ବିରାଟଙ୍କୁ ପ୍ରଶ୍ନ କଲେ ଗୌତମ ଗମ୍ଭୀର । ୮ ବର୍ଷ ହେଲା ବିନା ଟ୍ରଫିରେ କେମିତି ଅଛନ୍ତି ଅଧିନାୟକ ।

କନକ ବ୍ୟୁରୋ: ଆଇପିଏଲ୍ ୨୦୨୧ ସିଜିନ୍ ପାଇଁ ଏବେଠୁ ପ୍ରସ୍ତୁତ ହେଲେଣି ସବୁ ଦଳ । ବୁଧବାର ଖେଳାଳିମାନଙ୍କର ରିଲିଜ୍ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଏଥିରେ ସବୁ ଦଳ ସେମାନଙ୍କର କିଛି ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଥିବାବେଳେ ବାକି ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି । ଏହାରି ଭିତରେ ପୂର୍ବତନ ଭାରତୀୟ ଖେଳାଳି ଗୌତମ ଗମ୍ଭୀର ଆରସିବିର ଅଧିନାୟକ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି ।

ଗମ୍ଭୀର ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି, ଗତ ଆଠ ବର୍ଷ ଧରି କୋହଲି ଗୋଟିଏ ବି ଟ୍ରଫି ଜିତିନାହାନ୍ତି । ଏହା ଏକ ଲମ୍ବା ସମୟ । କୌଣସି ଖେଳାଳି କିମ୍ବା କ୍ୟାପଟେନ୍ ବିନା କୌଣସି ଟ୍ରଫିରେ ୮ ବର୍ଷ ଖେଳିବା ସେ ଦେଖିନାହାନ୍ତି । ଏଥିସହ ଏହି କଥାକୁ କୋହଲି ମଧ୍ୟ ଗ୍ରହଣ କରିବା ଉଚିତ୍ ବୋଲି ଗମ୍ଭୀର କହିଛନ୍ତି ।

ଗମ୍ଭୀର, ବିରାଟ କୋହଲିଙ୍କୁ ଏହି ଆକ୍ଷେପ କରିବାର କାରଣ ହେଲା, ଆରସିବି ତା ଦଳର ପାଖାପାଖି ୧୦ ଜଣ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡିଦେଇଛି । ଏହା ଭିତରେ କ୍ରିସ୍ ମୋରିସ୍, ଆରୋନ୍ ଫିଞ୍ଚ, ମୋଇନ୍ ଅଲ୍ଲୀ, ଇସରୁ ଉଡାନା, ଡେଲ୍ ଷ୍ଟେନ୍, ଶିଭମ ଦୁବେ, ଉମେଶ ଯାଦବ, ପବନ ନେଗି, ଗୁରକିରତ ସିଂହ ଓ ପାର୍ଥିକ ପଟେଲଙ୍କ ଭଳି ଖେଳାଳି ସାମିଲ ଅଛନ୍ତି । ଏତେ ସଂଖ୍ୟକ ଖେଳାଳିଙ୍କୁ ଦଳରୁ ବାହାର କରାଯିବା ଦଳ ପାଇଁ ଠିକ୍ ନୁହେଁ । ଏହାଦ୍ୱାରା ଗୋଟିଏ ଟିମର ପ୍ରଦର୍ଶନ ପ୍ରଭାବିତ ହୋଇଥାଏ ବୋଲି ଗମ୍ଭୀର କହିଛନ୍ତି ।

ବିଶେଷକରି କ୍ରିସ୍ ମୋରିସ୍ ଓ ଉମେଶ ଯାଦବଙ୍କୁ ଆରସିବି ଦଳରୁ ନିଲାମ ପ୍ରକ୍ରିୟାକୁ ଛାଡିଦେବା ଗମ୍ଭୀର ଗ୍ରହଣ କରିପାରିନାହାନ୍ତି । ଏହି ଦୁଇ ଖେଳାଳି ଭଲ ପ୍ରଦର୍ଶନ କରିଥିଲେ ବି ଦଳ ତାଙ୍କୁ କାହିଁକି ନିଲାମ ପ୍ରକ୍ରିୟାକୁ ଛାଡିଲା ତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ।

from Kanak News
via <a href="https://ifttt.com/?

