ଅଫେରା ରାଇଜରେ ‘ଗୋପାଳ ରହସ୍ୟ’ର ଗୋପାଳ । ନିଖୁଣ କଳାର ଅଧିକାରୀ ରବି ମିଶ୍ରଙ୍କୁ ଝୁରୁଛି ଓଡ଼ିଶା, ଝୁରୁଛି ଓଲିଉଡ ଜଗତ ।

କନକ ବ୍ୟୁରୋ: ନୂଆବର୍ଷରୁ ଜଣେ ନିଖୁଣ କଳାକାରଙ୍କୁ ହରାଇଲା ଓଡ଼ିଶା । ଓଲିଉଡ ଜଗତରେ ଏବେ ଶୋକରେ ଛାୟା କାରଣ, କେବେ ହାସ୍ୟ ଅଭିନେତା ଆଉ କେବେ ପାଶ୍ୱର୍ ଅଭିନେତା, ଏମିତି ଅନେକ ଭୂମିକାରେ ନଜର ଆସୁଥିବା ରବି ମିଶ୍ର ଏବେ ଅସ୍ତମିତ । ଘରେ ଘରେ ପରିଚିତ ‘ଗୋପାଳ ରହସ୍ୟ’ ମେଗା ସିରିୟଲର ଗୋପାଳ ଆଉ ଏ ଦୁନିଆରେ ନାହାନ୍ତି । ୬୪ ବର୍ଷରେ ହୃଦଘାତ ଯୋଗୁଁ ଏକ ଘରୋଇ ହସ୍ପିଟାଲରେ ଅସ୍ତ ହୋଇଯାଇଛନ୍ତି ରବି ।

୯୦ ଦଶକରେ ଦୂରଦର୍ଶନରେ ପ୍ରସାରିତ ‘ଗୋପାଳ ରହସ୍ୟ’ ଧାରାବାହିକ ଆଜି ବି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ କରି ରହିଛି । କାରଣ ଗୋପାଳ ଭୂମିକାରେ ନଜର ଆସିଥିଲେ ରବି ମିଶ୍ର । ଏହି ମେଗା ଧାରାବାହିକର ଭିନ୍ନ ଭିନ୍ନ ପାର୍ଟ ଯଥା, ପଣ୍ଡିତଙ୍କ ଚୁଟି, ମୁର୍ଗି ରୋଗ, ଗୋପାଳ ପାକ , କଣ୍ଟା ବନ୍ଧା, ଜ୍ୱାଇଁ ଡାକରା, ଆଳୁ ଦୋଷ ଭଳି ପାର୍ଟରେ ଭିନ୍ନ ଢ଼ଙ୍ଗ ନଜର ଆସିଥିଲେ ରବି । ଏହାପରେ ପରେ ରବିଙ୍କ ଭାଗ୍ୟ ସତେ ଯେମିତି ଉଦୟ ହେବାରେ ଲାଗିଲା । ଜଣେ ମଞ୍ଚ କଳାକାର କେତେବେଳେ ଓଲିଉଡ ଜଗତର ଜଣେ ହୀରା ପାଲଟିଯାଇଥିଲେ ତାହା କାହାକୁ ବି ଜଣାନଥିଲା ।

