
କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ପ୍ରତିବର୍ଷ ଜାନୁଆରୀ ୨୩ ତାରିଖରେ ସୁବାଷ ବୋଷଙ୍କ ଜନ୍ମଦିନ ପାଳନ କରିବାର ନିଷ୍ପତ୍ତି ନେଇ ଏହି ମହାନ ବୀରଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଛନ୍ତି। ଏଣିକି ପ୍ରତିବର୍ଷ ଜାନୁଆରୀ ୨୩କୁ ଲୋକେ ‘ପରାକ୍ରମ ଦିବସ’ ଭାବେ ମନେ ରଖିବେ ବୋଲି ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି କି ‘ନେତାଜୀଙ୍କ ନିଃସ୍ୱାର୍ଥପର ଦେଶ ସେବାକୁ ସମ୍ମାନ ଓ ସ୍ମରଣ କରିବା ପାଇଁ ପ୍ରତିବର୍ଷ ତାଙ୍କ ଜନ୍ମଦିବସକୁ ଦେଶ ‘ପରାକ୍ରମ ଦିବସ’ ଭାବେ ପାଳନ କରିବ।’
ଆସନ୍ତା ୨୩ ତାରିଖ ଦିନ ଦେଉଛି ତାଙ୍କର ୧୨୫ତମ ଜନ୍ମ ବାର୍ଷିକୀ। ନେତାଜୀଙ୍କ ଜନ୍ମଦିନକୁ ପାଳନ କରି ଦେଶ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅତୁଳନୀୟ ଅବଦାନକୁ ଭାରତର ଲୋକମାନଙ୍କ ମନରେ ପୁଣି ଥରେ ତାଜା କରିବାକୁ ଚାହିଁଛନ୍ତି କେନ୍ଦ୍ର ସରକାର। ତାଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପାଳନ କଲେ ଦେଶର ଯୁବଗୋଷ୍ଠୀ ଅନୁପ୍ରାଣିତ ହେବେ। ନେତାଜୀଙ୍କ ପରି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦୃଢ଼ତାର ସହ ଦେଶ ପାଇଁ କାମ କରିବାକୁ ଯୁବକମାନେ ଉତ୍ସାହିତ ହେବେ ବୋଲି ସରକାରୀ ବିବୃତିରେ କୁହାଯାଇଛି। ନିକଟ ଅତୀତରେ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୂଲ୍ୟବାନ ଐତିହ୍ୟର ସଂରକ୍ଷଣ ଦିଗରେ ଅନେକ ପଦକ୍ଷେପ ନେଇଛନ୍ତି।
from Kanak News
via <a href="https://ifttt.com/?










