ପର୍ଯ୍ୟଟକଙ୍କ ମନ ମୋହୁଛି ଏକାମ୍ର କ୍ଷେତ୍ର । ନୂଆ ରୂପକୁ ଦେଖିବା ପାଇଁ ଦୂରଦୁରାନ୍ତରରୁ ଆସୁଛନ୍ତି ଲୋକେ ।

କନକ ବ୍ୟୁରୋ : ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବା ପରଠାରୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଦୀର୍ଘ ୧୦ ମାସ ପରେ ପ୍ରଭୁଙ୍କ ଦର୍ଶନ ଲାଭ କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେହିଭଳି ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଆ‌କର୍ଷିତ କରୁଛି ବୋଲି ଚର୍ଚ୍ଚା ହେଉଛି । ଗତବର୍ଷ ଯେଉଁ ସମୟରେ ଏଠାରେ ସାଢ଼େ ୩ ହଜାର ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଥିଲା, ଚଳିତ ବର୍ଷ ସେହି ସମୟରେ ପର୍ଯ୍ୟଟକଙ୍କ ସଂଖ୍ୟା ୮ ହଜାର ଛୁଇଁଲାଣି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଟୁରିଷ୍ଟ୍‌ ବସ୍‌ ଅଧିକ ଆସୁଥିବା ଏହାର ପ୍ରମାଣ । ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଗମନାଗମନ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ୁଛି ବୋଲି କୁହାଯାଉଛି ।

ଜାନୁଆରି ୬ ତାରିଖରୁ ସମସ୍ତ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲାଯାଇଛି । ତେଣୁ ସ୍ବତଃ ଦେବଦର୍ଶନ ପାଇଁ ସାଧାରଣ ଲୋକେ ମନ୍ଦିରକୁ ଆସୁଛନ୍ତି । ପୂର୍ବରୁ ମନ୍ଦିର ପ୍ରବେଶ ଉପରେ କିଛି କଟକଣା ଥିଲା। କରୋନା ପରୀକ୍ଷା କରିବାକୁ ପଡ଼ୁଥିଲା । ମାତ୍ର ଏବେ ଏହି କଟକଣା କୋହଳ କରାଯାଇଛି । ସ୍କ୍ରିନିଂ କରି ମନ୍ଦିରକୁ ଛଡ଼ା ଯାଉଛି । ତେଣୁ ଏବେ ସର୍ବସାଧାରଣଙ୍କ ଭିଡ଼ ବଢ଼ିଛି । ବଡ଼ କଥା ହେଉଛି ଏବେ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି । ପ୍ରତିଦିନ ଅଧିକ ସଂଖ୍ୟକ ଟୁରିଷ୍ଟ ବସ୍‌ ପହଞ୍ଚୁଛି । ଏବେ ମନ୍ଦିର ଚାରିପଟରୁ ବହୁ କୋଠାବାଡ଼ି ଭଙ୍ଗା ଯାଇଥିବାରୁ ଗାଡ଼ି ପାର୍କିଂ ପାଇଁ ସୁବିଧା ହୋଇଛି ଓ ରାସ୍ତା ପ୍ରଶସ୍ତ ହୋଇପଡ଼ିଛି । ଫଳରେ ସୁବିଧାରେ ପର୍ଯ୍ୟଟକମାନେ ମନ୍ଦିରମାଳିନୀ ଏକାମ୍ର କ୍ଷେତ୍ର ବୁଲି ପାରୁଛନ୍ତି । ସବୁ ମନ୍ଦିର ନିକଟରେ ପହଞ୍ଚି ପାରୁଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟ ସୌନ୍ଦର୍ଯ୍ୟ, ବିଭିନ୍ନ ଛୋଟ ମନ୍ଦିର ଓ ବିନ୍ଦୁସାଗର ମ୍ୟୁଜିକାଲ୍‌ ଫାଉଣ୍ଟ‌େନର ମଜା ନେଉଛନ୍ତି । ଆଗକୁ ଏହା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି ।

