ଫୋକସରେ ପଶ୍ଚିମ ଓଡିଶା । ୨୦୨୨ ଜୁନ ସୁଦ୍ଧା ସରିବ ରାଉରକେଲା ହକି ଷ୍ଟାଡିୟମ କାର୍ଯ୍ୟ । ସମଲେଶ୍ୱରୀ ମନ୍ଦିର ବିକାଶ ପ୍ରକଳ୍ପରେ ଜମି ହରାଉଥିବା ଲୋକଙ୍କ ପାଇଁ ଆସିବ ସ୍ୱତନ୍ତ୍ର ପ୍ୟାାକେଜ 

କନକ ବ୍ୟୁରୋ : ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାଶ୍ୱିର୍କ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ସେହିପରି ସମଲେଶ୍ୱରୀ ପୀଠର ବିକାଶ ପାଇଁ ହୋଇଥିବା ବ୍ଲୁ-ପ୍ରିଣ୍ଟର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ ।

୫-ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ । ସେହିପରି ଫାଇବ ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାର ଆଜି ରାଉରକେଲା ଗସ୍ତରେ ଯାଇଥିଲେ ।

ବିମାନ ବନ୍ଦରରୁ ସିଧାସଳଖ ବିପିୟୁଟି ପରିଦର୍ଶନରେ ଯାଇଥିଲେ ଏହି ହାଇଲେବଲ ଟିମ । ସେଠାରେ ପ୍ରସ୍ତାବିତ ହକି ଷ୍ଟାଡିୟମ ନିର୍ମାଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ଓ ସମୀକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବ କହିଛନ୍ତି ଆସନ୍ତା ଏପ୍ରିଲରୁ କାମ ଆରମ୍ଭ କରାଯାଇ ଏକ ବର୍ଷ ଭିତରେ କାମ ଶେଷ କରିବାକୁ ସରକାର ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି । ନିଜ ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ, ବୁଧବାର ସୁପ୍ରିମକୋର୍ଟରେ ହେବ ଶୁଣାଣି ।

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି, ଏହାକୁ ନେଇ ଏବେ ଚର୍ଚ୍ଚା । କାରଣ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ ଚାଷୀ । ସେପଟେ ବୁଧବାର ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆଉ ଏସବୁ ଭିତରେ ଦିଲ୍ଲୀ ପୁଲିସ୍ ଅଧିକାରୀଙ୍କୁ ଆଜି ଚାଷୀ ନେତା ଭେଟିବାର ମଧ୍ୟ ଖବର ମିଳିଛି । ଏପଟେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ରାଉଣ୍ଡ ବୈଠକକୁ ଦିନଟିଏ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର ଏହି ବୈଠକ ବସିବ ।

ସାଧାରଣତନ୍ତ୍ର ଦିବରେ ଦିଲ୍ଲୀରେ ଗଡ଼ିବ କି ଟ୍ରାକ୍ଟର ରାଲି ? ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଚାଷୀ । ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ଆନ୍ଦୋଳନକାରୀ ଚାଷୀ । ସେପଟେ ବୁଧବାର ଏନେଇ ସୁପ୍ରିମକୋର୍ଟରେ ହେବ ଶୁଣାଣି । ପୂର୍ବରୁ ସୁପ୍ରିମକୋର୍ଟ କହିସାରିଛନ୍ତି ଯେ, ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଲି ହେବ କି ନାହିଁ, ଏନେଇ ଦିଲ୍ଲୀ ପୁଲିସର ନିଷ୍ପତି ନିର୍ଭର କରିବ ବୋଲି ନ୍ୟାୟାଳୟ କହିଛନ୍ତି । ଏସବୁ ଭିତରେ ଦିଲ୍ଲୀ ପୁଲିସ୍ ଅଧିକାରୀଙ୍କୁ ଆଜି ଚାଷୀ ନେତା ଭେଟିବାର ମଧ୍ୟ ଖବର ମିଳିଛି । ତେବେ ଆଗକୁ ମଧ୍ୟ ଚାଷୀ ଓ ଦିଲ୍ଲୀ ପୁଲିସ୍ ମଧ୍ୟରେ ବୈଠକ ବସିବ ବୋଲି ସୂଚନା ମିଳିଛି ।

କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ । ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ଏପଟେ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ରାଉଣ୍ଡ ବୈଠକକୁ ଦିନଟିଏ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର ଏହି ବୈଠକ ବସିବ । ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏଯାଏଁ ୯ ରାଉଣ୍ଡ ଆଲୋଚନା ହୋଇସାରିଛି । ହେଲେ ଏଯାଏଁ କୌଣସି ସମାଧାନ ବାହାରି ପାରିନାହିଁ । ଚାଷୀମାନେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଥିବା ବେଳେ ଏହାକୁ ଗ୍ରହଣ କରିନାହାନ୍ତି କେନ୍ଦ୍ର ସରକାର ।

from Kanak News
via <a href="https://ifttt.com/?

ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ ଚୀନ୍ ରଣନୀତିର ମୁକାବିଲା କରିବାରେ ମୋଦୀ ସରକାର ବିଫଳ, ବିଜେପି ଆଣିଲା ପାଲଟା ଅଭିଯୋଗ ।

କନକ ବ୍ୟୁରୋ : ଭାରତ ସୀମାରେ ଗାଁ ତିଆରି କରୁଛି ଚୀନ୍ । ତୱାଙ୍ଗର ସମଡୁରୁଙ୍ଗ ଚୁ ଭ୍ୟାଲିରେ ଏହିଁ ଗାଁ ତିଆରି କରୁଛି ଚୀନ୍ । ତେବେ ଏହି ଅଂଚଳ ଚୀନ୍ ଅଧୀନରେ ଅଛି । ଏହାକୁ ନେଇ ଏବେ ବିବାଦ ତେଜିଛି । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କେନ୍ଦ୍ର ସରକାର ଚୀନ୍ ପ୍ରସଙ୍ଗରେ ଅପାରଗ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚୀନ୍ ରଣନୀତିର ମୁକାବିଲା କରିବାରେ କେନ୍ଦ୍ର ସରକାର ବିଫଳ ବୋଲି କହିଛନ୍ତି ରାହୁଲ ।

ସେପଟେ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ କଂଗ୍ରେସ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ ଶାସନ ଅମଳରେ ଏହି ଅଂଚଳକୁ ଚୀନ୍ ଅଧିକାର କରିଥିଲା । ତେବେ ସେତେବେଳର ସେନାମୁଖ୍ୟ ଏହାକୁ ଉଦ୍ଧାର କରିବାକୁ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏଥିପାଇଁ ଅନୁମତି ଦେଇ ନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

from Kanak News
via <a href="https://ifttt.com/?

ମାଲକାନଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ ।

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ବିଜାପଦର ଘାଟିରେ ଆଜି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ବାଇକ ଭାରସାମ୍ୟ ହରାଇ ମୁହାଁମୁହିଁ ହେବା ଫଳରେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ। ଗୋଟିଏ ବାଇକ ମାଲକାନଗିରିରୁ କୋରାପୁଟ ଜିଲ୍ଲାର ଜୟପୁର ଅଭିମୁଖେ ଯାଉଥିବା ବେଳେ ଅନ୍ୟଟି ବିପରୀତ ଦିଗରୁ ଆସୁଥିଲା । ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ଶବ ଉଦ୍ଧାର କରିଛି ।

ପ୍ରତକ୍ଷ୍ୟଦର୍ଶୀଙ୍କ କହିବା ଅନୁସାରେ ଦୁଇ ବାଇକ୍‌ର ଗତି ଦ୍ରୁତ ଥିବାରୁ, ଉଭୟ ବାଇକ୍‌ର ଚାଳକମାନେ ଭାରସାମ୍ୟ ହରାଇଥିଲେ । ଫଳରେ ସେମାନେ ନିୟନ୍ତ୍ରଣ ହରାଇ ବାଇକ୍‌ରୁ ପଡ଼ିଯାଇଥିଲେ ।

from Kanak News
via <a href="https://ifttt.com/?

ବିଜେପିର ଅରୁଆ ବନାମ ବିଜେଡିର ଉଷୁନା । ଉଷୁନା, ଅରୁଆ ବିବାଦ ଭିତରେ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ, କହିଲେ ଅତି ଖରାପ ପ୍ରଭାବ ପକାଇବ କେନ୍ଦ୍ରର ନିଷ୍ପତ୍ତି, ବିଜେପି କଲା ଟାର୍ଗେଟ୍ ।

କନକ ବ୍ୟୁରୋ : ଅରୁଆ ଓ ଉଷୁନା ଚାଉଳକୁ ନେଇ ରାଜନୀତି ଜୋର ଧରିଛି । ଆଜି କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, କେନ୍ଦ୍ରର ନିଷ୍ପତି ପାଇଁ ଓଡିଶା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିବ । ତେଣୁ ଉଷୁନା ଚାଉଳ ନେବା ପାଇଁ ଚିଠି ଲେଖିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି, ମିଲର୍ସଙ୍କ ଫାଇଦା ପାଇଁ ଓଡିଶା ସରକାର ଉଷୁନା ଚାଉଳ ସପକ୍ଷରେ ଯୁକ୍ତି ବାଢୁଛନ୍ତି ।

