ ପରେ ୧୯ ଜଣଙ୍କଠାରେ ଦେଖାଦେଇଛି ପାର୍ଶ୍ୱପ୍ରତିକ୍ରିୟା: କେତେକ ସ୍ଥାନରେ ମାଇନର ସାଇଡ଼ ଇଫେକ୍ଟ; ଆସନ୍ତାକାଲିଠୁ ହେବ ପୁଣି ଟିକାକରଣ

କନକ ବ୍ୟୁରୋ: ରାଜ୍ୟରେ ଜୋରସୋରରେ ଚାଲିଛି କରୋନା ଟିକାକରଣ । ଏଯାଏଁ ମୋଟ ୧୯ ଜଣଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଛି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି । ଗତ ୨୩ରେ ନୂଆପଡାରେ ଜଣେ ବ୍ୟକ୍ତି ଟିକା ନେବା ପରେ ରକ୍ତ ବାନ୍ତି କରିଥିଲେ । ବୁର୍ଲା ହସ୍ପିଟାଲରେ ତାଙ୍କ ବ୍ରେନ ହାମରେଜରେ ମୃତ୍ୟୁ ହୋଇଥିଲା ।

ତେବେ ଟିକାକରଣ ପାଇଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିଛି । ଏବେ ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି । ଆଜି ଭୁବନେଶ୍ୱରରେ ୧୧ଟି ସ୍ଥାନ ୨ ହଜାର ୩୬୦ ଜଣଙ୍କୁ ଟିକାକରଣ କରାଯିବ । ଆସନ୍ତା ୧୦ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟର ସେକେଣ୍ଡ ଡୋଜ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ସେକେଣ୍ଡ ଡୋଜ ପାଇଁ ୧ ଲକ୍ଷ ୭୩ ହଜାର ୬୬ ଜଣ ବାକି ରହିଛନ୍ତି ।

ସେପଟେ, ବ୍ରିଟେନ ଷ୍ଟ୍ରେନ ବିରୋଧରେ ଭଲ କାମ କରୁଛି ସ୍ୱଦେଶୀ ଟିକା । ବ୍ରିିଟେନ ଷ୍ଟ୍ରେନକୁ ନିୟନ୍ତ୍ରଣ କରିପାରୁଛି କୋଭାକ୍ସିନ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କରିଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଗବେଷଣା ପରେ ଏହି ତଥ୍ୟ ଦେଇଛି ଆଇସିଏମଆର । ତେବେ ଏହି ଗବେଷଣାରୁ ଜଣାପଡିଛି ଯେ, କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ବିକଶିତ ହେଉଥିବା ଆଂଟି ବଡି ବ୍ରିଟେନ ଷ୍ଟ୍ରେନକୁ ରୋକିବାରେ ସମର୍ଥ ହେଉଛି । ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର ।

from Kanak News
via <a href="https://ifttt.com/?

ଆଇଆଇଟି ଭୁବନେଶ୍ୱରରେ ସାଧାରଣତନ୍ତ୍ର ଦିବସ ପାଳିତ । ସମ୍ବିଧାନର ଗୁରୁତ୍ୱ ବୁଝାଇଲେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ରାଜା କୁମାର ।

କନକ ବ୍ୟୁରୋ : ଆଇଆଇଟି ଭୁବନେଶ୍ୱରରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଆର.ଭି. ରାଜା କୁମାର ଶିକ୍ଷାନୁଷ୍ଠାନ ପରିସରରେ ପତାକା ଉତ୍ତୋଳନ କରିବା ପରେ ପରେଡ ଅନୁଷ୍ଠିତ ହୋଇଥିଲା । ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ, ଗଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳେ ନିଜ ଅଭିଭାଷଣରେ ପ୍ରଫେସର ରାଜା କୁମାର ସାଧାରଣ ଲୋକଟିଏ ପାଇଁ ସମ୍ବିଧାନ କେତେ ଗୁରୁତ୍ୱପୂର୍ଣ୍ଣ ତାହା ବଖାଣିଥିଲେ । ଦେଶବାସୀଙ୍କୁ ଭ୍ରାତୃତ୍ୱଭାବରେ ଯୋଡି ରଖିବାର ସବୁଠୁ ବଡ ମାଧ୍ୟମ ହେଉଛି ସମ୍ବିଧାନ । ଦେଶର ପ୍ରତି ନାଗରିକ ନ୍ୟାୟ ଓ ସମାନତା ପାଇବେ ସେ ବିଶ୍ୱାସ ଆମକୁ ସମ୍ବିଧାନ ଦେଇଥାଏ ।