ପଶ୍ଚିମ ଓଡିଶାରେ ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । ବିଭିନ୍ନ ଆଳ ଦେଖାଇ ଧାନ କିଣୁନାହାନ୍ତି ମିଲର । ଅମଳ ହୋଇଛି ଅଧିକ ଧାନ, କିଣିବାକୁ କମ୍ ଟାର୍ଗେଟ୍ ଦେଇଛି ଯୋଗାଣ ବିଭାଗ ।

କନକ ବ୍ୟୁରୋ : ପଶ୍ଚିମ ଓଡିଶାରେ ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । ମଣ୍ଡିରେ ଧାନ ବିକ୍ରିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡିରହିଛି ପ୍ରାୟ ଅଢେଇ ଲକ୍ଷ କ୍ୱିଂଟାଲ ଧାନ । ଧାନ କିଣା ଟାର୍ଗେଟ ରହିଛି ମାତ୍ର ୧ ଲକ୍ଷ କ୍ୱିଂଟାଲ । ଟାର୍ଗେଟ ବୃଦ୍ଧି ନ ହେଲେ ଜିଲ୍ଲାର ହଜାର ହଜାର ଚାଷୀ ଟୋକନ ପାଇ ବି ଧାନ ବିକ୍ରିରୁ ବଞ୍ଚିତ ହେବା ନେଇ ଆଶଙ୍କା କରାଯାଉଛି । ସମ୍ବଲପୁର ଭଳି କଳାହାଣ୍ଡି, ବୌଦ୍ଧ ଓ ଦେବଗଡ ଜିଲ୍ଲାରେ ମଧ୍ୟ ଖରିଫ ଧାନ ବିକ୍ରିକୁ ନେଇ ବିବାଦ ଦେଖିବାକୁ ମିଳିଛି ।

ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାରେ ଧାନ କିଣା ଟାର୍ଗେଟ ନବଢାଇଲେ ଲକ୍ଷ ଲକ୍ଷ କ୍ୱିଂଟାଲ ଧାନକୁ ସରକାରୀ ଦରରେ ବିକ୍ରିରୁ ବଂଚିତ ହେବେ ଚାଷୀ । ଜିଲ୍ଲା ଯୋଗାଣ ବିଭାଗ ଓ ରାଜ୍ୟ ଯୋଗାଣ ନିଗମର ସମନ୍ୱୟ ଅଭାବ ଯୋଗୁଁ ଜିଲ୍ଲାରେ ପଂଜିକୃତ ଚାଷୀଙ୍କ ଠାରୁ ୫୮ ଲକ୍ଷ କ୍ୱିଂଟାଲ ଧାନ କିଣିବା ପାଇଁ ଟୋକନ ଦିଆଯାଇଥିବା ବେଳେ ଜିଲ୍ଲାରୁ ମାତ୍ର ୪୬ ଲକ୍ଷ କ୍ୱିଂଟାଲ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

କଳାହାଣ୍ଡିରେ କ୍ରମାଗତ ଭାବେ ଜଳସେଚନ ବୃଦ୍ଧି ପାଉଥିବା ବେଳେ ଧାନ ଅମଳରେ, ରାଜ୍ୟର ଦ୍ୱିତୀୟ ଉତ୍ପାଦନକାରୀ ଜିଲ୍ଲାରୁ ପ୍ରଥମ ହେବାକୁ ଯାଉଛି । ଗତ ୧୪ରେ ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ଏହା କହିଥିଲେ । ଜଳସେଚନ ଯୋଗୁଁ ଅଧିକ ଧାନ ଅମଳ ହୋଇଥିଲେ ବି ବିକ୍ରି ଅବ୍ୟବସ୍ଥା ଯୋଗୁଁ ଚାଷୀ ସେହି ଚିରାଚରିତ ଅଭାବୀ ବିକ୍ରିର ସାମ୍ନା କରୁଛି ।