ଏବେ ଗର୍ଭଗୃହକୁ ଯିବାକୁ ଅନୁମତି ନାହିଁ । ଏହି କଟକଣା ହଟିବା ପରେ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସଂଖ୍ୟା ନିଶ୍ଚୟ ବଢ଼ିବ । ସେବାୟତ ଶରତ ଚନ୍ଦ୍ର ପଣ୍ଡାଙ୍କ କହିବା କଥା ବିମାନ ଓ ରେଳ ଚଳାଚଳ ସ୍ୱାଭାବିକ ହେବା ପରେ ବାହାର ଭକ୍ତଙ୍କ ସଂଖ୍ୟା ବଢ଼ିବ । ମନ୍ଦିର ଚାରିପଟର ସୌନ୍ଦର୍ଯ୍ୟକରଣ ଭଲ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି । ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥାଙ୍କ ସୂଚନାନୁସାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି । ପାର୍କିଂ ପାଇଁ ଅଧିକ ସୁବିଧା ହୋଇଛି । ବିଏମସି ଡେପୁଟି କମିସନର କମଲଜିତ୍‌ ଦାସଙ୍କ ସୂଚନାନୁସାରେ ପର୍ଯ୍ୟଟକମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା କରାଯାଇଛି । ସେମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ତେଣୁ ଏଣିକି ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଛି ।

from Kanak News
via <a href="https://ifttt.com/?

ବାହାରକୁ ହେବ ଟିକା ରପ୍ତାନୀ : ଆଜିଠୁ ୬ଟି ଦେଶକୁ ଟିକା ଯୋଗାଇ ଦେବ ଭାରତ

କନକ ବ୍ୟୁରୋ : ଆଜିଠାରୁ ପଡୋଶୀ ଦେଶକୁ କରୋନା ଟିକା ଯୋଗାଇଦେବ ଭାରତ । ନିଜର ଟିକା ଆବଶ୍ୟକତାକୁ ମେଣ୍ଟାଇବା ପରେ ପଡୋଶୀ ଦେଶ ବାଂଲାଦେଶ, ମାଳଦ୍ୱୀପ, ନେପାଳ, ଭୁଟାନ, ମିଆଁମାର ଓ ସିସିଲ୍ସକୁ କରୋନା ଟିକା ରପ୍ତାନୀ କରିବ ଭାରତ । ଏନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତକୁ ଟିକା ଯୋଗାଇ ଦେବାପାଇଁ ଏସବୁ ଦେଶ ଅନୁରୋଧ କରିଥିଲେ । ନିଜର ପଡୋଶୀ ଓ ଘନିଷ୍ଠ ବନ୍ଧୁରାଷ୍ଟ୍ରମାନଙ୍କ ଅନୁରୋଧ ରକ୍ଷା କରି ଆଜିଠାରୁ ୬ଟି ଦେଶକୁ ଟିକା ଯୋଗାଇ ଦିଆଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଡୋଶୀ ବନ୍ଧୁ ରାଷ୍ଟ୍ରଗୁଡିକର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିପାରୁଥିବାରୁ ଭାରତ ନିଜକୁ ଧନ୍ୟମନେ କରୁଛି । ଟିକା ଯୋଗାଣ ପାଇଁ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ମୋରିସସ ମଧ୍ୟ ଭାରତକୁ ଅନୁରୋଧ କରିଛନ୍ତି । ସେଠାରେ ଭାରତୀୟ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଲେ, ସେସବୁ ଦେଶକୁ ମଧ୍ୟ ଟିକା ଯୋଗାଣ ପ୍ରକ୍ରିୟା ଆରମ୍ଭ ହେବ ।

from Kanak News
via <a href="https://ifttt.com/?

୪ ଦିନରେ ୪ ଲକ୍ଷ ୫୪ ହଜାର କରୋନା ଟିକା ନେଲେଣି ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧା : ପାର୍ଶ୍ୱ ପ୍ରତିକ୍ରିୟା ହାର ଶୂନ ଦଶମିକ ୧୮ ପ୍ରତିଶତ