କେବଳ ଗୋପାଳ ରହସ୍ୟ କାହିଁକି, ଅନେକ ଅନେକ ସୁରହିଟ୍ ଫିଲ୍ମ ଯେମିତି କି, ଭାଇ ହେଲା ଭଗାରୀ, ସକଳତୀର୍ଥ, ସୌଭାଗ୍ୟବତୀ, ମା’ ପରୀ କିଏ ହେବ, ରାକ୍ଷୀ ଭିଜିଲା ଆଖି ଲୁହରେ, ମନ ରହିଗଲା ତୁମରି ଠାରେ ଭଳି ଅନେକ ଚଳଚିତ୍ରରେ ନଜର ଆସିଥିଲେ ରବି ମିଶ୍ର । ଦୁଇ ଦଶନ୍ଧିରୁ ଅଧିକ ସମୟ ଓଲିଉଡ଼ ଜଗତରେ ନିଜର ଛାପ ଛାଡ଼ିଛନ୍ତି ରବି । ତାଙ୍କ କଥାକୁହା ଠାଣି ଆଉ ହାସ୍ୟ ଅଭିନୟରେ ଅଙ୍ଗଭଙ୍ଗୀ ଆଜି ବି ଅନେକ ଦର୍ଶକଙ୍କ ମନକୁ ତାଜା କରିଦେଉଛନ୍ତି । ଏପରିକି ତାଙ୍କ ଦେହାନ୍ତକୁ ନେଇ ଓଲିଉଡ ଜଗତ ଶୋକରେ ବୁଡ଼ିଥିବାବେଳେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଗତଗର୍ଷ ଓଲିଉଡ ଜଗତ ଅନେକ ବର୍ଷିୟାନ୍ କଳାକାରଙ୍କୁ ହରାଇଥିବାବେଳେ ୨୦୨୧ ଆରମ୍ଭରୁ ହିଁ ରବି ମିଶ୍ରଙ୍କ ଦେହାନ୍ତ ଦୁଃଖର ପାହାଡ଼ ଛିଡ଼ା କରିଦେଇଛି ।

from Kanak News
via <a href="https://ifttt.com/?

ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା : ଆଉ ୩ ଗିରଫ, ବୋଲେରୋ ଜବତ; ପୂର୍ବରୁ ଜଣେ ଗିରଫ ହୋଇଥିଲା

କନକ ବ୍ୟୁରୋ : କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରେ ଆକ୍ରମଣ ମାମଲା । ଆଜି ଆକ୍ରମଣ ଘଟଣାରେ ସାମିଲ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ । ଏଥିସହ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ବୋଲେରୋ ଗାଡି ପୁଲିସ ଜବତ କରିଛି । ପୂର୍ବରୁ ଏହି ମାମଲାରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ସଂଜୟ ମହାନ୍ତିଙ୍କୁ ଗିରଫ କରାଯାଇଥିଲା । ଗତ ରବିବାର ରାତିରେ କେନ୍ଦୁଝରର କାଶିପୁର ନିକଟରେ ପିସିସି ସଭାପତିଙ୍କ ଗାଡିକୁ କିଛି ଯୁବକ ଆକ୍ରମଣ କରିଥିଲେ । ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା ।

from Kanak News
via <a href="https://ifttt.com/?

ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହିଲେ ଭଜି : ଟ୍ୱିଟ୍ କରି ସିଏସକେକୁ ଜଣାଇଲେ ଧନ୍ୟବାଦ

କନକ ବ୍ୟୁରୋ : ଆଇପିଏଲର ଆଗାମୀ ସିଜିନ ପାଇଁ ମିନି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ସହ କ୍ରିକେଟ୍ ସଫର୍ ଶେଷ କରିଛନ୍ତି ଭେଟେରାନ୍ ଅଫ୍ ସ୍ପିନର ହରଭଜନ ସିଂହ । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି, ସେ ଚେନ୍ନାଇ ସୁପର କିଙ୍ଗସକୁ ଅଲବିଦା କହୁଛନ୍ତି । ଦଳ ସହ ତାଙ୍କର ହୋଇଥିବା ଚୁକ୍ତି ଶେଷ ହୋଇଛି । ସେ ଯେତିକି ଦିନ ସିଏସକେ ସହ ରହିଲେ ତାହା ତାଙ୍କ ପାଇଁ ବହୁତ ଭଲ ଅନୁଭୂତି ଥିଲା । ଏହାକୁ ସେ ସବୁଦିନ ପାଇଁ ମନେ ରଖିବେ ବୋଲି ହରଭଜନ ଟ୍ୱିଟ୍ କରି ଲେଖିଛନ୍ତି ।

