ଚାଷୀଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ୍: ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ବେଳେ ଅଭାବନୀୟ ପରିସ୍ଥିତି; ସୀମା ଭିତରକୁ ଗଲାବେଳେ ପୋଲିସ ସହ ମୁହାଁମୁହିଁ ଚାଷୀ

କନକ ବ୍ୟୁରୋ: ଆଜି ଦିଲ୍ଲୀରେ ୭୨ତମ ଗଣତନ୍ତ୍ର ଦିବସ ପରେଡ ଉପରେ ଯେମିତି ନଜର ରହିଥିଲା ସେମିତି ଚାଷୀଙ୍କ ଟ୍ରାକ୍ଟର ରାଲିର ରୂପରେଖ କଣ ହେବ ତା ଉପରେ ମଧ୍ୟ ରହିଥିଲା ସାରା ଦେଶର ନଜର ।

https://platform.twitter.com/widgets.js

ଏ ସବୁ ଫଟୋ ଉପରେ ଥରେ ନଜର ପକାନ୍ତୁ । ଏ ହେଉଛି ଚାଷୀଙ୍କ ଟ୍ରାକ୍ଟର ରାଲିର ଚିତ୍ର । ପୂର୍ବ ଘୋଷଣା ଅନୁସାରେ, ଦିଲ୍ଲୀ ମାର୍ଚ୍ଚ କରିଛନ୍ତି ଚାଷୀ ସଂଗଠନ । ଆଉ ଏତିକିବେଳେ ପୁଲିସ ଅଟକାଇବାରୁ ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ପୁଲିସ ଓ ଚାଷୀ ସଂଗଠନ ମୁହାଁମୁହିଁ ହୋଇଛନ୍ତି । କୃଷକଙ୍କ ଟ୍ରାକ୍ଟର ପରେଡ ହେବା ପୂର୍ବରୁ ପୁଲିସ ବ୍ୟାରିକେଡ ଭାଙ୍ଗିଦେଇଛନ୍ତି ବିରୋଧ ପ୍ରଦର୍ଶନକାରୀ ।

https://platform.twitter.com/widgets.js

ଆଜି ସକାଳେ ଆନ୍ଦୋଳନରତ କୃଷକ ସଂଗଠନର ଏକ ଗୋଷ୍ଠୀ ସିଙ୍ଘୁ ବର୍ଡରରେ ପୁଲିସ ବ୍ୟାରିକେଡ ଭାଙ୍ଗି ପଦଯାତ୍ରା ଆରମ୍ଭ କରିଛନ୍ତି । ହଜାର ହଜାର କୃଷକ ପତାକା ଧରି ଚାଲି ଚାଲି ସିଙ୍ଘୁ ବର୍ଡରରୁ ଦିଲ୍ଲୀ ଅଭିମୁଖେ ଶୋଭାଯାତ୍ରାରେ ବାହାରିଛନ୍ତି । ଏହି ରାଲିରେ ୫ହଜାର ଟ୍ରାକ୍ଟର ଏବଂ ୫ ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୋଲିସଠାରୁ ଅନୁମତି ମିଳିଛି । ଟ୍ରାକ୍ଟର ରାଲିକୁ ଆଖିରେ ରଖି ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳଷ୍ଟେସନରୁ ଟ୍ରେନ ଚଳାଚଳ ବନ୍ଦ ରହିବ ।

https://platform.twitter.com/widgets.js

ସେପଟେ ଟ୍ରାକ୍ଟର ପରେଡକୁ ନେଇ ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏଥିରେ ଗୃହସଚିବ, ଦିଲ୍ଲୀ ପୋଲିସ କମିଶନର, ଆଇବି ମୁଖ୍ୟ ସାମିଲ ହୋଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ । ଟ୍ରାକ୍ଟର ପରେଡ ପାଇଁ ଅନୁମତି ମିଳିବା ପରେ ଆସନ୍ତା ଫେବ୍ରୁଆରୀ ୧ତାରିଖରେ ଚାଷୀମାନେ ସଂସଦ ମାର୍ଚ୍ଚ କରିବା ପାଇଁ ଘୋଷଣା କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ପାଳିଲେ ଗଣତନ୍ତ୍ର ଦିବସ: ଦଳୀୟ କାର୍ଯ୍ୟାଳୟରେ ଉଡିଲା ତ୍ରିରଙ୍ଗା

