ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟରେ ଆହୁରି ୨ ହଜାରରୁ ଅଧିକ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । 

କନକ ବ୍ୟୁରୋ: ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ରାଜ୍ୟରେ ଆହୁରି ୨ ହଜାରରୁ ଅଧିକ ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । ଓପିଏସସି ପକ୍ଷରୁ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ପୂରଣ କରାଯିବ । ଡାକ୍ତର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇବ ।

ନୂଆ କରି ରାଜ୍ୟ ସରକାର ଗଢିଥିବା ୯ଟି ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସଂପର୍କରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଥିଲେ। ଏହାସହ ୫ଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।

from Kanak News
via <a href="https://ifttt.com/?

ଉଷୁନା, ଅରୁଆ ଚାଉଳ ରାଜନୀତି ଭିତରେ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ । ପିୟୂଷ ଗୋୟଲଙ୍କୁ ଚିଠିଲେଖି ତୁରନ୍ତ ସମାଧାନ ପାଇଁ କଲେ ଅନୁରୋଧ ।

କନକ ବ୍ୟୁରୋ : ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି । ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ଚିଠିରେ କେନ୍ଦ୍ର ସରକାରଙ୍କୁ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସେପଟେ ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି ।

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଚିଠିରେ ଲେଖିଛନ୍ତି, କେନ୍ଦ୍ର ସରକାରଙ୍କଠାରୁ ଧାନସଂଗ୍ରହ ବାବଦକୁ ସବ୍‌ସିଡ଼ି ଅର୍ଥ ଠିକ୍‌ ସମୟରେ ପାଉ ନଥିବାରୁ ଧାନସଂଗ୍ରହ କ୍ଷେତ୍ରରେ ଅସୁବିଧା ଉପୁଜୁଛି । ରାଜ୍ୟରେ ଧାନସଂଗ୍ରହ ନିମନ୍ତେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ୧୫, ୦୦୦ କୋଟି ଟଙ୍କା ବ୍ୟାଙ୍କ ଋଣ କରିଥିବାବେଳେ ସବ୍‌ସିଡି ବାବଦକୁ ପ୍ରାପ୍ୟ ୬୦୩୯ କୋଟି ଟଙ୍କା ଠିକ୍‌ ସମୟରେ ନ ପାଇବା ଦ୍ୱାରା ନିଗମ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି ଏବଂ ଧାନସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ରାଜ୍ୟରେ ଖରିଫ୍‌ ଧାନସଂଗ୍ରହ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ଏବଂ ଅଦ୍ୟାବଧି ଗତବର୍ଷ ଆଜିର ତାରିଖ ତୁଳନାରେ ୨୨ ପ୍ରତିଶତରୁ ଅଧିକ ଖରିଫ ଧାନସଂଗ୍ରହ କରାଯାଇସାରିଲାଣି । ଅଧିକ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରି ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ପାଇପାରିଛନ୍ତି । ରାଜ୍ୟରେ କୃଷି କ୍ଷେତ୍ରରେ ସର୍ବାଧିକ ଲୋକ ନିୟୋଜିତ ହୋଇଥିବାବେଳେ ଏହା ଲକ୍ଷ ଲକ୍ଷ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିବା ସହିତ କୃଷି ତଥା ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରୁଛି । ଧାନସଂଗ୍ରହ କ୍ଷେତ୍ରରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବା ସହ ଧାନ ବିକ୍ରି ଅର୍ଥ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ମାଧ୍ୟମରେ ସିଧାସଳଖ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଛନ୍ତି ।

ବିଜେପି ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି । ଓଡିଶାରେ ଚାଷୀମାନଙ୍କର ଅବସ୍ଥା ସମସ୍ତେ ଜାଣିଛନ୍ତି । ଲକ୍ଷ ଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି, କିନ୍ତୁ ସରକାର କଥା ହେଉନାହାନ୍ତି । ଓଡିଶାରେ ଚାଷୀଙ୍କୁ ଭ୍ରମିତ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଉଷୁନା ଚାଉଳ ଅପେକ୍ଷା ଅରୁଆ ଚାଉଳ ଜଲଦି ଭାଙ୍ଗିଯାଇ ନଷ୍ଟ ଅଧିକ ହୁଏ । ତେଣୁ ମିଲରମାନେ ଚାହୁଁଛନ୍ତି ଉଷୁନା ଚାଉଳ ଏଫସିଆଇ ନେଉ । ଆଉ ରାଜ୍ୟ ସରକାର ଚାଷୀଙ୍କ କଥା ଚିନ୍ତା ନକରି ମିଲର ମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଏହି ଚିଠି ଡିସେମ୍ବର ମାସରୁ ପାଇଥିଲେ ମଧ୍ୟ ଏନେଇ ସାଧାରଣ ଜନତା କିମ୍ବା ମିଲର ମାନଙ୍କୁ ଅବଗତ କରାଇନାହାନ୍ତି ବୋଲି ଲେଖାଶ୍ରୀ ଅଭିଯାଗ କରିଛନ୍ତି ।