୪୦ ବର୍ଷୀୟ ଏହି ଅଫ୍ ସ୍ପିନର ୨୦୧୮ ମସିହାରୁ ସିଏସକେ ଟିମ୍ ସହ ରହିଥିଲେ । ତାଙ୍କ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସରୁ ବାହାରିବା ପରେ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କୁ ନିଲାମରେ ୨ କୋଟି ଟଙ୍କା ଦେଇ କିଣିଥିଲା । ସେହିବର୍ଷ ସେ ୧୩ଟି ମ୍ୟାଚ୍ ଖେଳି ମୋଟ୍ ୭ଟି ୱିକେଟ୍ ନେଇଥିଲେ । ଏହା ପରବର୍ଷ ମଧ୍ୟ ସେ ଦଳ ପାଇଁ ଚମତ୍କାର ବୋଲିଂ କରି ୧୧ଟି ମ୍ୟାଚରେ ୧୬ଟି ୱିକେଟ୍ ହାତେଇଥିଲେ ।

ଗତବର୍ଷ କୋଭିଡ୍ କାରଣରୁ ଆଇପିଏଲ୍ ଭାରତରେ ଆୟୋଜନ ହୋଇପାରିନଥିଲା । ବିସିସିଆଇ ଏହାକୁ ୟୁଏଇରେ ଆୟୋଜନ କରିଥିଲା । ସବୁଦଳର ଖେଳାଳିମାନେ ୟୁଏଇ ଯାଇ ସେଠାରେ ମ୍ୟାଚ୍ ଖେଳିଥିଲେ । ହେଲେ ବ୍ୟକ୍ତିଗତ କାରଣ ଦର୍ଶାଇ ହରଭଜନ ସିଏସକେ ଟିମ୍ ସହ ରହିନଥିଲେ । ଗତବର୍ଷ ହରଭଜନଙ୍କ ବିନା ସିଏସକେ ଆଇପିଏଲ୍ ଖେଳିଥିଲା । ଏବେ ହରଭଜନ ଚେନ୍ନାଇ ସୁପର କିଙ୍ଗସ୍ ସହ ନିଜର ଯାତ୍ରା ଶେଷ କରିଥିଲେ ମଧ୍ୟ ଆଗାମୀ ଦିନରେ କେଉଁ ଦଳ ସହ ରହିବେ କି ନାହିଁ କିମ୍ବା ଆଇପିଏଲ୍ ନିଲାମ ପ୍ରକ୍ରିୟାରେ ସାମିଲ ହେବେ କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି ।

from Kanak News
via <a href="https://ifttt.com/?

ପାହାଳ ଅଂଚଳରେ ନକଲି ଆଚାର ଓ ସସ କାରଖାନା : ଅପମିଶ୍ରିତ ଆଚାର ଓ ସସ କାରଖାନାରେ ସ୍ପେଶାଲ ସ୍କ୍ୱାର୍ଡ ଓ କମିସନରେଟ ପୁଲିସର ଚଢାଉ

କନକ ବ୍ୟୁରୋ : ପୋକ ସାଲୁବାଲୁ ଆଚାର । ଅପମିଶ୍ରିତ ଆଚାର ଓ ସସ କାରଖାନା ଉପରେ ଚଢାଉ । ଏଥର ଭୁବନେଶ୍ୱର ଉପକଣ୍ଠ ପାହାଳ ଅଂଚଳରେ ଅପମିଶ୍ରିତ ଆଚାର ଓ ସସ କାରଖାନାରେ ଚଢାଉ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ କମିସନରେଟ ପୁଲିସ । ସେଠାରୁ ବିପୁଳ ପରିମାଣର ଅପମିଶ୍ରିତ ଆଚାର ଜବତ କରାଯାଇଛି । ଆଚାରରେ ପୋକ ଲାଗିଯାଇଛି । କାରଖାନାରେ ନିମ୍ନମାନର ଆଚାର ଓ ସସ ତିଆରି ହେଉଥିଲା ।

