ଭିସା ନିୟମ କୋହଳ କରିବେ ବାଇଡ଼େନ୍ : ଆମେରିକାରେ ଥିବା ଭାରତୀୟଙ୍କୁ ମିଳିବ ଫାଇଦା

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜିହେବ କ୍ଷମତାର ପଟ୍ଟ ପରିବର୍ତ୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍ । ଆମେରିକାର ଶାସନ ଭାର ନିଜ ହାତକୁ ନେବା ପରେ ବାଇଡେନ୍ କେଉଁ ସବୁ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଭିସା ନିୟମ କୋହଳ କରିବେ ଚର୍ଚ୍ଚା ଜୋର ଧରିଛି । ଆମେରିକା ଫାଷ୍ଟର ନାରା ଦେଇ ଭିସା ନିୟମକୁ କଡାକଡି କରିବା ସହିତ ଇମିଗ୍ରେସନ କଟକଣା ଲଗାଇଥିଲା ଟ୍ରମ୍ପ ପ୍ରଶାସନ । ହେଲେ ଭିସା ନିୟମକୁ କୋହଳ କରିବା ଭଳି ସଂକେତ ଦେଇସାରିଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ।

ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଭିସା ନିୟମରେ କୋହଳ କରିବେ ବାଇଡେନ୍
ପୂର୍ବ ଘୋଷଣା ଅନୁସାରେ ଏଚ୍-୧ (ବି) ଭିସା ନିୟମରେ ସୁଧାର ଆଣିବେ
ଭିସା ନିୟମ କୋହଳ ହେଲେ ପ୍ରବାସୀ ଭାରତୀୟଙ୍କୁ ଫାଇଦା ମିଳିବା ସମ୍ଭାବନା
ଭିସା ନିୟମ କୋହଳ ହେଲେ ଇଚ୍ଛା ମୁତାବକ ପରିବର୍ତ୍ତନ କରିହେବ ଚାକିରି
ଆମେରିକାରେ ୧.୧ କୋଟି ଆବୈଧ ପ୍ରବାସୀଙ୍କୁ ବୈଧ କରିବାକୁ ଘୋଷଣା
ଏମାନଙ୍କ ଭିତରୁ ପ୍ରାୟ ୫ ଲକ୍ଷ ପ୍ରବାସୀ ଭାରତୀୟଙ୍କୁ ହୋଇପାରେ ଫାଇଦା

from Kanak News
via <a href="https://ifttt.com/?

ପଥରଦ୍ୱାର ଗାଁରେ ଭୟାବହ ଅଗ୍ନିକାଣ୍ଡ : ନିଆଁ ଲାଗି ୬ଟି ପରିବାରର ୮ ବଖରା ଘର ପୋଡି ପାଉଁଶ

କନକ ବ୍ୟୁରୋ : ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ପଥରଦ୍ୱାର ଗାଁରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗି ୬ଟି ପରିବାରର ୮ ବଖରା ଘର ପୋଡି ପାଉଁଶ ହୋଇଛି । ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ଅଭିଯୋଗ ଆଣିଛନ୍ତି କ୍ଷତିଗ୍ରସ୍ତ ପରିବାର । ଗତକାଲି ରାତିରେ ନିଆଁ ଲାଗି ଚାହୁଁ ଚାହୁଁ ଜଳିଗଲା ୮ ବଖରା ଘର । ଖବର ପାଇ ଖଣ୍ଡପଡା ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି ।

ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ଗାଁର ଲଡୁକିଶୋର ବିଶ୍ୱାଳ, ସର୍ବେଶ୍ୱର ବିଶ୍ୱାଳ, ବଂଶୀଧର ବିଶ୍ୱାଳ ଓ ଅନାଦି ସାସମଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣପିଡଛି । ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ବିଜୁଳି ସର୍ଟସର୍କିଟ୍‌ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

from Kanak News
via <a href="https://ifttt.com/?

