କରୋନା ବେଳେ ମାଟ୍ରିକ ପିଲାଙ୍କ ଚାପ କମାଇବ ପରୀକ୍ଷା ଦର୍ପଣ: ୭ଶହ ପୃଷ୍ଠା ବିଶିଷ୍ଠ ବହିରେ ରହିଛି ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର; ପୁସ୍ତକ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ

କନକ ବ୍ୟୁରୋ: ଆଜିଠାରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଖରେ ପହଞ୍ଚିବ ପରୀକ୍ଷା ଦର୍ପଣ । ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଏହି ଟେଷ୍ଟ ପେପରକୁ ଲୋକାର୍ପିତ କରିଛନ୍ତି । ୭ଶହ ପୃଷ୍ଠା ସମ୍ବଳିତ ଏହି ପୁସ୍ତିକାଟି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ତେବେ କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ  ଚାପ କମାଇବାକୁ ଏହି଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ । ଆଜି ଏହି ପରୀକ୍ଷା ଦର୍ପଣ ଉନ୍ମୋଚନ ହୋଇଛି । ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ୁତ ହୋଇଛି ୭୦୦ ପୃଷ୍ଠା ସମ୍ବଳିତ ଏହି ପରୀକ୍ଷା ଦର୍ପଣ ପୁସ୍ତିକା । କୋଭିଡ ମହାମାରୀ ଯୋଗୁଁ ରାଜ୍ୟରେ ସ୍କୁଲ ଗୁଡିକ ମାର୍ଚ୍ଚ ୧୭ ତାରିଖରୁ ବନ୍ଦ ରହିଛି । ଶିକ୍ଷାଦାନକୁ ଅବ୍ୟାହତ ରଖିବା ପାଇଁ ଅନଲାଇନ କ୍ଲାସ ଚାଲିଛି ।

ପିଲାମାନଙ୍କ ଚାପ କମ କରିବାକୁ ୩୦ ପ୍ରତିଶତ ସିଲାବସକୁ କମାଇଦିଆଯାଇଛି । ଏବେ ସ୍କୁଲ ଖୋଲିବା ପରେ ଶହେ ଦିନର ଶିକ୍ଷା ଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଏହାର ଭିତରେ  ମାଟ୍ରିକ ପରୀକ୍ଷା ଦେବାକୁ ଥିବା  ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇଦେବାକୁ ସରକାର ଯୋଜନା କରିଛନ୍ତି ।

from Kanak News
via <a href="https://ifttt.com/?

କରୋନା ସମୟରେ ମାଟ୍ରିକ୍ ପିଲାଙ୍କ ଚାପ କମାଇବାକୁ ବଡ ପ୍ରସ୍ତୁତି: ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ପରୀକ୍ଷା ଦର୍ପଣ ପୁସ୍ତିକା

କନକ ବ୍ୟୁରୋ: କରୋନା କାଳରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଚାପ କମାଇବାକୁ ବଡ଼ ଯୋଜନା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ଥର ପାଇଁ ରାଜ୍ୟର ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ସ୍କୁଲର ପିଲାମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ ପରୀକ୍ଷା ଦର୍ପଣ । ଆଜି ଏହି ପରୀକ୍ଷା ଦର୍ପଣ ଉନ୍ମୋଚନର କାର୍ଯ୍ୟକ୍ରମ ରହିଛି । ଦଶମ ଶ୍ରେଣୀ ପିଲାମାନଙ୍କର ଶିକ୍ଷାକୁ ସହଜ ଓ ବୋଧଗମ୍ୟ କରିବା ପାଇଁ ବିଭାଗ ପକ୍ଷରୁ ପ୍ରସ୍ୁତ ହୋଇଛି ୭୦୦ ପୃଷ୍ଠା ସମ୍ବଳିତ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ।

