ନେପାଳରେ ବଡ଼ ଧରଣର ରାଜନୈତିକ ସଂକଟ । କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ବହିଷ୍କାର କରିଛି କମ୍ୟୁନିଷ୍ଟ ପାର୍ଟି

କନକ ବ୍ୟୁରୋ: ଚୀନ କଥାରେ ପଡି ଭାରତ ବିରୋଧୀ ପଦକ୍ଷେପ ନେଉଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଶେଷରେ ବିଦା କରିଦେଇଛି ତାଙ୍କରି ଦଳ । ଫଳରେ ନେପାଳରେ ବିରାଟ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ନେପାଳର ବର୍ତମାନର ପ୍ରଧାନମନ୍ତ୍ରୀ କେପି, ଓଲିଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏପରିକି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଥିବା ଏକ ବିବୃତିରେ କୁହାଯାଇଛି ।

ଗତ କିଛି ମାସ ଧରି କେପି ଶର୍ମା ଓଲିଙ୍କ ବିରୋଧରେ ପ୍ରବଳ ଅସନ୍ତୋଷର ସ୍ୱର ଉଠିଥିଲା । ଏପରିକି ଚୀନ କଥାରେ ପରିଚାଳିତ ହୋଇ ଦୀର୍ଘଦିନର ମିତ୍ର ରାଷ୍ଟ୍ର ଭାରତ ବିରୋଧୀ ପଦକ୍ଷେପ ନେଉଥିବାରୁ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ । ସେପଟେ କମ୍ୟୁନିଷ୍ଟ ପାର୍ଟି ଅଧ୍ୟକ୍ଷ ପ୍ରଚଣ୍ଡଙ୍କୁ ବଡ ଝଟକା ଦେଇଛନ୍ତି ନେପାଳ ନିର୍ବାଚନ କମିଶନ । ଦୁଇ ଭାଗ ହୋଇଥିବା କମ୍ୟୁନିଷ୍ଟ ପାର୍ଟିର କୌଣସି ଦଳକୁ ମାନ୍ୟତା ଦେବା ପାଇଁ ମନା କରିଦେଇଛନ୍ତି ନିର୍ବାଚନ କମିଶନ । ରାଜନୈତିକ ଦଳ ଧାରା ୨୦୧୭କୁ ଉଭୟ ଦଳ ମାନିନଥିବା କହିଛନ୍ତି । ଏପରିକି କେପି ଶର୍ମା ଓଲିଙ୍କୁ ପଦରୁ ହଟାଇବା ଓ ଦଳରୁ ବହିଷ୍କାର କରିବାକୁ ମଧ୍ୟ ଖାରଜ କରିଦେଇଛନ୍ତି ।

ଓଲିଙ୍କୁ ଦଳରୁ ବହିଷ୍କାର ପରେ ନେପାଳ କମ୍ୟୁନିଷ୍ଟ ପାର୍ଟିରେ ବଡଧରଣର ବିଭାଜନ ଆଶଙ୍କା ବଢିଯାଇଛି । ଓଲିଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଇ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ପ୍ରାୟ ୨ ବର୍ଷ ହେଲା କେପି ଓଲି ସରକାର ଚୀନ ଉପରେ ଅଧିକ ନିର୍ଭରଶୀଳ ହୋଇପଡିଥିଲେ । ଫଳରେ ଭାରତ ବିରୋଧୀ ପଦକ୍ଷେପ ସବୁ ନେଉଥିଲେ । ଭାରତୀୟ ଅଂଚଳକୁ ନିଜର ବୋଲି ଦର୍ଶାଇ ନେପାଳ ସଂସଦରେ ଏକ ବିବାଦୀୟ ମାନଚିତ୍ରକୁ ଗୃହୀତ କରାଇଥିଲେ ।

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସରେ ଶକ୍ତି ପ୍ରଦର୍ଶନ କରିବେ ଚାଷୀ ସଂଗଠନ । ଦିଲ୍ଲୀରେ ହେବ ବିଶାଳ ଟ୍ରାକ୍ଟର ରାଲି

କନକ ବ୍ୟୁରୋ: ଭାରତରେ ଅଘଟଣ ଘଟାଇବା ପାଇଁ ପାକିସ୍ତାନ ରଚୁଛି ଷଡଯନ୍ତ୍ର । ସାଧାରଣତନ୍ତ୍ର ଦିବସ ଏବଂ ଟ୍ରାକ୍ଟର ରାଲି ଭିତରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବା ପାଇଁ ଷଡଯନ୍ତ୍ର ହେଉଥିବା ନେଇ ସୂଚନା ଦେଇଛି ଦିଲ୍ଲୀ ପୋଲିସ୍ । ଆଉ ଏଥିପାଇଁ ସୋସିଆଲ ମିଡିଆକୁ ଅସ୍ତ୍ର କରିଛି ପାକିସ୍ତାନ । ଦିଲ୍ଲୀ ପୋଲିସ ସୂଚନା ଦେଇ କହିଛି, କୃଷକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ଲାଗି ଜାନୁଆରୀ ୧୩ ରୁ ୧୮ ତାରିଖ ମଧ୍ୟରେ ପାକିସ୍ତାନରେ ୩ ଶହରୁ ଅଧିକ ଟ୍ୱିଟର ଆକାଉଂଟ ଖୋଲାଯାଇଛି । ଗୁଇନ୍ଦା ଓ ଅନ୍ୟ ଏଜେନ୍ସିର ତଥ୍ୟକୁ ଆଧାର କରି ଦିଲ୍ଲୀ ପୁଲିସ ଏହା କହିଛି ।

