ଜାତୀୟଉଦ୍ୟାନ ଚାଲିଛି କୁମ୍ଭୀର ଗଣନା । ବରିଷ୍ଠ ପ୍ରାଣୀ ବୈଜ୍ଞାନିକ କହିଲେ, ପାଣି ଭିତରେ କେମିତି ହୁଏ କୁମ୍ଭୀର ଗଣା

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାରେ ଚାଲିଛି କୁମ୍ଭୀର ଗଣନା । ଏହି ଗଣନା କାର୍ଯ୍ୟ ଜାନୁଆରୀ ୧୫ରୁ ଆରମ୍ଭ ହୋଇଛି । ଆସନ୍ତା ୨୩ ତାରିଖରେ ଏହି ପ୍ରକ୍ରିୟା ଶେଷ ହେବ । ବିଶିଷ୍ଠ ପ୍ରାଣୀ ବୈଜ୍ଞାନିକ ତଥା ବଉଳା କୁମ୍ଭୀର ବିଷାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ବନ ବିଭାଗର ୨୩ଟି ଟିମ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ଭିତରକନିକା ସଂଲଗ୍ନ ନଦୀ ନାଳରେ ବସବାସ କରୁଥିବା କୁମ୍ଭୀରଙ୍କ ସଂଖ୍ୟା ଗଣନା ଚାଲିଛି । ଜାତୀୟ ଉଦ୍ୟାନ ସମେତ ୪ଟି ରେଞ୍ଜରେ ଏହି ଗଣନା କରାଯାଉଛି । ତେବେ କୁମ୍ଭୀର ଗଣନା କଥା ଶୁଣିଲେ, କେବେ ଆପଣଙ୍କର ଇଚ୍ଛା ହୁଏନି, ଜାଣିବା ପାଇଁ ଯେ, ପାଣି ଭିତରେ କେମିତି ହୁଏ କୁମ୍ଭୀର ଗଣନା?

ଅକାତ ଅକାତ ପାଣି ଭିତରେ ହୁଲି ଡଙ୍ଗାରେ ଦିନ-ରାତି ଏକ କରି କୁମ୍ଭୀର ଗଣନା କରାଯାଏ । ଦିନରେ ବଡ କୁମ୍ଭୀର ଗଣନା ସହଜ ହେଉଥିବା ବେଳେ ରାତିରେ କୂଳକୁ ଆସୁଥିବା ଛୋଟ କୁମ୍ଭୀରଙ୍କୁ ଗଣିଥାନ୍ତି ଗଣନା କାର୍ଯ୍ୟରେ ନିୟୋଜିତ ବନ ବିଭାଗର ଟିମ୍ । ତେବେ ବିରଳ ବଉଳା କୁମ୍ଭୀରଙ୍କ ଜୀବନ ଶୈଳୀ, ଭିତରକନିକାର ଜୈବ ବିବିଧତା ସୁରକ୍ଷା କ୍ଷେତ୍ରରେ ବଉଳା କୁମ୍ଭୀରଙ୍କ ଭୂମିକା ସଂପର୍କରେ ମତ ରଖିଛନ୍ତି ବିଶିଷ୍ଠ ପ୍ରାଣୀ ବୈଜ୍ଞାନିକ ଡକ୍ଟର କର ।

from Kanak News
via <a href="https://ifttt.com/?

କାଲି ଭାରତ ଦେଖିବ ଦିନିକିଆ ମୁଖ୍ୟମନ୍ତ୍ରୀ । ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ କଲେଜ୍ ପଢୁଆ ଛାତ୍ରୀ । ଜାଣନ୍ତୁ କାହିଁକି ନିଆଗଲା ଏମିତି ନିଷ୍ପତ୍ତି ।

କନକ ବ୍ୟୁରୋ : ଫିଲ୍ମ ‘ନାୟକ’ର କାହାଣୀ ହୁଏତ ଆପଣଙ୍କର ମନେ ଥିବ । କିପରି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ବନିଥିଲେ ଅନିଲ କାପୁର । ଦିନିକିଆ ମୁଖ୍ୟମନ୍ତ୍ରୀ କଥା ଉଠିଲେ ମନକୁ ଆପେ ଆପେ ଚାଲିଆସେ ‘ନାୟକ’ ଫିଲ୍ମର କାହାଣୀ । କିନ୍ତୁ ଆଜି ଆମେ ଆପଣଙ୍କୁ କୌଣସି ଫିଲ୍ମର କାହାଣୀ ନୁହେଁ, ବରଂ ଦିନିକିଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସତ କାହାଣୀ କହିବୁ ।