ଏହାଛଡା କରୋନା ମହାମାରୀ କବଳରୁ କିଭଳି ଶିକ୍ଷାନୁଷ୍ଠାନକୁ ସୁରକ୍ଷିତ ରଖାଯାଇଥିଲା ସେ ବାବଦରେ ମଧ୍ୟ ନିଜ ଅଭିଭାଷଣରେ ସାମ୍ନାକୁ ଆଣିଥିଲେ ପ୍ରଫେସର ରାଜା କୁମାର । ମହାମାରୀ ଭଳି ସଙ୍କଟ ସମୟରେ ମଧ୍ୟ କ୍ୟାମ୍ପସର ଜରୁରୀକାଳୀନ ବିଭାଗ ଖୋଲା ରହିଥିଲା । ଆଉ ଏଥିପାଇଁ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗର ହାତ ବଢାଇଥିଲେ । ଏହି ସମୟରେ କ୍ୟାମ୍ପସରେ ଅନେକ କିଛି ପରିବର୍ତ୍ତନ ହୋଇଛି । ଅନଲାଇନ ପାଠପଢା ପାଇଁ ନୂଆ ଟେକ୍ନୋଲୋଜିକୁ ବିକଶିତ କରିବା, ନୂଆ ନୂଆ ଦିଗ ଉପରେ ଫୋକସ କରିବା ଭଳି କାର୍ଯ୍ୟ କରାଯାଇଛି । ଏପରିକି ମହାମାରୀ ଭଳି ସଙ୍କଟ ସମୟରେ ପୂର୍ବଭଳି ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଅନ୍ୟ ମାନଙ୍କ ପାଇଁ ରୋଲମଡେଲ ସାଜିଛନ୍ତି ।

ମହାମାରୀ ଭିତରେ କରୋନା ଟିକା ଆଣି ଭାରତ ବାୟୋଟେକ ଓ ସେରମ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ପୂରା ଦେଶକୁ ଗର୍ବିତ କରିଛନ୍ତି । କରୋନା ଭ୍ୟାକସିନ ଆସିବା ଫଳରେ ଖୁବଶୀଘ୍ର ଦେଶରେ ପୂର୍ବ ଅବସ୍ଥା ଫେରି ଆସିବ ବୋଲି କହିଛନ୍ତି ପ୍ରଫେସର ରାଜା କୁମାର ।

from Kanak News
via <a href="https://ifttt.com/?

ୟୁକେ ଷ୍ଟ୍ରେନକୁ ରୋକୁଛି ସ୍ୱଦେଶୀ ଟିକା କୋଭାକ୍ସିନ: ଆଇସିଏମଆର ଗବେଷଣାରୁ ହେଲା ସ୍ପଷ୍ଟ; ଶରୀରରେ ବିକଶିତ ହେଉଥିବା ଆଂଟିବଡିକୁ ରୋକିବାରେ ହେଉଛି ସମର୍ଥ

କନକ ବ୍ୟୁରୋ: ବ୍ରିଟେନ ଷ୍ଟ୍ରେନ ବିରୋଧରେ ଭଲ କାମ କରୁଛି ସ୍ୱଦେଶୀ ଟିକା । ବ୍ରିିଟେନ ଷ୍ଟ୍ରେନକୁ ନିୟନ୍ତ୍ରଣ କରିପାରୁଛି କୋଭାକ୍ସିନ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ କରିଥିବା ସର୍ଭେରୁ ଏହା ସ୍ପଷ୍ଟ ହୋଇଛି । କୋଭାକ୍ସିନ ଟିକା ନେଇଥିବା ବ୍ୟକ୍ତିଙ୍କ ଉପରେ ଗବେଷଣା ପରେ ଏହି ତଥ୍ୟ ଦେଇଛି ଆଇସିଏମଆର ।

ତେବେ ଏହି ଗବେଷଣାରୁ ଜଣାପଡିଛି ଯେ, କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ବିକଶିତ ହେଉଥିବା ଆଂଟି ବଡି ବ୍ରିଟେନ ଷ୍ଟ୍ରେନକୁ ରୋକିବାରେ ସମର୍ଥ ହେଉଛି । ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକା କୋଭାକ୍ସିନକୁ ଅନୁମତି ଦେଇଛନ୍ତି ଭାରତ ସରକାର ।

from Kanak News
via <a href="https://ifttt.com/?