ପଶ୍ଚିମ ଓଡିଶାର ଆଉ ୨ଟି ଜିଲ୍ଲାରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଶହ ଶହ ବସ୍ତା ଧାନ ପଡି ରହିଥିବା ବେଳେ ବିଭିନ୍ନ ଆଳ ଦେଖାଇ ମିଲର କିଣୁନଥିବା ଅଭିଯୋଗ ହୋଇଛି । ସେପେଟ ଦେବଗଡ ଜିଲ୍ଲା ବାରକୋଟ୍ ବ୍ଲକର ସରୁଆଳି, ଗୋଳାବନ୍ଧ, ଗୁରସଙ୍ଗ ଓ ବଂପରଡା ପଂଚାୟତର ଚାଷୀଙ୍କ ସୁବିଧା ପାଇଁ ଗୁରସଙ୍ଗ ପ୍ୟାକ୍ସରେ ଧାନ କିଣା ବ୍ୟବସ୍ଥା ହୋଇଛି । କିନ୍ତୁ ଜାନୁୟାରୀ ୨ ତାରିଖରେ ଧାନ ବିକିବା ପାଇଁ ଟୋକନ ପାଇଥିବା ଚାଷୀଙ୍କ ଧାନ ଆଜି ଯାଏଁ ଉଠିନାହିଁ ।

from Kanak News
via <a href="https://ifttt.com/?

ରାଜନୀତିରେ ଚାଷୀ ପ୍ରସଙ୍ଗ । ଆରଡିସିଙ୍କ ସହ ବିଜେପିର ୯ ଜଣିଆ ପ୍ରତିନିଧି ଦଳଙ୍କ ଆଲୋଚନା ।

କନକ ବ୍ୟୁରୋ : ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଆରଡିସିଙ୍କ ସହ ଆଲୋଚନା କରୁଛନ୍ତି । ମଣ୍ଡି ସମସ୍ୟାକୁ ନେଇ ଆରଡିସି କାର୍ଯ୍ୟାଳୟରେ ଆଲୋଚନା କରୁଛନ୍ତି ବିଜେପି ନେତା । ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରୁଛନ୍ତି ୯ ଜଣିଆ ପ୍ରତିନିଧି ଦଳ । ଗତକାଲିଠୁ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିଲେ ବିଜେପି ନେତା ।

ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜି ଟାଉନ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରି ବିଜେପି ନେତା ଠେଲାପେଲା କରିଥିଲେ । ବିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଗତକାଲି ଅପରାହ୍ନରୁ ଛାଡି ଦେଇଛି ପୁଲିସ । ତଥାପି ଦଳର ନେତାମାନେ ମଣ୍ଡିରେ ଧାନ ଉଠାଇବା ଦାବିରେ ଅଡି ବସିଥିଲେ । ଏବେ ଆରଡିସିଙ୍କ ସହ ଆଲୋଚନା କରିବା ପରେ କଣ ନିଷ୍କର୍ସ ବାହାରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

from Kanak News
via <a href="https://ifttt.com/?

ଧାନକିଣାକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କଲା ବିଜେଡି । କହିଲା, ଦଲାଲଙ୍କ ପାଇଁ ଓକିଲାତି କରୁଛି ବିଜେପି ।

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଥିବା ଧାନ କିଣା ପ୍ରକ୍ରିୟାରେ ଚାଷୀମାନେ ଉପକୃତ ହେଉଥିବାବେଳେ କେତେକ ଦଲାଲଙ୍କ ସହ ହାତ ମିଳାଇ ବିଜେପି ସେମାନଙ୍କ ପାଇଁ ଓକିଲାତି କରୁଛି । ବିଜେପି ନେତାମାନେ ସର୍ବଦା ଦଲାଲମାନଙ୍କ ପାଇଁ ଓକିଲାତି କରୁଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି । ଶୁକ୍ରବାର ଏଭଳି କିଛି କଥା କହି ବିଜେପି ଉପରେ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।
ସେ କହିଛନ୍ତି, ରାଜ୍ୟରେ ରେକର୍ଡ ପରିମାଣରେ ଧାନ ଉତ୍ପାଦନ ହୋଇଥିବାବେଳେ ଠିକଣା ଭାବେ ଧାନ ସଂଗ୍ରହ ହୋଇଛି । ଏଥିପାଇଁ ଲକ୍ଷାଧିକ ଚାଷୀମାନେ ମଧ୍ୟ ଉପକୃତ ହେଉଛନ୍ତି । ୨୦୧୮-୧୯ ବର୍ଷରେ ୬୫.୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଏବାବଦରେ ଚାଷୀଙ୍କୁ ମୋଟ ୧୧,୪୦୦ କୋଟି ଟଙ୍କା ପଠାଯାଇଛି । ସେହିପରି ୨୦୧୯-୨୦ ବର୍ଷରେ ୭୦.୫୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବାବେଳେ ଏବାବଦରେ ଚାଷୀଙ୍କ ଖାତାକୁ ୧୨, ୮୦୮ କୋଟି ଟଙ୍କା ଦିଆଯାଇଥିଲା । ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଅଖା ଧାନକୁ ସଂଗ୍ରହ କରିବା ପାଇଁ ବିଜେଡି ସରକାର ପ୍ରତିଶ୍ରୁତିବଦ୍ଧ ବୋଲିି ଶ୍ରୀମୟୀ କହିଛନ୍ତି ।

