ନେତାଜୀ ଜୟନ୍ତୀକୁ ନେଇ ମୋଦୀ-ମମତା ମୁହାଁମୁହିଁ । ପରାକ୍ରମ ଦିବସ ପାଳିବନି ପଶ୍ଚିମବଙ୍ଗ । ଦେଶନାୟକ ଦିବସ ପାଳିବାକୁ ମମତାଙ୍କ ଘୋଷଣା

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମମତା ବନାମ ମୋଦୀ । ନେତାଜୀଙ୍କ ଜୟନ୍ତୀଙ୍କୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର । ଜାନୁଆରୀ ୨୩ ତାରିଖରେ ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏହି ଦିନକୁ ପଶ୍ଚିମବଙ୍ଗରେ ଦେଶନାୟକ ଦିବସ ଭାବେ ପାଳନ କରିବାକୁ ମମତା ବାନାର୍ଜୀ ଘୋଷଣା କରିଛନ୍ତି ।

ଶନିବାର ଦିନ ଦେଶରେ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳନ ହେବ । ଏହି ଦିନ ମମତା ବାନାର୍ଜୀ ଏକ ଶୋଭାଯାତ୍ରାରେ ବାହାରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ । ଏପଟେ ଶନିବାର ପଶ୍ଚିମବଙ୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେପଟେ ତାଙ୍କ ଗସ୍ତ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ଅଭିଭାଷଣ ରଖିବାକୁ ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ସୁବାଷ ବୋଷଙ୍କ ଜୟନ୍ତୀ ପାଳନ କରିବାକୁ ପହଂଚିବେ ମୋଦୀ ।

ଶୁଭେନ୍ଦୁ ଅଧିକାରୀଙ୍କ ସମେତ ତୃଣମୂଳ କଂଗ୍ରେସର କିଛି ବଡ ନେତା ଦଳ ଛାଡିବା ଟିଏମସିର ଚିନ୍ତା ବଢାଇ ଦେଇଛି । ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗ ଦିଘାରେ ବିରାଟ ରାଲି କରିଛନ୍ତି ଶୁଭେନ୍ଦୁ ଅଧିକାରୀ । ସେପଟେ ରାଜ୍ୟର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜି ମଧ୍ୟ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଲଗାତର ଭାବେ ଦଳୀୟ ବୈଠକରେ ଅନୁପସ୍ଥିତ ରହିବା ପରେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି ରାଜୀବ । ଯାହା ତୃଣମୂଳ କଂଗ୍ରେସର ଚିନ୍ତା ବଢାଇ ଦେଇଛି ।

ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ରାଜ୍ୟରେ ମୁହାଁମୁହିଁ ହୋଇଛନ୍ତି ମମତାଙ୍କ ତୃଣମୂଳ କଂଗ୍ରେସ ଓ ବିଜେପି । ବିଜେପି, ମମତାଙ୍କୁ ହରାଇ ରାଜ୍ୟରେ କ୍ଷମତାସୀନ ହେବାକୁ ଲକ୍ଷ୍ୟ ରଖିଛି । ଜେ.ପି. ନଡ୍ଡା ଓ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବିଜେପିର କେନ୍ଦ୍ରୀୟ ନେତା ପଶ୍ଚିମବଙ୍ଗକୁ ଘନ ଘନ ଯାତ୍ରା କରୁଛନ୍ତି ।

from Kanak News
via <a href="https://ifttt.com/?

ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ପଠାଯାଇଛି ଟିକା 

କନକ ବ୍ୟୁରୋ: ବିଦେଶକୁ କରୋନା ଟିକା ରପ୍ତାନୀ କଲା ଭାରତ । ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ବ୍ୟବସାୟିକ ଭିତ୍ତିରେ କରୋନା ଟିକା ପଠା ଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଦ୍ୱାରା ଭାରତର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କୋଭିସିଲ୍ଡ କରୋନା ଟିକା ଅନ୍ୟ ଦେଶକୁ ପଠାଯାଉଛି । ବିଶ୍ୱର ସର୍ବାଧିକ ଟିକା ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟକୁ ଏହି କୋଭିସିଲ୍ଡ ଟିକା ଯୋଗାଇବା ପାଇଁ ବିଭିନ୍ନ ଦେଶରୁ କାର୍ଯ୍ୟାଦେଶ ମିଳିଛି ।

ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିଆଁମାରକୁ ଟିକା ପଠାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ମଧ୍ୟ ଭାରତରେ ନିର୍ମିତ ଟିକା ପଠାଯିବାର ଅଛି । ଏନେଇ ସୂଚନା ଦେଇଛନ୍ତି ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ।

ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଭୂଟାନ, ମାଳଦ୍ୱୀପ, ବାଂଲାଦେଶ ଓ ନେପାଳକୁ ମାଗଣା କରୋନା ଟିକା ପଠାଇଛି ଭାରତ । ସାରା ବିଶ୍ୱରେ କରୋନା ମହାମାରୀ ବିରୋଧି ଲଢେଇରେ  ଭାରତରେ ନିର୍ମିତ ଟିକାର ବ୍ୟବହାର କରାଯିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ନଜରରେ ରଖି ପଡୋଶୀ ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗଇ ଦିଆଯାଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ସେରମ୍ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ ଘଟଣା । ପ୍ରଭାବିତ ହେବନି ଟିକା ଉତ୍ପାଦନ । ସୂଚନା ଦେଲେ ସିଇଓ ଆଦର ପୁନାୱାଲା

କନକ ବ୍ୟୁରୋ: ସେରମ ଇନଷ୍ଟିଚ୍ୟୁଟରେ ହୋଇଥିବା ଅଗ୍ନିକାଣ୍ଡ ଦ୍ୱାରା ପ୍ରଭାବିତ ହେବନି କୋଭିସିଲ୍ଡ ଟିକା ଉତ୍ପାଦନ । ଏନେଇ ସୂଚନା ଦେଇଛନ୍ତି ସେରମ୍ ମୁଖ୍ୟ ଅଦାର ପୁନାୱାଲା । ସେ କହିଛନ୍ତି ଯେ, ନିଆଁ ଲାଗିଥିବା ଯୋଗୁଁ କମ୍ପାନୀକୁ ଆର୍ଥିକ କ୍ଷତି ହୋଇଥିଲେ ମଧ୍ୟ କୋଭିସିଲ୍ଡ ଟିକା ଉତ୍ପାଦନରେ ଏହାର କୌଣସି ପ୍ରଭାବ ପଡିବନି ।

ଗୁରୁବାର ଦିନ ଟିକା ପ୍ରସ୍ତୁତ କରୁଥିବା ପୁଣେର  ସିରମ ଇନଷ୍ଟିଚ୍ୟୁଟର ନୂଆ ପ୍ଲାଂଟରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଇନଷ୍ଟିଚ୍ୟୁଟର ୫ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ । ପ୍ଲାଂଟ ଭିତରେ ଏମାନେ ନିର୍ମାଣଧୀନ ଅଟ୍ଟାଳିକାରେ କାମ କରୁଥିଲେ । ଦୁର୍ଘଟଣାସ୍ଥଳରୁ  ୭ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ଇନଷ୍ଟିଚ୍ୟୁଟର ନୂଆ ଫ୍ଲାଟରେ ଗୁରୁବାର ଦିନ ପ୍ରାୟ ୨ଟା ୩୦ରେ ନିଆଁ ଲାଗିଥିଲା । ତେବେ ଟିକା ପ୍ରସ୍ତୁତ ହେଉଥିବା ପ୍ଲାଂଟରେ ନିଆଁ ଲାଗିନଥିଲା । ଏହାର ଦେଢ କିଲୋମିଟର  ଦୂରରେ ଥିବା ନୂଆ ପ୍ଲାଂଟରେ  ନିଆଁ ଲାଗିଥିଲା । ପ୍ରାୟ ୩ ଶହ କୋଟି ଟଙ୍କାରେ ସେରମର ଏହି ନୂଆ ପ୍ଲାଂଟ ନିର୍ମାଣ  ହୋଇଥିଲା । ଏଠାରୁ  ଟିକା ଉତ୍ପାଦନ କରାଯିବାର ଲକ୍ଷ୍ୟ ଥିଲା । ଗତବର୍ଷ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ପ୍ଲାଂଟକୁ ଉଦଘାଟନ କରିଥିଲେ । କିନ୍ତୁ ବର୍ତମାନ ସୁଦ୍ଧା ଏଠାରୁ ଉତ୍ପାଦନ ଆରମ୍ଭ ହୋଇନଥିଲା । ପାଂଚ ମହଲା ବିଶିଷ୍ଟ ଏହି ପ୍ଲାଂଟରୁ ଅଳ୍ପଦିନ ମଧ୍ୟରେ ଟିକା ଉତ୍ପାଦନ ହେବାର ଥିଲା ।  ଅଗ୍ନିକାଣ୍ଡର  ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ସହଜ ହେଉନି ଜଗା ଦର୍ଶନ । ସିଂହଦ୍ୱାରରେ ପହଞ୍ଚିବା ପାଇଁ ଚାଲିବାକୁ ପଡୁଛି ଦୁଇ କିଲୋମିଟର ବାଟ । ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ।