କନକ ବ୍ୟୁରୋ: ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳର କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଜେଡି କାର୍ଯ୍ୟାଳୟରେ ଦଳର ଉପସଭାପତି ଦେବୀ ମିଶ୍ର ପତକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ଅବସରରେ ବିଜେଡି ସାଧାରଣ ସଂପାଦକ ସଂଜୟ ଦାସ ବର୍ମା, ଭୁବନେଶ୍ୱର ଉତ୍ତର, ମଧ୍ୟ ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ ।

ସେହିପରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ପିସିସି ସଭାପତି କହିଛନ୍ତି, ଦେଶରେ ଏବେ ସମ୍ବିଧାନର ସୁରକ୍ଷା ଜରୁରୀ ହୋଇପଡିଛି । ସେହିପରି ରାଜ୍ୟ ବିଜେପି କାର୍ଯ୍ୟଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ପ୍ରତିକ୍ରିୟା ରଖି କହିଛନ୍ତି, ସବକା ସାଥ ସବକା ବିକାଶ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କରାଯାଉଛି ।

from Kanak News
via <a href="https://ifttt.com/?

ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଇ ରାଜ୍ୟକୁ ଗୌରବାନିତ୍ୱ କରୁଛନ୍ତି ଓଡ଼ିଆ ଯବାନ କାହ୍ନୁଚରଣ ।

କନକ ବ୍ୟୁରୋ : ଦେଶ ଦେଖିଲା ଓଡ଼ିଆ ପୁଅର ବୀରତ୍ୱ । ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀରେ ହେଉଥିବା ପରେଡରେ ଓଡ଼ିଆ ଯବାନ କାହ୍ନୁଚରଣ ମିଶ୍ର ସାମିଲ ହେବା ସହ ରାଜ୍ୟ ପାଇଁ ଆଉ ଗୌରବ ଆଣି ଦେଇଛନ୍ତି । ଦିଲ୍ଲୀ ରାଜପଥରେ ହେଉଥିବା ପରେଡରେ ଓଟ ବାହିନୀରେ ସାମିଲ ହୋଇଛନ୍ତି କାହ୍ନୁ । ଗତ ୨୦୧୦ରୁ ଏହି ଓଟ ବାହିନୀ ସହ ପରେଡରେ ଭାଗ ନେଉଛନ୍ତି କାହ୍ନୁଚରଣ । ସୁନ୍ଦର ନିଶ ସଜ୍ଜା ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଥିବା କାହ୍ନୁ ବିଏସଏଫ ଯବାନ ଭାବେ ଦେଶର ସେବା କରୁଛନ୍ତି ।

ସୋର ଅଞ୍ଚଳର କାହ୍ନୁ ଚରଣ ୧୯୯୮ରେ ରାଜସ୍ଥାନର ଯୋଧପୁର ଟ୍ରେନିଂ ହେଡକ୍ୱାର୍ଟରରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ଏବେ ସେ ପଦୋନ୍ନତି ପାଇ ହେଡ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୦ ମସିହାରୁ କାହ୍ନୁ ଏହି ଓଟବାହିନୀ ସହ ସାମିଲ ହୋଇ ପରେଡରେ ଭାଗ ନେଉଛନ୍ତି । ଏହାପୂର୍ବରୁ ଅନ୍ତର୍ଜାତୀୟ ରାଜସ୍ଥାନ ମରୁ ମହୋତ୍ସବରେ ଉଭୟ ନିଶ ଓ ଓଟ ସଜ୍ଜା ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ହୋଇଥିଲେ । ଓଟ ଚାଳନାରେ ଅନେକ ସଫଳତା ହାସଲ କରିଛନ୍ତିୁ କାହ୍ନୁ । ଆଉ ଗତ ୨୦୧୦ ମସିହାରୁ ପରେଡରେ ଭାଗ ନେଇ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଗୌରବ ଆଣିଛନ୍ତି କାହ୍ନୁ ।

from Kanak News
via <a href="https://ifttt.com/?