ବିଜେପିର ଅରୁଆ ବନାମ ବିଜେଡିର ଉଷୁନା

ବିଜେଡିର ଚିଠି – କେନ୍ଦ୍ର ଉଷୁନା ଚାଉଳ ନନେଲେ, ଓଡିଶା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡିବ
ବିଜେପିର ଯୁକ୍ତି – ମିଲର ମାନଙ୍କ ଫାଇଦା ପାଇଁ ରାଜ୍ୟ ସରକାର କରୁଛନ୍ତି ଓକିଲାତି
ବିଜେଡିର ଚିଠି – ଓଡିଶାର ଅଧିକାଂଶ ମିଲ୍, ଉଷୁନା ଚାଉଳ ତିଆରି କରୁଥିବା ମିଲ୍
ବିଜେପିର ଯୁକ୍ତି – ଉଷୁନା ଚାଉଳ କରି ବିଭିନ୍ନ ଉପାୟରେ ଲାଭ ନେଉଛନ୍ତି ମିଲର୍

କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ପିୟୁଷ ଗୋଏଲଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଲେଖିଛନ୍ତି, ଓଡିଶାରେ ମୁଖ୍ୟତଃ ଲୋକେ ଉଷୁନା ଚାଉଳ ଖାଇଥାନ୍ତି । ତେଣୁ ରାଜ୍ୟର ଅଧିକାଂଶ ମିଲ୍ ଉଷୁନା ଚାଉଳ ପ୍ରସ୍ତୁତକାରୀ ମିଲ । ଏଭଳି ପରିସ୍ଥିତିରେ ଖରିଫ ଋତୁରେ ଉତ୍ପାଦିତ ଉଷୁନା ଚାଉଳର ୫୦ ପ୍ରତିଶତ ଏବଂ ରବି ଋତୁରେ ଆଦୌ ଉଷୁନା ଚାଉଳ ନନେବାକୁ କେନ୍ଦ୍ର ନିଷ୍ପତି ନେବା ଓଡିଶା ପାଇଁ ଚିନ୍ତାର ବିଷୟ ।

ସେପଟେ ବିଜେପିର ଯୁକ୍ତି ହେଉଛି, ମିଲର ମାନଙ୍କୁ ଲାଭ ଦେବା ପାଇଁ ଅଧିକ ଉଷୁନା ଚାଉଳ ପ୍ରସ୍ତୁତ କରାଯାଉଛି । କାରଣ ଧାନରୁ ଚାଉଳ କଲାବେଳେ, ଉଷୁନା ଅପେକ୍ଷା ଅରୁଆ କମ ଉତ୍ପାଦନ ହୁଏ । ଏବଂ ଅରୁଆ ଅଧିକ ନଷ୍ଟ ହୋଇଥାଏ । ତେଣୁ ମିଲର ମାନେ ଚାହାନ୍ତି ଏଫସିଆଇ ଅଧିକ ଉଷୁନା ଚାଉଳ କିଣନ୍ତୁ ।

ସେପଟେ ଓଡିଶା ଖାଦ୍ୟ ଯୋଗାଣ ନିଗମ ଧାନ ସଂଗ୍ରହ ପାଇଁ ୧୫ ହଜାର କୋଟି ଟଙ୍କା ଋଣ କରିଛି । ଅନ୍ୟ ପଟେ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ଧାନ ସଂଗ୍ରହ ବାବଦରେ ୬ ହଜାର ୩୯ କୋଟି ଟଙ୍କାର ସବସିଡି ଏପର୍ଯ୍ୟନ୍ତ ଦେଇ ନାହାନ୍ତି ।

from Kanak News
via <a href="https://ifttt.com/?

