ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ

କନକ ବ୍ୟୁରୋ : ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ଆଉ କାହାର ମଣ୍ଡିରେ ଧାନ ପଡ଼ିଛି, ଟୋକନର ଅବଧି ଗଡ଼ିଯାଇଛି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ମଣ୍ଡିର ଚାଷୀ । ପଦ୍ମପୁର ଅଞ୍ଚଳର ୭୦ଟି ମଣ୍ଡିରେ ପଡ଼ି ରହିଛନ୍ତି ପ୍ରାୟ ୧୩ ଲକ୍ଷ ବସ୍ତା ଧାନ । ଶୀତକାରକରେ ଧାନ ବିକ୍ରି କରିବା ପାଇଁ ମାସ ମାସ ଧରି ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ । କାରଣ, ଧାନ ବିକ୍ରି ହେଲେ ହାତକୁ ଟଙ୍କା ଆସିବ, ଧାନ ବିକ୍ରି ହେଲେ ମଜୁରୀ ଦେବେ ।

ଚାଷୀର ଅସହାୟତା ଛଡ଼ା ଏହାକୁ ଆଉ କଣ କୁହାଯିବ? ବର୍ଷ ତମାମ୍ ପରିଶ୍ରମ କରିଥିବା ଚାଷୀ, ପରିଶ୍ରମର ଫଳ ଯେତେବେଳେ ସାଉଁଟି ଆଣି ମଣ୍ଡିରେ ଗଦା କରି ରହିଛି, ତାହା ସତେ ଯେମିତି ଅଲୋଡ଼ା ହୋଇଯାଇଛି । ଚାଷୀର ପରିଶ୍ରମକୁ ହୁଏତ ଅଲୋଡ଼ା କରି ଦେଇଛି ଟୋକନ୍ ସମସ୍ୟା । ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ଆଉ କାହାର ମଣ୍ଡିରେ ଧାନ ପଡ଼ିଛି, ଟୋକନର ଅବଧି ଗଡ଼ିଯାଇଛି । ଆଉ ଏହାରି ଭିତରେ ମାସ ମାସ ବିତି ଗଲାଣୀ ସିନା, ଚାଷୀର ଧାନ ମଣ୍ଡିରୁ ଉଠିପାରୁନାହିଁ ।

ପଦ୍ମପୁର ଆରଏମସିର ୭୦ଟି ମଣ୍ଡିରେ ପ୍ରାୟ ୧୩ ଲକ୍ଷ ବସ୍ତା ଧାନ ପଡ଼ିରହିଛି । ବର୍ତ୍ତମାନ କିଛି ଚାଷୀ ପାଖରେ ବୈଧତା ଥିବା ଟୋକନ ରହିଛି ହେଲେ ଚାଷୀ ଧାନ ବିକ୍ରି କରି ପାରୁନାହିଁ । ଆଉ କିଛି ଚାଷୀଙ୍କ ଟୋକନ ବୈଧତା ଆଉ ଅଳ୍ପ କିଛି ଦିନ ପରେ ସରିଯିବ । ହେଲେ ମିଲର ଧାନ ଉଠାଉନଥିବା କାରଣରୁ ଧାନ ବସ୍ତା ମଣ୍ଡିରେ ପଡିରହଛି । ଏସବୁ ଭିତରେ ଖୋଲା ଆକାଶ ତଳେ ପଡି ରହିଥିବା ଧାନବସ୍ତା ସବୁ ଦିନର ଟାଣ ଖରା ଓ ରାତିର ଅସହ୍ୟ ଶୀତ କାକର ଯୋଗୁଁ ପ୍ଲାଷ୍ଟିକ ବସ୍ତା ଗୁଡିକ ଫାଟି ଯାଉଛି । ଏବଂ ଧାନ ଗୁଡିକ ତଳେ ପଡି ନଷ୍ଟ ହେଉଛି ।

ଧାନ ବିକ୍ରି କରିବାକୁ ଚାଷୀ ହସ୍ତସନ୍ତ ହେଉଥିବା ବେଳେ କିନ୍ତୁ ମଣ୍ଡି କର୍ତ୍ତୃପକ୍ଷ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ମଙ୍ଗୁ ନାହାଁନ୍ତି । ଆଉ ଏସବୁ ଭିତରେ ବରଗଡ଼ ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ସଂଗ୍ରହ ହୋଇଥିବା ସରକାରୀ ରିପୋର୍ଟ କହୁଛି ।

from Kanak News
via <a href="https://ifttt.com/?