କୋଭିଡ ମହାମାରୀ ଯୋଗୁଁ ରାଜ୍ୟରେ ସ୍କୁଲ ଗୁଡିକ ମାର୍ଚ୍ଚ ୧୭ ତାରିଖରୁ ବନ୍ଦ ରହିଛି । ଶିକ୍ଷାଦାନକୁ ଅବ୍ୟାହତ ରଖିବା ପାଇଁ ଅନଲାଇନ କ୍ଲାସ ଚାଲିଛି । ପିଲାମାନଙ୍କ ଚାପ କମ କରିବାକୁ ୩୦ ପ୍ରତିଶତ ସିଲାବସକୁ କମାଇଦିଆଯାଇଛି । ଏବେ ସ୍କୁଲ ଖୋଲିବା ପରେ ଶହେ ଦିନର ଶିକ୍ଷା ଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଏହାର ଭିତରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ୫୦୮ ଛାତ୍ରଛାତ୍ରୀଙ୍କ ପାଇଁ ଏହି ପରୀକ୍ଷା ଦର୍ପଣ ପୁସ୍ତିକା ଯୋଗାଇଦେବାକୁ ସରକାର ଯୋଜନା କରିଛନ୍ତି ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ହିଂସାକାଣ୍ଡ ପରେ ବିବାଦରେ ପଞ୍ଜାବି ଅଭିନେତା ଦୀପ୍ ସିଦ୍ଧୁ : ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିବା ଆସିଲା ଅଭିଯୋଗ

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକଙ୍କ ହିଂସା ପରେ ବିବାଦକୁ ଆସିଛନ୍ତି ପଞ୍ଜାବି ଅଭିନେତା ଦୀପ ସିଦ୍ଧୁ । ସିଦ୍ଧୁଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ, ସେ କୃଷକଙ୍କ ଭିଡକୁ ଲାଲକିଲ୍ଲା ଆଡକୁ ନେଇଥିଲେ । ଆଉ ଏହାପରେ ହିଂସା ବ୍ୟାପିଥିଲା । ସିଦ୍ଧୁଙ୍କ ସହ ଅନ୍ୟ ଜଣେ ଲାଖା ସିଦ୍ଧାନା କୃଷକଙ୍କୁ ଲାଲକିଲ୍ଲା ଆଡକୁ ଯିବାକୁ ଉସୁକାଇଥିଲେ ।

ଏହା ପରେ ଲାଲକିଲ୍ଲା ଉପରେ ଶିଖ ସଂପ୍ରଦାୟର ପତାକା ଉଡାଇବାକୁ ଉସୁକାଇଥିଲେ । ପରେ ଅନ୍ୟ କୃଷକ ସଙ୍ଗଠନ ଲାଲକିଲ୍ଲା ଆଡକୁ ଯାଇଥିଲେ । ଏହାକୁ ନେଇ ଦୀପ ସିଦ୍ଧୁ ସଫେଇ ବି ଦେଇଛନ୍ତି । ସୋସିଆଲ ମିଡିଆରେ ସେ କହିଛନ୍ତି, ଗଣତାନ୍ତ୍ରିକ ଅଧିକାରର ସେ ପ୍ରୟୋଗ କରିଛନ୍ତି । ଦୀପ ସିଦ୍ଧୁ ପଞ୍ଜାବି ଫିଲ୍ମରେ ଅଭିନିୟ କରିଛନ୍ତି । ସନ୍ନି ଦେୱଲଙ୍କ ସହ ମିଶି ଦିପ୍ ସିଦ୍ଧୁ ନିର୍ବାଚନ ପ୍ରଚାର କରିଥିଲେ ।

ସେପଟେ ଅଭିନେତାରୁ ସାଂସଦ ବନିଥିବା ସନ୍ନି ଦେୱଲ ମଧ୍ୟ ଟ୍ୱିଟ କରି ନିଜ ସଫେଇ ରଖିଛନ୍ତି । ସେ କହିଛନ୍ତି ଦୀପ ସିଦ୍ଧୁ କିଏ ସେ ତାଙ୍କୁ ଜାଣି ନାହାନ୍ତି । ଲାଲକିଲ୍ଲାରେ ଘଟିଥିବା ହିଂସାକାଣ୍ଡକୁ ନିନ୍ଦା କରିବା ସହ ଦୀପ ସିଦ୍ଧୁଙ୍କ ସହ ତାଙ୍କର କିମ୍ବା ତାଙ୍କ ପରିବାରର କୌଣସି ସମ୍ପର୍କ ନାହିଁ ବୋଲି ସେ ୬ ଡ଼ିସେମ୍ବରରେ ଟ୍ୱିଟ କରି ଜଣାଇଥିବା କହିଛନ୍ତି । ଶେଷରେ ଜୟ ହିନ୍ଦ ଲେଖିଛନ୍ତି ଗୁରୁଦାସପୁର ସାଂସଦ ସନ୍ନି ଦେୱଲ ।

from Kanak News
via <a href="https://ifttt.com/?