ପ୍ରଥମ ଥର ପାଇଁ ବାୟୁସେନା ପରେଡରେ ମହିଳା ପାଇଲଟ ନେଲେ ନେତୃତ୍ୱ: ତେଜସ ବିମାନ, ରୋହିନୀ ରାଡାର୍ସ ପରେଡର ନେତୃତ୍ୱ ନେଲେ ଭାବନା କାନ୍ତ

କନକ ବ୍ୟୁରୋ: ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଛି ରାଫେଲ ଲଢୁଆ ବିମାନ । ସେହିପରି ଟି-୯୦ ଭିଷ୍ମ ଟ୍ୟାଙ୍କ, ବ୍ରହ୍ମୋସ ମିଶାଇଲ, ପିନାକ ମଲଟି ଲଂଚର ରକେଟ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଶକ୍ତି ପ୍ରଦର୍ଶନ କରିଛି ସେନା । ପ୍ରଥମ ଥର ପାଇଁ ବାଂଲାଦେଶର ୧୨୨ ସଦସ୍ୟ ବିଶିଷ୍ଟ ସେନା ମଧ୍ୟ ଏଥର ପରେଡରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ପରେଡ ଉତ୍ସବ ପରେ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ, ପ୍ରତିରକ୍ଷା ମନ୍ତ୍ରାଳୟର ୬, ଅନ୍ୟ ମନ୍ତ୍ରାଳୟ ଓ ଅର୍ଦ୍ଧ ସୈନିକ ବଳର ୯ ସହ ମୋଟ ୩୨ଟି ପ୍ରଜ୍ଞାପନ ମେଢରେ ଦେଶର ସମୃଦ୍ଧ ସାଂସ୍କୃତିକ ପ୍ରତୀକ, ଆର୍ଥିକ ଉନ୍ନତି ଓ ସୈନ୍ୟ ଶକ୍ତି ପ୍ରଦର୍ଶିତ ହୋଇଛି ।  ଏଥିସହିତ ଆଜି ସାଧାରଣତନ୍ତ୍ର ଦିବସ ପରେଡ ସମାରୋହରେ ଦେଖିବାକୁ ମିଳିଥିଲା ଦୁଇ ଭାରତୀୟ ମହିଳାଙ୍କ ପରାକ୍ରମର ଝଲକ । ଚଳିତ ବର୍ଷ ପରେଡରେ  ପ୍ରଥମ ମହିଳା ଫାଇଟର ପାଇଲଟ ସାମିଲ ହୋଇଥିବା ବେଳେ ପ୍ରଥମ ମହିଳା ପାଇଲଟ୍ ସାମିଲ ହୋଇଛନ୍ତି ।


• ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ପ୍ରଥମ ମହିଳା ଫାଇଟର ପାଇଲଟ
• ବାୟୁସେନା ପରେଡର ନେତୃତ୍ୱ ନେଲେ ୨୮ ବର୍ଷୀୟ ଭାବନା କାନ୍ତ
• ତେଜସ ବିମାନ,ରୋହିନି ରାଡାର୍ସ ପରେଡର ନେଲେ ନେତୃତ୍ୱ
• ବ୍ରହ୍ମୋସ ମିଜାଇଲ ଓ ଲଢୁଆ ହେଲିକପ୍ଟର ରୁଦ୍ରର ନେଲେ ନେତୃତ୍ୱ
• ୨୦୧୬ରେ ବାୟୁସେନାର ଲଢୁଆ ବିମାନ ସ୍କ୍ୱାର୍ଡରେ ହେଲେ ସାମିଲ
• ମିଗ୍-୨୧ ବାଇସନ ଲଢୁଆ ବିମାନ ଉଡାନ୍ତି ଭାବନା
• ବିହାର ଦରଭଙ୍ଗାର ଝିଅ ଭାବନା ଇଂଜିନିୟରିଂରେ ଗ୍ରାଜୁଏଟ
• ୨୦୨୦ରେ ନାରୀ ଶକ୍ତି ପୁରସ୍କାରରେ ହୋଇଥିଲେ ସମ୍ମାନିତ • ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ପ୍ରଥମ ମହିଳା ପାଇଲଟ
• ପରେଡରେ ସାମିଲ ହେଲେ ୨୮ ବର୍ଷୀୟ ସ୍ୱାତୀ ରାଠୋଡ୍
• ୨୦୧୪ରେ ବାୟୁସେନା ପାଇଲଟ ଭାବେ ଯୋଗଦେଇଥିଲେ
• ରାଜସ୍ଥାନ ନଗଉର ଜିଲ୍ଲାର ଝିଅ ସ୍ୱାତୀ ରାଠୋଡ୍
• ୨୦୧୮ କେରଳ ବନ୍ୟାରେ ଉଦ୍ଧାରକାମରେ ହୋଇଥିଲେ ସାମିଲ
• ୨୦୨୦ ଅକ୍ଟୋବର ୮ରେ ବାୟୁସେନା ଦିବସ ପରେଡରେ ନେଇଥିଲେ ଭାଗ
• ପରେଡରେ ଏମଆଇ-୧୭ ଭି୫ ବିମାନ ଉଡାଇଲେ ସ୍ୱାତୀ ରାଠୋଡ୍