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ ପୁଣି ଉଠିଲା ଦାବି । ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ।

କନକ ବ୍ୟୁରୋ : ପୁଣି ତେଜିଲା ପ୍ରଥମ ସ୍ୱାଧୀନତା ସଂଗ୍ରାମର ଦାବି । ସିପାହି ବିଦ୍ରୋହକୁ ପ୍ରଥମ ଗଣଆନ୍ଦୋଳନ ବୋଲି ଘୋଷଣା କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ହାଇକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, ଏହା ଆମ ପରିସରଭୁକ୍ତ ନୁହେଁ । ଏହାକୁ ନେଇ ଉପଯୁକ୍ତ ଫୋରମକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି କୋର୍ଟ ।

୧୮୦୪ ଏବଂ ୧୮୧୭ର ପାଇକ ବିଦ୍ରୋହ ହେଉଛି ପ୍ରଥମ ଗଣ ଆନ୍ଦୋଳନ । ଏନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଇଏ ହେଉଛି ସେହି ମାମଲା । ଯେଉଁ ମାମଲାରେ ଆବେଦନକାରୀ ଏହାକୁ ପ୍ରଥମ ଗଣଆନ୍ଦୋଳନ ବୋଲି ଦାବି କରିଛନ୍ତି । ନିଜ ଦାବି ସପକ୍ଷରେ କିଛି ଐତିହାସିକ ତଥ୍ୟ ମଧ୍ୟ ନିଜ ଆବେଦନରେ କୋର୍ଟଙ୍କୁ ଦର୍ଶାଇଛନ୍ତି । ଆବେଦନକାରୀ ଏହା ମଧ୍ୟ ଦର୍ଶାଇଛନ୍ତି ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରାଯିବା ସହିତ ପାଠ୍ୟପୁସ୍ତକରେ ସାମିଲ କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ସିପାହୀ ବିଦ୍ରୋହର ଢେର ପୂର୍ବରୁ ଓଡିଶାର ଖୋର୍ଦ୍ଧା ଗଡରେ ସୁଭିଥିଲା ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ୱର । ଯଥେଷ୍ଟ ତଥ୍ୟ ପ୍ରମାଣ ଥିବା ସତ୍ୱେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ଏଯାବତ ସମ୍ଭବ ହୋଇପାରିନି । ଏହାକୁ ନେଇ ରାଜନୀତି ହୋଇଛି । ବୟାନବାଜି ଚାଲିଛି । ଏହାରି ଭିତରେ ମାମଲା ପହଞ୍ଚିଛି ହାଇକୋର୍ଟରେ ।

ଜଷ୍ଟିସ ଏମ ମୁରଲୀଧର ଓ ଜଷ୍ଟିସ ଏସ.କେ ମିଶ୍ରଙ୍କ ଖଣ୍ଡପୀଠ ଏହାର ଶୁଣାଣି କରି କରିଛନ୍ତି । କୋର୍ଟ କହିଛନ୍ତି, ଏହା ଆମ ପରିସରଭୁକ୍ତ ନୁହେଁ । ଆବେଦନକାରୀଙ୍କ ଓକିଲ ମଧ୍ୟ ଏନେଇ ଯଥେଷ୍ଟ ଯୁକ୍ତି ଉପସ୍ଥାପନ କରିପାରିନାହାନ୍ତି । ଏହାକୁ ନେଇ ଉପ ଯୁକ୍ତ ଫୋରମକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ଧର୍ମେନ୍ଦ୍ରଙ୍କ ବୟାନ । କହିଲେ, ଥିଲେ ପୂର୍ବତନ ସାଂସଦ, ରାଜା ନୀତିଶ ଗଙ୍ଗଦେବ ଚାହିଁଲେ ପୁଣି ଥରେ ହୋଇପାରିବେ ଏମପି ।

କନକ ବ୍ୟୁରୋ : ରାଜା ଚାହିଁଲେ ସାଂସଦ ହେବେ? ପୂର୍ବରୁ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ଆଉ ଯଦି ରାଜା ଚାହାଁନ୍ତି, ତେବେ ସେ ପୁଣି ଥରେ ଲୋକସଭାକୁ ନିର୍ବାଚିତ ହୋଇପାରିବେ । ଝାରସୁଗୁଡ଼ା ସଭାରେ ଏଭଳି କିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ, ଆଗକୁ ସେ ଆଉ ଥରେ ଏମପି ହେବେ ନା ନାହିଁ ସେ ଜାଣି ନାହାଁନ୍ତି । କିନ୍ତୁ ପୂର୍ବତନ ଏମପି ଦେବଗଡ଼ ସବୁଦିନ ରହିବେ । ଆଉ ଯଦି ରାଜା ସାହେବ ଅର୍ଥାତ୍ ସମ୍ବଲପୁର ଏମପି ନିତୀଶ ଗଙ୍ଗଦେବ ଚାହାଁନ୍ତି ସେ ପୁଣି ଥରେ ଲୋକସଭା ଏମପି ହୋଇପାରିବେ ବୋଲି କୌତୁହଳ ଛଳରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

from Kanak News
via <a href="https://ifttt.com/?

