ଛତିଶଗଡ କୋଲାବ ଡ୍ୟାମରେ ଅଟକିଛି ମହାନଦୀ ପାଣି: ଉପରମୁଣ୍ଡରେ ଉଛୁଳୁଛି ପାଣି, ଶୁଖିଲା ପଡିଛି ଓଡିଶା ପଟ

କନକ ବ୍ୟୁରୋ: ମହାନଦୀ ଜଳ ବିବାଦକୁ ନେଇ ଓଡିଶାରେ ବେଶ ହୋହଲ୍ଲା । ବ୍ୟାରେଜ କରି ମହାନଦୀ ପାଣିକୁ ଅଟକାଇ ଦେଇଛି ଛତିଶଗଡ । ଏହାକୁ ନେଇ ଓଡିଶାରୁ ଦିଲ୍ଲୀ ସବୁଠି ତମ୍ବି ତୋଫାନ ହେବା ପରେ ବି ଏଥିରେ ବିଶେଷ କିଛି ପରିବର୍ତ୍ତନ ଆସିନାହିଁ । ଏଯାଏଁ କୌଣସି ସମାଧାନ ହୋଇ ପାରୁନାହିଁ । ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିରୋଧୀ କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଛତିଶଗଡ ମହାନଦୀ ଉପରେ ଛୋଟ ବଡ କରି ୧୦୦ରୁ ଅଧିକ ଡ୍ୟାମ୍ ଓ ବ୍ୟାରେଜ୍ କରି ସାରିଛି । ହେଲେ ରାଜ୍ୟ ଏବେ ବି ଚୁପ୍ ବସିଛନ୍ତି । ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି କଂଗ୍ରେସ ବିଧାୟକ କହିଛନ୍ତି ।

ସେପଟେ ମହାନଦୀ ବିବାଦର ସମାଧାନ କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଆବଶ୍ୟକୀୟ କାଗଜପତ୍ର ଯୋଗାଇ ପାରୁନଥିବାରୁ ଏହି ବିବାଦର କୌଣସି ସମାଧାନ ହୋଇ ପାରୁନାହିଁ ବୋଲି କହିଛନ୍ତି ବିଜେଡି ବିଧାୟକ କିଶୋର ମହାନ୍ତି । ଉଭୟ ରାଜ୍ୟ ମଧ୍ୟରେ ଆଲୋଚନା କରି ଜଳ ବିବାଦର ଅନ୍ତ କରିବା ଆବଶ୍ୟକ । ନହେଲେ ମହାନଦୀ ଉପରେ ନିର୍ଭର କରୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବେ । ଛତିଶଗଡରେ ମହାନଦୀ ଉପରେ ବନ୍ଧା ଯାଇଥିବା କଲମା ବ୍ୟାରେଜ ଯୋଗୁଁ ଓଡିଶାରେ ଶୁଖିଲା ପଡିଛି ମହାନଦୀ । ଗୋଟିଏ ପଟେ ଭରପୁର ପାଣି ଓ ଅନ୍ୟପଟେ ଶୁଖିଲା ମହାନଦୀ ।

କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି । ଯଦି ମୌସୁମୀ ଠିକ ସମୟରେ ଆସିବ ନାହିଁ, ତେବେ ହୀରାକୁଦ ଜଳଭଣ୍ଡାର ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ମହାନଦୀ ଉପରେ ନିର୍ଭର କରି ଚଳୁଥିବା ମତ୍ସ୍ୟଜୀବୀ ଓ ଚାଷୀ ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କହିଛନ୍ତି ।

from Kanak News
via <a href="https://ifttt.com/?

