ହିମାଳୟର ୧୨ହଜାର ୫୦୦ଫୁଟ ଉଚ୍ଚତା ବିଶିଷ୍ଟ ଦୟାରା ବୁଗ୍ୟାଲ ଆରୋହଣ କଲେ ୨୩ଜଣ ଓଡିଆ: ଉଡାଇଲେ ଜାତୀୟ ପତାକା; ଅଦମ୍ୟ ସାହସିକତାର ଦେଲେ ପରିଚୟ

କନକ ବ୍ୟୁରୋ : ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କଲେ ୨୩ଜଣ ଓଡିଆ । ଜାନୁଆରୀ ୨୪ ତାରିଖରେ ୧୨ହଜାର୫୦୦ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ ୫ରୁ ୧୦ ଡିଗ୍ରି ତାପମାତ୍ରାରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲସ ଦ୍ୱାରା ଚୟନ ହୋଇଥିବା ଓଡିଶାର ବିଭିନ୍ନ ଜିଲ୍ଲାର ୨୩ଜଣ ପ୍ରତିଭା ପହଂଚି ଜାତୀୟ ପତାକା ଉଡେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଭିନେତା ବାବୁସାନ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସରେ ବାଲୁକାକଳାରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ : ପୁରୀ ଲାଇଟହାଉସ ବେଳାଭୂମିରେ ତିଆରି କଲେ ୧୫ଫୁଟ ଚଉଡାର ବାଲୁକା କଳାକୃତୀ

କନକ ବ୍ୟୁରୋ : ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏକ ଆକର୍ଷଣୀୟ ବାଲୁକାକୃତୀ ଜରିଆରେ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଖ୍ୟାତ ବାଲୁକା ଶିଳ୍ପୀ ମାନସ ସାହୁ । ପୁରୀ ଲାଇଟହାଉସ ବେଳାଭୂମିରେ ସେ ଓ ତାଙ୍କ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମିଶି ତିଆରି କରିଛନ୍ତି ଏହି ସୁନ୍ଦର କଳାକୃତି । ଏଥିରେ ତ୍ରିରଙ୍ଗା ପତାକା ସହିଚ ତିନିରଙ୍ଗରେ ସଜେଇ ହୋଇଥିବା ମାତୃଶକ୍ତିକୁ ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି ।

ଭାରତବାସୀଙ୍କ ମଧ୍ୟରେ ଏକତା, ଅଖଣ୍ଡତା ଓ ଭାତୃଭାବର ଦୃଶ୍ୟ ଏହି କଳାକୃତିରୁ ସହଜରେ ବାରି ହୋଇପଡୁଛି । ୭ଘଂଟା ପରିଶ୍ରମରେ ୧୫ଫୁଟ ଚଉଡାର ଏବି ବାଲୁକା କଳାକୃତିକୁ ତିଆରି କରିବା ପାଇଁ ପ୍ରାୟ ୧୫ଟନ ବାଲି ବ୍ୟବହାର ହୋଇଛି ।

 

from Kanak News
via <a href="https://ifttt.com/?

ରାଜଧାନୀର ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରି ପରେଡ ଅଭିବାଦନ ଗ୍ରହଣ କଲେ ରାଜ୍ୟପାଳ: ମୁଖ୍ୟ ଅତିଥୀ ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ; କରୋନା କଟକଣା ଯୋଗୁଁ ସାମିଲ ହେଲେନି ସାଧାରଣ ଜନତା

କନକ ବ୍ୟୁରୋ: ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଥିରେ ସମ୍ମାନୀତ ଅତିଥୀ ଭାବେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ କୋଭିଡ କଟକଣା ଭିତରେ ପରେଡ ଉତ୍ସବ ଆୟୋଜିତ ହୋଇଥିବାରୁ ପ୍ରତିବର୍ଷ ପରେଡ ଦେଖିବା ପାଇଁ ଆସୁଥିବା ସାଧାରଣ ଲୋକଙ୍କ ଏଥର ବାରଣ କରାଯାଇଛି ।

