ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ଉଜ୍ୱଳ ଆକଳନ କଲା ଆଇଏମଏଫ: ୨୦୨୧ରେ ୧୧.୫% ଅଭିବୃଦ୍ଧି ନେଇ ଆକଳନ

କନକ ବ୍ୟୁରୋ: ଭାରତର ଆର୍ଥିକ ଅଭିବୃଦ୍ଧି ନେଇ ଉଜ୍ୱଳ ଆକଳନ କଲା ଆଇଏମଏଫ । ଏଥିରେ ୨୦୨୧ରେ ୧୧ ଦଶମିକ ୫ ପ୍ରତିଶତ ଅଭିବୃଦ୍ଧି ନେଇ ଆକଳନ ହୋଇଛି । ଏହାସହ ଅଭିବୃଦ୍ଧି ହାରରେ ଦୁଇଅଙ୍କ ଛୁଇଁବାରେ ଚଳିତବର୍ଷ ଭାରତ ଏକମାତ୍ର ଦେଶ ପାଲଟିବ ବୋଲି କୁହାଯାଇଛି ।

ଅନ୍ୟପଟେ, ନିକଟରେ ପ୍ରକାଶ ପାଇଥିବା ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବିଶ୍ୱବ୍ୟାଙ୍କର ଆକଳନ ଅନୁସାରେ, କରୋନା କେବଳ ଲୋକଙ୍କ ଜୀବନ ନେଉନାହିଁ; ବଞ୍ଚିଥିବା ଲୋକମାନଙ୍କୁ ଗରିବ ମଧ୍ୟ କରିଦେଉଛି। ଲୋକଙ୍କ ଚାକିରି ଚାଲିଯିବା ସହିତ ରୋଜଗାର କମିଯାଉଛି। ଏଥିପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଚରମ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ। ବିଶ୍ବ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ନୂଆ ଆକଳନରେ ଏହା କୁହାଯାଇଛି। ବିଶ୍ବ ବ୍ୟାଙ୍କ ପକ୍ଷରୁ ଗତବର୍ଷ ଅକ୍ଟୋବରରେ କରାଯାଇଥିବା ସଂଖ୍ୟା ଠାରୁ ଏହା ଅଧିକ।

ବିଶ୍ବ ଅର୍ଥନୈତିକ ଦୃଶ୍ୟପଟରୁ ଗତବର୍ଷ ଜୁନ୍‌ର ଅଭିବୃଦ୍ଧିକୁ ବିଚାରକୁ ନେଇ ୨୦୨୦ ଅକ୍ଟୋବରରେ ବିଶ୍ବବ୍ୟାଙ୍କ ଦାରିଦ୍ର୍ୟ ଉପରେ କରୋନା ପ୍ରଭାବ ଉପରେ ଏକ ଆକଳନ କରିଥିଲା। ଏଥିରେ କରୋନା ପାଇଁ ୨୦୨୦ରେ ୮.୮ କୋଟିରୁ ୧୧.୫ କୋଟି ଲୋକ ଗରିବ ହୋଇଯିବେ ବୋଲି ବିଶ୍ବବ୍ୟାଙ୍କ କହିଥିଲା। କିନ୍ତୁ ଚଳିତମାସରେ ବିଶ୍ବବ୍ୟାଙ୍କ ଏହାର ସଦ୍ୟତମ ଆକଳନ ପ୍ରକାଶ କରିଛି। ଏଥିରେ କରୋନା ପାଇଁ ବିଶ୍ବରେ ୧୧.୯ କୋଟିରୁ ୧୨.୪ କୋଟି ଲୋକ ଗରିବ ହୋଇଯିବେ ବୋଲି କୁହାଯାଇଛି। ୨୦୨୦ ମସିହାରେ ବିଶ୍ବରେ ଦେଖାଦେଇଥିବା ଦାରିଦ୍ର୍ୟ ବୃଦ୍ଧି ସତରେ ଅପ୍ରତ୍ୟାଶିତ ବୋଲି ବିଶ୍ବ ବ୍ୟାଙ୍କ ଟିପ୍ପଣୀ କରିଛି। କରୋନା ହୋଇ ନଥିଲେ ବିଶ୍ବରେ କେତେ ଲୋକ ଗରିବ ହୋଇଥା‌ନ୍ତେ ଏବଂ କରୋନା ହେବା କାରଣରୁ କେତେ ଲୋକ ଗରିବ ହୋଇଛନ୍ତି ତାହାର ପ୍ରାର୍ଥକ୍ୟକୁ କରୋନା ପାଇଁ ନୂଆ ଗରିବ ବୋଲି ହିସାବ କରାଯାଇଛି।

from Kanak News
via <a href="https://ifttt.com/?

କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ଧଳା ଜହର ଜବତ: ଭଦ୍ରକ ଚାନ୍ଦବାଲି ରୋଡରେ ଏକ କେଜିରୁ ଅଧିକ ବ୍ରାଉନସୁଗାର ଜବତ କଲା ଏସଟିଏଫ

କନକ ବ୍ୟୁରୋ: କୋଟିଏରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ । ଭଦ୍ରକ ଚାନ୍ଦବାଲି ରୋଡରେ ୧ କେଜି ୧୪୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି ଏସଟିଏଫ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ମୀର ମିନହାଜ କାଦ୍ରି ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି ।

ଭଦ୍ରକ ଜିଲ୍ଳା ଚାନ୍ଦବାଲି ରୋଡ୍‌ରୁ ୧ କିଲୋ ୧୪୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌। ଜବତ ହୋଇଥିବା ବ୍ରାଉନ୍‌ସୁଗାରର ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ହେବ। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ମିର୍‌ ମିନାଜ କାଦ୍ରି। ତଦନ୍ତକାରୀ ଟିମ୍‌ ତଦନ୍ତ କରି ଜାଣିବାକୁ ପାଇଛି ଯେ ମିନାଜ ଦୀର୍ଘ ଦିନ ହେବ ବ୍ରାଉସୁଗର ବେପାର କରି ଆସୁଥିଲେ। ତାଙ୍କୁ ଗିରଫ କରାଯିବା ପରେ ତାଙ୍କ ସଂଯୋଗରେ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି ପୁଲିସ୍‌। ଗତ ୨୫ ଦିନ ଭିତରେ ଏସ୍‌ଟିଏଫ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି ଓ ସମୁଦାୟ ୨ କିଲୋ ୫୫୨ ଗ୍ରାମ୍‌ ବ୍ର‌ାଉନ୍‌ସୁଗାର ଜବତ କରିଛି।

ସୂଚନାଯୋଗ୍ୟ ଯେ, ଗତ ୨୩ ଦିନ ଭିତରେ ଏସଟିଏଫ ୨ କେଜି ୫୫୨ ଗ୍ରାମ ବ୍ରାଉନସୁଗାର ଓ ୨ କୁଇଂଟାଲ ଗଞ୍ଜେଇ ଜବତ କରିସାରିଲାଣି । ତେବେ ଏହି ରାକେଟର ମାଷ୍ଟର ମାଇଣ୍ଡ କିଏ ଏନେଇ ଖୋଳତାଡ଼ ଚଳାଇଛି ଏସଟିଏଫ ।

from Kanak News
via <a href="https://ifttt.com/?

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ : ଆରଟିପିସିଆର ପଦ୍ଧତିରେ ପ୍ରତିଦିନ ୫୦ ଜଣଙ୍କ ପରୀକ୍ଷା କରାଯିବ; ଫେବ୍ରୁଆରୀ ୨୭ ଯାଏଁ ଚାଲିବ କୋଭିଡ ପରୀକ୍ଷା

କନକ ବ୍ୟୁରୋ : ଆଜିଠାରୁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ ଟେଷ୍ଟ କରାଯିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ପରୀକ୍ଷା କରାଯିବ । ଆଉ ଏହି ପରୀକ୍ଷା ଆରଟିପିସିଆର ପଦ୍ଧତିରେ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  । ଗ୍ରାଣ୍ଡରୋଡର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ । ଫେବ୍ରୁଆରୀ ୨୭ ଯାଏଁ ଏହି ପରୀକ୍ଷା ଚାଲିବ । ପ୍ରଥମେ ସୁଆର ଓ ମହାସୁଆରଙ୍କ କୋଭିଡ ଟେଷ୍ଟ ହେବ । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସେବାୟତଙ୍କ ପରୀକ୍ଷା କରାଯିବ  ।

 

from Kanak News
via <a href="https://ifttt.com/?

ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସବୁଆଡ଼ୁ ସମାଲୋଚନା: ହିଂସାକାଣ୍ଡ ଲଜ୍ଜାଜନକ କହିଲେ ଯୋଗେନ୍ଦ୍ର ଯାଦବ; ରାହୁଲ କହିଲେ, ହିଂସାରୁ କିଛି ମିଳିବନି, ଆଇନ ପ୍ରତ୍ୟାହାର କରୁ କେନ୍ଦ୍ର

କନକ ବ୍ୟୁରୋ: ମଙ୍ଗଳବାର ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସବୁଆଡ଼ୁ ସମାଲୋଚନା କରାଯାଇଛି । ସ୍ୱରାଜ ଇଣ୍ଡିଆର ସଭାପତି ତଥା ଚାଷୀ ନେତା ଯୋଗେନ୍ଦ୍ର ଯାଦବ ଦୁଃଖ ପ୍ରକାଶ କରିଛନ୍ତି । ଯୋଗେନ୍ଦ୍ର କହିଛନ୍ତି ଯେ, ଟ୍ରାକ୍ଟର ରାଲି ବେଳେ ଏପରି ହିଂସାକାଣ୍ଡ ଲଜ୍ଜାଜନକ । ଚାଷୀ ଆନ୍ଦୋଳନରେ ସେ ସାମିଲ ରହିଆସିଥିବାରୁ ସେ ମଧ୍ୟ ଉତ୍ତରଦାୟୀ ବୋଲି କହିଛନ୍ତି । ତେବେ ଅନ୍ୟ କିଛି ଚାଷୀ ନେତା ଏହି ହିଂସାକାଣ୍ଡ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ମଧ୍ୟ ଦୋଷ ଲଦିଛନ୍ତି ।

ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡକୁ ସମାଲୋଚନା କରିଛନ୍ତି । ହିଂସା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ । ଯଦି କାହାକୁ କ୍ଷତି ପହଞ୍ଚେ, ଏହା ଦେଶର କ୍ଷତି ହେବ, ତେଣୁ କୃଷକ-ବିରୋଧୀ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବା ଉଚିତ ବୋଲି ଟୁଇଟ କରି କହିଛନ୍ତି ରାହୁଲ । ଏହାସହ କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ଉଦାସୀନ ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିଭଳି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦିଲ୍ଲୀ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡକୁ ହୃଦୟବିଦାରକ କହିଛନ୍ତି । ଏପରି ହିଂସାକାଣ୍ଡକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ କରିଆସୁଥିବା ଆନ୍ଦୋଳନ ଯୋଗୁଁ ତିଆରି ହୋଇଥିବା ସଦଭାବନା ଏହି ହିଂସାକାଣ୍ଡ ଯୋଗୁଁ ନଷ୍ଟ ହୋଇଯିବ । ସବୁ ପ୍ରକୃତ ଚାଷୀମାନେ ଦିଲ୍ଲୀ ଛାଡ଼ି ଧାରଣା ଦେଉଥିବା ସୀମାକୁ ଚାଲିଯିବାକୁ ସେ ପରାମର୍ଶ ଦେଇଥିଲେ ।

ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ, ଏପରି ହିଂସାକାଣ୍ଡକୁ କେବେ ହେଲେ ସମର୍ଥନ କରାଯାଇପାରିବ ନାହିଁ । ତେବେ ଏହାସହ ଏପରି କାହିଁକି ଘଟିଲା ତାକୁ ମଧ୍ୟ ଅଣଦେଖା କରାଯାଇପାରିବ ନାହିଁ । ଯେଉଁମାନେ ଶାନ୍ତିରେ ଆନ୍ଦୋଳନ କରୁଥିଲେ, ହେଲେ ସେମାନଙ୍କ ଦାବି ପୂରଣ ନହେବାରୁ ହିଂସ୍ରକ ହୋଇପଡ଼ିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା କେନ୍ଦ୍ରର ଦାୟିତ୍ୱ ହୋଇଥିବା ବେଳେ ଏଥିରେ ବିଫଳ ହୋଇଛି ବୋଲି ଶରଦ ପାୱାର କହିଛନ୍ତି ।

ଅନ୍ୟପଟେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ଟୁଇଟରେ ଲେଖିଛନ୍ତି ଦିଲ୍ଲୀ ରାସ୍ତାରେ ଯେଉଁ ଘଟଣା ଘଟିଲା, ଏହା ଚିନ୍ତାଜନକ ଓ ଦୁଃଖଦ । ହେଲେ ଏଥିପାଇଁ ଚାଷୀଙ୍କ ପ୍ରତି କେନ୍ଦ୍ରର ଅବହେଳା ଓ ଉଦାସୀନତା ମନୋଭାବ ଦାୟୀ ବୋଲି ମମତା କହିଛନ୍ତି ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ଦିଲ୍ଲୀ ହିଂସାକାଣ୍ଡ ବେଳର ବିଚଳିତ କଲାଭଳି ଦୃଶ୍ୟ: ପୁଲିସ୍ ଅଧିକାରୀଙ୍କୁ ଆକ୍ରମଣ କରୁଛନ୍ତି ଉପଦ୍ରବୀ; ନିଜକୁ ବଞ୍ଚାଇବାକୁ ଉଚ୍ଚ ପାଚେରୀରୁ ତଳକୁ ଡେଇଁ ପଡ଼ୁଛନ୍ତି ସୁରକ୍ଷାକର୍ମୀ

କନକ ବ୍ୟୁରୋ: ଏସବୁ ଭିତରେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ହିଂସାକାରୀମାନେ କେମିତି ପୁଲିସ୍ କର୍ମଚାରୀଙ୍କ ପ୍ରତି ଉଗ୍ର ହୋଇପଡ଼ୁଛନ୍ତି । ସେମାନଙ୍କୁ ଶାନ୍ତ କରିବାକୁ ପୁଲିସ୍ କର୍ମଚାରୀମାନେ ଚେଷ୍ଟା କରୁଥିଲେ ବି ଓଲଟା ଆକ୍ରମଣର ଶିକାର ହେଉଛନ୍ତି । ଆଉ ଏତେ ଜୋରରେ ଆକ୍ରମଣ କରାଯାଉଛି ଯେ, ନିଜକୁ ସୁରକ୍ଷିତ ରଖିବାକୁ ପୁଲିସକୁ ସେ ସ୍ଥାନ ଛାଡ଼ିବାକୁ ପଡ଼ୁଛି । ଏପରିକି ସେମାନେ ପାଚେରୀ ତଳକୁ ଡେଇଁପଡ଼ୁଛନ୍ତି । କାରଣ ଆଗରେ ଥିବା ଉପଦ୍ରବୀମାନେ ସେମାନଙ୍କୁ ଆକ୍ରମଣ କରିବା ଛାଡ଼ୁନାହାନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ପ୍ରାୟ ୨୦ ଫୁଟ ଗଭୀର ଥିବା ଏହି ପାଚେରୀରୁ ତଳକୁ ଡେଇଁ ପଡ଼ୁଛନ୍ତି ନିଜକୁ ବଂଚାଇବାକୁ । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ହେଲେ ଏଥିରେ ଥିବା ଦୃଶ୍ୟ ଜଣଙ୍କୁ କିଛି ସମୟ ପାଇଁ ବିଚଳିତ କରିଦେବ ।