ବଜାରରେ ଏହି ଅପମିଶ୍ରିତ ଆଚାର ଓ ସସକୁ ଚଢା ଦରରେ ବିକ୍ରି କରୁଥିଲେ । ଲଙ୍କା ଆଚାର, ଆମ୍ବ ଆଚାର ପରି ବିଭିନ୍ନ ପ୍ରକାର ନିମ୍ନମାନର ଆଚାର ଏଠାରେ ତିଆରି କରୁଥିଲେ । ରାଜ୍ୟର ଗତ କିଛି ଦିନ ହେଲା ନକଲି ଖାଦ୍ୟ ସାମଗ୍ରୀ କାରଖାନା ଉପରେ ଚଢାଉ ଜାରି ରହିଛି । ପ୍ରଥମେ କଟକ ପରେ ଭୁବନେଶ୍ୱର, ସମ୍ବଲପୁର, ଯାଜପୁର ଅଂଚଳରେ ନକଲି କାରଖାନା ଠାବ ହୋଇଛି ।

from Kanak News
via <a href="https://ifttt.com/?

ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ : ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଲେ ନିଷ୍ପତ୍ତି

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛିି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏହି ମାମଲାରେ ଏବେ ନିଷ୍ପତ୍ତି ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଛନ୍ତି ସୁପ୍ରିମକୋର୍ଟ । ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସ୍ ନିର୍ଦ୍ଦେଶନାମା ଜାରି କରିପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୋମବାର ଏହି ମାମଲାର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ କୋର୍ଟ । ସେତେବେଳେ ମଧ୍ୟ ଟ୍ରାକ୍ଟର ରାଲି ହେବ କି ନାହିଁ, ଏହାର ନିଷ୍ପତ୍ତିରେ ଦିଲ୍ଲୀ ପୁଲିସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ କହିଥିଲେ କୋର୍ଟ ।

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ଅଡି ବସିଛନ୍ତି ଚାଷୀ ସଂଗଠନ । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ । ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେପଟେ ଆଜି ୧୦ମ ପର୍ଯ୍ୟାୟ ବୈଠକ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବ । ପୂର୍ବରୁ ହୋଇଥିବା ଆଲୋଚନାରେ କିଛି ପ୍ରସଙ୍ଗରେ ସହମତି ହୋଇଛି । ହେଲେ କୃଷକ ସଂଗଠନର ମୂଳ ଓ ମୁଖ୍ୟ ଦାବି ତିନି କୃଷି ଆଇନ ପ୍ରତ୍ୟାହାର ଉପରେ କୌଣସି ସହମତି ହୋଇପାରୁ ନାହିଁ ।

from Kanak News
via <a href="https://ifttt.com/?

କାଲିଠୁ ଶ୍ରୀମନ୍ଦିରରେ ସ୍ୱାଭାବିକ ହେବ ଦର୍ଶନ ବ୍ୟବସ୍ଥା : ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ

କନକ ବ୍ୟୁରୋ : ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା । ବିନା କୋଭିଡ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଭକ୍ତ । ପ୍ରାୟ ୩୦ ହଜାର ଭକ୍ତ କାଳିଆ ଦର୍ଶନ କରିବେ । ଡିଆଇଜି ଓ  ଜିଲ୍ଲାପାଳ ପହଚିଂ ଏନେଇ ଅନୁଧ୍ୟାନ କରିଛନ୍ତି । ବ୍ୟାରିକେଡ ସ୍ଥାନ ବୁଲିକି ଦେଖିଛନ୍ତି । ସିଂହଦ୍ୱାରରେ ସୁରକ୍ଷା ଓ ଦର୍ଶନ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏଥିପାଇଁ ପ୍ରାୟ ୨୬ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ କରାଯିବ ।

ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଥିଲା । ପ୍ରଥମେ ସେବାୟତ ପରିବାର ଓ ପୁରୀବାସୀ ଜଗା ଦର୍ଶନ କରିଥିଲେ । ଏହା ପରେ ଜାନୁଆରୀ ୩ରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । କିନ୍ତୁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିଲା । ଯାହା ପାଇଁ ଅନେକ ଭକ୍ତ ଦୂରଦୁରାନ୍ତରୁ ଆସି ନିରାଶ ହୋଇ ଫେରୁଥିଲେ ।

from Kanak News
via <a href="https://ifttt.com/?

