ନେତାଜୀଙ୍କ ନାଁରେ ହେବ କଟକ ବସ୍ ଟର୍ମିନାଲ: ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ । ନେତାଜୀଙ୍କ ଜନ୍ମସ୍ଥାନ କଟକର ଓଡିଆ ବଜାରସ୍ଥିତ ଜାନକୀନାଥ ଭବନ ସକାଳୁ ସକାଳୁ ଚଳଚଞ୍ଚଳ ହୋଇ ଉଠିଛି । ବହୁ ନେତା ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପହଞ୍ଚି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଏଥିସହ ନେତାଜୀଙ୍କ ସଂଗ୍ରହାଳୟ ବୁଲି ତାଙ୍କ ଜୀବନ କାହାଣୀକୁ ମନେ ପକାଇଛନ୍ତି । ଅନ୍ୟପଟେ, ଆଜି କଟକ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଲ୍ୟାର୍ପଣ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ତେବେ ନେତାଜୀଙ୍କ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପରେ ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ନାମରେ ଖାନନଗରଠାରେ ପ୍ରସ୍ତାବିତ ଅତ୍ୟାଧୁନିକ ବସ୍ ଟର୍ମିନାଲର ଶିଳାନ୍ୟାସ କରିବେ । ୧୧ ହଜାର ବର୍ଗମିଟରରେ ନିର୍ମିତ ଏହି ବସ୍ ଟର୍ମିନାଲରେ ୧୮୦ ବସ୍, ୨୭୫ଟି କାର ରହଣୀ ପାଇଁ ବ୍ୟବସ୍ଥା କରାଯିବ ।

 

ସେପଟେ ନେତାଜୀଙ୍କ ଜନ୍ମଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ ଯାଇ ସୁବାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ନେତାଜୀଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଜିଠୁ ନେତାଜୀଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ଦେଶବ୍ୟାପୀ ପାଳନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ଦୁଇ ବରପୁତ୍ରଙ୍କ ଜୟନ୍ତୀ, ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହେଉଛି । ଓଡିଆ ଭାବେ, ସଂଗ୍ରାମୀ ଜାତି ଭାବେ ନେତାଜୀ ଓ ସୁରେନ୍ଦ୍ର ସାଏ ଦେଶମାତୃକାର ସେବା ପାଇଁ, ସ୍ୱାଭିମାନ ପାଇଁ କଣ ଦାୟିତ୍ୱ ନେଇଥିଲା, ତାହା ଆଜି ଆମ ସମସ୍ତଙ୍କୁ ଆହୁରି ପ୍ରେରିତ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

from Kanak News
via <a href="https://ifttt.com/?

ରାଜନୀତିରେ ନେତାଜୀ ଜୟନ୍ତୀ, ମୋଦି ବନାମ ମମତା । ଆଜିର ଦିନକୁ ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳନ କରୁଛନ୍ତି କେନ୍ଦ୍ର ସରକାର

କନକ ବ୍ୟୁରୋ: ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ହେଲେ ପଶ୍ଚିମବଙ୍ଗରେ ନେତାଜୀ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ନେତାଜୀ ଜୟନ୍ତୀକୁ ଅର୍ଥାତ ଆଜିର ଦିନକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏପରିକି ଆଜି ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ସୁବାଷ ବୋଷଙ୍କ ଜୟନ୍ତୀ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କାର୍ଯ୍ୟକ୍ରମ ରହିଛି ।

ଅପରାହ୍ନ ୪ଟା ୩୦ରେ ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ସେଠାରେ ଉପସ୍ଥିତ ସମାବେଶକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ବି ରହିଛି । ଅନ୍ୟପଟେ ନେତାଜୀ ଜୟନ୍ତୀକୁ ପଶ୍ଚିମବଙ୍ଗରେ ଦେଶନାୟକ ଦିବସ ଭାବେ ପାଳନ କରିବାକୁ ମମତା ବାନାର୍ଜୀଙ୍କ ସରକାର ପ୍ରସ୍ତୁତ କରିଛନ୍ତି । ନେତାଜୀ ଜୟନ୍ତୀ ଅବସରରେ ମମତା ଏକ ଶୋଭାଯାତ୍ରାରେ ବାହାରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପୂର୍ବରୁ ମମତା ଏହି ଉଦବୋଧନ ଦେବେ ।

