ଲାଲଗଡରେ ଉଡିଲା ତ୍ରିରଙ୍ଗା । କରୋନା କଟକଣା ଭିତରେ ମାଲକାନଗିରିରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପାଳିତ ହୋଇ ଯାଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ମନ୍ତ୍ରୀ ତୁଷାର କାନ୍ତି ବେହେରା ଜିଲ୍ଲା ସ୍ତରୀୟ କାର୍ଜ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ଥିବା ବିଭିନ୍ନ ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ପୁଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ ମନ୍ତ୍ରୀ ତୁଷାର କାନ୍ତି ବେହେରା । ଏବେ ନଜର ପକାନ୍ତୁ କେଉଁଠି କିଏ କଲେ ପତାକା ଉତ୍ତୋଳନ ।

କୁଚିଣ୍ଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ମୁକୁନ୍ଦି ଷ୍ଟାଡିୟମଠାରେ ୭୨ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଉପଜିଲ୍ଲାପାଳ ପବିତ୍ର ବେହେରା ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସହକାରୀ ଉପଜିଲ୍ଲାପାଳ ହେମେନ୍ଦ୍ର ଭୋଇ, ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ କମଳ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନୀତ କରାଯାଇଛି ।

ଜଗତସିଂହପୁରରେ ୭୨ତମ ସାଧାରଣତନ୍ତ୍ର ଦିବସ

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ନବକୃଷ୍ଣଚୌଧୁରୀ ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସହରରେ ଥିବା ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । କୋଭିଡ କଟକଣା ଯୋଗୁ ଏଥର ସ୍କୁଲ ପିଲା ଓ ଜନସାଧାରଣଙ୍କୁ ପ୍ରବେଶ କରାଯାଇ ନଥିଲା। ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ଷ୍ଟାଡିୟମରେ ବୃକ୍ଷରୋପଣ କରାଯାଇଥିଲା।

ସୁବର୍ଣ୍ଣପୁରରେ ୭୨ତମ ସାଧାରଣତନ୍ତ୍ର ଦିବସ

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପଡିଆଠାରେ ୭୨ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଏକ ସମୃଦ୍ଧ ସୁବର୍ଣ୍ଣପୁରରେ ପରିଣତ କରିବାକୁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ । ଚଳିତ ବର୍ଷ କରୋନା କଟକଣା ଯୋଗୁଁ କେବଳ ପୁଲିସବାହନୀ ଓ ହୋମଗାର୍ଡ ପରେଡରେ ଅଂଶଗ୍ରହଣ କରିଥିଲେ । ସାଧାରଣ ଲୋକ ତଥା ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ବାରଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର କରୋନା ଯୋଦ୍ଧାମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।

from Kanak News
via <a href="https://ifttt.com/?

ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଗରିବୀ । କନକଙ୍କୁ ବଞ୍ଚିବାର ରାହା ଦେଖାଇଛି ତାଳପତ୍ର କଳାକୃତି, ୬୦ ମହିଳାଙ୍କୁ ରୋଜଗାର ସହ ୩ଶହ ମହିଳାଙ୍କୁ ତାଲିମ୍ ଦେଉଛନ୍ତି କନକ

