ଘନ କୁହୁଡିର ଚାଦରରେ ଘୋଡେଇ ହୋଇ ରହିଛି ଦୈତନଗରୀ: ୧୦ ମିଟର ଦୂରକୁ ଦେଖାଯାଉନି ମୁହଁ; ଗାଡି ଚଳାଚଳ ବାଧାପ୍ରାପ୍ତ

କନକ ବ୍ୟୁରୋ: ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ରାଜଧାନୀ ଦୈତନଗରୀ । କୁହୁଡି ଯୋଗୁଁ ୧୦ ମିଟର ଦୂରରୁ କିଛି ଦେଖାଯାଉ ନାହିଁ । ବର୍ଷା ଭଳି କୁହୁଡି ପଡୁଛି । ରାସ୍ତାରେ ଲୋକମାନେ ଲାଇଟ୍ ଲଗାଇ ଗାଡି ଚଳାଉଥିବା ଦେଖିବାକୁ ମିଳିଛି । କୁହୁଡି ଯୋଗୁଁ ଯାତାୟତ ଏକ ପ୍ରକାର ବାଧାପ୍ରାପ୍ତ ହୋଇଛି । ଗାଡି ଚାଳକମାନେ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ଠିକ୍ ସମୟରେ ପହଁଞ୍ଚିବା ଏକ ପ୍ରକାର ମୁସକିଲ୍ ହୋଇପଡିଛି ।

ସେପଟେ, ‌ ଦକ୍ଷିଣ ଓଡ଼ିଶାର ଉପକୂଳବର୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ଥିଲା। ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୭ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଏହାଛଡ଼ା ରାଜ୍ୟର ଆଉ ଦୁଇଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ ହୋଇଛି।

ଝାରସୁଗୁଡ଼ାଠାରେ ୮.୬ ଡିଗ୍ରି ଓ ଦାରିଂବାଡ଼ିଠାରେ ୧୦ଡିଗ୍ରି ରେକର୍ଡ ହୋଇଛି। ରାତ୍ରି ତାପମାତ୍ରାରେ ଆସନ୍ତା ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଏହା ପରେ ୩ରୁ ୪ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅର୍ଥାତ୍‌ ରାଜ୍ୟରେ ଶୀତର ପ୍ରକୋପ କମିବ।

from Kanak News
via <a href="https://ifttt.com/?

ଦିନକରେ ୭ ଡିଗ୍ରି ଖସିଲା ପାରଦ: ୨୪ରୁ ପୁଣି ବଢ଼ିବ ସର୍ବନିମ୍ନ ତାପମାତ୍ରା; ରାଜ୍ୟରେ କମିବ ଶୀତର ପ୍ରକୋପ

କନକ ବ୍ୟୁରୋ: ଓଡ଼ିଶାର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଅଞ୍ଚଳ‌ରେ ପାରଦ ଆଖିଦୃଶିଆ ଭାବେ ହ୍ରାସ ପାଇଛି। ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି। ବଲାଙ୍ଗୀରରେ ରାତି ତାପମାତ୍ରା ସର୍ବାଧିକ ୭.୪ଡିଗ୍ରି ଖସି ଯାଇଥିବା ବେଳେ ସୋନପୁରଠାରେ ୬.୬ ଡିଗ୍ରି ତଳକୁ ଖସିଛି। ସେହିଭଳି ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୫.୨ଡିଗ୍ରି ଖସିଥିବା ବେଳେ କଟକରେ ୪.୪ ଡିଗ୍ରି ଖସିଛି। ଫଳରେ ପୂରା ରାଜ୍ୟରେ ପୁଣିଥରେ ଶୀତ ଅନୁଭୂତ ହୋଇଛି। ଗତରାତିରୁ ଆରମ୍ଭ ହୋଇଥିବା ଏହି (ତାପମାତ୍ରା କମିବା) ପ୍ରକ୍ରିୟା କିନ୍ତୁ ବେଶିଦିନ ପାଇଁ ନୁହେଁ।