କେନ୍ଦ୍ର ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରୁଥିବାବେଳେ ଆଜି ପଶ୍ଚିମବଙ୍ଗରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ସାଢେ ୩ଟାରେ ନ୍ୟାସନାଲ ଲାଇବ୍ରେରୀରେ ଅନ୍ତର୍ଜାତୀୟ ସେମିନାରକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ଅପରାହ୍ନ ସାଢେ ୪ଟାରୁ ସଂଧ୍ୟା ୭ଟା ଯାଏଁ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ ମୋଦି । ନେତାଜୀ ଜୟନ୍ତୀରେ ଆୟୋଜନ ହେବ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ । ନେତାଜୀଙ୍କ ସଂଗୃହିତ ଚିଠିକୁ ନେଇ ଏକ ପୁସ୍ତକର ଲୋକାର୍ପଣ କରିବେ ମୋଦି । ଆଇଏନଏର ସେନାନୀ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯିବ । ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଭିକ୍ଟୋରିଆ ମେମୋରିଆଲରେ ନେତାଜୀଙ୍କ ସ୍ମୃତିରେ ତିଆରି କରାଯାଇଥିବା ମ୍ୟୁଜିଅମକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଅନ୍ୟପଟେ, କେନ୍ଦ୍ର ସରକାରଙ୍କ ଦ୍ୱାରା କୋଲକାତାରେ ଆୟୋଜିତ ପରାକ୍ରମ ଦିବସକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ହେଲେ ସେ ଯୋଗ ଦେବେ ନା ନାହିଁ, ତାହା ଜଣା ପଡିନାହିଁ । କାରଣ ନେତାଜୀଙ୍କ ୧୨୫ତମ ଜୟନ୍ତୀକୁ ଦେଶ ନାୟକ ଦିବସ ଭାବେ ପାଳନ କରିବା ପାଇଁ ମମତା ବାନାର୍ଜୀ ନିଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାରିବାକୁ ଯାଉଛି । ଉତ୍ତର କୋଲକାତାରେ ଥିବା ଶ୍ୟାମ ବଜାରରୁ ମମତା ପଦଯାତ୍ରାରେ ବାହାରି ଦକ୍ଷିଣ କୋଲକାତାରେ ଥିବା ରେଡ୍ ରୋଡ ଯାଏଁ ଯିବେ । ଦୀର୍ଘ ୯ କିଲୋମିଟର ଧରି ଏହି ପଦଯାତ୍ରାର ନିଜେ ନେତୃତ୍ୱ ନେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଲୋକଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଥିବାରୁ ନେତାଜୀଙ୍କୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ଜୋରଦାର ହୋଇଛି ରାଜନୀତି ।

from Kanak News
via <a href="https://ifttt.com/?

ଆଜି ପବିତ୍ର ଶାମ୍ବ ଦଶମୀ: ଆଜିର ଦିନରେ ସୂର୍ଯ୍ୟଙ୍କୁ ପୂଜାକରି ରୋଗରୁ ମୁକ୍ତ ହୋଇଥିଲେ ଶାମ୍ବ; ବିଶ୍ୱାସ ରହିଛି, ଶାମ୍ବ ଦଶମୀରେ ସୂର୍ଯ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋକାମନା

କନକ ବ୍ୟୁରୋ: ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ତେବେ ଘନ କୁହୁଡି ଯୋଗୁଁ ସୂର୍ଯ୍ୟ ଦୃଶ୍ୟମାନ ହେଉନଥିବାରୁ ରୀତିନୀତିରେ ପୂଜାର୍ଚ୍ଚନା ବିଳମ୍ବିତ ହୋଇଛି । ଆଜିର ଦିନରେ ଶ୍ରୀକୃଷ୍ଣଙ୍କ ପୂତ୍ର ଶାମ୍ବ ସୂର୍ଯ୍ୟଙ୍କୁ ଆରାଧନା କରି କୃଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଧର୍ମୀୟ ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେଲେ ମନୋକାମନା ପୂରଣ ହୁଏ ।

ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ।  ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।

ପୂଜା ବିଧି : ମହିଳାମାନେ ନିଜ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କ ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟ କରି ଘରେ ତିନି ପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ଧୂପ ହୁଏ । ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ବାଢ଼ନ୍ତି । ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜା ନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନ କରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ଧୂପ ଦିଆଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ଧୂପ । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ଧୂପରେ ମଧ୍ୟ ଏଣ୍ଡୁରି , କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

from Kanak News
via <a href="https://ifttt.com/?

ଲୋୟର ପିଏମଜିରୁ ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଲା ପୁଲିସ : ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି

କନକ ବ୍ୟୁରୋ : ଲୋୟର ପିଏମଜିରୁ ଆନ୍ଦୋଳନ କରୁଥିବା ଏଏନଏମକର୍ମୀଙ୍କୁ ବଳପୂର୍ବକ ହଟାଇଛି ପୁଲିସ । ଧାରଣାସ୍ଥଳରୁ ଉଠାଇବା ବେଳେ ଆନ୍ଦୋଳନକାରୀ ଓ ପୁଲିସ ଧସ୍ତାଧସ୍ତି ହେଉଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ପ୍ରାୟ ୨ଶହ ପୁଲିସ କର୍ମଚାରୀ ପହଂଚିଥିଲେ ଲୋୟର ପିଏମଜିରେ ।

ପ୍ରଥମେ ଆନ୍ଦୋଳନକାରୀ ଏଏନଏମକର୍ମୀଙ୍କୁ ଆନ୍ଦୋଳନସ୍ଥଳ ଛାଡି ଚାଲିଯିବାକୁ ପୁଲିସ କର୍ମୀ ବୁଝାଇଥିଲେ । ହେଲେ ଆନ୍ଦୋଳନକାରୀ କିଛି ନ ଶୁଣିବାରୁ ବଳପୂର୍ବକ ଉଠାଇ ନେଇଛନ୍ତି ପୁଲିସ । ରାଜଧାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ଦିନ ରାତି ୬୨ ଦିନ ହେଲା ଏଏନଏମମାନେ ଧାରଣାରେ ବସିଥିଲେ ।

from Kanak News
via <a href="https://ifttt.com/?

ଦଣ୍ଡ ପାଇଲେ ଅମାନିଆ ! ମହଙ୍ଗା ପଡିଲା ଟ୍ରାଫିକ୍ ନିୟମର ଉଲ୍ଲଙ୍ଘନ । ୨୦ ଦିନରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କଲା ପୋଲିସ୍

କନକ ବ୍ୟୁରୋ: ମୋଟରଯାନ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ନୂଆବର୍ଷରେ  ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ।  ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ଜାନୁଆରୀ ପହିଲାରୁ ୨୧ ଜାନୁଆରୀ ମଧ୍ୟରେ ରାଜ୍ୟରେ ୪ ହଜାର ୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି । ୩ ମାସ ପାଇଁ ଏହି ପଦକ୍ଷେପ ନିଆଯାଇଛି । ମଦପିଇ ଗାଡିଚଳାଇବା, ଦ୍ରୁତଗତି, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେବା, ହେଲମେଟ ନ ପିନ୍ଧିବା ଭଳି ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ସଂପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି ।