ଏହାସହ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ ଖରିଦ କରିଚାଲିଥିବାବେଳେ ବିଜେପ ଏବେ ଦଲାଲଙ୍କ ପାଇଁ ଓକିଲାତି କରୁଛି । ଦିଲ୍ଲୀରେ କୃଷକମାନେ ଚଳାଉଥିବା ପ୍ରଦର୍ଶନରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏଭଳି ଡ୍ରାମା କରୁଛି ବୋଲି ସେ କହିଛନ୍ତି । ବିଜେଡି ସାଂସଦମାନେ ଗତକାଲି କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟିବା ସହିତ ଚାଉଳ ସଂଗ୍ରହ ଓ ସବସିଡି ପ୍ରଦାନ ସମ୍ପର୍କିତ ସମସ୍ୟାର ସମାଧାନ ହୋଇଛି । ହେଲେ ବିଜେପି ସାଂସଦମାନେ ଓଡିଶା ପାଇଁ କଣ କରିଛନ୍ତି ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି । ଶସ୍ତା ରାଜନୀତି କରିବା ଅପେକ୍ଷା ଓଡିଶା ଚାଷୀଙ୍କ ସ୍ୱାର୍ଥରକ୍ଷା ଲାଗି ବିଜେଡି ସାଂସଦଙ୍କ ଭଳି ସେମାନେ ପଦକ୍ଷେପ ଉଚିତ୍ ଏବଂ ଧାନ ସଂଗ୍ରହ ପ୍ରକ୍ରିୟାରେ ପ୍ରକୃତ ଚାଷୀଙ୍କ ନିକଟରେ ଥିବା ଗୋଟିଏ ଧାନକୁ ବି ସଂଗ୍ରହ କରିବାକୁ ବିଜେଡି ସରକାର ଗ୍ୟାରେଣ୍ଟି ଦେଇଥିବା ଶ୍ରୀମୟୀ ମିଶ୍ର କହିଛନ୍ତି ।

from Kanak News
via <a href="https://ifttt.com/?

‘ମଞ୍ଜରୀ’ର ନୂଆ ରିଅଲିଟି ସୋ’ ‘ଭାଉଜ ନମସ୍କାର’

ଆପଣ ତ ଜାଣିଥିବେ ! ଭାଇମାନେ ଅଫିସ୍ ବା କାମକୁ ବାହାରିଯିବା ପରେ କିଛି ଭାଉଜ ଘରେ ବସି ବୋର୍ ହୁଅନ୍ତି । କିନ୍ତୁ ଗାର୍ଗୀ ଭାଉଜ ଏମିତି ନୁହନ୍ତି, ଭାଇ ଘରୁ ବାହାରି ଯିବା ପରେ ସେ ନିଜ ନଣନ୍ଦଙ୍କ ସହ ମିଶି ଆରମ୍ଭ କରି ଦିଅନ୍ତି ଜବରଦସ୍ତ ଖଟି । ଏହି ଖଟି ବା କିଟି ପାର୍ଟିକୁ ଆଧାର କରି ଓଡ଼ିଶାର ପ୍ରଥମ ଫ୍ରି-ଟୁ-ଏୟାର ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ ଆରମ୍ଭ କରିଛି ନାରୀମାନଙ୍କର, ନାରୀମାନଙ୍କ ପାଇଁ ଏବଂ ନାରୀମାନଙ୍କ ଦ୍ୱାରା ଏକ ନୂଆ ମଜାଦାର ରିଅଲିଟି ଗେମ୍‌ ସୋ’ ‘ଭାଉଜ ନମସ୍କାର’। ଯେଉଁଥିରେ ଆପଣ ଡ୍ରାମା ସହିତ ଅନେକଗୁଡ଼ିଏ ରିଅଲିଟି ଗେମ୍‌ର ମଜା ନେଇପାରିବେ। ଜାନୁଆରି ୨୯ ତାରିଖରୁ ପ୍ରତି ଶୁକ୍ରବାର ଓ ଶନିବାର ଅପରାହ୍‌ଣ ୩ଟା ଓ ରାତି ୯ଟାରେ ‘ମଞ୍ଜରୀ’ ଚ୍ୟାନେଲରେ ଏହା ପ୍ରସାରିତ ହେବ।