୨୪ ତାରିଖରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପୁଣି ବଢ଼ିବା ଆରମ୍ଭ କରିବ। ୨୪ ପରଠାରୁ ୩ରୁ ୪ଦିନ ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟ ୫ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ପ୍ରକୋପ କମିବ। ବର୍ତ୍ତମାନ ରାଜ୍ୟରେ କୁହୁଡ଼ି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଦକ୍ଷିଣ ଓଡ଼ିଶାର ଉପକୂଳବର୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ଥିଲା। ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୭ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଏହାଛଡ଼ା ରାଜ୍ୟର ଆଉ ଦୁଇଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ ହୋଇଛି। ଝାରସୁଗୁଡ଼ାଠାରେ ୮.୬ ଡିଗ୍ରି ଓ ଦାରିଂବାଡ଼ିଠାରେ ୧୦ଡିଗ୍ରି ରେକର୍ଡ ହୋଇଛି। ରାତ୍ରି ତାପମାତ୍ରାରେ ଆସନ୍ତା ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିନ୍ତୁ ଏହା ପରେ ୩ରୁ ୪ଦିନ ମଧ୍ୟରେ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅର୍ଥାତ୍‌ ରାଜ୍ୟରେ ଶୀତର ପ୍ରକୋପ କମିବ।

from Kanak News
via <a href="https://ifttt.com/?

ଫୋର୍ବସ ତାଲିକାରେ ସାମିଲ ହେଲା ଓଡ଼ିଆ ପୁଅଙ୍କ କମ୍ପାନୀ । ୨୦୨୧ ମସିହାରେ ରଚିପାରେ ଇତିହାସ

କନକ ବ୍ୟୁରୋ: ବିଶ୍ୱର ଜଣାଶୁଣା ପତ୍ରିକା ଫୋର୍ବସରେ ସ୍ଥାନ ପାଇଛି ଓଡ଼ିଆ ସଫ୍ଟୱେୟାର ଇଂଜିନିୟରଙ୍କ କମ୍ପାନୀ | ୨୦୨୧ ମସିହାରେ ବିଶ୍ୱର ଲର୍ଣ୍ଣିଙ୍ଗ ଷ୍ଟାର୍ଟଅପ ତାଲିକାରେ ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ପ୍ରୀତିମାଧବ ପାଢ଼ୀଙ୍କ କମ୍ପାନୀ କଗନିନୋ ସ୍ଥାନ ପାଇଛି | ମାଇକ୍ରୋସଫ୍ଟରେ ୧୨ ବର୍ଷର ଅଭିଜ୍ଞତାକୁ ପାଥେୟ କରି ପ୍ରୀତିମାଧବ ପାଢ଼ୀ ନିଜ କମ୍ପାନୀ କଗନିନୋକୁ ଆରମ୍ଭ କରିଥିଲେ | ଆଉ ବିଶ୍ୱର ସର୍ବଶ୍ରେଷ୍ଠ ଟେକ୍ନୋଲୋଜି କମ୍ପାନୀ ତାଲିକାରେ ଏବେ ପ୍ରୀତିମାଧବଙ୍କ କମ୍ପାନୀ ସ୍ଥାନ ପାଇଛି |