ସୃଷ୍ଟି ସମ୍ଭାଳିବେ ଶାସନ ଭାର । ୨୪ ଘଣ୍ଟା ପାଇଁ ହେବେ ମୁଖ୍ୟମନ୍ତ୍ରୀ । ଉତରାଖଣ୍ଡ ହରିଦ୍ୱାର ନିବାସୀ ସୃଷ୍ଟି ଗୋସ୍ୱାମୀ । ଦିନକ ପାଇଁ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ସୃଷ୍ଟି । ଆସନ୍ତା ଜାନୁଆରୀ ୨୪ ତାରିଖ ମହିଳା ଦିବସ ଦିନ ସେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ତେବେ ଏନେଇ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ସ୍ୱୀକୃତି ପ୍ରଦାନ କରିଛନ୍ତି । ତେବେ ଆସନ୍ତୁ ଜାଣିବା ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସୃଷ୍ଟି ଗୋସ୍ୱାମୀଙ୍କ ବିଷୟରେ ।

ହରିଦ୍ୱାରର ଦୌଲତପୁର ନିବାସୀ ସୃଷ୍ଟି ବିଏସଏସ ପିଜି କଲେଜରେ ବିଏସସି ଏଗ୍ରିକଲଚରର ୭ମ ସେମିଷ୍ଟାରର ଛାତ୍ରୀ । ତେବେ ୨୦୧୮ ମେ ମାସରେ ଉତରାଖଣ୍ଡରେ ଆୟୋଜିତ ହୋଇଥିବା ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ଆସନ୍ତୁ ଜାଣିବା ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ କଣ କରିବେ ସୃଷ୍ଟି ।

ମୁଖ୍ୟମନ୍ତ୍ରୀ ବନିବା ପରେ ବିକାଶ କାର୍ଯ୍ୟର ସମୀକ୍ଷା କରିବେ ସୃଷ୍ଟି ଗୋସ୍ୱାମୀ । ଆଇ ଏହି ବୈଠକରେ ବିଭାଗୀୟ ଅଧିକାରୀମାନେ ୫-୫ ମିନିଟ୍ ଧରି ବିକାଶ ମୂଳକ ଯୋଜନାର ପ୍ରେଜେନଟେସନ୍ ଦେବେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଫିସରମାନେ ମଧ୍ୟ ଉପସ୍ଥିତ ରହିବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଉତରାଖଣ୍ଡ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।

from Kanak News
via <a href="https://ifttt.com/?

ଭାରତକୁ ଟିକା ମାଗିବାକୁ ଆତଙ୍କୀ ଦେଶ ପାକିସ୍ତାନକୁ ଲାଗୁଛିି ଲାଜ ? କରୋନା କାଳରେ ଲୋକଙ୍କ ଜୀବନ ପଛେ ବାଜିରେ ଲାଗିଥାଉ, କିନ୍ତୁ ଅହଙ୍କାରୀ ପାକିସ୍ତାନ ଭାରତକୁ ମାଗୁନି ଭ୍ୟାକସିନ୍ ।