କୋଭିଡ୍ ଟିକା ନେବା ପାଇଁ ଆଗ୍ରହ ଦେଖାଉଛି ଓଡ଼ିଶା । ପୂରା ଦମରେ ଚାଲିଛି ଟିକାକରଣ, ଏଯାଏଁ ଦେଖାଦେଇନି ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ।

କନକ ବ୍ୟୁରୋ : ଓଡିଶାରେ ସ୍ୱାଭାବିକ ଭାବେ ଚାଲିଛି କରୋନା ଟିକାକରଣ । ଆଶ୍ୱସ୍ତିକର କଥା ହେଉଛି, ଟିକା ନେଉଥିବା ବ୍ୟକ୍ତିଙ୍କ ଠାରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉ ନାହିଁ । ସେପଟେ କୋଭାକସିନ ଟିକା କେଉଁମାନେ ନେବେ ନାହିଁ ସେନେଇ ଗାଇଡଲାଇନ୍ ଦେଇଛି ଭାରତ ବାୟୋଟେକ୍ । ଆଜି ଦ୍ୱିତୀୟ ଦଫାରେ ରାଜ୍ୟକୁ ୩ ଲକ୍ଷ ୩୪ ହଜାର ୫୩୪ ଡୋଜ୍ କୋଭିସିଲ୍ଡ ଟିକା ଆସିଛି । ବିନାବାଧାରେ ରାଜ୍ୟରେ ଟିକାକରଣ ଚାଲୁଥିବାରୁ ଧାର୍ଯ୍ୟ ସମୟ ଭିତରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ ବୋଲି ଆଶା କରାଯାଉଛି ।

ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ଦଫାର ୩ଲକ୍ଷ ୩୪ହଜାର ୫ଶହ୩୪ ଡୋଜ କୋଭିସିଲଡ ଟିକା । କାରଣ ଓଡିଶାରେ ଟିକାକରଣ ପୁରା ଦମରେ ଚାଲିଛି । ଶନିବାର ଧାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ସୋମବାର ଦ୍ୱିତୀୟ ଦିନରେ ୩୨ହଜାର ୫୨୬ ଲୋକଙ୍କୁ ଟିକା ଦିଆଯାଇଥିଲା । ଆଉ ତୃତୀୟ ଦିନରେ ବି ଆଶାନୁରୂପ ଭାବେ ଟିକାକରଣ ହେବା ଫଳରେ ଓଡିଶାରେ ଟାର୍ଗେଟ୍ ଧାର୍ଯ୍ୟ ସମୟରେ ପୂରଣ ହୋଇପାରିବ ବୋଲି ଆଶା କରାଯାଉଛି ।

ସେପଟେ ଆଉ ଏକ ଭଲ ଖବର ହେଉଛି, ଓଡିଶାରେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଏ ପର୍ଯ୍ୟନ୍ତ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନାହିଁ । ଅନ୍ୟପଟେ କୋଭାକସିନ ଟିକା କେଉଁମାନେ ନେବେ ନାହିଁ ସେନେଇ ଗାଇଡଲାଇନ୍ ଦେଇଛି ଭାରତ ବାୟୋଟେକ୍ । ଏହି ସବୁ ଲକ୍ଷଣ ଥିଲେ ଟିକା ନେବାକୁ ମନା କରାଯାଇଛି ।

-ଗୋଟିଏ ରୋଗରେ ଦୀର୍ଘଦିନ ଧରି ପୀଡିତ ରହିବା
-ଶରୀରରେ ଆଲର୍ଜି ରହିବା
-ଜ୍ୱର ରହିବା
-ୠତୁସ୍ରାବରେ ଅନିୟମିତତା
-ଗର୍ଭବତୀ ମହିଳା
-ଛୁଆକୁ କ୍ଷୀର ଦେଉଥିବା ମାଆ
-ଅନ୍ୟ କୌଣସି କୋଭିଡ୍ ଟିକା ନେଇଥିବା ବ୍ୟକ୍ତି

ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୮ହଜାର ୭୭୭ ଜଣଙ୍କୁ ଟିକା ଦେବାକୁ ଧାର୍ଯ୍ୟ କରାଯାଇଛି । ମଙ୍ଗଳବାର ଦ୍ୱିତୀୟ ଦଫା ଟିକା ଆସିବା ପରେ ଏହି ସଂଖ୍ୟାର ଲୋକଙ୍କୁ ୨ଟି ଡୋଜ ଟିକା ଦେବା ପ୍ରକ୍ରିୟା ଶେଷ ହୋଇପାରିବ ।

from Kanak News
via <a href="https://ifttt.com/?

