ଆଇନର ପରିଭାଷା ଶିଖାଇ ଦେଲେ କଲେଜ ଛାତ୍ରୀ : ଦିନିକିଆ ଟ୍ରାଫିକ ଅଧିକାରୀ ସାଜିଲେ, ସଚ୍ଚୋଟତାର ପରିଚୟ ଦେଲେ; ହେଲମେଟ ପିନ୍ଧି ନଥିଲେ ବୋଲି ବାପାଙ୍କର ଚାଲାଣ କାଟିଲେ

କନକ ବ୍ୟୁରୋ : ଆଇନ ଆଖିରେ ସମସ୍ତେ ସମାନ । ଏ କଥାକୁ ପ୍ରମାଣିତ କରିଛନ୍ତି ଜଣେ ମହିଳା ପୋଲିସ କର୍ମଚାରୀ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଜ ବାପାଙ୍କ ଚାଲାଣ କାଟିବାକୁ ବି ପଛାଇ ନଥିଲେ ଏହି ମହିଳା ପୋଲିସ ଜଣଙ୍କ । ତେବେ ସେ ଦିନକ ପାଇଁ ଖାକି ବର୍ଦ୍ଦି ପିନ୍ଧିଥିଲେ ସତ ହେଲେ ତାଙ୍କର ଏଭଳି କାର୍ଯ୍ୟ ପ୍ରମାଣିତ କରିଦେଇଥିଲା କି ସେ ଅପରାଧୀ ହୁଅନ୍ତୁ ବା ସମ୍ପର୍କୀୟ ଅପରାଧ ସବୁବେଳେ ଅପରାଧ, ଆଇନ ଆଖିରେ ସମସ୍ତେ ସମାନ । ଆଇନ ଆଖିରେ ଧୂଳି ଦେଇ କେହିବି ଖସିପାରିବେ ନାହିଁ କି ଆଇନ ଠୁ ଉର୍ଦ୍ଧ୍ବରେ କେହି ନୁହେଁ ।

ସୂଚନା ମୁତାବକ, ଜାନୁୟାରୀ ୨୪ରେ କନ୍ୟା ଦିବସ ଅବସରରେ ଉତ୍ତରପ୍ରଦେଶର ଉସରାହର ଥାନା ଅଧିକାରୀ ଭାବେ ଆକାଂକ୍ଷା ଗୁପ୍ତା ଓ ଥାନା ସହ ଅଧିକାରୀ ଭାବେ କୃତିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଉଭୟ ଆକାଂକ୍ଷା ଓ କୃତି ଛାତ୍ରୀ ଥିବାବେଳେ ଉଭୟ ଦିନକ ପାଇଁ ଥାନା ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଆକାଂକ୍ଷା ଗୁପ୍ତା ଥାନା ଅଧିକାରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମେ ସମସ୍ତ ପୁଲିସ କର୍ମୀଙ୍କ ସହ ପରିଚିତ ହୋଇଥିଲେ । ଆଇନଶୃଙ୍ଖଳା ବ୍ୟବସ୍ଥା କିଭଳି ରହିଛି ସେ ବାବଦରେ ପଚାରି ବୁଝିଥିଲେ । ଏହା ପରେ ରାସ୍ତାଘାଟରେ ଯାଉଥିବା ବାଇକ ଓ କାର ଚାଳକମାନେ କିଭଳି ଟ୍ରାଫିକ ନିୟମକୁ ମାନୁଛନ୍ତି, ତାହାର ଅନୁଧ୍ୟାନ କରିବା ପାଇଁ ପୁଲିସ କର୍ମୀଙ୍କ ସହ ଗାଡି ଚେକିଂ କରୁଥିଲେ । ଆଉ ଏହି ସମୟରେ ଆକାଂକ୍ଷାଙ୍କ ବାପା ଅରବିନ୍ଦ ଗୁପ୍ତା ସେହି ବାଟ ଦେଇ ଯାଉଥିଲେ ।

ତେବେ ଆକାଂକ୍ଷାଙ୍କ ବାପା ବାଇକ ଚଳାଉଥିଲେ ବି ବିନା ହେଲମେଟରେ ଯାଉଥିଲେ । ଏହା ଦେଖି ଆକାଂକ୍ଷା ତାଙ୍କ ବାପାଙ୍କ ଠାରୁ ଚାଲାଣ କାଟିବା ସହ ହେଲମେଟ ପିନ୍ଧିବାକୁ ତାଗିଦ କରିଥିଲେ । ଏହାକୁ ନେଇ ଆକାଂକ୍ଷା କହିଛନ୍ତି, ଦିନିକିଆ ଦାୟିତ୍ୱ ନେଇ ସେ ବହୁତ ଖୁସି । ଜଣେ ପୁଲିସର କିଭଳି ଦାୟିତ୍ୱ ରହିଥାଏ, ତାହା ଜାଣିବାର ସୁଯୋଗ ମିଳିଥିଲା ।

from Kanak News
via <a href="https://ifttt.com/?