କାମାକ୍ଷାନଗର କଲେଜରେ କେଳେଙ୍କାରୀ : ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ବୋହୂଙ୍କୁ ଛୁଟି ଓ ଦରମା ଦିଆଯାଇଥିବା ଅଭିଯୋଗ; ଆରଟିଆଇ ତଥ୍ୟରେ ହେଲା ଖୁଲାସା

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ କେଳେଙ୍କାରୀ । ମନ୍ତ୍ରୀଙ୍କୁ ଖୁସି କରିବା ପାଇଁ ପିଏଚଡି ନାଁରେ ମନ୍ତ୍ରୀଙ୍କ ବୋହୁଙ୍କୁ ଛୁଟି ଓ ଦରମା ଦିଆଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ ବଳରେ କାମାକ୍ଷାନଗର କଲେଜରେ ଚାଲିଥିବା ଦୁର୍ନୀତି ପଦାରେ ପଡିଛି । ଏନେଇ ଓଡିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଛି । ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୁ ଲିପସା ପ୍ରଧାନ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ।

ଅଭିଯୋଗ ଅନୁସାରେ, ମନ୍ତ୍ରୀଙ୍କ ବୋହୁ ଲିପସା କାମାକ୍ଷାନଗର କଲେଜରେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଅଛନ୍ତି । ୨୦୧୬-୨୦୧୮ ଶିକ୍ଷା ବର୍ଷରେ ଲିପସାଙ୍କ ଉପସ୍ଥାନ ରେକର୍ଡ କଲେଜରେ ନାହିଁ, ହେଲେ ମାସକୁ ମାସ ଦରମା ଦିଆଯାଉଛି । ଏନେଇ କଲେଜ କର୍ତ୍ତୃପକ୍ଷ କହୁଛନ୍ତି ସେହି ସମୟରେ ଲିପସା ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଥିଲେ । ଏପଟେ ବାଣୀବିହାରରେ ୨୦୧୬-୨୦୧୮ ଶିକ୍ଷା ବର୍ଷରେ ଲିପସା ନାଁରେ କେହି ପିଏଚଡି କରିନଥିବା ତଥ୍ୟ ଆରଟିଆଇରୁ ମିଳିଛି । ଏହାଛଡା ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଅରବିନ୍ଦ କାନ୍ତ ରାୟଙ୍କ ପତ୍ନୀ ମଧୁମିତା ସାହୁଙ୍କ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି ।

ଅଭିଯୋଗରେ ଦର୍ଶାଯାଇଛି, ମଧୁମିତା ୧୯୯୬ ମସିହାରେ ନିଯୁକ୍ତି ପାଇଥିଲେ, କିନ୍ତୁ ନିଯୁକ୍ତିକୁ ୮ବର୍ଷ ପଛକୁ ଘୁଂଚାଇ ୧୯୮୮ ଦର୍ଶାଇ ବକେୟା ଦରମା ନିଆଯାଇଛି । ସେହିପରି ରୁଷା ଯୋଜନାରେ କଲେଜର ଉନ୍ନୟନ ପାଇଁ ଆସିଥିବା ଅର୍ଥ ତୋଷାରପାତ ହୋଇଥିବା ଅଭିଯୋଗ ହୋଇଛି । ବିନା ଟେଣ୍ଡରରେ ଜଣେ କଲେଜ ଅଧ୍ୟାପକ ଠିକାଦାର ସାଜି ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରିଥିବା ଅଭିଯୋଗ ନେଇ ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ଓଡିଶା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ପାଇବା ପରେ ଲୋକାୟୁକ୍ତ ମନ୍ତ୍ରୀଙ୍କ ବୋହୁ ଲିପସା ପ୍ରଧାନ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଜବାବ ତଲବ କରିଥିଲେ । ସମସ୍ତଙ୍କ ପକ୍ଷ ଶୁଣିବା ପରେ ତଦନ୍ତ ବିଭାଗର ନିର୍ଦ୍ଦେଶକଙ୍କୁ ପୁରା ଘଟଣାର ଯାଂଚ କରିବା ସହ ଦୁଇ ମାସ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

