ଶବ ନେବାକୁ ପଇସା ମାଗିଲେ ମହାପ୍ରୟାଣ ଗାଡି ଡ୍ରାଇଭର, ୨ କିଲୋମିଟର ଶବକୁ କାନେ୍ଧଇ ଚାଲିଲେ ପରିବାର ଲୋକ ।

କନକ ବ୍ୟୁରୋ : ୨ କିଲୋମିଟର ଧରି ଶବକୁ କାନେ୍ଧଇ ଚାଲିଲେ ପରିବାର ଲୋକ । କେନ୍ଦ୍ରାପଡା ଅନୁଅପଡା ଗାଁରେ ଏଭଳି ଘଟଣା ଘଟିଛି । ଶବକୁ ନେବାକୁ ମହାପ୍ରୟାଣ ଗାଡିର ଡ୍ରାଇଭର ପଇସା ମାଗିଥିଲେ । ପଇସା ନଦେବାରୁ ଡ୍ରାଇଭର ଶବ ନେବାକୁ ମନା କରିଥିଲା ।ଏହାକୁ ନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ମେଡିକାଲ ପରିସରରେ ୪ ଘଣ୍ଟା ଧରି ମୃତଦେହ ପଡିରହିବାରୁ ଶେଷରେ ମୃତଦେହକୁ କାନେ୍ଧଇକି ଗାଁକୁ ନେଇଥିଲେ ସଂପର୍କୀୟ ।

ଅନୁଅପଡା ଗାଁର ସୁଲୋଚନା ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ଗତ ରାତିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହେଲେ ବାରମ୍ବାର କହିବା ସତ୍ତେ୍ୱ ମଧ୍ୟ ଡାକ୍ତର ଶୁଣିନଥିଲେ କି ରୋଗୀର ଚିକିତ୍ସା କରିନଥିଲେ । ଫଳରେ କିଛି ଘଣ୍ଟା ପରେ ସୁଲୋଚନାଙ୍କ ମୃତ୍ୟୁ ହୋଇଥିଲା । ହେଲେ ଶବକୁ ନେବାକୁ ମହାପ୍ରୟାଣ ଗାଡି ଡ୍ରାଇଭର ଟଙ୍କା ମାଗିବାରୁ ମୃତଦେହକୁ କାନେ୍ଧଇ କାନେ୍ଧଇ ନେଇଥିଲେ ପରିବାର ଲୋକ । ପ୍ରଶାସନ ବି ପହଞ୍ଚିଥିଲା । କିନ୍ତ ପ୍ରଶାସନ କଥାରେ ସନ୍ତୁଷ୍ଟ ନହୋଇ ୨ କିଲୋମିଟର ଶବକୁ କାନେ୍ଧଇ ନିଆଯାଇଥିଲା । ଏହା ପରେ ସେଠାରୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶବକୁ ଶ୍ମଶାନ ନିଆଯାଇଥିଲା ।

from Kanak News
via <a href="https://ifttt.com/?

ନୂଆ ପ୍ରୟାସ ଆନୁକୂଲ୍ୟରେ ନରେନ୍ଦ୍ର ମହାପାତ୍ର ସ୍ମୃତି ମେଧା ପୁରସ୍କାର ବିତରଣ ଉତ୍ସବ। ପ୍ରଶଂସିତ ହେଲେ ୧୫ କୁନି ପ୍ରତିଭା ।

କନକ ବ୍ୟୁରୋ : ନୂଆ ପ୍ରୟାସ ସହ ଯୋଡି ହୋଇ ଯାଇଛି ଆଉ ଏକ ସୁନେଲି ଫର୍ଦ୍ଦ। କୁନି କୁନି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରି ନୂଆ ପ୍ରୟାସ ଆରମ୍ଭ କରିଛି ଆଉ ଏକ ଅଭିଯାନ । ଆଜି ଶିଙ୍ଗାଖୁଣ୍ଟାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ପ୍ରୟାସ ପକ୍ଷରୁ ଆୟୋଜିତ ହୋଇଛି ନରେନ୍ଦ୍ର ମହାପାତ୍ର ସ୍ମୃତି ମେଧା ପୁରସ୍କାର ବିତରଣ ଉତ୍ସବ । ଯେଉଁଥିରେ ସୋର ଶିଙ୍ଗାଖୁଣ୍ଟା ପଞ୍ଚାୟତର ୧୫ଟି ସ୍କୁଲର ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀର ସର୍ବୋତ୍ତମ ନମ୍ବର ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି। ଏହି ଅବସରରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର ପ୍ରଧାନ, ଶିକ୍ଷାବିତ୍ ମୁରଲୀଧର ପାଢୀ, କୈଳାସ ଚନ୍ଦ୍ର, ହାଇସ୍କୁଲର ପ୍ରଧାନ ଶିକ୍ଷକ ଗୋପବନ୍ଧୁ ବେଜ, ଶିକ୍ଷକ ଦାମୋଦର ପାଣିଗ୍ରାହୀ, ଆଇନଜୀବୀ ନିରଞ୍ଜନ ଜେନା, ପୂର୍ବତନ ସରପଞ୍ଚ ଯୋଗେନ୍ଦ୍ର ଜେନା, ସମିତି ସଭ୍ୟ ନାରାୟଣ ବେହେରା, ସମାଜସେବୀ ସୁନିଲ ରଞ୍ଜନ ବିଶ୍ବାଳଙ୍କ ସହ ନରେନ୍ଦ୍ର ମହାପାତ୍ରଙ୍କ ପୁତୁରା ଅଜୟ ମହାପାତ୍ର ଉପସ୍ଥିତ ଥିଲେ।

ତେବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୂଆ ପ୍ରୟାସର ସଭାପତି ଜ୍ୟୋତି ରଞ୍ଜନ ଜେନା, ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଆମନ୍ତ୍ରିତ କରିଥିଲେ ନୂଆ ପ୍ରୟାସର ସମ୍ପାଦକ ତଥା ସାମ୍ବାଦିକ ରାମକୃଷ୍ଣ ବାରିକ।

ଶିକ୍ଷାକୁ ନେଇ ସ୍ବପ୍ନ ଦେଖୁଥିବା ସ୍ବର୍ଗତ ନରେନ୍ଦ୍ର ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସ୍ବର୍ଗତ ନରେନ୍ଦ୍ରଙ୍କ ସ୍ବପ୍ନକୁ ସତ କରିଛନ୍ତି ତାଙ୍କ ପୁତୁରା ବିଜୟ ମହାପାତ୍ର। ତେବେ କାର୍ଯ୍ୟକ୍ରମରେ ଭଲ ମଣିଷଟେ ହେବାର ସୂତ୍ର ବିଭିନ୍ନ ଅତିଥି ଶିଖାଇ ଥିବାବେଳେ ସମ୍ବର୍ଦ୍ଧିତ ସମସ୍ତ ପ୍ରତିଭା ୫ଟି ବିନ୍ଦୁ ଉପରେ ପ୍ରତିଜ୍ଞା କରିଥିଲେ। ମାଟିର ଟେକ ରଖିବା ଠାରୁ ନିଶାମୁକ୍ତ ସମାଜ ଗଢିବା ନେଇ ଶପଥ ନେଇଥିଲେ।

ସମ୍ବର୍ଦ୍ଧିତ ପ୍ରତିଭା ମାନେ ହେଲେ ଅରୁଶ୍ରୀ ଦାସ, ଆଙ୍କାକ୍ଷା ସାହୁ, କାର୍ତ୍ତିକ ମଲ୍ଲିକ, ଭାନୁମତୀ ମହାନ୍ତି, ଅର୍ଚ୍ଚିତା ସାହୁ, ରଶ୍ମୀକାନ୍ତ ସାହୁ, ଦୀପସୀତା ରାଉତ, ଚନ୍ଦ୍ରଶେଖର ସାହୁ, ପ୍ରକାଶ ନାୟକ, ରଶ୍ମୀରେଖା ରାଉତ, ସୁମିତ କୁମାର ବାରିକ, ମଙ୍ଗରାଜ ନାୟକ, ବୀର ସିଂ, ବୀପ୍ର ସୋରେନ।

from Kanak News
via <a href="https://ifttt.com/?

ଆସନ୍ତାକାଲି ଭୁବନେଶ୍ୱରରେ ପୁଣି ଆରମ୍ଭ ହେବ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ ପଞ୍ଜିକୃତ ହୋଇ ଟିକା ନେଇନଥିଲେ ପର୍ଯ୍ୟାୟକ୍ରମେ ଡକାଯିବ ।