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସରେ ସ୍ୱାଧୀନତା ସଂଗ୍ରାମୀ ଓ ସହିଦ୍ କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି । କହିଲେ, ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜଭୁତ କରିପାରିଛି ଓଡିଶା

ଆଜି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ରୋଜଗାର ବଢିଛି । ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି । ଭିତ୍ତିଭୂମିର ବିକାଶ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ସୁଯୋଗ ସୃଷ୍ଟି କରିଛି ।
ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ବତନ୍ତ୍ର । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି । ଜନଜାତି ବର୍ଗର ବିକାଶ ଓ କଲ୍ୟାଣ ପାଇଁ ଆମର କାର୍ଯ୍ୟକ୍ରମ ସେମାନଙ୍କୁ ସଫଳ ଭାବରେ ବିକାଶର ମୁଖ୍ୟଧାରାରେ ଯୋଡି ପାରିଛି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ବିକାଶର ସୂର୍ଯ୍ୟ ଲୋକଙ୍କ ମନରେ ନୂଆ ଆଶା ସଂଚାର କରିଛି । ଆପଣ ଜାଣନ୍ତି, ଗତ ୧୦ ମାସ ହେଲା ସାରା ବିଶ୍ବ କରୋନା ସହ ଲଢୁଛି । ଓଡିଶା କରୋନା ମହାମାରୀ କୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି ଏହି ଅବସରରେ ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ ଓ ସେବାକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଟୀକା ଆସିଥିଲେ ମଧ୍ୟ କୋଭିଡ ଗାଇଡଲାଇନ୍‌କୁ କଡାକଡି ଭାବରେ ପାଳନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।
ଏକ ସମୃଦ୍ଧ, ସଶକ୍ତ ଓ ସ୍ବଭିମାନୀ ଓଡିଶା ନିର୍ମାଣ ପାଇଁ ଆମେ ଦୃଢ ପ୍ରତିବଦ୍ଧତାର ସହ ଆଗକୁ ବଢୁଛୁ । କଠିନ ପରିଶ୍ରମ, ଗଭୀର ନିଷ୍ଠା ଓ ସମସ୍ତଙ୍କ ସହଯୋଗ ହିଁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ପାରିବ । ଏକ ନୂଆ ଓଡିଶା ଗଠନ ଦିଗରେ ଆମର ଉଦ୍ୟମରେ ମୁଁ ସମସ୍ତଙ୍କର ଆଶୀର୍ବାଦ କାମନା କରୁଛି ।
ସେପଟେ, ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‌ ମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

from Kanak News
via <a href="https://ifttt.com/?

ଢୋଲ, ନିଶାଣ, ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ୍ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ବଜାସାଲ ନୃତ୍ୟ

କନକ ବ୍ୟୁରୋ: ଢୋଲ ନିଶାଣ ତାସାର ଧୁନରେ ଦୁଲୁକିଲା ଦିଲ୍ଲୀ ଦରବାର । ଜାତୀୟ ପରେଡ ଉତ୍ସବରେ ମନ ଜିଣିଲା କଳାହାଣ୍ଡିର ଲୋକନୃତ୍ୟ ବଜାସାଲ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ପ୍ରଦର୍ଶନ କରିଛନ୍ତି କଳାକାର । ବାଦ୍ୟର ତାଳେ ତାଳେ ୮୦ କଳାକାରଙ୍କ ନୃତ୍ୟ ପରେଡସ୍ଥଳରେ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗଧ କରିଦେଇଛି । ବିବାହ ଉତ୍ସବରେ ପ୍ରଦର୍ଶିତ ହେଉଥିବା ଏହି ଲୋକନୃତ୍ୟକୁ ଆଜି ଦିଲ୍ଲୀ ଦରବାରରୁ ଦେଖିଛି ସାରା ବିଶ୍ୱ । ଲୋକପ୍ରିୟ ସମ୍ବଲପୁରୀ ଗୀତ ଡାଲଖାଇର ଧୁନର ତାଳେ ତାଳେ କଳାକାରଙ୍କ ନୃତ୍ୟ ସମସ୍ତଙ୍କ ମନ ଜିଣିଛି ।