ପରେଡ ଉତ୍ସବ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିଛି । ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପରେଡ ସମୟରେ ପରେଡ ସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରି ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ଏଣିକି ପୁରୁଣା ଗାଡ଼ିରେ ଲାଗିବ ‘ସବୁଜ ଟିକସ’: ପ୍ରଦୂଷଣକାରୀ ଗାଡ଼ିରେ ଲାଗୁ ହେବ ‘ଗ୍ରୀନ ଟ୍ୟାକ୍ସ’; ଇଲେ‌କ୍ଟ୍ରିକ୍ ଯାନ, ଟ୍ରାକ୍ଟରରୁ ଆଦାୟ ହେବନି ଟିକସ

କନକ ବ୍ୟୁରୋ: ଆଠ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣ ସମୟରେ ସଡ଼କ ଟିକସର ୧୦% କିମ୍ବା ୨୫% ରାଶିକୁ ସବୁଜ ଟିକସ ଭାବେ ଆଦାୟ କରାଯିବ। ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିର ପଞ୍ଜୀକରଣ ନବୀକରଣ ସମୟରେ ଏହି ଟିକସ ଆଦାୟ କରାଯିବ। ସିଟି ବସ୍‌ ଭଳି ଜନ ସାଧାରଣଙ୍କ ଗମନାଗମନରେ ବ୍ୟବହୃତ ହେଉଥିବା ଗାଡ଼ିରୁ କମ୍ ସବୁଜ ଟିକସ ଆଦାୟ କରାଯିବ।

ଅତ୍ୟଧିକ ପ୍ରଦୂଷଣ ହେଉଥିବା ସହରରେ ପଞ୍ଜୀକରଣ ହୋଇଥିବା ଗାଡ଼ିଗୁଡ଼ିକ ଠାରୁ ୫୦% ଭଳି ଉଚ୍ଚ ହାରରେ ଟିକସ ଆଦାୟ କରାଯିବ। ଗାଡ଼ି ଓ ‌ସେଥିରେ ବ୍ୟବହାର ହେଉଥିବା ଇନ୍ଧନ ଅନୁସାରେ ଟିକସ କେତେ ରହିବ ତାହା ଧାର୍ଯ୍ୟ କରାଯିବ। ତେବେ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକ୍ଟର, ହାର୍ଭେଷ୍ଟର ଓ ଟିଲର୍‌ଗୁଡ଼ିକରେ ଏହି ଟିକସ ଲାଗୁ ହେବ ନାହିଁ।

ଇଲେକ୍ଟ୍ରିକ୍ ଯାନ, ସିଏନ୍‌ଜିରେ ଚାଲୁଥିବା ଗାଡ଼ି, ହାଇବ୍ରିଡ୍‌ ଗାଡ଼ିଗୁଡ଼ିକ ଉପରେ ମଧ୍ୟ ଏହି ଟିକସ ଲାଗୁ ହେବ ନାହିଁ। ସବୁଜ ‌ଟିକସ ବାବଦରେ ଯେଉଁ ଅର୍ଥ ଆଦାୟ କରାଯିବ ତାହାକୁ ଏକ ସ୍ବତନ୍ତ୍ର ଖାତାରେ ରଖାଯିବ। ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ତାହା ବ୍ୟବହୃତ ହେବ। ସରକାରୀ ବିଭାଗ ଓ ପିଏସ୍‌ୟୁ ସଂସ୍ଥାଗୁଡ଼ିକରେ ବ୍ୟବହାର ହେଉଥିବା ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ପଞ୍ଜୀକରଣ ବାତିଲ କରିବା ଏବଂ ସ୍କ୍ରାପ୍‌ରେ ପରିଣତ କରିବା ସମ୍ପର୍କିତ ଏକ ପ୍ରସ୍ତାବକୁ ମଧ୍ୟ ଶ୍ରୀଯୁକ୍ତ ଗଡ଼କରୀ ମଞ୍ଜୁରି ଦେଇଛନ୍ତି। ଏହି ନିଷ୍ପତ୍ତି ଚଳିତ ବର୍ଷ ଏପ୍ରିଲ୍ ୧ରୁ ଲାଗୁ ହେବ।

from Kanak News
via <a href="https://ifttt.com/?