https://platform.twitter.com/widgets.js

ଦିଲ୍ଲୀରେ ଦୁଇ ମାସ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ସାରା ଦେଶରୁ ଯେମିତି ସମର୍ଥନ ମିଳି ଆସୁଥିଲା, ଏବେ କିନ୍ତୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି । ମଙ୍ଗଳବାର ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେକାବୁ ହୋଇଯାଇଥିଲା । ବ୍ୟାପକ ହିଂସାକାଣ୍ଡ ଘଟାଇ ଦିଲ୍ଲୀ ଆଡକୁ ମାଡି ଚାଲିଥିଲେ ଚାଷୀ । ପୋଲିସର ବ୍ୟାରିକେଡକୁ ଭାଙ୍ଗି ଧସେଇ ପଶିଥିଲେ । ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ । ଲାଲକିଲ୍ଲା ଭିତରେ ପଶି ଏହାକୁ କିଛି ସମୟ ପାଇଁ ଅକ୍ତିଆର କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଆନ୍ଦୋଳନକାରୀ ଲାଲକିଲ୍ଲାରେ ଲାଗିଥିବା ଖମ୍ବ ଉପରେ ଚଢ଼ି ଶିଖ୍ ସମ୍ପ୍ରଦାୟର ପତାକା ଉଡାଇଥିଲେ । ଏହାଛଡା ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ମଧ୍ୟ କରିଥିଲେ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନ ବେଳେ ହିଂସାକାଣ୍ଡରେ ୮୦ରୁ ଅଧିକ ପୁଲିସ୍ କର୍ମୀ ଆହତ: ହିଂସାକାରୀଙ୍କ ବିରୋଧରେ ୧୨ଟି ମାମଲା ରୁଜୁ କଲା ଦିଲ୍ଲୀ ପୁଲିସ

କନକ ବ୍ୟୁରୋ: ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟଣା । ଏହି ହିଂସାକାଣ୍ଡରେ ୮୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି । ପ୍ରାୟ ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ନେଇ ୧୨ଟି ମାମଲା ରୁଜୁ କରିଛି ଦିଲ୍ଲୀ ପୁଲିସ୍ । ସେପଟେ ପଂଜାବ ଓ ହରିୟାଣାରେ ହାଇଆଲର୍ଟ । ଏହାସହ ଦିଲ୍ଲୀରେ ଅତିରିକ୍ତ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି । ଏସବୁ ଭିତରେ ଟ୍ରାକ୍ଟର ରାଲିକୁ ସ୍ଥଗିତ କରିଛନ୍ତି ଚାଷୀ । ଏହାସହ ଚାଷୀମାନେ ପୂର୍ବରୁ ଧାରଣା ଦେଉଥିବା ସ୍ଥଳକୁ ଫେରିଛନ୍ତି । ତେବେ ଚାଷୀ ନିଜ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ମଧ୍ୟ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହା ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କରିଥିଲେ । ସିଂଘୁ, ଗାଜିପୁର, ଟିକ୍ରି ଅଂଚଳରେ ଇଂଟରନେଟ ସେବାକୁ ମଧ୍ୟ ସାମୁୟିକ ଭାବେ ବନ୍ଦ କରାଯାଇଥିଲା ।

ସେପଟେ, ଦିଲ୍ଲୀ ହିଂସାକାଣ୍ଡ ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କୀ ଖଲିସ୍ତାନୀ ସଂଗଠନର ହାତ ଥିବା ନେଇ ଗୁଇନ୍ଦା ରିପୋର୍ଟ ଥିବା ଗୋଟିଏ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇବାକୁ ଆଇଏସଆଇ ପକ୍ଷରୁ ବାବର ଖାଲସାର ଜର୍ମାନ ଶାଖାକୁ ୫ କୋଟି ଦିଆଯାଇଥିଲା ବୋଲି ଏହି ଖବରରେ କୁହାଯାଇଛି । ସେପଟେ ଡିପ୍ ସିଦ୍ଧୁ ନାମରେ ଜଣେ ବ୍ୟକ୍ତିଙ୍କ ନାମ ଚର୍ଚ୍ଚାକୁ ଆସିଛି । ଯଦିଓ ଡିପ୍ ସିଦ୍ଧୁ ଜଣେ ଚାଷୀ ନେତା ତେବେ ଏହି ବ୍ୟକ୍ତି ଜଣକ ହିଂସାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି କିଛି ଚାଷୀନେତା ଅଭିଯୋଗ କରିଛନ୍ତି । ଏହାସହ ସରକାରୀ ସଂସ୍ଥା ଉପରେ ମଧ୍ୟ ଦୋଷ ଲଦିଛନ୍ତି ଆଉ କିଛି ଚାଷୀ ନେତା ।

from Kanak News
via <a href="https://ifttt.com/?