ପଶ୍ଚିମବଙ୍ଗରେ ଜଳପାଇଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା : ଦୁର୍ଘଟଣାରେ ୧୩ଜଣଙ୍କ ମୃତ୍ୟୁ, ୧୮ ଗୁରୁତର; ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଜଳପାଇଗୁଡିରେ ମର୍ମନ୍ତୁଦ ଦୁର୍ଘଟଣା । କୁହୁଡ଼ିଜନିତ ଦୃଶ୍ୟତା ହ୍ରାସ କାରଣରୁ ବିଳମ୍ବିତ ରାତିରେ  ଦୁର୍ଘଟଣା ଘଟି ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୮ଜଣ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି । ମୃତ ୧୩ଜଣଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ପୁରୁଷଙ୍କ ସମେତ ଛଅଜଣ ମହିଳା ଓ ଚାରିଜଣ ପିଲା । ବିବାହ ଅନୁଷ୍ଠାନକୁ ଅତିଥି ହୋଇ ଯାଉଥିବା କିଛି ଲୋକଙ୍କୁ ନେଇ ଚୂଡ଼ଭଣ୍ଡାର ଲାଲ୍‌ ସ୍କୁଲ୍‌ରୁ ଧୂପଗୁଡ଼ି ଯାଉଥିବା ଯାନ ଜାତୀୟ ରାଜପଥରେ ଥିବା ଜଳଢ଼ାକା ସେତୁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆହତ ହୋଇଥିବା ୧୮ଜଣଙ୍କ ମଧ୍ୟରୁ ଚାରିଜଣଙ୍କୁ ଜଳପାଇଗୁଡ଼ି ସୁପରସ୍ପେସାଲିଟି ହସ୍ପିଟାଲ୍‌, ତିନିଜଣଙ୍କୁ ଉତ୍ତରବଙ୍ଗ ମେଡିକାଲ୍‌ କଲେଜ, ଏବଂ ଜଣଙ୍କୁ ଜଳପାଇଗୁଡ଼ି ସଦର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ପୁଲିସ ସୂତ୍ରରୁ ପ୍ରକାଶ, ବାଣିଜ୍ୟିକ ଯାନ ଟାଟା ମେଜିକ୍‌, ଗୋଟିଏ ମାରୁତି ଭ୍ୟାନ୍‌ ଏବଂ ଗୋଟାଏ କାର୍‌ ଧୂପଗୁଡ଼ି ଆଡ଼କୁ ଯାଉଥିଲେ। କୁହୁଡ଼ି ଯୋଗୁଁ ଦୃଶ୍ୟତା ହ୍ରାସ ପାଇଥିବା କାରଣରୁ ଆଗରେ ଯାଉଥିବା ଗାଡ଼ିଟି ହଠାତ୍‌ ଗୋଟାଏ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଖାଇଥିଲା। ଟ୍ରକ୍‌ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ଟାଟା ମ୍ୟାଜିକ୍‌ ପଛେ ପଛେ ଯାଉଥିବା ମିନିଭ୍ୟାନ୍‌ ଏବଂ କାର୍‌ ମଧ୍ୟ ଟ୍ରକ୍‌ ସହ ଧକ୍କା ଖାଇଥିଲେ । ଟ୍ରକ୍‌ଟି ଡାହାଣ ପଟକୁ ଅଣେଇ ପଡ଼ିବାରୁ ସେଥିରେ ଥିବା ପଥର ଖଣ୍ଡମାନ ଗଡ଼ିଆସି ଯାତ୍ରୀମାନଙ୍କ ଉପରେ ପଡ଼ିଥିଲା ।

from Kanak News
via <a href="https://ifttt.com/?

ବର୍ଷିୟାନ ଅଭିନେତା ରବିମିଶ୍ରଙ୍କ ପରଲୋକ : ହୃଦଘାତ ଯୋଗୁଁ ଭୁବନେଶ୍ୱରରେ ଘରୋଇ ହସପିଟାଲରେ ମୃତ୍ୟୁ; ଅନେକ ଫିଲ୍ମରେ କରିଥିଲେ ଅଭିନୟ, ‘ଗୋପାଳ ରହସ୍ୟ’ ସିରିୟଲରେ ପାଇଥିଲେ ଲୋକପ୍ରିୟତା