ବର୍ତ୍ତମାନ ଯେଉଁ ସଫ୍ଟୱେୟାର ନିର୍ମାଣ ଚାଲିଛି ଏବେ ନିଜସ୍ୱ ସଫ୍ଟୱେୟାର ଶିଖିପାରିବ | କଗନିନୋ ହେଉଛି ଏକ ଲଣ୍ଡନ ଭିତ୍ତିକ ଷ୍ଟାର୍ଟଅପ୍ ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ କାର୍ଯ୍ୟ କରିଥାଏ  ଅର୍ଥାତ ଏହି ଷ୍ଟାର୍ଟଅପ ନିଜସ୍ୱ ଜ୍ଞାନକୌଶଳରେ ବିଚାର କରିବାର କ୍ଷମତା ରଖିଥାଏ | ସୂଚନା ଥାଉ କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ସାରା ବିଶ୍ୱର ଆମେରିକା ସାନଫ୍ରାନସିସ୍କୋରେ ଅଧିକ ଷ୍ଟାର୍ଟଅପ ନିର୍ମାଣ କରାଯାଉଥିବାବେଳେ ଏହା ପଛକୁ ଲଣ୍ଡନ ରହିଛି | ତୃତୀୟ ସ୍ଥାନରେ ନ୍ୟୁୟର୍କ ରହିଛି  ଆଉ ଫୋର୍ବସର ଆକଳନ ମୁତାବକ ୨୦୨୧ ମସିହାରେ ଏହି ସବୁ ଷ୍ଟାର୍ଟଅପକୁ ବହୁ ସଂଖ୍ୟାରେ ଲୋକ ବ୍ୟବହାର କରିବେ |

from Kanak News
via <a href="https://ifttt.com/?

ରାଜସ୍ଥାନ ଭରତପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ମାମଲା । ପାଞ୍ଚ ମାସ ଭିତରେ ୩୧ ଥର କରୋନା ପଜିଟିଭ୍ ହେଲେ ମହିଳା

କନକ ବ୍ୟୁରୋ: ରାଜସ୍ଥାନର ଭରତପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଗତ ପାଞ୍ଚ ମାସ ଭିତରେ ଜଣେ ମହିଳା ୩୧ ଥର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ ଏହି ମହିଳାଙ୍କ ନାମ ସାରଦା ହୋଇଥିବାବେଳେ ସେପ୍ଟେମ୍ବର ୪, ୨୦୨୦ରେ ପ୍ରଥମ ଥର ପାଇଁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଆଉ ସେତେବେଳେ ତାଙ୍କର କରୋନା ପଜିଟିଭ ଆସିଥିଲା | ସେପ୍ଟେମ୍ବର ମାସ ପରେ ଆଜି ପର୍ଯ୍ୟନ୍ତ ସାରଦାଙ୍କର ୩୧ ଥର କରୋନା ପରୀକ୍ଷା କରାଯାଇଛି | ଆଉ ଆଶ୍ଚର୍ଯ୍ୟର କଥା ୩୧ ଥର ରିପୋର୍ଟ ପଜିଟିଭ ଆସିଛି | ବାରମ୍ବାର ପଜିଟିଭ ରିପୋର୍ଟ ଆସିଥିବାରୁ ତାଙ୍କୁ ବାରମ୍ବାର କ୍ଵାରେଣ୍ଟିନରେ ରଖିବାକୁ ପଡୁଛି |

ତେବେ ସାରଦା ଭରତପୁରର ଏକ ଆଶ୍ରମରେ ରହୁଥିବାବେଳେ ସେଠାରେ ଶତାଧିକ ଲୋକ ରହୁଛନ୍ତି | ତେଣୁ ସାରଦାଙ୍କ ଯୋଗୁଁ ଯେଭଳି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି | ସାରଦାଙ୍କ ପାଇଁ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା କରାଯାଇଥିବାବେଳେ ବାରମ୍ବାର ପଜିଟିଭ ରିପୋର୍ଟ ଆସିବା ଏବେ ଚିନ୍ତାର କାରଣ ପାଲଟିଛି | ୫ ମାସରେ ୩୧ ଥର ରିପୋର୍ଟ ପଜିଟିଭ ଆସିଥିବାରୁ ଏବେ ସାରଦାଙ୍କୁ ଉନ୍ନତମାନର ଚିକିତ୍ସା ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି | ଏଥିପାଇଁ ତାଙ୍କୁ ଭରତପୁରରୁ ଜୟପୁର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି |

from Kanak News
via <a href="https://ifttt.com/?