କନକ ବ୍ୟୁରୋ : ଟିକା ପାଇଁ ନାହିଁ କି ଟଙ୍କା ? ନା ଭାରତକୁ ଟିକା ମାଗିବାକୁ ପାକିସ୍ତାନକୁ ଲାଗୁଛିି ଲାଜ ? ଭାରତକୁ ଭ୍ୟାକସିନ୍ ମାଗୁନି ପଡୋଶୀ ପାକିସ୍ତାନ ? କରୋନା ମହାମାରୀ ଭିତରେ ଯେତେବେଳେ ପୂରା ବିଶ୍ୱ ଅସହାୟ ହୋଇପଡିଥିଲା, ସେତେବେଳେ କରୋନା ଲଢ଼େଇରେ ଭୁତାଣୁକୁ ପରାସ୍ତ କରିବା ପାଇଁ ସଞ୍ଜୀବନି ସ୍ୱରୂପ ଭ୍ୟାକସିନକୁ ସାରା ବିଶ୍ୱବାସୀ ଚାହିଁ ରହିଥିଲେ । କେବେ ଭ୍ୟାକସିନ୍ ଆସିବ ଆଉ ମହାମାରୀରୁ ମୁକ୍ତି ମିଳିବ । ପାଖାପାଖି ୧୦ ମାସ ପରେ ଭାରତକୁ ବଡ ସଫଳତା ମିଳିଲା, ଏବଂ ଦୁଇ ଦୁଇଟି ଟିକାକୁ ଗ୍ରୀନ୍ ସିଗନାଲ୍ ମିଳିଲା । ଆଉ କରୋନା ଲଢେଇରେ ସାରା ବିଶ୍ୱରେ ନୂଆ ଆଶା ସଂଚାର ହେଲା ।

ଏହାରି ଭିତରେ ବିଦେଶୀ ରାଷ୍ଟ୍ରଙ୍କ ଅନୁରୋଧକ୍ରମେ କରୋନା ଟିକା ରପ୍ତାନୀ କରିଛି ଭାରତ । କିନ୍ତୁ ସୀମାକୁ ଲାଗି ରହିଥିବା ପଡୋଶୀ ଦେଶ ପାକିସ୍ତାନ ଏଯାଏଁ ଭାରତକୁ ଟିକା ମାଗିନାହିଁ । ଗୋଟିଏ ପଟେ ସଂକ୍ରମଣ ସମ୍ପୂର୍ଣ୍ଣ କମିନଥିବା ବେଳେ ପାକିସ୍ତାନରେ ପ୍ରତିଦିନ କରୋନାଜନିତ ମୃତ୍ୟୁ ମଧ୍ୟ ଘଟୁଛି । ଲୋକଙ୍କ ଜୀବନ ପଛେ ବାଜିରେ ଲାଗିଥାଉ, କିନ୍ତୁ ଅହଂକାରୀ ପାକିସ୍ତାନ ଭାରତକୁ ଏଯାଏଁ ଟିକା ମାଗୁନାହିଁ ।

କୁହାଯାଉଛି, ଭାରତକୁ ଟିକା ମାଗିବାକୁ କୁଆଡେ ଅହଙ୍କାରୀ ଆଉ ଆତଙ୍କୀ ଦେଶ ପାକିସ୍ତାନକୁ ଲାଜ ଲାଗୁଛି । ଲାଜ ଲାଗିବନି ବା କେମିତି । ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆତଙ୍କବାଦ ପାଇଁ ବିଶ୍ୱସ୍ତରରେ ମଧ୍ୟ ଲଜ୍ଜିତ ହୋଇସାରିଛି ପାକିସ୍ତାନ । ହେଲେ ବି ସୈତାନ ପାକିସ୍ତାନ ନିଜ ସ୍ୱଭାବରେ ପରିବର୍ତନ ଆଣୁନାହିଁ ।

୨୬, ୧୧ ମୁମ୍ବାଇ ଆକ୍ରମଣ ଠାରୁ ଆରମ୍ଭ କରି ପୁଲୱାମାରେ ଯବାନଙ୍କ ଗାଡି ଉପରେ ବିସ୍ଫୋରଣ । ଗୋଟିଏ ପରେ ଗୋଟିଏ ଆତଙ୍କବାଦ କାର୍ଯ୍ୟକଳାପର ଷଡଯନ୍ତ୍ର କରି ଭାରତ ଛାତିରେ ପାକିସ୍ତାନ ଯେଉଁ କ୍ଷତ ଭରିଛି, ତାକୁ କେବେ ବି ଭୁଲିବନି ଭାରତ । ପ୍ରତିବାଦରେ ଭାରତ ବି କଡା ଜବାବ ଦେଇଛି । ପ୍ରତି ଥର ଭାରତ ଠାରୁ ଠୋକର ଖାଇବା ପରେ ଏବେ ଆଉ କେଉଁ ମୁହଁରେ ବା ଭାରତକୁ ପାକିସ୍ତାନ ଟିକା ମାଗିବ ।