କନକ ବ୍ୟୁରୋ : ପରଲୋକରେ ବର୍ଷିୟାନ ଅଭିନେତା ରବି ମିଶ୍ର । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ସେ ବହୁ ଚଳଚ୍ଚିତ୍ର, ଟେଲି ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ଧାରାବାହିକ ‘ଗୋପାଳ ରହସ୍ୟ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଟେଲି ସିରିଏଲ ‘ଗୋପାଳ ରହସ୍ୟ’ ପାଇଁ ବହୁ ପ୍ରଶଂସା ସାଉଁଟିଥିଲେ । ‘ହେ ପ୍ରଭୁ’ ସିରିଏଲରେ ସେ କାମ କରୁଥିଲେ ରବି । ଏହି ସିରିୟଲରେ ସେ ଅଭିନେତ୍ରୀ ଳିପ୍‌ସା ମିଶ୍ରଙ୍କ ଜେଜେ ଭୂମିକାରେ ଅଭିନୟ କରୁଥିଲେ। ସେହିପରି ଓଡିଆ ଫିଲ୍ମ ସୌଭାଗ୍ୟବତୀ ତାଙ୍କର ଅଭିନୟ ପାଇଁ ଖୁବ୍‌ ପ୍ରଶଂସା ସାଉଁଟିଥିଲେ । ତେବେ ରବି ମିଶ୍ରଙ୍କ ପରଲୋକରେ ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।

from Kanak News
via <a href="https://ifttt.com/?

ପୁଣି ଲଜ୍ଜା : ସାଲେପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ; ଘରେ ଏକୁଟିଆ ଥିବାବେଳେ ଗୋଡହାତ ବାନ୍ଧି ଦୁଷ୍କର୍ମ

କନକ ବ୍ୟୁରୋ : ସାଲେପୁର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକାର ମୁହଁ ଓ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ନାବାଳିକାର ମା’ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ପୀଡ଼ିତାର ନାବାଳିକାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ତାଙ୍କ ବାପାମା’ କାମ କରିବାକୁ ପ୍ରାୟତଃ ବ‌ାହାରକୁ ଯାଇଥା’ନ୍ତି। ଗତ ୧୬ ତାରିଖରେ ଉଭୟଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପୂର୍ବରୁ ସେମାନଙ୍କ ଘରକୁ ଆସୁଥିବା ଜଣେ ଯୁବକ ଗାମୁଛାରେ ନାବାଳିକାର ମୁହଁ ଓ ଗୋଡ଼କୁ ବାନ୍ଧି ଦୁଷ୍କର୍ମ କରିଥିଲା ।

ଖାଲି ସେ ଏକା ନୁହେଁ କିମ୍ବା ଥରୁଟିଏ ନୁହେଁ, ଅନ୍ୟ ଜଣେ ଲୋକ ବି ଦୁଷ୍କର୍ମ କରିଥିଲା । ଠିକ୍‌ ପରଦିନ ବି ସମାନ ଘଟଣା ଘଟିଲା । ସେହି ଯୁବକ ଓ ଅନ୍ୟଜଣେ ପୁଣିଥରେ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ କାହାରିକୁ କହିଲେ ନାବାଳିକା ଓ ତା ସାନଭାଇକୁ ହତ୍ୟା କରିବେ ବୋଲି ସେମାନେ ଧମକ ଦେଇଥିଲେ । ଫଳରେ ନାବାଳିକା ଜଣକ ଭୟରେ ପରିବାର ଲୋକଙ୍କୁ କିଛି କହି ନ ଥିଲେ ।

ତେବେ ସେ ଅସୁସ୍ଥ ହେବାରୁ ଦୁଷ୍କର୍ମ ସମ୍ପର୍କରେ ବାପା-ମା’ଙ୍କୁ ଜଣାଇଥିଲେ। ଏହାପରେ ପୀଡ଼ିତା ନାବାଳିକାର ମା’ ଆଜି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଉକ୍ତ ଅଭିଯୋଗକୁ ସାଲେପୁର ପୁଲିସ ସ୍ବୀକାର କରିଥିଲା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇ ନ ଥିବା ସୂଚନା ଦେଇଛି । ଏହି ଘଟଣା କିନ୍ତୁ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

from Kanak News
via <a href="https://ifttt.com/?