ଏଭଳି ତଥ୍ୟ ଆସିଲା ପରେ ମଙ୍ଗଳବାର ସାଧାରଣତନ୍ତ୍ର ଦିବସରେ କୃଷକ କରିବାକୁ ଥିବା ଟ୍ରାକ୍ଟର ରାଲି ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ସେଠାରେ ଦେଶ ବିରୋଧୀ ତତ୍ତ୍ୱ କିଛି ବାଧା ସୃଷ୍ଟି କରିପାରନ୍ତି ଏବଂ ଏଥିପାଇଁ ପୋଲିସ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର । ସେପଟେ ଏନସିଆରରେ ମଧ୍ୟ ଟ୍ରାକ୍ଟର ରାଲିକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରି ଶକ୍ତି ପ୍ରଦର୍ଶନ କରିବାକୁ ବଡ ପ୍ରସ୍ତୁତି ଚଳାଇଛନ୍ତି ଚାଷୀ ସଂଗଠନ । ୨ ମାସ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ କରିବା ପରେ ସରକାର କୃଷକଙ୍କ ଦାବିକୁ ନମାନିବାରୁ ଅଧିକ ଚାପ ସୃଷ୍ଟି କରିବାକୁ କିଷାନ ଗଣତନ୍ତ୍ର ପ୍ୟାରେଡ୍ କରିବାକୁ ସଜ ହେଉଛନ୍ତି ଚାଷୀ । ଏପରି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ପୁଣି ଆନ୍ଦୋଳନକାରୀ କୃଷକଙ୍କୁ ଅନୁରୋଧ କରିଛନ୍ତି । ଜାନୁଆରୀ ୨୬ ଜାତୀୟ ଦିବସ ହୋଇଥିବାରୁ ଏହି ଦିନ ଆନ୍ଦୋଳନ ନକରିବାକୁ ସେ କୃଷକଙ୍କୁ ଅପିଲ କରିଛନ୍ତି ।

ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ମୁମ୍ବାଇ ପର୍ଯ୍ୟନ୍ତ ପହଂଚିିଛି । ସମର୍ଥନରେ ମୁମ୍ବାଇ ଆଜାଦ ମଇଦାନରେ ହଜାର ହଜାର ଚାଷୀ ଏକତ୍ରିତ ହୋଇଛନ୍ତି । ଏଠାରେ ଚାଷୀଙ୍କୁ ସମ୍ବୋଧନ କରିଛନ୍ତି ଏନସିପି ନେତା ଶରଦ ପାୱାର । ଏପଟେ କୃଷକଙ୍କ ଦାବିକୁ ସମ୍ମାନ ଜଣାଇ ଦିଲ୍ଳୀରେ ଟ୍ରାକ୍ଟର ରାଲି କରିବାକୁ ସର୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ୍ । ଅନୁମତି ଅନୁସାରେ ତିନୋଟି ସ୍ଥାନରୁ ବାହାରିବ ଶୋଭାଯାତ୍ରା । ତେବେ ରାଲିକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ଚାଷୀ ସଂଗଠନକୁ କହିଛି ପୋଲିସ ।

from Kanak News
via <a href="https://ifttt.com/?

ସୁଧୁରୁନି ସଇତାନ ଚୀନ୍ । ସୀମାରେ ପୁଣି ଦେଖାଇଛି ଦୋମୁହାଁ ନୀତି

କନକ ବ୍ୟୁରୋ: ପୁଣି ମୁହାଁମୁହିଁ ହେଲେ ଭାରତୀୟ ସେନା ଓ ପିଏଲଏ । ମିଳିଥିବା ସୂଚନା ଅନୁସାରେ ୩ ଦିନ ତଳେ ସିକିମ୍ ସୀମାରେ ପୁଣି ସାମ୍ନାସାମ୍ନି ହୋଇଛନ୍ତି ଭାରତ ଏବଂ ଚୀନ ସୈନିକ । ଲଦାଖ ସୀମାର ଗଲୱାନ୍, ପେଙ୍ଗଙ୍ଗ, ଗୋଗ୍ରାପୋଷ୍ଟ ଓ ହଟସ୍ପିଙ୍ଗ ଅଂଚଳରେ ଚୀନ ସେନା ଗତ ବର୍ଷ ମେ ମାସରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ଏବେ ପୁଣି ଉତ୍ତର ସିକିମର ନାକୁ ଲା’ ଅଂଚଳରେ ଅନୁପ୍ରବେଶ ପାଇଁ ଉଦ୍ୟମ କଲା ବେଳେ ବାଧା ଦେଇଛି ଭାରତୀୟ ସେନା । ଫଳରେ ୨ ଦେଶର ସୈନିକ ହାତାହାତି ହୋଇଛନ୍ତି । ଏଥିରେ ୪ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଚୀନର ୨୦ ଜଣ ଚୀନ୍ ସୈନିକ ଆହତ ହୋଇଥିବା ଜଣାପଡ଼ିଛି । ଗତ ୨୦ ତାରିଖରେ ଉତର ସିକିମର ନାକୁ ଲା’ ଠାରେ ଭାରତୀୟ ସେନା ଓ ଚୀନର ପିଏଲଏ ମଧ୍ୟରେ ଗଣ୍ଡଗୋଳ କଥାକୁ ସ୍ୱୀକାର କରିଛି ଭାରତୀୟ ସେନା । ଚୀନ୍ ସେନା ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏପରି ପରିସ୍ଥିତି ଉପୁଜିଥିଲା ।