ଦିଲ୍ଲୀ ହିଂସାକୁ ନେଇ ବଲିଉଡ୍ କ୍ୱିନଙ୍କ କଡା ପ୍ରତିକ୍ରିୟା । କଙ୍ଗନା କହିଲେ, ଯେଉଁମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେନାନଙ୍କୁ ଜେଲରେ ରଖାଯାଉ

ଦିଲ୍ଲୀ ପୁଲିସ ଏବଂ ଚାଷୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷକୁ ନେଇ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ କ୍ରମାଗତ ଭାବରେ ପ୍ରତିକ୍ରିୟା ରଖୁଛନ୍ତି । ପ୍ରଥମେ ସେ ପଞ୍ଜାବୀ କଣ୍ଠଶିଳ୍ପୀ ଦିଲଜିତ ଦୋସାଞ୍ଜଙ୍କୁ ଟାର୍ଗେଟ କରିଥିବା ବେଳେ ଏବେ ସେ ସୋସିଆଲ ମିଡିଆରେ ଟ୍ୱିଟ୍ କରି ଆନ୍ଦୋଳନରତ ଚାଷୀଙ୍କୁ ଟାର୍ଗେଟ କରିଛନ୍ତି।

https://platform.twitter.com/widgets.js

କଙ୍ଗନା ଏକ ଭିଡିଓ ଜାରି କରି କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ ଲାଲକିଲ୍ଲା ଉପରେ କିପରି ଆକ୍ରମଣ କରାଯାଇପାରିଲା। ଯେଉଁମାନେ ଏହି କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ସେମାନଙ୍କୁ ଜେଲରେ ରଖାଯାଉ । ଭିଡିଓ କ୍ୟାପସନରେ ଲେଖାଯାଇଛି ଯେ, ପ୍ରାୟ ପ୍ରତି ମାସରେ ମୁଁ ଦଙ୍ଗା ଏବଂ ରକ୍ତପାତ ଖବର ଶୁଣି ବିରକ୍ତ ହୋଇଗଲାଣି। ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଏବେ ପୁଣିଥରେ ଦିଲ୍ଲୀ।

ଭିଡିଓରେ କଙ୍ଗନା କହିଛନ୍ତି ଯେ, ଗଣତନ୍ତ୍ର ଦିବସରେ କିପରି ଲାଲକିଲ୍ଲା ଉପରେ ଆକ୍ରମଣ କରାଗଲା। ସେଠାରେ ଖାଲିସ୍ତାନର ପତାକା ଉତ୍ତୋଳନ କରାଗଲା, ତାହା ସମସ୍ତେ ଦେଖିଛନ୍ତି। ଚଳିତ ବର୍ଷର ଗଣତନ୍ତ୍ର ଦିବସ, ଆମେ କରୋନା ଟିକା ଆସିବା ଏବଂ କରୋନା ଯୁଦ୍ଧରେ ଆମକୁ ମିଳିଥିବା ସଫଳତାକୁ ନେଇ ପାଳନ କରିପାରିଥାନ୍ତେ। କିନ୍ତୁ ସେଭଳି କିଛି ହେଲାନାହିଁ। ଯେଉଁମାନେ ନିଜକୁ ଚାଷୀ ବୋଲି ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି, ସେମାନେ ପ୍ରକୃତରେ ଆତଙ୍କବାଦୀ। ଯେଉଁମାନେ ଏହାକୁ ସମର୍ଥନ କରୁଛନ୍ତି, ସେମାନଙ୍କୁ ଜେଲରେ ଭର୍ତ୍ତି କରିଦେବା ଦରକାର।

from Kanak News
via <a href="https://ifttt.com/?

ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ : ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା

କନକ ବ୍ୟୁରୋ : ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି । ଫେବ୍ରୁଆରୀ ୨୭ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ହେବ । ଏଥର ପ୍ରାୟ ୩ ହଜାର ସେବାୟତଙ୍କର କୋଭିଡ ଟେଷ୍ଟ କରାଯିବ । ଜାନୁଆରୀ ୨୧ ତାରିଖରୁ କଟକଣା ମୁକ୍ତ ଜଗା ଦର୍ଶନ ଆରମ୍ଭ ହୋଇଛି ।

ଫଳରେ ହଜାର ହାଜର ଭକ୍ତଙ୍କ ସୁଅ ଛୁଟୁଛି । ଭକ୍ତଙ୍କ ସଂସ୍ପର୍ଶରେ ସେବାୟତମାନେ ଆସୁଥିବାରୁ କରୋନା ସଂକ୍ରମିତ ହେବା ସମ୍ଭାବନା ରହିଛି । ତେଣୁ ସେବାୟତଙ୍କ ଆଉ ଥରେ କୋଭିଡ ଟେଷ୍ଟ କରାଯାଉଛି । ସେପଟେ ସେବାୟତଙ୍କୁ ପ୍ରାଥମିକତା ଭିତ୍ତିରେ ମାଗଣା ଟିକାକରଣ ପାଇଁ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖି ଅନୁରୋଧ କରିଥିଲେ ଶ୍ରୀମନ୍ଦିର ପ୍ରଶାସନ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started