କନକ ବ୍ୟୁରୋ : ଗୁରୁବାର ଠାରୁ ବିନା କୋଭିଡ୍ ରିପୋର୍ଟରେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି, ଭକ୍ତଙ୍କ ମହଲରେ ଖୁସି ଆଣିଥିଲା, କିନ୍ତୁ ବଡଦାଣ୍ଡରେ ପହଞ୍ଚିବା ପରେ, ସମସ୍ତଙ୍କ ଚିନ୍ତା ବଢିଯାଇଥିଲା । କାରଣ, ସିଂହଦ୍ୱାରକୁ ପହଞ୍ଚିବା ପାଇଁ ଆପଣଙ୍କୁ ୨ କିଲୋମିଟର ବାଟ ଚାଲିବାକୁ ପଡିବ । ଦର୍ଶନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ବ୍ୟବସ୍ଥା ଏତେ ବଡ ଅସୁବିଧା ହୋଇଯିବ ବୋଲି, କେହି ହୁଏତ ଭାବି ନଥିବେ । କାରଣ, ଅନେକ ବୟସ୍କ ଲୋକ ଠାକୁର ଦର୍ଶନ ପାଇଁ ଆସୁଛନ୍ତି । ଜଣେ ବୃଦ୍ଧାଙ୍କୁ ତାଙ୍କ ପରିବାର ଲୋକ ଟେକି ଟେକି ନେଉଥିବାର ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇଥିଲା ।

ପ୍ରାୟ ୯ ମାସ ପରେ ଶ୍ରୀମନ୍ଦିର ଖୋଲିଲା, ଆଉ ଏବେ ବିନା କୋଭିଡ ରିପୋର୍ଟରେ ବି ଯାଇ ଆପଣ ଠାକୁରଙ୍କୁ ଦର୍ଶନ କରିପାରିବେ । ଏହି ଖବର ଯେତିକି ଖୁସି ଆଣିଥିଲା, ବଡଦାଣ୍ଡରେ ପହଞ୍ଚିବା ପରେ ସେତିକି ଚିନ୍ତାରେ ପକାଇଦେଲା ।

ଶ୍ରୀମନ୍ଦିର ଭିତରକୁ ପ୍ରବେଶ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ କରୋନାକୁ ଆଖି ଆଗରେ ରଖି ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ କରାଯାଇଛି । କିନ୍ତୁ ଏହି ବ୍ୟାରିକେଡ୍ ଏମିତି ହୋଇଛି, ଯାହା ଭକ୍ତ ଓ ତାଙ୍କ ପରିବାରବର୍ଗଙ୍କୁ ଡରାଇଦେଇଛି । କାରଣ ସିଂହଦ୍ୱାରରେ ପହଞ୍ଚିବା ପାଇଁ ତାଙ୍କୁ ଅତିକମରେ ଦୁଇ କିଲୋମିଟର ଚାଲିବାକୁ ପଡିବ ।