from Kanak News
via <a href="https://ifttt.com/?

ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇଲା ରେଳ ମନ୍ତ୍ରାଳୟ : ନୂଆ ନାଁ ହେଲା ନେତାଜୀ ଏକ୍ସପ୍ରେସ୍

କନକ ବ୍ୟୁରୋ : ନେତାଜୀ ସୁବାଷ ବୋଷଙ୍କ ନାଁରେ ନାମିତ ହେଲା ଟ୍ରେନ୍ । ଭାରତୀୟ ରେଳ ମନ୍ତ୍ରାଳୟ ମଙ୍ଗଳବାର ହାୱଡା-କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ୍ କରିଛି । ରେଲୱେ ବୋର୍ଡର ଡେପୁଟି ଡିରେକ୍ଟର (କୋଚିଂ) ରାଜେଶ କୁମାର ଏ ସମ୍ପର୍କିତ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି ।

ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହାପୂର୍ବରୁ କେନ୍ଦ୍ର ସରକାର ଭୋଟରଙ୍କ ମୁଡକୁ ନିଜ ପକ୍ଷକୁ ନେବାକୁ ସମସ୍ତ ଚେଷ୍ଟା ଜାରି ରଖିଛି । ଏହା ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ସୁବାଷ ବୋଷଙ୍କ ଜନ୍ମଦିନକୁ ପ୍ରତିବର୍ଷ ପରାକ୍ରମ ଦିବସ ଭାବେ ପାଳନ କରିବେ ବୋଲି ଘୋଷଣା କରିଛନ୍ତି । ରାଜେଶ କୁମାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ନେତାଜୀ ସୁବାଷ ବୋଷଙ୍କ ୧୨୫ ତମ ଜନ୍ମ ଜୟନ୍ତୀରେ ଏହି ରାଷ୍ଟ୍ର ପ୍ରତି ତାଙ୍କ ଅତୁଲ୍ୟ ଅବଦାନକୁ ମନେ ପକାଯାଉଛି । ଏହାକୁ ଆଖି ଆଗରେ ରଖି ରେଳ ବିଭାଗ ମଧ୍ୟ କାଲକା ମେଲ୍ ଟ୍ରେନର ନାଁ ବଦଳାଇ ଏହାକୁ ନେତାଜୀ ଏକ୍ସପ୍ରେସ କରିଛି ।

ଏହାଦ୍ୱାରା ଯୁବକମାନେ ନେତାଜୀଙ୍କ ଜୀବନରୁ ପ୍ରେରଣା ପାଇବା ସହିତ ସମସ୍ତ ବିପତ୍ତିକୁ ସାମନା କରିପାରିବେ। ସେମାନଙ୍କ ମନରେ ଦେଶଭକ୍ତି ଭାବ ଜାଗ୍ରତ ହେବ ବୋଲି ମଧ୍ୟ କୁହାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ତକ୍ରାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ୨୦୦୯ ଜାନୁଆରୀ ୨୩ ତାରିଖରେ ଗୋମା ଜଙ୍କସନର ନାଁ ବଦଳାଇ ଏହାକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜଙ୍କସନ କରିଥିଲେ ।

from Kanak News
via <a href="https://ifttt.com/?

ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବଡ ବୟାନ : କହିଲେ, ଚୀନ ପାକିସ୍ତାନ ଠାରୁ ଅଧିକ ଆଧୁନିକ ଓ ସୁସଂଗଠିତ ଭାରତୀୟ ସେନା; ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ

କନକ ବ୍ୟୁରୋ : ଭୁବନେଶ୍ୱର ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀରେ ବଡ ବୟାନ ଦେଇଛନ୍ତି ନୂଆ ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି । ଭାରତ-ଚୀନ ବିବାଦକୁ ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଚୀନ ଭାରତ ଉପରେ ଆକ୍ରମଣ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ । ଭାରତ ପରମାଣୁ ସଂପନ୍ନ ରାଷ୍ଟ୍ର ଏବଂ ଭାରତୀୟ ସେନା ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ସେନା । ଏବେ ବିଶ୍ୱରେ ଯୁଦ୍ଧକୌଶଳରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି ।

ପଡୋଶୀ ରାଷ୍ଟ୍ର ଚୀନ ନିଜ ସେନାକୁ ଆଧୁନିକକରଣ କରିବା ସହ ପାକିସ୍ତାନ ସେନାକୁ ମଧ୍ୟ ଆଧୁନିକରଣ କରିବାରେ ସହଯୋଗ କରୁଛି । ହେଲେ ପଡୋଶୀ ରାଷ୍ଟ୍ର ଠାରୁ ଭାରତୀୟ ସେନା ଅଧିକ ଆଧୁନିକ । ଭାରତୀୟ ଯବାନ ଯେଉଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଉପକରଣ ସବୁ ବ୍ୟବହାର କରୁଛନ୍ତି ତାହା ବେଶ ଶକ୍ତିଶାଳୀ । ଏହାଛଡା ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ଯବାନ ପ୍ରସ୍ତୁତ ବୋଲି କହିଛନ୍ତି ନୂଆ ସେନା ଉପମୁଖ୍ୟ । ସେହିପରି ଅଧିକ ମାତ୍ରାରେ ଓଡିଆ ଯୁବକ ଯୁବତୀ ସେନାରେ ସାମିଲ ହେବାକୁ ଚଣ୍ଡି ପ୍ରସାଦ ମହାନ୍ତି ଆହ୍ୱାନ ଦେଇଛନ୍ତି । ଦେଶ ଓ ରାଜ୍ୟ ପାଇଁ ଗର୍ବିତ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ଖଲ୍ଲିକୋଟ ଚାଂଚଲ୍ୟ : ଦୁର୍ବୃତ୍ତଙ୍କ ଗୁଳିମାଡରେ ବେଗୁନିଆପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଖଲ୍ଲିକୋଟରେ ଗୁଳିମାଡ କରି ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ଆଜି ସକାଳ ୯ଟା ସମୟରେ କୌଣସି ଏକ କାମରେ ଦେବରାଜ ସୁମଣ୍ଡଳ ବସଷ୍ଟାଣ୍ଡକୁ ଯାଇଥିଲେ । ବସଷ୍ଟାଣ୍ଡରେ ଥିବା ଚାହା ଦୋକାନରେ ସେ ଚାହା ପିଉଥିବା ବେଳେ ଏକ କାରରେ ୩ରୁ ୪ ଜଣ ଯୁବକ ପହଂଚି, ତାଙ୍କ ଉପରକୁ ଲଗାତାର ୨୦ ରାଉଣ୍ଡ ଗୁଳିମାଡ କରି ଫେରାର ହୋଇ ଯାଇଛନ୍ତି ।

ଦୁର୍ବୃତ୍ତଙ୍କ ଗୁଳିମାଡରେ ଘଟଣାସ୍ଥଳରେ ଟଳି ପଡିଥିଲେ ବେଗୁନିଆ ପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ । ଖବର ପାଇ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି କୋଦଳା ପୁଲି୍ସ । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରିବା ଘଟଣା ଖଲ୍ଲିକୋଟରେ ଚାଂଚଲ୍ୟ ଖେଳାଇ ଦେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started