୨୯ରୁ ହେବ ଯୁକ୍ତ୩ ତୃତୀୟ ପର୍ଯ୍ୟାୟ ନାମଲେଖା : ଫେବ୍ରୁଆରି ୨ ପର୍ଯ୍ୟନ୍ତ ଅନ‌ଲାଇନ‌ରେ ଆବେଦନ; ୩ ତାରିଖରେ ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ

କନକ ବ୍ୟୁରୋ : ଯୁକ୍ତ୩ ତଥା ଡିଗ୍ରି କଲେଜରେ ଖାଲି ପଡ଼ିଥିବା ସିଟ୍‌ ପୂରଣ ଲାଗି ପୁଣିଥରେ ନାମଲେଖା ଅନୁଷ୍ଠିତ ହେବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବି ବହୁ ସିଟ୍‌ ଖାଲି ରହିଛି। ଅନେକ ପିଲା ନାମ‌ ଲେଖାଇପାରି ନାହାନ୍ତି। ତାହାକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ଯୋଗ୍ୟ ଛାତ୍ରଛାତ୍ରୀ ଆସନ୍ତା ୨୯ ତାରିଖ ପୂର୍ବାହ୍ନ ୧୧ଟାରୁ http://www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମ ଦାଖଲ କରିପାରିବେ। ଫେବ୍ରୁଆରି ୨ ତାରିଖ ରାତି ୧୧ଟା ୪୫ରେ ଆବେଦନର ଶେ‌ଷ ସମୟ ସୀମା ରଖାଯାଇଛି। ଫେବ୍ରୁଆରି ୩ ଅପରାହ୍‌ଣ ୨ଟାରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ନାମଲେଖା ଫି’ ଦାଖଲ କରିପାରିବେ। ୮ ତାରିଖ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହେବ। ୪ ତାରିଖରୁ ୯ ତାରିଖ ଅପରାହ୍‌ଣ ୫ଟା ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

‌ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷାରେ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଏଥିସହ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖାରେ ଆବେଦନ କରି ନ ଥିବା ଏବଂ ନାମ ଲେଖାଇ ନ ଥିବା ଛାତ୍ରଛାତ୍ରୀ ଏହି ପର୍ଯ୍ୟାୟରେ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ସିଏଏଫ୍‌ ଫି’ ଦାଖଲ କରିବେ। କଲେଜ ଓ ବିଷୟ ଅନୁଯାୟୀ ଖାଲିଥିବା ସିଟ୍‌ ଆଧାରରେ ଏସ୍‌ସି, ଏସ୍‌ଟି, ଇଏସ୍‌ଏମ୍‌/ଏସ୍‌ପିଡି/ସିଓଏମ୍‌ ବର୍ଗଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ମେଧା ତାଲିକା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ। ସାମ୍‌ସ ମାଧ୍ୟମରେ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

from Kanak News
via <a href="https://ifttt.com/?

ଆଉ ୨ଦିନ ଘନ କୁହୁଡ଼ି, ୨୯ରେ ସାମାନ୍ୟ ବର୍ଷା ! ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ରହିବ ପା‌ଗ

କନକ ବ୍ୟୁରୋ: ରାଜ୍ୟରେ ଶୀତ କମିବା ଆରମ୍ଭ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ବଢ଼ିଛି। ଫଳରେ ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ରବିବାର ଦିନ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୧ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଛୁଇଁଛି। ଯାହାକି ସର୍ବନିମ୍ନ ସ୍ବାଭାବିକ ତାପମାତ୍ରାଠାରୁ ୩ ଡିଗ୍ରି ଅଧିକ। ଅନ୍ୟପଟେ ରାଜ୍ୟରେ ଏବେ କୁହୁଡ଼ି ପାଇଁ ଅନୁକୂଳ ବାତାବରଣ ରହିଛି। ଗତକାଲି ସକାଳେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର ଓ ମାଲକାନଗିରିରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‌ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ମଧ୍ୟ ରାଜ୍ୟରେ ପା‌ଗ ଶୁଖିଲା ରହିବ। ୨୯ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ରହିବ। ଏଥିସହ କିଛି କିଛି ଅଞ୍ଚଳରେ ସାମାନ୍ୟ ବର୍ଷା ହୋଇପାରେ। ବିଶେଷ କରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଅନୁଗୁଳ ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ କିଛି ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିବ।