from Kanak News
via <a href="https://ifttt.com/?

ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶା ପାଇଁ ଏହା ଗର୍ବର ମୁହୂର୍ତ୍ତ

କନକ ବ୍ୟୁରୋ : ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇବା ପରେ ତାଙ୍କୁ ନବୀନ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ଶୁଭେଚ୍ଛା । ଓଡିଶା ପାଇଁ ଏହା ଗର୍ବର ମୁହୂର୍ତ୍ତ । ନୂଆ ଦାୟିତ୍ୱ ପାଇଁ ଅଭିନନ୍ଦନ ।

https://platform.twitter.com/widgets.js

ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ସେନା ଉପମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାରେ ୪୨ତମ ଉପମୁଖ୍ୟ ହେବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କଠାରୁ ଦାୟିତ୍ୱ ନେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି ।

from Kanak News
via <a href="https://ifttt.com/?

ଅବହେଳିତ ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ଼ । ପାଇକ ବୀରଙ୍କ ବୀରତ୍ୱ ଗାଥାର ମୁକସାକ୍ଷୀ ଆଜି ଭଗ୍ନସ୍ତୁପ, ଖୋଲା ଆକାଶ ତଳେ ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ।

କନକ ବ୍ୟୁରୋ : ଇଂରେଜ ଶାସନ ସମୟର ଶେଷ ସ୍ୱାଧୀନ ଦୁର୍ଗ ଖୋର୍ଦ୍ଧା ଗଡ ଆଜି ଅବହେଳିତ । ବୀର ପାଇକଙ୍କ ବୀରତ୍ୱ ଗାଥାର ସ୍ୱାକ୍ଷର ବହନ କରୁଥିବା ଏହି ଐତିହାସିକ ଗଡ ଭଗ୍ନସ୍ତୁପରେ ପରିଣତ ହୋଇଛି । ଗଡ, ପୋଖରୀ ଓ ଅନ୍ୟ ଐତିହାସିକ କିର୍ତ୍ତୀରାଜି ଜରାଜୀର୍ଣ୍ଣ ହୋଇ ପଡିରହିଛି । ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଖୋଲା ଆକାଶ ତଳେ ପଡିରହିଛି ।

ଖୋର୍ଦ୍ଧା ଗଡ଼ । ବରୁଣେଇ ପାଦଦେଶରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଗାଥାର ଅକ୍ଷୂର୍ଣ୍ଣ ସ୍ୱାକ୍ଷର । ସ୍ୱାଧୀନତା ସଂଗ୍ରାମୀ ଜୟୀରାଜଗୁରୁ, ବକ୍ସି ଜଗବନ୍ଧୁ ପଣ୍ଡା, ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ନେତୃତ୍ୱରେ ଏଠାରୁ ଆରମ୍ଭ ହୋଇଥିଲା ଇଂରେଜ ବିରୋଧରେ ବିଦ୍ରୋହ । ଗଡର କାନ୍ଥରେ ଏବେ ରହିଛି ଗୁଳି ଓ ଗୋଳାମାଡର ଚିହ୍ନ । ସେହି ଐତିହାସିକ ସଂଗ୍ରାମର ମୂକସାକ୍ଷୀ ଆଜି ଅବହେଳିତ । ଖୋର୍ଦ୍ଧା ଗଡର ରକ୍ଷଣାବେକ୍ଷଣା ଅଭାବରୁ ଗଡ, ରାଣୀ ପୋଖରୀ, ମନ୍ଦିର, ଆଦି କିର୍ତ୍ତୀରାଜି ଭଗ୍ନସ୍ତୁପ । ଖୋଲା ଆକାଶ ତଳେ ପଡିରହିଛି ବୀର ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି । ଘଞ୍ଚ ଗଛଲତାର ଆଢୁଆଳରେ ଲୁଚିଯାଇଛି ଓଡିଶାର ଗୌରବମୟ ଐତିହାସିକ ସ୍ୱାକ୍ଷର ।