ରଙ୍ଗମ ଜଣେ ଭାଉଜ (ଗାର୍ଗୀ ମହାନ୍ତି) ଏବଂ ତାଙ୍କର ସୁପର ସ୍ମାର୍ଟ ନଣନ୍ଦ (ଜୟା) ଘରେ ଏକ ମଜା ମସ୍ତିର ଆସର କରିବା ପାଇଁ ଚିନ୍ତା କରନ୍ତି । ଦୁହେଁ ନିଜର ଏକ ୟୁ-ଟ୍ୟୁବ୍‌ ଚ୍ୟାନେଲ ‘ଭାଉଜ ନମସ୍କାର’ ଖୋଲନ୍ତି । ସେଥିପାଇଁ ସେ ତାଙ୍କର କିଛି ବାନ୍ଧବୀମାନଙ୍କୁ ଘରକୁ ନିମନ୍ତ୍ରଣ କରି ସେମାନଙ୍କୁ ଗୁଡ଼ାଏ ରୋମାଞ୍ଚକ ଖେଳରେ ସାମିଲ କରାନ୍ତି ।

ନଣନ୍ଦ ଭାଉଜଙ୍କ ଏହି ଖଟିରେ କେବଳ ଭାଉଜମାନେ ଯେ ଖେଳକୁ ଉପଭୋଗ କରିବେ, ତାହା ନୁହେଁ । ଏଥିରେ ବିଜେତା ଆକର୍ଷଣୀୟ ଉପହାର ମଧ୍ୟ ପାଇବେ। ଚାରୋଟି ପର୍ଯ୍ୟାୟରେ ବିଜେତାମାନଙ୍କ ପାଇଁ ରହିଛି ମିକ୍ସଚର ଗ୍ରାଉଣ୍ଡର, ସାଣ୍ଡୱିଚ ମେକର, ହ୍ୟାଣ୍ଡ ବ୍ଲେଣ୍ଡର, ଡିନର୍‌ ସେଟ୍‌ ଭଳି ଅନେକ ଆକର୍ଷଣୀୟ ଘରକରଣା ସାମଗ୍ରୀ। ଏହାସହ ବିଜେତାଙ୍କୁ ୧୦ ହଜାର ଟଙ୍କାର ଗୋଲ୍ଡ ଭାଉଚର୍‌ ଏବଂ ଉପବିଜେତାଙ୍କୁ ୫୦୦୦ ହଜାର ଟଙ୍କାର ଗୋଲ୍ଡ ଭାଉଚର୍ ମିଳିବ। ଆହୁରି ମଧ୍ୟ କୌଣସି ଅଧ୍ୟାୟରେ ଯଦି ଜଣେ ୪ଟି ଯାକ ପର୍ଯ୍ୟାୟରେ ବିଜେତା ହୁଅନ୍ତି, ତାଙ୍କ ପାଇଁ ଏକ ସୁପରବମ୍ପର୍‌ ପ୍ରାଇଜ୍ ରହିଛି। ଏଥିରେ ରହିଛି ଲକ୍ଷାଧିକ ମୂଲ୍ୟର ସୁନା ହାର ଓ କାନଫୁଲ ସେଟ୍ ରହିଛି। ଏହି ସୋ’ରେ ଦିଆଯାଉଥିବା ପୁରସ୍କାର ଓ ସୁପର ବମ୍ପର ପୁରସ୍କାରର ପ୍ରାୟୋଜକ ହେଉଛନ୍ତି ଲାଲ୍‌ଚାନ୍ଦ ଜୁଏଲର୍ସ।