ନାକୁ ଲା’ ସୀମାରେ ଚୀନ ସେନା ଭାରତ ମାଟି ଭିତରକୁ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ବାଧା ଦେଇଥିଲେ ସେଠାରେ ମୁତୟନ ଭାରତୀୟ ସୈନିକ । ଏହା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ତେବେ ପ୍ରଟୋକଲ ଅନୁଯାୟୀ ସ୍ଥାନୀୟ କମାଣ୍ଡର ସ୍ତରୀୟ ଅଧିକାରୀ ବିବାଦର ସମାଧାନ କରିଥିଲେ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଉତ୍ତର ସିକ୍କିମର ନାକୁ ଲା’ ନିକଟରେ ଗତ ବର୍ଷ ମେ’ ୯ ତାରିଖରେ ଉଭୟ ଦେଶର ପ୍ରାୟ ୧୫୦ ସହ ସୈନିକ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତ ଓ ଚୀନ୍ର ପ୍ରାୟ ୧୦ଜଣ ସୈନ୍ୟ ଆହତ ହୋଇଥିଲେ । ସେପଟେ ଗତବର୍ଷ ମେ’୨୦ତାରିଖରେ ଗଲୱାନ ଘାଟି ସଂଘର୍ଷ ପରେ ସ୍ଥିତି ଏବେ ବି ସ୍ୱାଭାବିକ ହୋଇନାହିଁ । ରବିବାର ଦିନ ଉଭୟ ଦେଶର ସେନାସ୍ତରୀୟ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଏପଟେ ପୁଣି ସିକ୍କିମ ସୀମାରେ ଅନୁପ୍ରବେଶ ଉଦ୍ୟମ କରି ନିଜ ଅସଲ ରୂପ ଦେଖାଇଛି ଚୀନ୍ ।

from Kanak News
via <a href="https://ifttt.com/?

ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ୧୨,୫୦୦ ଫୁଟ ଉଚ୍ଚତାରେ ହାଡଭଙ୍ଗା ଶୀତରେ ଉଡାଇଲେ ତ୍ରିରଙ୍ଗା ।

କନକ ବ୍ୟୁରୋ: ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିଲେ ୨୩ ଜଣ ଓଡ଼ିଆ । ଜାନୁଆରୀ ୨୪ ଅପରାହ୍ନ ୧୨ଟା ୫୧ରେ ୧୨,୫୦୦ ଫୁଟ ଉଚ୍ଚତା ଦୟାରା ବୁଗୀୟାଲ ଶୀର୍ଷରେ ପହଞ୍ଚିଛନ୍ତି ଏହି ପର୍ବତାରୋହୀମାନେ । -୫ ଡିଗ୍ରୀ ସେଲିସିୟସ ରୁ -୧୦ ଡିଗ୍ରୀ ସେଲିସିୟସ ହାଡଭାଙ୍ଗା ଶୀତରେ ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା ଚୟନ ହୋଇଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୩ ଜଣ ପ୍ରତିଭା ପହଞ୍ଚି ଜାତୀୟ ପତାକା ଉଡେଇଛନ୍ତି ।

ଏହି କାର୍ୟ୍ୟକ୍ରମକୁ ଚଳଚ୍ଚିତ୍ର ଅଭିନେତା ବାବୁଶାନ ମହାନ୍ତି ଭୁବନେଶ୍ୱରଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଏବଂ ବିଜୟ ଯାତ୍ର ପାଇଁ ଶୁଭକାମନା ଜଣେଇଥିଲେ ।

କଳାହାଣ୍ଡିରୁ ଡ. ସତ୍ୟପୀର ପ୍ରଧାନ, ନୃସିଂହ ଚରଣ ପଣ୍ଡା, ସ୍ୱରାଜ କୁମାର ରାଉତ, ସୁନ୍ଦର ସାହୁ, କ୍ରିଷ୍ଣା ଭଣ୍ଡାରଘରିଆ, ରେଶବ କୁମାର ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ରାଉତ, ଠାକୁର ସେନାପତି, ଜ୍ୟୋତିଷ କୁମାର ବଗ, ଯୋଗେଶ୍ୱର ନାଏକ, ବି.ଜେ ରାଜେଶ ଭୋଇ, ମୁରାରି ସାହୁ ।

ସେହିପରି ନୂଆପଡ଼ାରୁ ସଚିନ୍ ବେହେରା, ହିତେଶ୍ କୁମାର ମେହେର, ମଳୟ କୁମାର ମେହେର, ବଲାଙ୍ଗୀରରୁ ଅମନ୍ ଛତ୍ରୀଆ, ଘନ ସତନାମୀ, ନିଳକମଲ ସାହୁ, ଛବିଲାଲ ମେହେର କନ୍ଧମାଳରୁ ସିଦ୍ଧାର୍ଥ କେଶରୀ ପ୍ରଧାନ, ନବରଙ୍ଗପୁରରୁ ପ୍ରଦୀପ ସିଂହା, ରାଉରକେଲାରୁ ବୈଦ୍ୟନାଥ ସିଂହା, ଜଗତସିଂହପୁରରୁ ସାଗର କୁମାର ମଲ୍ଲିକ ପ୍ରମୁଖ ଟିମରେ ସାମିଲ ହୋଇଥିଲେ।

କଳିଙ୍ଗ ଡେୟାର ଡେଭିଲ୍ସ ଦ୍ୱାରା କରୋନା ମହାମାରୀ ବ୍ୟାପିବା ପୂର୍ବରୁ ସଚେତନତା ନିମନ୍ତେ ଏକ ସାଇକେଲ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ଏବଂ ବର୍ତ୍ତମାନ କରୋନା ଯୋଦ୍ଧା ମାନଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଉତ୍ତରାଖଣ୍ଡ ସ୍ଥିତ ହିମାଳୟର ୧୨,୫୦୦ ଫୁଟ ଉଚ୍ଚତା ରେ ଜାତୀୟ ପତାକା ଉଡେଇଛନ୍ତି ବୋଲି କଳିଙ୍ଗ ଡେୟାର୍ ଡେଭିଲ୍ସ୍ ର ସଭାପତି ଡ଼. ସତ୍ୟପୀର ପ୍ରଧାନ ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

ଆପଣଙ୍କ ଅଞ୍ଚଳର ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ କିଏ ଗ୍ରହଣ କଲେ ? 