୧୫୬୮ ମସିହାରେ ଉତ୍କଳ ସାମ୍ରାଜ୍ୟ ଖଣ୍ଡବିଖଣ୍ଡିତ ହେବା ପରେ ବରୁଣେଇ ପାଦ ଦେଶରେ ରମେଇ ରାଉତରାୟ ନିର୍ମାଣ କରିଥିଲେ ଖୋର୍ଦ୍ଧା ଗଡ । ଇଂରେଜ ଶାସନ ସମୟରେ ଶେଷ ସ୍ୱାଧୀନ ଦୁର୍ଗ ଥିଲା ଖୋର୍ଦ୍ଧା ଗଡ । ହେଲେ ଆଜି ଓଡିଆ ପାଇକଙ୍କ ବୀରତ୍ୱର ମୂକ ସାକ୍ଷୀ ପ୍ରତି କାହାର ନଜର ନାହିଁ । ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲା ଠାରୁ ରାଜ୍ୟ ଯାଏଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଗଲା । ମହାମହିମ ରାଷ୍ଟ୍ରପତି ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଶିଳାନ୍ୟାସ କରିବା ଏକ ବର୍ଷ ହୋଇଗଲା । ହେଲେ ବିକାଶ କାମ ଆରମ୍ଭ ହୋଇପାରିଲା ନାହିଁ । ଯାହା ବରେଣ୍ୟ ପାଇକ ବୀରଙ୍କ ପାଇଁ ଅପମାନ ।

from Kanak News
via <a href="https://ifttt.com/?

ରାଉରକେଲାରେ ହେବ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ । ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଫାଇଭ ଟି ସଚିବ ।

କନକ ବ୍ୟୁରୋ: ରାଉରକେଲାରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ । ବିପିୟୁଟି ପରିସରରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ ଆନ୍ତର୍ଜାତୀୟ ହକି ଷ୍ଟାଡିୟମର ସ୍ଥାନ ପରିଦର୍ଶନ କଲେ ଫାଇଭ ଟି ସଚିବ । ୨୦୨୨ ସୁଦ୍ଧା ଏହି ଷ୍ଟାଡିୟମର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ଏହି ସ୍ଥାନର ଅନୁଧ୍ୟାନ କରାଯାଇଛି । ବିପିୟୁଟି ପରିସରରେ ହେବାକୁ ଥିବା ଏହି ପ୍ରସ୍ତାବିତ ଷ୍ଟାଡିୟମ ଉଭୟ ଖେଳାଳୀ ଓ ଦର୍ଶକଙ୍କୁ ଯେମିତି ବିଶ୍ୱ ସ୍ତରୀୟ ଅନୁଭୂତି ପ୍ରଦାନ କରି ପାରିବ ସେନେଇ ତାହାର ଡିଜାଇନ ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ଫାଇଭ ଟି ସଚିବଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, କ୍ରୀଡା ଓ ଯୁବସେବା ବିଭାଗର ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଷ୍ଟାଡିୟମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସେପଟେ ଗତମାସ ରାଉରକେଲାରେ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ହେବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଷ୍ଟାଡିୟମ ଜାନୁୟାରୀ ୨୦୨୩ରେ ଓଡିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପର ଅନ୍ୟତମ ଆୟୋଜନ ସ୍ଥଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ଏକା ସାଙ୍ଗରେ ଏହି ଷ୍ଟାଡିୟମରେ ୨୦ ହଜାର ଦର୍ଶକ ବସି ଖେଳ ଦେଖିପାରିବାର ସୁବିଧା କରାଯିବ ଯାହା ହକିର ହବ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଉ ରାଜ୍ୟ ସରକାରଙ୍କ ଏକ ହାଇଲେଭଲ ଟିମ୍ ପ୍ରକଳ୍ପ ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ରାଉରକେଲା ପୂର୍ବରୁ ସମ୍ବଲପୁରର ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପହଞ୍ଚି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାଶ୍ୱିର୍କ ଉନ୍ନତୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ । ସେହିପରି ସମଲେଶ୍ୱରୀ ପୀଠର ବିକାଶ ପାଇଁ ହୋଇଥିବା ବ୍ଲୁ-ପ୍ରିଂଟର ଅନୁଧ୍ୟାନ କରିଛନ୍ତି ଭି.କେ ପାଣ୍ଡିଆନ୍ ।

from Kanak News
via <a href="https://ifttt.com/?