ଚାଇନା ଟିକା : ଯିଏ ନେଲା ପସ୍ତେଇଲା…ଚୀନ ଟିକାରେ ୭୩ଟି ପାର୍ଶ୍ବ ପ୍ରତିକ୍ରିୟା

କନକ ବ୍ୟୁରୋ: କରୋନା ଭୁତାଣୁ ଚୀନରୁ ବାହାରି ସମଗ୍ର ବିଶ୍ବକୁ କବଳିତ କରିଥିବା ବେଳେ ଚୀନ ଆଗୁଆ ଟିକା ବାହାର କରି ଓ କେତେକ ଦେଶକୁ ଯୋଗାଣ କରି ନିଜର ପାରିବାପଣିଆ ପ୍ରମାଣିତ କରିବାକୁ ବସିଥିଲା । ତେବେ ଚୀନର ଯୋଜନା ଫସର ଫାଟିଯାଇଛି । କାରଣ ଯିଏ ଚୀନଠାରୁ ଏହି ଟିକା କିଣିଛି ସେ ପସ୍ତାଇଛି ।

ଚୀନ ଦ୍ୱାରା ପ୍ରସ୍ତୁତ ସିନୋଭାକ ଟିକା କିଣିଥିବା ତୁର୍କୀ ଓ ବ୍ରାଜିଲ ଅଭିଯୋଗ କରିଛନ୍ତି ଯେ, ଚୀନ ପକ୍ଷରୁ ଏହି ଟିକା ସଂପର୍କିତ ତଥ୍ୟ ଠିକ ସମୟରେ ପ୍ରଦାନ କରାଯାଉନାହିଁ । ଫଳରେ ଟିକାର ସୁରକ୍ଷା ଯାଞ୍ଚ କରିବା ସମ୍ଭବ ହୋଇପାରୁ ନାହିଁ । ଫିଲିପାଇନ୍ସ ସରକାର ଚୀନଠାରୁ ଟିକା କିଣିଥିବାରୁ ସେଠାକାର ସାଂସଦମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେହିପରି ସିଂଗାପୁର ଓ ମାଲେସିଆରେ ମଧ୍ୟ ଲୋକମାନେ ଚୀନ ଟିକାକୁ ପ୍ରବଳ ବିରୋଧ କରୁଛନ୍ତି । ସିନୋଭାକ ଟିକାର ନିରାପତ୍ତା ସମ୍ପର୍କରେ ଯଥେଷ୍ଟ ତଥ୍ୟ ନ ଥିବାରୁ ଲୋକମାନେ ଏହି ଟିକାକୁ ନେବାକୁ ରାଜି ହେଉନାହାନ୍ତି । ଫଳରେ ଉଭୟ ଦେଶର ସରକାର ଲୋକମାନଙ୍କୁ ଆଶ୍ବାସନା ଦେଇଛନ୍ତି ଯେ ସଂପୂର୍ଣ୍ଣ ସୁରକ୍ଷା ଯାଞ୍ଚ ନ ହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ଟିକା ଦିଆଯିବ ନାହିଁ।

ତାଇଓ୍ବାନର ଏକ ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଚୀନର ଏହି ଟିକା ବିଶ୍ବରେ ସବୁଠୁ ଅସୁରକ୍ଷିତ ଟିକା । ଏଥିରେ ୭୩ଟି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି । ବିଶ୍ବର ପ୍ରାୟ ୨୪ଟି ବିକାଶଶୀଳ ଦେଶ ଚୀନରୁ ଟିକା ଆମଦାନୀ ପାଇଁ ଚୁକ୍ତି କରିଥିଲେ । ତେବେ ଚୀନର ଟିକା ପ୍ରଭାବୀ ହୋଇପାରି ନଥିବାବେଳେ ଚୀନ କମ୍ପାନିମାନେ ମଧ୍ୟ ଠିକ ସମୟରେ ଟିକା ଯୋଗାଇପାରୁନାହାନ୍ତି । ଏହାଫଳରେ ସଂପୃକ୍ତ ଦେଶମାନେ ସମସ୍ୟାରେ ପଡ଼ିଯାଇଛନ୍ତି । କିନ୍ତୁ ଏପରିସ୍ଥିତିରେ ଭାରତ ପକ୍ଷରୁ ଟିକା ଯୋଗାଣ ଆରମ୍ଭ କରାଯିବା ଅନେକ ଦେଶମାନଙ୍କୁ ଆଶ୍ବସ୍ତ କରିଛି । ବ୍ରାଜିଲ, କେତେକ ଦକ୍ଷିଣ-ପୂର୍ବ ଏସୀୟ ଓ ମଧ୍ୟ ଏସୀୟ ଦେଶ ଭାରତରୁ ଟିକା ଆମଦାନୀ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

from Kanak News
via <a href="https://ifttt.com/?

କୃଷକଙ୍କ ଟ୍ରାକ୍ଟର ରାଲି ନେଇ ବଡ ବୟାନ ରଖିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର । ସମ୍ବିତ ପାତ୍ର କହିଲେ, ଯାହାଙ୍କୁ ଅନ୍ନଦାତା କହୁଥିଲୁ, ଆଜି ସେମାନେ ଆତଙ୍କବାଦୀ ସାବ୍ୟସ୍ତ ହେଲେ

ମଙ୍ଗଳବାର ଦିନ ୩ଟି କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଗଠନର ଟ୍ରାକ୍ଟର ପରେଡ ହିଂସାତ୍ମକ ରୂପ ନେବା ପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଯେଉଁମାନଙ୍କୁ ଅନ୍ନଦାତା ବୋଲି ବିବେଚନା କରାଯାଉଥିଲା ସେମାନେ ଆଜି ଆତଙ୍କବାଦୀ ହୋଇଗଲେ | ଅନ୍ନଦାତାଙ୍କୁ ବଦନାମ ନ କରି ଆତଙ୍କବାଦୀଙ୍କୁ ଆତଙ୍କବାଦୀ ହିଁ କୁହନ୍ତୁ | ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି, ଯେଉଁମାନଙ୍କୁ ଆମେ ଅନେକ ଦିନ ଧରି ଅନ୍ନଦାତା ବୋଲି କହୁଥିଲୁ, ସେମାନେ ଆଜି ଆତଙ୍କବାଦୀ ବୋଲି ପ୍ରମାଣିତ ହେଲେ | ଅନ୍ନଦାତାଙ୍କୁ ଅସମ୍ମାନ କର ନାହିଁ, ଆତଙ୍କବାଦୀଙ୍କୁ ଆତଙ୍କବାଦୀ ବୋଲି କୁହାଯାଉ |