ରାସ୍ତାକଡରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର: ଯାଜପୁର ଦିଆଲଖଣ୍ଡି ରାସ୍ତାରେ ଯୁବତୀଙ୍କୁ ସ୍କୁଟିରେ ଆଣି ଫିଙ୍ଗିଥିବା କହିଲେ ପ୍ରତ୍ୟେକ୍ଷଦର୍ଶୀ

କନକ ବ୍ୟୁରୋ: ରାସ୍ତାକଡ଼ରେ ଯୁବତୀଙ୍କୁ ଫିଙ୍ଗିଦେଇ ଚାଲିଗଲେ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତାକଡ଼ରୁ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି ।  ଦୁଇ ଜଣ ଯୁବକ ସ୍କୁଟିରେ ଯୁବତୀଙ୍କୁ ଆଣି ରାସ୍ତାକଡ଼ରେ ଫୋପାଡି ଦେଇ ଚାଲିଯିବାର ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି । ତେବେ ଯୁବତୀଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ମୃତଦେହ ନିକଟରୁ ଏକ ବ୍ୟାଗ ଉଦ୍ଧାର କରାଯାଇଛି । କୁଆଖିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ଗାଧୋଇବା ବେଳେ ଗଙ୍ଗାରେ ହଠାତ୍ ବଢିଲା ଜଳସ୍ତକ । ମଝି ନଈରେ ଫସିଲେ ପର୍ଯ୍ୟଟକ

ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଋଷିକେଶରେ ୫ ଜଣ ପର୍ଯ୍ୟଟକ ଅଳ୍ପକେ ବର୍ତ୍ତିଯାଇଛନ୍ତି | ଦିଲ୍ଲୀର ପାଞ୍ଚଜଣ ପର୍ଯ୍ୟଟକଙ୍କୁ ସ୍ଥାନୀୟ ଉଦ୍ଧାରକାରୀ ଦଳ ଉଦ୍ଧାର କରି ଜୀବନ ବଂଚାଇଦେଇଛନ୍ତି | ମିଳିଥିବା ସୂଚନା ଅନୁସାରେ ଋଷିକେଶ ନିକଟରେ ଗଙ୍ଗା ନଦୀରେ ଦିଲ୍ଲୀର ପାଞ୍ଚଜଣ ପର୍ଯ୍ୟଟକ ଗାଧୋଉଥିଲେ, କିନ୍ତୁ ଏହି ସମୟରେ ହଠାତ୍ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଥିଲା | ଜଳ ସ୍ତର ହଠାତ ବଢ଼ିବାରୁ ପର୍ଯ୍ୟଟକମାନେ ଏକ ଟାପୁରେ ଫସିଯାଇଥିଲେ |

ପରେ ସୂଚନା ପାଇବା ପରେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା | ସୂଚନାଯୋଗ୍ୟ ଯେ ଜାନୁଆରୀ ୨୬ ଛୁଟିଦିନ ହେତୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ହରିଦ୍ୱାର ଏବଂ ଋଷିକେଶରେ ପହଞ୍ଚିଥିଲେ। ତେବେ ଦିଲ୍ଲୀରୁ ଆସିଥିବା ୫ ଜଣ ପର୍ଯ୍ୟଟକ ଗଙ୍ଗା ନଦୀର ମଝିରେ ଥିବା ଏକ ଟାପୁକୁ ଯାଇଥିଲେ |