କୁହାଯାଏ ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ। ଆଗକୁ ବଢିବାକୁ ଲକ୍ଷ୍ୟ ଥିଲେ, କୌଣସି ପ୍ରତିକୂଳ ପରିସ୍ଥିତି ମଣିଷ ଆଗରେ ପାଚେରି ହୋଇ ଠିଆହୋଇ ପାରେନା। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଗତ୍‌ସି˚ହପୁର ଜିଲ୍ଲା ରଘୁନାଥପୁର ବ୍ଲକ ସାଦେଇ ପୁର ଗ୍ରାମର କନକଲତା ବେହେରା । ନିଜକୁ ସ୍ବାବଲମ୍ବୀ କରିବା ସହ ଅନ୍ୟକୁ ରୋଜଗାରର ପନ୍ଥା ଯୋଗାଇବା ପାଇଁ କନକଙ୍କ ଏହି ପ୍ରଚେଷ୍ଟା ତାଙ୍କୁ ଆଣି ଦେଇଛି ସ୍ବତନ୍ତ୍ର ପରିଚୟ। ତାଳପତ୍ରରେ ତାଙ୍କର ଜୀବନ୍ତ କଳାକୃତି ଏବେ ଅଞ୍ଚଳ ପାଇଁ ବି ପରିଚୟ ଆଣି ଦେଇଛି।
କନକ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମହାଜନପୁର ଗ୍ରାମର ସ୍ବର୍ଗତ ନନ୍ଦ ବେହେରାଙ୍କ ସାନ ଝିଅ। ୧୯୯୯ ମସିହାରେ ସେ ରବୀନ୍ଦ୍ର ବେହେରାଙ୍କୁ ବିବାହ କରିଥିଲେ। ବିବାହର ୨ ବର୍ଷ ପରେ ତାଙ୍କର ଗୋଟେ ଝିଅ ହୋଇଥିଲା। ହେଲେ ଟିଅକୁ ୩ ବର୍ଷ ହୋଇଥିବା ବେଳେ ସ୍ବାମୀ ତାଙ୍କୁ ଛାଡି ପଳାଇ ଥିଲେ। ପରିବାର ପୋଷଣ ପାଇଁ ରୋଜଗାରର ସମ୍ବଳ ନ ଥିବାବେଳେ କୋଳରେ ୩ ବର୍ଷର ଛୁଆକୁ ନେଇ ଚିନ୍ତାରେ ପଡି ଯାଇଥିଲେ କନକ। କିନ୍ତୁ ଦେବଦୂତ ସାଜିଲା ଭଳି ସାଦେଇପୁର ଅଞ୍ଚଳର ମୀନତୀ ବେହେରା ତାଙ୍କ ଜୀବନରେ ଆସିଥିଲେ। କନକଙ୍କୁ ସାହସ ଦେବା ସହ ତାଳପତ୍ରରେ କିପରି କଳାକୃତି କରିହେବ, ତା’ର ପ୍ରଶିକ୍ଷଣ ଦେଇଥିଲେ। ଦିନକୁ ଦିନ କନକଙ୍କ ତାଳପତ୍ର କଳାରେ ରୁଚି ବଢିବା ସହ ଏହି କାରିଗରିରେ ସେ ନିପୁଣ ହେବାକୁ ଲାଗିଲେ। ଏବ˚ ଏହାକୁ ବିକ୍ରି କରି ରୋଜଗାର କରିବା ଆରମ୍ଭ କଲେ।

ତାଙ୍କ ଭଳି ଗରିବ ମହିଳା ମାନଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ସେ ମା ମଙ୍ଗଳା ସ୍ବୟ˚ସହାୟକ ଗ୍ରୁପ୍‌ ମାଧୢମରେ ୧୫ ଜଣ ସ୍ଥାନୀୟ ମହିଳାଙ୍କୁ ନେଇ ତାଳପତ୍ରର ବିଭିନ୍ନ ଘରଉପକରଣ ସାମଗ୍ରୀ ବିଞ୍ଚଣା, ଫୁଲ ଚାଙ୍ଗୁଡି, ପେନ୍‌ଷ୍ଟାଣ୍ତ, ଡଷ୍ଟବିନ, ଝାଡୁ, ଟୋପି, ଫୁଲଦାନୀ, ବିଭିନ୍ନ ପ୍ରକାରର ଫୁଲ, ଝୁମୁକା, ଖେଳନା ଆଦି ତିଆରି କରିବା ଆରମ୍ଭ କଲେ। ସ୍ଥାନୀୟ ଅ˚ଚଳ ଅପେକ୍ଷା ଏହାର ଚାହିଦା ସାରା ରାଜ୍ୟରେ ଥିବା ଲକ୍ଷ୍ୟ କରି ରାଜ୍ୟସାରା ବିଭିନ୍ନ ଷ୍ଟଲ୍‌ ମାଧୢମରେ ଏହାକୁ ବିକ୍ରି କରିବା ଆରମ୍ଭ କଲେ। ନାବାର୍ଡ, ଡିଆର‌୍‌ଡିଏ, ମିଶନ ଶକ୍ତି ମାଧୢମରେ ଷ୍ଟ୍‌ଲ ଆୟୋଜିତ ହେଉଥିବା ବେଳେ ରାଜ୍ୟର ମାଲକାନାଗିରି, କୋରାପୁଟ, କେନ୍ଦୁଝର, ବାଲେଶ୍ବର, କଳାହାଣ୍ତି, ପାରାଦ୍ବୀପ, କେନ୍ଦ୍ରାପଡା, କଟକ, ଭୁବନେଶ୍ବର ଆଦି ସ୍ଥାନମାନଙ୍କରେ ତାଳପତ୍ର ତିଆରି ସାମଗ୍ରୀ ସେ ବିକ୍ରି କରନ୍ତି। ଇତିମଧ୍ୟରେ କନକ ୩ଶହରୁ ଅଧିକ ମହିଳାଙ୍କୁ ତାଲିମ ଦେଇ ସାରିଲେଣି। ତାଙ୍କ ସହିତ ବର୍ତ୍ତମାନ ୮ଟି ଗ୍ରୁପର ୬୦ ଜଣ ମହିଳା ଯୋଡ଼ି ହୋଇଛନ୍ତି। ଫଳରେ ସ୍ଥାନୀୟ ମହିଳା ମାନେ ସ୍ବାବଲମ୍ବୀ ହୋବା ସହ ନିଜର କାରିଗରୀକୁ ସାବ୍ୟସ୍ତ କରିପାରୁଛନ୍ତି। ମୁଣ୍ଡ ପିଛା ହାରାହାରି ଭାବେ ୧୦ ହଜାରରୁ ଅଧିକ ଟଙ୍କା ରୋଜଗାର ହେଉଛି। କନକଙ୍କ ଏଭଳି କାର୍ଯ୍ୟ ପାଇଁ ସେ ଜିଲ୍ଳା ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ବି ସମ୍ମାନିତ ହୋଇଛନ୍ତି।