ବାଣୀବିହାରରେ ଶାନ୍ତି ଫେରାଇ ଆଣିବା ପାଇଁ ଛାତ୍ରଙ୍କ ସହ ଆଲୋଚନା କଲେ କୁଳପତି: କହିଲେ, ଦିଆଯିବ ଉତ୍ତମ ମାନର ଖାଦ୍ୟ, କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ

କନକ ବ୍ୟୁରୋ: ବାଣୀବିହାରରେ ଦୁଇ ଛାତ୍ରଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୁଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୁଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ଏହାସହ କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ପାଇଁ ଆନ୍ଦୋଳନରତ ଛାତ୍ରଙ୍କ ସହ ମଧ୍ୟ ଭିସି ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଛାତ୍ରମାନେ କୁଳପତିଙ୍କୁ ବିଭିନ୍ନ ଦାବି ସଂପର୍କରେ ଅବଗତ କରାଇଛନ୍ତି । ଏହାସହ ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ତେବେ ଛାତ୍ରଛାତ୍ରୀଙ୍କୁ ସୁଷମ ଖାଦ୍ୟ ଦେବା ସହ ବାଣୀବିହାରରେ ଶାନ୍ତି ବଜାୟ ରଖିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା ଭିସି ସବିତା ଆଚାର୍ଯ୍ୟ କହିଛନ୍ତି । ଗତକାଲି ବାଣୀବିହାର କ୍ୟାମ୍ପସ୍ ଖୋଲୁ ଖୋଲୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରତିବାଦରେ ଗୋପବନ୍ଧୁ ଛାତ୍ରାବାସ ଆଗରେ ଛାତ୍ରମାନେ ଧାରଣା ଦେଇଥିଲେ । ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଓ ବିଭିନ୍ନ ଅବ୍ୟବସ୍ଥାକୁ ନେଇ କିଛି ଛାତ୍ର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଯାଉଥିଲେ । ଅନ୍ୟ ଏକ ଛାତ୍ର ଗୋଷ୍ଠୀ ଏହାର ପ୍ରତିବାଦ କରିଥିଲେ । ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା ।

from Kanak News
via <a href="https://ifttt.com/?

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକାଠି ହେଲେ ହଜାର ହଜାର ଆଦିବାସୀ: ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି

କନକ ବ୍ୟୁରୋ: ଛତିଶଗଡ଼ର କୋକ୍ରାଲ ଡ଼୍ୟାମ ଓ କୌସ୍ତବ ମାଇନ୍ସକୁ ବିରୋଧ କରି ମାଲକାନଗିରି ମାଥିଲି ସୀମାରେ ପ୍ରଜାମେଳି । ହଜାର ହଜାର ଆଦିବାସୀ ଏକାଠି ହୋଇ  ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଓଡିଶା ସୀମାରେ ହେବାକୁ ଥିବା ଡ୍ୟାମ ଓ କୌସ୍ତବ ମାଇନ୍ସକୁ ବିରୋଧ କରିଛନ୍ତି । କମାରପାଲି ପଂଚାୟତ ଠାରୁ  ବିରାଟ ବଡ଼ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି ଏମାନେ ।

୪ ଗୋଟି ପଂଚାୟତର ଆଦିବାସୀ ମହିଳା, ପୁରୁଷ ଏକାଠି ହୋଇ ଡ୍ୟାମ ଓ ମାଇନ୍ସକୁ ବିରୋଧ କରିଛନ୍ତି । ଡ୍ୟାମ ହେଲେ  ଓଡିଶା ସୀମାର ୫୦ଟି ପଡ଼ା ଜଳମଗ୍ନ ହେବ । ସେହିପରି ମାଇନ୍ସ ହେବା ହେବା ଦ୍ୱାରା  ଓଡିଶାର ଖଣିଜ ସଂପଦ ଲୋପ ହେବା ସହ ପ୍ରାକୃତିକ ସଂପଦ ନଷ୍ଟ ହେବ । ତେଣୁ ଏହାକୁ ବିରୋଧ କରି ସ୍ୱର ଉଠାଇଛନ୍ତି ଆଦିବାସୀ ।

from Kanak News
via <a href="https://ifttt.com/?

ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ନବୀନ । ଟୁଇଟ୍ କରି ଯୁବ ଖେଳାଳିଙ୍କୁ କଲେ ପ୍ରଶଂସା

କନକ ବ୍ୟୁରୋ: ବ୍ରିସବେନ୍ ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଷ୍ଟ୍ରେଲିଆ ବିପକ୍ଷରେ ଦଳର ଏହି ଦମଦାର ବିଜୟ ପରେ ନବୀନ ଟୁଇଟ୍ କରି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଟୁଇଟ୍ କରି ନବୀନ ଲେଖିଛନ୍ତି ଯେ, ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଥିବାରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା । ଦଳର ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟରେ ଉଲ୍ଲେଖ କରିଛନ୍ତି ।

https://platform.twitter.com/widgets.js

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି । ଏପଟେ ବିସିସିଆଇ ଦଳ ପାଇଁ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହା ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ।

https://platform.twitter.com/widgets.js

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅଷ୍ର୍ଟ୍ରେଲିଆ ବିପକ୍ଷ ବ୍ରିସବେନ୍ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଛି । ଏଥିସହ ଦଳ ୨-୧ରେ ସିରିଜ୍ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି ।

from Kanak News
via <a href="https://ifttt.com/?

ବ୍ରିସବେନ୍ ବିଜୟ ପରେ ଛୁଟିଲା ଶୁଭେଚ୍ଛାର ସୁଅ: ବିଦେଶ ମାଟିରେ ଭାରତର ଐତିହାସିକ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ବ୍ରିସବେନ୍ ବିଜୟକୁ ନେଇ ବେଶ ଖୁସି ଜାହିର କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତର ଐତିହାସିକ ବିଜୟ ପାଇଁ ଭାରତୀୟ ଦଳକୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦି । ସେପଟେ, ଆଜିର ଐତିହାସିକ ବିଜୟ ପରେ ଭାରତୀୟ ଦଳ ପାଇଁ ବୋନସ ଘୋଷଣା କରିଛି ବିସିସିଆଇ । ବ୍ରିସବେନର ସ୍ମରଣୀୟ ବିଜୟ ପରେ ୫ କୋଟିର ବୋନସ ଘୋଷଣା କରିଛି ବିସିସିଆଇ । ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ବଳରେ ବର୍ଡର ଗାଭାସ୍କର ଟ୍ରଫି ହାତେଇଛି ଭାରତୀୟ ଦଳ । ଆଜିର ବିଜୟ ପରେ ପୁରସ୍କାର ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଜୟ ଶାହା କହିଛନ୍ତି, ଆଜିର ବିଜୟ ଭାରତୀୟ କ୍ରିକେଟ୍ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ।

https://platform.twitter.com/widgets.js

ତେବେ ବିଦେଶ ମାଟିରେ ଐତିହାସିକ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ । ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ଆଣିଛି ଭାରତୀୟ ଦଳ । ଯୁବ ଖେଳାଳିଙ୍କୁ ନେଇ ବିଦେଶ ମାଟିରେ ହୋଇଥିବା ଫାଇଟରେ ଦମଦାର ପ୍ରଦର୍ଶନ କରିଛି ଭାରତ । ୩ ୱିକେଟ୍ ସହ ଅଷ୍ଟ୍ରେଲିଆକୁ ପରାଜୟର ମୁହଁ ଦେଖାଇ ଦେଇଛି ଟିମ୍ ଇଣ୍ଡିଆ । ଚତୁର୍ଥ ଟେଷ୍ଟ ସହ ସିରିଜ୍ ବିଜୟର ରିୟଲ ହିରୋ ପାଲଟି ଯାଇଛନ୍ତି ୫ ଜଣ ଯୁବ ଖେଳାଳି । ରିଷଭ ପନ୍ତ ୮୯ ରନ ସହ ନଟଆଉଟ୍ ଥିବା ବେଳେ ଶୁଭମନ୍ ଗିଲ୍- ୯୧, ସାର୍ଦ୍ଧୁଳ ଠାକୁର ୬୯ ରନ ସହ ୭ଟି ୱିକେଟ୍ ନେଇଛନ୍ତି ।