କନକ ବ୍ୟୁରୋ : ରାଜ୍ୟରେ ଜୋରସୋରରେ ଚାଲିଛି କୋଭିଡ ଟିକାକରଣ । ସରକାରୀ ଗାଇଡଲାଇନ ଅନୁଯାୟୀ ଟିକାକରଣ ଚାଲିଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଉ ଏହି କ୍ରମରେ ଗତକାଲି ସୁଦ୍ଧା ୧ ଲକ୍ଷ ୭୭ ହଜାର ୯୦ ଜଣଙ୍କୁ ଟିକା ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ମୋଟ ୩ ଲକ୍ଷ ୫୦ ହଜାର ୭୨୬ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ କାଲିଠୁ ଫେବ୍ରୁଆରୀ ୧୦ଯାଏଁ ଟିକାକରଣ  କରାଯିବ ।  ଆସନ୍ତାକାଲି କେବଳ ଭୁବନେଶ୍ୱର ଓ ୨୮ ତାରିଖରୁ ଅନ୍ୟ ଜିଲ୍ଲାରେ ଟିକାକରଣ ହେବ । ଯେଉଁମାନେ ପଂଜିକୃତ ହୋଇ ଟିକା ନେଇନାହାନ୍ତି, ସେମାନଙ୍କୁ ପୁଣି ପର୍ଯ୍ୟାୟକ୍ରମେ ଟିକା ପାଇଁ ଡକାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ  ପାଣିଗ୍ରାହୀ ।

ଟିକାକରଣ ପାଇଁ ପ୍ରତ୍ୟେକ ଜିଲ୍ଲାରୁ ମାଇକ୍ରୋ ପ୍ଲାନ ଆସିବ। ଅର୍ଥାତ କେବେ କେଉଁଠାରେ କେଉଁ ଦିନ ଓ କେତେ ଜଣଙ୍କୁ କରିବେ। ଆସନ୍ତାକାଲି କେବଳ ଭୁବନେଶ୍ୱର ଓ ୨୮ରୁ ଅନ୍ୟ ଜିଲ୍ଲାରେ ଟିକାକରଣ ହେବ। ଯେଉଁମାନେ ପଞ୍ଜିକୃତ ହୋଇ ଟୀକା ନେଇ ନାହାନ୍ତି, ସେମାନଙ୍କୁ ପର୍ୟ୍ୟାୟକ୍ରମେ ପୁଣି ଡକାଯିବ। ସବୁଠୁ ବଡ କଥା ହେଲା, ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ପାଶ୍ୱର୍ ପ୍ରତିକ୍ରିୟା ଆସିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

from Kanak News
via <a href="https://ifttt.com/?

ଟ୍ରାକ୍ଟର ରାଲି ବେଳେ ଭିନ୍ନ ରୂପରେ ନଜର ଆସିଲେ ଚାଷୀ, ଅଟକାଇବାକୁ ଆସିବାରୁ ପୋଲିସ ଉପରକୁ ଟ୍ରାକ୍ଟର ଚଢାଇଦେବାକୁ କଲେ ଉଦ୍ୟମ ।

କନକ ବ୍ୟୁରୋ : ସାରାଦେଶରେ ଗଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ କୃଷି ଆଇନକୁ ବିରୋଧ କରି ଚାଷୀମାନେ ବିଶାଳ ଟ୍ରାକ୍ଟର ରାଲି ବାହାର କରିଥିଲେ। ଚାଷୀଙ୍କ ଏହି ଟ୍ରାକ୍ଟର ରାଲି ବେଳେ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।  ପ୍ରଥମେ ବ୍ୟାରିକେଡ ଭାଙ୍ଗିବା ପରେ ଚାଷୀମାନେ ପୁଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଥି‌ଲେ। କେବଳ ଏତିକି ନୁହେଁ ଜଣେ ଆନ୍ଦୋଳନକାରୀ ରାଜପଥରେ ପୁଲିସ ଉପରକୁ ଖଣ୍ଡା ଧରି ଗୋଡାଇଥିବା ବି ଖବର ଆସିଛି। ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲେ। ପରେ ପୁଲିସ ଉକ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ ନିଜ ଆୟତ୍ତକୁ ନେଇଥିଲା।  ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

https://platform.twitter.com/widgets.js

ସୂଚନାଯୋଗ୍ୟ, ସଂଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗର ନିକଟରେ କୃଷକମାନେ ବିଶାଳ ଟ୍ରାକ୍ଟର ରାଲି ପ୍ରବେଶ କରୁଥିଲେ। କିନ୍ତୁ ଏହି ସମୟରେ ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲିକୁ ଅଟକାଇବାକୁ ଉଦ୍ୟମ କରିଥିଲା। ଚାଷୀମାନେ ନିଜ ଜିଦରେ ଅଟଳ ରହିବାରୁ ପୁଲିସ ବାଧ୍ୟ ହୋଇ ଚାଷୀମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ୍‌ର ପ୍ରୟୋଗ କରିଥିଲା। ଏପରିକି ଚାଷୀଙ୍କ ଉପରେ ପୁଲିସ ଲାଠି ଚାର୍ଜ କରିଥିବା ଦେଖିବାକୁ ମିଳିଛି।

from Kanak News
via <a href="https://ifttt.com/?