ଟାହି ଟାପରାରୁ ମୟୂରଭଞ୍ଜରେ ଜଘନ୍ୟ ହତ୍ୟାକାଣ୍ଡ । ଛୋଟ କଳିକୁ କେନ୍ଦ୍ର କରି ସାଙ୍ଗକୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ।

କନକ ବ୍ୟୁରୋ : ଟାହିଟାପରାକୁ କେନ୍ଦ୍ର କରି ଜଣେ ସାଙ୍ଗକୁ ମାରିଦେଲେ ଆଉ ୪ଜଣ ସାଙ୍ଗ । ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ବଡଗାଁ ପଞ୍ଚାୟତରେ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୪ଜଣ ସାଙ୍ଗକୁ ଗିରଫ କରିଛି । କ୍ୟାମେରା ଆଗରେ ଅଭିଯୁକ୍ତ ବଖାଣିଛି କେମିତି ହୋଇଥିଲା ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ।

ହତ୍ୟାକାଣ୍ଡର ଏହି କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଏକ ସାମାନ୍ୟ ଟାହିଟାପରାକୁ କେନ୍ଦ୍ର କରି ୪ଜଣ ସାଙ୍ଗ ମିଶି ମାରିଛନ୍ତି ଆଉ ଜଣେ ସାଙ୍ଗକୁ ।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ବଡଗାଁ ପଞ୍ଚାୟତ ସାତପୁଟୁଳି ଠାକୁରାଣୀ ପୀଠ । ଏହି ସ୍ଥାନରେ ଏକାଠି ହୋଇଥିଲେ ୫ଜଣ ସାଙ୍ଗ । ଏକତରଫା ପ୍ରେମକୁ କେନ୍ଦ୍ର କରି ଜଗନ୍ନାଥ ସୋରେନଙ୍କୁ ପୂର୍ବରୁ ଚିଡେଇଥିଲେ ବିମଳ ସିଂହ । ଏହାର ବଦଲା ନେବା ପାଇଁ ମେଳା ଦେଖିବାକୁ ଏହି ପୀଠକୁ ବିମଳକୁ ଡାକିଥିଲେ ଜଗନ୍ନାଥ ଓ ବାକି ସାଙ୍ଗ । ରାଗ ସୁଝାଇବାକୁ ଯାଇ ବିମଳଙ୍କୁ ପଛପଟୁ ଏକ ପଥରରେ ଆକ୍ରମଣ କରିଥିଲେ ଜଗନ୍ନାଥ । ତଳେ ପଡିଯିବା ପରେ ସଙ୍ଗେ ସଙ୍ଗେ ଅନ୍ୟମାନେ ମିଶି ଆକ୍ରମଣ କରିଥିଲେ । ହତ୍ୟାକାଣ୍ଡ ପରେ ମୃତଦେହକୁ ପଥର ତଳେ ଲୁଚାଇ ଦେଇଥିଲେ ସେମାନେ ।

ଗତ ୧୮ ତାରିଖରେ ଘଟିଥିଲା ଏହି ଘଟଣା । ୨ଦିନ ପରେ ହତ୍ୟାକାଣ୍ଡ କଥା ସେତେବେଳେ ପର୍ଦ୍ଦାଫାଶ ହୋଇଥିଲା ଯେତେବେଳେ ହତ୍ୟାକାରୀ ସେହି ଗାଁର ଜଣେ ଯୁବକକୁ ପୂରା ଘଟଣା ସମ୍ପର୍କରେ କହିଥିଲା । ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୪ଜଣ ସାଙ୍ଗଙ୍କୁ ଗିରଫ କରିଛି ।

from Kanak News
via <a href="https://ifttt.com/?

ରାଜନୀତିର ଖେଳରେ କ୍ରିକେଟ୍ ଆଉ ଫୁଟବଲ୍ । ମୟୂରଭଞ୍ଜରେ ଶାସକ ଦଳ ଆରମ୍ଭ କରୁଛି ଏମପିଏଲ୍ । ଯୁବ ଭୋଟରଙ୍କୁ ହାତେଇବାକୁ ଲକ୍ଷ୍ୟ

କନକ ବ୍ୟୁରୋ: ରାଜନୀତିରେ ଖେଳ ଓ ଖେଳକୁ ନେଇ ରାଜନୀତି ଭିତରେ ଏବେ ଚର୍ଚ୍ଚାରେ ରହିଛି, ମୟୁରଭଂଜ ପ୍ରିମିୟର ଲିଗ୍ । କାରଣ ଏହି ଟୁର୍ଣ୍ଣାମେଟ୍ କୌଣସି କ୍ରୀଡ଼ା ସଂଗଠନ କରୁନାହିଁ ବରଂ ଶାସକ ଦଳ ପକ୍ଷରୁ ଆୟୋଜିତ ହେଉଛି ଏକ ମେଗା ସ୍ପୋର୍ଟସ୍ ଇଭେଂଟ । କ୍ରିକେଟ୍ ଓ ଫୁଟବଲ ଭଳି ଲୋକପ୍ରିୟ ଖେଳକୁ ନେଇ ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ମୟୁରଭଂଜ ପ୍ରିମିୟର ଲିଗ୍ ।

ତେବେ ଖେଳ ଭିତରେ କ’ଣ ରହିଛି ରାଜନୀତି?

ରାଜନୀତିରେ ପରୀକ୍ଷା-ନିରୀକ୍ଷା ନୂଆ କଥା ନୁହେଁ । ଆଉ ଏହି ପ୍ରୟୋଗ ଭିତରେ ଖେଳକୁ ସାମ୍ନାକୁ ଆଣିଛି ବିଜେଡି । ଆରମ୍ଭ ହେବାକୁ ଯାଉଛି – ରାଜନୀତିର ଖେଳ, ମୟୁରଭଂଜ ପ୍ରିମିୟର ଲିଗ୍ !
ଖେଳ ଭିତରେ କ’ଣ ରହିଛି ରାଜନୀତି?