କନକ ବ୍ୟୁରୋ : ସାରାଦେଶରେ କେମିତି ଚାଲିଛି କରୋନା ଟିକାକରଣ, ତାର ତଥ୍ୟ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ମେଗା ଟିକାକରଣରେ ଏପର୍ଯ୍ୟନ୍ତ ୪ ଲକ୍ଷ ୫୪ ହଜାର ୪୯ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ଦିଆସରିଲାଣି । ଓଡିଶା ସମେତ ସିକିମ, ତେଲେଙ୍ଗାନା, ରାଜସ୍ଥାନ, ଉତ୍ତର ପ୍ରଦେଶ ଓ ଲାକ୍ଷାଦ୍ୱୀପରେ ଟିକାକରଣ ହାର ଅଧିକ ରହିଛି । ଆମ ରାଜ୍ୟରେ ଗତ ୩ ଦିନରେ ଧାର୍ଯ୍ୟ ଲକ୍ଷ୍ୟର ୮୨.୬ ପ୍ରତିଶତ ଟିକାକରଣ ହୋଇଛି । ଯାହା ଉତ୍ସାହଜନକ ।

ସବୁଠାରୁ ବଡକଥା ହେଲା, ମୋଟ୍ ଟିକା ନେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ମାତ୍ର ୦.୧୮ ପ୍ରତିଶତଙ୍କଠାରେ ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଉଛି। ସେହିପରି ମାତ୍ର ୦.୦୦୨ ପ୍ରତିଶତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡୁଛି । ତେଣୁ ଭାରତ ସରକାର ଅନୁମୋଦନ କରିଥିବା ଦୁଇଟିଯାକ ଟିକା ସୁରକ୍ଷିତ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପଲ । ବିଶେଷ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବାରୁ ମନରୁ ଭୟ ଦୂର କରି, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧା ଟିକାକରଣ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

from Kanak News
via <a href="https://ifttt.com/?

କୋହଳ ହେବ ସ୍କୁଲ ଫି : ହାଇକୋର୍ଟଙ୍କ ରାୟ ପରେ ବାଟ ବାହାର କଲେ ସରକାର; ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲ ଫି ଛାଡ ହେବ 

କନକ ବ୍ୟୁରୋ : କୋହଳ ହେବ ସ୍କୁଲ ଫି । ହାଇକୋର୍ଟଙ୍କ ରାୟ ପରେ ଶେଷରେ ବାଟ ବାହାର କରିଛନ୍ତି ସରକାର । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ସମସ୍ତ ଘରୋଇ, ଅଣ ଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ହିଁ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ ।

ହାଇକୋର୍ଟଙ୍କ ରାୟ ଆସିବା ପରେ ବ୍ୟାପକ ଆଲୋଚନା, ପର୍ଯ୍ୟାଲୋଚନା ଓ ଆଡଭୋକେଟ ଜେନେରାଲଙ୍କ ପରାମର୍ଶକ୍ରମେ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ, ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର, ଓଡିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିକୁ କାର୍ଯ୍ୟକାରୀ କରାଯିବ । ୭ ତାରିଖରେ ଏ ସଂପର୍କିତ ମାମଲାର ଶୁଣାଣି କରି ଗତ ୧୦ ତାରିଖରେ ରାୟ ପ୍ରକାଶ କରିଥିଲେ ହାଇକୋର୍ଟ । ଏଥିରେ ରାଜ୍ୟ ସରକାର ହିଁ ସ୍କୁଲ ଫି ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ୭ଟି ସ୍ଲାବରେ ସ୍କୁଲ ଫି ଛାଡ କରିବାକୁ କୁହାଯାଇଛି ।

ବାର୍ଷିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ ଫି ଦେଉଥିଲେ କୌଣସି ରିହାତି ମିଳିବ ନାହିଁ । ୬ ହଜାରରୁ ଅଧିକ କିନ୍ତୁ ୧୨ ହଜାରରୁ କମ୍ ଦେଉଥିଲେ ୭.୫ ପ୍ରତିଶତ ଟିଉସନ ଫି ଛାଡହେବ । ସେହିପରି ବାର୍ଷିକ ୧୨ ହଜାରରୁ ଅଧିକ ଏବଂ ୨୪ ହଜାରରୁ କମ୍ ଫି ଉପରେ ୧୨ ପ୍ରତିଶତ, ୨୪ ହଜାରରୁ ଅଧିକ ଓ ୪୮ ହଜାରରୁ କମ୍ ୧୫ ପ୍ରତିଶତ, ୪୮ ହଜାରରୁ ଅଧିକ ଓ ୭୨ ହଜାରରୁ କମ୍ ଟିଉସନ ଫି ଉପରେ ୨୦ ପ୍ରତିଶତ ଛାଡ ହେବ । ୭୨ ହଜାରରୁ ଅଧିକ ଓ ଲକ୍ଷେ ଟଙ୍କାରୁ କମ୍ ଫି ଉପରେ ଛାଡ ହେବ ୧୫ ପ୍ରତିଶତ ଏବଂ ବାର୍ଷିକ ୧ ଲକ୍ଷରୁ ଅଧିକ ଟିଉସନ ଫି ଦେଉଥିଲେ ୨୬ ପ୍ରତିଶତ ଛାଡ ହେବ ।