କନକ ବ୍ୟୁରୋ : ମୋ ସ୍କୁଲ ଅଭିଯାନ ଦ୍ୱାରା ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ଆଜି ମନ୍ତ୍ରୀ, ବିଧାୟକ, ଅଫିସର ମାନେ ଏହି ଅଭିଯାନରେ ସାମିଲ ହୋଇଛନ୍ତି । ନବୀନ ସରକାରରେ ମନ୍ତ୍ରୀ ଥିବା ଦିବ୍ୟ ଶଙ୍କର ମିଶ୍ର କଳାହାଣ୍ଡି ଜିଲ୍ଲାର ଜୁନାଗଡ, ମହାଲିଙ୍ଗ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ କୋରାପୁଟ ଜୟପୁରର ହାଇସ୍କୁଲ, ମୟୂରଭଞ୍ଜର ଏମକେସି ହାଇସ୍କୁଲ, ଭୁବନେଶ୍ୱରର ଆଇଆରସି ଭିଲେଜ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଦକ୍ଷତା ବିକାଶ ପ୍ରାଧିକରଣର ଚେୟାରମ୍ୟାନ ସୁବ୍ରତ ବାଗଚୀ ବାଣୀବିହାର ହାଇସ୍କୁଲକୁ ଓ ଆଦର୍ଶ ବିଦ୍ୟାଳୟର ପରାମର୍ଶଦାତା ବିଜୟ ସାହୁ ପଟିଆ ପ୍ରାଥମିକ ବିଦ୍ୟାଳୟ, ପଟିଆରେ ଥିବା ଶୈଳନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ପରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ରହିଥିବା ଆର, ବାଲାକ୍ରିଷ୍ଣନ ଗଞ୍ଜାମ ବେଲଗୁଣ୍ଠାରେ ଥିବା ଡକ୍ଟର ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠ ସହ ଯାଜପୁର ମଙ୍ଗଳପୁରରେ ଥିବା ମହତାବ ହାଇସ୍କୁଲ ଓ ଯାଜପୁର ସରକାରୀ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ଡକ୍ଟର ଅନୁପ ନାୟକ ଯାଜପୁରର ବରୀ ହାଇସ୍କୁଲକୁ , ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପଟ୍ଟାମୁଣ୍ଡାଇର ବଲୁରିଆ ହାଇସ୍କୁଲ ସହ ନବରଙ୍ଗପୁରର ସରକାରୀ ନୋଡାଲ ଆରସିଡି ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ବଲାଙ୍ଗୀର କଣ୍ଟାବାଞ୍ଝିର ଉଭୟ ବାଳିକା ଓ ବାଳକ ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଥିବା ରସିଦ ଖାନ୍ ଢେଙ୍କାନାଳର ଭୁବନ ହାଇସ୍କୁଲକୁ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ରାୟଗଡା ଗୁଣୁପୁରର ଡମ୍ବଳସୋରା ବାଳିକା ହାଇସ୍କୁଲ ଓ ଦେବଗଡର ଆରବିଡି ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ରାଜ୍ୟ ଔଷଧ ନିଗମର ଏମଡି ଥିବା ଯାମିନୀ ଷଡଙ୍ଗୀ ଗଞ୍ଜାମ ବ୍ରହ୍ମପୁରରେ ଥିବା ସହିଦ ଲକ୍ଷ୍ମଣ ନାୟକ ମୁନିସିପାଲ ହାଇସ୍କୁଲକୁ, ପୁରୀର ଜିଲ୍ଲାପାଳ ସମର୍ଥ ବର୍ମା ପୁରୀର ବିଶ୍ୱମ୍ବର ବିଦ୍ୟାପୀଠ, ସରକାରୀ ବାଳିକା ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି କଟକର ପିଡ଼ି ଡିଆରଡିଏ ଥିବା ମହମ୍ମଦ ଅବଦଲ୍ଲ ଅଖତର ଯାଜପୁର କୋରେଇରେ ଥିବା ହଳଦୀଗାଡିଆ ହାଇସ୍କୁଲକୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଲିଙ୍ଗରାଜ ପଣ୍ଡା କେନ୍ଦ୍ରାପଡା ପାଟକୁରାର କୋରୁଆ  ହାଇସ୍କୁଲକୁ, ଅନୁଗୁଳ ପୋଲିସ ଡିଆଇଜି ଥିବା ସାର୍ଥକ ଷଡଙ୍ଗୀ ଛତ୍ରପୁରରେ ଥିବା ଅନସ୍ଲୋ ଅନୁଷ୍ଠାନକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ସେହିଭଳି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି  ଜଷ୍ଟିସ  ଅରଜିତ୍   ପାସୟାତ କଟକର ରେଭେନ୍ସା କଲିଜିଏଟ ସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ର ମନ୍ତ୍ରୀ ସମେତ ହାଇକୋର୍ଟର ବିଚାରପତି ଏବଂ ରାଜ୍ୟର ସବୁ ବିଧାୟକ ଏବଂ ସାଂସଦ ମାନଙ୍କୁ ଅନୁରୋଧ କରି ପତ୍ର ଲେଖିଥିଲେ । ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ସର୍ବାଧିକ୍ ୩ଟି ସରକାରୀ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଦେଇଛନ୍ତି  । ପୂର୍ବରୁ ୩୬ ଜଣ ଆଇଏଏସ ଏବଂ ଆଇପିଏସ ପୋଷ୍ୟ ସ୍କୁଲ ଗ୍ରହଣ କରିସାରିଥିବା ବେଳେ ଆଗକୁ ଆହୁରି ଅଧିକା ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ଆଗ୍ରହ ଦେଖାଇଛନ୍ତି ।

from Kanak News
via <a href="https://ifttt.com/?

ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଉଡାଇବେ ସ୍ୱାଭିମାନ ଅଂଚଳବାସୀ

କନକ ବ୍ୟୁରୋ: ଏଥର ମାଓ ଉପତ୍ୟକାରେ ଉଡିବ ତ୍ରିରଙ୍ଗା । ୭୨ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ତିରଙ୍ଗା ଉଡିବ ସ୍ୱାଭିମାନ ଅଂଚଳରେ । ଏଥିପାଇଁ ପୁଲିସ ଓ ଯବାନମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଜାତୀୟ ଉତ୍ସବ ପାଳନ ହେବାକୁ ଯାଉଥିବାରୁ ସ୍ୱାଭିମାନ ଅଂଚଳବାସୀ ମଧ୍ୟ ବେଶ ଉତ୍ସାହିତ । କାରଣ ମାଓ ସଙ୍ଗଠନର ହାତ ଛାଡି ଏବେ ଦେଶର ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏହି ଅଂଚଳର ବାସିନ୍ଦା ।

ମାଓବାଦୀଙ୍କ ଅଭେଦ୍ୟ ଗଡରେ ଫର ଫର ହୋଇ ଉଡିବ ତ୍ରିରଙ୍ଗା । ନୂଆ ସକାଳ ଦେଖିବ ସ୍ୱାଭିମାନ ଅଂଚଳ । ଭାରତୀୟ ଗଣତନ୍ତ୍ରର ୭୧ ବର୍ଷ ପରେ ପ୍ରଥମ ଥର କରି ଜାତୀୟ ପର୍ବ ଗଣତନ୍ତ୍ର ଦିବସ ପାଳିବେ ସ୍ୱାଭିମାନ ଅଂଚଳବାସୀ । ଜୋଡାମ୍ବରେ ନୂଆ ଥାନା ଓ ଗୋରାସେତୁରେ ବିଏସଏଫ କ୍ୟାମ୍ପ ସ୍ଥାପନ ହବା ପରେ ପ୍ରଥମ ଥର କରି ଲାଲ ଗଡରେ ତ୍ରିରଙ୍ଗା ଉଡାଇ ଗଣତନ୍ତ୍ର ଦିବସ ପାଳିବେ ଯବାନ ।

ଗତ ନଭେମ୍ବର ୧ ତାରିଖରେ ମାଓପ୍ରବଣ ଗୋରାସେତୁ ଠାରେ ବିଏସଏଫ କ୍ୟାମ୍ପ ସ୍ଥାପନ ହୋଇ ଥିଲା। ସେହିପରି ୨୦ ଜୁନ ୨୦୨୦ ରେ ଜୋଡାମ୍ବ ଥାନା ଉଦଘାଟନ କରିଥିଲେ ଖୋଦ ପୁଲିସ ଡିଜି ଅଭୟ । ଆଉ ସେ ଦିନ ଠାରୁ ସ୍ୱାଭିମାନ ଅଂଚଳକୁ ସୁରକ୍ଷା ବଳୟ କୁ ନେଇଛନ୍ତି ଯବାନ । ଆଉ ପ୍ରଥମ ଥର କରି ଗଣ ତନ୍ତ୍ର ଦିବସ ପାଳନ ନେଇ ବେଶ ଉତ୍ସାହିତ ସ୍ୱାଭିମାନ ଅଂଚଳବାସୀ । ଏହା ପୂର୍ବରୁ ଏହିସବୁ ଅଂଚଳରେ ପତାକା ଉତୋଳନ କରିବା ସମ୍ଭବ ନଥିଲା । ଲାଲଗଡରେ ଥିବା ଲାଲ କୋଠି ଓ ଲାଲ ସ୍ମୃତି ସ୍ତମ୍ଭ ଉପରେ ମାଓବାଦୀ ଉଡାଉଥିଲେ ନାଲି ପତାକା  ଆଉ ଘଟାଉଥିଲେ ନାନା ହିଂସାକାଣ୍ଡ । ସେହି ଲାଲ ଇଲାକା ଏବେ ସୁରକ୍ଷା କର୍ମୀଙ୍କ କବଜାରେ । ଗତ ୨୦୧୮ ଜୁଲାଇ ୧୬ ତାରିଖରେ ବହୁ ପ୍ରତୀକ୍ଷିତ ଗୁରୁପ୍ରୀୟା ସେତୁ ଉଦଘାଟନ ପରେ ବିଚ୍ଛାନାଂଚଳ ଠାରୁ ସ୍ୱାଭିମାନ ଅଂଚଳକୁ ରାସ୍ତା ଫିଟି ଥିଲା । ଆଉ ଆସ୍ତେ ଆସ୍ତେ ବିକାଶ ପଥରେ ଆଗେଇ ଚାଲିଛି ସ୍ୱାଭିମାନ ଅଂଚଳ ।

from Kanak News
via <a href="https://ifttt.com/?