https://platform.twitter.com/widgets.jsବିଜେପି ମୁଖପାତ୍ର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଜଣେ ବିରୋଧକାରୀ ତ୍ରିରଙ୍ଗା ପତାକା ଫିଙ୍ଗିଥିବାର ନଜର ଆସିଛନ୍ତି। ସୂଚନା ଥାଉ କି କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଗତକାଲି ରାଜଧାନୀ ଦିଲ୍ଲୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନରତ ଚାଷୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀ ସେମାନଙ୍କ ପ୍ରଦର୍ଶନ ଲାଗି ପୁଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ କରାଯାଇଥିବା ଅଞ୍ଚଳ ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିଥିଲେ।

ଏହାପରେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ମୃଦୁଲାଠିଚାଳନା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନରତ କୃଷକ ଗତକାଲି ଅପରାହ୍ନରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା (ରେଡ ଫୋର୍ଟ) କମ୍ପ୍ଲେକ୍ସରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବା ପାଇଁ ଯିବାରୁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲାଲକିଲ୍ଲାର ଏକ ଫ୍ଲାଗପୋଲ ଉପରକୁ ଆନ୍ଦୋଳନକାରୀ କୃଷକମାନେ ଚଢ଼ି ଯାଇଥିବା ମଧ୍ୟ ଦେଖିବା ପାଇଁ ମିଳିଥିଲା। ଯେଉଁଠାରୁ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥାଆନ୍ତି ସେଇ ସ୍ଥାନକୁ ଚଢ଼ି ଯାଇ ଚାଷୀମାନେ ପତାକା ଉଡାଇଥିଲେ ।

from Kanak News
via <a href="https://ifttt.com/?

ହିଂସା ପରେ ଦିଲ୍ଲୀ ସମେତ ଲାଲକିଲ୍ଲା ପୁଲିସ ଛାଉଣୀ: ହରିୟାଣାରେ ହାଇଆଲର୍ଟ, ୩ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଇଂଟରନେଟ ସେବା ବନ୍ଦ; କୃଷକଙ୍କ ଆନ୍ଦୋଳନ ଜାରି, ହିଂସା ପରେ ସ୍ଥିତି ନିୟନ୍ତ୍ରଣରେ

କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି ହିଂସାକାଣ୍ଡରେ ୮୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୧୫ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇ ଆଲର୍ଟ । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏସବୁ ଭିତରେ ଟ୍ରାକ୍ଟର ରାଲିକୁ ସ୍ଥଗିତ କରିଛନ୍ତି ଚାଷୀ । ଏହାସହ ଚାଷୀ ପୂର୍ବରୁ ଧାରଣା ଦେଉଥିବା ସ୍ଥଳକୁ ଫେରିଛନ୍ତି । ତେବେ ଚାଷୀ ନିଜ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ । ସିଂଘୁ, ଗାଜିପୁର, ଟିକ୍ରି ଅଂଚଳରେ ଇଂଟରନେଟ ସେବାକୁ ମଧ୍ୟ ସାମୟିକ ଭାବେ ବନ୍ଦ କରାଯାଇଥିଲା ।

ଏବେ ନଜର ପକାନ୍ତୁ ଚାଷୀ ହିଂସା ପରେ କଣ ରହିଛି ଅପଡେଟ୍

-ହିଂସା ପରେ ଦିଲ୍ଲୀ ସମେତ ଲାଲକିଲ୍ଲା ପୁଲିସ ଛାଉଣୀ

-ସମ୍ବେଦନଶୀଳ ଅଂଚଳରେ ପୁଲିସ ସହ ସିଆରପିଏଫର ୧୫ କମ୍ପାନୀ ମୁତୟନ

-୮୦ରୁ ଅଧିକ ପୁଲିସ କର୍ମୀ ଆହତ, ୧୫ ମାମଲା ରୁଜୁ

-ଲାଲକିଲ୍ଲା ମେଟ୍ରୋ ଷ୍ଟେସନରେ ପ୍ରବେଶ ପଥ ବନ୍ଦ

-ହରିୟାଣାରେ ହାଇଆଲର୍ଟ, ୩ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଇଂଟରନେଟ ସେବା ବନ୍ଦ

-କୃଷକଙ୍କ ଆନ୍ଦୋଳନ ଜାରି, ହିଂସା ପରେ ସ୍ଥିତି ନିୟନ୍ତ୍ରଣରେ

-ଚାଷୀଙ୍କ ବୈଠକ ପରେ ଘୋଷଣା ହେବ ପରବର୍ତ୍ତୀ ରଣନୀତି

ସେପଟେ, ଦିଲ୍ଲୀ ହିଂସାକାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କୀ ଖଲିସ୍ତାନୀ ସଂଗଠନର ହାତ ଥିବା ନେଇ ଗୁଇନ୍ଦା ରିପୋର୍ଟ ଥିବା ଗୋଟିଏ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇବାକୁ ଆଇଏସଆଇ ପକ୍ଷରୁ ବାବର ଖାଲସାର ଜର୍ମାନ ଶାଖାକୁ ୫ କୋଟି ଦିଆଯାଇଥିଲା ବୋଲି ଏହି ଖବରରେ କୁହାଯାଇଛି । ଡିପ୍ ସିଦ୍ଧୁ ନାମରେ ଜଣେ ବ୍ୟକ୍ତିଙ୍କ ନାମ ଚର୍ଚ୍ଚାକୁ ଆସିଛି । ଯଦିଓ ଡିପ୍ ସିଦ୍ଧୁ ଜଣେ ଚାଷୀ ନେତା ତେବେ ଏହି ବ୍ୟକ୍ତି ଜଣକ ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି କିଛି ଚାଷୀନେତା ଅଭିଯୋଗ କରିଛନ୍ତି । ଏହାସହ ସରକାରୀ ସଂସ୍ଥା ଉପରେ ମଧ୍ୟ ଦୋଷ ଲଦିଛନ୍ତି ଆଉ କିଛି ଚାଷୀ ନେତା ।

from Kanak News
via <a href="https://ifttt.com/?