ଆଜି ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର, ‌କେନ୍ଦ୍ରାପଡ଼ା, ଯାଜପୁର ଓ ଭଦ୍ରକ ଆଦି ଅଞ୍ଚଳରେ ଘନକୁହୁଡ଼ି ଦେଖିବାକୁ ମିଳିବ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୨୭ ତାରିଖ ସକାଳୁ କନ୍ଧମାଳ, ବୌଦ୍ଧ, ନୟାଗଡ଼, ଖୋ‌ର୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ଓ ଜଗତସିଂହପୁର ଆଦି ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

from Kanak News
via <a href="https://ifttt.com/?

ଆଜି ଦିଲ୍ଲୀରେ ଗଡିବ ଚାଷୀଙ୍କ ଟ୍ରାକ୍ଟର । ନୂଆ କୃଷି ଆଇନକୁ ବିରୋଧ କରି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବେ ଆନ୍ଦୋଳନରତ କୃଷକ

କନକ ବ୍ୟୁରୋ: ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ତେବେ ପରେଡ ଉତ୍ସବ ସରିବା ପରେ କିନ୍ତୁ ପୋଲିସର ଦାୟିତ୍ୱ ସରୁନାହିଁ । କାରଣ ସୈନିକମାନଙ୍କ ଭଳି ଆଜି କୃଷକମାନେ ବି ପରେଡ କରିବେ । ନୂଆ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ରୁଟ ଚାର୍ଟ ଅନୁଯାୟୀ ଟ୍ରାକ୍ଟର ରାଲି ହେବ । ଏହି ରାଲିରେ ୫ହଜାର ଟ୍ରାକ୍ଟର ଏବଂ ୫ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୋଲିସଠାରୁ ଅନୁମତି ମିଳିଛି । ତେଣୁ ପୋଲିସର ଦାୟିତ୍ୱ ଆହୁରି ବଢିଯାଇଛି ।

ସେପଟେ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳଷ୍ଟେସନରୁ ଟ୍ରେନ ଚଳାଚଳ ବନ୍ଦ ରହିବ । ସକାଳ ୮ଟା ପୂର୍ବରୁ କେବଳ ୨ଟି ଟ୍ରେନ ଏଠାକୁ ଛାଡିବ । ଏହାପରେ ସନ୍ଧ୍ୟାସୁଦ୍ଧା ଯିବାକୁ ଥିବା ୬ଟି ଟ୍ରେନରୁ ଗୋଟିଏ ବାତିଲ ହେବ ଏବଂ ଅନ୍ୟ ୫ଟି ରାତି ୮ଟା ପରେ ଚଳାଚଳ କରିବ । ତେବେ ଟ୍ରାକ୍ଟର ପରେଡ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି । ଏହି ବୈଠକରେ ଗୃହସଚିବ, ଦିଲ୍ଲୀ ପୋଲିସ କମିଶନର, ଆଇବି ମୁଖ୍ୟ ସାମିଲ ହୋଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ । ଟ୍ରାକ୍ଟର ପରେଡ ପାଇଁ ଅନୁମତି ମିଳିବା ପରେ ଆସନ୍ତା ଫେବ୍ରୁଆରୀ ୧ତାରିଖରେ ଚାଷୀମାନେ ସଂସଦ ମାର୍ଚ୍ଚ କରିବା ପାଇଁ ଘୋଷଣା କରିଦେଇଛନ୍ତି ।

from Kanak News
via <a href="https://ifttt.com/?

ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ: ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି; ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଆଜି ସାରା ଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଦେଶରେ ସମ୍ବିଧାନ ପ୍ରଣୟନ କରାଯାଇଥିଲା । ସେହି ଦିନକୁ ରାଷ୍ଟ୍ରୀୟ ଉତ୍ସବ ଭାବେ ପାଳନ କରାଯାଉଛି ।

ଆଜି ସାଧାରଣତନ୍ତ୍ର ଦିବସ । ରାଜଧାନୀରେ ଆୟୋଜନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଏଥର କୋଭିଡ କଟକଣା ଭିତରେ ହେବ ପରେଡ ଉତ୍ସବ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରେଡ୍ ସ୍ଥଳରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ତା ସହିତ କାଉଂଟର ଟେରରିଷ୍ଟ ସ୍କ୍ୱାଡ୍, ସ୍ପେସାଲ ଟେକ୍ଟିକାଲ ୟୁନିଟ, ସ୍ୱତନ୍ତ୍ର ତାଲିମପ୍ରାପ୍ତ ଏସଓଜି ଯବାନ, ସାଦା ପୋଷାକଧାରୀ ପୁଲିସ, ସନ୍ଧାନୀ କୁକୁର, ବୋମା ନିଷ୍କ୍ରିୟକାରୀ ଦଳ, ରୁଫଟପ ସିକ୍ୟୁରିଟି, ସାର୍ପ ସୁଟର୍ ମୁତୟନ ରହିବେ ।

ତେବେ ପରେଡ଼ ସ୍ଥଳରେ ଚାରିପଟ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ । ପରେଡସ୍ଥଳ ନିକଟରେ ସିସିଟିଭି ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବ । ସେହିପରି ଟ୍ରାଫିକ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରବିନ୍ଦ୍ର ମଣ୍ଡପ, ଆଇଜି ପାର୍କ ପଟୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ । ପରେଡସ୍ଥଳକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରି ଦିଆଯିବ ।

from Kanak News
via <a href="https://ifttt.com/?

୭୨ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଚାଷୀଙ୍କୁ ପ୍ରଶଂସା କରି କହିଲେ, ଦେଶକୁ କରିଛନ୍ତି ଆତ୍ମନିର୍ଭରଶୀଳ

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସର ପୂର୍ବ ସଂଧ୍ୟାରେ ଦେଶବାସୀଙ୍କୁ ସଂବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଦେଶରେ ଦୀର୍ଘ ଦିନରୁ କୃଷି ନୀତିରେ ସୁଧାରକୁ ଅପେକ୍ଷା ଥିଲା, ଏହା ଚାଷୀଙ୍କୁ ଲାଭ ପହଁଚାଇବ ।

ରାଷ୍ଟ୍ରପତି କହିଛନ୍ତି ଆରମ୍ଭରୁ କୃଷୀ ଆଇନକୁ ନେଇ କିଛି ଆଶଙ୍କା ଥିଲା , ଯାହାକୁ ଦୂର କରାଯାଉଛି । ଦେଶର କୃଷକ, ବୈଜ୍ଞାନିକ ଏବଂ ସୈନିକ ପ୍ରଶଂସାର ପାତ୍ର । ଗଣତନ୍ତ୍ର ଦିବସ ଅବସରରେ ଦେଶ ଏ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ୨୦୨୦ ବର୍ଷ ଶିକ୍ଷା ଦେବା ପରି ବର୍ଷ , ଯେଉଁଥିରେ ଆମକୁ ସଫା ସୁତୁରା ପରିବେଶ ଓ ସୁନ୍ଦର ପର୍ଯ୍ୟାବରଣ ଦେଖିବାକୁ ମିଳିଥିଲା । ଆଗାମୀ ସମୟରେ ଏପରି ମହାମାରୀ ପ୍ରକୋପ କମ୍ କରିବାକୁ ହେଲେ ଜଳବାୟୁ ପରିବର୍ତନ ଉପରେ ପୂରା ବିଶ୍ୱକୁ ଧ୍ୟାନ ଦେବାକୁ ହେବ ବୋଲି ରାଷ୍ଟ୍ରପତି କହିଛନ୍ତି ।
କରୋନା କାଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନକୁ ବି ଭାଷଣରେ ସ୍ଥାନ ଦେଇଛନ୍ତି ରାଷ୍ଟ୍ରପତି । ଅଭିଭାଷଣରେ ରାଷ୍ଟ୍ରପତି ଦିଲ୍ଲୀରେ ଦୁଇ ମାସ ଧରି ଚାଲିଥିବା କୃଷକ ଆନ୍ଦୋଳନର କଥା ବି କହିଛନ୍ତି । ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ଚାଷୀ ସଂଗଠନ । ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସରକାର ରାଜି ଅଛନ୍ତି । ଏହି ଅବସରରେ ଜନତାଙ୍କୁ ଗାନ୍ଧି, ଆମ୍ବେଦକରଙ୍କ ଜୀବନର ମୂଲ୍ୟବୋଧ ଏବଂ ଆଦର୍ଶକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ସହିତ କରୋନା ମୁକାବିଲାରେ କରୋନା ଯୋଦ୍ଧାଙ୍କୁ ପ୍ରଣାମ କରିଛନ୍ତି ରାଷ୍ଟ୍ରପତି ।