ପଂଚାୟତ ନିର୍ବାଚନରୁ ସାଧାରଣ ନିର୍ବାଚନ, ଶାସକ ବିଜେଡି ଦଳ ପାଇଁ ସବୁବେଳେ ଆହ୍ୱାନ ହୋଇ ରହି ଆସିଛି ମୟୁରଭଞ୍ଜ ଜିଲ୍ଲା । ଆଉ ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ରାଜ୍ୟ କାର୍ଯ୍ୟକାରଣୀରେ ବିଜେଡି କରିଛି ନୂଆ ରଣନୀତି । ଯାହାର ନାଁ ରହିଛି-ମୟୁରଭଂଜ ପ୍ରିମିୟର ଲିଗ୍। ତେବେ କାହିଁକି ଲୋଡ଼ା ପଡ଼ିଲା ଏହି ରଣନୀତି?

– ୨୦୧୭ ପଂଚାୟତ ନିର୍ବାଚନରେ ବଡ଼ ବିପର୍ଯ୍ୟାୟ ସମ୍ମୁଖିନ ହୋଇଥିଲା ବିଜେଡି
– ହାତରୁ ଖସିଯାଇଥିଲା ମୟୁରଭଞ୍ଜ ଜିଲ୍ଲାର ଅନେକ ଜିଲ୍ଲା ପରିଷଦ ଆସନ
– ପଂଚାୟତ ନିର୍ବାଚନର ଦୁଇ ବର୍ଷ ପରେ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଦେଖିଲା ବିଜେଡି
– ଜିଲ୍ଲାର ୯ଟି ବିଧାନସଭା ଆସନରୁ ଦଳକୁ ମିଳିଲା ମାତ୍ର ୩ଟି ଆସନ, ୬ଟି ଆସନ ଜିତିଲା ବିଜେପି
– ଲୋକସଭା ଆସନରେ ବି ପରାଜୟର ମୁହଁ ଦେଖିଥିଲା ବିଜେଡି

ଆଉ ଏହାରି ଭିତରେ ବଦଳି ଯାଇଛି ରଣନୀତି, ୨୦୧୯ ପରେ ବିଜେଡିର ଫୋକସରେ ରହିଛି ମୟୁରଭଞ୍ଜ ଜିଲ୍ଲା । ଏଥିପାଇଁ ମୟୁରଭଞ୍ଜକୁ ଦୁଇଟି ସାଂଗଠନିକ ଜିଲ୍ଲା ଭାବେ ବିଭକ୍ତ କରାଯାଇଛି । ଜିଲ୍ଲାରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଅରୁଣ ସାହୁଙ୍କୁ ହଟାଇ, ବିଜେଡିର ପ୍ରଭାବଶାଳୀ ନେତା ତଥା ସାଂଗଠନିକ ସଂମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି । ଦଳର ସଂଗଠନକୁ ମଜବୁତ କରିବା ପାଇଁ ପ୍ରତିଦିନ ନୂଆ ନୂଆ ପଦେକ୍ଷପ ସହ ରଣନୀତି କରୁଛି ବିଜେଡି । ମୁଣ୍ଡ ଉପରେ ପୌର ନିର୍ବାଚନ ସହ ପଂଚାୟତ ନିର୍ବାଚନ । ତେଣୁ ତା ପୂର୍ବରୁ ବିଜେଡି କରୁଛି ମାଷ୍ଟର ପ୍ଲାନ୍ । ଆଉ ସାମ୍ନାକୁ ଆସିଛି ମୟୁରଭଂଜ ପ୍ରିମିୟର ଲିଗ୍ ।

ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବା ପାଇଁ ଯାଉଛି ମୟୁରଭଂଜ ପ୍ରିମିୟର ଲିଗ ବା ଏମପିଏଲ୍ । କ୍ରିକେଟ ଓ ଫୁଟବୁଲ ଖେଳକୁ ନେଇ ମାର୍ଚ୍ଚ ୩ ତାରିଖ ଯାଏଁ ଚାଲିବ ଏହି ବଡ କ୍ରୀଡାକୁମ୍ଭ । ଏଥିପାଇଁ ପ୍ରସ୍ତୁତି ସହ ଟିମ ଚୟନ ମଧ୍ୟ ଚୁଡାନ୍ତ ପର୍ଯ୍ୟାୟ ସହ ପହଂଚିଲାଣି । ଆଉ ଯେଉଁ ଦଳ ଫାଇନାଲରେ ଜିତିବ ସେହି ଦଳକୁ ୧ ଲକ୍ଷ , ଉପ ବିଜେତାକୁ ୫୦ ହଜାର ଓ ମ୍ୟାନ ଅଫ ସିରିଜ ପାଇଁ ହିରୋ ସିବିଜେଡ ଗାଡି ପୁରଷ୍କାର ପାଇଁ ବ୍ୟବସ୍ଥା ହୋଇଛି । ଆଉ ଏହା ସଫଳ ହେଲେ ସାରା ରାଜ୍ୟରେ ସମାନ ଫର୍ମୁଲା ଆପଣାଇବା ନେଇ ଚର୍ଚ୍ଚା ହେଉଛି ।

from Kanak News
via <a href="https://ifttt.com/?