ତେବେ ଡିଏଲ ବାତିଲ କରଥିବା ୫ଟି ଆରଟିଓ ମଧ୍ୟରେ ପ୍ରଥମରେ ରହିଛି ଭୁବନେଶ୍ୱର-୦୧ । ଭୁବନେଶ୍ୱର-୨ ଦ୍ୱିତୀୟରେ ଥିବାବେଳେ କଟକ ତୃତୀୟ, ସମ୍ବଲପୁର ଚତୁର୍ଥ ଓ ରାଉରକେଲା ୫ମ ସ୍ଥାନରେ ଅଛି । ଭୁବନେଶ୍ୱର-୧ ଆରଟିଓରେ  ସର୍ବାଧିକ  ୬୫୪ ଡିଏଲକୁ ୩ ମାସ ପାଇଁ ବାତିଲ କରାଯାଇଛି ।

from Kanak News
via <a href="https://ifttt.com/?

ନିୟମ ମାନିଲେନି ବୋଲି…ଚେକିଂ ନାଁରେ କନେଷ୍ଟବଳଙ୍କ ଦାଦାଗିରି: ବିଚ୍ ରାସ୍ତାରେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ମାଡ ମାରି ଫଟାଇଦେଲେ ମୁହଁ

କନକ ବ୍ୟୁରୋ: ବର୍ତ୍ତମାନ ସବୁଆଡେ ପାଳନ ହେଉଛି ସଡକ ସୁରକ୍ଷା ସପ୍ତାହ । ଲୋକମାନଙ୍କୁ ସଚେତନ କରାଯାଉଛି । ହେଲମେଟ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ଉତ୍ସାହିତ କରାଯାଉଛି ଓ ନପିନ୍ଧିଥିବା ଅମାନିଆଙ୍କୁ ସଚେତନ କରିବା ସହ ତାଗିଦ୍ ମଧ୍ୟ କରାଯାଉଛି । ହେଲେ ଖଲ୍ଲିକୋଟରୁ ଆସିଛି ଅଭାବନୀୟ ଚିତ୍ର ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଖଲ୍ଲିକୋଟ୍ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡି ତରଫରୁ ଗାଡି ଚେକିଂ କରାଯାଉଥିବା ବେଳେ କନେଷ୍ଟବଳ ସୁଦର୍ଶନ ଜେନାଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି । ସୁଦର୍ଶନ ଜଣେ ଯୁବକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ଚାପୁଡା ମାରିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏପରିକି ପୋଲିସ ବାବୁଙ୍କ ମାଡରେ ଯୁବକଙ୍କ ମୁହଁ ଫାଟି ଯାଇ ରକ୍ତ ବାହାରିଛି ।

ତେବେ ପ୍ରଶ୍ନ ଉଠୁଛି ଯୁବକ ଜଣଙ୍କ ଯଦି କିଛି ନିୟମ ଭାଙ୍ଗି ଥିଲେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିଥାନ୍ତା । ହେଲେ ସେଭଳି କିଛି ନକରି ବିଚ୍ ରାସ୍ତା ଉପରେ ମାଡ ମାରିବାକୁ ପୋଲିସକୁ ଏହି ଅଧିକାର ଦେଲା କିଏ । ସବୁଠାରୁ ବଡ କଥା ହେଉଛି, ଘଟଣାସ୍ଥଳର ମାତ୍ର କିଛି ଦୂରରେ ଫାଣ୍ଡି ଅଧିକାରୀ ଉପସ୍ଥିତ ରହିଥିଲେ ମଧ୍ୟ କନେଷ୍ଟବଳଙ୍କୁ ରୋକିବା ବଦଳରେ ସମ୍ପୃକ୍ତ ଯୁବକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ।

from Kanak News
via <a href="https://ifttt.com/?