from Kanak News
via <a href="https://ifttt.com/?

ଆଜିଠାରୁ ଆମେରିକା ଶାସନରେ ହେବ ପଟ୍ଟ ପରିବର୍ତ୍ତନ : ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍

କନକ ବ୍ୟୁରୋ : ସୁପର ପାୱାର ଆମେରିକାରେ ଆଜି ହେବ କ୍ଷମତାର ପଟ୍ଟ ପରିବର୍ତ୍ତନ । ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ ଜୋ ବାଇଡେନ୍ । ସେହିପରି ଭାରତୀୟ ବଂଶୋଦ୍ଭବ ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ବିଶ୍ୱ ମହାମାରୀ କରୋନା ଏବଂ କ୍ୟାପିଟଲ ହିଲ ହିଂସାକାଣ୍ଡ ପରେ ଏହି ଶପଥ ସମାରୋହ ଭିନ୍ନ ହେବାକୁ ଯାଉଛି ।

ଜାନୁଆରୀ ୬ରେ ଆମେରିକା ସଂସଦ ଭବନ ଉପରେ ଟ୍ରମ୍ପ ସମର୍ଥକଙ୍କ ଆକ୍ରମଣ ପରେ ରାଜଧାନୀ ୱାସିଂଟନ ଡିସିରେ ୨୫ ହଜାର ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି । ଆମେରିକା ଗୁଇନ୍ଦା ସଂସ୍ଥା ଏଫବିଆଇକୁ ମିଳିଥିବା ସୂଚନା ଅନୁଯାୟୀ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ, ୱାସିଂଟନ ସମେତ ୫୦ଟି ରାଜ୍ୟର ରାଜଧାନୀରେ ହଙ୍ଗାମା କରିପାରନ୍ତି । ସେଥିପାଇଁ ହ୍ୱାଇଟ ହାଉସକୁ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି ।

କରୋନା କାଳରେ ହେଉଥିବା ଏହି ଶପଥ ସମାରୋହରେ ଭିଆଇପିଙ୍କ ସହ କ୍ୟାବିନେଟ୍ ସଦସ୍ୟ, ସାଂସଦ ଏବଂ ଆମେରିକା ସୁପ୍ରିମକୋର୍ଟର ବିଚାରପତି ସାମିଲ ହେବେ । ଡୋନାଲ୍ଡ ଟ୍ରମ୍ପ ଏହି ଶପଥ ସମାରୋହରେ ସାମିଲ ହେବାକୁ ପୂର୍ବରୁ ମନା କରିସାରିଛନ୍ତି । ୧୮୬୯ ପରେ ଆମେରିକା ଇତିହାସରେ ଏହା ପ୍ରଥମ ଘଟଣା, ଯେତେବେଳେ ବିଦାୟୀ ରାଷ୍ଟ୍ରପତିଙ୍କ ବିନା ଉପସ୍ଥିତିରେ ଦାୟିତ୍ୱ ହସ୍ତାନ୍ତର କରାଯିବ ।

କେତେବେଳେ କ’ଣ?