from Kanak News
via <a href="https://ifttt.com/?

ବାଲେଶ୍ବରରେ ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ସମୁଦ୍ରରୁ ମିିଳିଲା ମୃତଦେହ, ପୁଲିସର ଛାନଭିନ୍ ଜାରି 

କନକ ବ୍ୟୁରୋ: ଫୋନ୍‌ କରି ଡାକିଲେ ଆଉ ହତ୍ୟା କରି ସମୁଦ୍ରକୂଳରେ ଶବ ପୋତି ଫେରାର ହୋଇଗଲେ। ଦୁଇଦିନ ତଳେ ନିଖୋଜ ଥିବା ବାଲେଶ୍ବର ଖନ୍ତାପଡା ଥାନା ଉସଙ୍ଗ ଅଞ୍ଚଳର ଜୟନ୍ତ ମଳିକଙ୍କ ମୃତଦେହ ଆଜି ଅପରାହ୍ନରେ ଗୋପାଳପୁର ଫାଣ୍ଡି ପୁଲିସ ସମୁଦ୍ରରୁ ପୋତା ଯାଇଥିବା ଅବସ୍ଥାରେ ଉଦ୍ଧାର କରିଛି।

ପାରିପାର୍ଶ୍ବିକ ସ୍ଥିତି‌ରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜାଣିବା ପରେ ପୁଲିସ ଘଟଣାର ଛାନ୍‌ଭିନ୍‌ ଚଳାଇଛି। ଜୟନ୍ତଙ୍କ ମୁଣ୍ଡ ପଛ ପଟେ ଗଭୀର କ୍ଷତ ଥିବାବେଳେ ହାତଗୋଡ଼ ଗୋଟିଏ ରଶିରେ ବନ୍ଧା ଯାଇ ବେଳାଭୂମିଠାରୁ ଦେଢ଼ କିମି ଦୂର ସମୁଦ୍ର ଭିତରେ ପୋତା ଯାଇଥିଲା। ଗ୍ରାମବାସୀ ଓ ସ୍ଥାନୀୟ ପୁଲିସ ଦିନ ତମାମ ଖୋଜାଖୋଜି କରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ଜୟନ୍ତଙ୍କ ମୃତଦେହକୁ ସମୁଦ୍ରକୂଳରୁ ଉଦ୍ଧାର କରାଯାଇଥିଲା। ଜୟନ୍ତଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ତାଙ୍କ ଗୋଡହାତ ବାନ୍ଧି ସମୁଦ୍ରରେ ପୋତି ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି।