୮୦ ବର୍ଷ ବୟସରେ ବି ସେ ଥକିପଡିନାହାନ୍ତି । ପରିଣତ ବୟସରେ ପୁରୁଣା ସାଇକେଲରେ ରଙ୍ଗ ବେରଙ୍ଗର ଚୂଡି ବିକୁଛନ୍ତି ବୁଢା ଶଙ୍ଖାରୀ ଲକ୍ଷ୍ମୀଧର ମଉସା ।

କନକ ବ୍ୟୁରୋ : ବୟସ ୮୦ ଡେଇଁଲାଣି । ବାର୍ଦ୍ଧକ୍ୟରେ ନଇଁଗଲାଣି ଅଣ୍ଟା । ପୁରୁଣା ସାଇକେଲରେ ଶଙ୍ଖା, ରଙ୍ଗ ବେରଙ୍ଗର ଚୂଡି ପେଟି ବୋଝେଇ କରି ଗାଁକୁ ଗାଁ ବୁଲୁଛି ବୁଢା ଶଙ୍ଖାରୀ । ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସେ ସମସ୍ତଙ୍କ ପ୍ରିୟର ଲକ୍ଷ୍ମୀଧର ମଉସା । ଲକ୍ଷ୍ମୀଧର ଦାସଙ୍କ ପାଖରେ ସତେ ଯେମିତି ବାର୍ଦ୍ଧକ୍ୟ ହାରମାନିଛି ।

ଝିଅ, ବୋହୂଙ୍କୁ ଅତି ଯତ୍ନରେ ଚୂଡି ପିନେ୍ଧଇ ଆଶିର୍ବାଦ ଦିଅନ୍ତି ଲକ୍ଷ୍ମୀଧର । ତାଙ୍କ ହସ ହସ ମୁହଁ, ଆତ୍ମୀୟତା ଭାବ ଓ ଭଲ ପାଇବା ଯୋଗୁଁ ତାଙ୍କ ପାଖରୁ ଚୂଡି ପିନ୍ଧିବାକୁ ପିପିଲି ଓ ଆଖପାଖ ଅଂଚଳର ଝିଅ, ବୋହୁଙ୍କ ବେଶ ଆଗ୍ରହ ବି ରହିଥାଏ ।

ପରିଣତ ବୟସରେ ବି ଲକ୍ଷ୍ମୀଧର କର୍ତବ୍ୟରେ କେବେ ହେଳା କରନ୍ତି ନାହିଁ । ସକାଳ ପାହିଲେ ଧୋତି କୁର୍ତା ପିନ୍ଧି ଚୂଡି, ଶଙ୍ଖାର ପସରା ଧରି ଘରୁ ବାହାରି ପଡନ୍ତି । ଜମିବାଡି ନାହିଁ, ବାର୍ଦ୍ଧକ୍ୟ ଭତା ଟଙ୍କା ଓ ଶଙ୍ଖା ବିକ୍ରି କରି ଯାହା ଆୟ ହୁଏ ସେଥିରେ ଚଳିଯାଏ ପରିବାର । ପୁଅ ବୋହୁଙ୍କ ପାଖରେ ରହୁଥିବା ଲକ୍ଷ୍ମୀଧର କହିଛନ୍ତି ଘରେ ଥିବା ତାଙ୍କ ପୋଲିଓଗ୍ରସ୍ତ ନାତିଙ୍କ ଚିକିତ୍ସା ପାଇଁ ବାର୍ଦ୍ଧକ୍ୟରେ ବି ସେ ଚୂଡି ବିକ୍ରି କରୁଛନ୍ତି ।

ବୁଢା ଶଙ୍ଖାରି ଲକ୍ଷ୍ମୀଧର ଦାସ । ତାଙ୍କ ବୟସର ଅନେକ ବ୍ୟକ୍ତି ଘରେ ରହି, ବାହାରକୁ ଯିବା ଆସିବା କରିପାରୁ ନାହାନ୍ତି । ହେଲେ ବୁଢା ଶଙ୍ଖାରି ପାଖରେ ସତେ ଯେମିତି ବାର୍ଦ୍ଧକ୍ୟ ହାର ମାନିଛି ।

from Kanak News
via <a href="https://ifttt.com/?