ରାଜ୍ୟସ୍ତରୀୟ ପରେଡ ପାଇଁ ଉତ୍ସବ ମୁଖର ରାଜଧାନୀର ଗାନ୍ଧିମାର୍ଗ: ପତାକା ଉତ୍ତୋଳନ ସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

କନକ ବ୍ୟୁରୋ: ଆଜି ସାଧାରଣତନ୍ତ୍ର ଦିବସ । ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ତା ସହିତ କାଉଂଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେଶାଲ ଟେକ୍ଟିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ ।

ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରବିନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ପରେଡସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରି ଦିଆଯିବ ।

ଅନ୍ୟପଟେ, ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସର ପରେଡରେ କେସିଙ୍ଗା ଏସଡିପିଓ ଆଇପିଏସ୍‌ ଏସ୍‌. ସୁଶ୍ରୀ ନେତୃତ୍ୱ ନେବେ। ପ୍ରଥମ ମହିଳା ଆଇପିଏସ୍‌ ଅଧିକାରୀ ଭାବେ ସେ ଏହି ପରେଡର ନେତୃତ୍ୱ ନେଉଥିବାରୁ ବେଶ୍‌ ଆନନ୍ଦିତ ଅଛନ୍ତି। କେସିଙ୍ଗା ଏସଡିପିଓ ଭାବେ ସେ କାର୍ୟ୍ୟ କରୁଥିବାରୁ କେସିଙ୍ଗା ଅଞ୍ଚଳବାସୀ ମଧ୍ୟ ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି ଓ ତାଙ୍କୁ ଅଭିନନ୍ଦନ ଜଣେଇଛନ୍ତି। ୨୦୧୮ ବ୍ୟାଚର ଆଇପିଏସ୍‌ ଏସ୍‌. ସୁଶ୍ରୀ ଟ୍ରେନିଂ ପରେ ପ୍ରଥମ ପୋଷ୍ଟିଂ କେସିଙ୍ଗାରେ ପାଇଛନ୍ତି।

from Kanak News
via <a href="https://ifttt.com/?

ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ; ବିଶ୍ୱ ଦେଖିବ ଭାରତର ସୈନ୍ୟ ଓ ସାଂସ୍କୃତିକ ଶକ୍ତି

କନକ ବ୍ୟୁରୋ: ଆଜି ସାରା ଦେଶ ପାଳନ କରୁଛି ସାଧାରଣତନ୍ତ୍ର ଦିବସ । ଆଜି ଦିଲ୍ଲୀ ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଧାରଣତନ୍ତ୍ର ଦିବସକୁ ଆଖିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।

ସାରା ଦିଲ୍ଲୀକୁ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଛି । ତେବେ କରୋନା ଯୋଗୁଁ ଏଥର ଗଣତନ୍ତ୍ର ଦିବସରେ କୌଣସି ମୁଖ୍ୟ ଅତିଥି ଯୋଗଦେବେ ନାହିଁ । ଗତ ୫ ଦଶକ ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସରେ କେହି ଚିଫ୍ ଗେଷ୍ଟ ନାହାନ୍ତି । ସେହିପରି ସେନାପକ୍ଷରୁ ପ୍ରଦର୍ଶନ କରାଯାଉଥିବା ମୋଟର ସାଇକେଲ ଷ୍ଟଂଟ ଓ ଦୁଃସାହାସିକ କ୍ରିଡା ପରେଡରେ ସାମିଲ ହେବ ନାହିଁ ।