ଦିଲ୍ଲୀ ଆକାଶରେ ଉଡିଲା ରାଫେଲ ଲଢୁଆ ବିମାନ । ପ୍ରଥମ ଥର ପାଇଁ ଦମ୍ ଦେଖାଇଲା ରାଫେଲ ।

କନକ ବ୍ୟୁରୋ: ୭୨ ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀ ଆକାଶରେ ଉଡିଲା ଡାକୋଟା ବିମାନ । ଦୁଇଟି ମିଗ ୨୭ ବିମାନ ସହ ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ହେରିଟେଜ ବିମାନ ଡାକୋଟା ଦିଲ୍ଲୀ ଆକାଶରେ କଳାକୌଶଳ ପ୍ରଦର୍ଶନ କରିଛି । ୱିଙ୍ଗ କମାଣ୍ଡର ଏସଏସ ଗେହଲଟ ଡାକୋଟାକୁ ଉଡାଇଛନ୍ତି । ୧୯୪୭ରେ କାଶ୍ମୀର ଘାଟି ଓ ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ସୈନିକ ଓ ସାମରୀକ ଉପକରଣ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିଲା ଡାକୋଟା ।

ସେହିଭଳି ବାୟୁସେନା ପ୍ରତିଷ୍ଠା ଦିବସରେ ପ୍ରଥମ ଥର ପାଇଁ ଭାରତ ଆକାଶରେ ଉଡିଥିବା ରାଫେଲ ଯୁଦ୍ଧ ବିମାନ ଦିଲ୍ଲୀ ଆକାଶରେ ପଇଁତରା ମାରିଛି । ୭୨ ତମ ଗଣତନ୍ତ୍ର ଦିବସରେ ଆୟୋଜିତ ଜାତୀୟ ସ୍ତରୀୟ ପରେଡରେ ସାମିଲ ହୋଇଛି ବାୟୁସେନାର ଏହି ଦୁର୍ଦ୍ଦଶ ଲଢୁଆ ବିମାନ । ୨ ଟି ଜାଗୁଆର ଓ ୨ଟି ମିଗ ୨୧ ସହ ଏକଲବ୍ୟ ଶୈଳୀରେ କୌଶଳ ପ୍ରଦର୍ଶନ କରିଛି ଗୋଟିଏ ରାଫେଲ ଯୁଦ୍ଧ ବିମାନ । ଗ୍ରୁପ କ୍ୟାପଟେନ ରୋହିତ କଟାରିଆ ମାଟିରୁ ୩୦୦ ମିଟର ଉଚ୍ଚରେ ରାଫେଲ ଉଡାଇଛନ୍ତି । ଘଂଟା ପ୍ରତି ୭୦୦ କିଲୋମିଟର ବେଗରେ ଦିଲ୍ଲୀ ଆକାଶରେ ଉଡିଛି ରାଫେଲ୍ ।

from Kanak News
via <a href="https://ifttt.com/?

ଓଡିଶାରୁ ବାହାରିଲା ଟ୍ରାକ୍ଟର ରାଲି । ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ସମର୍ଥନରେ ବାହାରିଲେ କେନ୍ଦ୍ରାପଡା ଓ ଢେଙ୍କାନାଳ ଚାଷୀ

କନକ ବ୍ୟୁରୋ: ତିନି କୃଷି ଆଇନ ବିରୋଧରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ସମର୍ଥନ କରି କେନ୍ଦ୍ରାପଡାରେ କୃଷକଙ୍କ ଟ୍ରାକ୍ଟର ରାଲି । ରାଜକନିକା ଓ ଆଳି କୃଷକ ସମନ୍ୱୟ ସମିତି ଆବାହକ ବିଧାନ ଦାସଙ୍କ ନେତୃତ୍ୱରେ ଏକ ବିଶାଳ ଟ୍ରାକ୍ଟର ରାଲି କରାଯାଇଛି । ଚାନ୍ଦବାଲି ପୋଲ ନିକଟରୁ ଟ୍ରାକ୍ଟର ରାଲି ବାହାରି ଗଡଗଡି ପୋଲି ନିଟକରେ ପହଂଚିବା ପରେ ସେଠାରେ ଏକ ପ୍ରତିବାଦ ସଭା କରାଯାଇଛି । ରାଲିକୁ ସମର୍ଥନ ଜଣାଇ ଆଳିର ପୂର୍ବତନ ବିଧାୟକ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ କୃଷକ ମାରଣ ଆଇନକୁ କଡା ଭର୍ତ୍ସ୍ୟନା କରିଛନ୍ତି । ଏଥିସହ ତୁରନ୍ତ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।