ପ୍ରତ୍ୟେକ ଅଧ୍ୟାୟ ଶେଷରେ ଦର୍ଶକଙ୍କ ପାଇଁ ମଧ୍ୟ ରହିଛି ୫ ହଜାର ଟଙ୍କାର ଗୋଲ୍ଡ ଭାଉଚର୍‌। ଏଥିରେ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ଦେଇ ଲକି ଡ୍ର’ ମାଧ୍ୟମରେ ଜଣେ ଏହି ପରୁସ୍କାର ଜିତି ପାରିବ। ଆପଣ ଚାହିଲେ ମଧ୍ୟ ଭାଉଜ-ନଣନ୍ଦଙ୍କ ଏହି ମଜାମସ୍ତିର ମାହୋଲରେ ନିଜକୁ ସାମିଲ କରିପାରିବେ।

ମୋ: ୮୦୯୩୦୨୬୬୯୭ରେ ହ୍ୱାଟସ୍ ଆପ୍‌ କରି ଆପଣ ଏହି ରିଅଲିଟି ଗେମ୍ ସୋ’ରେ ଭାଗ ନେଇପାରିବେ। ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଉଭୟ ବିବାହିତ ଓ ଅବିବାହିତ ଭାଗ ନେଇ ପାରିବେ।

from Kanak News
via <a href="https://ifttt.com/?

ଜାତୀୟ ରାଜପଥରେ ଚାଲି ଚାଲି ଗଲେ ବିଧାୟିକା : ହାତୀ ଉପଦ୍ରବରେ ଅତିଷ୍ଠ ହେବା ପରେ କରଂଜିଆ ବିଧାୟିକାଙ୍କୁ ଚଲାଇ ଚଲାଇ ନେଲେ ଲୋକେ; ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ କଲେ ଦାବି

କନକ ବ୍ୟୁରୋ : କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ ରାସ୍ତାରେ ଚଲାଇ ଚଲାଇ ନେଲେ ଲୋକେ । ମୟୂରଭଂଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଂଚଳରେ ହାତୀ ଉପଦ୍ରବକୁ ନେଇ ରାସ୍ତାରୋକ କରିଥିଲେ ଗ୍ରାମବାସୀ । ଦୁଧିଆଣି ରେଂଜ ଅଫିସ ଘେରାଉ କରିବା ସହ ୨୨୦ ନଂବର ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଏହି ଖବର ପାଇ କରଂଜିଆ ବିଧାୟିକା ଘଟଣାସ୍ଥଳକୁ ପହଂଚିଥିଲେ । ହେଲେ ହାତୀପଲ ଦ୍ୱାରା କ୍ଷତିଗ୍ରସ୍ତ ଲୋକେ ବିଧାୟିକାଙ୍କୁ ଜାତୀୟ ରାଜପଥରେ ଚଲାଇ ଚଲାଇ ନେଇ କ୍ଷତିଗ୍ରସ୍ତ ଅଂଚଳ ବୁଲାଇ ଦେଖାଇଥିଲେ । ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ସହ ହାତୀପଲଙ୍କୁ ଘୋଡାଇବାକୁ ଦାବି ରଖିଛନ୍ତି ସ୍ଥାନୀୟ ବାସିନ୍ଦା ।

from Kanak News
via <a href="https://ifttt.com/?

ପ୍ରଫେସର ସଞ୍ଜୟ ନାୟକ ହେଲେ ରେଭେନ୍ସାର ନୂଆ କୂଳପତି : ସଞ୍ଜୟ ନାୟକଙ୍କୁ ୪ବର୍ଷ ପାଇଁ ନିଯୁକ୍ତି ଦେଲେ ରାଜ୍ୟପାଳ