ଆମେରିକାରେ ଆରମ୍ଭ ଜୋ ବାଇଡେନ୍ ଶାସନ : ୧୦ଦିନରେ ୪ ବଡ ସଙ୍କଟର ହେବ ସମାଧାନ

କନକ ବ୍ୟୁରୋ : ବାଇଡେନଙ୍କ ଶପଥ ସମାରୋହ ସହ, ଆମେରିକାରେ ଶେଷ ହୋଇଯିବ ଟ୍ରମ୍ପ ଯୁଗ । ହେଲେ ଏକ ଏମିତି ସମୟରେ ଆମେରିକାର ଦାୟିତ୍ୱ ଭାର ସମ୍ଭାଳିବେ ବାଇଡେନ୍, ଯେତେବେଳେ କରୋନା ମହାମାରୀ ଦେଶକୁ କଲବଲ କରୁଛି । ଅର୍ଥନୀତି ଦୁର୍ବଳ ହୋଇ ପଡିଥିବାବେଳେ ଲୋକେ ରୋଜଗାର ହରାଇଛନ୍ତି । ତେଣୁ କ୍ଷମତାକୁ ଆସିବାର ୧୦ ଦିନ ଭିତରେ ଆମେରିକା ସାମ୍ନା କରୁଥିବା ୪ଟି ବଡ ସମସ୍ୟାର ସମାଧାନ କରିବା ଲାଗି ପଦକ୍ଷେପ ନେବେ ନବନିର୍ବାଚିତ ରାଷ୍ଟ୍ରପତି ।

  • ଦାୟିତ୍ୱ ନେବାର ୧୦ ଦିନ ଭିତରେ ୪ଟି ବଡ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବେ ଜୋ ବାଇଡେନ୍ ।
  • କରୋନା ମହାମାରୀ, ଦୁର୍ବଳ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ ଓ ବର୍ଣ୍ଣ ବୈଷମ୍ୟ ଦୂର କରିବାକୁ ନେବେ ପଦକ୍ଷେପ ।
  • ଶପଥ ନେବାପରେ ଡର୍ଜନରୁ ଅଧିକ ଆଦେଶରେ ହସ୍ତାକ୍ଷର କରିବେ ବାଇଡେନ୍ ।
  • କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୫ ହଜାର ଥିବାବେଳେ ପ୍ରତି ସପ୍ତାହରେ ୧ ଲକ୍ଷ ନୂଆ ସଂକ୍ରମଣ ସାମ୍ନାକୁ ଆସୁଛି ।
  • କରୋନା ମହାମାରୀ ଅର୍ଥନୀତକୁ ଦୁର୍ବଳ କରି ପକାଇଛି ଓ ଲୋକଙ୍କ ରୋଜଗାର ଛଡାଇ ନେଇଛି ।
  • ଅର୍ଥନୀତିରେ ସୁଧାର ପାଇଁ ୧.୯ ଟ୍ରିଲିୟନ ଡଲାର ପୁଞ୍ଜି ବିନିଯୋଗ ଭଳି ଯୋଜନା ପ୍ରସ୍ତୁତ କରିଛନ୍ତି ଜୋ ବାଇଡେନ୍ ।
  • କରୋନା ମୁକାବିଲା ପାଇଁ ଦେଶରେ ଟିକାକରଣକୁ ଜୋରଦାର କରିବା ଲାଗି ମଧ୍ୟ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି ।
  • ଦାୟିତ୍ୱ ନେବାର ପ୍ରଥମ ଦିନରେ ପ୍ୟାରିସ ଜଳବାୟୁ ବୁଝାମଣାରେ ଆମେରିକା ପୁନଃ ସାମିଲ ହେବାଲାଗି ହସ୍ତାକ୍ଷର କରିବେ ।
  • ଟ୍ରମ୍ପ ପ୍ରଶାସନ ଦ୍ୱାରା ୭ଟି ଇସଲାମିକ ରାଷ୍ଟ୍ର ଉପରେ ଲଗାଯାଇଥିବା ପ୍ରବେଶ ପ୍ରତିବନ୍ଧକକୁ ହଟାଇଦେବେ ବାଇଡେନ୍ ।
  • ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇଥିବା ଦୁଇଟି ବଡ ପ୍ରତିବନ୍ଧକକୁ ହଟାଇ ଦେବା ପାଇଁ ପୂର୍ବରୁ ଘୋଷଣା କରିଥିଲେ ବାଇଡେନ୍ ।

from Kanak News
via <a href="https://ifttt.com/?