ସହିଦଙ୍କ ବଳିଦାନକୁ କେବେ ବି ଭୁଲିବନି ଦେଶ । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ସହିଦ ପ୍ରମୋଦଙ୍କୁ ଝୁରୁଛି ଗାଁ ମାଟି

କନକ ବ୍ୟୁରୋ : ସହିଦର ବଳିଦାନକୁ କେବେ ବି ଭୁଲି ହେବନି । ଦେଶ ପାଇଁ ଲଢେଇ କରି ଜୀବନ ଦେଇଥିବା ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ରକ୍ତପଟ୍ଟା ଗାଁର ପ୍ରମୋଦ ପଟ୍ଟନାୟକ । ୧୯୯୯ରେ କାର୍ଗିଲ ଯୁଦ୍ଧ ଲଢେଇ ବେଳେ ଘାଟି ଉପରେ ଶତ୍ରୁର ମୁକାବିଲା ବେଳେ ଟଳି ପଡିଥିଲେ ପ୍ରମୋଦ । ଆଜି ବି ସହିଦ ପୁଅର ସ୍ମୃତିକୁ ଝୁରି ହେଉଛି ରକ୍ତପଟ୍ଟା ଗାଁ ।

୧୯୯୯ ମସିହାର କାର୍ଗିଲ୍ ଯୁଦ୍ଧରେ ଲଢେଇ କରି ଦେଶ ପାଇଁ ବଳିଦାନ ଦେଇଥିଲେ ପ୍ରମୋଦ । ଆଜି ପରିବାର ଲୋକ ପୁଅର ବଳିଦାନ କଥା ମନକୁ ଆସିଲେ ଗର୍ବ କରନ୍ତି । ପୁଅ ମନେ ପଡିଗଲେ ମାଆ ମନ ବା ବୁଝିବ କେମିତି । ପଣତ କାନିରେ ସହିଦ ପୁଅର ଫଟୋକୁ ପୋଛି ଦେଇ ଲୁହ ଝରାଉଛନ୍ତି ପ୍ରମୋଦଙ୍କ ପରିବାର । ସେଦିନର କଥା ମନେ ପଡିଲେ ଆପେ ଆପେ ଆଖି ଓଦା ହୋଇ ଆସୁଛି । ସହିଦ ପ୍ରମୋଦଙ୍କ ବୃଦ୍ଧ ଦାଦା ଖୁଡି ଆଜି ବି ସହିଦ ପୁତୁରାର ଶେଷ ସ୍ମୃତିକୁ ସାଇତି ରଖିଛନ୍ତି । ଫଟୋ ଦୁଇଟି ହିଁ ସହିଦଙ୍କ ପରିବାର ପାଇଁ ଶେଷ ସମ୍ବଳ । ଯାହାକୁ ଦେଖାଇ ଗର୍ବ କରନ୍ତି ପରିବାର ଲୋକ, ଆମ ପୁଅ କାର୍ଗିଲ ଯୁଦ୍ଧ ଲଢିଛି, ଦେଶ ପାଇଁ ସହିଦ ହୋଇଛି ।

କାର୍ଗିଲ ଯୁଦ୍ଧରେ ବଳିଦାନର କଥା ଆସିଲେ ରକ୍ତପଟ୍ଟା ଗାଁର ପ୍ରମୋଦ ପଟ୍ଟନାୟକଙ୍କ ନାଁ ଚାଲି ଆସିଥାଏ ଆପେ ଆପେ । ଆଜି ବି ଅଂଚଳର ଯୁବପିଢୀଙ୍କୁ ସହିଦ ପ୍ରମୋଦଙ୍କ ବଳିଦାନ ପ୍ରେରଣା ଯୋଗାଉଛି । ଆଜି ବି ସହିଦ ପ୍ରମୋଦଙ୍କୁ ଝୁରୁଛନ୍ତି ଗ୍ରାମବାସୀ । ତାଙ୍କରି ସ୍ମୃତିରେ ଗାଁରେ ତିଆରି କରିଛନ୍ତି ସହିଦଙ୍କ ପ୍ରତିମୂର୍ତି । ଆଜି ବି ସମସ୍ତଙ୍କ ମନରେ ତାଜା ରହିଛି ସହିଦ ପ୍ରମୋଦଙ୍କ ସହିତ କାଟିଥିବା ସମୟ ସବୁ । କିପରି ଛୁଟି ହେଲେ ଗାଁକୁ ଆସନ୍ତି ପ୍ରମୋଦ । ଗାଁ ସାଙ୍ଗ ସାଥୀଙ୍କ ସହିତ ମିଶନ୍ତି, ଭୋଜିଭାତ ହୁଏ । ତାଙ୍କ ସହିତ ବିତାଇଥିବା ମିଠା ସ୍ମୃତିକୁ ମନେ ପକାଇ ଝୁରି ହେଉଛନ୍ତି ଗ୍ରାମବାସୀ ।

୧୯୯୯ ମସିହା ଅକ୍ଟୋବର ୧୨ ତାରିଖ । କାର୍ଗିଲ ଯୁଦ୍ଧରେ ସହିଦ ପ୍ରମୋଦଙ୍କ ବଳିଦାନର ତାରିଖ । ଆଜି ବି ସହିଦ ପ୍ରମୋଦ ପଟ୍ଟନାୟକଙ୍କ ଗାଁ ପୁରୀ ଜିଲ୍ଲା କଣାସ ବ୍ଲକର ରକ୍ତପଟ୍ଟା ସହିଦଙ୍କ ସ୍ମୃତିକୁ ଝୁରି ହେଉଛି ।

from Kanak News
via <a href="https://ifttt.com/?