ସେପଟେ, ଢେଙ୍କାନାଳରେ  ବି କୃଷକଙ୍କ ଟ୍ରାକ୍ଟର ରାଲି କରାଯାଇଛି । ଢେଙ୍କାନାଳ ଓଡ଼ପଡା ବ୍ଲକ ଗଦାଶୀଳାଠାରୁ ଅଙ୍କରାନ୍ତିପୁର ଯାଏ ଏକ ଟ୍ରାକ୍ଟର ରାଲି କରାଯାଇଛି । ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଏହି ରାଲିରେ ନବ ନିର୍ମାଣ କୃଷକ ସଂଗଠନର ମଧ୍ୟ ସହଯୋଗ ରହିଥିଲା ।

ଆଜି ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ସୃଷ୍ଟି ହୋଇଛି ଅପ୍ରତିକର ପରିସ୍ଥିତି । ପୂର୍ବ ଘୋଷଣା ଅନୁସାରେ  ଦିଲ୍ଲୀ ମାର୍ଚ୍ଚ କରିଛନ୍ତି ଚାଷୀ ସଂଗଠନ । ଆଉ ଏତିକିବେଳେ ପୁଲିସ ଅଟକାଇବାରୁ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ପୁଲିସ ଓ ଚାଷୀ ସଂଗଠନ ମୁହାଁମୁହିଁ ହୋଇଛନ୍ତି ।  କୃଷକଙ୍କ ଟ୍ରାକ୍ଟର ପରେଡ ହେବା ପୂର୍ବରୁ ପୁଲିସ ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିରୋଧ ପ୍ରଦର୍ଶନକାରୀ । ଆଜି ସକାଳେ ଆନ୍ଦୋଳନରତ କୃଷକ ସଂଗଠନର ଏକ ଗୋଷ୍ଠୀ ସିଙ୍ଘୁ ବର୍ଡରରେ ପୁଲିସ ବ୍ୟାରିକେଡ ଭାଙ୍ଗି ପଦଯାତ୍ରା ଆରମ୍ଭ କରିଛନ୍ତି । ହଜାର ହଜାର କୃଷକ ପତାକା ଧରି ଚାଲି ଚାଲି ସିଙ୍ଘୁ ବର୍ଡରରୁ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଛନ୍ତି ।

from Kanak News
via <a href="https://ifttt.com/?

ଟ୍ରାକ୍ଟର ରାଲି କରି ଲାଲକିଲ୍ଲା ଭିତରେ ପହଞ୍ଚିଲେ ଆନ୍ଦୋଳନରତ ଚାଷୀ, ବିକ୍ଷୋଭ ପ୍ରଦର୍ଶନ ସହ ଉଡ଼ାଇଲେ ପତାକା ।

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ପହଞ୍ଚିଲେ ଚାଷୀ । କୃଷି ଆଇନକୁ ଦୀର୍ଘ ଦିନ ଧରି ଆନ୍ଦୋଳନ କରୁଥିବା ଚାଷୀ ଆଜି ଲାଲକିଲ୍ଲାରେ ପହଞ୍ଚିଛନ୍ତି । ପୋଲିସର ସୁରକ୍ଷାବଳୟକୁ ଭେଦ କରି ଟ୍ରାକ୍ଟର ରାଲି ମାଧ୍ୟମରେ ଲାଲକିଲ୍ଲାରେ ପହଞ୍ଚିଛନ୍ତି ଆନ୍ଦୋଳନରତ ଚାଷୀ । କେବଳ ଲାଲକିଲ୍ଲାରେ ପହଞ୍ଚିନାହାନ୍ତି ବରଂ ସେଠାରେ ଥିବା ଖମ୍ବରେ ଚାଷୀ ସଙ୍ଗଠନର ପତାକା ଉଡାଇଛନ୍ତି । ଆଉ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଦିଲ୍ଲୀ ରାସ୍ତାରେ କେବଳ ଟ୍ରାକ୍ଟର ଦେଖିବାକୁ ମିଳୁଛି । ଏହାପୂର୍ବରୁ ସିଙ୍ଘୁ ବର୍ଡର ପାର କରୁଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଚାଷୀ-ପୋଲିସ । ଗୋଟିଏ ପରେ ଗୋଟିଏ ବ୍ୟାରିକେଡ ଭାଙ୍ଗି ଆଗକୁ ବଢୁଥିବା ଚାଷୀଙ୍କ ଉପରେ ଲାଠି ପ୍ରହାର କରିଥିଲା ପୋଲିସ । କିନ୍ତୁ ପୋଲିସର ଏଭଳି ପାହାରକୁ ଖାତିର ନକରି ଆଗକୁ ବଢିଥିଲେ ଚାଷୀ । ଆଉ ଏବେ ସୁରକ୍ଷାବଳୟ ଭେଦ କରି ଲାଲକିଲ୍ଲା ଉପରେ ଚଢିଛନ୍ତି ଚାଷୀ । ଲାଲକିଲ୍ଲା ଭିତରେ ପଶି ବିରୋଧ ପ୍ରଦର୍ଶନ କରିଛନ୍ତି ଆନ୍ଦୋଳନରତ ଚାଷୀ ।