ପ୍ରତିଶ୍ରୁତି ପରେ ବି ମଣ୍ଡିରୁ ଉଠିଲାନି ଧାନ : ପଦ୍ମପୁର ଉପଖଣ୍ଡ ୭୦ ମଣ୍ଡିରେ ପଡିରହିଛି ଲକ୍ଷ ଲକ୍ଷ ବସ୍ତା ଧାନ; ସରିଯାଉଛି ଟୋକନ ଅବଧି, ଚାଷୀ ହତାଷ

କନକ ବ୍ୟୁରୋ : ଟାର୍ଗେଟ ନାହିଁ , ବିକ୍ରି ନ ହୋଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ମଣ୍ଡିରେ ପଡି ରହିଛି ବସ୍ତା ବସ୍ତା ଧାନ । ପଦ୍ମପୁର ଉପଖଣ୍ଡରେ ୭୦ ଧାନ ମଣ୍ଡିରେ ପ୍ରାୟ ୧୫ ଲକ୍ଷ ବସ୍ତା ଧାନ ପଡିରହିଛି । ଗତ ସୋମବାର ଧାନ ଉଠାଣ ହେଉନଥିବା ପ୍ରତିବାଦରେ ବରଗଡ ପଦ୍ମପୁର ରାଜପଥକୁ ଅବରୋଧ କରିଥିଲେ ଚାଷୀ । ସେଠାରେ ଉପଜିଲ୍ଲାପାଳ ଓ ସହକାରୀ ଯୋଗାଣ ଅଧିକାରୀ ପଂହଚି ଚାଷୀଙ୍କୁ ତିନିଦିନ ଭିତରେ ଧାନ ବିକ୍ରି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜିସୁଦ୍ଧା ମଣ୍ଡିରେ ଧାନ ବିକ୍ରି ଆରମ୍ଭ ହୋଇପାରି ନାହିଁ ।

ସେପଟେ ମଣ୍ଡିରେ ଖୋଲା ଆକାଶ ତଳେ ପଡି ରହି ବସ୍ତା ବସ୍ତା ଧାନ ନଷ୍ଟ ହେଉଛି । ଟୋକନ ପାଇ ମଣ୍ଡିକୁ ଆସିଥିବା ଚାଷୀଙ୍କ ଟୋକନ ଅବଧି ସରିଯାଉଛି ସିନା ଧାନ ବିକ୍ରି ହୋଇପାରୁ ନାହିଁ । ସ୍ଥିତି ଏପରି ହେଉଛି ଯେ ମଣ୍ଡିରେ ବହୁ ଚାଷୀଙ୍କ ଧାନ ପଡି ରହିଥିବାରୁ ଜାଗା ନଥିବାରୁ ଅନ୍ୟ ଚାଷୀ ମଣ୍ଡିକୁ ନିଜ ଧାନ ଆଣି ପାରୁନାହାନ୍ତି । ଏସବୁ ସମସ୍ୟାକୁ ନେଇ ଚାଷୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶୀଘ୍ର ଧାନ କିଣା ନଗଲେ ସରକାରୀ କାର୍ଯ୍ୟାଳୟ ଅଚଳ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

from Kanak News
via <a href="https://ifttt.com/?

ଜାଣନ୍ତୁ ବାଇଡ଼େନଙ୍କ ହାତକୁ ଶାସନ ଭାର ଗଲେ କେମିତି ରହିବ ଭାରତ-ଆମେରିକା ସମ୍ପର୍କ ? ପୂର୍ବରୁ ଟ୍ରମ୍ପ୍ ଶାସନରେ କେମିତି ଥିଲା ସମ୍ପର୍କ ?

କନକ ବ୍ୟୁରୋ : ଆମେରିକାରେ ବାଇଡେନ୍ ଶାସନ ଆରମ୍ଭ ହେବାପରେ ଭାରତ ସହିତ କିଭଳି ସଂପର୍କ ରହିବ, ତାକୁ ନେଇ ପ୍ରଶ୍ନ ଉଠୁଛି । ଦ୍ୱିପାକ୍ଷୀକ ବାଣିଜ୍ୟିକ ସଂପର୍କ, ଏଚ-୧ ବି ଭିସା, ଆମେରିକାରେ ଭାରତୀୟଙ୍କୁ ମିଳୁଥିବା ନିଯୁକ୍ତି, ପ୍ରତିରକ୍ଷା ସହଭାଗିତା, ପାକିସ୍ତାନକୁ ନେଇ ଆମେରିକାର ଆଭିମୁଖ୍ୟ ଏବଂ ବାଇଡେନ ପ୍ରଶାସନର ଚୀନ ରଣନୀତି ଉପରେ ନିର୍ଭର କରୁଛି ଭାରତ ସହିତ ନୂଆ ସରକାରଙ୍କ ସଂପର୍କ ।