ପ୍ରତାରଣା କରି ଛାଡି ପଳାଇଲେ ସ୍ତ୍ରୀ : କୋର୍ଟର ଦ୍ୱାରସ୍ଥ ହେଲେ ସ୍ୱାମୀ; ଆଶ୍ୱାସନା ଦେଇ କୋର୍ଟ କହିଲେ,‘ପତ୍ନୀଙ୍କୁ ଭୁଲିଯାଅ ଆଉ ଜଣଙ୍କୁ ଖୋଜ’

କନକ ବ୍ୟୁରୋ :  ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ । ଆଉ ଏହାକୁ ନେଇ ଅଭିଯୋଗକାରୀ ସ୍ୱାମୀଙ୍କୁ କୋର୍ଟ ଏଭଳି ଆଶ୍ୱାସନା ଦେଇଛନ୍ତି ଯେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିହାରର ରାଜଧାନୀ ପାଟନାରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି । ପାଟନା ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ବିଚାରପତି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ଅସନ୍ତୁଷ୍ଟ ସ୍ୱାମୀଙ୍କୁ କହିଛନ୍ତି ଯେ, ପର ଲୋକ ସହ ପଳାଇଯାଇଥିବା ପତ୍ନୀକୁ ଭୁଲିଯାଅ ଓ ଆଉ ଜଣଙ୍କୁ ଖୋଜ’ । ସୀତାମାଢି ଅଂଚଳର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ନାମରେ ପ୍ରତାରଣା ଅଭିଯୋଗ କରିଥିଲେ ।

ଏହି ଘଟଣାର ଶୁଣାଣି କରି ବିଚାରପତି ପି.କେ ଝା, ହତାଶ ସ୍ୱାମୀଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି ଯେ, ‘ଅନ୍ୟ ପୁରୁଷ ସହ ଚାଲିଯାଇଥିବା ପତ୍ନୀଙ୍କୁ ଭୁଲିଯାଅ ଏବଂ ବର୍ତ୍ତମାନ ଅନ୍ୟ ଜଣେ ଝିଅକୁ ଖୋଜ’। ଅଭିଯୋଗ ମୁତାବକ ୨୫ ବର୍ଷୀୟ ନଗେନ୍ଦ୍ର ଜୟସ୍ବାଲଙ୍କର ବିବାହ ୨୦୧୭ ମସିହାରେ ତାନିଆ ନାମକ ଯୁବତୀଙ୍କ ସହ ହୋଇଥିଲା । ବିବାହ ପରେ ଯୁବତୀ ଜଣକ ନିଜ ସ୍ୱାମୀଙ୍କ ସହ ଶାଶୂଘର ନାଗପୁରକୁ ଯାଇଥିଲେ । ସେଠାରେ ତାନିଆ ଉଚ୍ଚଶିକ୍ଷା କରିବାକୁ ସ୍ୱାମୀଙ୍କ ଆଗରେ କହିଥିଲେ । ଆଉ ସ୍ୱାମୀ ବି ପତ୍ନୀଙ୍କ ଇଛାକୁ ସମ୍ମାନ ଦେଇ ଏକ କଲେଜରେ ନାମ ଲେଖାଇଦେଇଥିଲେ । ତେବେ ୨୦୨୦ ଏପ୍ରିଲ ୨୨ରେ ତାନିଆ ନିଜ ବାପା ଘରକୁ ଯାଇ ନିଖୋଜ ହୋଇଯାଇଥିଲେ ।

ସ୍ୱାମୀ, ସ୍ତ୍ରୀଙ୍କୁ ଯେତେ ଖୋଜିଥିଲେ ବି ପାଇନଥିଲେ । ଏହାର କିଛି ଦିନ ପରେ ଜଣାପଡିଥିଲା ଯେ ତାନିଆ, ଆଉ ଜଣେ ଯୁବକ ରାଜେଶ କୁମାରଙ୍କ ସହ ବିବାହ କରିନେଇଛନ୍ତି । ରାଜେଶଙ୍କୁ ସେ ସ୍କୁଲ ସମୟରୁ ଭଲ ପାଉଥିଲେ ବୋଲି ସ୍ୱାମୀଙ୍କୁ ଜଣାଇଦେଇଥିଲେ । ଆଉ ଏସବୁ ବାବଦରେ ସ୍ୱାମୀ ପାଟନାରେ ଅଭିଯୋଗ କରିଥିଲେ । ଏହା ପରେ ମାମଲା ଯେତେବେଳେ କୋର୍ଟରେ ପହଞ୍ଚିଥିଲା, ସେତେବେଳେ ବିଚାରପତି ତାନିଆଙ୍କୁ ଜାମିନ ଦେଇ ପୂର୍ବ ସ୍ୱାମୀ ନଗେନ୍ଦ୍ରଙ୍କୁ ଏଭଳି ଆଶ୍ୱାସନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଭିତରକନିକାରେ ବଢ଼ିଲା ଧଳା କୁମ୍ଭୀରଙ୍କ ସଂଖ୍ୟା: ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠୁ ଅଧିକ; ୧୮ ଫୁଟର ଅଣ୍ଡିରା ଓ ୧୬ ଫୁଟର ମାଈ ଧଳା କୁମ୍ଭୀର ଠାବ