ଆଜି ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ । କୋଭିଡ କଟକଣା ଭିତରେ ପାଳିତ ହେଉଥିବା ୭୨ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କାରଣରୁ ସ୍ୱତନ୍ତ୍ର ରହିଛି । କରୋନା ମହାମାରୀ ଯୋଗୁଁ ଜନପଥରେ ହେଉଥିବା ସମାରୋହ ସମୟକୁ କମ କରାଯାଇଛି । ଏହାଛଡା ଗଣତନ୍ତ୍ର ଦିବସ ପରେଡ ରୁଟକୁ ଛୋଟ କରାଯାଇଛି । ଚଳିତ ବର୍ଷ ବିଜୟ ଚୌକରୁ ପରେଡ ଆରମ୍ଭ ହୋଇ ନେସନାଲ ଷ୍ଟାଡିୟମ ଯାଏଁ ଯାଇଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ପରେଡରେ ସାମିଲ ହୋଇଛି ରାଫେଲ ଲଢୁଆ ବିମାନ । ସେହିପରି ଟି-୯୦ ଭିଷ୍ମ ଟ୍ୟାଙ୍କ, ବ୍ରହ୍ମୋସ ମିଶାଇଲ, ପିନାକ ମଲଟି ଲଂଚର ରକେଟ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଶକ୍ତି ପ୍ରଦର୍ଶନ କରିଛି ସେନା । ପ୍ରଥମ ଥର ପାଇଁ ବାଂଲାଦେଶର ୧୨୨ ସଦସ୍ୟ ବିଶିଷ୍ଟ ସେନା ମଧ୍ୟ ଏଥର ପରେଡରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ପରେଡ ଉତ୍ସବ ପରେ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ, ପ୍ରତିରକ୍ଷା ମନ୍ତ୍ରାଳୟର ୬, ଅନ୍ୟ ମନ୍ତ୍ରାଳୟ ଓ ଅର୍ଦ୍ଧ ସୈନିକ ବଳର ୯ ସହ ମୋଟ ୩୨ଟି ପ୍ରଜ୍ଞାପନ ମେଢରେ ଦେଶର ସମୃଦ୍ଧ ସାଂସ୍କୃତିକ ପ୍ରତୀକ, ଆର୍ଥିକ ଉନ୍ନତି ଓ ସୈନ୍ୟ ଶକ୍ତି ପ୍ରଦର୍ଶିତ ହୋଇଛି ।

from Kanak News
via <a href="https://ifttt.com/?

ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀ ଜନପଥରେ ପତାକା ଉଡାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ; ବିଶ୍ୱ ଦେଖିଲା ଭାରତୀୟ ସେନାର ଶକ୍ତିର ଝଲକ