୮ ବର୍ଷର କୁନି ଝିଅକୁ କୋର୍ଟ ପଠାଇଲା ପୁଲିସ । କୁନି ଝିଅଙ୍କୁ ଦେଖି ଖପ୍ପା ହେଲେ କୋର୍ଟ, ବାଲିପାଟଣା ପୁଲିସକୁ କଲେ ତାଗିଦ, କହିଲେ କାହିଁକି କୁନିଝିଅକୁ ଆଣିଲ, କାରଣ ଦର୍ଶାଅ । 

କନକ ବ୍ୟୁରୋ : ଜଣେ ୮ ବର୍ଷର କୁନି ଝିଅକୁ କୋର୍ଟକୁ ପଠାଇଛି ପୁଲିସ । କୁନି ଝିଅଙ୍କୁ ଦେଖି କୋର୍ଟ ଖପ୍ପା ହୋଇଥିଲେ । ପୁରା ମାମଲାରୁ ନାବାଳିକାର ନା କାଟିଦେବା ସହ ଏ ସମ୍ପର୍କରେ ଡିସିପିଙ୍କୁ ଜଣାଇଥିଲେ । ସେପଟେ କାହିଁକି ଜଣେ ନାବାଳିକାକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ପଠାଇଥିଲେ ତାହାର କୈଫିୟତ ଦେବାକୁ ବାଲିପାଟଣା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

ଭୁବନେଶ୍ୱର ଡିସିପିଙ୍କ କୋର୍ଟରେ ହାଜର ହେବା ପାଇଁ ଆସିଥିଲା କୁନି ଝିଅ । ଏହି ଝିଅଟି ଏମିତି କଣ ଅପରାଧ କରିଥିବ ଯେ, ଯେଉଁଥିପାଇଁ ତାକୁ କୋର୍ଟରେ ହାଜର ହେବାକୁ ପଡିଲା ? ଅପରାଧ କଣ ଜାଣିନଥିବା ଏହି କୁନି ଝିଅକୁ କାହିଁକି କୋର୍ଟ ଆସିବାକୁ ପଡିଲା ? ଆଉ ବାଲିପାଟଣା ଥାନାର ସେ କେମିତିକା ଅଫିସର ଯିଏ ଏହି ଛୋଟ ଛୁଆଟିକୁ କୋର୍ଟରେ ହାଜର ହେବା ପାଇଁ ଆଇପିସିର ଧାରା ୧୦୭ରେ ନୋଟିସ ଜାରି କରିଥିଲେ ?

କୋର୍ଟ ରୁମରେ ଛୋଟ ଛୁଆକୁ ଦେଖି ଖଫା ହୋଇଯାଇଥିଲେ କୋର୍ଟ । ପଚାରିଥିଲେ ଇଏ କିଏ ଏବଂ କାହିଁକି ଏଠାକୁ ଆସିଛନ୍ତି । ସଙ୍ଗେ ସଙ୍ଗେ ଝିଅର ପରିବାର ଲୋକେ ଉତ୍ତର ଦେଇଥିଲେ, ବାଲିପାଟଣା ପୋଲିସ ଆମ୍ଭମାନଙ୍କ ସମେତ ଆମ ୮ବର୍ଷର ଝିଅକୁ ବି କୋର୍ଟରେ ହାଜର ହେବା ପାଇଁ ନୋଟିସ କରିଥିଲେ । ଆଉ କୋର୍ଟଙ୍କୁ ସମ୍ମାନ ଜଣାଇ ଆମେ ଆମ ଝିଅ ସହିତ ପୁରା ପରିବାର ଆଜି କୋର୍ଟରେ ଉପସ୍ଥିତ ରହିଲୁ । କୋର୍ଟ ସଙ୍ଗେ ସଙ୍ଗେ କୁନି ଝିଅର ନାଁ କାଟିବା ସହିତ କୋର୍ଟରୁମରୁ ବାହାର କରିବାକୁ କହିଥିଲେ ଏବଂ ପୂରା ମାମଲାରୁ ଝିଅର ନାଁ କାଟିଦେଇଥିଲେ । ସଙ୍ଗେ ସଙ୍ଗେ ଡିସିପିଙ୍କୁ ଏ ବାବଦରେ ଅବଗତ କରାଇଥିଲେ ।

ବାଲିପାଟଣା ପୋଲିସକୁ ଡିସିପି କହିଛନ୍ତି, କେମିତି ୮ବର୍ଷର କୁନି ଝିଅକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା, ତାର କାରଣ ଦର୍ଶାଅ । ଏକ ଜମିବାଡି ଗଣ୍ଡଗୋଳକୁ ନେଇ ଯେତେବେଳେ ବାଲିପାଟଣା ଥାନାରେ କଥା ପହଞ୍ଚିଥିଲା ସେତେବେଳେ ପୋଲିସ ଏହି ନୋଟିସ ଜାରି କରିଥିଲା ।

from Kanak News
via <a href="https://ifttt.com/?