ଜଗନ୍ନାଥଧାମ ପୁରୀକୁ ବହୁ ସଂଖ୍ୟାରେ ବୃଦ୍ଧ ଓ ବୃଦ୍ଧା ଠାକୁରଙ୍କୁ ଦର୍ଶନ କରିବାକୁ ଆସନ୍ତି । ପ୍ରତି ଓଡିଆଙ୍କ ଭିତରେ ବିଶ୍ୱାସ ବି ଥାଏ, ମୃତ୍ୟୁ ପୂର୍ବର୍ରୁ ଥରୁଟିଏ ହେଲେ ବି ଜଗା ଦର୍ଶନ କରିବେ । କିନ୍ତୁ ଜଗା ଯାଏଁ ପହଞ୍ଚିବା ପାଇଁ ଆଗ ଆପଣଙ୍କୁ ପ୍ରଶାସନର ପୁଳାଏ କଟକଣା ଦେଇ ଆଗେଇବାକୁ ପଡିବ ।

from Kanak News
via <a href="https://ifttt.com/?

ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର । ମାମଲା ଦାୟର କଲେ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍

କନକ ବ୍ୟୁରୋ: ବିଜେପି ମୁଖପାତ୍ର ଡ. ସମ୍ବିତ ପାତ୍ରଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର । ପରୀ ମାମଲାରେ ଅରୁଚିକର ଓ ଅଶାଳୀନ ଆରୋପର ପ୍ରତିବାଦ କରି ମାମଲା ଦାୟର କଲେ କଂଗ୍ରେସ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ ।

ପରୀ ହତ୍ୟା ଘଟଣାକୁ ନେଇ ଗତ ନଭେମ୍ବର ୩୦ ତାରିଖରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିଭିନ୍ନ ଜାତୀୟ ଗଣମାଧ୍ୟମରେ କଂଗ୍ରେସର ନଅ ଜଣ ବିଧାୟକଙ୍କ ବିରୋଧରେ ଅନେକ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇଥିଲେ । ବିଧାୟକମାନେ ଶାସକ ଦଳଠାରୁ ଟଙ୍କା ଖାଇଥିବା ନେଇ ସମ୍ବିତ ଗଣମାଧ୍ୟମରେ କହିଥିଲେ । ଏପରିକି ଏହି ଘଟଣାରେ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାଣିଥିଲେ । ଯାହାକୁ ପ୍ରତିବାଦ କରି ତାଙ୍କ ବିରୋଧରେ ଡିସେମ୍ବର ୭ ତାରିଖରେ ପ୍ରଥମେ ଓକିଲ ନୋଟିସ୍ ଜାରିକରିଥିଲେ କଂଗ୍ରେସ ବିଧାୟକ ଇଂ. ମହମ୍ମଦ ମୋକିମ୍ ।

ସମ୍ବିତଙ୍କ ଏହି ମନ୍ତବ୍ୟ ଦ୍ୱାରା କଂଗ୍ରେସ ବିଧାୟକମାନଙ୍କ ସ୍ୱାଭିମାନକୁ ଉପହାସ କରାଯାଇଛି । ଏହାଦ୍ୱାରା ସେମାନଙ୍କ ଆତ୍ମସମ୍ମାନରେ ମଧ୍ୟ କ୍ଷତି ଘଟିଛି । ତେଣୁ ସମ୍ବିତ ପାତ୍ର ଏଥିପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମୋକିମ୍ ଏହି ନୋଟିସରେ ଦାବି କରିଥିଲେ । ଏହାରି ଭିତରେ ଦୀର୍ଘ ଦେଢ ମାସ ବିତିଯାଇଥିଲେ ମଧ୍ୟ ସମ୍ବିତ କ୍ଷମା ପ୍ରାର୍ଥନା କରିନାହାନ୍ତି । ଶେଷରେ କଂଗ୍ରେସ ବିଧାୟକ ମୋକିମ୍ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଅନୁଯାୟୀ ଏସଡିଜେଏମ୍ କୋର୍ଟରେ ମାନହାନୀ ମୋକଦ୍ଦମା ଦାୟର କରିଛନ୍ତି ।

from Kanak News
via <a href="https://ifttt.com/?