କୋଭିଡ କଟକଣା ଯୋଗୁଁ ପରେଡର ଲମ୍ବାକୁ ମଧ୍ୟ କମ କରାଯାଇଛି । ଏଥିସହ ଚଳିତ ବର୍ଷ ପରେଡ ଦେଖିବାକୁ ଆସୁଥିବା ଜନତାଙ୍କ ସଂଖ୍ୟାକୁ ମଧ୍ୟ କମାଇ ଦିଆଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପରେଡରେ ସାମିଲ ହେବାକୁ ଯାଉଛି ରାଫେଲ ଯୁଦ୍ଧ ବିମାନ । ୯୦ଟି ଟ୍ୟାଙ୍କ, ସୁଖୋଇ ଏମ ଥାର୍ଟି ଲଢୁଆ ବିମାନକୁ ନେଇ ଭାରତୀୟ ସୈନ୍ୟ ନିଜ ଶକ୍ତି ସାରା ବିଶ୍ୱକୁ ଦେଖାଇବ ।

from Kanak News
via <a href="https://ifttt.com/?

ଆଜି ସାଧାରଣତନ୍ତ୍ର ଦିବସ :କରୋନା କଟକଣା ଭିତରେ ଦିଲ୍ଲୀରେ ଜାତୀୟ ସ୍ତରୀୟ ପରେଡ; ଜାଣନ୍ତୁ ଗଣତନ୍ତ୍ର ଦିବସରେ ଏଥର ନୂଆ କ’ଣ ?

କନକ ବ୍ୟୁରୋ : ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । କୋଭିଡ୍ କଟକଣା ଭିତରେ ପାଳନ ହେଉଛି ଗଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ଜାତୀୟ ସ୍ତରୀୟ ଗଣତନ୍ତ୍ର ଉତ୍ସବ ପାଳନ ହେବ । ଏଥର ସାମିଲ ହୋଇଥାନ୍ତେ ବ୍ରିଟେନର ପ୍ରଧାନମନ୍ତ୍ରୀ । କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ବାତିଲ କରିଥିଲେ ଗସ୍ତ ।

ଗଣତନ୍ତ୍ର ଉତ୍ସବରେ କ’ଣ ରହିଛି କରୋନା କଟକଣା –

  • ଏଥର ଦର୍ଶକଙ୍କ ସଂଖ୍ୟା ୨୫ ହଜାରରେ ସୀମିତ
  • ପୂର୍ବରୁ ସାମିଲ ହେଉଥିଲେ ଲକ୍ଷାଧିକ ଲୋକ
  • ଗଣମାଧ୍ୟମ ପ୍ରତିନିଧିଙ୍କ ସଂଖ୍ୟା ୨ ଶହରେ ସୀମିତ
  • ୧୫ ବର୍ଷରୁ କମ୍ ପିଲାଙ୍କୁ ଆସିବାକୁ ନାହିଁ ଅନୁମତି
  • ଦେଖିବାକୁ ମିଳିବନି ମୋଟର ସାଇକେଲ ଷ୍ଟଂଟ
  • ମିଳିତ ପରେଡରେ ଭାଗନେବେ ୯୬ ଟ୍ରୁପ
  • ପୂର୍ବରୁ ପରେଡରେ ଭାଗ ନେଉଥିଲେ ୧୪୪ ଟ୍ରୁପ
  • ପରେଡ୍ ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • କେବଳ ଟ୍ରୁପର ଲିଡର ପିନ୍ଧିବେ ନାହିଁ ମାସ୍କ
  • ଟ୍ରୁପର ୧୦ରୁ ୧୨ ଫୁଟ୍ ଆଗରେ ରହିବେ ଲିଡର
  • ବିଜୟ ଚୌକରୁ ନ୍ୟାସନାଲ ଷ୍ଟାଡିୟମ ଯାଏଁ ପରେଡ୍
  • ୩.୩ କଲୋମିଟର ଯାଏଁ ସଂକ୍ଷିପ୍ତ ହୋଇଛି ପରେଡ୍
  • ପୂର୍ବରୁ ଲାଲକିଲ୍ଲା ଯାଏଁ ୮.୨ କିମି ଯାଉଥିଲା ପରେଡ
  • ପରେଡରେ ଭାଗ ନେବେନାହିଁ ଅବସରପ୍ରାପ୍ତ ସୈନିକ

ଗଣତନ୍ତ୍ର ଦିବସରେ ଏଥର ନୂଆ କ’ଣ ?