ବୀର ଯବାନ ଅନିରୁଦ୍ଧଙ୍କୁ ଝୁରୁଛି ଗାଁ ମାଟି । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ନାଗାଲାଣ୍ଡ ଦୀମାପୁରରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳି ।

କନକ ବ୍ୟୁରୋ : କାର୍ଗିଲ ଯୁଦ୍ଧରେ ଲଢେଇ କରି ବୀରତ୍ୱ ଦେଖାଇଥିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସିଂହପୁର ଗାଁର ବୀର ଯବାନ ଅନିରୁଦ୍ଧ ବରାଳ । କାର୍ଗିଲରେ ବାହ୍ୟ ଶତ୍ରୁଙ୍କ ଆଗରେ ଦମ୍ ଦେଖାଇଥିଲେ । ହେଲେ ନାଗାଲାଣ୍ଡରେ ଗୃହଶତ୍ରୁଙ୍କ ସହ ଲଢେଇ ବେଳେ, ଦେଶପାଇଁ ଦେଲେ ପ୍ରାଣବଳୀ । ନାଗାଲାଣ୍ଡରେ ଆତଙ୍କବାଦୀଙ୍କ ସହ ଲଢେଇରେ ଯାଜପୁର ଜିଲ୍ଲାର ଲଢୁଆ ପୁଅ ଅନିରୁଦ୍ଧ ବରାଳ ସହିଦ ହୋଇଯାଇଥିଲେ । ହେଲେ ନାଗାଲାଣ୍ଡରେ ଯେଉଁ ବୀରତ୍ୱ ଦେଖାଇଥିଲେ, ଆଜି ବି ସାରା ଅଞ୍ଚଳ ତାକୁ ନେଇ ଗର୍ବ କରୁଛି ।

ସହିଦ ଯବାନ ଅନିରୁଦ୍ଧ ବରାଳ ମାର୍ଗ । ଏହି ରାସ୍ତା ଦେଇ ଯିବା ବେଳେ ମନେ ପଡିଯାଏ ସହିଦ ଯବାନ ଅନିରୁଦ୍ଧ ବରାଳଙ୍କ ବଳିଦାନର ଗାଥା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଗାଁରେ ସହିଦ ଯବାନ ଅନିରୁଦ୍ଧ ବରାଳଙ୍କ ଘର । ୧୮ ବର୍ଷ ସେନାରେ ଜଣେ ଡ୍ରାଇଭର ଭାବେ ଯୋଗ ଦେଇଥିଲେ । ନିଜର କର୍ତବ୍ୟନିଷ୍ଠା ବଳରେ ଅନିରୁଦ୍ଧ ଚାକିରୀରେ ପ୍ରମୋସନ ପାଇ ସାମିଲ ହୋଇଥିଲେ ନାଗା ଲିବରେସନ ଫ୍ରଂଟରେ ଇଣ୍ଟେଲିଜେନ୍ସ ବିଭାଗରେ ।

୧୯୯୮ରୁ ୨୦୦୧ ଲେହ ସେକ୍ଟର । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ୨୦୦୫ ଅକ୍ଟୋବର ୮ ତାରିଖ । ନାଗାଲାଣ୍ଡ ଦୀମାପୁରରେ ଦେଲେ ପ୍ରାଣବଳି । ଅନିରୁଦ୍ଧଙ୍କ ବଳିଦାନକୁ ପୁରିଲାଣି ୧୬ ବର୍ଷ । ଆଜି ବି ତାଙ୍କର ସ୍ମୃତିକୁ ଝୁରି ହେଉଛନ୍ତି ପରିବାର ଓ ଗ୍ରାମବାସୀ । ଅନିରୁଦ୍ଧଙ୍କ ପରି ସାହସୀ ଯୋଦ୍ଧାଙ୍କୁ ପରିବାର ସଦସ୍ୟ ଭାବେ ପାଇଥିବାରୁ ଗର୍ବ କରୁଛନ୍ତି ସଭିଏଁ । ଆଜି ତାଙ୍କର ସ୍ମୃତି ରକ୍ଷା ପାଇଁ ଗାଁରେ ତିଆରି ହୋଇଛି ସ୍ମାରକ, ପ୍ରତିମୂର୍ତି, ତାଙ୍କ ନାଁରେ ନାମିତ ହୋଇଛି ରାସ୍ତା ।

ଦେଶମାତୃକା ପାଇଁ ଲଢି ସହିଦ ହୋଇଗଲେ ଅନିରୁଦ୍ଧ । କାର୍ଗିଲରେ ଦେଖାଇଥିଲେ ବୀରତ୍ୱ । ନାଗାଲାଣ୍ଡରେ ଆତଙ୍କବାଦ ବିରୋଧୀ ଲଢେଇରେ ଦେଲେ ପ୍ରାଣବଳୀ । ସହିଦ ଯବାନଙ୍କ ଏହି ବୀରତ୍ୱର ଗାଥାକୁ ଆଜି ବି ଝୁରି ହେଉଛି ପୂରା ଜିଲ୍ଲା ।

from Kanak News
via <a href="https://ifttt.com/?

ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ । ତେଜସ ବିମାନ, ରୋହିନି ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ । 

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ନେତୃତ୍ୱ ନେଲେ ମହିଳା ପାଇଲଟ । ଜଣେ ରାଜପଥରେ ଏବଂ ଅନ୍ୟ ଜଣେ ରାଜପଥ ଉପରେ । ତେଜସ ବିମାନ ଓ ରୋହିନି ରାଡାର୍ସର ନେତୃତ୍ୱ ନେଲେ ଫ୍ଲାଇଟ ଲେଫ୍ଟନାଂଟ ଭାବନା କାନ୍ତ । ସେହିପରି ଏମଆଇ-୧୭ ଭି-୫ ବିମାନ ଉଡାଇଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋଡ । ଏହାସହ ଆର୍ମିର ଏକମାତ୍ର କମାଣ୍ଡର ଭାବେ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇ ଶିଲକା ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମର ନେତୃତ୍ୱ ନେଇଛନ୍ତି କ୍ୟାପଟେନ ପ୍ରୀତି ଚୌଧୁରୀ ।

ଇତିହାସ ରଚିଲେ ଦୁଇ ମହିଳା ପାଇଲଟ । ପ୍ରଥମ ଥର ପାଇଁ ବାୟୁସେନା ପରେଡର ନେତୃତ୍ୱ ନେଲେ ଦୁଇ ମହିଳା । ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଫ୍ଲାଇଟ ଲେଫ୍ଟନାଣ୍ଟ ଭାବନା କାନ୍ତ ଓ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋଡ । ତେଜସ ବିମାନ, ବ୍ରହ୍ମୋସ ମିଜାଇଲ ଓ ଲଢୁଆ ହେଲିକପ୍ଟର ରୁଦ୍ର ସହ ରୋହିନି ରାଡାର୍ସ ପରେଡର ନେତୃତ୍ୱ ନେଇଛନ୍ତି ୨୮ ବର୍ଷୀୟ ଭାବନା କାନ୍ତ । ୨୦୧୬ରେ ବାୟୁସେନାର ଲଢୁଆ ବିମାନ ସ୍କ୍ୱାର୍ଡରେ ସାମିଲ ହୋଇଥିବା ଭାବନା ମିଗ୍-୨୧ ବାଇସନ ଲଢୁଆ ବିମାନ ଉଡାନ୍ତି । ବିହାର ଦରଭଙ୍ଗାର ଝିଅ ଭାବନା ଇଂଜିନିୟରିଂରେ ଗ୍ରାଜୁଏଟ ଡିଗ୍ରୀ ହାସଲ କରିଛନ୍ତି । ସେହିପରି ୨୦୨୦ରେ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଫ୍ଲାଇଟ ଲେଫ୍ଟନାଣ୍ଟ ଭାବନା କାନ୍ତ ।

ସେହିପରି ରାଜପଥ ଉପରେ ଫ୍ଲାଇପାଷ୍ଟରେ ଏମଆଇ-୧୭ ଭି-୫ ବିମାନ ଉଡାଇଲେ ୨୮ବର୍ଷୀୟ ଫ୍ଲାଇଟ ଲେଫ୍ଟନାଂଟ ସ୍ୱାତୀ ରାଠୋଡ । ରାଜସ୍ଥାନ ନଗଉରର ଏକ ଗାଁରେ ଜନ୍ମ ନେଇଥିବା ସ୍ୱାତୀ ଏନସିସି ଏୟାର ୱିଙ୍ଗରେ ଯୋଗଦେଇଥିଲେ । ୨୦୧୪ରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ ସ୍ୱାତୀ । ଅନେକ ବଡ ବଡ ଅପରେସନରେ ସାମିଲ ହୋଇଥିବା ସ୍ୱାତୀଙ୍କୁ ୨୦୧୮ରେ କେରଳ ବନ୍ୟା ସମୟରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଗତବର୍ଷ ବାୟୁସେନା ଦିବସରେ ଫ୍ଲାଇପାଷ୍ଟରେ ସାମିଲ ହୋଇଥିଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସ୍ୱାତୀ ରାଠୋଡ ।