ଯେତେବେଳେ ଏହି ପାଞ୍ଚ ଜଣ ଟାପୁରେ ଥିଲେ, ହଠାତ୍ ଗଙ୍ଗାର ଜଳ ସ୍ତର ବଢିବାକୁ ଲାଗିଥିଲା ଏବଂ ଟାପୁରୁ ନଦୀ କୂଳକୁ ଫେରିବା ରାସ୍ତା ବନ୍ଦ ହୋଇଯାଇଥିଲା | ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ | ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଂଚି ପର୍ଯ୍ୟଟକମାନଙ୍କୁ ଦଉଡି ସାହାଯ୍ୟରେ ଉଦ୍ଧାର କରିଥିଲା |

from Kanak News
via <a href="https://ifttt.com/?

କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ : କାରଣ ଅସ୍ପଷ୍ଟ

କନକ ବ୍ୟୁରୋ: କୋଇଲା ବୋଝେଇ ଟ୍ରକରେ ଲାଗିଲା ନିଆଁ। ଆଜି ସକାଳେ ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଟ୍ରକଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡା ପଟକୁ ଆସୁଥିବା ବେଳେ ପ୍ରତାପ ପୁର ନିକଟରେ ନିଆଁ ଲାଗିଥିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ରାୟଗଡାରୁ ଅଗ୍ନିଶମ ବାହିନୀ ଓ ଶେଷଖାଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହୁତ ହୁତ ହୋଇ ଜଳୁଥିବା ଟ୍ରକକୁ ଲିଭାଇବା ସହ ନିଆଁ କୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ କୋଇଲା ସମେତ ଟ୍ରକର ଅଧିକାଂଶ ଭାଗ ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

from Kanak News
via <a href="https://ifttt.com/?

କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ରେଡ୍ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ

କନକ ବ୍ୟୁରୋ : କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଭୁବନେଶ୍ୱର ବ୍ଳକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶୁଭେନ୍ଦୁ କୁମାର ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ଼ । ଏକକାଳୀନ ୩ଟି ସ୍ଥାନରେ ରେଡ଼ କରୁଛି ଭିଜିଲାନ୍ସ ।

ଭୁବନେଶ୍ୱର ହାଉସିଂ ବୋର୍ଡ଼ କଲୋନୀରେ ଥିବା ଘର, ପୁରୀର ଶ୍ରୀ ଚନ୍ଦନପୁର ଠାରେ ଥିବା ନିଜ ପୈତୃକ ଘର ଓ ଭୁବନେଶ୍ୱର ବ୍ଲକରେ ଥିବା ଅଫିସ ଚାମ୍ବରରେ ଚଢ଼ାଉ କରିଛି ଭିଜିଲାନ୍ସ । ଆୟବର୍ହିଭୁତ ସମ୍ବତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରୁଥିବା ସୂଚନା ମିଳିଛି ।

from Kanak News
via <a href="https://ifttt.com/?

ଏବେବି ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଜୀଉଁଛି ମଣିଷ; ବଞ୍ଚି ଥାଉ ଥାଉ ନାବାଳକର ଶୁଦ୍ଧିକ୍ରିୟା କଲେ ପରିବାର ଲୋକେ: ଶରୀରରେ ଅସ୍ୱାଭାବିକତା ନେଇ ଥିଲେ ଚର୍ଚ୍ଚାରେ

କନକ ବ୍ୟୁରୋ: ବଞ୍ଚି ଥାଉ ଥାଉ ହେଲା ଶୁଦ୍ଧିକ୍ରିୟା । ସାଧାରଣତଃ ମଣିଷ ମଲା ପରେ ତାର ଶୁଦ୍ଧିକ୍ରିୟା କରାଯାଏ । ହେଲେ ଭଂଜନଗର ଅଂଚଳରେ ଏଭଳି ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଗାୟାଗଣ୍ଡା ବାଘୁଆ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଗାଁର ରାମ ଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ମମତା ନାୟକ ପାଞ୍ଚ ପାଞ୍ଚଟି ଛୁଆକୁ ନେଇ କଷ୍ଟରେ ଜୀବନ ଜାପନ କରୁଥିଲେ । ବଡ଼ ପୁଅ କାହ୍ନାର ଦେହରେ ଓ ମୁଁହରେ କେଶ ଭର୍ତ୍ତି ହୋଇ ବଥ ବନିଯାଇଥିଲା ।  ସେହି ଘା’ ଭଲ ହୋଇନଥିଲା ।