ମୋବାଇଲ୍ ରିଚାର୍ଜ ନାଁ’ରେ ଠକେଇ, କଟକ ୪୨ ମୌଜାରୁ ଆସିଲା ସଙ୍ଗୀନ ଅଭିଯୋଗ

କନକ ବ୍ୟୁରୋ: ୯୯୯ ଟଙ୍କା ରିଚାର୍ଜ କର । ବର୍ଷକ ପାଇଁ ଅନଲିମିଟେଡ୍ କଲ ସହ ଦିନକୁ ୨ ଜିବି ଡାଟା ପାଅ । ଏମିତି ଏକ ଲୋଭନୀୟ ଅଫରର ଶିକାର ହୋଇଛନ୍ତି ରାଜ୍ୟର ହଜାର ହଜାର ଗ୍ରାହକ । ଅଭିଯୋଗ ହୋଇଛି ଯେ, କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏକ ସଂସ୍ଥା ଏଭଳି ଅଫର ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି ।

  • ଠକାମୀର ନୂଆ ଫର୍ମୁଲା
  • ୯୯୯ ଟଙ୍କାରେ ମୋବାଇଲ୍ ରିଚାର୍ଜ କର
  • ବର୍ଷକ ପାଇଁ ଅନଲିମିଟେଡ୍ କଲ୍ ସହ ଦୈନିକ ୨ ଜିବି ଡାଟା

ଏମିତି ଏକ ଲୋଭନୀୟ ଅଫର୍ର ଜାଲରେ ପଡିଛନ୍ତି ରାଜ୍ୟର ହଜାର ହଜାର ଲୋକ । ମାତ୍ର ଦୁଇ-ତିନି ମାସ ପରେ ମାସିକ ରିଚାର୍ଜ ବନ୍ଦ ହୋଇଯିବାରୁ ବଡ଼ ଧରଣର ଠକାମୀ ପଦାକୁ ଆସିଛି । କଟକ ୪୨ ମୌଜାର “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନାମକ ଏକ ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିଛି । ଲୋକଙ୍କଠାରୁ “ସାଙ୍ଗଭି ଏଂଟରପ୍ରାଇଜର୍ସ’ ୯୯୯ ଟଙ୍କା ନେଇଛି ଏବଂ ପ୍ରତି ମାସରେ ୨୪୯ ଟଙ୍କା ଲେଖାଁଏ ୧୨ ଥର ରିଚାର୍ଜ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଅର୍ଥାତ୍ ପାଖାପାଖି ୩ ହଜାର ଟଙ୍କାର ମୋବାଇଲ୍ ରିଚାର୍ଜକୁ ମାତ୍ର ୯୯୯ ଟଙ୍କାରେ ଦେବ ବୋଲି ପ୍ରତିଶ୍ରୁତି ଦେଇଛି ଏହି ସଂସ୍ଥା । ଏପରିକି ଦୈନିକ ଜିଓର ୨ ଜିବି ଡାଟା କିମ୍ବା ଏୟାରଟେଲର ଦେଢ଼ ଜିବି ଡାଟା ଦିଆଯିବ ବୋଲି କୁହାଯାଇଛି । ସେପଟେ ସଂସ୍ଥାର ମୁଖ୍ୟ ପରିଚାଳକ ବିପ୍ର ଚରଣ ସ୍ୱାଇଁ କହିଛନ୍ତି- ସର୍ଭର ଡାଉନ୍ ଯୋଗୁଁ ରିଚାର୍ଜ ହେଉନି । ଧୀରେ ଧୀରେ ସବୁ କିଛି ଠିକ୍ ହୋଇଯିବ ।

ଗୋଟିଏ ପଟେ ଲୋକେ ଠକାମୀରେ ପଡୁଥିବା ଅଭିଯୋଗ ହେଉଛି, ଅନ୍ୟପଟେ “ସାଙ୍ଗଭି ଏଂଟରପ୍ରାଇଜର୍ସ’ ନୂଆ ନୂଆ ଗ୍ରାହକଙ୍କୁ ପ୍ରଲୋଭିତ କରିଚାଲିଛି । ତେବେ ସବୁଠୁ ବଡ଼ କଥା ହେଉଛି, ଶସ୍ତା ଅଫର ଯୋଗୁଁ ବାରମ୍ବାର ଲୋକ ବିଭିନ୍ନ ଠକାମୀରେ ପଡୁଥିବା ବେଳେ ପୁଣିଥରେ ରାଜ୍ୟବ୍ୟାପୀ ହଜାର ହଜାର ଲୋକ ଏପରି ଠକେଇର ଶିକାର ହେବା ଆଶ୍ଚର୍ଯ୍ୟ କରୁଛି।

from Kanak News
via <a href="https://ifttt.com/?