ସେହିଭଳି ମହମ୍ମଦ ସିରାଜ୍ ୬ଟି ୱିକେଟ୍  ନେଇଥିବା ବେଳେ ଚେତେଶ୍ୱର ପୂଜାରା ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ଆଜିଙ୍କ୍ୟ ରାହେଣେଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳକୁ ଏହି ଐତିହାସିକ ବିଜୟ ମିଳିଛି । ରିଷଭ ପନ୍ତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଓ ପ୍ଲେୟାର ଅଫ ଦି ସିରିଜ ଅଷ୍ଟ୍ରେଲିଆର ବୋଲର ପେଟ୍ କମିନସ୍ ହୋଇଛନ୍ତି । ୧୯୮୮ରେ ଗାବାରେ ଅଷ୍ଟ୍ରେଲିଆ ହାରିଥିଲା । ୱେଷ୍ଟ ଇଣ୍ଡିଜ ଠାରୁ କଙ୍ଗାରୁ ଦଳକୁ ପରାସ୍ତ ହେବାକୁ ପଡିଥିଲା । ଦୀର୍ଘ ୩ ଦଶନ୍ଧି ପରେ ପୁଣି ଥରେ କଙ୍ଗାରୁ ଦଳରୁ ପରାଜୟ ବରଣ କରିବାକୁ ପଡିଛି । ଆଉ ଅଷ୍ଟ୍ରେଲିଆ ହାତରୁ ଟେଷ୍ଟ ସିରିଜ୍ ଛଡେଇ ଆଣିଛି ଭାରତ । ଏହାସହ ଟେଷ୍ଟ ରାଙ୍କ ତାଲିକାର ୨ ନମ୍ବରରେ ପହଞ୍ଚିଛି ଭାରତ । ନମ୍ବର ୱାନରେ ରହିଛି ନ୍ୟୁଜିଲାଣ୍ଡ ।

from Kanak News
via <a href="https://ifttt.com/?

ତେଜିଲା ଚାଉଳ ରାଜନୀତି: ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଉଠାଇଲା ଅରୁଆ ଚାଉଳ ପ୍ରସଙ୍ଗ; ଲେଖାଶ୍ରୀଙ୍କ ଅଭିଯୋଗ, ଚାଷୀଙ୍କ ଭ୍ରମିତ କରିବାକୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର

କନକ ବ୍ୟୁରୋ: ତେଜିଲା ଉଷୁନା-ଅରୁଆ ଚାଉଳ ରାଜନୀତି । ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛନ୍ତି । ଓଡିଶାରେ ଚାଷୀମାନଙ୍କର ଅବସ୍ଥା ସମସ୍ତେ ଜାଣିଛନ୍ତି । ଲକ୍ଷ ଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି , କିନ୍ତୁ ସରକାର କଥା ହେଉନାହାନ୍ତି । ଓଡିଶାରେ ଚାଷୀଙ୍କୁ ଭ୍ରମିତ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଉଷୁନା ଚାଉଳ କେବଳ ପୂର୍ବ ଭାରତରେ ଖିଆଯାଏ । ଅଧିକ ଉଷୁନା ଚାଉଳ ସଂଗ୍ରହ କଲେ ତାହା ନଷ୍ଟ ହେବ ।

ଏଫସିଆଇ ଚିଠିରେ ଲେଖାଅଛି ଯେ, ଯେତେ ଅରୁଆ ଚାଉଳ ରାଜ୍ୟ କରିବ ତାହା କିଣିବେ । ଏବେ ରାଜ୍ୟ ସରକାର ଉଷୁନା ଚାଉଳ କଥା ଏଥିପାଇଁ କହିଛନ୍ତି , କାରଣ ମିଲର ଲାଭବାନ ହେବେ । ଉଷୁନା ଚାଉଳ ଅପେକ୍ଷା ଅରୁଆ ଚାଉଳ ଜଲଦି ଭାଙ୍ଗିଯାଇ ନଷ୍ଟ ଅଧିକ ହୁଏ । ତେଣୁ ମିଲରମାନେ ଚାହୁଁଛନ୍ତି ଉଷୁନା ଚାଉଳ ଏଫସିଆଇ ନେଉ । ଆଉ ରାଜ୍ୟ ସରକାର ଚାଷୀଙ୍କ କଥା ଚିନ୍ତା ନକରି ମିଲର ମାନଙ୍କ ପାଇଁ ଓକିଲାତି କରୁଛନ୍ତି । ଏହି ଚିଠି ଡିସେମ୍ବର ମାସରୁ ପାଇଥିଲେ ମଧ୍ୟ ଏନେଇ ସାଧାରଣ ଜନତା କିମ୍ବା ମିଲରମାନଙ୍କୁ ଅବଗତ କରେଇ ନାହାନ୍ତି ବୋଲି ଲେଖାଶ୍ରୀ ଅଭିଯାଗ କରିଛନ୍ତି । ।

from Kanak News
via <a href="https://ifttt.com/?