 ପୂର୍ବାହ୍ନ ୧୦ଟା (ଭାରତୀୟ ସମୟ ରାତି ପ୍ରାୟ ୮ଟା୩୦)- ପିଆଇସି (ପ୍ରେସିଡେନ୍‌ସିଆଲ ଇନାଗୁରାଲ୍‌ କମିଟି)ର ଲାଇଭ୍‌ଷ୍ଟ୍ରିମ୍‌
- ପୂର୍ବାହ୍ନ ୧୧.୩୦ (ଭାରତୀୟ ସମୟ ରାତି ପ୍ରାୟ ୧୦ଟା)-ଜାତୀୟ ସଂଗୀତ ସହ ଶପଥଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ
 ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଶପଥ ପାଠ କରାଇବେ ସୁପ୍ରିମକୋର୍ଟ ବିଚାରପତି ସୋନିଆ ସୋଟ୍‌ମେୟର
 ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଶପଥ ପାଠ କରାଇବେ ପ୍ରଧାନ ବିଚାରପତି ଜନ୍‌ ରବର୍ଟ‌୍ସ
- ଶପଥ ଗ୍ରହଣ ପରେ ବାଇଡେନ୍‌ଙ୍କ ଉଦ୍‌ଘାଟନୀ ଉଦ୍‌ବୋଧନ

from Kanak News
via <a href="https://ifttt.com/?

ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ରୁଷ୍ ଯାଉଛି ଭାରତୀୟ ସେନାର ସ୍ୱତନ୍ତ୍ର ଟିମ୍ । ରୁଷରେ ରହି ପରିଚାଳନାର ନେବେ ତାଲିମ । 

କନକ ବ୍ୟୁରୋ : ଏୟାର ଡିଫେନ୍ସ ସିଷ୍ଟମ ଏସ୍-୪୦୦ ନେଇ ତାଲିମ ନେବାକୁ ଭାରତୀୟ ସେନାର ଏକ ଟିମ୍ ରୁଷ୍ ଅଭିମୁଖେ ଗସ୍ତ କରିଛି  । ୨୦୧୮ ଅକ୍ଟୋବରରେ ଭାରତ ଓ ରୁଷ୍ ଏନେଇ ଚୁକ୍ତି କରିଥିଲେ  । ପାଞ୍ଚ ଦଶମିକ ୪ ବିଲିୟନ ଡଲାର ମୂଲ୍ୟରେ ରୁଷ୍ ଠାରୁ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରୋଧୀ ବ୍ୟବସ୍ଥା କିଣୁଛି ଭାରତ  ।

ଚଳିତବର୍ଷ ଶେଷ ସୁଦ୍ଧା ଏହି ସିଷ୍ଟମର ପ୍ରଥମ ଉପକରଣ ଭାରତକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏହା ଭାରତକୁ ଆସିଲେ ପ୍ରତିରକ୍ଷା କ୍ଷେତ୍ରରେ ସେନାକୁ ବଳ ମିଳିବ । ତେବେ ଏସ୍-୪୦୦ କିଣିବା ନେଇ ଭାରତର ନିଷ୍ପତ୍ତିକୁ ଆମେରିକା ବିରୋଧ କରିଆସିଛି  । ହେଲେ ନୂଆ ଦିଲ୍ଲୀ ଏହାସତ୍ୱେ ରୁଷ୍ ସହ ଚୁକ୍ତି କରିଥିଲେ  ।

ଏବେ ଚର୍ଚ୍ଚା ହେଉଛି କି, ରୁଷରୁ ଏସ୍-୪୦୦ ସିଷ୍ଟମ ଆସିସାରିବା ପରେ ଆମେରିକା ଭାରତ ଉପରେ କିଛି କଟକଣା ଲଗାଇପାରେ  । ତେବେ ଏନେଇ ଆମେରିକା ପ୍ରଶାସନ କିଛି ସ୍ପଷ୍ଟ କରି ନାହିଁ  ।

from Kanak News
via <a href="https://ifttt.com/?

୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ଏବେ ବଡ଼ ପ୍ରଶ୍ନ, କମିଟି ସହ ଆଲୋଚନା କରିବେ କି ନାହିଁ ଚାଷୀ?