ଏହାପୂର୍ବରୁ ଦିଲ୍ଲୀ ପୋଲିସ କିଛି ସର୍ତ୍ତ ସହ ଟ୍ରାକ୍ଟର ରାଲି ପାଇଁ ଚାଷୀଙ୍କୁ ଅନୁମତି ଦେଇଥିଲା । ତେବେ ଟ୍ରାକ୍ଟର ରାଲି ଆରମ୍ଭ ହେବା ସହ ଦିଲ୍ଲୀ ସୀମାକୁ ଲାଗି ରହିଥିବା ବିଭିନ୍ନ ରାଜ୍ୟରୁ ଟ୍ରାକ୍ଟର ଧରି ମାଡି ଆସିଥିଲେ ଚାଷୀ । ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବାକୁ ପୋଲିସ ପକ୍ଷରୁ ଚାରିଆଡେ ବ୍ୟାରିକେଡ କରାଯାଇଥିଲେ ମଧ୍ୟ ଏହାକୁ ଭାଙ୍ଗି ଆଗକୁ ବଢିଥିଲେ ଚାଷୀ । ଲାଲକିଲ୍ଲା ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବାକୁୁ ଆନ୍ଦୋଳନରତ ଚାଷୀ ଅନୁମତି ମାଗିଥିଲେ ମଧ୍ୟ ଅନୁମତି ନ ମିଳିବାରୁୁ ଏଭଳି ସ୍ଥିତି ଉପୁଜିଛି । ତେବେ ପୋଲିସ ଲାଲକିଲ୍ଲାରେ ପହଞ୍ଚି ଆନ୍ଦୋଳନରତ ଚାଷୀଙ୍କୁ ବିଦା କରିବା ସହ ପତାକା ଖୋଲିଛି । ଏହାସହ ଆଇନକୁ ହାତକୁ ନ ନେବାକୁ ଆନ୍ଦୋଳନରତ ଚାଷୀଙ୍କୁ ଅପିଲ କରିଛି ଦିଲ୍ଲୀ ପୋଲିସ ।

from Kanak News
via <a href="https://ifttt.com/?

ଷ୍ଟିଲ ସିଟି ରାଉରକେଲାରେ ସବୁଠୁ ଉଚ୍ଚରେ ଉଡିଲା ତ୍ରିରଙ୍ଗା: ସେପଟେ ୭୨ ତମ ଗଣତନ୍ତ୍ର ଦିବସରେ ଚିତ୍ରକୋଣ୍ଡାରେ ପ୍ରଥମ ଥର ପାଇଁ ଉଡିଲା ତ୍ରିରଙ୍ଗା

କନକ ବ୍ୟୁରୋ:  ମାଲକାନଗିରି ସ୍ୱାଭିମାନ ଅଂଚଳରେ ଆଉ ନାହିଁ ମାଓବାଦୀଙ୍କ ଭୟ । ୭୨ ତମ ଗଣତନ୍ତ୍ର ଦିବସରେ ଚିତ୍ରକୋଣ୍ଡାରେ ପ୍ରଥମ ଥର ପାଇଁ ଉଡିଲା ତ୍ରିରଙ୍ଗା । ଗୋରାସେତୁ ବିଏସଏଫ କ୍ୟାମ୍ପରେ ଯବାନଙ୍କ ସହ ମିଶି ଗଣତନ୍ତ୍ରର ଜୟଗାନ କରିଛନ୍ତି ଅଂଚଳ ବାସୀ । ପୂର୍ବରୁ ଏହି ଅଂଚଳରେ ମାଓବାଦୀଙ୍କ ଦବଦବା ରହିଥିଲା । ଏବେ ଏହି ଅଂଚଳରେ ସୁରକ୍ଷାକର୍ମୀ ପହଚିଂବା ପରେ ଲୋକଙ୍କ ମନରୁ ମାଓ ଭୟ ଦୂର ହୋଇଛି ।