ଟ୍ରମ୍ପ ପ୍ରଶାସନରେ ଭାରତ ସହିତ ବ୍ୟବସାୟିକ ସଂପର୍କ ସେତେଟା ଭଲ ନଥିଲା । କାରଣ ଆମେରିକାକୁ ରପ୍ତାନି ସାମଗ୍ରୀ ଉପରେ ଉଚ୍ଚ ଟାରିଫ ବସାଇଥିଲା ଟ୍ରମ୍ପ ପ୍ରଶାସନ ।

ବାଇଡେନ କିନ୍ତୁ ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସଂପର୍କକୁ ଗୁରୁତ୍ୱ ଦେଇଆସିଛନ୍ତି । ଦୁଇଦେଶ ମଧ୍ୟରେ ଟ୍ରେଡ ଡିବକୁ ୫ଶହ ଅରବ ଡଲାରରେ ପହଂଚାଇବାକୁ କହୁଛନ୍ତି  ।

ଏଚ-୧ ବି ଭିସା ଏବଂ ଇମିଗ୍ରେସନକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ଖୁବ କଡା ରହିଥିଲା । ଆମେରିକୀୟଙ୍କୁ ଅଧିକ ରୋଜଗାର ଦେବାପାଇଁ ବାହାରୁ ଆସୁଥିବା ଲୋକଙ୍କ ନିଯୁକ୍ତି କମ କରିବାକୁ ପଦକ୍ଷେପ ନେଇଥିଲେ ।

ବାଇଡେନ କିନ୍ତୁ ଏହି ପ୍ରସଙ୍ଗରେ ଉଦାର ନୀତି ଗ୍ରହଣ କରିପାରନ୍ତି । ଏଚ-୧ ବି ଭିସା ସଂଖ୍ୟା ବଢାଇବା ସହିତ ଏଥିରେ ଥିବା କଠୋର ନିୟମକୁ ପରିବର୍ତନ କରିପାରନ୍ତି ।

ଜର୍ଜ ବୁସଙ୍କ ପରେ ଗତ ୧୪ବର୍ଷ ହେଲା କେହି ଆମେରିକା ରାଷ୍ଟ୍ରପତି ପାକିସ୍ତାନ ଗସ୍ତ କରିନାହାନ୍ତି । ଓବାମାଙ୍କ ଶାସନ କାଳରେ ଆମେରିକା ପାକିସ୍ତାନରେ ପଶି ଲାଡେନକୁ ମାରିଥିଲା । ଟ୍ରମ୍ପ ପାକିସ୍ତାନ ଉପରେ ଅନେକ ଆର୍ଥିକ କଟକଣା ଲଗାଇଥିଲେ ।

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଭାରତରେ ସିଏଏ ଏବଂ ଏନଆରସି ଭଳି ଆଇନ ବିରୋଧରେ ମତ ରଖିଆସିଛନ୍ତି ବାଇଡେନ୍ । ତେଣୁ ଆଶଙ୍କା କରାଯାଉଛି ପାକିସ୍ତାନ ପ୍ରତି କୋହଳ ମନୋଭାବ ଦେଖାଇ ପାରନ୍ତି ବାଇଡେନ୍ ।

ଭାରତ-ଆମେରିକା ସଂପର୍କରେ ଚୀନର ଏକ ବଡ ଭୂମିକା ରହିଛି । ଟ୍ରମ୍ପ ପ୍ରଶାସନ ଚୀନ ବିରୋଧରେ ମଧ୍ୟ କଡା ଆଭିମୁଖ୍ୟ ରଖିଆସିଥିଲା ।

ଚୀନ ସିହତ ଭାରତର ସୀମା ବିବାଦ ଆଜିଯାଏଁ ସେମିତି ରହିଛି । ତେଣୁ ଚୀନ ପ୍ରତି ବାଇଡେନ ନରମ ମନୋଭାବ ରଖିଲେ ଏହା ଭାରତକୁ ପସନ୍ଦ ଆସିବ ନାହିଁ ।