ଅଷ୍ଟ୍ରେଲିଆରେ ସିରିଜ ଜିତିଲା ଭାରତ, ୫ କୋଟିର ବୋନସ ଦେଲା ବିସିସିଆଇ । 

 କନକ ବ୍ୟୁରୋ :  ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିସିସିଆଇ ବଡ ଘୋଷଣା କରିଛି । ଦଳ ପାଇଁ ବିସିସିଆଇ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ମଙ୍ଗଳବାର ବ୍ରିସବେନ୍ ଟେଷ୍ଟରେ ଦଳ ବିଜୟ ହେବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ କବଜା କରିଛି । ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ବ୍ରିସବେନରେ ପରାଜୟ ବରଣ କରିଛି । । ରିଷଭ ପନ୍ତଙ୍କ ଧୂଆଁଧାର ଇଂନିସ ବଳରେ ଭାରତ ଏହି ସଫଳତା ହାସଲ କରିପାରିଛି ।

ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଆଜିଙ୍କ୍ୟ ରାହାଣେ  ଦଳକୁ ଏହି ବିଜୟ ଭେଟିଦେଇଛନ୍ତି । ଅନ୍ୟପଟେ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ବିଭିନ୍ନ କ୍ରିକେଟରମାନେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

from Kanak News
via <a href="https://ifttt.com/?

ଓଡିଶାରେ ନୂଆ ସେନା ଉପମୁଖ୍ୟ: ଭୁବନେଶ୍ୱର ପହଞ୍ଚିଲେ ଚଣ୍ଡି ପ୍ରସାଦ ମହାନ୍ତି; ବିମାନବନ୍ଦରରେ ୧୨୦ ବାଟାଲିୟନ ପକ୍ଷରୁ କରାଗଲା ସ୍ୱାଗତ

କନକ ବ୍ୟୁରୋ: ଓଡିଶାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ସେନା ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି । ଗତକାଲି ସେନା ଉପମୁଖ୍ୟ ଭାବେ ମନୋନୀତ ହେବା ପରେ ଆଜି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଚଣ୍ଡି ପ୍ରସାଦ ମହାନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଛି । ସେ ସିଧାସଳଖ ୧୨୦ ବାଟାଲିୟନକୁ ଯାଇ ସେଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ବ୍ରହ୍ମପୁର ଗୋଳାବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେ । ସେଠାରୁ ବାହାରି ସେ ଭୁବନେଶ୍ୱର ପହଞ୍ଚିଛନ୍ତି ।

ଆସନ୍ତାକାଲି ଭୁବନେଶ୍ୱରରେ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । କାଲି ସୈନିକ ସ୍କୁଲରେ ସାମ୍ବାଦିକ ସମ୍ମିଳନୀ କରିବେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ଭାରତୀୟ ସେନାର ୪୨ ତମ ଉପମୁଖ୍ୟ ଭାବେ ଦାୟିତ୍ୱ ନେବେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ସେ ଏବେ ‘ସଦର୍ନ କମାଣ୍ଡ’ର କମାଣ୍ଡିଂ ଇନ୍ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେନାରେ ଏପରି ପଦବୀ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ । ଜଗତସିଂହପୁରର ଜୟବଡ଼ ଗାଁରେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତିଙ୍କ ଘର ।

ପୂର୍ବରୁ ଭାରତୀୟ ସେନାର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି ଏହି ଓଡ଼ିଆ ଲେଫନାଣ୍ଟ ଜେନେରାଲ୍ । ଜାନୁଆରୀ ୩୧ ତାରିଖରେ ସେନାର ଉପମୁଖ୍ୟ ଥିବା ଲେଫନାଣ୍ଟ ଜେନେରାଲ୍ ଏସକେ ସାଇନି ଅବସର ନେବେ । ଏହା ପରେ ଲେଫନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି ଏହି ସମ୍ମାନଜନକ ପଦବୀରେ ଅବସ୍ଥାପିତ ହେବେ ।

from Kanak News
via <a href="https://ifttt.com/?