ଚାଷୀ-କେନ୍ଦ୍ର ଭିତରେ ବୈଠକ ଶେଷ । ଏଥର ବି ବାହାରିଲାନି ନିଷ୍କର୍ସ । ଜିଦରେ ଅଟଳ ଚାଷୀ

କନକ ବ୍ୟୁରୋ: କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ଭିତରେ ୧୧ ତମ ବୈଠକ ଶେଷ । ଏଥର ବି ବାହାରିପାରିଲାନି ନିଷ୍କର୍ସ । ଚାଷୀମାନଙ୍କୁ ଶେଷ ଥର ପାଇଁ ଠିକ୍ ଭାବେ ଚିନ୍ତା କରିବାକୁ କହିଲେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ଶୁକ୍ରବାର ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଚାଷୀ ଓ କେନ୍ଦ୍ର ସରକାରଙ୍କ ଭିତରେ ବୈଠକ ବସିଥିଲା । ଯେଉଁଥିରେ ନୂଆ କୃଷି ଆଇନ୍ ଓ ଚାଷୀ ଆନ୍ଦୋଳନ ବନ୍ଦ କରିବାକୁ ନେଇ ଆଲୋଚନା ହୋଇଥିଲା । ଚାଷୀମାନେ ନୂଆ କୃଷି ଆଇନ୍ ଉଚ୍ଛେଦ ଦାବିରେ ଅଟଳ ଥିବାବେଳେ ସରକାର କିନ୍ତୁ କେବଳ ଆଇନରେ ସଂଶୋଧନ ପାଇଁ ରାଜି ଥିବା କହିଛନ୍ତି ।

ଅନ୍ୟପଟେ ଚାଷୀମାନେ ଚାହିଁଲେ କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଦେଢ ବର୍ଷ ପାଇଁ ରୋକ୍ ଲଗାଇପାରିବେ । ଏହାରି ଭିତରେ ଚାଷୀମାନେ ନିଜର ନିଷ୍ପତ୍ତି ଜଣାଇବାକୁ କୁହାଯାଇଥିଲା । ଚାଷୀମାନେ କିନ୍ତୁ କେନ୍ଦ୍ର ସରକାରଙ୍କ ଏହି କଥାରେ ରାଜି ହୋଇନାହାନ୍ତି । ନୂଆ କୃଷି ଆଇନର ଉଚ୍ଛେଦ ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ଚାଷୀ ନେତାମାନେ କହିଛନ୍ତି ।

ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ସରକାର ଯଥା ସମ୍ଭବ ଚାଷୀ ଭାଇମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । ସେମାନେ ଏନେଇ ସଠିକ୍ ଭାବେ ବିଚାର କରନ୍ତୁ । ବିଶେଷକରି ଦେଢ ବର୍ଷ ପାଇଁ ଚାଷୀ ଆଇନ ଉପରେ ରୋକ୍ ଲଗାଇବା ପ୍ରସ୍ତାବ ଉପରେ ଚାଷୀ ଭାଇମାନେ ବିଚାର କରନ୍ତୁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ ଚାଷୀ ମାନେ ଦୀର୍ଘ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ ଚଳାଇଛନ୍ତି । ଏହାରି ଭିତରେ ଚାଷୀ-ସରକାରଙ୍କ ଭିତରେ ଏକାଧିକ ଆଲୋଚନା ହୋଇଥିଲେ ବି କୌଣସି ଫଳାଫଳ ବାହାରିପାରିନାହିଁ ।

from Kanak News
via <a href="https://ifttt.com/?

