
କନକ ବ୍ୟୁରୋ: ବାବୁଙ୍କୁ ଖୁସି କରିବା ପାଇଁ ଦିବ୍ୟାଙ୍ଗ ଯୁବତୀଙ୍କୁ ଭେଟି ଦିଆଯାଉଥିବା ଖବର ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଆଜି କିନ୍ତୁ ଆଉ ଏକ ଖବର ଘଟଣାର ଗମ୍ଭୀରତାକୁ ଆହୁରି ବଢ଼ାଇ ଦେଇଛି । ଜଣାପଡିଛି ଏହି ଖବର ଗଣମାଧ୍ୟମକୁ ଆସିବା ପୂର୍ବରୁ ପ୍ରଶାସନ ଓ ସରକାର ପାଖରେ ପହଁଚି ସାରିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସମସ୍ତେ ଜାଣି ଥିଲେ ବି ଚୁପ ଥିଲେ, ଆଉ ଏପଟେ ସେମିତି ନିର୍ଯାତନା ଜାରି ରହିଥିଲା ।
ଗତ ନଭେମ୍ବର ୨୩ ତାରିଖରୁ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ ଜଣେ ଯୁବତୀ । କଥା ମନ୍ତ୍ରୀଙ୍କ ଯାଏଁ ବି ଯାଇଥିଲା। ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସାମନାକୁ ଆସି କହିଛନ୍ତି, ଡିସେମ୍ବର ୫ରେ ଯୌନ ଶୋଷଣ ନେଇ ତାଙ୍କ ନିକଟକୁ ଲିଖିତ ଅଭିଯୋଗ ଆସିଥିଲା । ଡିସେମ୍ବର ୭ରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ସୋସିଆଲ ସିକ୍ୟୁରିଟି ଅଫିସର-ଡିଏସଏସଏଓଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ । ଗତ ଜାନୁଆରୀ ୪ ତାରିଖରେ ସେହି ଅନୁଷ୍ଠାନକୁ ତଥ୍ୟ ମାଗିଥିଲେ ଡିଏସଏସଓ । ହେଲେ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ ।
ଘଟଣାକୁ ଏ ଭିତରେ ଦେଢ଼ ମାସ ବିତିଗଲାଣି । ତଦନ୍ତ ନିର୍ଦ୍ଦେଶ ଦେଇ ସମସ୍ତେ ନିଜ କାମ ସରିଗଲା ବୋଲି ଭାବି ଚୁପ୍ ବସିଯାଇଛନ୍ତି । ଆଉ ଡିଷ୍ଟ୍ରିକ୍ଟ ସୋସିଆଲ ସିକ୍ୟୁରିଟୀ ଅଫିସରୁ ବି ବେଶ ଆରାମରେ ଫାଇଲକୁ ତଳେ ପକାଇ ତା ଉପରେ ବସି ଯାଇଛନ୍ତି । ଯାହା ଏବେ ସମସ୍ତଙ୍କ ମନରେ ହଜାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ…
– ୨ ମାସ ହେଲା ଅଭିଯୋଗ ହୋଇଥିଲେ ମଧ୍ୟ କାହିଁକି ଚୁପ୍ ରହିଥିଲା ପ୍ରଶାସନ?
– ଡିଷ୍ଟ୍ରିକ୍ଟ ସୋସିଆଲ ସିକ୍ୟୁରିଟୀ ଅଫିସର କାହିଁକି ଘଟଣାର ତଦନ୍ତ କଲେ ନାହିଁ ?
-ନଭେମ୍ବରରେ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଥିଲେ ବି କାହିଁକି ଚୁପ୍ ବସିଥିଲା ପୋଲିସ?
-ଯେଉଁ ସୁରେଶ ବେହେରା ଭିନ୍ନକ୍ଷମ ଯୁବତୀଙ୍କୁ ଏଭଳି ଭେଟି ଭାବରେ ବ୍ୟବହାର କରୁଥିଲେ ?
ତାଙ୍କ ବିରୋଧରେ କେମିତି କାର୍ଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯାଇନି?
– ଘଟଣାକୁ ଚପାଇ ଦେବା ପଛରେ କୌଣସି ନେତାଙ୍କ ହାତ ଅଛି କି?
from Kanak News
via <a href="https://ifttt.com/?