ବଜାରରେ ବୁଲୁଛି ନକଲି ସାମଗ୍ରୀ । ସଚେତନ ନହେଲେ ଆପଣ ବି ଠକିଯିବେ

କନକ ବ୍ୟୁରୋ: ଅସଲି ରୂପରେ ବଜାରରେ ବୁଲୁଛି ନକଲି ସାମଗ୍ରୀ । ନାମୀଦାମୀ ବ୍ରାଣ୍ଡର ପ୍ୟାକେଟରେ ବିକ୍ରି ହେଉଛି ନକଲି ଖାଦ୍ୟ ପଦାର୍ଥ । ଗତ କିଛି ଦିନ ହେଲା କଟକ, ଜଗତପୁର, ସମ୍ବଲପୁର, ଭୁବନେଶ୍ୱର ଉପକଣ୍ଠ ପାହାଳ ଓ ବ୍ରହ୍ମପୁର ଅଂଚଳରୁ ନକଲି ସାମଗ୍ରୀ ଜବତ ହେବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି । ସ୍ଥିତି ଏପରି ହେଲାଣି ଅସଲି କେଉଁଟା, ନକଲି କେଉଁଟା ତାହା ନ ଜାଣିଲେ ଠକି ଯିବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ଅସଲି ସାମଗ୍ରୀ ଓ ଖାଦ୍ୟ ପଦାର୍ଥକୁ ଚିହ୍ନିବେ କିପରି?
– ଲୁଣରେ ଲେମ୍ବୁ ଚିପୁଡିଲେ, ତାହା ଇଷତ ବାଇଗଣୀ ରଙ୍ଗ ଦେଖାନଗଲେ ନକଲି
– ଗୋଲମରିଚକୁ ମଦରେ ପକାଇଲେ, ଅପମିଶ୍ରିତ ସାମଗ୍ରୀ ଉପରେ ଭାସିବ
– ହଳଦୀ ଗୁଣ୍ଡକୁ ପାଣିରେ ପକାଇଲେ, ଯାହା ତଳକୁ ବସିଯିବ ତାହା ନକଲି
– ଜିରାକୁ ହାତରେ ମକଚିଲେ ବାସ୍ନା ହେବ, ବାସ୍ନା ନହେଲେ ନକଲି
– ଧନିଆ ଗୁଣ୍ଡକୁ ପାଣିରେ ପକାଇଲେ ମିଶିଯିବ, ଅପମିଶ୍ରଣ ଜିନିଷ ପାଣିରେ ଭାସିବ
– ଡାଲିକୁ ରଙ୍ଗ କରିବା ପାଇଁ କେମିକାଲ ବ୍ୟବହାର ହେଉଛି, ଡାଲିକୁ ୧୫ ମିନିଟ ଗରମ ପାଣିରେ ବତୁରାଇଲେ କେମିକାଲ ବାହାରିଯିବ

ଏହା ସତ ଯେ ଆମେ ବଜାରକୁ ଯେତେବେଳେ ସାମଗ୍ରୀ କିଣିବାକୁ ଯାଉଛୁ, ସେତେ ବେଳେ ଏମିତି ପରୀକ୍ଷା କରିବା ସମ୍ଭବ ନୁହେଁ । ଏଭଳି ନକଲି କାରବାରକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପର ଆବଶ୍ୟକତା ରହିଛି ଏବଂ ଯେଉଁ ବ୍ୟବସାୟୀମାନେ ଏହି କାରବାର କରୁଛନ୍ତି, ସେମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯିବା ଦରକାର ।

from Kanak News
via <a href="https://ifttt.com/?