ଦୁର୍ନୀତି ନାଁରେ ୱେବ ପୋର୍ଟାଲ ଖୋଲି ଲୋକଙ୍କୁ ଧମକ ଦେଉଥିଲା । ଏବେ ନିଜେ ପୋଲିସ ହାତରେ ବନ୍ଧାହେଲା ।

କନକ ବ୍ୟୁରୋ: ନିଜକୁ ସାମ୍ବାଦିକ କହି, ଦୁର୍ନୀତି ନାଁରେ ଏକ ୱେବ ପୋର୍ଟାଲ ଖୋଲିଥିଲା । ଆଉ ସବୁ ଦୁର୍ନୀତିର ପର୍ଦ୍ଦାଫାସ କରିବ କହି, ଦୁର୍ନୀତି ନାଁରେ କରି ଚାଲିଥିଲା ମହାଦୁର୍ନୀତି । ଆଉ ଅନ୍ୟକୁ ଫସାଇ ଦେବ କହି ଆଜି ନିଜେ ଫସିଗଲା ।

ନିଜକୁ ସାମ୍ବାଦିକ ବୋଲାଉଥିବା ଏପରି ଏକ ଠକକୁ ସୋମବାର ଗିରଫ କରିଛି ଖଣ୍ଡଗିରି ପୋଲିସ । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଦଲାଲର ଟାର୍ଗେଟରେ ଥିଲେ ମହିଳା ଓ ମାଲାମାଲ ବ୍ୟକ୍ତି । ଯେକୌଣସି ମହିଳାଙ୍କର ଫେସବୁକ୍ରୁ ଫଟୋ କାଢି, ଅଭଦ୍ରାମୀର ସବୁ ସୀମା ଟପି, ପୋର୍ଟାଲରେ ନ୍ୟୁଜ କରୁଥିଲା ଏହି ଦଲାଲ । ନ୍ୟୁଜର ଏହି ଲିଙ୍କକୁ ତାଙ୍କ ପାଖକୁ ପଠାଇ, ଭାଇରାଲ କରିଦେବ ବୋଲି ଧମକ ଦେଉଥିଲା । ଆଉ ୫ ଲକ୍ଷ ଟଙ୍କା ଦେଲେ ପୋର୍ଟାଲରୁ ନ୍ୟୁଜ ହଟିଯିବ ବୋଲି ଡିଲ୍ କରୁଥିଲା । ମିଛରେ ହେଉ ପଛେ ଅନେକ ଲୋକ ଇଜତକୁ ଡରି ତାକୁ ଟଙ୍କା ଦେଇ ଦେଉଥଲେ । ଆଉ ଏହି ଠକ ତାର ବେପାର ଜାରି ରଖିଥିଲା । କେବଳ ଭୁବନେଶ୍ୱର ନୁହେଁ, ରାଜଧାନୀ ବାହାରେ ବି ଦୁର୍ନୀତିର ଜାଲ ବୁଣିଥିଲା ଏଇ ଦୁର୍ନୀତିଗ୍ରସ୍ତ ଦଲାଲ ।

from Kanak News
via <a href="https://ifttt.com/?

କଟକରୁ କଳାହାଣ୍ଡି, ପୂର୍ବରୁ ପଶ୍ଚିମ ସବୁଠି ଚାଷୀର ବିକଳ ଚିତ୍ର । ଧାନ ବିକ୍ରି କରିବାକୁ ରାତି ଅନିଦ୍ରା ହୋଇ ଜଗି ବସୁଛି ଚାଷୀ ।

କନକ ବ୍ୟୁରା: ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ । ଚାଷୀ ଦୁଃଖର ଚିତ୍ର ଦେଖିଲେ ଲାଗୁଛି ଚାଷ କରି ଚାଷୀ ଯେମିତି ମସ୍ତବଡ଼ ଭୁଲ କରି ଦେଇଛନ୍ତି । ବ୍ୟବସ୍ଥା ଉପରେ ଆସ୍ଥା ରଖି, ଚାଷ କରି ଏଭଳି ଅବ୍ୟବସ୍ଥା ଭିତରେ ଛନ୍ଦି ହୋଇଯାଇଛନ୍ତି । ଯେଉଁଠି ମୁକୁଳିବା ପାଇଁ ଚାଷୀଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିଛି । ବର୍ଷକର ପରିଶ୍ରମର ଫଳକୁ ସାଉଁଟି ଆଣି ମଣ୍ଡିରେ ଗଦା କରି ରଖିଛି ଚାଷୀ, ହେଲେ ବିକ୍ରି ପାଇଁ ଆବଶ୍ୟକ ହେଉଥିବା ଟୋକନ୍ ଲାପ୍ସ କରି ଯାଇଛି । କାରଣ ଟାର୍ଗେଟ୍ ପୁରଣ ହୋଇଯାଇଥିବାରୁ ଧାନ ଉଠୁନି ।

କେନ୍ଦୁଝର ଜିଲ୍ଲାର କଥା କାହାରିକୁ ବି ବିଚଳିତ କରିପାରେ । କାରଣ ମଣ୍ଡିରେ ଥିବା ଅବ୍ୟବସ୍ଥା ଯୋଗୁଁ କେବଳ ଚାଷୀ ହନ୍ତସନ୍ତ ହେଉ ନାହାଁନ୍ତି ବରଂ ଚାଷୀଙ୍କ ପ୍ରତିବାଦ ଯୋଗୁଁ ସାଧାରଣ ଜନତା ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀଙ୍କ ଆନ୍ଦୋଳନ ଯୋଗୁଁ ରାସ୍ତା ଉପରେ ଅଟକି ରହିଛି ଶହ ଶହ ଗାଡ଼ି । ଚାଷୀଙ୍କ ଅଭିଯୋଗ ହେଉଛି, ନମ୍ବର ଅନୁସାରେ ଧାନ କିଣିବା ବଦଳରେ ଅନିୟମିତତା କରାଯାଉଛି ।