  • ପରେଡରେ ସାମିଲ ବାଂଲାଦେଶ ସେନାର ଏକ ଟ୍ରୁପ
  • ଟ୍ରୁପରେ ସାମିଲ ୧୨୨ ବାଂଲାଦେଶୀ ସୈନିକ
  • ବାଂଲାଦେଶ ପାଳୁଛି ୫୦ ତମ ପ୍ରତିଷ୍ଠା ଦିବସ
  • ବାଂଲାଦେଶ ଗଠନରେ ଥିଲା ଭାରତର ଭୂମିକା
  • ୨୦୧୬ ପରେଡରେ ସାମିଲ ହୋଇଥିଲା ଫ୍ରାନ୍ସ
  • ୟୁଏଇ ସୈନିକ ୨୦୧୭ରେ କରିଥିଲେ ପରେଡ୍
  • ଲାଲକିଲ୍ଲା ନିକଟରେ ପ୍ରଦର୍ଶିତ ପ୍ରଜ୍ଞାପନ ମେଢ
  • ପ୍ରଥମଥର ଲଦାଖର ପ୍ରଜ୍ଞାପନ ମେଢ ପ୍ରଦର୍ଶନ
  • ପରେଡରେ ପ୍ରଥମଥର ସାମିଲ ରାଫେଲ ବିମାନ
  • ପରେଡରେ ପ୍ରଥମ ମହିଳା ଲଢୁଆ ବିମାନ ପାଇଲଟ
  • ଫାଇଟର ପାଇଲଟ୍ ଭାବନା କାନ୍ତଙ୍କୁ ପରେଡ୍ ନେତୃତ୍ୱ

from Kanak News
via <a href="https://ifttt.com/?

କୋଭିଡ୍‌ ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ: ୧୦ ଲକ୍ଷରେ ଜନସଂଖ୍ୟାରେ ଦେଢ଼ ଲକ୍ଷରୁ ଅଧିକଙ୍କ ନମୁନା ପରୀକ୍ଷା

କନକ ବ୍ୟୁରୋ: କୋଭିଡ୍‌ ନମୁନା ପରୀକ୍ଷାରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ ରହିଛି। ଦେଶରେ ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧ଲକ୍ଷ ୩୯ହଜାର ୩୭୪ଜଣଙ୍କ ନମୁନା ପରୀକ୍ଷା ହେଉଥିବା ବେଳେ ଓଡ଼ିଶାରେ ଏହା ୧ଲକ୍ଷ ୫୭ହଜାର ୬୧୦ ରହିଛି। ଓଡ଼ିଶା ଉପରେ ଆହୁରି ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛନ୍ତି। ଦିଲ୍ଲୀରେ ସର୍ବାଧିକ ୫ଲକ୍ଷ ୫୮ହଜାର ୨୨୬ଜଣଙ୍କ ପରୀକ୍ଷା ହେଉଥିବା ଜଣାପଡ଼ିଛି।