ସୂଚନା ମୁତାବକ, ଶନିବାର ରାତିରେ ସୁରେନ୍ଦ୍ର ମଳିକଙ୍କ ପୁଅ ଜୟନ୍ତ ଘରେ ପରିବାର ସହ ବସି ଖାଉଥିଲେ। ହଠାତ୍ ଜୟନ୍ତଙ୍କ ମୋବାଇଲକୁ ଏକ କଲ୍‌ ଆସିଥିଲା। ଫୋନ୍‌ କଲ୍‌ ପାଇବା ପରେ ସେ ଅଧାରୁ ଖାଇବା ଛାଡି ବାହାରକୁ ପଳାଇ ଯାଇଥିଲେ। ତେ‌ବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ଜୟନ୍ତଙ୍କ ସ୍ତ୍ରୀ ପାର୍ବତୀ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ଘଟଣାର ଗୁରୁତ୍ୱ ଦେଖି ପୁଲିସ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା ଚଳାଇଥିବା ବେଳେ ସୋମବାର ଅପରାହ୍ନରେ ଜୟନ୍ତଙ୍କ କ୍ଷତାକ୍ତ ମୃତଦେହ ସମୁଦ୍ରରୁ ଉଦ୍ଧାର ହୋଇଥିଲା।

ଜୟନ୍ତଙ୍କ ହତ୍ୟା କଥା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଶହଶହ ଲୋକ ରୁଣ୍ଡ ହୋଇ ଯାଇଥିଲେ। ଖନ୍ତାପଡା ଥାନା ଆଇଆଇସି ପରେଶ କୁମାର ରାଉତ, ସ୍ଥାନୀୟ ସରପଞ୍ଚ ନିବେଦିତା ନାୟକ, ପୂର୍ବତନ ସରପଞ୍ଚ ରମାକାନ୍ତ ଦାଶ, ଥାନା ଏଏସ୍‌ଆଇ ଗଦାଧର ଜେନା, ହୃଦୟମାଧବ ଦାସପଟ୍ଟନାୟକଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ କେଉଁ ନମ୍ବରରୁ କଲ୍‌ ଆସିଥିଲା? ଏମିତି କ’ଣ କୁହାଗଲା ଯେ, ଜୟନ୍ତଙ୍କୁ ଖାଇବା ଛାଡ଼ିବାକୁ ପଡିଥିଲା, ସେ ଦିଗ ଉପରେ ଯାଞ୍ଚ କଲେ ଜୟନ୍ତଙ୍କ ହତ୍ୟାକାଣ୍ଡ‌ର ପର୍ଦ୍ଦାଫାସ ହୋଇପାରିବ ବୋଲି କୁହାଯାଉଛି। ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଖନ୍ତାପଡା ଥାନା ଆଇଆଇସି ପରେଶ କୁମାର ରାଉତ ସୂଚନା ଦେଇଛନ୍ତି।

from Kanak News
via <a href="https://ifttt.com/?

ପଦ୍ମ ପୁରସ୍କାର ପାଇଁ ମନୋନୀତ ଓଡ଼ିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଓଡ଼ିଶାର ପ୍ରତିଭାକୁ ଜାତୀୟ ସ୍ତରରେ ସର୍ବୋଚ୍ଚ ସମ୍ମାନ ଦେଇଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ ।

କନକ ବ୍ୟୁରୋ : ଘୋଷଣା ହୋଇଛି ପଦ୍ମ ପୁରସ୍କାର । ଆଉ ଓଡ଼ିଶାର ୬ ଜଣଙ୍କୁ ଏହି ପଦ୍ମ ପୁରସ୍କାର ମିଳିବାକୁ ଘୋଷଣା ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରତିଭାସମ୍ପନ୍ନ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରି  ଆମ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ମାନ୍ୟତା ଦେବା ସହ ଜାତୀୟ ସ୍ତରରେ ଓଡିଶାର ପ୍ରତିଭାକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ସମ୍ମାନଜନକ “ପଦ୍ମବିଭୂଷଣ ଓ ପଦ୍ମଶ୍ରୀ” ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତ ସମେତ ଓଡିଶାର ସମସ୍ତ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ କଳା କ୍ଷେତ୍ରରେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ କରି ରାଜ୍ୟର କଳା ଓ କାରିଗରଙ୍କ ପ୍ରତି ଉଚିତ୍ ସମ୍ମାନ ଦିଆଯାଇଛି । ସେହିପରି କଳା, ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବାରେ ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଜାନୀ, ରଜତକୁମାର କର, ଡା. କ୍ରୀଷ୍ଣମୋହନ ପାଠୀ ଓ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପାଇଁ ମନୋନୀତ ହେବା ନେଇ କେନ୍ଦ୍ରମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି ।