from Kanak News
via <a href="https://ifttt.com/?

କରୋନା ସମୟରେ ଓଡିଶାରେ ୧ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ । ବିକଶିତ ଓଡ଼ିଶାର ହିସାବ ଦେଲେ ସରକାର

ମହାମାରୀ କରୋନା କେବଳ ଭାରତ ନୁହେଁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଗୁଡିକୁ ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ ପ୍ରଭାବିତ କରିଛି । ହେଲେ ଏହାରି ଭିତରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଅନେକ ଥର ବିଶ୍ୱ ପାଇଁ ଉଦାହରଣ ସାଜିଥିବା ଓଡ଼ିଶା ପୁଣି ଏକ ଆନୁସଙ୍ଗିକ ପଦକ୍ଷେପ ନେଇଛି । ରାଜ୍ୟ ସରକାର କରୋନା ସମୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ପାଖାପାଖି ୧ ଲକ୍ଷ ୨୫ ହଜାର କୋଟିର ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ରଖିଛନ୍ତି ଓଡିଶା ସରକାର । ଆଉ ଏଭଳି ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାର ହେଉଛି ଏକ ନମ୍ବର ରାଜ୍ୟ ।

ପୁରୀକୁ ବିଶ୍ୱ ଐତିହ୍ୟ   ନଗରୀରେ ପରିବର୍ତ୍ତିତ କରିବା ପାଇଁ   ଶ୍ରୀ  ଜଗନ୍ନାଥ ଐତିହ୍ୟ କରିଡର ଓ  ଅବଢା ଯୋଜନା କରାଯାଇଛି । ୫ଟି କାର୍ଯ୍ୟକ୍ରମ ଅଧିନରେ ଶ୍ରୀ ଲିଙ୍ଗରାଜ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତି ପାଇଁ ଏକାମ୍ର ଯୋଜନା ଏବଂ ଖୁବ ଶୀଘ୍ର ସମ୍ବଲପୁରର ପ୍ରସିଦ୍ଧ ମାଆ ସମଲେଶ୍ୱରୀ ପୀଠର ବିକାଶ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟରେ ଅଧିକ ସଂଖ୍ୟକ ମେଡିକାଲ କଲେଜ ସ୍ଥାପନ ସହ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ହେବ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ  ସେବା ଅନୁଷ୍ଠାନ ।