କନକ ବ୍ୟୁରୋ: ଭିତରକନିକାରେ ବଢ଼ିଲା ଧଳା କୁମ୍ଭୀରଙ୍କ ସଂଖ୍ୟା । ଗଣନାରୁ ଜଣାପଡ଼ିଲା ଭିତରକନିକାରେ ଅଛନ୍ତି ୧୬ଟି ଧଳା କୁମ୍ଭୀର । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ନଦୀ, ନାଳରେ ୧୬ଟି ଧଳା ବଉଳା କୁମ୍ଭୀର ଅଛନ୍ତି । ଯାହାକି ପ୍ରାକୃତିକ ପରିବେଶରେ ବିଶ୍ୱରେ ସବୁଠାରୁ ଅଧିକ । ଏଠାରେ ୧୮ ଫୁଟ ଲମ୍ବର ଧଳା ଅଣ୍ଡିରା ବଉଳା କୁମ୍ଭୀର ଥିବା ବେଳେ କାଳିଭଂଜଡ଼ିଆ ନିକଟରେ ୧୬ ଫୁଟର ମାଈ ବଉଳା କୁମ୍ଭୀର ଅଛନ୍ତି ।

ଚଳିତବର୍ଷ ଭିତରକନିକାରେ କୁମ୍ଭୀର ଗଣନାରୁ ଏହା ଜଣାପଡ଼ିଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ଚଳିତ ମାସ ୧୫ରୁ ୨୩ ତାରିଖ ଯାଏଁ ବଉଳା କୁମ୍ଭୀର ଗଣନା କରାଯାଇଥିଲା । ଗତବର୍ଷ ଭିତରକନିକାରେ ୧୫ଶହ ୫୭ କୁମ୍ଭୀର ଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୧୭୬୮କୁ ବୃଦ୍ଧି ପାଇଛି । ଏଥି ସହିତ ଗତବର୍ଷ ଭିତରକନିକାରେ ୧୫ଟି ଧଳା ବଉଳା କୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।

from Kanak News
via <a href="https://ifttt.com/?

ମୋ ସ୍କୁଲ ଅଭିଯାନ : ବାଲେଶ୍ବର ରାଜ୍ୟରେ ପ୍ରଥମ; ପାଣ୍ଠି ସଂଗ୍ରହରେ ଭୋଗରାଇ ବ୍ଲକ୍‌ ଜିଲ୍ଲାରେ ପ୍ରଥମ

କନକ ବ୍ୟୁରୋ : ମୋ ସ୍କୁଲ ଅଭିଯାନରେ ବାଲେଶ୍ବର ଜିଲ୍ଲା ରାଜ୍ୟର ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିଛି । ଜିଲ୍ଲାରୁ ମୋଟ ୩ କୋଟି ୩୨ ଲକ୍ଷ ୧୦ ହଜାର ୧୧୭ଟଙ୍କା ପାଣ୍ଠି ସଂଗ୍ରହ କରାଯାଇ ମୋ ସ୍କୁଲ ଅଭିଯାନରେ ଜମା କରାଯାଇଛି । ବାହାନଗା ବ୍ଲକରେ ୩ ଲକ୍ଷ ୪୯ ହଜାର ୭୧୦ ଟଙ୍କା, ବାଲିଆପାଳ ବ୍ଲକ ୧୪ ଲକ୍ଷ ୬୩ ହଜାର ୪୦୨ ଟଙ୍କା, ବସ୍ତା ବ୍ଲକ ୩୬ ଲକ୍ଷ ୬୬ ହଜାର ୯୯୯ ଟଙ୍କା, ଭୋଗରାଇ ବ୍ଲକ ୧ କୋଟି ୪୬ ଲକ୍ଷ ୯୧ହଜାର ୫୩୭ ଟଙ୍କା, ଜଳେଶ୍ବର ବ୍ଲକ ୨୧ ଲକ୍ଷ ୩୫ ହଜାର ୪୬୦ ଟଙ୍କା, ଖଇରା ବ୍ଲକ ୨୧ ଲକ୍ଷ ୯୦ ହଜାର ୪୩୬ ଟଙ୍କା, ନୀଳଗିରି ବ୍ଲକ ୧୧ ଲକ୍ଷ ୫୧ ହଜାର ୧୬୦ ଟଙ୍କା, ଔପଦା ବ୍ଲକ ୯ ଲକ୍ଷ ୧୭ ହଜାର ୧୪୮ ଟଙ୍କା, ରେମୁଣା ବ୍ଲକ ୨୧ ଲକ୍ଷ ୪୯ ହଜାର ୨୭୮ ଟଙ୍କା, ସଦର ବ୍ଲକ ୨୨ ଲକ୍ଷ ୨୩ ହଜାର ୮୮୧ ଟଙ୍କା, ସିମୁଳିଆ ବ୍ଲକ ୧୦ ଲକ୍ଷ ୧୪ ହଜାର ୫୧୧ ଟଙ୍କା ଏବଂ ସୋର ବ୍ଲକରୁ ୧୨ ଲକ୍ଷ ୬୭ ହଜାର ୫୯୫ ଟଙ୍କା ପାଣ୍ଠି ସଂଗ୍ରହ କରାଯାଇ ପୂର୍ବପରି ବାଲେଶ୍ବର ଜିଲ୍ଲାକୁ ୨୧ ତମ କାର୍ଯ୍ୟକାରୀ ପରିଷଦ ବୈଠକରେ ରାଜ୍ୟର ପ୍ରଥମ ସ୍ଥାନ ମାନ୍ୟତା ମିଳିଛି।

ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ଉକ୍ତ ଅର୍ଥରାଶିକୁ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲ୍ଲାସ୍ତରୀୟ ବୈଠକରେ ଅନୁମୋଦନ କରିଛନ୍ତି । ଜିଲ୍ଲାର ସମସ୍ତ ବିଦ୍ୟାଳୟ ସହ ଯୋଡ଼ି ହୋଇଥିବା ଦାତାବୃନ୍ଦ ତଥା ପୁରାତନ ଛାତ୍ର ଆଲୁମିନିଙ୍କର ମିଳିତ ଉଦ୍ୟମରେ ସଂଗୃହୀତ ହୋଇଥିବା ପାଣ୍ଠିକୁ ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ଖର୍ଚ୍ଚ କରାଯିବ । ଏହି ସଫଳତା ପାଇଁ ସମସ୍ତ ବିଇଓ, ଏବିଇଓ, ବିଆରସିସି, ସିଆରସିସି ଏବଂ ପ୍ରଧାନଶିକ୍ଷକ ତଥା ସମସ୍ତ ଦାତାବୃନ୍ଦକୁ ଧନ୍ୟବାଦ ଜ୍ଞାନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ରଂଜନ କୁମାର ଗିରି। ଏଥିସହ ଜିଲ୍ଲା ଶିକ୍ଷାଧିକାରୀ ଭୋଗରାଇ ବ୍ଲକର ବିଇଓ ଭଗିରଥୀ ଗିରି, ଏବିଇଓ ମିହିର କୁମାର ପ୍ରଧାନଙ୍କୁ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ସେହିପରି ବାଲିଆପାଳ ବ୍ଲକର ବିଇଓ ନାରାୟଣ ଚନ୍ଦ୍ର ଦାସ, ଏବିଇଓ ଦୁଃଖୀଶ୍ୟାମ ଦାସଙ୍କୁ ପ୍ରଶଂସା କରାଯାଇଛି ।

from Kanak News
via <a href="https://ifttt.com/?

ଭଦ୍ରକରେ ଚାଲିଛି ବେଆଇନ ବାଲିଚାଲାଣ । ବିନା ଟେଣ୍ଡରରେ ବୈତରଣୀ ପଠାରୁ ଲୁଟ୍ ହେଉଛି ଶହ ଶହ ଟ୍ରକ୍ ବାଲି । ସବୁ ଦେଖି ଜିଲ୍ଲା ପ୍ରଶାସନ ଚୁପ ରହିଥିବା ଅଭିଯୋଗ

କନକ ବ୍ୟୁରୋ: ଭଣ୍ତାରିପୋଖରୀ ତହସିଲ ଅଧିନ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିଲେ ସୁଦ୍ଧା ପ୍ରଶାସନ ଏହାକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। କେତେବେଳେ କେମିତି ନାମକୁମାତ୍ର ରାଜସ୍ବ ଅଧିକାରୀ କିମ୍ବା ପୁଲିସ ଅଧିକାରୀମାନେ ରାସ୍ତାରୁ କେତୋଟି ବାଲି ଗାଡି ଧରି ବାହାବା ନେଉଛନ୍ତି ସତ, ହେଲେ ପ୍ରକୃତ ବାଲି ମାଫିଆଙ୍କ ନିକଟରେ ଏମାନେ ପହଞ୍ଚି ପାରୁନହାଁନ୍ତି । ଯେଉଁଥିପାଇଁ ଦିନରାତି ନଦୀର ବିଭିନ୍ନ ସ୍ଥାନରୁ ବାଲି ଉତ୍ତୋଳନ ସହିତ ଚୋରା ଚାଲାଣ ମଧ୍ୟ ହେଉଛି। ଏପରିକି ପ୍ରଶାସନିକ ଅଧିକାରୀଙ୍କ ସ୍ଥାଣୁତା ଯୋଗୁ ପଡୋଶୀ ଯାଜପୁର ଜିଲ୍ଲାର ବାଲିମାଫିଆମାନେ ଭଣ୍ତାରିପୋଖରୀ ସୀମାକୁ ମାଡି ଆସି ଶହ ଶହ ଟ୍ରିପ୍‌ ବାଲି ଚୋରାଇ ନେଉଛନ୍ତି।

ସୂଚନା ମୁତାବକ ଆଖୁଆପଦା ପୋଲର ଉପରିଭାଗ ପ୍ରାୟ ୩୦୦ମିଟର ଦୂରକୁ ଗଲେ ପଡିଥାଏ ବ୍ରଜରାଜନଗର। ବର୍ତ୍ତମାନ ତହସିଲ ଅଧିନରେ ସ୍ଥାନୀୟ କୌଣସି ବାଲିଖାଦାନ ଚାଲିନଥିବାବେଳେ ଦୀର୍ଘଦିନ ହେବ ଅପରପକ୍ଷ ବ୍ରଜରାଜନଗର ପକ୍ଷରୁ ଅତ୍ୟାଧୁନିକ ମେସିନ ଲଗାଯାଇ ବାଲିଚାଲାଣ କରାଯାଉଛି। ଆଶ୍ଚର୍ୟ୍ୟର କଥା ଯାଜପୁର ଜିଲ୍ଲା କୋରେଇ ତହସିଲ ଅଧିନ ବୈତରଣୀ ନଦୀର ବ୍ରଜରାଜନଗର ସୀମାକୁ ପ୍ରଶାସନ ବାଲି ଉତ୍ତୋଳନ ପାଇଁ ନିଲାମ ଦେଇନଥିବା ସ୍ଥଳେ ସେମାନେ ବେଆଇନ ଭାବେ ବାଲିଚାଲାଣ କରୁଛନ୍ତି। ଏପରିକି ସୀମାଟପି ଭଣ୍ତାରିପୋଖରୀ ତହସିଲ ଅଧିନ ଯଶୋଟିକିରି ଓ ନେରଡା ଆଡକୁ ମଧ୍ୟ ମାଡି ଆସୁଛନ୍ତି।

from Kanak News
via <a href="https://ifttt.com/?