ସେପଟେ ଷ୍ଟିଲ ସିଟିରେ ଉଡିଲା ଉଚ୍ଚତମ ତ୍ରିରଙ୍ଗା । ସାଧାରଣତନ୍ତ୍ର ଦିବସରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୨୩୦ ଫୁଟର ଫ୍ଲାଗ ପୋଲ ବା ଖମ୍ବରେ ୭୨ ଫୁଟ ଲମ୍ବ ଓ ୪୮ ଫୁଟ ଚଉଡା ତ୍ରିରଙ୍ଗା ଉତ୍ତୋଳନ କରାଯାଇଛି । ନିମନ୍ତ୍ରିତ ଅତିଥୀ ଓ ବରିଷ୍ଠ ପଦାଧିକାରୀଙ୍କ ଗହଣରେ ପତାକା ଉତ୍ତୋଳନ କରିଛନ୍ତି କାରଖାନାର ସିଇଓ ଦୀପକ ଛଟରାଜ ।

from Kanak News
via <a href="https://ifttt.com/?

ୱେବ ପୋର୍ଟାଲ ଦୁର୍ନୀତି ଡଟ୍ ଲାଇଭର ମୁଖ୍ୟଙ୍କ ନାଁରେ ମାଳ ମାଳ ଅଭିଯୋଗ: ୩ ଥାନା ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା ଅଭିଯୁକ୍ତ ସୌମ୍ୟରଞ୍ଜନ ସାମନ୍ତରାୟ

କନକ ବ୍ୟୁରୋ: ଦୁର୍ନୀତି ଲାଇଭର ମୁଖ୍ୟ ସାମ୍ବାଦିକଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିବା ପରେ ବାଲୁଗାଁ, ବାଣପୁର, ଚିଲିକା ଅଂଚଳର କିଛି ସାମ୍ବାଦିକ ଓ ସମାଜସେବୀ ଖଣ୍ଡଗିରି ଥାନା ଆସି ପୋଲିସ ନିକଟରେ କିଛି ତଥ୍ୟ ରଖିଛନ୍ତି । ସେମାନଙ୍କର କହିବାନୁସାରେ, ଗିରଫ ସାମ୍ବାଦିକଙ୍କ ନାଁରେ ବାଲୁଗାଁ ଓ ବାଣପୁର ଥାନାରେ ଏକାଧିକ ମାମଲା ରହିଛି । ଅନେକ ଲୋକଙ୍କୁ ସେ ଠକିଛି । ଅନେକ ଲୋକଙ୍କଠାରୁ ଟଙ୍କା ଖାଇଛି ଏବଂ ଧମକ ମଧ୍ୟ ଦେଇଛି । ଏପରିକି ବାଣପୁରର ସମ୍ବାଦ ଓ କନକ ନ୍ୟୁଜ ପ୍ରତିନିଧିଙ୍କ ନାଁରେ ମଧ୍ୟ ଏଭଳି ଖବର କରି ସେମାନଙ୍କୁ ଟଙ୍କା ମାଗିଛି । ଏହି ସମସ୍ତ ତଥ୍ୟ ଖଣ୍ଡଗିରି ପୋଲିସକୁ ଦେଇଛନ୍ତି ବାଲୁଗାଁର ସାମ୍ବାଦିକ ଓ ସମାଜସେବୀ ।

ସୂଚନାନୁସାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ହରିପୁର ଗ୍ରାମର ସୌମ୍ୟରଞ୍ଜନ ସାମନ୍ତରାୟ ନିଜେ ‘ଦୁର୍ନୀତି ଲାଇଭ୍‌’ ନାମକ ଏକ ୱେବ୍‌ ପୋର୍ଟାଲ୍‌ କରିଥିଲା। ରାଜଧାନୀ ସମେତ ଖୋର୍ଦ୍ଧା, ବାଲୁଙ୍ଗା, ନବରଙ୍ଗପୁର, ମୟୂରଭଞ୍ଜ ଆଦି ଜିଲ୍ଲାରେ ସାମ୍ବାଦିକ ନିଯୁକ୍ତି କରିଥିଲା। ବିଭିନ୍ନ ଖବର ପ୍ରସାରଣ କରିବା ଧମକ ଦେଇ ସେ ନେତା ଓ ଅଧିକାରୀମାନଙ୍କଠାରୁ ବଟି ନେଉଥିଲା। ନେତା, ଯନ୍ତ୍ରୀ, ଠିକାଦାର ଓ ବସ୍‌ ମାଲିକଙ୍କୁ ମାସିକିଆ ଚାନ୍ଦା ଦେବାକୁ ଧମକ ଦେଉଥିଲା। କେହି ବଟି ଦେବାକୁ ବାରଣ କଲେ ତାଙ୍କୁ ବଦନାମ୍‌ କରିବା ପାଇଁ ମିଛ ଖବର ପ୍ରସାରଣ କରୁଥିଲା।