୨୦୧୩ରେ ମୁମ୍ବାଇ ଗସ୍ତ ସମୟରେ ଜୋ ବାଇଡେନ୍ କହିଥିଲେ ଯେ, ଭାରତ ସହିତ ତାଙ୍କର ସଂପର୍କ ରହିଛି । କାରଣ ଏଠାରେ ତାଙ୍କ ପୂର୍ବ ପୁରୁଷ ରହୁଥିଲେ । ସେତେବେଳେ ଓବାମା ପ୍ରଶାସନରେ ଆମେରିକାର ଉପରାଷ୍ଟ୍ରପତି ଥିଲେ ବାଇଡେନ୍ । ଏବେ ସେ ଦେଶର ସର୍ବୋଚ୍ଚ ନେତା ଆସନରେ ବସିବାକୁ ଯାଉଛନ୍ତି । ତେଣୁ ତାଙ୍କ ଶାସନରେ ଭାରତ-ଆମେରିକା ସଂପର୍କ ନୂଆ ଶିଖର ଛୁଇଁବ ବୋଲି ଆକଳନ କରାଯାଉଛି ।

from Kanak News
via <a href="https://ifttt.com/?

ହ୍ୱାଇଟ ହାଉସ ପ୍ରବେଶ ପୂର୍ବରୁ ବ୍ଲେୟାର ହାଉସରେ ରାତି କାଟିଲେ ବାଇଡେନ୍ : ଆଜି କ୍ୟାପିଟାଲ୍ ହିଲରେ ହେବ ଶପଥ ସମାରୋହ

କନକ ବ୍ୟୁରୋ : ହ୍ୱାଇଟ ହାଉସକୁ ପ୍ରବେଶ ପୂର୍ବରୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଆମେରିକା ଫାଷ୍ଟଲେଡି ଡକ୍ଟର ଜିଲ ବାଇଡେନ୍ ବ୍ଲେୟାର ହାଉସରେ ରାତି ବିତାଇଛନ୍ତି । ବୁଧବାର ସକାଳୁ ବାଇଡେନ୍ ୱାସିଂଟନସ୍ଥିତ ସେଂଟ ମାଥ୍ୟୁସ ଚର୍ଚ୍ଚରେ ପ୍ରାର୍ଥନା କରିବେ । ଏଠାରେ ଉଭୟ ଦଳର କିଛି ସିନେଟର ଓ କଂଗ୍ରେସ ସଦସ୍ୟ ଉପସ୍ଥିତ ରହିବେ । ଏହାପରେ କ୍ୟାପିଟାଲ୍ ହିଲରେ ହେବ ଶପଥ ସମାରୋହ । ପ୍ରଥମେ ଉପରାଷ୍ଟ୍ରପତି କମଲା ହାରିସ ଶପଥ ନେବେ । ପରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍ ।

ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଆଗାମୀ ୪ବର୍ଷ ପାଇଁ ଆମେରିକାକୁ ନେଇ ତାଙ୍କ ଭିଜନ୍ ରଖିବେ ନବନିର୍ବାଚିତ ରାଷ୍ଟ୍ରପତି । ଏହାପରେ ପରିବେଷଣ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଜାତୀୟ ସଂଗୀତ ଗାନ କରିବେ ଲେଡି ଗାଗା । ଜେନିଫର ଲୋପେଜ ମଧ୍ୟ ସଂଗୀତ ଭିତିକ କାର୍ଯ୍ୟକ୍ରମରେ ଭାଗନେବେ । ଲେଡି ଗାଗାଙ୍କ ବ୍ୟତୀତ ଜଷ୍ଟିନ ଟିମ୍ବରଲେକ୍, ଡେମି ଲୋବାଟୋ, ଗାର୍ଥ ବ୍ରୁକ୍ସ, ଜନ ଲିଣ୍ଡଜଙ୍କ ପରି ପ୍ରଖ୍ୟାତ କାଳାକାର ମଧ୍ୟ ସାଂସ୍କୃିତକ କାର୍ଯ୍ୟକ୍ରମରେ ସାମିଲ ହେବେ । ୯୦ ମିନିଟ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ସେଲିବ୍ରେଟିଂ ଆମେରିକା । କ୍ୟାପିଟାଲ୍ ହିଲରୁ ହ୍ୱାଇଟ ହାଉସ ଯାଏଁ ହେବାକୁ ଥିବା ପବ୍ଲିକ ପରେଡକୁ ଏଥର ବାତିଲ କରିଦିଆଯାଇଛି । ଏହା ପରିବର୍ତ୍ତେ ଏକ ଭର୍ଚୁଆଲ ପରେଡର ଆୟୋଜନ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ ବାଦ ହଲିଉଡ ଅଭିନେତା ତଥା କମେଡିଆନ ଟମ ହାଙ୍କସ ମଧ୍ୟ ଏକ ସ୍ୱତନ୍ତ୍ର ଟି ସୋକୁ ହୋଷ୍ଟ କରିବେ ।