ସେହିପରି ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଠାରେ ନିର୍ମାଣ ହେବ ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ । ସୁନ୍ଦରଗଡ ଜିଲ୍ଲାର ପ୍ରତି ବ୍ଲକରେ ହେବ ଆଷ୍ଟ୍ରୋଟର୍ଫ ହକି ଖେଳ ପଡିଆ । ଏହାସହିତ କେନ୍ଦୁପତ୍ର ତୋଳାଳୀ ଓ ଏଥିରେ ନିୟୋଜିତ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣାର୍ଥେ ୯୨.୩୭  କୋଟି ଟଙ୍କାର ବୋନସ୍ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା ହୋଇଛି । ସେପଟେ ଚଳିତବର୍ଷ  ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷା ନିମନ୍ତେ  ପରୀକ୍ଷା ଫି ଛାଡ ପାଇଁ ଘୋଷଣା ହୋଇଛି । ଯେଉଁଥିରେ ଉପକୃତ ହେବେ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।
ରାଜ୍ୟରେ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ପାଇଁ ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟିକାକରଣରେ ଅପାର ସଫଳତା ମଧ୍ୟ ମିଳିଛି । ଏହାସହିତ ମିଶନ ଶକ୍ତିରେ ସାମିଲ ୮୦ ଲକ୍ଷ ମହିଳା ଆଜି ବିଭିନ୍ନ କ୍ଷେତ୍ରରେ ଦକ୍ଷତା  ସହ କାର୍ଯ୍ୟ କରୁଛନ୍ତି । ଆମେରିକା, ୟୁରୋପର ଡିପାର୍ଟମେଣ୍ଟାଲ ଷ୍ଟୋରରେ ଏଣିକି ବିକ୍ରି ହେବ ଓଡିଶା ସ୍ୱୟଂ ସହାୟକ ଗୋଷ୍ଠୀ ଉତ୍ପାଦିତ ସାମଗ୍ରୀ ।

from Kanak News
via <a href="https://ifttt.com/?

କଳାହାଣ୍ଡିର ଏଭରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ହିମାଳୟନ ଚାଦର ଅଭିଯାନ: ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫତୁଲା ଟପ୍‌ରେ ଉଡ଼ାଇଲେ ଜାତୀୟ ପତାକା

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ଗ୍ରାମ ବାସିନ୍ଦା ତଥା ଏଭରେଷ୍ଟ ବିଜେତା ଓ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ହିମାଳୟନ ଚାଦର ଅଭିଯାନ ଓ ଖରଡୁଙ୍ଗଲା ଟପ୍‌ କାର୍ଯ୍ୟକ୍ରମରେ ଭାଗନେଇ ଗତ ୨୧ ତାରିଖରୁ ଲେହ ଲଦାଖ ଗସ୍ତରେ ଅଛନ୍ତି। ସେ ୨୪ ତାରିଖ ଲେହ ଠାରୁ କାରଗିଲ ଅଭିମୁଖେ ଯାତ୍ରା କରି ୧୩୪୭୯ ଫୁଟ ଉଚ୍ଚତା ବିଶିଷ୍ଟ ଫାତୁଲା ଟପ୍‌ରେ ସଫଳତାର ସହିତ ପହଞ୍ଚି ଜାତୀୟ ପତାକା ଉଡ଼ାଇଛନ୍ତି। ଏହି ଯାତ୍ରା ସମୟରେ ତାଙ୍କୁ ଲେହ ଲଦାଖ ବାସିନ୍ଦା ଡୋରଜି। ଗାଲସେନ ସହଯୋଗ କରିଥିଲେ। ତାପରେ ସେ କାରଗିଲ୍‌ରେ ପହଞ୍ଚି ସେହି ସ୍ଥାନର ଜଳବାୟୁ ସହିତ ଖାପଖୁଆଇବା ସହ ଅଭ୍ୟାସ କରିଥିଲେ।

କାରଗିଲ୍ ସଂପର୍କରେ ଶ୍ରୀ ଭୋଇ ଅନୁଭୂତି ବର୍ଣ୍ଣନା କରି କହିଲେ ବହୁତ ଥଣ୍ଡା ସହିତ ବରଫ ପଡୁଛି। ବିଯୁକ୍ତ ୧୨ରୁ ବିଯୁକ୍ତ ୨୦ ଡିଗ୍ରି ସେଲସିଅସ ତାପମାତ୍ରା ରହୁଛି। ଫଳରେ କାରଗିଲରେ ପାଣି ସମସ୍ୟା ଦେଖାଯାଉଛି। ୨୫ ତାରିଖ ସକାଳ ୮ଘଣ୍ଟା ୩୦ ମିନିଟରେ ବାହାରି ସଂପୂର୍ଣ୍ଣ ବରଫ ରାସ୍ତାରେ ୬୨ କିମି ଯିବା ପରେ ୧୧ଘଣ୍ଟାରେ ଦ୍ରାସର କାରଗିଲ୍ ଯୁଦ୍ଧ ସ୍ମୃତିରେ ପହଞ୍ଚିଥିଲେ। ସେତେବେଳେ ସେଠାରେ ପ୍ରବଳ ବରଫ ରହିବା ସହିତ ବିଯୁକ୍ତ ୨୧ ଡିଗ୍ରିରୁ ବିଯୁକ୍ତ ୨୫ ଡିଗ୍ରି ତାପମାତ୍ରା ଥିଲା ବୋଲି ସେ କହିଛନ୍ତି। ଶ୍ରୀ ଭୋଇ ସାଧାରଣତନ୍ତ୍ର ଦିବସ ଅବସରରେ କଳାହାଣ୍ଡି, ଓଡ଼ିଶା ତଥା ଦେଶର ସମସ୍ତଙ୍କୁ କାରଗିଲ ଯୁଦ୍ଧ ସ୍ମୃତିଠାରୁ ଅଭିନନ୍ଦନ ଦେବା ସହିତ ଦେଶ ଗଠନରେ ସହଯୋଗ ଏବଂ ବୀର ଯବାନମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ନିବେଦନ କରିଛନ୍ତି।