ଟିମ୍ ଇଣ୍ଡିଆର କଙ୍ଗାରୁ ଶିକାର । ଅଷ୍ଟ୍ରେଲିଆରେ ଇତିହାସ ରଚିଲା ଭାରତ, ୨-୧ରେ ହାତେଇଲା ସିରିଜ ।

କନକ ବ୍ୟୁରୋ : ଇତିହାସ ରଚିଲା ଭାରତ । ବିଦେଶ ମାଟିରେ ଭାରତର ବଡ ବିଜୟ । ବ୍ରିସବେନରେ ଟିମ୍ ଇଣ୍ଡିଆ ଉଡାଇଲା ବିଜୟ ବାନା । ଅଷ୍ଟ୍ରେଲିଆକୁ ତା ନିଜ ମାଟିରେ ମାତ୍ ଦେଇ ଐତିହାସିକ ବିଜୟ ହାସଲ କଲା ଭାରତ । ବ୍ରିସବେନ ବିଜୟ ସହ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ କବଜା କରିଛି ଟିମ ଇଣ୍ଡିଆ । ଆଉ ଏହାସହ ବ୍ରିସବେନରେ ଅଷ୍ଟ୍ରେଲିଆର ୩୩ ବର୍ଷର ଅପରାଜେୟ ରେକର୍ଡରେ ବ୍ରେକ୍ ଲଗାଇଛି ଭାରତ ।

ରିଷଭ ପନ୍ତ ଓ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ବଳରେ ଐତିହାସିକ ବିଜୟ ହାସଲ କରିଛି ଭାରତ । ଆଉ ଏହାସହ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ହାତେଇନେଇଛି ଟିମ୍ ଇଣ୍ଡିଆ । ବିରାଟଙ୍କ ଅନୁପସ୍ଥିତିରେ ଏହି ବଡ଼ ବିଜୟ ଭେଟି ଦେଇଛନ୍ତି ଆଜିଙ୍କ୍ୟ ରାହାଣେ । ଭାରତୀୟ ଯୁବ ଟିମ୍ ଆଗରେ ମୁଣ୍ଡ ନୁଆଇଁଛି କଙ୍ଗାରୁ ଦଳ । ପଞ୍ଚମ ଦିନରେ ଆରମ୍ଭରୁ ରୋହିତଙ୍କ ୱିକେଟ ଭାରତ ଶିବିରକୁ ଚିନ୍ତାରେ ପକାଇଥିଲା । ତେବେ ଶୁଭମାନ ଓ ପୂଜାରା ସର୍ତକତାର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଲିୟନଙ୍କ ବଲରେ ଆଉଟ ହୋଇ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଶୁଭମାନ । ଆଉ ଏହାପରେ ଅଧିନାୟକ ରାହାଣେ ଦ୍ରୁତ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ । ତେବେ ପୂଜାରା ଓ ପନ୍ତ ଦୀର୍ଘ ସମୟ ଧରି ବ୍ୟାଟିଂ କରିବା ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ । ପୂଜାରାଙ୍କ ୱିକେଟ ପତନ ପରେ ମୟଙ୍କ ପୁଣିଥରେ ଟିମ୍ ଇଣ୍ଡିଆକୁ ନିରାଶ କରିଥିଲେ । ତେବେ ଗୋଟିଏ ପଟେ ପନ୍ତ ଦୃଢତାର ସହ ବ୍ୟାଟିଂ କରି ଭାରତକୁ ବିଜୟ ଆଡକୁ ନେଉଥିବା ବେଳେ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ଏହି ବିଜୟକୁ ଆହୁରି ସହଜ କରିଦେଇଥିଲା । ଶେଷରେ ୩ ୱିକେଟରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆର ୩୩ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ ।

ଏହାପୂର୍ବରୁ ବର୍ଡର-ଗାଭାସ୍କର ସିରିଜର ପ୍ରଥମ ଟେଷ୍ଟ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟକୁ ଭାରତ ବାଜି ମାରିନେଇଥିଲା । ତୃତୀୟ ଟେଷ୍ଟ ଡ୍ର ହୋଇଥିବା ବେଳେ ରୋମାଞ୍ଚକର ଚତୁର୍ଥ ଟେଷ୍ଟକୁ ଜିତି ସିରିଜ କବଜା କରିଛି ଟିମ୍ ଇଣ୍ଡିଆ ।

from Kanak News
via <a href="https://ifttt.com/?