ଆମେରିକା ସମୟ ଦିନ ୧୧ଟାରୁ ଆରମ୍ଭ ହେବ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ସମାରୋହ । ଅର୍ଥାତ ଭାରତୀୟ ସମୟ ରାତି ସାଢେ ୯ଟାରେ ଆରମ୍ଭ ହେବ ଉତ୍ସବ । ଆମେରିକାର ତମାମ ଟେଲିଭିଜନ ନେଟୱର୍କ- ସିଏନଏନ, ଫକ୍ସ, ଏବିସି ଓ ଏନବିସିରେ ସପଥ ସମାରୋହର ସିଧାପ୍ରସାରଣ କରାଯିବ । ଏହାବାଦ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହାକୁ ଦେଖିହେବ । ହ୍ୱାଇଟ ହାଉସର ସରକାରୀ ୱେବସାଇଟ- ବାଇଡେନ ଇନାଗୁରାଲ କମିଟିର ୟୁ-ଟ୍ୟୁବ ଚ୍ୟାନେଲ ମଧ୍ୟ ସିଧା ପ୍ରସାରଣ କରିବ ।

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି : ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ; ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି, ଏହାକୁ ନେଇ ଏବେ ଚର୍ଚ୍ଚା । କାରଣ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ଆଜି ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ସାଧାରଣତନ୍ତ୍ର ଦିବରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି ? ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଚାଷୀ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ ।  ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଲି ହେବ କି ନାହିଁ, ଏନେଇ ଦିଲ୍ଲୀ ପୁଲିସର ନିଷ୍ପତ୍ତି ନିର୍ଭର କରିବ ବୋଲି ନ୍ୟାୟାଳୟ କହିଛନ୍ତି । ଏସବୁ ଭିତରେ ଦିଲ୍ଲୀ ପୁଲିସ୍ ଅଧିକାରୀଙ୍କୁ ଆଜି ଚାଷୀ ନେତା ଭେଟିବାର ମଧ୍ୟ ଖବର ମିଳିଛି । ତେବେ ଆଗକୁ ମଧ୍ୟ ଚାଷୀ ଓ ଦିଲ୍ଲୀ ପୁଲିସ୍ ମଧ୍ୟରେ ବୈଠକ ବସିବ ବୋଲି ସୂଚନା ମିଳିଛି ।

କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ । ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଏପଟେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ୨୧ ଜାନୁଆରେ ସେମାନଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ମଙ୍ଗଳବାର ଦିଲ୍ଲୀରେ ବସିଥିବା କମିଟିର ପ୍ରଥମ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ତେବେ ବଡ଼ ପ୍ରଶ୍ନ, କମିଟିକୁ ଚାଷୀ ନେତା ଭେଟିବେ କି ନାହିଁ । କାରଣ କମିଟି ଆଗରେ ହାଜର ହେବେନାହିଁ ବୋଲି ପୂର୍ବରୁ ଚାଷୀନେତାମାନେ କହିସାରିଛନ୍ତି । ଏଥିସହ କମିଟିର ସଦସ୍ୟମାନେ ସରକାର ସପକ୍ଷବାଦୀ ବୋଲି ଚାଷୀନେତା ଅଭିଯୋଗ କରିଆସୁଛନ୍ତି । ଏପରିକି ଏହି ଅଭିଯୋଗ ପରେ କମିଟିର ସଦସ୍ୟ ପଦରୁ ଚାଷୀ ନେତା ଭୂପିନ୍ଦର ସିଂ ମାନ ନିଜକୁ ଦୂରେଇ ନେଇଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started