କନକ ବ୍ୟୁରୋ : ପ୍ରଫେସର୍ ସଞ୍ଜୟ କୁମାର ନାୟକ ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଚାରି ବର୍ଷ ଅବଧି ପାଇଁ ସେ କାର୍ଯ୍ୟ କରିବେ । କାର୍ଯ୍ୟଭାର ଗ୍ରହଣ କରିବା ଦିନ ଠାରୁ କିମ୍ବା ଏହା ପୂର୍ବରୁ ଯାହା ଅର୍ଡର ହେବ ସେ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେବ । ପ୍ରଫେସର ସଞ୍ଜୟ କୁମାର ନାୟକ ବର୍ତ୍ତମାନ ଚେନ୍ନାଇର ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ୩୪ ବର୍ଷରୁ ଅଧିକ ଶିକ୍ଷାଦାନର ଅଭିଜ୍ଞତା ରହିଛି ଏବଂ ସେ ୩୫ ଟି ପୁସ୍ତକ ରଚନା କରିଛନ୍ତି ।

from Kanak News
via <a href="https://ifttt.com/?

ବାରଣାସୀର କରୋନା ଯୋଦ୍ଧାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ : କରୋନା ସମୟରେ ସ୍ୱାସ୍ଥ୍ୟ ସେବା ଓ ପ୍ରଥମେ ଟିକା ନେଇଥିବାରୁ ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ : ସାରା ଦେଶରେ କୋଭିଡ ଟିକାକରଣ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀର କରୋନା ଯୋଦ୍ଧାଙ୍କୁ ସମ୍ବୋଧିତ କରିଛନ୍ତି । ମୋଦି କହିଛନ୍ତି ୨୦୨୧ ଶୁଭରେ ଆରମ୍ଭ ହୋଇଛି । ଭାରତରେ ଏବେ ବିଶ୍ୱର ସବୁଠୁ ବଡ ଟିକାକରଣ ଜାରି ରହିଛି । ଭାରତ ଏବେ ଦୁଇଟି ସ୍ୱଦେଶୀ ଟିକା ବିକଶିତ କରିବା ସବ ବିଶ୍ୱର ଅନେକ ଦେଶକୁ ଟିକା ଯୋଗାଇ ଦେଉଛି । ବାରଣାସୀରେ ପ୍ରଥମ ଦଫାରେ ପ୍ରାୟ ୨୦ ହଜାର ଲୋକଙ୍କୁ କରୋନା ଟିକା ଦେବା ପାଇଁ ୧୫ଟି କେନ୍ଦ୍ର କରାଯାଇଛି ।

ସେହିପରି ସମ୍ବୋଧନରେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । କହିଥିଲେ ଟିକା ପ୍ରସ୍ତୁତ ନହେବା ଆଗରୁ ରାଜନୈତିକ ଚାପ ପଡୁଥିଲା, ବିରୋଧୀ କହୁଥିଲେ, ଟିକା କାହିଁକି ପ୍ରସ୍ତୁତ ହୋଇପାରୁନାହିଁ, ହେଲେ ତାହାର ଜବାବ ଦେବା ବଦଳରେ ସରକାର ବୈଜ୍ଞାନିକଙ୍କ କଥାକୁ ଶୁଣିବା ଠିକ ବୋଲି ବିଚାର କରିଥିଲେ । ସେହିପରି ବାରଣାସୀରେ ଟିକା ନେଇ ସ୍ୱାସ୍ଥ୍ୟକର୍ମୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ଟିକା ନେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ରହିଛି, ସେନେଇ ପଚାରି ବୁଝିଥିଲେ ।

from Kanak News
via <a href="https://ifttt.com/?

ଗଛ ଉପରେ ଭାଲୁ…ତଳେ ଜଗିଛି ମଣିଷ : ବୋରିଗୁମ୍ମା ବ୍ଲକ ଆଉଁଳି ଗାଁରୁ ଆସିଛି ଏଭଳି ଚିତ୍ର; ଭାଲୁକୁ ଧରିବାକୁ ବନବିଭାଗର ଉଦ୍ୟମ

କନକ ବ୍ୟୁରୋ : ଗଛ ଉପରେ ଭାଲୁ, ତଳେ ମଣିଷ । ଗାଁ ମଝିରେ ଥିବା ଏକ ତେନ୍ତୁଳି ଗଛରେ ଭାଲୁଟି ଚଢି ଯାଇଥିବା ବେଳେ ତଳେ ରୁଣ୍ଡ ହୋଇଛନ୍ତି ଲୋକେ । ଭାଲୁକୁ ଦେଖି ଆତଙ୍କିତ ଲୋକେ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଆଉଁଳି ଗାଁରେ ଏଭଳି ଘଟଣା ଘଟିଛି ।