ମଣ୍ଡିରେ ପଡି ରହିଛି ଚାଷୀର ଧାନ । ସାମ୍ନାକୁ ଆସିଲା ଅନ୍ନଦାତାଙ୍କ କରୁଣ ଚିତ୍ର । ଟାର୍ଗେଟ ପୂରଣ ହୋଇଥିବା କହି ଧାନ ଉଠାଉନାହାନ୍ତି ମିଲର, କିଛି ବୁଝି ପାରୁନାହାନ୍ତି ଚାଷୀ କରିବେ କଣ ।

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଣ୍ଡି ଅବ୍ୟବସ୍ଥା ଚାଷୀଙ୍କୁ ଚିନ୍ତାରେ ପକାଇଛି । ମଣ୍ଡି ଗୁଡିକରେ ହଜାର ହଜାର ବସ୍ତା ଧାନ ପଡି ରହିଛି । ମଣ୍ଡି ଖୋଲିବାର ଅଳ୍ପ ଦିନ ଭିତରେ ଟାର୍ଗେଟ୍ ପୂରଣ ହୋଇଯାଇଥିବା କହି ଆଉ ଧାନ କିଣାଯାଉ ନାହିଁ । ସେପଟେ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ନେଇଥିବା ଚାଷୀ କଣ କରିବ, କିଛି ବୁଝି ପାରୁନାହିଁ । ଦିନ ରାତି ମଣ୍ଡିରେ ନିଜ ଉତ୍ପାଦିତ ଧାନକୁ ଜଗି ରହୁଛି ।

ମାଲକାନଗିରି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଟାର୍ଗେଟ୍ ପୂରଣ ପରେ ଧାନ କିଣିବା ପ୍ରକ୍ରିୟା ବନ୍ଦ ରହିଛି । ମାଲକାନଗିରି ଜିଲ୍ଲାରୁ ୧ଲକ୍ଷ ୫୪ ହଜାର କ୍ୱିଂଟାଲ ଧାନ କିଣିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଯାହା ଦେଢ ମାସରେ ଶେଷ ହୋଇଯାଇଛି । ଏବେ ବି ୧୧ ହଜାର ୬ଶହ ଚାଷୀଙ୍କ କ୍ୱିଂଟାଲ କ୍ୱିଂଟାଲ ଧାନ ମଣ୍ଡି ଓ ଖଳାରେ ପଡି ରହିଛି । ସ୍ଥିତି ଏପରି ହୋଇଛି ଯେ ଟୋକନ ପାଇଥିବା ଚାଷୀ ବି ଧାନ ବିକ୍ରି କରିପାରୁ ନାହାନ୍ତି ।

ସେପଟେ କୋରାପୁଟ ଜିଲ୍ଲାର ବିଭିନ୍ନ ମଣ୍ଡିରେ ବି ସମାନ ଚିତ୍ର । ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ । ସେପଟେ ଜୟପୁର ବ୍ଲକ ହାଡିଆ ପଂଚାୟତର ମଣ୍ଡିରେ ପ୍ରାୟ ୭ ଦିନ ହେଲା ୧୪ ହଜାର କ୍ୱିଂଟାଲ ଧାନ ପଡି ରହିଛି । ଧାନ ବିକ୍ରି ହେଉନଥିବାରୁ ଚାଷୀ ଦିନରାତି ଧାନକୁ ଜଗି ରହିଛନ୍ତି । ସେପଟେ ମଣ୍ଡିରୁ ଧାନ ଉଠାଇବା ପାଇଁ ସରକାର ବ୍ୟବସ୍ଥା ନକଲେ ଆନ୍ଦୋଳନ ତେଜିବ ବୋଲି କହିଛନ୍ତି ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ।

ସେପଟେ ନୂଆପଡାର ବିଭିନ୍ନ ମଣ୍ଡିରେ ବିକ୍ରି ହୋଇନପାରି ପଡି ରହିଛି ୧ ଲକ୍ଷ ୮୦ ହଜାର ୨୭୩ ବସ୍ତା ଧାନ । ଏହାର ପ୍ରତିବାଦର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତାଲା ପକାଇ ୩୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ଚାଷୀ । ତେବେ ଜିଲ୍ଲା ଶୀଘ୍ର ଧାନ କିଣିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା ।

from Kanak News
via <a href="https://ifttt.com/?