କିଣା ହୋଇପାରୁନି ଧାନ: ଜୟପୁର ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ; ଶୀତ କାକରରେ ବର୍ଷକର ପରିଶ୍ରମକୁ ଜଗି ରହିଛି ଚାଷୀ

କନକ ବ୍ୟୁରୋ: ମଣ୍ଡି ଅବ୍ୟବସ୍ଥାର ଅଭାବନୀୟ ଚିତ୍ର । ମଣ୍ଡିରେ ଗଦା ହୋଇଛି ହଜାର ହଜାର ବସ୍ତା ଧାନ । କେତେକ ବସ୍ତା କଣା ହୋଇ ଚାଷୀ କଷ୍ଟ ଉପାର୍ଜିତ ମୂଲ ସବୁ ତଳେ ଗଦା ହୋଇଛି । ଯାହାକୁ ଜାଣିଲେ ଆପଣମାନେ ବି ବିଚଳିତ ହୋଇଯିବେ । ଚାଷୀଙ୍କ ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ । କୋରାପୁଟ ଜିଲ୍ଲାର ପ୍ରତ୍ୟେକ ମଣ୍ଡିର ଏହି ଅବ୍ୟବସ୍ଥା ଲାଗି ରହିଛି । ଜୟପୁର ବ୍ଲକର ହାଡିଆ ପଂଚାୟତରେ ଥିବା ମହିଳା ମାଆ ବୁଢୀ ଠାକୁରାଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣୁଥିବା ମଣ୍ଡି ଏବେ ପ୍ରାୟ ୧୪ ହଜାର କ୍ୱିଂଟାଲ ଧାନ ବିକ୍ରି ଅପେକ୍ଷାରେ ରହିଛି ।

୭ ଦିନ ହେଲା ଧାନ ବସ୍ତା ସବୁ ଗଦା ହୋଇ ରହିଛି । ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଚାଷୀ ମଣ୍ଡିକୁ ଧାନ ଆଣିଛନ୍ତି । ହେଲେ ଧାନ ବିକିବା ପାଇଁ ସ୍ଥିର ହୋଇଥିବା ଦିନ ଏହାରି ଭିତରେ ଶେଷ ହୋଇଛି । କିନ୍ତୁ ଧାନ କିଣା ହୋଇନାହିଁ । ତେଣୁ ମଣ୍ଡିରେ ଧାନ ଗଦା କରି ପଲିଥିନ ପକାଇ ଶୀତ କାକରରେ ଜଗି ରହିଛନ୍ତି ଚାଷୀ ।

ସେପଟେ ମାଲକାନଗିରିରେ ବି ସେହି ଏକା ଅବସ୍ଥା । ଟାର୍ଗେଟ ସରିଥିଲେ ବି ମଣ୍ଡିରୁ ଧାନ ଉଠିବା ବନ୍ଦ ହୋଇଯାଇଛି । ଫଳରେ ଚାଷୀକୂଳ ନିରାଶ ହୋଇଛନ୍ତି । ହଜାର ହଜାର ଚାଷୀଙ୍କ ହାତରେ ଟୋକନ ରହିଛି । କିନ୍ତୁ ମଣ୍ଡିରୁ ଧାନ ଉଠୁନାହିଁ । ମଣ୍ଡିରେ ଧାନରଖି ଚାଷୀକୂଳ ହଟହଟା ହେଉଛନ୍ତି । ଜିଲ୍ଲାରେ ୧ ଲକ୍ଷ ୫୪ ହଜାର କ୍ୱିଂଟାଲ ଧାନ କିଣିବା ଲାଗି ଟାର୍ଗେଟ ରଖାଯାଇଥିଲେ ବି ପ୍ରାୟ ୧ ଲକ୍ଷ ୩୪ ହଜାର କ୍ୱିଂଟାଲ ଧାନ କିଣା ସରିଛି । କୋରକୁଣ୍ଡା ମଣ୍ଡିରେ ବି ସମାନ ପରିସ୍ଥିତି ଦେଖାଦେଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started