ସାଧନା ଓ ଉଲ୍ଲେଖନୀୟ କାର୍ଯ୍ୟ ମାଧ୍ୟମରେ ନିଜର ଜୀବନକୁ ସମାଜ ପାଇଁ ଉତ୍ସର୍ଗୀକୃତ କରିଥିବା ପ୍ରତିଭାସମ୍ପନ୍ନ ଓଡ଼ିଆ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ ହେବା ଗୌରବର ବିଷୟ ଓ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

from Kanak News
via <a href="https://ifttt.com/?

ପବ-ଜି ଗେମର ଜାଗା ନେବାକୁ ଆସୁଛି ଫୌ-ଜି । ଜାନୁଆରୀ ୨୬ରେ ହେବ ଲଞ୍ଚ

କନକ ବ୍ୟୁରୋ: ବିଶ୍ୱର ସବୁଠୁ ଲୋକପ୍ରିୟ ଗେମିଂ ଆପ୍ ପବ-ଜି ଭାରତରୁ ବ୍ୟାନ୍ ହେବା ପରେ ଏବେ ଆସୁଛି ଫୌ-ଜି । ଯାହାକି ଆସନ୍ତାକାଲି ଗଣତନ୍ତ୍ର ଦିବସରେ ଲଞ୍ଚ ହେବ । ଏହା ପୂର୍ବରୁ କମ୍ପାନୀ ପ୍ଲେ-ଷ୍ଟୋରରେ ଏହାର ପ୍ରି ରେଜିଷ୍ଟ୍ରେସନ ଆରମ୍ଭ କରିଛି ।

ଆଣ୍ଟ୍ରୋଏଡ୍ ୮ କିମ୍ବା ଏହାଠାରୁ ଅଧିକ ଭର୍ସନର ମୋବାଇଲରେ ଏହି ଗେମ୍ ଉପଲବ୍ଧ ହୋଇପାରିବ । ତେବେ ଏହା ପୂର୍ବରୁ କମ୍ପାନୀ ଏହାର ରେଜିଷ୍ଟ୍ରେସନ ଆରମ୍ଭ କରିଛି । କୌଣସି ଲୋକ ଏଥିରେ ରେଜିଷ୍ଟ୍ରେସନ କରିବା ପରେ ଯେତେବେଳେ ଏହା ଲଞ୍ଚ ହେବ ସେତେବେଳେ ତାଙ୍କ ପାଖକୁ ତୁରନ୍ତ ନୋଟିଫିକେସନ ଆସିଯିବ ବୋଲି କୁହାଯାଇଛି ।

ଗତ ବର୍ଷ ସେପ୍ଟେମ୍ବର ମାସରେ ପ୍ରଥମ କରି ଫୌ-ଜି ଗେମ୍ ବିଷୟରେ ଘୋଷଣା କରାଯାଇଥିଲା । ଏହି ଗେମ୍ ପବ-ଜି ଗେମ୍ ଭଳି ୟୁଜର୍ସଙ୍କ ମନକୁ ଛୁଇଁପାରିବା ସହିତ ଲୋକପ୍ରିୟ ହୋଇପାରିବ ବୋଲି କମ୍ପାନୀ ଦାବି କରିଥିଲା । ଏବେ ଜାନୁଆରୀ ୨୬ ତାରିଖରେ ଏହି ଆପ୍ ଲଞ୍ଚ କରିବାକୁ ଯାଉଛି ।

from Kanak News
via <a href="https://ifttt.com/?

୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା । ୨୦ ଜଣ ପୋଲିସ କର୍ମଚାରୀ ପାଇବେ ପୁରସ୍କାର 

କନକ ବ୍ୟୁରୋ : ୨୦୨୦ ପାଇଁ ରାଜ୍ୟପାଳ ପୋଲିସ ମେଡାଲ ଘୋଷଣା ହୋଇଛି । ୭ଟି ବର୍ଗରେ ପୁରସ୍କାର ପାଇବେ ୨୦ ଜଣ ପୋଲିସ ଅଧିକାରୀ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡିଆଇଜି ଜୟନାରାୟଣ ପଙ୍କଜ ଓ ଅନିରୁଦ୍ଧ ସିଂ, ଏସପି ବ୍ରିଜେଶ କୁମାର ରାଏ, ମିତ୍ରଭାନୁ ମହାପାତ୍ର, ଏସପି ଅଶ୍ୱିନୀ କୁମାର ପଟ୍ଟନାୟକ, ଏସଡିପିଓ ଅଶ୍ୱିନୀ କୁମାର ସାହୁ, ଇନ୍ସପେକ୍ଟର ସନ୍ତୋଷ କୁମାର ସାହୁ, ସଦାନନ୍ଦ ପାଣି, ସୁବେଦାର ଦିଲ ବାହାଦୁର ଛେତ୍ରୀ, ତୀର୍ଥରାଜ ସାହୁ, ସବ ଇନ୍ସପେକ୍ଟର ଏମଡି ସବିର, ଏସଆଇ ବିନୋଦ ବିହାରୀ ସେଠୀ, ଏଏସଆଇ ଭରତ ଭୂଷଣ ପଟ୍ଟନାୟକ ପାଇବେ ରାଜ୍ୟପାଳ ପୋଲିସ ପଦକ ।

ସେହିପରି ହାବିଲଦାର ପବିତ୍ର ମୋହନ ନାୟକ, ଶିବଶଙ୍କର ନାୟକ, ସିପାହୀ ପିତବାସ ମିଶ୍ର, କନଷ୍ଟେବଲ ମନମଥନାଥ ବରଦା, ସୁନୀଲ ତ୍ରିପାଠୀ, ଡୁକା ଦେବୀ କୁମାର, ମଞ୍ଜୁଲତା ମିଶ୍ରଙ୍କୁ ରାଜ୍ୟପାଳ ପୋଲିସ ପଦକ ଦିଆଯିବ ବୋଲି ଘୋଷଣା ହୋଇଛି ।

from Kanak News
via <a href="https://ifttt.com/?

ଘୋଷଣା ହେଲା ପଦ୍ମ ପୁରସ୍କାର । ଜାଣନ୍ତୁ ଓଡ଼ିଶାରୁ କିଏ ପାଇଲେ କେଉଁ ପୁରସ୍କାର?

କନକ ବ୍ୟୁରୋ : ୨୦୨୧ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର । ୧୧୯ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର । ଯେଉଁଥିରୁ ୭ ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ୭ ପଦ୍ମବିଭୂଷଣ ବିଜେତାଙ୍କ ମଧ୍ୟରୁ ଜଣେ ଓଡ଼ିଆ ମଧ୍ୟ ରହିଛନ୍ତି । କଳା କ୍ଷେତ୍ର ପାଇଁ ସୁଦର୍ଶନ ସାହୁଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ଓଡ଼ିଶାରୁ ମୋଟ ୬ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ ।

ସୁଦର୍ଶନଙ୍କ ବ୍ୟତୀତ ଅନ୍ୟ ୫ ଜଣ ଓଡ଼ିଆ ମଧ୍ୟ ପଦ୍ମ ପୁରସ୍କାର ପାଇବେ । ସାମାଜିକ କ୍ଷେତ୍ରରେ ଶାନ୍ତିଦେବୀ, ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନନ୍ଦ ପୃଷ୍ଟି ଓ ରଜତ କର, ମେଡିସିନ ପାଇଁ କ୍ରିଷ୍ଣମୋହନ ପାଠୀ ଓ କଳା କ୍ଷେତ୍ର ପାଇଁ ପୂର୍ଣ୍ଣମାସୀ ଜାନୀଙ୍କୁ ମିଳିବ ପଦ୍ମ ପୁରସ୍କାର । ୭ ପଦ୍ମ ବିଭୂଷଣ ବିଜେତାଙ୍କ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ରହିଛନ୍ତି । ସେହିଭଳି ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପଦ୍ମଭୂଷଣ ସମ୍ମାନ ମିଳିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started