ପୁଲିସ ସୂଚନା ମୁତାବକ, ବରମୁଣ୍ଡାର ଜଣେ ବସ୍‌ ମାଲିକଙ୍କୁ ସେ ବଟି ମାଗିଥିଲା। କିନ୍ତୁ ସେ ବଟି ଦେବେ ନାହିଁ ବୋଲି ରୋକ୍‌ଠୋକ ମନା କରି ଦେଇଥିଲେ। ତେଣୁ ଅଭିଯୁକ୍ତ ସୌମ୍ୟ ତାଙ୍କୁ ବଦନାମ୍‌ କରିବା ପାଇଁ ଲାଗି ପଡ଼ିଥିଲା। ତାଙ୍କ ପତ୍ନୀଙ୍କ ଫଟୋକୁ ଅନ୍ୟ ଏକ ଫଟୋ ସହ ମିଶାଇ କମ୍ପ୍ୟୁଟରରେ ଏଡିଟ୍‌ କରିବା ପରେ ଏକ ଭିଡିଓ ତିଆରି କରିଥିଲା। ଏହାକୁ ଦେଖାଇ ସେ ସମ୍ପୃକ୍ତ ମହିଳାଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କଲା। ଲକ୍ଷ‌େ ଟଙ୍କା ନ ଦେଲେ ଭିଡିଓକୁ ଭାଇରାଲ କରିବା ସହ ଖବର ତିଆରି କରିବ ବୋଲି ମଧ୍ୟ ଚେତାବନୀ ଦେଇଥିଲା। ମାତ୍ର ମହିଳା ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କଲେ। ଅଭିଯୋଗ ହେବା ପରେ ପରେ ଆଇଆଇସି ପଦ୍ମନାଭ ପ୍ରଧାନ ଏକ ଟିମ୍‌ ଗଠନ କରି ତାକୁ ପୁରୀର ଏକ ହୋଟେଲରୁ ଉଠାଇ ନେଇଥିଲେ।

from Kanak News
via <a href="https://ifttt.com/?

ଫିଲ୍ମ ଷ୍ଟାଇଲରେ ଲୁଟେରାକୁ ଗୋଡାଇଲା ପୁଲିସ । ଆଗେ ଆଗେ ବାଇକରେ ଲୁଟେରା, ପଛେ ପଛେ କାରରେ ପୁଲିସ

କନକ ବ୍ୟୁରୋ: ଆଗେ ଆଗେ ବାଇକରେ ଚୋର, ପଛେ ପଛେ କାରରେ ଗୋଡାଉଛି ପୁଲିସ । କୌଣସି ଫିଲ୍ମର ଦୃଶ୍ୟ ଭଳି ଲାଗୁଥିଲେ ବି ଏହି ଘଟଣାଟି ସତ । ଏହି ଚିତ୍ର ଆସିଛି ସମ୍ବଲପୁର ରେଙ୍ଗାଲୀ ଅଂଚଳରୁ । ସୂଚନା ଅନୁସାରେ ଜଣେ ଚାଷୀ ଗତ ୧୫ ତାରିଖରେ ରୋଙ୍ଗାଲୀ କୋପରେଟିଭ ବ୍ୟାଙ୍କରୁ ନିଜ ଧାନ ବିକ୍ରି ଟଙ୍କା ବାହାର କରି ଗାଡି ଡିକିରେ ରଖିଥିଲେ । ପାହାରପାଲି ଗାଁର ଚାଷୀ ପ୍ରମୋଦ ପଟେଲ ଗାଡି ଡିକିରେ ଟଙ୍କା ରଖିଥିବା ବେଳେ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଧରି ଫେରାର ମାରିଥିଲା ଚୋର ।

ଖବର ପାଇ ପୁଲିସ ବାଇକରେ ଦ୍ରୁତ ବେଗରେ ପଳାଉଥିବା ଚୋରକୁ ପିଛା କରିଥିଲା । ରେଙ୍ଗାଲୀ ଥାନା ଅଧିକାରୀ ଧବଳେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ଟିମ ଚୋରକୁ କାବୁ କରିବାରେ ସଫଳ ହୋଇଥିଲେ । ଏପରିକି ଲୁଟ ହୋଇଥିବା ୨ ଳକ୍ଷ ଟଙ୍କା ଚାଷୀ ପ୍ରମୋଦ ପଟେଲଙ୍କୁ ଫେରାଇବା ପରେ ପୁଲିସର ଏହି ତତ୍ପରତା ପାଇଁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started