ବିବାଦ ଭିତରେ ଭଲ ଖବର: ସ୍ୱଦେଶୀ ଟିକା ‘କୋଭାକ୍ସିନ’ ସଫଳତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର; ପ୍ରସିଦ୍ଧ ଲାନସେଟ୍ ଜର୍ଣ୍ଣାଲରେ ପ୍ରକାଶ ପାଇଲା ତଥ୍ୟ

କନକ ବ୍ୟୁରୋ: ସ୍ୱଦେଶୀ ଟିକା କୋଭାକ୍ସିନ ଦକ୍ଷତାକୁ ନେଇ ବିବାଦ ଭିତରେ ଆସିଲା ଭଲ ଖବର । ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ଶୁକ୍ରବାର ପ୍ରକାଶ ପାଇଛି ତଥ୍ୟ । ଏଥିରେ କୁହାଯାଇଛି ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି କୋଭାକ୍ସିନ ଟିକା ବେଶ୍ ପ୍ରଭାବୀ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସକ୍ଷମ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡିଛି ଏହି ଟିକାର ସେଭଳି କୌଣସି ପାଶ୍ୱର୍ପ୍ରତିକ୍ରିୟା ନାହିଁ ।

ତେବେ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଦେଖାଯାଇଥିବା ସମସ୍ତ ପାର୍ଶ୍ବପ୍ରତିକ୍ରିୟା ସାମାନ୍ୟ ତଥା ମଧ୍ୟମ ଧରଣର ଥିଲା । ଅଧିକାଂଶ କ୍ଷେତ୍ରରେ ଟିକା ନେଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧିବା କିମ୍ବା ଜ୍ୱର ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିବା ୩୭୫ ଜଣଙ୍କ ମଧ୍ୟରୁ ୨୪ ଜଣଙ୍କ ଦେହରେ ପାର୍ଶ୍ବପ୍ରତିକ୍ରିୟା ଦେଖା ଦେଇଥିଲା । ଟିକା ଦିଆଯାଇଥିବା ଓ ଅନ୍ୟ ଗ୍ରୁପଙ୍କ ଭିତରେ ବିଶେଷ କିଛି ଫରକ ଦେଖିବାକୁ ମିଳିନଥିଲା ।

ଲାନସେଟରେ କୋଭାକ୍ସିନର ସଫଳତା ନେଇ ତଥ୍ୟ ପ୍ରକାଶ ପାଇବା ପରେ ଟିକା ନିର୍ମାତା କମ୍ପାନୀ ପକ୍ଷରୁ କୁହାଯାଇଛି, କୋଭାକ୍ସିନ ହେଉଛି ଭାରତର ପ୍ରଥମ ସ୍ୱଦେଶୀ ଟିକା । ଯାହାର ତଥ୍ୟ ଲାନସେଟରେ ପ୍ରକାଶ ପାଇଛି । ଭାରତୀୟ ଉଦ୍ଭାବନକୁ ଆନ୍ତର୍ଜାତୀୟ ମାନ୍ୟତା ମିଳିଛି । କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲିଥିବାବେଳେ ଏହାକୁ ସମୂହ ଟିକାକରଣ ଅଭିଯାନରେ ସାମିଲ କରାଯିବାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଅନେକ ଲୋକ ।

from Kanak News
via <a href="https://ifttt.com/?

ଆଜି ଆଉ ଜଣେ ମୁକ୍ତି ସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ । ଜୀବନର ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଃଶ୍ୱାସ ଥିବା ଯାଏଁ ବିତାଇଥିଲେ ସେ ବନ୍ଦୀ ଜୀବନ

କନକ ବ୍ୟୁରୋ: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ । ୧୮୦୯ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପୂର୍ବରୁ ସେ ବ୍ରିଟିଶ ସରକାରଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଜୀବନକାଳର ସେ ଅଧା ସମୟ କାରାଗାରରେ କାଟିଥିଲେ । ଶେଷ ନିଶ୍ୱାସ ଯାଏଁ ସେ ବନ୍ଦୀ ଜୀବନ ବିତାଇଥିଲେ ।

ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ। ସମ୍ବଲପୁର ଭୂଖଣ୍ଡରେ ସ୍ପର୍ଧିତ ସ୍ବାଭିମାନର ସ୍ବର ଥିଲେ ସେ। ସିପାହୀ ବିଦ୍ରୋହକୁ ଯଦି ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଉଦ୍ୟମ ବୋଲି କୁହାଯାଏ ତେବେ ନିଶ୍ଚିତ ତାହା ସୁରେନ୍ଦ୍ରଙ୍କ ପ୍ରତି ଅନ୍ୟାୟ ହେବ। କାରଣ ତା’ର ବହୁବର୍ଷ ପୂର୍ବରୁ ସେ ଇଂରେଜ ଶାସନ ଓ ବିଦେଶୀ ସାମ୍ରାଜ୍ୟବାଦ ବିରୋଧରେ ଆରମ୍ଭ କରି ସାରିଥିଲେ ବିଦ୍ରୋହ ଓ ସଶସ୍ତ୍ର ସଂଘର୍ଷ- ‘ଉଲଗୁଲାନ୍‌’। ଇଂରେଜମାନେ ସିପାହୀ ବିଦ୍ରୋହକୁ ବର୍ଷ କେଇଟା ମଧ୍ୟରେ ଦମନ କରିବାରେ ଏକପ୍ରକାର ସଫଳ ହୋଇଥିଲେ। ମାତ୍ର ସମ୍ବଲପୁରରେ ଏହାର ଦୀର୍ଘ ବର୍ଷ ପର ଯାଏ ସଂଗ୍ରାମର ବହ୍ନି ଜଳିଥିଲା। ସୁରେନ୍ଦ୍ର ସାଏ ଓ ତାଙ୍କ ସାଥୀମାନେ ଏହାକୁ ଜଳାଇ ରଖିଥିଲେ। ସେମାନଙ୍କ ନିକଟରେ ସାଧନ ନଥିଲା, ଆଧୁନିକ ଅସ୍ତ୍ରଶସ୍ତ୍ର ନଥିଲା କି ପ୍ରଶିକ୍ଷଣ ବ୍ୟବସ୍ଥା ନଥିଲା।

ତଥାପି ଦୀର୍ଘ ସାତ ବର୍ଷ ଧରି ସେମାନେ ଶକ୍ତିଶାଳୀ ଇଂରେଜ ଫଉଜଙ୍କୁ ନୟାନ୍ତ କରି ରଖିଥିଲେ। ଯେତେବେଳେ ଆକୁମାରୀ ହିମାଚଳ ଦେଶର ସମସ୍ତ ଅଞ୍ଚଳ ଇଂରେଜ ଶାସନାଧୀନ ହୋଇସାରିଥିଲା, ସେତେବେଳେ କେବଳ ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀଙ୍କ ପାଇଁ ସମ୍ବଲପୁର ଥିଲା ବ୍ୟତିକ୍ରମ। ବ୍ରିଟିଶ ସାମ୍ରାଜ୍ୟରେ ପୂର୍ଣ୍ଣରୂପେ ବିଲୀନ ହେବାରେ ସମ୍ବଲପୁର ଥିଲା ଦେଶର ଶେଷ ସ୍ବାଧୀନ ରାଜ୍ୟ। କିନ୍ତୁ ଦୁର୍ଭାଗ୍ୟ। ସୁରେନ୍ଦ୍ର ସାଏ ଓ ସମ୍ବଲପୁର ମାଟିର ଏହି ବଳିଦାନ କାହାଣୀ ଆଜି ବି କେବଳ ସ୍ଥାନୀୟ କିଂବଦନ୍ତୀ ଭଳି ରହିଛି। ଜାତୀୟ ଦୃଶ୍ୟପଟ୍ଟରେ ଝାନ୍‌ସୀ ରାଣୀ, ନାନାସାହେବ ଓ ତାତ୍ୟା ଟୋପେଙ୍କ ପରି ସୁରେନ୍ଦ୍ର ଓ ତାଙ୍କ ସାଥୀ ସହଯୋଗୀଙ୍କୁ ମାନ୍ୟତା କି ସ୍ବୀକୃତି ମିଳିପାରିନି।

from Kanak News
via <a href="https://ifttt.com/?