ଏଭଳି ଦେଖି ପରିବାର ଲୋକେ ବିଭିନ୍ନ ପୂଜା ପାଠ କରିବା ସହ ଡ଼ାକ୍ତରଖାନାକୁ ଯାଇ ଚିକିତ୍ସା କରାଇଥିଲେ । ହେଲେ ସେତିକିରେ କାହ୍ନାର ପରିବାରର ଦୁଃଖ ଚାଲିଯାଇନଥିଲା । କାହ୍ନାର ଏହି ଅବସ୍ଥା ଦେଖି ଗାଁରେ ତାଙ୍କ ପରିବାରକୁ ଏକ ଘରକିଆ କରିବା ସହ ଗାଁରୁ ବାସନ୍ଦ କରିଥିଲେ । ୨୧ ଦିନ ବାସନ୍ଦ ହେବା ପରେ ଧାରକରଜ କରି ପୁଅ ବଂଚି ଥାଉ ଥାଉ ମାଆ, ବାପା ତାର ଶୁଦ୍ଧିକ୍ରିୟା କରାଇଥିଲେ । ଗାଁର ଲୋକଙ୍କୁ ଭୋଜି ଦେଇଥିଲେ । ଏହାପରେ ଯାଇ ସାମଜିକ ବାସନ୍ଦ ହଟିଥିଲା ।

from Kanak News
via <a href="https://ifttt.com/?

୩୨ତମ ସଡ଼କ ସୁରକ୍ଷା ଦିବସ ପାଳିତ : ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ

କନକ ବ୍ୟୁରୋ : ୩୨ତମ ସଡ଼କ ସୁରକ୍ଷା ଦିବସ ଉପଲକ୍ଷେ ମାଗଣାରେ ହେଲମେଟ ବଂଟାଯାଇଛି । ଭୁବନେଶ୍ୱର ବାପୁଜୀନଗରରେ ମାଗଣାରେ ହେଲମେଟ ବଂଟନ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଏସପି କେକେ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁମାନଙ୍କର ହେଲମେଟ ନଥିଲା ସେମାନଙ୍କୁ ହେଲମେଟ ବଂଟାଯାଇଥିଲା । ବାପୁଜୀ ନଗର ହେଲମେଟ ମୋବାଇଲ ଦୋକାନ ତରଫରୁ ସମସ୍ତ ହେଲମେଟ ଯୋଗାଇ ଦିଆଯାଇଥିଲା ।

ସେପଟେ, ଏହି ଅବସରରେ ଜେନାପୁର ପୁଲିସ ଓ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚଣ୍ତିଖୋଲ–ଡୁବୁରି ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ସଡ଼କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ମଞ୍ଚର ଆବାହକ ପଙ୍କଜ କୁମାର ମଲ୍ଲଙ୍କ ଅଧ୍ୟକ୍ଷତାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜେନାପୁର ଥାନା ଆଇଆଇସି ଆଶିଷ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଟ୍ରାଫିକ୍ ନିୟମ ପାଳନ କରିବାକୁ କହିଥିଲେ।

ମଞ୍ଚର ଉପଦେଷ୍ଟା ପରମାନନ୍ଦ ସାହୁ, ଅଭିମନ୍ୟୁ ନାୟକ, ଆବାହକ ସରୋଜକାନ୍ତ ବେହେରା ତଥା ସଭ୍ୟ ତପନ ମଲ୍ଲ ଯୋଗଦେଇଥିଲେ। ସଭ୍ୟ ମହେଶ୍ବର ପାତ୍ର ଟ୍ରାଫିକ ନିୟମ ମାନି ଚଳିବା ପାଇଁ ଶପଥପାଠ କରାଇଥିଲେ। ରାସ୍ତାରେ ବାଇକ୍‌ରେ ଦୁଇଟି ହେଲମେଟ ପିନ୍ଧି ଯାଉଥିବା ଆରୋହୀଙ୍କୁ ଫୁଲଚାରା ପ୍ରଦାନ କରାଯାଇଥିଲା। ସଚେତନ ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ସୌମ୍ୟରଂଜନ ପଣ୍ତା, ସନ୍ତୋଷ ରାଉତ, ସୌମ୍ୟରଂଜନ ସାହୁ, ଶକ୍ତିପ୍ରସାଦ ସାମନ୍ତ, ବାବୁଲି ରାଉତ, କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ସମେତ ବହୁ ସଦସ୍ୟ ସହଯୋଗ କରିଥିଲେ।