ସବୁବେଳେ ଶାନ୍ତିରେ ବିଶ୍ୱାସ କରୁଥିବା ଭାରତ କିନ୍ତୁ ମନରେ କାହା ପ୍ରତି ବିଦ୍ୱେଷ ମନୋଭାବ ରଖେନାହିଁ । ଆଉ ସେଇଥିପାଇଁ ତ ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିୟାଁମାରକୁ ଟିକା ପଠାଇଛି ଭାରତ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ମଧ୍ୟ ଭାରତରେ ନିର୍ମିତ ଟିକା ପଠାଯିବାର ଅଛି ।

ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଭୂଟାନ, ମାଳଦ୍ୱୀପ, ବାଂଲାଦେଶ ଓ ନେପାଳକୁ ମାଗଣା କରୋନା ଟିକା ପଠାଇଛି ଭାରତ । ସାରା ବିଶ୍ୱରେ କରୋନା ମହାମାରୀ ବିରୋଧି ଲଢେଇରେ ଭାରତରେ ନିର୍ମିତ ଟିକାର ବ୍ୟବହାର କରାଯିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏହାକୁ ନଜରରେ ରଖି ପଡୋଶୀ ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗାଇ ଦିଆଯାଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କୁ ଅତର୍କିତ ଆକ୍ରମଣ । ବାଲେଶ୍ୱର ସୋରରେ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମାଡ ମାରିଲେ ଯୁବକ ।

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ । ଛାତ୍ରଛାତ୍ରୀ ରାସ୍ତାକଡରେ ଠିଆ ହୋଇ କଥା ହେଉଥିବା ବେଳେ କିଛି ଯୁବକ ଅତର୍କିତ ଭାବେ ସେମାନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାକୁ ସେମାନଙ୍କ ପରିବାର ଲୋକ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ସଂପୃକ୍ତ ଯୁବକମାନେ ଖଣ୍ଡା ଓ ବାଡିରେ ଆକ୍ରମଣ କରିଥିବା ଜଣାପଡିଛି ।

ବାଲେଶ୍ୱର ଜିଲ୍ଲା ସୋର ଥାନା ଅଂଚଳରେ ଏଭଳି ଘଟଣା ଘଟିଛି । ଘଟଣାରେ ଛାତ୍ରୀଙ୍କ ଭାଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଛାତ୍ରଛାତ୍ରୀଙ୍କ ପରିବାର ପକ୍ଷରୁ ସୋର ଥାନାରେ ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

ଯୁବ ଓ ଛାତ୍ର ଗୋଷ୍ଠୀଙ୍କୁ ଆଖି ଆଗରେ ରଖି ବିଜେଡିର ଗୋଟି ଚାଳନା । ପ୍ରତି ଜିଲ୍ଲାରେ କ୍ରିକେଟ୍, ଫୁଟବଲ୍ ଟୁର୍ଣ୍ଣାମେଣ୍ଟ କରିବ ଦଳ । ମୟୂରଭଞ୍ଜରୁ ଶୁଭାରମ୍ଭ

କନକ ବ୍ୟୁରୋ: ଖେଳ କରିବ ବିଜେଡି । କଥାଟି ଆପଣଙ୍କୁ ରୋଚକ ଲାଗିଥାଇପାରେ । ହେଲେ ଏହା ପଛର କଥାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରାଜ୍ୟରେ କ୍ରମାଗତ ବଢିଚାଲିଛି । ହେଲେ ବିଭିନ୍ନ ସର୍ଭେ ରିପୋର୍ଟ କହୁଛି, ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ବିଶେଷ କରି ଯୁବକ ଓ ଛାତ୍ରଗୋଷ୍ଠୀ ବିଜେପି ଆଡ଼କୁ ଢଳୁଥବା ଲକ୍ଷ୍ୟ କରାଯାଉଛି । ସେହି ଆଶଙ୍କାରେ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ଭୋଟ ବ୍ୟାଙ୍କ ଉପରେ ଆଖି ପକାଇ ବିରାଟ ରାଜନୈତିକ ଗୋଟି ଚାଳନା କରିଛି ବିଜୁ ଜନତା ଦଳ ।