from Kanak News
via <a href="https://ifttt.com/?

ନ୍ୟାସନାଲ ୱାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ : ସ୍ମାରକୀରେ ଥିବା ‘ସେରିମୋନିଆଲ୍‌ ବୁକ୍‌’ରେ କଲେ ସ୍ବାକ୍ଷର

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ ଗେଟ୍‌’ ଅଞ୍ଚଳରେ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜପଥରେ ପହଞ୍ଚିବା ପରେ ‘ଜାତୀୟ ଯୁଦ୍ଧ ସ୍ମାରକୀ’ ସ୍ଥଳକୁ ଯାଇଥିଲେ । ତାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌ ଜେନେରାଲ୍‌ ବିପିନ ରାଓ୍ଵତ ମଧ୍ୟ ସେଠାକୁ ଯାଇଥିଲେ । ସ୍ମାରକୀରେ ଥିବା ‘ସେରିମୋନିଆଲ୍‌ ବୁକ୍‌’ରେ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱାକ୍ଷର କରିଥିଲେ ।

ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଜାମନଗରରୁ ଆସିଥିବା ଏକ ସ୍ୱତନ୍ତ୍ର ‘ପଗଡ଼ି’ ପରିଧାନ କରିଛନ୍ତି । ଏହି ‘ପଗଡ଼ି’ଟି ପ୍ରଥମ କରି ଗୁଜରାଟ ଅନ୍ତର୍ଗତ ଜାମନଗରର ରାଜପରିବାର ତରଫରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପହାର ଦିଆଯାଇଛି । ଏହାପରେ ପ୍ରଧାନମନ୍ତ୍ରୀ ଉତ୍ସବସ୍ଥଳ ରାଜପଥକୁ ଫେରିଥିଲେ ଏବଂ ପରେ ପରେ ସେଠାରେ ପହଞ୍ଚିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପାଛୋଟି ନେଇଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।

from Kanak News
via <a href="https://ifttt.com/?

ଆମ ପରିବେଶ ଆମେ ସଫା ରଖିବୁ । ନିଜେ ଜଙ୍ଗଲ ସୃଷ୍ଟି କଲେ ପୁରୁଣାଢ଼ିହ ଗ୍ରାମବାସୀ । ୨୮ ବର୍ଷ ଉଦ୍ୟମ ପରେ ୭ଶହ ଏକର ଏବେ ସବୁଜିମା

କନକ ବ୍ୟୁରୋ: ୨୮ବର୍ଷ ଧରି ଉଦ୍ୟମ କରୁଥିଲେ। ହେଲେ ନିଜ ଅଞ୍ଚଳକୁ ପ୍ରଦୂଷଣ ମୁକ୍ତ ତଥା ଜଙ୍ଗଲକ୍ଷୟକୁ ରୋକିବା ପାଇଁ ଆଦିବାସୀ ଅଞ୍ଚଳ ଲୋକେ ଏବେ ଏକ ନୂତନ ଜଙ୍ଗଲ ସୃଷ୍ଟି କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି। ୧୯୯୨ ମସିହାରୁ ନିରନ୍ତର ପ୍ରୟାସରୁ ସେମାନେ ଆଜି ୭ଶହ ଏକର ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। ନିଜର ପାରମ୍ପରିକ ପୋଡ଼ୁଚାଷ, ବଗଡ଼ଚାଷ ଛାଡ଼ି ଏହି ୭ଶହ ଏକର ପରିମିତ ଅଞ୍ଚଳକୁ କାହାକୁ ପଶିବାକୁ ଦେଇନାହାନ୍ତି। ନିଜସ୍ବ ଏକ ଜଙ୍ଗଲ କମିଟି ଗଢ଼ି ସମସ୍ତ ସଦସ୍ୟଗଣଙ୍କୁ ଏହାର ସୁରକ୍ଷା ଦାୟିତ୍ବ ଦେଇଛନ୍ତି। ଶାଳ ପିଆଶାଳରୁ ଆରମ୍ଭ କରି ଛୋଟବଡ଼ ଯାହା ପାଇଲେ ଲଗାଇଛନ୍ତି। ବିନା ସରକାରୀ ପୃଷ୍ଠପୋଷକତାରେ ମଧ୍ୟ ଗ୍ରାମବାସୀ ସଫଳ ହୋଇଛନ୍ତି ଛେଲାଗଡ଼ ପଞ୍ଚାୟତ ପୁରୁଣାଡିହ ଗ୍ରାମର ୪୦ ପରିବାର।