କନକ ବ୍ୟୁରୋ: ଦିଲ୍ଲୀ ରାଜପଥରେ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପତାକା ଉତ୍ତୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିଥିଲେ । ଜାତୀୟ ପତାକା ଉତ୍ତୋଳନ କରିବା ପରେ ଆରମ୍ଭ ହୋଇଥିଲା ପରେଡ କାର୍ଯ୍ୟକ୍ରମ । କୋଭିଡ କଟକଣା ଭିତରେ ପାଳିତ ହେଉଥିବା ୭୨ତମ ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କାରଣରୁ ସ୍ୱତନ୍ତ୍ର ରହିଛି । କରୋନା ମହାମାରୀ ଯୋଗୁଁ ଜନପଥରେ ହେଉଥିବା ସମାରୋହ ସମୟକୁ କମ କରାଯାଇଛି । ଏହାଛଡା ଗଣତନ୍ତ୍ର ଦିବସ ପରେଡ ରୁଟକୁ ଛୋଟ କରାଯାଇଛି । ଚଳିତ ବର୍ଷ ବିଜୟ ଚୌକରୁ ପରେଡ ଆରମ୍ଭ ହୋଇ ନେସନାଲ ଷ୍ଟାଡିୟମ ଯାଏଁ ଯାଇଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ପରେଡରେ ସାମିଲ ହୋଇଛି ରାଫେଲ ଲଢୁଆ ବିମାନ । ସେହିପରି ଟି-୯୦ ଭିଷ୍ମ ଟ୍ୟାଙ୍କ, ବ୍ରହ୍ମୋସ ମିଶାଇଲ, ପିନାକ ମଲଟି ଲଂଚର ରକେଟ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଶକ୍ତି ପ୍ରଦର୍ଶନ କରିଛି ସେନା । ପ୍ରଥମ ଥର ପାଇଁ ବାଂଲାଦେଶର ୧୨୨ ସଦସ୍ୟ ବିଶିଷ୍ଟ ସେନା ମଧ୍ୟ ଏଥର ପରେଡରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ପରେଡ ଉତ୍ସବ ପରେ ୧୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ, ପ୍ରତିରକ୍ଷା ମନ୍ତ୍ରାଳୟର ୬, ଅନ୍ୟ ମନ୍ତ୍ରାଳୟ ଓ ଅର୍ଦ୍ଧ ସୈନିକ ବଳର ୯ ସହ ମୋଟ ୩୨ଟି ପ୍ରଜ୍ଞାପନ ମେଢରେ ଦେଶର ସମୃଦ୍ଧ ସାଂସ୍କୃତିକ ପ୍ରତୀକ, ଆର୍ଥିକ ଉନ୍ନତି ଓ ସୈନ୍ୟ ଶକ୍ତି ପ୍ରଦର୍ଶିତ ହୋଇଛି ।

from Kanak News
via <a href="https://ifttt.com/?

୨୪ ଘଣ୍ଟା ମଧ୍ୟରେ ଦେଶରେ ୯୧୦୨ କରୋନା ଆକ୍ରାନ୍ତ ଚିହ୍ନଟ । ୭ ମାସ ମଧ୍ୟରେ ସଂକ୍ରମଣ ହାର ସର୍ବନିମ୍ନ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ୯,୧୦୨ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ଗତ ୭ ମାସ ମଧ୍ୟରେ ଏହା ସର୍ବନିମ୍ନ ସଂକ୍ରମଣ ହାର ବୋଲି ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯,୧୦୨ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୧୭ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୦୬,୭୬,୮୩୮ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ୧୧୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୫୩,୫୮୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୫, ୯୦୧ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥ ସଂଖ୍ୟା ହେଉଛି ୧,୦୩,୪୫,୯୮୫।

ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୧,୭୭,୨୬୬ରେ ପହଞ୍ଚିଛି। କ୍ରମାଗତ ସପ୍ତମ ଦିନ ପାଇଁ ଦେଶରେ ସକ୍ରିୟ ସଂକ୍ରମଣ ସଂଖ୍ୟା ୨ ଲକ୍ଷ ତଳେ ରହିଛି।  ସେହିଭଳି, ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୨୦,୨୩,୮୦୯ ଜଣଙ୍କୁ କୋଭିଡ୍‌-୧୯ ଟିକା ଦିଆଯାଇଛି।

‘ଆଇସିଏମ୍‌ଆର୍‌’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଶୁକ୍ରବାର ସୁଦ୍ଧା ସମୁଦାୟ ୧୯,୩୦,୬୨,୬୯୪ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୭,୨୫,୫୭୭ଟି ନମୁନା।

from Kanak News
via <a href="https://ifttt.com/?