ଖେଳ ପ୍ରତି ଯୁବକ ଓ ଛାତ୍ର ମାନଙ୍କର ସଂପୃକ୍ତି ଅଧିକ ରହିଛି । ତେଣୁ ବିଜେଡିର ଶୀର୍ଷ ନେତୃତ୍ୱ ନିଷ୍ପତି କରିଛନ୍ତି ଏଣିକି ରାଜନୀତିରେ ପଶିବ ଖେଳ ଅର୍ଥାତ ପ୍ରତି ଜିଲ୍ଲାରେ କ୍ରିକେଟ ଓ ଫୁଟବଲ ଟୁର୍ଣ୍ଣାମେଂଟ କରିବ ବିଜୁ ଜନତା ଦଳ । ଜିଲ୍ଲା ସ୍ତରୀୟ ଏହି କ୍ରୀଡା ପ୍ରତିଯୋଗିତାର ଆୟୋଜନ ସରକାର କରିବେ ନାହିଁ ବଂର ଶାସକ ଦଳ କରିବ । ମିଳିଥିବା ସୂଚନା ଅନୁସାରେ ବିଜେଡିର ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମୟୁରଭଂଜ ଜିଲ୍ଲାର ପ୍ରଭାରୀ ଅଛନ୍ତି । ତେଣୁ ମୟୁରଭଂଜ ପ୍ରିମିୟର ଲିଗରୁ ଏହି ପରୀକ୍ଷା ନୀରିକ୍ଷା ଆରମ୍ଭ ହେବ ।

ଏପଟେ ବିଜେଡିର ଏହି ଖେଳ ରାଜନୀତିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବିରୋଧୀ । ପିିସିସି ସଭାପତି କହିଛନ୍ତି , ରାଜ୍ୟରେ ଜିଲ୍ଲା ସ୍ତରୀୟ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ କଂଗ୍ରେସ ଅମଳରେ ପ୍ରୟାସ ଆରମ୍ଭ ହୋଇଥିଲା । ଏବେ ବିଜେଡି ପାଖରେ ପ୍ରଚୁର ପଇସା ଥିବାରୁ ଏହାକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ସେ ଅଭିଯୋଗ ବାଢିଛନ୍ତି । ସେପଟେ ବିଜେପି କହିଛି ନିର୍ବାଚନ ଆସିଲେ ବିଜେଡିର ଯୁବକ ଛାତ୍ରଙ୍କ କଥା ମନେ ପଡେ ।

from Kanak News
via <a href="https://ifttt.com/?

ଦିନ ଦ୍ୱିପହରରେ ବୋମାମାଡ କରି ଡକାୟତି । ବଲାଙ୍ଗୀର ଖପ୍ରାଖୋଲରେ ଦୁର୍ବୃତ୍ତଙ୍କ କାଣ୍ଡ । ପୁଲିସର ଛାନଭିନ୍ ଆରମ୍ଭ

କନକ ବ୍ୟୁରୋ: ଦିନ ଦ୍ୱିପହରରେ ବୋମାମାଡ଼ କରି ଡକାୟତି । ବଲାଙ୍ଗୀର ଖପ୍ରାଖୋଲ ଶାନ୍ତିପୁର ଗାଁର ଭରତ ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟ କରିଛନ୍ତି ଡକାୟତ । ଦୁର୍ବୃତ୍ତ ମାନେ ପ୍ରଥମେ ବନ୍ଧୁକ, ଭୁଜାଲି ଦେଖାଇ ଘରେ ପଶି ଲୁଟ କରିଥିଲେ । ଏହା ପରେ ଗାଁରେ ବୋମା ମାଡ଼ କରି ଲୋକଙ୍କୁ ଆତଙ୍କିତ କରି ଫେରାର ହୋଇଯାଇଥିଲେ । ପୁଲିସର ୩ଟି ଟିମ ପହଚିଂ ଏବେ ସେଠାରେ ଛାନଭିନ ଆରମ୍ଭ କରିଛି ।

from Kanak News
via <a href="https://ifttt.com/?

ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ।

କନକ ବ୍ୟୁରୋ: ଗରିବ ଲୋକଙ୍କୁ ଭୂମି ପଟ୍ଟା ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି । ଶନିବାର ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ସେଠାରେ ଏକ ଲକ୍ଷ ଲୋକଙ୍କ ପାଇଁ ଭୂମିପଟ୍ଟା ଆବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ନିଜର ସମ୍ବୋଧନ ରଖି ଆସାମବାସୀଙ୍କୁ ଭୂୟସୀ ପ୍ରଂଶସା କରିଛନ୍ତି ।

ମୋଦି କହିଛନ୍ତି, ଆପଣମାନଙ୍କର ସେହ୍ନ ହିଁ ମୋତେ ଆସାମକୁ ନେଇଆସୁଛି । ଆସାମର ଆତ୍ମୀୟତା ପାଇବା ତାଙ୍କର ସୌଭାଗ୍ୟ । ଆଜି ଏହି ପଟ୍ଟା ବଣ୍ଟନ ଦ୍ୱାରା ବହୁ ଗରିବ ଲୋକଙ୍କ ଚିନ୍ତା ଦୂର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାସହ ଆସାମର ସରକାରକୁ ମଧ୍ୟ ମୋଦୀ ଉଚ୍ଚ ପ୍ରଂଶସା କରିଥିଲେ ।

ମୋଦି କହିଥିଲେ, ପୂର୍ବ ସରକାର ସମୟରେ ଆସାମର ପାଖାପାଖି ୬ ଲକ୍ଷ ଲୋକ ବିନା କୌଣସି କାଗଜପତ୍ରରେ ବସବାସ କରୁଥିଲେ । ବର୍ତ୍ତମାନ ସରକାର ଦୁଇ ଲକ୍ଷ ଲୋକଙ୍କୁ ଜମି ପଟ୍ଟା ବାଣ୍ଟି ସାରିଲାଣି । ଆଜି ଆହୁରି ୧ ଲକ୍ଷଙ୍କୁ ଜମି ପଟ୍ଟା ବଣ୍ଟନ ହେବା ଦ୍ୱାରା ସେମାନେ ଉପକୃତ ହୋଇପାରିବେ । ଏହା ସେମାନଙ୍କର ଚିନ୍ତା ଦୂର କରିବ ବୋଲି ମୋଦି କହିଥିଲେ । ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଦାବି କରିଥିଲେ ଯେ, ବିଜେପି ଆସାମରେ ଅଦ୍ଭୁତପୂୂର୍ବ ପ୍ରଦର୍ଶନ କରିଛି । ୫ ବର୍ଷ ଭିତରେ ସବୁ ଘରକୁ ବିଜୁଳି ପହଞ୍ଚିପାରିଛି । ଜଳ ଜୀବନ ମିଶନ ଜରିଆରେ ଗତ ଦେଢ ବର୍ଷ ଭିତରେ ପ୍ରାୟ ଅଢେଇ ଲକ୍ଷ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚା ଯାଇପାରିଛି ବୋଲି ଶନିବାର ମୋଦି କହିଥିଲେ ।

from Kanak News
via <a href="https://ifttt.com/?

ବ୍ରାଣ୍ଡ ଅସଲି…ମାଲ ନକଲି : ଖାଲି ନକଲି ମଦ ନୁହେଁ ପାନ ମସଲା ବି ଭେଜାଲ; ଚଢାଉ ବେଳେ ଗଜପତି, ଜଳେଶ୍ବର ଏବଂ କୋରାପୁଟରୁ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କଲା ପୋଲିସ

କନକ ବ୍ୟୁରୋ : ସାରା ରାଜ୍ୟରୁ ନକଲି ଖାଦ୍ୟ ସାମଗ୍ରୀ ଜବତ ନେଇ ପ୍ରତିଦିନ ଖବର ସାମନାକୁ ଆସୁଥିବା ବେଳେ ଚିନ୍ତାରେ ପଡିଗଲେଣି ଖାଉଟି । କେଉଁଟା ଅସଲି କେଉଁଟା ନକଲି ତାକୁ ନେଇ ଦ୍ୱଦ୍ୱରେ ପଡୁଛନ୍ତି । ଆଉ ଏତିକିବେଳେ ନିଶା ଦ୍ରବ୍ୟର ନକଲି କାରବାର ସାମନାକୁ ଆସିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ,ବ୍ରାଣ୍ଡ ଅସଲି ହେଲେ ମଦ ନକଲି । କୋରାପୁଟ କୋଟପାଡ଼ ବ୍ଲକର କୁଂଜୁଗୁଡା ଗାଁରେ ଏକ ନକଲି ମଦ କାରଖାନା ଉପରେ ପୁଲିସ ଚଢାଉ କରିଛି ।