ରାଜ୍ୟରେ ଏବେ ଦୈନିକ କରୋନା ପରୀକ୍ଷା ୨୫ ହଜାର ସଂଖ୍ୟା ତଳେ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୯,୭୮୮ କୋଭିଡ୍‌ ନମୁନା ପରୀକ୍ଷା କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୭୫ ଲକ୍ଷ ୬୮ହଜାର ୨୧୬ଜଣଙ୍କ ନମୁନା ପରୀକ୍ଷା ହୋଇଛି। ଅପରପକ୍ଷରେ ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମଣ ୧୫୦ ତଳକୁ ରହୁଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ରେ ସର୍ବାଧିକ ୩୨ଜଣ ଓ ସମ୍ବଲପୁରରେ ୧୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ଫଳରେ ରାଜ୍ୟରେ ସାମଗ୍ରିକ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୪.୪୨ ପ୍ରତିଶତକୁ ଖସି ଆସିଛି। ଗତବର୍ଷ ସେପ୍ଟେମ୍ବରରେ ଏହା ପ୍ରାୟ ୭ ପ୍ରତିଶତକୁ ଛୁଇଁଥିଲା। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୪ହଜାର ୪୩୦କୁ ବୃଦ୍ଧି ପାଇଛି।

from Kanak News
via <a href="https://ifttt.com/?

୨୦୨୧ ପାଇଁ ପଦ୍ମ ପୁରସ୍କାର ଘୋଷଣା: ୧୧୯ ଜଣ ହେବେ ସମ୍ମାନିତ; ଓଡିଶାରୁ ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ, ରଜତ କରଙ୍କ ସମେତ ୫ଜଣଙ୍କୁ ମିଳିବ ପଦ୍ମଶ୍ରୀ

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଚଳିତ ବର୍ଷ ମୋଟ ୧୧୯ଜଣଙ୍କୁ ମିଳିବ ଏହି ସମ୍ମାନ । ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ସେମାନଙ୍କ ମଧ୍ୟରୁ ଓଡିଶାରୁ ୬ଜଣ ସମ୍ମାନିତ ହେବେ ।

ଓଡିଶାରୁ ୬ଜଣ ସମ୍ମାନିତ ହେବେ ପଦ୍ମ ପୁରସ୍କାରରେ । ଗ୍ରାଫିକ୍ସ କଳା କ୍ଷେତ୍ରରେ ଓଡିଶାର ସୁଦର୍ଶନ ସାହୁ ପାଇବେ ପଦ୍ମ ବିଭୂଷଣ । ସେହିଭଳି ଓଡିଶାରୁ ସମାଜସେବା ପାଇଁ ଶାନ୍ତି ଦେବୀ, କଳାପାଇଁ ପୂର୍ଣ୍ଣମାସୀ ଜାନି , ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ । ଏହାଛଡା ମେଡିସିନ ପାଇଁ ଡକ୍ଟର କ୍ରିଷ୍ଣ ମୋହନ ପାଠୀ, ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି । କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାର ସୁଦର୍ଶନ ସାହୁଙ୍କୁ ମିଳିବ ପଦ୍ମବିଭୁଷଣ ପୁରସ୍କାର । ଓଡିଶାକୁ ଗର୍ବିତ କରିଛନ୍ତି ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ । ସୁଦର୍ଶନ ନିର୍ଜୀବ ପଥର ଦେହରେ ଭରି ଦେଇଥାନ୍ତି ନୂଆ ଜୀବନ । ୧୯୩୯ ମସିହାରେ ଜନ୍ମଲାଭ କରିଥିଲେ, ସୁଦର୍ଶନ ସାହୁ । ୧୯୭୭ରେ ପୁରୀରେ ଆରମ୍ଭ କରିଥିଲେ ସୁଦର୍ଶନ କ୍ରାଫ୍ଟ ମ୍ୟୁଜିୟମ । ୧୯୯୧ରେ ଓଡିଶା ସରକାରଙ୍କ ସହାୟତାରେ ଭୁବନେଶ୍ୱରେ ପ୍ରତିଷ୍ଠା କରିଥିଲେ ସୁଦର୍ଶନ ଆର୍ଟ୍ସ ଆଣ୍ଡ କ୍ରାଫ୍ଟ ଭିଲେଜ୍ । ଏଠାରେ ପଥର, କାଠ ଓ ଫାଇବର ଗ୍ଲାସରୁ କିଭଳି ମୂର୍ତ୍ତି ନିର୍ମାଣ କରାଯିବ ସେହି ପ୍ରଶିକ୍ଷଣ ଦିଆଯାଏ ।