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ, ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ନେଲା ଭାରତ ।

କନକ ବ୍ୟୁରୋ : ବିଦେଶ ମାଟିରେ ଟିମ ଇଣ୍ଡିଆର ଐତିହାସିକ ଟେଷ୍ଟ ବିଜୟ । ଅଷ୍ଟେଲିଆ ଭଳି ଏକ ଶକ୍ତିଶାଳୀ ଦଳକୁ ତାର ଘରୋଇ ମାଟିରେ ପରାଜିତ କରିଛି ଭାରତୀୟ କ୍ରିକେଟ ଦଳ । ବ୍ରିସବେନରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚକୁ ୫ ୱିକେଟରେ ଜିତି ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି ଭାରତ । ଗତ ୩୩ ବର୍ଷ ହେଲା ବ୍ରିସବେନରେ ହାରିନଥିଲା କଙ୍ଗାରୁ ଦଳ, ହେଲେ ଆଜି ତାହା କରିଦେଖାଇଛନ୍ତି ରାହାଣେ ବାହିନୀ । ୫ ଦିନ ଧରି ଚାଲିଥିବା ଏହି ଶେଷ ଟେଷ୍ଟ ମ୍ୟାଚରେ ପୁଜାରା ଓ ଋଷଭ ପନ୍ଥଙ୍କ ଚମତ୍କାର ଖେଳ ଅସମ୍ଭବକୁ ସମ୍ଭବ କରିପାରିଛି ।

ବିଦେଶ ମାଟିରେ ବିଜୟର କାହାଣୀ ଯେତେବେଳେ ବି ଆସିବ ବ୍ରିସବେନର ଏହି ମୁହୂର୍ତ୍ତର କଥା ନିଶ୍ଚୟ ଆସିବ । ଏହା ଏମିତି ଏକ ମୁହୂର୍ତ୍ତ ଯାହା କେବଳ କ୍ରିକେଟ୍ ପ୍ରେମୀଙ୍କୁ ଉତ୍ସାହିତ କରିନାହିଁ ବରଂ ଭାରତୀୟ କ୍ରିକେଟର ଉଜ୍ଜଳ ଭବିଷ୍ୟତକୁ ପ୍ରମାଣିତ କରୁଛି । ମନେ ପକାନ୍ତୁ କେଉଁ ଭଳି ପ୍ରତିକୂଳ ମୁହୁର୍ତରେ ଥିଲା ଭାରତ ।

ବରିଷ୍ଠ ଖେଳାଳିଙ୍କ ଅନୁପସ୍ଥିତି, ଏକାଧିକ ଖେଳାଳି ଆହତ, ବର୍ଣ୍ଣବୈଷମ୍ୟର ଅପବାଦ, ଆଡିଲେଡରେ ୩୬ ରନରେ ଅଲଆଉଟ୍, କ୍ୱାରେଣ୍ଟିନ୍ ସମସ୍ୟା, ବିଦେଶୀ ପରିବେଶ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଷ୍ଟ୍ରେଲିଆର ଅଭେଦ୍ୟ ଗଡ଼ ବ୍ରିସବେନ୍ । ହେଲେ ଏହି ସବୁକୁ ଅତିକ୍ରମ କରି ଭାରତ ଯେଉଁ ସଫଳତା ଅର୍ଜନ କରିଛି, ଯାହା ଦୀର୍ଘ ୩ ଦଶନ୍ଧି ଭିତରେ ସମ୍ଭବ ହୋଇନଥିଲା ।

କୁହାଯାଏ, କ୍ରିକେଟର କାହାଣୀ ଅଟକିଯାଏନି । କପିଲ ଦେବ, ସୁନିଲ ଗାଭାସ୍କର, ରାହୁଲ ଦ୍ରାବିଡ଼, ସଚିନ ତେନ୍ଦୁଲକର । କେତେ ବଡ଼ ବଡ଼ ଖେଳାଳି ଦେଖିଛି ଟିମ୍ ଇଣ୍ଡିଆ । ସେତେବେଳେ ବି କ୍ରିକେଟ୍ ଥିଲା ଏବେ ବି ଅଛି । କିନ୍ତୁ ଏଥର ବି ଦଳରେ ନଥିଲେ ଷ୍ଟାର ଖେଳାଳି । ବିରାଟ୍ କୋହଲି, ଆର୍. ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ଯଶପ୍ରୀତ ବୁମରାଙ୍କ ଭଳି ଖେଳାଳି ଟିମରେ ନଥିଲେ ।