ଆଧାର ଆଳ ଦେଖାଇ ମାଥିଲିରେ ୮୦ ବର୍ଷିୟା ବୃଦ୍ଧାଙ୍କ ଭତ୍ତା କାଟି ଦେଲେ ପ୍ରଶାସନିକ ବାବୁ : ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଲେ ବିଡିଓ

କନକ ବ୍ୟୁରୋ : ବୟସ ଗଢିଲାଣି । ପାଖକୁ ଆସୁଥିବା ବାର୍ଦ୍ଧକ୍ୟ ଭତ୍ତା ସରକାରୀ ନଥିପତ୍ରରେ ଲେଉଟି ଗଲାଣି । ଆଧାର ଆଳ ଦେଖାଇ ଭତ୍ତା କାଟି ଦେଇଛନ୍ତି ବାବୁ । ମାଲକାନଗିରି ମାଥିଲି ବ୍ଲକ ନୂଆଗୁଡା ଗାଁରୁ ଆସିଛି ବୁଢି ମାଉସୀର ଆଧାର କାହାଣୀ । ନୂଆଗୁଡାର ସୁକ୍ରି ପୂଜାରୀ, ବୟସ ୮୦ ଡେଇଁ ସାରିଛି । ବୟସର ଅପରାହ୍ନରେ ଆଖିକୁ ଦେଖାଯାଉନି କି ପାଖରେ ଆଧାର କାର୍ଡ ନାହିଁ । ତେଣୁ ୩ ବର୍ଷ ହେବ ସୁକ୍ରି ପୂଜାରୀଙ୍କୁ ଭତ୍ତା ମିଳୁନଥିବା ଅଭିଯୋଗ ହୋଇଛି ।

୧୦ ବର୍ଷ ପୂର୍ବରୁ ଶୁକ୍ରିଙ୍କୁ ଭତ୍ତା ଦେଇଥିଲା ପ୍ରଶାସନ । ସେତେବେଳେ ଆଧାର ବାଧ୍ୟତାମୂଳକ ନଥିଲା । ଏବେ ଆଧାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଜଣେ ୮୦ ବର୍ଷିୟା ବୃଦ୍ଧା ଆଧାର କାର୍ଡ କରି ପାରିନାହାନ୍ତି । ଏଭଳି ସ୍ଥିତିରେ ତାଙ୍କ ପାଇଁ ଆଧାରକାର୍ଡ କରାଇ ଦେବା ବଦଳରେ ତାଙ୍କ ଭତ୍ତା କାଟି ଦେଇଛି ପ୍ରଶାସନ । ୧୦ ବର୍ଷ ତଳୁ ଯୋଗ୍ୟ ବିବେଚିତ ଶୁକ୍ରି ପୂଜାରୀ ପାଇଁ କାହିଁକି କଠୋର ହେଲେ ସରକାରୀ ବାବୁ ? ଗତ ଅଗଷ୍ଟରୁ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ କରାଯାଇଥିବା ବେଳେ ୩ ବର୍ଷ ତଳୁ ଭତ୍ତା ଦିଆଯାଇ ନାହିଁ କାହିଁକି?

ମାଥିଲି ବ୍ଲକରେ ୧୩ ହଜାର ୬ଶହ ୮୯ ଜଣ ବାର୍ଦ୍ଧକ୍ୟ ହିତାଧିକାରୀ ରହିଛନ୍ତି । ସେଥିମଧ୍ୟରୁ ୨୭୮ ଜଣ ହିତାଧିକାରୀଙ୍କ ଆଧାର ଥାଇ ବି କୈାଣସି ତ୍ରୁଟି ଯୋଗୁଁ ସଂଯୋଗୀକରଣ ହୋଇପାରୁନାହିଁ । ୪୪୩ ଜଣ ହିତାଧିକାରୀଙ୍କ ପାଖରେ ଆଧାର ନଥାଇବି ଭତ୍ତା ଦିଆଯାଉଛି । ଏଭଳି ସ୍ଥିତିରେ କାହିଁକି ଶୁକ୍ରି ପୂଜାରୀଙ୍କ ଭତ୍ତା କାଟି ଦିଆଗଲା ତାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମାଥିଲି ବିଡିଓ ।

from Kanak News
via <a href="https://ifttt.com/?