ଖୋଲା ବଜାରରେ କେବେ ମିଳିବ କରୋନା ଟିକା । ପଢନ୍ତୁ ଏହି ରିପୋର୍ଟ

କନକ ବ୍ୟୁରୋ: ଜରୁରୀକାଳୀନ ବ୍ୟବହାର ପାଇଁ ୨ଟି ଟିକାକୁ ଅନୁମତି ମିଳିବା ପରେ ଗତ ୭ ଦିନ ଭିତରେ ଦେଶରେ ପ୍ରାୟ ୧୪ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ତେବେ ଖୋଲା ବଜାରରେ ଏତେ ଶୀଘ୍ର କରୋନା ଟିକା ମିଳିବା ସହଜ ନୁହେଁ । ଜାତୀୟ ଗଣମାଧ୍ୟମକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, କେବେ ଖୋଲା ବଜାରରେ ଟିକା ଉପଲବ୍ଧ ହେବ, ସେଥିପାଇଁ ସମୟ ନିର୍ଦ୍ଧାରଣ କରାଯାଇନାହିଁ । ସରକାର କେବଳ ପ୍ରାଥମିକତା ଭିତିରେ ଟିକାକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ୭-୮ ମାସ ସମୟ ଲାଗିଯିବ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ମନ୍ତବ୍ୟରୁ ଜଣାପଡୁଛି, ଆସନ୍ତା ୭-୮ ମାସ ମଧ୍ୟରେ ଖୋଲା ବଜାରକୁ ଟିକା ଆସିବା ସମ୍ଭାବନା କମ୍ । କେବଳ କଟକଣା ଭିତିରେ ଟିକା ବ୍ୟବହାର ନେଇ ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଅନୁମତି ଦେଇଛି । ବଜାରରେ ମୁକ୍ତ ଭାବେ ଟିକା ବିକ୍ରି ହେବା ପାଇଁ ଡିସିଜିଆଇର ଅଲଗା ଅନୁମତି ଆବଶ୍ୟକ ହେବ ।

କେମିତି ମିଳିବ ଅନୁମତି?
ପରୀକ୍ଷଣର ସମସ୍ତ ତଥ୍ୟ ଦେବେ ଟିକା ନିର୍ମାତା
୩ ପର୍ଯ୍ୟାୟ ପରୀକ୍ଷଣରେ ମିଳିଥିବା ତଥ୍ୟକୁ ତର୍ଜମା କରାଯିବ
ଟିକା ନେଇଥିବା ସ୍ୱେଚ୍ଛାସେବୀଙ୍କ ସ୍ୱାସ୍ଥ୍ୟବସ୍ଥା କିଛି ମାସ ଧରି ଯାଂଚ କରାଯିବ
ସମସ୍ତ ସର୍ତ୍ତ ପୂରଣ ହେଲେ ସାର୍ବନଜୀନ ବ୍ୟବହାର ପାଇଁ ମିଳିବ ଅନୁମତି

ସେପଟେ ବିଦେଶକୁ କରୋନା ଟିକା ରପ୍ତାନୀ ପାଇଁ ଅଂଟା ଭିଡିଛନ୍ତି କେନ୍ଦ୍ର ସରକାର । ରପ୍ତାନୀ ପାଇଁ ମାସିକ ୫୦ କୋଟି ଟିକା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । କିଛି ପଡ଼ୋଶୀ ରାଷ୍ଟ୍ରଙ୍କୁ ମାଗଣାରେ ଟିକା ଉପହାର ଦେଇଛି ଭାରତ । ସାଉଦୀ ଆରବକୁ ମଧ୍ୟ କୋଭିଡ୍ ଟିକା ରପ୍ତାନୀ କରାଯାଇଛି । ଅନ୍ୟପଟେ ପଡୋଶୀ ରାଷ୍ଟ୍ର ବାଙ୍ଗଲାଦେଶ, ଭୁଟାନ୍, ନେପାଳ, ମ୍ୟାନମାର, ମାଲଦ୍ୱୀପ ଆଦି ଦେଶକୁ କରୋନା ଟିକା ଭେଟି ଦେଇଛି ଭାରତ । ସେହିପରି ଶ୍ରୀଲଙ୍କା, ଆଫଗାନିସ୍ଥାନ ଓ ମରିସସ୍କୁ ମଧ୍ୟ ଭାରତ ଟିକା ଉପହାର ଦେବାକୁ ଯାଉଛି ।

from Kanak News
via <a href="https://ifttt.com/?