ରାଜ୍ୟ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ । କୋଭିଡ କଟକଣା ଭିତରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଲା ସାଧାରଣତନ୍ତ୍ର ଦିବସ

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିିଧାନ ପ୍ରଣୟନ କରାଯାଇଥିଲା । ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି । ତେବେ ଏହି ଅବସରରେ ଦେଶ ସହ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇଯାଇଛି ସ୍ୱାଧାରଣତନ୍ତ୍ର ଦିବସ । ରାଜ୍ୟରେ ସମସ୍ତ ଜିଲ୍ଲାରେ କୋଭିଡ୍ କଟକଣା ସହ ପାଳିତ ହୋଇଯାଇଛି ୭୨ ତମ ସ୍ୱାଧାରଣତନ୍ତ୍ର ଦିବସ ।

ଦେବଗଡସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆଜି ୭୨ ତମ ସାଧାରଣତନ୍ତ୍ର ଦିବସ ନିଡାମ୍ବର ଭାବେ ପାଳିତ ହୋଇଯାଇଛି । ଆଜିର ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜିଲା୍ଲପାଳ ଶ୍ରୀ ସାମଲ ଦେବଗଡର ପ୍ରତ୍ୟେକ ପରିବାରକୁ କିପରି ସ୍ୱାବଲମ୍ବୀ କରାଯାଇ ପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିବା ସହ ଜିଲ୍ଲାର ପ୍ରଗତିରେ ସାଧାରଣ ଜନତା ସହଭାଗୀତା ପାଇଁ ଆହ୍ୱାନ ଦେଇଥିଲେ ।

ସେହିଭଳି ଯାଜପୁର ଜିଲ୍ଲା ସ୍ତରୀୟ ୭୨ ସାଧାରଣତନ୍ତ୍ର ଦିବସ ଜିଲ୍ଲା ସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ସହରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ହୁଇଲ ଚେୟାର, ଶ୍ରବଣ ଯନ୍ତ୍ର ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ ।

ସେହିଭଳି ୭୨ତମ ସାଧାରଣ ତନ୍ତ୍ର ଦିବସ କଟକରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ରୂପେ ଯୋଗ ଦେଇଥିଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅବସରରେ ପତାକା ଉତ୍ତୋଳନ କରିବା ସହ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ଉଦବୋଧନ ଦେଇଥିଲେ । ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ ।

ଅନ୍ୟପଟେ, କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପରିସରରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ପରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଛି । ମୂଖ୍ୟ ଅତିଥି ଭାବେ ଆଳି ବିଧାୟକ ପ୍ରତାପ ଦେବ ମହାତ୍ମା ଗାନ୍ଧୀ ମୂର୍ତ୍ତି ଉନ୍ମୋଚିତ କରିଥିଲେ । ତେବେ ଏହି ଉତ୍ସବରେ ବିଧାୟକଙ୍କ ସହ ପଞ୍ଚାୟତ ସମିତି ଅଧକ୍ଷା ଝରଣା ଦାସ ଓ ବିଡିଓ ମଧ୍ୟ ଉପସ୍ଥିତ ଥିଲେ ।

from Kanak News
via <a href="https://ifttt.com/?

ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା : ରାଜ୍ୟରେ ଆଜି ୯୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଙ୍ଗରୋଧରୁ ୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧ 

କନକ ବ୍ୟୁରୋ : ଶହେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ୨୪ଘଣ୍ଟା ଭିତରେ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ । ସେଥିମଧ୍ୟରୁ ସଙ୍ଗରୋଧରୁ ୫୮ଓ ସ୍ଥାନୀୟ ଅଞ୍ଚଳରୁ ୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ୨୦, ଖୋର୍ଦ୍ଧାରୁ ୧୪, ସମ୍ବଲପୁରରୁ ୯, ନୂଆପଡା ଓ କଟକରୁ ୮ଲେଖାଏଁ ଆକ୍ରାନ୍ତ, ଅନୁଗୁଳରୁ ୬, ବାଲେଶ୍ୱର ୭,ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, କୋରାପୁଟରୁ ୧ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ।

ସେହିଭଳି ବରଗଡ,ମୟୂରଭଞ୍ଜରୁ ୩ଜଣ ଲେଖାଏଁ, ପୁରୀ, ଯାଜପୁରରୁ ୪ଜଣ ଲେଖାଏଁ ଏବଂ ଷ୍ଟେଟ ପୋଲରୁ ୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୫,୮୮,୬୦୩ ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ସକ୍ରିୟ ସଂକ୍ରମିତ ୧,୨୮୬ ଥିବା ବେଳେ ୩,୩୧,୨୮୪ ଜଣ ସୁସ୍ଥ ହେଲେଣି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୫୨୯ କୁ ବୃଦ୍ଧି ପାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started