ସେହିପରି ଆର୍ମିର ଏକ ମାତ୍ର ମହିଳା କମାଣ୍ଡର ଭାବେ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଛନ୍ତି । ଶିଲକା ଆଂଟି ଏୟାରକ୍ରାଫ୍ଟ ସିଷ୍ଟମର ନେତୃତ୍ୱ ନେଇଛନ୍ତି ଏହି ସାହସୀ ଝିଅ । ପରେଡରେ ପ୍ରଥମ ଥର ପାଇଁ ସାମିଲ ହୋଇଥିବା ଶିଲକା ଆଂଟି ଏୟାରକ୍ରାଫ୍ଟ ସିଷ୍ଟମର ନେତୃତ୍ୱ ନେଇଥିବା କ୍ୟାପଟେନ ପ୍ରୀତି ଚୌଧୁରୀ ହେଉଛନ୍ତି ପରେଡରେ ସାମିଲ ହୋଇଥିବା ଜଣେ ମାତ୍ର ମହିଳା ସେନା ଅଧିକାରୀ । ପାନିପଥର ପ୍ରୀତି ୧୪୦ଏୟାର ଡିଫେନ୍ସ ରେଜିମେଂଟର ସଦସ୍ୟ । ଶିଲକା ଆଂଟି ଏୟାରକ୍ରାଫ୍ଟ ସିଷ୍ଟମରେ ଅତ୍ୟାଧୁନିକ ରାଡାର ଓ ଡିଜିଟାଲ ଫାୟାର କଂଟ୍ରୋଲ ସିଷ୍ଟମ ଖଂଜା ହୋଇଛି ।

from Kanak News
via <a href="https://ifttt.com/?

ଲାଲକିଲ୍ଲା ଭିତରେ ଧସେଇ ପଶିଲେ ଆନ୍ଦୋଳନକାରୀ ଚାଷୀ । ଗମ୍ବୁଜ ଉପରେ ଉଠି ଉଡାଇଲେ ଶିଖ ପତାକା । ନିୟନ୍ତ୍ରଣ କରିବା ପାଇଁ ନାକେଦମ ହେଲା ପୁଲିସ ।

କନକ ବ୍ୟୁରୋ : ଦିଲ୍ଲୀ ଲାଲକିଲ୍ଲାରେ ଏମିତି ଦୃଶ୍ୟ ହୁଏତ ଆଗରୁ କେବେ ଦେଖିବାକୁ ମିଳିନଥିବ । ଅଗଷ୍ଟ ୧୫ରେ ଯେଉଁ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରନ୍ତି, ସେହିସ୍ଥାନକୁ ନିଜ ଅକ୍ତିଆରକୁ ନେଇ ଶିଖ ସମ୍ପ୍ରଦାୟର ଧାର୍ମିକ ପତାକା ଉଡାଇଥିଲେ ଆନ୍ଦୋଳନରତ ଚାଷୀ । କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଟ୍ରାକ୍ଟର ରାଲି କରୁଥିବା ଚାଷୀ ଲାଲକିଲ୍ଲାକୁ ଏକ ପ୍ରକାର କବଜାକୁ ନେଇଥିଲେ । ଆଉ ପତାକା ଉଡାଇଥିଲେ । ଦିଲ୍ଲୀ ପୋଲିସକୁ ଦେଇଥିବା ରୁଟରୁ ବାହାରେ ଯାଇ ହଜାର ହଜାର ଚାଷୀ ଲାଲକିଲ୍ଲାରେ ପହଞ୍ଚିଥିଲେ ।

ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଥିବା ରୁଟ ବାହାରେ ଯାଇ ଲାଲକିଲ୍ଲାରେ ପହଞ୍ଚିଥିଲେ ଚାଷୀ । ସେଠାରେ ବ୍ୟାରିକେଡ କରାଯାଇଥିଲେ ମଧ୍ୟ ଏହାକୁ ଖାତିର ନକରି ଟ୍ରାକ୍ଟରରେ ଆଗକୁ ମାଡି ଯାଇଥିଲେ । ହଜାର ହଜାର ଚାଷୀ ଏକତ୍ରିତ ହୋଇ ଶିଖ ସମ୍ପ୍ରଦାୟର ପତାକା ଲଗାଇଥିଲେ । କେବଳ ଏତିକି ନୁହେଁ ଲାଲକିଲ୍ଲାରେ ଠିଆ ହୋଇ ଖଣ୍ଡା ବୁଲାଇଥିଲେ । ଆନ୍ଦୋଳନରତ ଚାଷୀ ଲାଲକିଲ୍ଲାରେ ପହଂଚିବା ପରେ ସେଠାରେ ନାରାବାଜି କରିବା ସହ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ ।

ଗୋଟିଏ ପଟେ ଦେଶ ଗଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ପୂର୍ବରୁ କେବେ ଦେଖାଯାଇନଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦେଶର ରାଜଧାନୀର ଛାତି ଉପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନରତ କୃଷକ । ଲାଲକିଲ୍ଲା ପର୍ଯ୍ୟନ୍ତ ଯିବାକୁ ପୂର୍ବରୁ ଚାଷୀ ସଂଗଠନ ଅନୁମତି ମାଗିଥିଲେ ମଧ୍ୟ ଦିଲ୍ଲୀ ପୋଲିସ ଏଥିପାଇଁ ଅନୁମତି ଦେଇନଥିଲା । ହେଲେ ସୁଦ୍ଧା ଚାଷୀ ସଂଗଠନ ଲାଲକିଲ୍ଲାରେ ପହଂଚି ଶକ୍ତି ପ୍ରଦର୍ଶନ କରିଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started