ଏହି ଖବର ଜିଲ୍ଲା ବନବିଭାଗ ପାଖରେ ପହଞ୍ଚିବା ପରେ ସେମାନେ ଆଜି ଉକ୍ତ ଅଞ୍ଚଳ ଯାଇ ନିଜ ଆଖିର ଦେଖିଥିଲେ। ତହସିଲଦାର ସ୍ମୃତିର˚ଜନ ଶତପଥୀ ଓ ବିଡ଼ିଓ ପ୍ରଦୀପ କୁମାର ନାୟକ ମଧ୍ୟ ସାଥିରେ ଥିଲେ। ସରପଞ୍ଚ ଛେଲାଗଡ଼ଙ୍କ ସମେତ ଡାବରାଗୁଡ଼ା ଅଞ୍ଚଳବାସୀ, ନୀଳମାଧବ ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗବନ୍ଧୁ ଦାସ, ମାନୁଏଲ୍‌ ପାଣି, କିରଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ। ଜଙ୍ଗଲ ଜମି ସୁରକ୍ଷା କମିଟି ସଭାପତି ଡେରସନା ରଇତ ଏନେଇ ସୂଚନା ଦେଇଥିବା ବେଳେ ଜଙ୍ଗଲର ସୁରକ୍ଷା କରୁଥିବା ୪୦ଘରର ଭୂୟସୀ ପ୍ରଶ˚ସା କରିଥିଲେ। ଡିଏଫ୍‌ଓ ନିଜେ ବୁଲି ଏସବୁ ଦେଖିବା ପରେ ଏହାର ସୁରକ୍ଷା ପାଇଁ ଜିଲ୍ଲା ବନବିଭାଗ ପକ୍ଷରୁ ୨୦ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ। ଦକ୍ଷିଣ ଓଡ଼ିଶାର ଏହା ଏକ ବୃହତ୍‌ ଉଦାହରଣ ବୋଲି ମଧ୍ୟ ମତ ଦେଇଥିଲେ।

from Kanak News
via <a href="https://ifttt.com/?

ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । କୁନି ଝିଅ ମୁହଁରୁ ଦେଶାତ୍ମବୋଧକ ସଙ୍ଗୀତ ଶୁଣିଲେ ଆପଣ ବି ହୋଇଯିବେ ଚକିତ

କନକ ବ୍ୟୁରୋ: ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ସୁନ୍ଦରଗଡର ଗୁଗୁଲ ଗାର୍ଲଙ୍କ କାହାଣୀ ନ ଦେଖିଲେ ହୁଏତ ଆପଣ ବିଶ୍ୱାସ ନକରିପାରନ୍ତି । ଏହି କୁନି ଶିଶୁ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି । ଯେଉଁ ବୟସରେ ଠିକ ଭାବେ କଥା କହିବା ମୁସକିଲ ସେହି ବୟସରେ ସେ ଜନ ଗଣ ମନ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ନଜର ପକାନ୍ତୁ ଏହି କୁନି ଝିଅଙ୍କ ଦେଶାତ୍ମବୋଧକ ସଙ୍ଗିତ ଗାନ ଉପରେ ।

from Kanak News
via <a href="https://ifttt.com/?