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଜାରି ରହିଥିବା ବେଳେ ୨୧ ଜାନୁଆରୀରେ ଚାଷୀଙ୍କୁ ଭେଟିବ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି । ମଙ୍ଗଳବାର ଦିଲ୍ଲୀରେ କମିଟିର ପ୍ରଥମ ବୈଠକ ବସିଥିଲା । ଏଥିରେ କମିଟିର ୩ ଜଣ ଯାକ ସଦସ୍ୟ ଡକ୍ଟର ଅଶୋକ ଗୁଲାଟି, ପ୍ରମୋଦ ଯୋଶୀ ଓ ଅନୀଲ ଘନୱତ ଉପସ୍ଥିତ ଥିଲେ ।

ବୈଠକ ପରେ କମିଟିର ସଦସ୍ୟ ଅନୀଲ ଘନୱତ କହିଛନ୍ତି ଯେ, କମିଟି ଚାଷୀଙ୍କ ସହ ଗୁରୁବାର ଆଲୋଚନା କରିବ । ଚାଷୀ ଯଦି ଚାହିଁବେ ବ୍ୟକ୍ତିଗତ ଭାବେ ଭେଟି କଥା ହେବେ, ନଚେତ୍ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମଧ୍ୟ ଏହି ଆଲୋଚନା ହୋଇପାରିବ । ଏହାସହ କମିଟି ସଦସ୍ୟ କହିଛନ୍ତି ଯେ, କେବଳ ଚାଷୀ ନୁହେଁ, ସରକାର ଚାହିଁଲେ ମଧ୍ୟ କମିଟି ଆଲୋଚନା କରିବ ।

ତେବେ କମିଟି ଆଗରେ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଆନ୍ଦୋଳନକାରୀ ଚାଷୀ କଥା ହେବେ କି ନାହିଁ । କମିଟି ଆଗରେ ହାଜର ହେବେ ନାହିଁ ବୋଲି ପୂର୍ବରୁ ଚାଷୀନେତା ଏକାଧିକ ବାର କହିସାରିଛନ୍ତି । ଏହାସହ କମିଟିର ସଦସ୍ୟମାନେ ସରକାର ସପକ୍ଷବାଦୀ ବୋଲି ଚାଷୀନେତା ଅଭିଯୋଗ କରିସାରିଛନ୍ତି । ଏପରିକି ଏହି ଅଭିଯୋଗ ପରେ କମିଟିର ସଦସ୍ୟ ପଦରୁ ଚାଷୀ ନେତା ଭୂପିନ୍ଦର ସିଂ ମାନ ନିଜକୁ ଦୂରେଇ ନେଇଥିଲେ ।

ନୂଆ କୃଷି ଆଇନ ଲାଗୁ ଉପରେ ଏବେ ସୁପିମକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି । ଏହାସହ କୃଷି ଆଇନ ଉପରେ ରିପୋର୍ଟ ଦେବାକୁ ଏକ ୪ ଜଣିଆ କମିଟି ଗଠନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

from Kanak News
via <a href="https://ifttt.com/?

ହ୍ୱାଇଟ୍ ହାଉସରେ ରାଷ୍ଟ୍ରପତି ଭାବେ ଆଜି ଟ୍ରମ୍ପଙ୍କ ଶେଷ ଦିନ । କାଲି ଆମେରିକାରେ ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ୍, ଉପରାଷ୍ଟ୍ରପତି ଶପଥ ନେବେ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ।

କନକ ବ୍ୟୁରୋ : ଯାଉଛନ୍ତିି ଟ୍ରମ୍ପ, ଆସୁଛନ୍ତି ବାଇଡେନ୍ । ଆମେରିକାରେ ଆସନ୍ତାକାଲି ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ୭୮ ବର୍ଷୀୟ ଜୋ ବାଇଡେନ୍ । ଏହାସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ନେବେ । ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେବେ କମଳା ହାରିସ୍ । ଆସନ୍ତାକାଲି ବାଇଡେନଙ୍କୁ ବିଧିବଦ୍ଧ ଭାବେ କ୍ଷମତା ହସ୍ତାନ୍ତର କରିବେ ଡୋନାଲ୍ଡ ଟ୍ରମ୍ପ । ତେଣୁ ହ୍ୱାଇଟ ହାଉସରେ ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଆଜି ଶେଷ ଦିନ ବୋଲି କୁହାଯାଇପାରେ ।

ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବହୁ ବାଦବିବାଦ ଦେଖାଦେଇଥିଲା । ଏପରିକି ନିର୍ବାଚନ ଫଳାଫଳ ଗ୍ରହଣ କରିବାକୁ ରାଜି ନଥିଲେ ଟ୍ରମ୍ପ । ନିର୍ବାଚନରେ ଅନିୟମିତତା ନେଇ ଟ୍ରମ୍ପ ବାରମ୍ବାର ଅଭିଯୋଗ କରିଆସୁଥିଲେ । ଏପରିକି ଗତ ସପ୍ତାହରେ କ୍ୟାପିଟଲ ହିଲରେ ତାଙ୍କ ସମର୍ଥକମାନେ ହିଂସାକାଣ୍ଡ ଭିଆଇଥିଲେ । ଏଥିରେ ୫ ଜଣଙ୍କ ଜୀବନ ଯାଇଥିଲା ।

from Kanak News
via <a href="https://ifttt.com/?