କିଛି ଦିନ ହେଲା ୨ଟି ଭାଲୁ ଗାଁ ଚାରିପଟେ ବୁଲାବୁଲି କରୁଛନ୍ତି । ଭାଲଙ୍କୁ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ହେଲେ କିଛି ସୁଫଳ ମିଳିନଥିଲା । ହେଲେ ଆଜି କିଛି ଲୋକ ଶୌଚ ହେବା ପାଇଁ ଯିବା ବେଳେ ଭାଲୁଟି ଗଛରେ ଚଢିଯାଇଥିବା ଦେଖି ଡରି ଯାଇଥିଲେ । ତତକ୍ଷଣାତ୍ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଆଉଁଳି ଗାଁରେ ପହଂଚି ଭାଲୁକୁ ଧରିବା ପାଇଁ ଉଦ୍ୟମ କରୁଛନ୍ତି ।

from Kanak News
via <a href="https://ifttt.com/?

ଫାଟକ ଭାଙ୍ଗିଲେ, ଧସେଇ ପଶିଲେ । ସମ୍ବଲପୁର ଟାଉନଥାନାରେ ମଣ୍ଡି ସମସ୍ୟା ନେଇ ବିଜେପି କର୍ମୀଙ୍କ ଜୋରଦାର ହଙ୍ଗାମା

ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ଆନ୍ଦୋଳନ ପରେ ଗତକାଲି ଗିରଫ ହୋଇଥିବା ବିଜେପି ନେତାମାନେ ଟାଉନ ଥାନାରେ ରାତି କାଟିଛନ୍ତି । ଏଣେ ଆଜି ସକାଳେ ଶହଶହ ବିଜେପି କର୍ମୀ ସମ୍ବଲପୁର ଟାଉନ୍ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି । ମହିଳା ବିଜେପି କର୍ମୀ ଢେଲା ପଥର ମାଡ଼ କରିଛନ୍ତି । ଅପରପକ୍ଷରେ କର୍ମୀମାନଙ୍କୁ ଶାନ୍ତ କରିବା ଲାଗି ବିଜେପି ନେତୃବୃନ୍ଦ ବୁଝାଇଛନ୍ତି ।

ସୂଚନାଯୋଗ୍ୟ, ଆର୍ଡିସି ସେମାନଙ୍କୁ ନଭେଟିବା ଓ ଦାବିପତ୍ର ଗ୍ରହଣ ନକରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂହ ତୋମାର, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ୍ ଥାନାରେ ଧାରଣାରେ ବସି ରହିଥିଲେ । ଆର୍ଡିସି ଆସି ଆଲୋଚନା ନ କରିବା ପର୍ଯ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଜିଦ୍ ଧରିଥିଲେ । ରାତି ପର୍ଯ୍ୟନ୍ତ ସେମାନେ ବସି ରହିଥିଲେ ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଆସିଥିବା ରାଜ୍ୟସଭା ସାଂସଦ ବିଜୟପାଲ୍ ସିଂହ ତୋମାର ରାତିରେ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀ ଡାକି କହିଲେ ଯେ ଏତେ ବଡ଼ ସମାବେଶ ସତ୍ତ୍ବେ କୌଣସି ସରକାରୀ ଅଧିକାରୀ ଆମ ପ୍ରତିନିଧିଙ୍କୁ ନ ଭେଟିବା ସରକାରଙ୍କ ଅହଂକାରର ପରିଚୟ ଦିଏ । ତେବେ ରାଜ୍ୟ ସରକାରଙ୍କ ଏକଚାଟିଆ ନୀତିରେ ବିଜେପି ଦବି ଯିବନାହିଁ । ମଣ୍ଡିରୁ ଚାଷୀଙ୍କ ଶେଷ ମୁଠା ଧାନ ନ ଉଠିବା ଯାଏ ଆମ ଆନ୍ଦୋଳନ ଜାରି ରହିବ ବୋଲି ସେ ଘୋଷଣା କରିଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started