ଚଢାଉ ବେଳେ ବିପୁଳ ପରିମାଣର ନକଲି ମଦ ସହ ଡୁପ୍ଲିକେଟ କାରବାର ପାଇଁ ବ୍ୟବହାର ହେଉଥିବା ସାମଗ୍ରୀକୁ ଜବତ କରିଛି । ଏଠାରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ବୋତଲରେ ନକଲି ମଦ ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଥରେ ଭାବନ୍ତୁ ଏହି ନକଲି ମଦ ବଜାରକୁ ପହଚିଂଗଲେ,ପିଉଥିବା ଲୋକଙ୍କ ଅବସ୍ଥା କଣ ହେବ । ଖାଲି ନକଲି ମଦ କାରବାର ହେଉନାହିଁ ପାନ ମସଲା ବି ନିକଲି ତିଆରି ହେଉଛି । ଖବର ପାଇ ପୁଲିସର ଚଢାଉ ବେଳେ ବ୍ୟାପକ ପରିମାଣର ନକଲି ପାନ ମସଲା ଜବତ ହୋଇଛି ଗୋଟିଏ ଗଜପତି ଓ ଆଉ ଗୋଟେ ଜଳଶ୍ୱେର ଷ୍ଟେସନ ବଜାର ଅଂଚଳର। ଆଜି ଭୁବନେଶ୍ୱର ଏସଟିଏଫ ତରଫରୁ ଅତିରିକ୍ତ ଏସପି ତେଜେଶ୍ୱର ପଟେଲଙ୍କ ନେତୃତ୍ୱରେ ଜଳେଶ୍ୱର ଷ୍ଟେସନ ବଜାର ଓ ଝାଡେଶ୍ୱରପୁର ଅଂଚଳରେ ଚଢାଉ କରାଯାଇଥିଲା ।

ଏସଟିଏଫର ଏହି ଚଢାଉ ବେଳେ ବିପୁଳ ପରିମାଣର ନକଲି ପାନ ମସଲା ଜବତ ହୋଇଛି । ସ୍ପେଶାଲ ଟାକ୍ସ ଫୋର୍ସ କାରବାରରେ ସଂପୃକ୍ତ ଚନ୍ଦନ ଚୌରାସିଆ ଓ ଅଶୋକ ସାହୁ ନାମକ ଦୁଇ ଜଣ ବେପାରୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ପାନରେ ବ୍ୟବହାର ହେଉଥିବା ଗୋପାଳ ଜର୍ଦ୍ଦା ଓ ଅନ୍ୟାନ୍ୟ ଜର୍ଦ୍ଦାକୁ ନକଲି କରି ଏମାନେ ବଜାରକୁ ଛାଡୁଥିଲେ । ସେହିପରି ଗଜପତି ପାରଳାଖେମୁଣ୍ଡିରେ କାଶୀନଗର ପୁଲିସ ଚଢାଉ କରି ବିପୁଳ ପରିମାଣର ଗୁଟଖା ଜବତ କରିଛି । ସହର ଉପକଂଣ୍ଠ ରାମାୟାଗୁଡାରେ ଏକ ଗୋଦାମ ଘରେ ବେଆଇନ ଭାବେ ଗଚ୍ଛିତ ଥିବା ୯୩ ବସ୍ତା ନକଲି ଗୁଟଖା ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବ ବୋଲି ପୁଲିସ କହିଛି ।

from Kanak News
via <a href="https://ifttt.com/?