ଗାଁ ଭିତରେ ଏମସିଏଲ କୋଇଲା ପରିବହନକୁ ବିରୋଧ: ସୁନ୍ଦରଗଡ ଟପରିଆରେ ଜନଶକ୍ତି ବିକାଶ ପରିଷଦର ଆନ୍ଦୋଳନ

କନକ ବ୍ୟୁରୋ: ଗାଁ ଭିତରେ ଏମସିଏଲର କୋଇଲା ପରିବହନକୁ ବିରୋଧ କରି ଆନ୍ଦୋଳନ । ସୁନ୍ଦରଗଡର ଟପରିଆଠାରେ ସ୍ଥାନୀୟ ସଙ୍ଗଠନ ଜନଶକ୍ତି ବିକାଶ ପରିଷଦ ପକ୍ଷରୁ ଗତ ୧୯ ତାରିଖରୁ ଏହି ଆନ୍ଦୋଳନ ଚାଲିଛି । ତେବେ ଆନ୍ଦୋଳନର ୭ ଦିନ ବିତିଯାଇଥିଲେ ବି କୌଣସି ଲୋକପ୍ରତିନିଧି ଏ ଯାଏଁ ପହଞ୍ଚିନାହାନ୍ତି । ପରିଷଦର ଅଭିଯୋଗ ଅନୁସାରେ, କୋଇଲା ପରିବହନ ଯୋଗୁଁ ଏହି ଅଂଚଳର ଜନଜୀବନ ବହୁ ଭାବେ ପ୍ରଭାବିତ ହୋଇଛି ।

ସୁନ୍ଦରଗଡର ବାଙ୍କିବାହାଲରୁ ଟପରିଆ ଛତିଶଗଡ ସୀମା ୨୬ କିଲୋମିଟର ରାସ୍ତା ମରଣଯନ୍ତା ପାଲଟିଛି । ଏମସିଏଲର କୁଲଡା ଖୋଲାମୁହଁ କୋଇଲା ଖଣିର ଖଣିଜ ଦ୍ରବ୍ୟ ପରିବହନ, ସଂରକ୍ଷଣ ଓ ବୋଝେଇରେ ସମସ୍ତ ସର୍ତ୍ତ ଉଲ୍ଲଙ୍ଘନ କରୁଛି । ଅତ୍ୟଧିକ କୋଇଲା ଗୁଣ୍ଡ ଉଡି ସିଧାସଳଖ ଚାଷଜମି, କୂଅ, ପୋଖରି ଓ ଘର ଭିତରେ ପ୍ରବେଶ କରି ଖାଦ୍ୟ ପଦାର୍ଥ ଓ ଅନ୍ୟ ଜିନିଷ ନଷ୍ଟ କରୁଛି । ତେଣୁ ଗାଁ ମଧ୍ୟ ଦେଇ କୋଇଲା ପରିବହନକୁ ବନ୍ଦ କରିବା ସହ ଲୋକଙ୍କୁ ଉଚିତ ପାରିପାଶ୍ୱର୍ିକ ମୂଲ୍ୟ ଦେବାକୁ ଦାବି କରିଛି ପରିଷଦ ।

from Kanak News
via <a href="https://ifttt.com/?

ଆଜି ୭୨ତମ ସାଧାରଣତନ୍ତ୍ର ଦିବସ: ସମ୍ବାଦ କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନ ଅନୁଷ୍ଠିତ

କନକ ବ୍ୟୁରୋ: ଆମ ଓଡିଶା କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି ଆମ ଓଡିଶା ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ । ସେହିପରି ସମ୍ବାଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି, ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ । ଜାତୀୟ ପତାକା ଉତ୍ତୋଳନ କରି ସୌମ୍ୟରଂଜନ କହିଛନ୍ତି, ଆଜି ଗଣମାଧ୍ୟମ ଓ ସୂଚନାର ବିସ୍ଫୋରଣ ଘଟିଛି । ସେହିପରି କରୋନା ଯୋଦ୍ଧାଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

from Kanak News
via <a href="https://ifttt.com/?

କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ବୈଠକ: ସ୍ଥିତିର ସମୀକ୍ଷା କଲେ ଅମିତ ଶାହା; ସେପଟେ ଟିକ୍ରି ସୀମାନ୍ତରେ ବେରିକେଡ୍‌ ଭାଙ୍ଗି ଦିଲ୍ଲୀ ଭିତରକୁ ପ୍ରବେଶ କରିବାକୁ ଚାଷୀଙ୍କ ଉଦ୍ୟମ