କରୋନା କଟକଣା ସତ୍ୱେ କଳାହାଣ୍ଡିରେ ପାଳିତ ହେଲା ଟୋକି ପରବ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆସ୍ଥା ଓ ବିଶ୍ୱାସର ପର୍ବ ପାଳିଲେ ଆଦିବାସୀ ।

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବାବୁ କେନ୍ଦୁଗୁଡାରେ ପାଳିତ ହୋଇଯାଇଛି ଆଦିବାସୀଙ୍କ ପର୍ବ ଟୋକି ପରବ । ଏହି ଟୋକି ପରବରେ କନ୍ଧଙ୍କ ମେଳି ଦେଖିବାକୁ ଦୂରଦୁରାନ୍ତରୁ ଆସିଥିଲେ ଶହ ଶହ ଲୋକ । ହେଲେ କେହି ସାମାଜିକ ଦୂରତା ରକ୍ଷା କରିନଥିଲେ, ଏବଂ ମାସ୍କ ବି ପିନ୍ଧିଥିବା ଦେଖିବାକୁ ମିଳିନଥିଲା ।

ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ । ଟୋକି ମରା ପରବ । ହାତରେ ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ର । ତୁଣ୍ଡରେ ଇଷ୍ଟଦେବୀଙ୍କ ନାରା । ଟୋକି ମରା ପରବ ପାଇଁ ଚଳଚଞ୍ଚଳ ହୋଇଉଠିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବାବୁ କେନ୍ଦୁଗୁଡା ଗାଁ । ଦୀର୍ଘ ୧୨ ବର୍ଷ ପରେ ଗାଁରେ ଟୋକି ପରବ ପାଳିତ ହେଉଥିବାରୁ ବାବୁ କେନ୍ଦୁଗୁଡା ଉତ୍ସବ ମୁଖର ହୋଇଉଠିଛି ।

ଟୋକି ପରବରେ ପୂଜକଙ୍କ ଘରୁ ଏକ ମେଣ୍ଢାକୁ ମେଳି କରି ନାଚି ନାଚି ପୂଜା ସ୍ଥଳକୁ ଅଣାଯାଇଥିଲା । ଦେବତୀଙ୍କୁ ପୂଜାର୍ଚ୍ଚନା କରିବା ସହ ମେଣ୍ଢାକୁ ବଳି ଦେବା ପରେ ଆରମ୍ଭ ହୋଇଥିଲା ମାଂସ ଚୋରି ପ୍ରତିଯୋଗିତା । ବଳି ପଡିଥିବା ମେଣ୍ଢା ମାଂସକୁ ନେଇ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ଲାଗି କଲେ ପରିବାରର ମଙ୍ଗଳ ଓ ଜମିରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି । ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କନ୍ଧଙ୍କ ମେଳି ଏହି ଟୋକି ମରା ପରବର ମୁଖ୍ୟ ଆକର୍ଷଣ । ବାବୁକେନ୍ଦୁଗୁଡାର ପରବ ଦେଖିବାକୁ ଦୂରଦୁରାନ୍ତରୁ ଛୁଟି ଆସିଥିଲେ ଶହ ଶହ ଲୋକ ।

from Kanak News
via <a href="https://ifttt.com/?

ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଘଟଣାସ୍ଥଳକୁ କମିଟି ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିଆଗଲା ନିଷ୍ପତ୍ତି ।

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ବିଧାନସଭା ଗୃହ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସୀମା ବିବାଦକୁ ନେଇ ଆଲୋଚନା ହୋଇଛି । ଗୃହ କମିଟି ସୀମା ବିବାଦ ରହିଥିବା ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଝାଡଖଣ୍ଡ, ଆନ୍ଧ୍ର, ଛତିଶଗଡ ଓ ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳରେ ଓଡିଶା ସହ ସୀମା ବିବାଦ ରହିଛି । ତେବେ ରାଜ୍ୟ ସରକାର ସୀମା ବିବାଦକୁ ନେଇ ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏଥିସହ ସେ କହିଛନ୍ତି ଆଗକୁ ବିବାଦର ସମାଧାନ କରାଯାଇ, ସେସବୁ ଅଞ୍ଚଳରେ ବିକାଶ କାମକୁ ତ୍ୱରାନ୍ୱିତ କରାଯିବ ।