ବରିଷ୍ଠ ଖେଳାଳୀଙ୍କ ଅନୁପସ୍ଥିତିକୁ ଦଳ ଅନୁଭବ କରିନଥିଲା, କାରଣ ଟିମ୍ ଇଣ୍ଡିଆର ୟଙ୍ଗ୍ ବ୍ରିଗେଡ୍ ମ୍ୟାଚ୍ ଜିତିବା ପାଇଁ ପାଣି ଛଡ଼ାଇ ଦେଇଥିଲେ । ରିଷଭ ପନ୍ଥ, ଶୁଭମନ୍ ଗିଲ୍, ଶାର୍ଦ୍ଧୁଲ ଠାକୁର, ମହମ୍ମଦ ସିରାଜ୍ ଏବଂ ଚେତେଶ୍ୱର ପୂଜାରାଙ୍କ ପ୍ରଦର୍ଶନ, ସମସ୍ତଙ୍କୁ ପ୍ରଭାବିତ କରିଛି । ଆଉ ଏହି ପ୍ରଭାବୀ ପ୍ରଦର୍ଶନ ବିଦେଶ ମାଟିରେ ଟିମ୍ ଇଣ୍ଡିଆକୁ ଐତିହାସିକ ବିଜୟ ଆଣି ଦେଇଛି ।

ଆଜିର ଏହି ସଫଳତାକୁ ଠିକ୍ ଆକଳନ କରାଯାଇପାରିବ ଯଦି, ୩୨ ବର୍ଷ ତଳର ଗାବା ଟେଷ୍ଟର ପୁରୁଣା ପୃଷ୍ଟାକୁ ଓଲଟାଯିବ । ମସିହା-୧୯୮୮ । ମ୍ୟାଚ୍- ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ୍ । ୱେଷ୍ଟଇଣ୍ଡିଜ୍ ଦଳର ନେତୃତ୍ୱ ନେଉଥିଲେ ଭିଭିଆନ୍ ରିଚାଡର୍ସ । ରିଚାଡର୍ସଙ୍କ ରଣନୀତି ଆଗରେ ନିଜମାଟିରେ ହାରମାନିଥିଲା ଅଷ୍ଟ୍ରେଲିଆ । ତା’ ପରଠାରୁ ବ୍ରିସବେନ୍ ଥିଲା ଅଭେଦ୍ୟଗଡ଼ ।
୩୨ ବର୍ଷର ରେକର୍ଡ ଭାଙ୍ଗିଲା । ୫୯ ବର୍ଷ ପରେ ନୂଆ ରେକର୍ଡ ହେଲା । ଅଷ୍ଟ୍ରେଲିଆରେ କ୍ରମାଗତ ସିରିଜ୍ ଜିତିଲା ଭାରତ । ୨୦୧୮-୧୯ ପରେ ୨୦୨୦-୨୧ରେ ସମାନ ବିଜୟ ବ୍ୟବଧାନ ରଖି, କ୍ରମାଗତ ସିରିଜ୍ ଜିତିଛି ଭାରତ । ସେହିପରି ଗାବାରେ ସର୍ବାଧକ ରନ୍ ଚେଜର ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ଏହି ସିରିଜ୍ ବିଜୟ ପାଇଁ କେବଳ କ୍ରିକେଟ୍ ସମର୍ଥକ ନୁହନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଆଉ ବ୍ରିସବେନର ଏହି ସ୍ମରଣୀୟ ବିଜୟ ପାଇଁ ୫ କୋଟିର ବୋନସ ଘୋଷଣା କରିଛି ବିସିସିଆଇ ।

from Kanak News
via <a href="https://ifttt.com/?

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦଳକୁ ଫେରିଲେ ବିରାଟ କୋହଲି ।  

କନକ ବ୍ୟୁରୋ : ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ ଦଳକୁ ଫେରିଛନ୍ତି ଅଧିନାୟକ ବିରାଟ କୋହଲି । ତେଣୁ ରାହାଣେଙ୍କୁ ଏବେ ଉପ ଅଧିନାୟକ କରାଯାଇଛି । ଏହାସହ ଇଶାନ୍ତ ଶର୍ମା ଓ ଅଶ୍ୱିନୀ ମଧ୍ୟ ଦଳକୁ ଫେରିଛନ୍ତି । ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।

ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଫେବୃଆରୀ ୫ ତାରିଖରେ ଚେନ୍ନାଇରେ ଖେଳାଯିବ । ସେହିପରି ଦ୍ୱିତୀୟ ଟେଷ୍ଟ ୧୩ ତାରିଖରେ ଖେଳାଯିବ । ଏହି ମ୍ୟାଚ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି । ଦଳରେ ପୁଣି ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଆଜି ଭାରତ ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱା. ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ରିଦ୍ଧିମାନ ଶାହା, ରବିଚନ୍ଦ୍ରନ ଅଶ୍ୱିନୀ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର । 

from Kanak News
via <a href="https://ifttt.com/?

Design a site like this with WordPress.com
Get started