from Kanak News
via <a href="https://ifttt.com/?

ଦିଲ୍ଲୀ ହିଂସା ପଛରେ ରହିଛି ଗ୍ୟାଙ୍ଗଷ୍ଟରଙ୍କ ହାତ ! ପୋଲିସକୁ ଆକ୍ରମଣ ପଛରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲଖ ସଦାନ ଏବଂ ତାହାରର ଭୂମୀକା ଥିବା ସନ୍ଦେହ

ଗଣତନ୍ତ୍ର ଦିବସ ଅବସରରେ ୨୬ ଜାନୁଆରୀରେ ଦିଲ୍ଲୀ ରାସ୍ତାରେ ହୋଇଥିବା ହିଂସାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି | ଟ୍ରାକ୍ଟର ରାଲିରେ ବିଶୃଙ୍ଖଳା ଓ ପୁଲିସ କର୍ମୀଙ୍କୁ ଆକ୍ରମଣ ଘଟଣାରେ ଦିଲ୍ଲୀ ପୁଲିସ ଏବେ ଆକ୍ସନ ମୁଡ଼କୁ ଆସିଯାଇଛି | ଏହି ହିଂସାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟରଙ୍କ ଭୂମିକା ଥିବାର ଜଣାପଡିଛି | ଦିଲ୍ଲୀ ପୁଲିସର ସୂଚନା ମୁତାବକ କେନ୍ଦ୍ରୀୟ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ଗ୍ୟାଙ୍ଗଷ୍ଟର ଲଖ ସଦାନର ସମ୍ପୃକ୍ତି ଥିବାର ଜଣାପଡିଛି  |

ସୂଚନାନୁସାରେ, ଲଖ ସଦାନ ଏବଂ ତାହାର ସହଯୋଗୀମାନେ ଦିଲ୍ଲୀର କିଛି ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ | କେନ୍ଦ୍ରୀୟ ଦିଲ୍ଲୀରେ ଲଖ ସଦାନ ଓ ସହଯୋଗୀମାନେ କୃଷକ ଆନ୍ଦୋଳନର ଫାଇଦା ନେଇ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ | ସୂଚନା ମୁତାବକ ପଞ୍ଜାବରେ ଲଖ ସଦାନ ନାମରେ ୨୦ରୁ ଅଧିକ ମାମଲା ଥିବାବେଳେ କିଛି ଦିନ ହେଲା କୃଷକ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲା |

ଆଉ ଏବେ ଲଖ ସଦାନର ଭୂମିକା ଉପରେ ପୁଲିସ ତଦନ୍ତ କରୁଛି । ପୂର୍ବ ଦିଲ୍ଲୀ, ଦ୍ୱାରକା ଏବଂ ପଶ୍ଚିମ ଦିଲ୍ଲୀରେ ପୁଲିସ ଉପରେ ହୋଇଥିବା ଆକ୍ରମଣରେ ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ୧୩ ଟି ମାମଲା ପଞ୍ଜୀକୃତ କରିଛି | ସରକାରୀ ସମ୍ପତ୍ତି ନଷ୍ଟ, ପୁଲିସ ଉପରେ ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଲୁଟ୍ ଭଳି ସଂଗୀନ ଦଫାରେ ମାମଲା ରୁଜୁ କରାଯାଇଛି |

from Kanak News
via <a href="https://ifttt.com/?

Design a site like this with WordPress.com
Get started