ପ୍ରସଙ୍ଗ ଏକ ହେଲେ ବିରୋଧର ତରିକା ଅଲଗା ! ଚାଷୀଙ୍କୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର କଡ଼ା ସମାଲୋଚନା । କେନ୍ଦ୍ରକୁ ଆଙ୍ଗୁଠି ଦେଖାଇଲେ କଂଗ୍ରେସ ଏବଂ ବିଜେଡି

କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ସାରା ଦେଶରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳମାନେ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଗତକାଲି ଗଣମାଧ୍ୟମ ସାମ୍ନାରେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିବାକୁ ଭୁଲିନାହାନ୍ତି। ଫଳରେ ସାଧାରଣତନ୍ତ୍ର ଦିବସରେ ବି ଚାଷୀ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଛି।

ବିଜେପି ସଭାପତି ସମୀର ମହାନ୍ତି ଗତକାଲି ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଓଡିଶାର ଚାଷୀ ଆଜି କଷଣ ଭିତରେ ଅଛି। ରାଜ୍ୟର ଶହ ଶହ ମଣ୍ଡିରେ ଧାନ ଥୁଆ ହୋଇଛି। ଲୋକେ ଦିନ ଦିନ ଧରି ଧାନ ବିକ୍ରି ପାଇଁ ଅପେକ୍ଷା କରି ରହିଛନ୍ତି। କେଉଁଠି ଟୋକନ୍ ସମୟ ସୀମା ସରିଗଲାଣି ତ ଆଉ କେଉଁଠି ଜିଲ୍ଲା ପାଇଁ ସରକାରଙ୍କ କୋଟା ପୂରଣ ହୋଇଯାଇଛି। ଯେତେ ଅଭିଯୋଗ କଲେ ବି ସରକାରଙ୍କ କାନରେ ପଶୁନାହିଁ।

ଚାଷୀ ଆନ୍ଦୋଳନ ସଂପର୍କରେ ବିଜେପି ନେତା ଐର ଖାରବେଳ ସ୍ବାଇଁ କହିଛନ୍ତି ଯେ, ଗୋଟିଏ ଦୁଇଟି ରାଜ୍ୟର ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ଅଛନ୍ତି। ଚାଷୀମାନେ ଯଦି ଆଇନରେ କିଛି ଭୁଲ ବାହାର କରୁଛନ୍ତି, ତେବେ ସ୍ପଷ୍ଟ ଭାବେ କହିଲେ, ସେଥିରେ ସଂଶୋଧନ ଅଣାଯିବ। କିନ୍ତୁ କିଛି ବି ଭୁଲ୍ ନ ଦେଖି କେବଳ ଆଇନ ପ୍ରତ୍ୟାହାର ପାଇଁ ଦାବି କରିବା କେମିତିକା କଥା? ଯଦି ଏହା ପ୍ରତ୍ୟାହାର କରାଯିବ, ଆଗକୁ ଯେଉଁ ବିଲ୍ ପାସ୍ ହେବ, ତାକୁ ଆଉ ଦଳେ ଆସି କହିବେ ପ୍ରତ୍ୟାହାର କର। ଏମିତି ହେଲେ, ଶାସନ ବ୍ୟବସ୍ଥାଟି କେମିତି ଚାଲିବ? ସେହିଭଳି ଏହି ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନେଇ ମଧ୍ୟ ଶ୍ରୀ ସ୍ବାଇଁ କଟାକ୍ଷ କରିଛନ୍ତି। କହିଛନ୍ତି, ଚାଷୀ ପ୍ରସଙ୍ଗରେ ବିଜେଡିର କିଛି ମତ ନାହିଁ। ଅନ୍ନଦାତା କହିଦେଲେ ଭାବୁଛନ୍ତି ଚାଷୀଙ୍କ ଭୋଟ ମିଳିଯିବ। କହିବା କଥା ବୋଲି କହୁଛନ୍ତି। କିଛି ବିଚାର ନାହିଁ କି ଦୂରଦୃଷ୍ଟି ବି ନାହିଁ।
ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ବୟାନବାଜିରେ ନିଜକୁ ସାମିଲ କରିଛନ୍ତି।

ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଭାରତ ଏକ କୃଷି ପ୍ରଧାନ ଦେଶ। ଚାଷୀ ହେଉଛନ୍ତି ଦେଶର ଅନ୍ନଦାତା । ଯେଉଁ ତିନିଟି କୃଷି ବିଲ୍ ଆସିଛି ତାହା ମୁଷ୍ଟିମେୟ ଓ ପୁଞ୍ଜିପତିମାନଙ୍କର ସ୍ବାର୍ଥରେ। ତେଣୁ ଏହା ଠିକ୍ ନୁହେଁ। ଏହି ବିଲ୍ କର୍ପୋରେଟ ମାନଙ୍କର ଲାଭ ପାଇଁ ହୋଇଛି। ଏହା କେନ୍ଦ୍ର ସରକାର ବୁଝିବା ଦରକାର। ବିଜେଡି ବି ଏହି ପ୍ରସଙ୍ଗରେ ମତ ରଖି ନିଜର ଅସନ୍ତୋଷ ଝାଡ଼ିଛି। ବିଜେଡି ସାଧାରଣ ସଂପାଦକ (ମୁଖ୍ୟାଳୟ) ସଂଜୟ ଦାସବର୍ମା କହିଛନ୍ତି ଯେ କେହି ଏକଥା ଭୁଲିବା ଉଚିତ୍ ନୁହେଁ ଯେ ଭାରତ ବର୍ଷର ଚାଷୀମାନଙ୍କ ପାଇଁ ରାଜ୍ୟ ତଥା ଦେଶ ସମୃଦ୍ଧ ହୋଇଛି। କୃଷକ ମାନଙ୍କୁ ଛାଡି ଦେଶର ବିକାଶ ଚିନ୍ତା କରାଯାଇ ପାରିବ ନାହିଁ।

from Kanak News
via <a href="https://ifttt.com/?