ଓଡିଶାର ପଦ୍ମ ପୁରସ୍କାର ପାଇଁ ୬ ଜଣଙ୍କ ନାଁ ଘୋଷଣା ହୋଇଥିଲେ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କନ୍ଧମାଳ ଜିଲ୍ଲାର ପୂର୍ଣ୍ଣମାସୀ ଜାନି । ପୂର୍ଣ୍ଣମାସୀ, ଟାଡିସରୁ ବାଇ ନାଁରେ ବେଶ ଲୋକପ୍ର୍ରିୟ ପରିଚିତ । ପୂର୍ଣ୍ଣମାସୀ କେବେ ସ୍କୁଲ ମାଡ଼ି ନାହାଁନ୍ତି । ହେଲେ, ସେ ବୋଲୁଥିବା କବିତା ଓ ପୌରାଣିକ ଗୀତସାର ପାଇଁ ସେ କନ୍ଧମାଳ ଜିଳ୍ଲାର ଘରେ ଘରେ ପରିଚିତ । ପୂର୍ଣ୍ଣମାସୀଙ୍କ ଘର କନ୍ଧମାଳ ଚାରିପଡ଼ା ଗାଁରେ । ଏଯାଏଁ ତାଙ୍କର ୧୦ ହଜାରରୁ ଅଧିକ ଭଜନ ଓ ଜଣାଣ ରେକର୍ଡିଂ କରି ରଖାଯାଇଛି । ସେହିପରି ରାୟଗଡା ଗୁଣୁପୁରର ଜଣାଶୁଣା ସମାଜସେବୀ ଶାନ୍ତି ଦେବୀଙ୍କୁ ମିଳିବ ପଦ୍ମ ପୁରସ୍କାର । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାର ଆଦିବାସୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ, ଉଚ୍ଚ ଶିକ୍ଷିତ, ଅନାଥ ଶିଶୁ କନ୍ୟା ଓ ଅସହାୟ ମହିଳାଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ୧୯୫୧ ମସିହାରୁ କାମ ଆରମ୍ଭ କରିଥିଲେ ଶାନ୍ତି ଦେବୀ ।

ମେଡିିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର କ୍ରିଷ୍ଣମୋହନ ପାଠୀଙ୍କୁ ମିଳିବ ପଦ୍ମ ପୁରସ୍କାର । ସେ ହେଉଛନ୍ତି ବ୍ରହ୍ମପୁରର ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ । ଏଥିସହ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ । ସେହିପରି ଶିକ୍ଷା ପାଇଁ ରଜତ କୁମାର କର ପାଇବେ ପଦ୍ମଶ୍ରୀ ସମ୍ମାନ । ୧୯୩୪ ମସିହାରେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ରଜତ କୁମାର କର ଜଣେ ଶିକ୍ଷାବିତ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ପରିଚିତ । ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିବା ରଜତ କର ଓଡିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରି ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।

ଶିକ୍ଷା ଓ ସାହିତ୍ୟ ପାଇଁ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ଦେବାକୁ ଘୋଷଣା କରାଯାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ମାଟିର ବର୍ଷିୟାନ ଚାଟଶାଳୀ ଶିକ୍ଷକ ନନ୍ଦକିଶୋର ପୃଷ୍ଟି ଦୀର୍ଘ ୭୪ବର୍ଷ ଧରି ଗଛମୂଳେ ଗାଁ ଛୁଆଙ୍କୁ ପାଠ ପଢାଇ ଆସୁଛନ୍ତି । ୩ରୁ ୬ବର୍ଷର ଶିଶୁମାନେ ତାଙ୍କ ଛାତ୍ରଛାତ୍ରୀ । ଆଖପାଖରେ ଚାଟଶାଳୀ ମାଷ୍ଟ୍ରେ ଭାବେ ସେ ପରିଚିତ । ୧୯୩୯ ମସିହାରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ନନ୍ଦ ସାର ପରିବାରର ଆର୍ଥିକ ଦୁସ୍ଥିତି ପାଇଁ ଅଧିକ ପଢିପାରିନଥିଲେ ।

from Kanak News
via <a href="https://ifttt.com/?