ବନବିଭାଗ ଅଫିସ ଓ ଡ଼ାକବଙ୍ଗଳା ମୁଖ୍ୟ ରାସ୍ତାରେ ତାରବାଡ଼ କରି ତାଲା ମାରିଲେ ସ୍ଥାନୀୟ ବ୍ୟକ୍ତି । ଥାନାର ଦ୍ୱାରସ୍ଥ ହେଲା ବନ ବିଭାଗ ।

କନକ ବ୍ୟୁରୋ : ବନବିଭାଗ ଅଫିସ ଓ ଡ଼ାକବଙ୍ଗଳା ମୁଖ୍ୟ ରାସ୍ତାରେ ତାରବାଡ଼ କରି ତାଲା ମାରିଲେ ସ୍ଥାନୀୟ ବକ୍ତି । ଥାନାର ଦ୍ୱାରସ୍ଥ ହେଲା ବନ ବିଭାଗ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ ପଂଚଭୁତି ସେକସନ୍ ଅଫିସର ମୁଖ୍ୟ ଫାଟକକୁ ସେହି ଗ୍ରାମର ଦୁର୍ଗା ପଣ୍ଡା ତାର ବାଡ଼ ଦେଇ ଅବରୋଧ କରିଛନ୍ତି । ଏହାସହ ଗେଟ୍ରେ ତାଲା ପକାଇ ରଖିଛନ୍ତି । ଫଳରେ କାର୍ଯ୍ୟାଳୟ ଓ ସରକାରୀ କ୍ୱାର୍ଟସକୁ ଗମନାଗମରେ ଅସୁବିଧା ହେଉଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହୋଇଛି ବନବିଭାଗ ।

ଇଂରେଜ ଅମଳରୁ ପଞ୍ଚଭୂତି ଠାରେ ଜଙ୍ଗଲ ବିଭାଗ ନାଁରେ ଥିବା ଜାଗାରେ ଡ଼ାକବଙ୍ଗଳା ଓ କାର୍ଯ୍ୟାଳୟ ନିର୍ମାଣ ହୋଇଛି, କିନ୍ତୁ ବଙ୍ଗଳାରୁ ମୁଖ୍ୟରାସ୍ତାକୁ ସଂଯୋଗ ପାଇଁ ରାସ୍ତା ନାହିଁ । ତେଣୁ ସେ ସମୟରେ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏକ ଜାଗାକୁ ବନବିଭାଗକୁ ଦାନ ଆକାରରେ ଦେଇଥିଲେ ଜଣେ ଇନାମ ଧାରି ଜମି ମାଲିକ । ସେବେଠାରୁ ଜଙ୍ଗଲ ବିଭାଗର କର୍ମଚାରୀ ସେହି ରାସ୍ତା ଦେଇ ଯାତାୟତ କରୁଥିଲେ । ହେଲେ ଏବେ ସେ ଜାଗାକୁ ନିଜର ବୋଲି ଦାବି କରି ଗେଟରେ ତାଲା ପକାଇ ଦେଇଛନ୍ତି ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଦୁର୍ଗା ପଣ୍ଡା ।

ବନବିଭାଗକୁ ଦାନ ସୁତ୍ରରେ ମିଳିଥିବା ଜମିକୁ ମୋଟା ଅଙ୍କରେ ବିକାକିଣା କରାଯାଇଛି । ୨୦୧୮-୨୦୧୯ରେ ସେହି ଜାଗାର ପଟା ଦୁର୍ଗା ପଣ୍ଡାଙ୍କ ନାମରେ କରାଯାଇଛି । ସେହି ପଟା ଆଧାରରେ ଦୁର୍ଗା ପଣ୍ଡା ଫରେଷ୍ଟ ବଙ୍ଗଳାର ମୁଖ୍ୟ ଗେଟରେ ତାଲା ପକାଇ, ପୁରା ଅଫିସକୁ ଅଚଳ କରି ଦେଇଛନ୍ତି । ବନବିଭାଗ ଏନେଇ ଜଗନ୍ନାଥ ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛି । ତେବେ ଡ଼ାକବଙ୍ଗଳା ରାସ୍ତା କିପରି ଜଣେ ବ୍ୟକ୍ତିଙ୍କ ନାଁରେ ହେଲା ତାହାର ଖୋଳତାଡ଼ କରୁଛି ପୁଲିସ । ସ୍ଥାନୀୟ ଲୋକେ ସରକାରଙ୍କ ସମ୍ପତି ସୁରକ୍ଷା ପାଇଁ ଆଗେଇ ଆସି ତାରବାଡ଼ ହଟାଇବାକୁ ଉଦ୍ୟମ କରିଛନ୍ତି ।

from Kanak News
via <a href="https://ifttt.com/?

ନବରଙ୍ଗପୁରର ନିଆରା ଦିଆଲି ପର୍ବ । ବର୍ଷର ପ୍ରଥମ ଫସଲ ଅମଳ କରିବା ପରେ ଗୋ-ମାତାଙ୍କୁ ପୂଜା କରନ୍ତି ପ୍ରକୃତି ପ୍ରେମୀ ଆଦିବାସୀ । 