ପୁରୀରେ ଲମ୍ବା ବ୍ୟାରିକେଡକୁ ନେଇ ଭକ୍ତ ଅସନ୍ତୋଷ । ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏଁ ହୋଇଥିବା ବ୍ୟାରିକେଡକୁ ଛୋଟ କରିବାକୁ ଦାବି

କନକ ବ୍ୟୁରୋ: ଜଗା ଦର୍ଶନ ପାଇଁ ଭକ୍ତଙ୍କୁ ଚାଲିବାକୁ ପଡୁଛି ୨ କିଲୋମିଟର ରାସ୍ତା । ଗତକାଲିଠୁ କଟକଣା ମୁକ୍ତ ଜଗା ଦର୍ଶନ ଆରମ୍ଭ ହେବା ପରେ ଶ୍ରୀମନ୍ଦିରକୁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟୁଛି । ତେବେ ଲମ୍ବା ବ୍ୟାରିକେଡକୁ ନେଇ ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମାର୍କେଟ ଛକରୁ ବ୍ୟାରିକେଡ ହୋଇଥିବାରୁ ଭକ୍ତମାନଙ୍କୁ ଲମ୍ବା ରାସ୍ତା ଚାଲିବାକୁ ପଡୁଛି । ତେଣୁ ବ୍ୟାରିକେଡ ଛୋଟ କରିବାକୁ ଶ୍ରଦ୍ଧାଳୁ ପ୍ରସ୍ତାବ ଦେଇଛନ୍ତି । ତିନି ଥାକିଆ ଦର୍ଶନ ବ୍ୟବସ୍ଥା ଅନୁସାରେ ସକାଳ ୬ଟାରୁ ପୁରୀ ବାସୀ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ସିଂହଦ୍ୱାରା ଥାନା ସମ୍ମୁଖ ବ୍ୟାରିକେଡ ଦେଇ ଦର୍ଶନ କରୁଛନ୍ତି । ସେହିପରି ସକାଳ ୭ଟାରୁ ମାର୍କେଟ ଛକ ବ୍ୟାରିକେଡ ଦେଇ ବାହାର ଭକ୍ତ କରୁଛନ୍ତି ମହାପ୍ରଭୁଙ୍କ ଦର୍ଶନ । ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ପାନୀୟ ଜଳ ସହ କୋଭିଡକୁ ନେଇ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ସେହିପରି ଦିବ୍ୟାଙ୍ଗମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ଦର୍ଶନ କରାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି ।

from Kanak News
via <a href="https://ifttt.com/?

ମଣ୍ଡି ସମସ୍ୟା ନେଇ ଶେଷ ହେଲା ଆଲୋଚନା । ନିଷ୍ପତ୍ତି ପାଇଁ ଆରଡିସିଙ୍କୁୁ ୭୨ ଘଣ୍ଟାର ସମୟ ଦେଲା ବିଜେପି ।

କନକ ବ୍ୟୁରୋ : ମଣ୍ଡି ସମସ୍ୟାକୁ ନେଇ ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଏବଂ ଆରଡିସିଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଆରଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା କହିଛନ୍ତି ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ । ତେବେ ମଣ୍ଡି ସମସ୍ୟାକୁ ନେଇ ନିଷ୍ପତ୍ତି ନେବା ପାଇଁ ଆରଡିସିଙ୍କୁ ୭୨ ଘଣ୍ଟାର ସମୟ ଦେଇଛି ଭାରତୀୟ ଜନତା ପାର୍ଟି ।

ଆରଡିସି କାର୍ଯ୍ୟାଳୟରେ ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରିଥିଲେ ପ୍ରତିନିଧି ଦଳ । ଗତକାଲିଠୁ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିଲେ ବିଜେପି ନେତା । ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜି ଟାଉନ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରି ବିଜେପି ନେତା ଠେଲାପେଲା କରିଥିଲେ । ବିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଗିରଫ ପରେ ଗତକାଲି ଅପରାହ୍ନରୁ ଛାଡି ଦେଇଛି ପୁଲିସ । ତଥାପି ଦଳର ନେତାମାନେ ମଣ୍ଡିରେ ଧାନ ଉଠାଇବା ଦାବିରେ ଅଡି ବସିଥିଲେ । ଏବେ ଆରଡିସିଙ୍କ ଆଲୋଚନା କରିବା ପରେ ୭୨ ଘଣ୍ଟାର ସମୟ ଦେଇଛି ବିଜେପି ।

from Kanak News
via <a href="https://ifttt.com/?