ଓଡ଼ିଶାରେ ବାହାର ରାଜ୍ୟର ଡାକ୍ତରଙ୍କୁ ଅନୁମତି…ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବା ବାଧ୍ୟତାମୂଳକ

କନକ ବ୍ୟୁରୋ: ରାଜ୍ୟରେ ପ୍ରଥମଥର ଲାଗି ବାହାର ରାଜ୍ୟର ଡାକ୍ତରଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମେଡିକାଲ ଶିକ୍ଷା ହାସଲ କରିଥିବା ଛାତ୍ରଛାତ୍ରୀ ଓଡ଼ିଶାରେ କାମ କରିପାରିବେ। ଏଥିପାଇଁ ସେମାନଙ୍କୁ ଓଡ଼ିଶା ମେଡିକାଲ ଆଇନ ୧୯୬୧ର ଧାରା ୩ ଅନୁଯାୟୀ ଓଡ଼ିଶା ମେଡିକାଲ ପରିଷଦର ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ନିଜ ନାମ ପଞ୍ଜୀକରଣ କରିବାକୁ ହେବ। ଓଡ଼ିଶା ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା(ନିଯୁକ୍ତି ପ୍ରକ୍ରିୟା ଓ କଣ୍ଡିସନ୍ ଅଫ ସର୍ଭିସ) ସଂଶୋଧନ ନିୟମ ୨୦୨୦ ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେହି ଅନୁଯାୟୀ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିବ ବୋଲି ସୂଚନା ମିଳିଛି।

ନିକଟରେ ରାଜ୍ୟ ସରକାର ରାଜ୍ୟରେ ୨୪୫୨ ଡାକ୍ତର, ୮୨ ଦନ୍ତ ଚିକିତ୍ସକ ଓ ୯୪ ସହକାରୀ ପ୍ରଫେସରଙ୍କ ନିଯୁକ୍ତି କରାଯିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଥିବା ଡାକ୍ତରଙ୍କ ଅଭାବକୁ ଦୂର କରିବା ଦିଗରେ ଏହା ବିଶେଷ ସହାୟକ ହେବ ବୋଲି କୁହାଯାଉଛି। ପୂର୍ବରୁ କେବଳ ଓଡ଼ିଶାର ବାସିନ୍ଦା ଭାବେ ଓଡ଼ିଆ କହିପାରୁଥିବା ଓ ଲେଖିପାରୁଥିବା ବ୍ୟକ୍ତିଙ୍କୁ ଓଡ଼ିଶାରେ ଚାକିରି କରିବାର ସୁଯୋଗ ରହିଥିଲା। ମାତ୍ର ଏବେ ଏଥିରେ ସଂଶୋଧନ କରାଯାଇଛି। ଯେଉଁ ବାହାର ରାଜ୍ୟର ମେଡିକାଲ ଛାତ୍ରଛାତ୍ରୀ ଓଡ଼ିଆରେ ମାଧ୍ୟମିକ ଶିକ୍ଷା ହାସଲ କରି ନ ଥି‌ବେ, ସେମାନଙ୍କୁ ନିଯୁକ୍ତିର ୪ବର୍ଷ ଭିତରେ ଓଡ଼ିଆ ଶିଖିବାକୁ ହେବ। ଉତ୍ତର-ପୂର୍ବ ରାଜ୍ୟରେ ଆସାମ ବାଦ୍ ଓଡ଼ିଶା ଏଭଳି ପଦକ୍ଷେପ ନେବାକୁ ଯାଉଛି।

from Kanak News
via <a href="https://ifttt.com/?

Design a site like this with WordPress.com
Get started