ଏପଟେ ବଲାଙ୍ଗୀର ପତ୍ରାପାଲି ପ୍ୟାକ୍ସର ସ୍ଥିତି ଆହୁରି ସଙ୍ଗୀନ । କାରଣ, ମଣ୍ଡିରେ ଧାନ ପଡ଼ି ପଡ଼ି ଫିମ୍ଫି ଲାଗି ଗଲାଣି । ହେଲେ ଧାନ ଉଠି ପାରୁନି । ବଡ଼ କଥା ହେଉଛି, ଚାଷୀଙ୍କ କ୍ୱିଂଟାଲ କ୍ୱିଂଟାଲ ଧାନ ବିକ୍ରି ପାଇଁ ଆସିଥିବା ବେଳେ ପ୍ୟାକ୍ସ କର୍ମଚାରୀ ଏକାଧିକ ଚାଷୀଙ୍କ ଧାନର ପରିମାଣ ମାତ୍ର ୫୦ କୋଜି ବୋଲି ଏଂଟ୍ରି କରିଥିବା ଅଭିଯୋଗ ହୋଇଛି । ସେହିପରି କଟକ ଜିଲ୍ଲା ନିଆଳି ଏବଂ ଗଂଜାମ ଜିଲ୍ଳା ଆସିକାରୁ ମଧ୍ୟ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥାର ଅଭିଯୋଗ ଆସିଛି । ଅଧିକାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଧାନର ମାନକୁ ବାହାନା କରି କଟନୀ-ଛଟନୀ କରୁଥିବା ଅଭିଯୋଗ କରିଛନ୍ତି ନିଆଳି ଚାଷୀ । ସେପଟେ ମଣ୍ଡିରେ ଧାନ ଉଠୁନଥିବାରୁ ସୁଯୋଗ ନେଇ ଗାଁ ଗାଁରେ ପହଂଚି ଦଲାଲମାନେ ଚାଷୀଙ୍କଠାରୁ କମ୍ ଦାମରେ ଧାନ କିଣି ନେଉଥିବା ଅଭିଯୋଗ ହୋଇଛି । ଏସବୁ ଭିତରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି ।

from Kanak News
via <a href="https://ifttt.com/?

ସର୍ବନିମ୍ନ ସହାୟକ ମୁଲ୍ୟ ପାଇଁ ସଂସଦରେ ଲଢ଼େଇ କରିବ ବିଜେଡି । ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି । ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ବିଧାନ ପରିଷଦ ଦାବି ଦୋହରାଇବ ଦଳ । 

କନକ ବ୍ୟୁରୋ : ଚାଷୀଙ୍କ ପାଇଁ ସଂସଦରେ ଲଢେଇ କରିବ ବିଜେଡି । ଏହାଛଡା କୋଲ ରୟାଲଟି, ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ବିଧାନ ପରିଷଦ ଗଠନ ପ୍ରସଙ୍ଗ ବି ଉଠାଇବ ଦଳ । ଆଜି ବିଜେଡି ସଂସଦୀୟ ଦଳ ବୈଠକରେ  ପାର୍ଲାମେଣ୍ଟ ବଜେଟ ଅଧିବେଶନ ବେଳେ ଉଠାଯିବାକୁ ଥିବା ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା ହୋଇଛି ।  ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରି ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ପ୍ରସଙ୍ଗ ବାବଦରେ ଅବଗତ କରାଇଥିଲେ ।

ରେଳବାଇ କ୍ଷେତ୍ରରେ  ଓଡିଶାକୁ  ଅବହେଳା ପ୍ରସଙ୍ଗ ବି ଉଠାଇବ ବିଜେଡିା  ଏହାଛଡା କୋଶଳୀ ଓ ହୋ ଭାଷାକୁ  ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା, ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର, ସ୍ୱାମୀନାଥନ କମିଟି ରିପୋର୍ଟକୁ ଲାଗୁ କରିବା, କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ, ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ପାର୍ଲାମେଂଟରେ ଉଠାଇବାକୁ ବିଜେଡ ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତିହୋଇଛି ।

from Kanak News
via <a href="https://ifttt.com/?

କରୋନା କାଳରେ ଧନୀଙ୍କ ବଢ଼ିଲା ଧନ, ଗରିବ ହୋଇଗଲେ ଆହୁରୀ ଗରିବ । ୩୫ ପ୍ରତିଶତ ବଢ଼ିଲା ଭାରତର ୧୧ ଜଣ ବଡ଼ ପୁଞ୍ଜିପତିଙ୍କ ସମ୍ପତ୍ତି

କନକ ବ୍ୟୁରୋ: କରୋନା ପାଇଁ ଦେଶରେ ଲକଡାଉନ ଘୋଷଣା ହେବା ପରେ ସାରା ଦେଶରେ ରାସ୍ତାରେ ଚାଲୁଥିବା ଶ୍ରମିକଙ୍କ କରୁଣ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଦେଲା । ପିଲାଛୁଆଙ୍କୁ ଧରି ଶହ ଶହ କିଲୋମିଟର ଚାଲିଲେ ଦାଦନ ଶ୍ରମିକ । ଏହି ଦୃଶ୍ୟ ସେତେବେଳେ ସାରା ବିଶ୍ୱରେ ଭାରତର ଶ୍ରମିକ ବର୍ଗର ପ୍ରକୃତ କାହାଣୀକୁ ସାମ୍ନାକୁ ଆଣିଥିଲା ।

ଆଉ କରୋନା ପରେ ପ୍ରଥମଥର ପାଇଁ ଅକ୍ସଫାମ ତାହାର ରିପୋର୍ଟ ରିଲିଜ କରିଛି । ଆଉ ଏହି ରିପୋର୍ଟ ଯାହା କହିଛି ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଲକଡାଉନ୍ ହେତୁ ଗରିବ ରୋଜଗାରର ମାଧ୍ୟମ ହରାଇ ବସିଲା  ଆଉ ମଧ୍ୟବିତ୍ତର ଚାକିରୀ ବି ପଳେଇଲା  କିନ୍ତୁ ଧନୀର ସମ୍ପତି ବଢିବାକୁ ଲାଗିଲା ।