ତାମିଲନାଡୁରେ ମେ ମାସରେ ହେବ ବିଧାନସଭା ନିର୍ବାଚନ । ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୋଦିଙ୍କୁ କଲେ ଟାର୍ଗେଟ

କନକ ବ୍ୟୁରୋ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାମିଲନାଡୁରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଆସନ୍ତା ମେ ମାସରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ କୋଏମ୍ବାଟୁରରେ ଆଜି ରୋଡ ଶୋ କରି ପ୍ରଚାରର ଶୁଭାରମ୍ଭ କରିଛନ୍ତି ରାହୁଲ । ଏହି ଅବସରରେ ସେ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ଦେଶର ଯୁବକଙ୍କୁ ଚାକିରି ଦିଆଯାଇ ପାରୁନାହିଁ । ଅର୍ଥବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁୁଡି ପଡିଛି । ଦେଶର ବ୍ୟାଙ୍କିଙ୍ଗ ସିଷ୍ଟମ ଉପରେ ୧୦ରୁ ୧୫ ଜଣ ଉଦ୍ୟୋଗପତି କବଜା କରିଛନ୍ତି । ଅର୍ଥ ବ୍ୟବସ୍ଥାର ବିକାଶ ପାଇଁ ସମନ୍ୱୟ ଜରୁରୀ, ହେଲେ ମୋଦି ସରକାର ସବୁଠାରେ ଅସମାନତା ବଢାଉଛନ୍ତି । ଏଥିସହ ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମନରେ ତାମିଲ ଲୋକଙ୍କ ପାଇଁ, ସଂସ୍କୃତି ଓ ଭାଷା ପାଇଁ କୌଣସି ସମ୍ମାନ ନାହିଁ ।

from Kanak News
via <a href="https://ifttt.com/?

ନେତାଜୀ ଜୟନ୍ତୀରେ ମମତାଙ୍କ ଶକ୍ତି ପ୍ରଦର୍ଶନ । ୯ କିଲୋମିଟର ବ୍ୟାପୀ ପଦଯାତ୍ରା ଆରମ୍ଭ । ଦେଶନାୟକ ଦିବସ ପାଳୁଛି ପଶ୍ଚିମବଙ୍ଗ

କନକ ବ୍ୟୁରୋ: ନେତାଜୀ ଜୟନ୍ତୀରେ ପଶ୍ଚିମବଙ୍ଗରେ ଶକ୍ତି ପ୍ରଦର୍ଶନ କଲେ ମମତା । ଦୀର୍ଘ ୯ କିଲୋମିଟର ବ୍ୟାପୀ ଆରମ୍ଭ କଲେ ପଦଯାତ୍ରା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ସହିତ ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ଯ୍ୟନ୍ତ ରୋଡ୍ ସୋ ଆରମ୍ଭ କରିଛନ୍ତି । ଏହି ରୋଡ୍ ସୋରେ ତମାମ ଟିଏମସି ନେତାଙ୍କ ସହିତ ହଜାର ହଜାର ଜନସାଧାରଣ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ନେତାଜୀ ଜୟନ୍ତୀକୁ ନେଇ ଏବେ ପଶ୍ଚିମବଙ୍ଗ ରାଜନୀତି ଜୋର୍ ଧରିଛି । କେନ୍ଦ୍ର ସରକାର ଏହି ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିବାବେଳେ ପଶ୍ଚିମବଙ୍ଗର ମମତା ସରକାର ଏହାକୁ ଗ୍ରହଣ କରିନି । ପଶ୍ଚିମବଙ୍ଗରେ ଏହାକୁ ଦେଶନାୟକ ଦିବସ ଭାବେ ପାଳନ କରାଯାଉଛି । ଅନ୍ୟପଟେ ପୂରା ଏକ ବର୍ଷ ଧରିି ପଶ୍ଚିମବଙ୍ଗରେ ଏହି ଉତ୍ସବ ପାଳନ ହେବ ବୋଲି ମମତା ଘୋଷଣା କରିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗ ଯାଇ ସେଠାରେ ନେତାଜୀ ଜୟନ୍ତୀ ପାଳନ କରିବାର କାର୍ଯ୍ୟକ୍ରମ ରହିଛି । ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେବେ । ସନ୍ଧ୍ୟା ସାଢେ ୬ଟା ବେଳକୁ ଏହି ଉତ୍ସବ ହେବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started