ଧାନ କିଣାକୁ ନେଇ ହଙ୍ଗାମା । ୭୨ ଘଣ୍ଟାର ମହଲତ ଦେଲା ବିଜେପି

କନକ ବ୍ୟୁରୋ: ମଣ୍ଡିରେ ଧାନ ଉଠାଣକୁ ନେଇ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିବା ବିଜେପି ନେତା ଓ କର୍ମୀ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ଆଜି ପୁଣି ପୁଲିସ ସହ ଠେଲାପେଲା ହୋଇଥିଲା । ଏହାପରେ ବରିଷ୍ଠ ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ୯ ଜଣିଆ ପ୍ରତିନିଧି ଦଳ ଆରଡିସି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ରାଜ୍ୟ ସରକାରଙ୍କୁ ୩ ଦିନର ମହଲତ ଦେଇଛି ବିଜେପି । ଅନ୍ୟ ସମସ୍ୟାର ସମାଧାନ ସହ ମଣ୍ଡିରୁ ଧାନ ନଉଠିଲେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛି ଦଳ ।

ବିଜେପିର ହଙ୍ଗାମା ପରେ ପ୍ରେସମିଟ କରି ଜବାବ ଦେଇଛି ବିଜେଡି । ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଚଳିତ ବର୍ଷ ରାଜ୍ୟରେ ବମ୍ପର କ୍ରପ ହୋଇଥିବା ବେଳେ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି । ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରୁ ଦୃଷ୍ଟି ହଟାଇବା ପାଇଁ ଓଡିଶାରେ ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଅଭିଯୋଗ କରିଛି ବିଜେଡି ।

ସେପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ରରେ ଶାସନରେ ଥିବା ଦଳ ଆନ୍ଦୋଳନ କରିବା ହାସ୍ୟାସ୍ପଦ ।
ମଣ୍ଡିରୁ ଧାନ ଉଠିବା ଦାବିରେ ଗୁରୁବାର ଦିନ ଆରଡିସି ଅଫିସ ଘେରାଉ କରିଥିଲେ ପଶ୍ଚିମ ଓଡ଼ିଶାର ବିଜେପି ସାଂସଦ ଓ ବିଧାୟକଙ୍କ ସମେତ ଦଳୀୟ ନେତା ଓ କର୍ମୀ । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସହ ୩ ଜଣ ସାଂସଦ ଓ ୭ ଜଣ ବିଧାୟକଙ୍କୁ ଗିରଫ କରିଥିଲା ପୋଲିସ । ଅପରାହ୍ଣରେ ସେମାନଙ୍କୁ ଛାଡି ଦିଆଯାଇଥିବା ବେଳେ ସମସ୍ୟାର ସମାଧାନ ନହେଲେ ଥାନାରୁ ବାହାରିବାକୁ ମନା କରି ଦେଇଥିଲେ ବିଜେପି ନେତା । ଏହାକୁ ନେଇ ସରଗରମ ହୋଇଥିଲା ରାଜନୀତି । ଆଜି ଆରଡିସିଙ୍କ ସହ ଆଲୋଚନା ପରେ ସରକାରଙ୍କୁ ୭୨ ଘଂଟାର ମହଲତ ଦେଇଛି ବିଜେପି ।

from Kanak News
via <a href="https://ifttt.com/?

ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ସୁରକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡର ନିଷ୍ପତି

କନକ ବ୍ୟୁରୋ: କରୋନା କାଳରେ ପିଲାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ମାଧ୍ୟମିକ ଶିକ୍ଷା ବୋର୍ଡ । ତେଣୁ ନିଜ ନିଜ ସ୍କୁଲରେ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରିବା ପାଇଁ ନିଷ୍ପତି ନିଆଯାଇଛି । ତେବେ ପରୀକ୍ଷା ପରିଚାଳନା କରିବା ପାଇଁ ଅନ୍ୟ ସ୍କୁଲରୁ ଶିକ୍ଷକ ଆସିବେ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । କୋଭିଡ୍ ନିୟମ ଭିତରେ ଏଥର ପରୀକ୍ଷା ପରିଚାଳନା କରାଯିବ ବୋଲି କୁହାଯାଇଛିା
ପ୍ରଶ୍ନପତ୍ର ଶୈଳୀରେ ହୋଇଛି ପରିବର୍ତ୍ତନ
୮୦ ମାର୍କ ପରୀକ୍ଷା ଦେବେ ପରୀକ୍ଷାର୍ଥୀ
ଏଥର ମୋଟ ୧୦୦ ନମ୍ବର ମଧ୍ୟରୁ ୮୦ ନମ୍ବର ଲିଖିତ ପରୀକ୍ଷା ପିଲାମାନେ ଦେବେ ଏବଂ ଅବଶିଷ୍ଟ ୨୦ ନମ୍ବର ହାରାହାରି ମାର୍କ ଭାବେ ହିସାବ କରି ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିଥିଲା ଗଣଶିକ୍ଷା ବିଭାଗ । ଏବେ ନଜର ପକାଇବା କେମିତି ରହିବ ପ୍ରଶ୍ନପତ୍ରର ନମ୍ବର ବିଭାଜନ । ପ୍ରତି ବିଷୟ ପାଇଁ ୫୦ଟି ବହୁ ବିକଳ୍ପ ପ୍ରଶ୍ନ ବା ମଲ୍ଟିପଲ ଚଏସ କୋଶ୍ଚିନ ରହିବ । ଏଥି ପାଇଁ ୫୦ ନମ୍ବର ରହିଥିବା ବେଳେ ଅବଶିଷ୍ଟ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ରହିବ ।

କରୋନା କଟକଣା ଯୋଗୁଁ ପିଲାଙ୍କ ପାଠପଢା ପ୍ରଭାବିତ ହୋଇଥିବା ବେଳେ ମୂଳ ସିଲାବସରୁ ୩୦ ପ୍ରତିଶତ ପାଠ୍ୟକ୍ରମକୁ କମାଇ ଦିଆଯାଇଛି । ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପ୍ରସ୍ତୁତି ସହାୟତା ପାଇଁ ପରୀକ୍ଷା ଦର୍ପଣ ପୁସ୍ତିକା ବଂଟନ କରିବା ପାଇଁ ଗଣଶିକ୍ଷା ବିଭାଗ ଘୋଷଣା କରିଛି।

from Kanak News
via <a href="https://ifttt.com/?

ମାଲକାନଗିରି ଓ କାଲିିମେଳାରେ ତେଲ ଦର ଆକାଶ ଛୁଆଁ । ପେଟ୍ରୋଲ ଲିଟର ପିଛା ଦାମ ୯୧ ‘ଟଙ୍କା ଉପରେ । ଡିଜେଲ ଦାମ ବି ୮୭ ଟଙ୍କା ପାର୍

କନକ ବ୍ୟୁରୋ: ମାଲକାନଗିରିରେ ରେକର୍ଡ କରିଛି ତେଲ ଦର । ପେଟ୍ରୋଲ ଲିଟରପିଛା ୯୧ ଟଙ୍କା ଅତିକ୍ରମ କରିଥିବାବେଳେ ଡିଜେଲ ବି ଲିଟର ପିଛା ୮୭ ଟଙ୍କା ପାର କରିଛି । ସେହିଭଳି କାଲିିମେଳାରେ ବି ପେଟ୍ରୋଲ ଲିଟର ପିଛା ଦାମ ରହିଛି ପାଖାପାଖି ୯୨ ଟଙ୍କା ।