ମମତା କ୍ୟାବିନେଟରୁ ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ । ବନ ବିଭାଗର ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଇସ୍ତଫା । ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ତୃଣମୂଳ କଂଗ୍ରେସରୁ ନେତାମାନଙ୍କର ଇସ୍ତଫା ମଧ୍ୟ ସେତିକି ବଢି ବଢିଚାଲିଛି । ଯାହାକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶୁକ୍ରବାର ମମତା ସରକାରରେ ମନ୍ତ୍ରୀ ଥିବା ଆଉ ଜଣେ ନେତା ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ନେତା ଜଣକ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ।

ମମତା କ୍ୟାବିନେଟରେ ବନ ବିଭାଗର ମନ୍ତ୍ରୀ ଥିବା ରାଜୀବ ବାନାର୍ଜୀ ଆଜି ନିଜର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି । ଏପଟେ ଖୁବଶୀଘ୍ର ରାଜୀବ ବାନାର୍ଜୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇନାହାନ୍ତି ।

https://platform.twitter.com/widgets.js

ଗତ କିଛି ଦିନ ଧରି ରାଜୀବ ବାନାର୍ଜୀ ରାଜ୍ୟ କ୍ୟାବିନେଟର କୌଣସି ବୈଠକରେ ସାମିଲ ହେଉନଥିଲେ । ଯାହାପରେ ଦଳ ସହ ତାଙ୍କର ଅସନ୍ତୋଷ ଥିବା ନେଇ ଖବର ପ୍ରକାଶ ପାଇଥିଲା । ଆଜି ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ବିଜେପିରେ ସାମିଲ ହେବା ଚର୍ଚ୍ଚା ପୁଣି ଆଗକୁ ଆସିଛି ।

ସୂଚନାଯୋଗ୍ୟ, ତୃଣମୂଳ କଂଗ୍ରେସରୁ ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେବା ପରେ ଏବେ ଏକାଧିକ ବିଧାୟକ ଓ ମନ୍ତ୍ରୀ ଟିଏମସିକୁ ବାଏ ବାଏ କହିସାରିଲେଣି । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମମତାଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

from Kanak News
via <a href="https://ifttt.com/?

ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କ ଠାରୁ ଠକେଇ । ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କଲେ ସେହି ସେନାର ବରିଷ୍ଠ ଅଧିକାରୀ । କେନ୍ଦ୍ରାପଡାରେ ସିଆରପିଏଫ ଯବାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ ।

କନକ ବ୍ୟୁରୋ : ଦେଶକୁ ସୁରକ୍ଷା ଦେଉଥିବା ସୈନିକଙ୍କୁ ଠକେଇ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ଯବାନଙ୍କୁ କୋଟି କୋଟି ଟଙ୍କାର ଠକେଇ କରିଛନ୍ତି, ସେହି ସେନାର ବରିଷ୍ଠ ଅଧିକାରୀ । ସୈନିକମାନଙ୍କୁ ୩୫ କୋଟି ଟଙ୍କାର ଚୁନ ଲଗାଇବା ପରେ ଏବେ କ୍ଷତିଗ୍ରସ୍ତ, କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖାର କାର୍ଯ୍ୟାଳୟ ଆଗରେ ନ୍ୟାୟ ପାଇଁ ଧାରଣା ଦେଇଛନ୍ତି ।