ଗରିବଙ୍କୁ ଆହୁରି ଗରିବ କରିଦେଲା କରୋନା

ଚାକିରୀ ହରାଇଲେ ଲକ୍ଷ ଲକ୍ଷ ମଧ୍ୟବିତ ପରିବାର 

ହେଲେ ଧନୀଙ୍କ ପାଇଁ ସୁଯୋଗ ବନିଗଲା କରୋନା

ଧନୀ ପାଇଲେ କୋଟି କୋଟିର ଫାଇଦା

ଆମ ଦେଶରେ ମୁଖ୍ୟତଃ ୧୧ ଜଣ ଅରବପତି କରୋନା କାଳରେ ଏମିତି ଲାଭ କଲେ ଯାହା ଜାଣିଲେ ଆପଣ ତାଜୁବ ହୋଇଯିବେ । ମୁକେଶ ଅମ୍ୱାନୀ, ଗୌତମ ଅଦାନୀ , ଶିବ୍ ନାଦାର, ସାଇରସ୍  ପୁନାୱାଲା, ଉଦୟ କୋଟାକ୍, ଆଜିମ୍ ପ୍ରେମଜୀ, ସୁନୀଲ ମିତଲ, ରାଧା କ୍ରିଷ୍ଣନ୍ ,କୁମାର ମଙ୍ଗଳମ୍ ବିର୍ଲା ଓ ଲକ୍ଷ୍ମୀ ମିତଲଙ୍କ ସମ୍ପତି ୩୫ ପ୍ରତିଶତ ବଢିଗଲା। ଅନ୍ୟପଟେ  ଏହି ସମୟରେ ଦେଶରେ  ୮୪ ପ୍ରତିଶତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଗଲା । ଏପ୍ରିଲ ମାସରେ ଏପଟେ ଧନୀଙ୍କ ସମ୍ପତି ବଢୁଥିଲା ସେପଟେ ପ୍ରତିଘଂଟାରେ ଏକଲକ୍ଷ ୭ ହଜାର ଲୋକ ଚାକିରୀ ହରାଉଥିଲେ ।

ଅକ୍ସଫାମ୍ ତାର ରିପୋର୍ଟରେ କହିଛି ମୁକେଶ ଅଂବାନୀ କରୋନା ସମୟରେ ଏକ ଘଂଟାରେ ଯେତିକି ରୋଜଗାର କରୁଥିଲେ , ଜଣେ ଅଣକୁଶଳୀ ଶ୍ରମିକଙ୍କୁ ସେତିକି ରୋଜଗାର କରିବାକୁ ୧୦ ହଜାର ବର୍ଷ ଲାଗିଯିବ । ଅଂବାନୀ ଏକ ସେକେଣ୍ଡରେ ଯେତିକି ରୋଜଗାର କରୁଥିଲେ ଜଣେ ଅଣକୁଶଳୀ ଶ୍ରମିକକୁ ସେତିକି ରୋଜଗାର ପାଇଁ ୩ ବର୍ଷ ଲାଗିବ ।  ଏହି ରିପୋର୍ଟରେ କୁହାଯାଇଛି ଦେଶର ଏହି ୧୧ ଜଣ ଅରବ ପତି କରୋନା କାଳରେ  ଯେତିକି ରୋଜଗାର କରିଛନ୍ତି , ତାହାର ଯଦି ଏକ ପ୍ରତିଶତ ଟିକସରେ ନିଆଯାଏ, ତେବେ କେନ୍ଦ୍ର ସରକାରଙ୍କ ଜନଔଷଧୀ ଯୋଜନାରେ ଆବଂଟନ କରୁଥିବା ଅର୍ଥ ୧୪୦ ଗୁଣା ବଢିଯିବ ।

ଅନ୍ୟପଟେ ସାରାବିଶ୍ୱରେ ଅରବପତିଙ୍କର ସମ୍ପତି ୨୮୪ ଲକ୍ଷ କୋଟି ଟଙ୍କା ବଢିଗଲା । ଏପଟେ ସେହି ସମୟରେ ପ୍ରାୟ ୫୦ କୋଟି ଲୋକ ଗରିବ ହୋଇଗଲେ । କରୋନା ସମୟରେ ବିଶ୍ୱର ସବୁଠାରୁ ଧନୀ ୧୦ଜଣ ଅରବପତି ରୋଜଗାର କରିଥିବା ଧନ ଏତେବେଶୀ ଯେ ଏହା ଯଦି ଗରିବଙ୍କୁ ବାଂଟି ଦିଆଯାଏ ତେବେ କେହି ବି ଆଉ ଗରିବ ରହିବେ ନାହିଁ । ଅକ୍ସଫାମ୍ ତାହାର ରିପୋର୍ଟରେ ଭାରତ ସରକାରଙ୍କୁ ପରାମର୍ଶ ଦେଇ କହିଛି ୫୦ ଲକ୍ଷରୁ ଅଧିକ ଲାଭ କରୁଥିବା କମ୍ପାନୀ ଗୁଡିକ ଉପରେ ୨ ପ୍ରତିଶତ ଅସ୍ଥାୟୀ ସରଚାର୍ଜ ଲଗାଇବା ଉଚିତ  ଏବଂ ବର୍ତମାନ ଭାରତ ସରକାରଙ୍କ ଏହା ଦାୟିତ୍ୱ ବନିଯାଇଛି ଯେ ଗରିବଙ୍କ ଭବିଷ୍ୟତଙ୍କୁ ଆଖି ଆଗରେ ରଖି ଦୃଢ ପଦକ୍ଷେପ ନିଅନ୍ତୁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started