କନକ ବ୍ୟୁରୋ : ପ୍ରକୃତିର ଉପାସକ ଆଦିବାସୀ । ପ୍ରକୃତିଦତ ବସ୍ତୁ ଓ ଜନ୍ତୁଙ୍କୁ ନେଇ ଆଦିବାସୀଙ୍କ ପର୍ବ ଆଉ ପାର୍ବଣ । ସେମିତି ଏକ ପର୍ବ ଦିଆଲି ପର୍ବ । ଯେଉଁ ପର୍ବରେ ନବରଙ୍ଗପୁର ଜିଲ୍ଲାର ଆଦିବାସୀମାନେ ଗୋ-ମାତାଙ୍କୁ ପୂଜା କରିଥାନ୍ତି । ବର୍ଷକର ପ୍ରଥମ ଫସଲକୁ ପ୍ରସାଦ ଆକାରରେ ଗୋ-ମାତାଙ୍କ ପାଖରେ ପୂଜା କରିଥାନ୍ତି । ଯାହାକୁ ଦିଆଲି ବୋଲି କୁହାଯାଏ ।

ହିନ୍ଦୁ ଧର୍ମରେ ଗାଇ-ଗୋରୁଙ୍କ ପୂଜା କରିବାର ପରମ୍ପରା ରହିଛି । ଗହ୍ମା ପୂର୍ଣ୍ଣିମା ଅଥାର୍ତ୍ ବଳଭଦ୍ରଙ୍କ ଜନ୍ମ ଦିନରେ ଗୋ-ମାତାଙ୍କୁ ପୂଜା କରାଯାଏ । କିନ୍ତୁ ନବରଙ୍ଗପୁରରେ ଆଦିବାସୀ ମାନେ ନିଆରା ଢଙ୍ଗରେ ଗୋ-ମାତାଙ୍କୁ ପୂଜା କରିଥାନ୍ତି । ସେମାନେ ବର୍ଷର ପ୍ରଥମ ଫସଲ ଅମଳ କରି ଘରକୁ ଆଣିବା ପରେ ଗୋ-ମାତାଙ୍କୁ ପୂଜା କରି ନୂଆ ଶସ୍ୟରେ ପ୍ରସ୍ତୁତ ଖେଚୁଡି ଭୋଗ ଲାଗି କରିଥାନ୍ତି । ସେହି ପର୍ବରୁ ଦିଆଲି ପର୍ବ ବୋଲି କୁହାଯାଏ ।

ଗାଈକୁ ନେଇ ଧର୍ମୀୟ ଭାବନା ରହିଛି । କିନ୍ତୁ ନବରଙ୍ଗପୁରର ଆଦିବାସୀ ଚାଷୀ ଗାଇ-ଗୋରୁଙ୍କୁ ସେମାନଙ୍କ ଚାଷ ସାଥୀ ଭାବେ ଗ୍ରହଣ କରିଥାନ୍ତି । ଚାଷ କାମରେ ଖରା ବର୍ଷାରେ ବଳଦ ସହଯୋଗ କରିଥାନ୍ତି । ତେଣୁ ଚାଷୀ ଫସଲ ଅମଳ କରିବା ପରେ ଗାଇ-ଗୋରୁଙ୍କୁ ପୂଜା କରିଥାନ୍ତି । ପୌଷ ମାସର ଭିନ୍ନ ଭିନ୍ନ ଦିନରେ ଘରକୁ ରଙ୍ଗମାଟିରେ ଲିପି, ଝୋଟି ଦେଇ ଦିଆଲି ପର୍ବ ପାଳିଥାନ୍ତି । ଗ୍ରାମଦେବୀଙ୍କ ପାଲିଙ୍କି, ଲାଠି ଗାଁ ପରିକ୍ରମା କରିଥାନ୍ତି । ପରେ ଘରେ ଘରେ ଗୋ-ମାତାଙ୍କ ପାଖରେ ଖେଚୁଡି ଭୋଗ କରି ତାକୁ ପ୍ରସାଦ ଆକାରରେ ଚାଷୀ ନିଜେ ଖାଇଥାନ୍ତି ।

ଦିଆଲି ପର୍ବକୁ ଗୌଡିଆମାନେ ବେଶ ଧୁମ ଧାମରେ ପାଳନ କରିଥାନ୍ତି । ବିଭିନ୍ନ ବାଦ୍ୟର ତାଳେ ତାଳେ ନୃତ୍ୟ କରିବା ସହ ଗୌଡିଆମାନେ ଯେଉଁ ଘରର ଗାଇ-ଗୋରୁଙ୍କ ଦାୟିତ୍ୱ ନେଇଥାନ୍ତି, ସେମାନଙ୍କ ଠାରୁ ବର୍ଷକର ପାରିଶ୍ରମିକ ନେଇଥାନ୍ତି ।

from Kanak News
via <a href="https://ifttt.com/?

ନେତାଜୀଙ୍କୁ ନେଇ ଉଦବୋଧନ ରଖିଲେ ମୋଦୀ । କହିଲେ ସାରା ଦେଶବାସୀ ସୁଭାଷଙ୍କ ପାଖରେ ଋଣୀ । ପ୍ରତିବର୍ଷ ପାଳନ ହେବ ପରାକ୍ରମ ଦିବସ