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ: ଜନ୍ମସ୍ଥାନ କଟକ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ; ସେପଟେ ନେତାଜୀ ଜୟନ୍ତୀ ଅବସରରେ ପାଳିତ ହେଉଛି ପରାକ୍ରମ ଦିବସ

କନକ ବ୍ୟୁରୋ: ଆଜି ହେଉଛି ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ମହାନାୟକ ତଥା ଓଡିଶାର ଦୁଇ ସୁଯୋଗ୍ୟ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମତିିଥି । ମହାପୁରୁଷଙ୍କ ଜନ୍ମତିଥିରେ ମନେପକାଉଛି ଦେଶ । ୧୮୯୭ ମସିହା ଜାନୁଆରୀ ୨୩ରେ କଟକର ଓଡିଆ ବଜାରରେ ଜନ୍ମ ନେଇଥିଲେ ନେତାଜୀ । ପିଲାଟି ଦିନୁ ସେ ଥିଲେ ମେଧାବୀ ଓ ବୁଦ୍ଧିମାନ । ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ଥିଲେ ସୁବାଷ । କୋଲକାତାରେ ପ୍ରେସିଡେନସିରେ ପଢୁଥିବାବେଳେ ତାଙ୍କ ସଂଗ୍ରାମୀ ଜୀବନର ପରିଚୟ ମିଳିଥିଲା ।

ବିଦେଶରେ ଆତ୍ମଗୋପନ କରି ସେ ଇଂରେଜ ଶାସନ ବିରୋଧରେ ସଂଗ୍ରାମ ଚଳାଇଥିଲେ । ଆଜାଦ୍ ହିନ୍ଦ୍ ଫୌଜ ଗଢି ଦିଲ୍ଲୀ ଚଲ୍ଲୋର ନାରା ଦେଇଥିଲେ । କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ଏବେ ସଂଗ୍ରହାଳୟ ହୋଇଛି । ଏଠାରେ ନେତାଜୀଙ୍କ ଜୀବନ ସହ ଜଡିତ ଇତିହାସକୁ ନେଇ ରହିଛି ଗ୍ୟାଲେରୀ । ଏହାଛଡା ନେତାଜୀଙ୍କ ଜୀବନର ବିଭିନ୍ନ ଘଟଣାକୁ ଚିତ୍ର ଆକାରରେ ଦର୍ଶାଯାଇଛି ।

ସେପଟେ, ନେତାଜୀଙ୍କ ୧୨୫ ତମ ଜୟନ୍ତୀ ଅବସରରେ ଆଜି ପାଳିତ ହେଉଛି ପରାକ୍ରମ ଦିବସ । ଏହି ଅବସରରେ ଏନସିସି ପକ୍ଷରୁ ଏକ ଅଶ୍ୱା ରୋହଣ ଶୋଭାଯାତ୍ରା କରାଯାଉଛି । ଓୟୁଏଟି କ୍ୟାମ୍ପସରୁ ଏହି ଅଶ୍ୱ ଶୋଭାଯାତ୍ରା ବାହାରିଛି । ଏହି କାର୍ଯ୍ୟକ୍ରମରେ ୧୦ଟି ଘୋଡା ସାମିଲ କରାଯାଇଛି । ଲେଫ୍ଟନାଂଟ କର୍ଣ୍ଣେଲ ଏସକେ ମିଶ୍ରଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବାହାରିଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started