କନକ ବ୍ୟୁରୋ: ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ରୁଟ ଚାର୍ଟ ଅନୁଯାୟୀ ଟ୍ରାକ୍ଟର ରାଲି ହେବ । ଏହି ରାଲିରେ ୫ହଜାର ଟ୍ରାକ୍ଟର ଏବଂ ୫ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୋଲିସ ଠାରୁ ଅନୁମତି ମିଳିଛି । ତେଣୁ ପୋଲିସର ଦାୟିତ୍ୱ ଆହୁରି ବଢିଯାଇଛି । ସେପଟେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳଷ୍ଟେସନରୁ ଟ୍ରେନ ଚଳାଚଳ ବନ୍ଦ ରହିବ । ସକାଳ ୮ଟା ପୂର୍ବରୁ କେବଳ ୨ଟି ଟ୍ରେନ ଏଠାକୁ ଛାଡିବ । ଏହାପରେ ସନ୍ଧ୍ୟାସୁଦ୍ଧା ଯିବାକୁ ଥିବା ୬ଟି ଟ୍ରେନରୁ ଗୋଟିଏ ବାତିଲ ହେବ ଏବଂ ଅନ୍ୟ ୫ଟି ରାତି ୮ଟା ପରେ ଚଳାଚଳ କରିବ ।

ତେବେ ଟ୍ରାକ୍ଟର ପରେଡ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ଗୃହସଚିବ, ଦିଲ୍ଲୀ ପୋଲିସ କମିଶନର, ଆଇବି ମୁଖ୍ୟ ସାମିଲ ହୋଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ । ଟ୍ରାକ୍ଟର ପରେଡ ପାଇଁ ଅନୁମତି ମିଳିବା ପରେ ଆସନ୍ତା ଫେବ୍ରୁଆରୀ ୧ତାରିଖରେ ଚାଷୀମାନେ ସଂସଦ ମାର୍ଚ୍ଚ କରିବା ପାଇଁ ଘୋଷଣା କରିଦେଇଛନ୍ତି ।

https://platform.twitter.com/widgets.js

ଅନ୍ୟପଟେ, ଟ୍ରାକ୍ଟର୍‌ ରାଲି ଆରମ୍ଭ ହେବାର ବହୁ ପୂର୍ବରୁ ଏବଂ ବହୁସଂଖ୍ୟକ ପୁଲିସ ଉପସ୍ଥିତି ସତ୍ତ୍ୱେ ଆଜି ସକାଳେ ଦିଲ୍ଲୀ-ହରିୟାଣାର ଟିକ୍ରି ସୀମାନ୍ତରେ ହଜାର ହଜାର କୃଷକ ବେରିକେଡ୍‌ ଭାଙ୍ଗିବା ସହ ଚାଲି ଚାଲି ଦିଲ୍ଲୀକୁ ପ୍ରବେଶ କରିବାରୁ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଜାତୀୟ ରାଜଧାନୀର ରାଜପଥରେ ସାଧାରଣତନ୍ତ୍ର ଦିବସ ଉତ୍ସବ ଉଦ୍‌ଯାପନ କରାଯିବା ପରେ ଟ୍ରାକ୍ଟର୍‌ ରାଲି କରିବାକୁ କୃଷକମାନଙ୍କୁ ଅନୁମତି ମିଳିଥିଲା। ଘଟଣାସ୍ଥଳରୁ ଉତ୍ତୋଳନ କରାଯାଇଥିବା ଭିଡିଓରେ ଏହି ଗୋଳମାଳର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳୁଛି।

ଜାତୀୟ ରାଜଧାନୀର ପଶ୍ଚିମ ପ୍ରାନ୍ତରେ ଅବସ୍ଥିତ ଟିକ୍ରି ସୀମାନ୍ତ ଏବଂ ଦିଲ୍ଲୀ ଓ ହରିୟାଣାକୁ ବିଭକ୍ତ କରୁଥିବା ସିଂଘୁ ସୀମାନ୍ତରେ ଏଭଳି ପରିସ୍ଥିତି ଉପୁଜିଛି। ହଜାର ହଜାର କୃଷକ ପତାକା ଧରି ପଦଯାତ୍ରାରେ ଦିଲ୍ଲୀକୁ ପ୍ରବେଶ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ରାଲି ନିମନ୍ତେ ପ୍ରସ୍ତୁତ ଥିବା ଟ୍ରାକ୍ଟର୍‌ରେ ମଧ୍ୟ ଥିଲେ। ଟିକ୍ରି ସୀମାନ୍ତରେ କୃଷକ ନେତାମାନେ ପ୍ରତିବାଦକାରୀ କୃଷକମାନଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ କହିଛନ୍ତି। ରାଲିର ସମୟ ସଂକ୍ରାନ୍ତରେ ସେମାନେ ପୁଲିସ ସହ ଆଲୋଚନା କରିବେ ବୋଲି କହିଛନ୍ତି।

from Kanak News
via <a href="https://ifttt.com/?

Design a site like this with WordPress.com
Get started