୨୦୧୧ରେ ଏକ ବେସରକାରୀ ସଂସ୍ଥା ସୈନିକ ୱେଲଫେୟାର ଅରଗାନାଇଜେସନର ଅଧ୍ୟକ୍ଷ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଜେଶ ରାଣା ଅଳ୍ପ ମୂଲ୍ୟରେ ଘରବାଡି ଜମି ଯୋଗାଇ ଦେବାକୁ କହି ୫୪୨ ଜଣ ସୈନିକଙ୍କ ଠାରୁ ଟଙ୍କା ନେଇଥିଲେ । ନୂଆ ଦିଲ୍ଲୀର ଏହି ସଂସ୍ଥା ଭୁବନେଶ୍ୱରରେ ସହଯୋଗୀ ବ୍ରୁକ୍ସନ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ପ୍ରାୟ ୩୫ କୋଟି ଟଙ୍କା ଠକି ନେଇଛି । ହୋଇଥିବା ଚୁକ୍ତି ଅନୁସାରେ ସଂସ୍ଥା ୨୭ ଏକର ଜମିର ବିକାଶ କରି ୨୦୧୨ ଜୁନ୍ ସୁଦ୍ଧା ପଟ୍ଟା ସହିତ ହିତାଧିକାରୀଙ୍କୁ ପ୍ରକଳ୍ପ ହସ୍ତାନ୍ତର କରିବା କଥା । ହେଲେ ହିତାଧିକାରୀଙ୍କୁ ନା ପଟ୍ଟା ମିଳିଛି ନା ଟଙ୍କା ନେଇଥିବା ସଂସ୍ଥାର ଦେଖା ମିଳୁଛି ।

ସାଇବର ଠକଙ୍କ ଶିକାର ବନିଲେ ସିଆରପିଏଫ ଯବାନ । ଜଣେ ଯବାନଙ୍କ ଆକାଉଂଟରୁ ଲକ୍ଷାଧିକ ଟଙ୍କା ଠକି ନେଲେ ସାଇବର ଲୁଟେରା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ କୋରୁଆ ଗାଁର ମହେଶ୍ୱର ସାହୁ ସିଆରପିଏଫରେ କାର୍ଯ୍ୟରତ ଅଛନ୍ତି । ସେ ଏବେ ଛୁଟିରେ ଘରକୁ ଆସିଥିବା ବେଳେ ଫେବୃଆରୀ ୫ ତାରିଖରେ କର୍ମସ୍ଥଳକୁ ଯିବା ପାଇଁ ବିମାନ ଟିକଟ କରିଥିଲେ । ପରେ ସେହି ଟିକଟ କ୍ୟାନସଲ୍ କରିଥିଲେ । ବାତିଲ ଟିକଟ ପଇସା ଫେରି ପାଇବା ନେଇ ସେ ଇଣ୍ଡିଗୋ ଏୟାର ଲାଇନ୍ ସେବା କେନ୍ଦ୍ରକୁ ଫୋନ କରିଥିଲେ । ଯେଉଁ ଏଜେନସି ଜରିଆରେ ଟିକଟ କରିଛ, ସେହି ଏଜେନସିଙ୍କ ଜରିଆରେ ଟଙ୍କା ଫେରସ୍ତ କରିବା ନେଇ ସୂଚନା ପାଇଥିଲେ । ପରେ ମହେଶ୍ୱର ଟିକେଟ ବୁକିଂ ଏଜେନସିକୁ ଫୋନ କରିଥିଲେ । ସେହି ସମୟରେ ତାଙ୍କ ଫୋନକୁ ହ୍ୟାକ୍ କରି ସାଇବର ଠକ ଦୁଇଟି ବ୍ୟାଙ୍କ ଆକାଉଂଟରୁ ୧ ଲକ୍ଷ ୬୩ ହଜାର ଟଙ୍କା ନେଇଯାଇଛନ୍ତି ସାଇବର ଲୁଟେରା । ଏନେଇ ସାଇବର ସେଲରେ ଅଭିଯୋଗ କରିବା ସହ ପାଟକୁରା ଥାନାରେ ଏତଲା ଦେଇଛନ୍ତି ସିଆରପିଏଫ ଯବାନ ମହେଶ୍ୱର ସାହୁ । ଗତ ୧୯ ତାରିଖରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଂଟରୁ ୨୪ ହଜାର ଟଙ୍କା ଲୁଟି ନେଇଥିବା ସାଇବର ଠକ ୨୦ ତାରିଖ ଦିନ ଏଚଡିଏଫସି ଆକାଉଂଟରୁ ୧ ଲକ୍ଷ ୩୯ ହଜାର ୨୮୮ ଟଙ୍କା ଉଠାଇ ନେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started