କନକ ବ୍ୟୁରୋ: ନେତାଜୀଙ୍କ ପାଖରେ ଏ ସାରା ଦେଶ ଋଣୀ । ୧୩୦ କୋଟିରୁ ଅଧିକ ଲୋକଙ୍କ ଦେହରେ ଆଜି ଯେଉଁ ରକ୍ତ ବିନ୍ଦୁ ବୋହୁଛି ତା ସୁଭାଷ ବୋଷଙ୍କ ପାଖରେ ଋଣୀ । ଆଜି ପ୍ରତିିଟି ଭାରତୀୟ ନିଜ ଛାତିରେ ହାତ ରଖିଲେ ସୁବାଷ ବୋଷଙ୍କ ନାଁ ଶୁଭିବ । ଶନିବାର ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀ ଉତ୍ସବ ପାଳନ କରି ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପଶ୍ଚିମବଙ୍ଗରେ ଆଜି ବେଶ ଆଡମ୍ବର ସହକାରେ ନେତାଜୀଙ୍କ ୧୨୫ ତମ ଜନ୍ମଜୟନ୍ତୀ ପାଳନ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀଙ୍କ ସହିତ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ପରେ ମୋଦୀ ନେତାଜୀଙ୍କ ସ୍ମୃତିକୁ ନେଇ ଏକ ସ୍ୱତନ୍ତ୍ର ପୁସ୍ତକ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ମୋଦୀ ନେତାଜୀଙ୍କ ତ୍ୟାଗ ଓ ପରାକ୍ରମକୁ ମଧ୍ୟ ପ୍ରଂଶସା କରିଥିଲେ । ଆଜି ନେତାଜୀଙ୍କ ପ୍ରେରଣାରେ ଦେଶ ଆଗକୁ ବଢୁଛି। ପୀଢି ପରେ ପୀଢି ନେତାଜୀଙ୍କୁ ମନେ ରଖିଛି । ଏହି କାରଣରୁ ଏଣିକି ପ୍ରତିବର୍ଷ ନେତାଜୀଙ୍କ ଜୟନ୍ତୀଙ୍କୁ ପରାକ୍ରମ ଦିବସ ଭାବେ ପାଳନ କରାଯିବ ବୋଲି ମୋଦୀ କହିଥିଲେ ।

ଅନ୍ୟପଟେ ଆଜିର ଏହି ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଖପ୍ପା ଥିବା ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀ ରାମ ନାରା ଦେଇଥିବାବେଳେ ମମତା ଏହାକୁ ନେଇ ରାଗି ଯାଇଥିଲେ । ଏପରିକି ସେ ମଞ୍ଚ ଉପରେ ଉଦବୋଧନ ଦେବାକୁ ମନା କରିଦେଇଥିଲେ। ନେତାଜୀ ଜୟନ୍ତୀକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର୍ ଧରିଛି । ବିଜେପି ଏହାକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ମମତା କିନ୍ତୁ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରିବାକୁ କହିିଥିଲେ । ଯାହାକୁ ନେଇ ଏକ ବଡ ବିବାଦ ବସା ବାନ୍ଧିଛି ।

from Kanak News
via <a href="https://ifttt.com/?

ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କରିଦେଲେ ମମତା ବାନାର୍ଜୀ । ଲୋକେ ଜୟ ଶ୍ରୀ ରାମ ନାରା ଦେବାରୁ ରାଗିଗଲେ ମମତା । କହିଲେ କାହାର ଅପମାନ କରିବା ଠିକ୍ ନୁହେଁ

କନକ ବ୍ୟୁରୋ : ନେତାଜୀ ଜୟନ୍ତୀରେ ଉଦବୋଧନ ଦେବାକୁ ମନା କଲେ ମମତା । ଶନିବାର କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକମାନଙ୍କୁ ଉଦବୋଧନ ଦେବାକୁ ସିଧା ସିଧା ମନା କରିଦେଇଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଉପସ୍ଥିତ ଥିଲେ ।

ମମତା ବାନାର୍ଜୀ ମଞ୍ଚ ଉପରକୁ ଉଠିବା ମାତ୍ରେ ସେଠାରେ ଉପସ୍ଥିତ ଜନତା ଜୟ ଶ୍ରୀ ରାମର ନାରା ଦେଇଥିଲେ । ଯେଉଁଥିରେ ଖପ୍ପା ହୋଇ ମମତା ନିଜେ ଉଦବୋଧନ ଦେବାକୁ ମନା କରିଦେଇଛନ୍ତି । ଏଥିସହ ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ । କାହାକୁ ଏପରି ଅପମାନ କରିବା ଠିକ୍ ନୁହେଁ ବୋଲି ମମତା କହିଛନ୍ତି ।

ନେତାଜୀ ଜୟନ୍ତୀଙ୍କୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର ଧରିଛି । କେନ୍ଦ୍ର ସରକାର ଏହି ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ମମତା କିନ୍ତୁ ଏହାର ବିପରୀତ କରିଛନ୍ତି । ପଶ୍ଚିମବଙ୍ଗରେ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରାଯାଇଛି । ଏହାବାଦ୍ ମମତା ଆଜି ଦୀର୍ଘ ୯ କିଲୋମିଟର ଧରି ଏକ ପଦଯାତ୍ରା ମଧ୍ୟ କରିଛନ୍ତି । ଏଥିରେ ଟିଏମସିର ତମାମ ନେତାଙ୍କ ସହିତ ହଜାର ହଜାର ଲୋକ ସାମିଲ ଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started