କାଲିମେଳାରେ ଗତ ଦୁଇଦିନ ହେଲା ପେଟ୍ରେଲ ପମ୍ପ ଖୋଲୁନଥିବାରୁ ଲୋକେ ହଇରାଣର ସମ୍ମୁଖୀନ ହୋଇଛନ୍ତି । ପରିବହନ ଖର୍ଚ୍ଚର୍ ଓ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଯୋଗୁଁ ମାଲକାନଗିରି ଓ କାଲିମେଳାରେ ତେଲଦର ରାଜ୍ୟର ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ରହୁଛି । ଗତ କିଛି ଦିନ ମଧ୍ୟରେ ତୁଳନାତ୍ମକ ଭାବେ ଦେଖିଲେ ଉଭୟ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢିବାରେ ଲାଗିଛି । ମାଲକାନଗିରିରେ ପେଟ୍ରୋଲ ଦର ଗତ ୧୭ ତାରିଖରେ ୯୦ ଟଙ୍କା ୪୦ ପଇସା ଥିବାବେଳେ ଡିଜେଲ ଲିଟର ଥିଲା ୮୬ ଟଙ୍କା ୪୬ ପଇସା ଆଉ ଆଜି ମାଲକାନଗିରିରେ ପେଟ୍ରୋଲ ୯୧ ଟଙ୍କା ୧୬ ପଇସା ଥିବାବେଳେ ଡିଜେଲ ଅଛି ୮୭ ଟଙ୍କା ୨୮ ପଇସା ।

from Kanak News
via <a href="https://ifttt.com/?

ବର୍ଡର-ଗାଭାସ୍କର ଟ୍ରଫି ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ । ଦଳକୁ ପ୍ରଂଶସା କଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇଂଜମାମ୍-ଉଲ୍-ହକ୍ 

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟ ଏବେ ବି ଚର୍ଚ୍ଚାରେ ରହିଛି । ଏହି ବିଜୟ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ଇଂଜମାମ-ଉଲ-ହକ ୩ଜଣ ବ୍ୟକ୍ତିଙ୍କୁ ଶ୍ରେୟ ଦେଇଛନ୍ତି । ଇଂଜାମାମ ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଭାରତର ବିଜୟର ପ୍ରଶଂସା କରିଛନ୍ତି । ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇବା ବଡ କଥା ଏବଂ ଯେଉଁ ସମୟରେ ଦଳରେ ବରିଷ୍ଠ ଖେଳାଳି ନାହାନ୍ତି ସେପରି ସମୟରେ ବିଜୟର ଶ୍ରେୟ କୋଚ୍ ରବି ଶାସ୍ତ୍ରୀ, କ୍ୟାପଟେନ ବିରାଟ କୋହଲି ଓ ରାହୁଲ ଦ୍ରାବିଡଙ୍କୁ ଦେଇଛନ୍ତି ।

ଭାରତୀୟ କ୍ରିକେଟରେ ଦ୍ରାବିଡଙ୍କ ଭୂମିକାକୁ ପ୍ରଶଂସା କରିବା ସହ ଖେଳାଳିଙ୍କୁ ମାନସିକ ସ୍ତରରେ ମଜଭୁତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି  ଇଂଜାମାମ । ରାହୁଲ ଦ୍ରାବିଡ ୨୦୧୬ରୁ ୨୦୧୯ ଯାଏଁ ୪ ବର୍ଷ ପର୍ଯ୍ୟନ୍ତ ଭାରତୀୟ ‘ଏ’ ଟିମ ଓ ଅଣ୍ଡର ୧୯ ଟିମକୁ କୋଚିଂ ଦେଉଥିଲେ । ପ୍ରାୟ ୩୨ ବର୍ଷ ପରେ ଗାବାରେ ମ୍ୟାଚ୍ ଜିତି ଭାରତ ଐତିହାସିକ ସଫଳତା ହାସଲ କରିବା ପରେ ଭାରତୀୟ ଦଳକୁ ନେଇ କେବଳ ଭାରତ ନୁହଁ ବିଶ୍ୱ କ୍ରିକେଟ୍ ମଧ୍ୟ ପ୍ରଶଂସା କରୁଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started