ସରଗରମ ପଶ୍ଚିମବଙ୍ଗ ରାଜନୀତି । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ଗାଦି ଦଖଲ ପାଇଁ ଚାଲିଛି ରଣନୀତି ।

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଏବେ ନନ୍ଦୀଗ୍ରାମ ଉପରେ ନଜର । ନନ୍ଦୀଗ୍ରାମରେ ହେବ ମମତା ବନାମ ଶୁଭେନ୍ଦୁ ଲଢ଼େଇ ! ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଉଷ୍ମ ହୋଇଚାଲିଥିବା ବେଳେ ଏବେ ସବଠୁ ଚର୍ଚ୍ଚିତ ଆସନ ପାଲଟିଛି ନନ୍ଦୀଗ୍ରାମ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସୋମବାର ଘୋଷଣା ପରେ ଚର୍ଚ୍ଚା ଏବେ ଜୋର ଧରିଛି । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମରୁ ଲଢ଼ିବେ ବୋଲି ମମତା ଘୋଷଣା କରିଛନ୍ତି । ନନ୍ଦୀଗ୍ରାମରେ ବିଶାଳ ରାଲି ବେଳେ ଏହି ଘୋଷଣା କରିଛନ୍ତି ମମତା । ୨୦୧୬ରେ ଏହି ଆସନରୁ ଲଢ଼ି ବିଜୟୀ ହୋଇଥିଲେ ଶୁଭେନ୍ଦୁ ଅଧିକାରୀ । ତେଣୁ ଆଗାମୀ ବିଧାନସଭା ନିର୍ବାଚନରେ ମମତା ବନାମ ଶୁଭେନ୍ଦୁ ଲଢ଼େଇ ହେବାର ଖୁବ୍ ସମ୍ଭାବନା ରହିଛି ।

ନିକଟରେ ବିଜେପିରେ ଯୋଗଦେଇଥିବା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗ ରାଜନୀତିର ଜଣେ ହେଭିୱେଟ ନେତା । ପୂର୍ବମେଦିନାପୁର ଜିଲ୍ଲାରେ ଶୁଭେନ୍ଦୁ ଅଧିକାରୀ ହେଉଛନ୍ତି ଜଣେ ଏପରି ପ୍ରଭାବଶାଳୀ ନେତା, ଯାହାଙ୍କର ତୃଣମୂଳସ୍ତରରେ ସଂଗଠନ ବେଶ ମଜବୁତ ରହିଛି । ୨୦୧୧ ବିଧାନସଭା ନିର୍ବାଚନ ବେଳେ ମମତା ବାନାର୍ଜୀ ଓ ଶୁଭେନ୍ଦୁ ଅଧିକାରୀ ଉଭୟ ନନ୍ଦିଗ୍ରାମରେ କ୍ୟାମ୍ପେନ କରିଥିଲେ । ଏହି ଦୁଇ ପୂର୍ବତନ ସହଯୋଗୀ ଏବେ ତୀବ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ । ତେଣୁ ନନ୍ଦୀଗ୍ରାମ ଲଢ଼େଇ ଉପରେ ନଜର ଅଟକିବା ସ୍ୱାଭାବିକ ।

ଏବେ ଭବାନୀପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଅଛନ୍ତି ମମତା ବାନାର୍ଜୀ । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦୀଗ୍ରାମ ଓ ଭବାନୀପୁର ଦୁଇଟି ଜାଗାରୁ ଳଢ଼ିପାରନ୍ତି ମମତା । ଆସନ୍ତା ଏପ୍ରିଲରୁ ମେ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିରେ ତୃଣମୂଳ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି । ୨୦୧୯ ନିର୍ବାଚନରେ ବେଶ୍ ଭଲ ପ୍ରଦର୍ଶନ ପରେ ବିଜେପି ଏବେ ପଶ୍ଚିମବଙ୍ଗରେ ଗାଦି ଦଖଲ ପାଇଁ ଦିନରାତି ଲାଗିପଡ଼ିଛି । ସେପଟେ ନିଜ ଗଡ଼ ବଜାୟ ରଖିବାକୁ ଭରପୁର ପୟାସ କରୁଛନ୍ତି ମମତା ।

from Kanak News
via <a href="https://ifttt.com/?

ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି ପ୍ରସଙ୍ଗ । ପ୍ରତ୍ୟାହାର ପାଇଁ ଚିଠି ଲେଖିଲା କେନ୍ଦ୍ର, ଉତ୍ତର ରଖିବାକୁ ହ୍ୱାଟସଆପର ଗ୍ଲୋବାଲ ସିଇଓଙ୍କୁ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଚିଠି ।

କନକ ବ୍ୟୁରୋ : ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସିକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ କେନ୍ଦ୍ର ସରକାର ହ୍ୱାଟସଆପକୁ ଚିଠି ଲେଖି ପ୍ରସ୍ତାବିତ ନୂଆ ପ୍ରାଇଭେସି ପଲିସି ପ୍ରତ୍ୟାହାର କରିବାକୁ କହିଛନ୍ତି । ହ୍ୱାଟସଆପର ଗ୍ଲୋବାଲ ସିଇଓ ୱିଲ କାଥକାର୍ଟଙ୍କୁ ଚିଠି ଲେଖିଛି କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ । ପ୍ରାଇଭେସି ପଲିସି, ତଥ୍ୟ ହସ୍ତାନ୍ତର ଓ ସେୟାରିଂ ପଲିସି ନେଇ ସରକାର ପ୍ରଶ୍ନ ପଚାରିଥିବା ବେଳେ ଏହାର ଉତ୍ତର ରଖିବାକୁ ହ୍ୱାଟସଆପକୁ କୁହାଯାଇଛି ।

ପ୍ରାଇଭେସି ପଲିସିକୁ ନେଇ ସନ୍ଦେହ ଓ ଚର୍ଚ୍ଚା ପରେ ନିକଟରେ ସ୍ପଷ୍ଟୀକରଣ ରଖିଛି ହ୍ୱାଟ୍ସଆପ । ଷ୍ଟାଟସ ମାଧ୍ୟମରେ ବ୍ୟବହାରକାରୀଙ୍କୁ ବାର୍ତ୍ତା ଦେଇ କମ୍ପାନୀ କହିଥିଲା ଯେ, ୟୁଜର୍ସଙ୍କ ବ୍ୟକ୍ତିଗତ ଗୋପନୀୟତା ପାଇଁ ପ୍ରତିବଦ୍ଧ ରହିଛି କମ୍ପାନୀ । କମ୍ପାନୀ ପକ୍ଷରୁ ନୂଆ ପଲିସି ଘୋଷଣା ପରେ ଏହାକୁ ନେଇ ସାରା ବିଶ୍ୱରେ ସମାଲୋଚନା ହୋଇଛି । ଏପରି ସ୍ଥିତିକୁ ଦେଖି ବ୍ୟବହାରୀକାରୀଙ୍କ ପାଇଁ ଶନିବାର ଦିନ ବଡ ଘୋଷଣା କରିଥିଲା କମ୍ପାନୀ । ପ୍ରାଇଭେସୀ ପଲିସିକୁ ଗ୍ରହଣ କରିବା ସମୟକୁ ୩ମାସ ପାଇଁ ସ୍ଥଗିତ ରଖିଛି କମ୍ପାନୀ । ହ୍ୱାଟ୍ସଆପ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ, ଫେବୃୟାରୀ ୮ତାରିଖରେ କୌଣସି ହ୍ୱାଟ୍ସଆପ୍ ଆକାଉଣ୍ଟ ଡିଲିଟ୍ କରିବାକୁ ପଡିବ ନାହିଁ । ସୂଚନାଯୋଗ୍ୟ ଯେ, ଭାରତରେ ହ୍ୱାଟସଆପର ସବୁଠୁ ଅଧିକ ବ୍ୟବହାରକାରୀ ଅଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started