ସେପଟେ ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି ବୈଠକରେ ଯାହା ନିଷ୍ପତ୍ତି କରାଯାଉଛି ତାହା କାର୍ଯ୍ୟକାରୀ କରାଯାଉନାହିଁ । ସେପଟେ କଂଗ୍ରେସ ବିଧାୟକ କହିଛନ୍ତି ସରକାର ସୀମା ବିବାଦର ସମାଧାନ କରିବା ପାଇଁ ଆନ୍ତରିକତା ଦେଖାଉ ନାହାନ୍ତି ।

from Kanak News
via <a href="https://ifttt.com/?

ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଇଓସିଏଲ୍ ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ।

କନକ ବ୍ୟୁରୋ : ଉର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ୱଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବର୍ଜ୍ୟବସ୍ତୁରୁ ଉର୍ଜା ଉତ୍ପାଦନ କରିବା ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନଡ଼ିଏମସି) ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଉତ୍ତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ଲାଣ୍ଟରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁ ବା କଠିନ ଅଳିଆ ଆବର୍ଜନାକୁ ଏକାଠି କରାଯାଇ ଏଥିରୁ ଇଣ୍ଡିଆନ ଅଏଲ ସହଯୋଗରେ ଉର୍ଜା ଉତ୍ପାଦନ କରାଯିବ । ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକର ପୁନଃବ୍ୟବହାର କରାଯାଇ ପ୍ଲାଷ୍ଟିକ କିମ୍ବା ସିନଗ୍ୟାସ ଉତ୍ପାଦନରେ ବ୍ୟବହାର ହେଉଥିବା ରିଫ୍ୟୁଜ୍ ଡିରାଇଭଡ୍ ଫ୍ୟୁଏଲ(ଆରଡ଼ିଏଫ)ର ମଧ୍ୟ ଉତ୍ପାଦନ କରାଯିବ । ଏହି ପ୍ଲାଣ୍ଟରେ ଦୈନିକ ୨୫୦୦ ମିଲିୟନ ଟନର ବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କରାଯାଇ ଉର୍ଜା ଉତ୍ପାଦନ ହେବ ।

ମହାନଗର ନିଗମର କଠିନ ବର୍ଜ୍ୟବସ୍ତୁ(ଏମଏସଡବ୍ଲ୍ୟୁ)ର ପରିଚାଳନା ଦିଲ୍ଲୀରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି ଏବଂ ପ୍ରସ୍ତାବିତ ଏହି ପ୍ଲାଣ୍ଟ ଏହାର ସମାଧାନ କରିବା ସହ ଦିଲ୍ଲୀକୁ ସବୁଜ ଇନ୍ଧନ ମାର୍ଗରେ ନେବ । ସଙ୍କୋଚିତ ବାୟୋଗ୍ୟାସ୍ କିମ୍ବା ସିବିଜି ସମେତ ବିଭିନ୍ନ ରୂପରେ ବିକଳ୍ପ ଶକ୍ତି ଉତ୍ପାଦନ ପାଇଁ ଜୈବ ଇନ୍ଧନର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରି ଇନ୍ଧନ ଉପରେ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।

from Kanak News
via <a href="https://ifttt.com/?

ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । କଡା ସୁରକ୍ଷା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ହେଲା ସ୍ଥାନାନ୍ତର ।

କନକ ବ୍ୟୁରୋ : ଭୁବନେଶ୍ୱରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । କଡା ସୁରକ୍ଷା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ଟିକା ସ୍ଥାନାନ୍ତର କରାଯାଇଛି । ତେବେ ଆସନ୍ତା ୩ ଦିନ ଭିତରେ ଟିକା ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଟିକା ପହଞ୍ଚିବ ।

ତେବେ ଆଜି ୨୮ଟି ପ୍ୟାକେଟରେ ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍ ଟିକା ଆସିଛି । ସେପଟେ ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଗତକାଲିଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ୍ ଚାଲିଛି ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ସୋମବାରଠୁ ପୁଣି ଟିକାକରଣ ଚାଲିଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେଉଛି । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started