ଗାଁ ଗୌରବ ଅସ୍ତରଙ୍ଗର ଶୋଭାକର ବେହେରା: ୨୭ ବର୍ଷ ହେଲା ପରିବେଶ ଓ ଜୀବଜନ୍ତୁଙ୍କ ସୁରକ୍ଷାରେ ଜୀବନକୁ ଉତ୍ସର୍ଗ କରିଛନ୍ତି ଉଚ୍ଚଶିକ୍ଷିତ ଯୁବକ

କନକ ବ୍ୟୁରୋ: ପରିବେଶ ପାଇଁ ୨୭ ବର୍ଷ । ଆଜିକାଲିର ଯୁବପିଢୀ ସରକାରୀ ଚାକିରୀ ପଛରେ ଧାଉଁଥିବା ବେଳେ ଉଚ ଶିକ୍ଷିତ ଯୁବକ ଶୋଭାକର ବେହେରା ଅନେକ ସରକାରୀ ଚାକିରୀକୁ ପ୍ରତ୍ୟାଖାନ କରିଛନ୍ତି । ପରିବେଶ ଓ ଜୀବ ସୁରକ୍ଷାରେ ନିଜକୁ ଉତ୍ସର୍ଗ କରିଛନ୍ତି । ପ୍ରାକୃିତକ ପରିବେଶ ଓ ଜୀବଜନ୍ତୁଙ୍କୁ ଭଲ ପାଉଥିବା ଦରଦୀ ମଣିଷ ଶୋଭାକରଙ୍କୁ ନେଇ ଗର୍ବ କରନ୍ତି ତାଙ୍କ ଗ୍ରାମବାସୀ ।

ପୁରୀ ଅସ୍ତରଙ୍ଗ ବ୍ଳକ ଗୁଣ୍ଡଳବା ଗାଁର ଶୋଭାକର ବେହେରା । ପ୍ରାକୃତିକ ଶୋଭାରାଜିକୁ ଭଲ ପାଉଥିବା ମଣିଷ ଶୋଭାକର । ସବୁଜ ବନାନୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ୨୭ ବର୍ଷ ହେଲା ନିଜକୁ ଉତ୍ସର୍ଗ କରିଛନ୍ତି ଏହି ବ୍ୟକ୍ତି । ଗାଁ ପଛ ପଟେ ଥିବା ସୋର୍ଣ୍ଣାଭ ବେଳାଭୂମୀ ଏବଂ ଝାଉଁ ଜଙ୍ଗଲ ତାଙ୍କୁ ପ୍ରକୃତିକୁ ଭଲ ପାଇବା ଶିଖାଇ ଦେଇଛି । ଅଲିଭ ରିଡେଲ କଇଁଛ, ଡଲଫିନ୍ ଓ ଅନ୍ୟ ଜଳଜୀବଙ୍କ ସୁରକ୍ଷା ପାଇଁ ଅନବରତ କାମ କରୁଥିବା ଏହି ବ୍ୟକ୍ତି, ଜୀବସୁରକ୍ଷା କର୍ମୀ ଭାବେ ଘରେ ଘରେ ପରିଚିତ ।

ପ୍ରକୃତିକୁ ଭଲ ପାଉଥିବାରୁ ଶୋଭାକରଙ୍କୁ ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ସମ୍ମାନିତ କରାଯାଇଛି । ଅନେକ ସମୟରେ ବିଭିନ୍ନ ଦେଶ ବିଦେଶର ଗବେଶକମାନେ ଶୋଭାକରଙ୍କ ପାଖକୁ ଆସି ସାମୁଦ୍ରିକ ଜୀବଙ୍କ ଜୀବନ ଶୈଳି ବାବଦରେ ପଚାରି ବୁଝିଥାନ୍ତି । ତାଙ୍କର ଏପରି କାମ ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ବନ୍ୟପ୍ରାଣୀ ତତ୍ୱାବଧାରକ ପଦବୀରେ ଦୁଇବର୍ଷ ହେବ ନିଯୁକ୍ତି ଦିଆଯାଇଛି ।

ଶୋଭାକର ନିଜେ ପରିବେଶ ପାଇଁ କାମ କରିବା ସହ ତାଙ୍କ ନେତୃତ୍ୱର ବହୁ ମହିଳା ସଂଗଠନ ତିଆରି କରିଛନ୍ତି । ଅସ୍ତରଙ୍ଗ ବ୍ଳକର ବିଭିନ୍ନ ସମୁଦ୍ର କୂଳିଆ ଗାଁର ମହିଳାଙ୍କୁ ନେଇ ଗଠନ ହୋଇଥିବା ସଂଗଠନର ମହିଳାମାନେ ପାଳି କରି ଜଙ୍ଗଲକୁ ସୁରକ୍ଷା ଦେବା ସହ ଜାହାନିଆଁ ପର୍ଯ୍ୟଟନ ସ୍ଥଳର ସଫେଇ କାମ କରୁଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started