
from Kanak News
via <a href="https://ifttt.com/?
News

from Kanak News
via <a href="https://ifttt.com/?

କନକ ବ୍ୟୁରୋ : ପଶ୍ଚିମବଙ୍ଗ ରାଜନୀତିରେ ଏବେ ଦୁଇ ଟାଣୁଆ ନେତା ମୁହାଁମୁହିଁ ସ୍ଥିତିକୁ ଆସିଯିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦୀଗ୍ରାମରୁ ନିର୍ବାଚନ ଲଢ଼ିବାକୁ ଘୋଷଣା କରିବା ପରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ଶୁଭେନ୍ଦୁଙ୍କ ଗଡ଼ ନନ୍ଦୀଗ୍ରାମରେ ମେଗା ରାଲି କରି ମମତା ଶୁଭେନ୍ଦୁଙ୍କୁ ଚ୍ୟାଲେଞ୍ଜ କରିଥିବା ବେଳେ ମମତାଙ୍କ ଗଡ଼ ଦକ୍ଷିଣ କୋଲକାତାରେ ଶୁଭେନ୍ଦୁ ରୋଡ଼ ସୋ’ କରି ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି। ‘ନନ୍ଦୀଗ୍ରାମରେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟରେ ହରାଇବି, ନହେଲେ ରାଜନୀତି ଛାଡ଼ିଦେବି’ ବୋଲି ଶୁଭେନ୍ଦୁ କହିଛନ୍ତି। ସେ କହିଛନ୍ତି, ନନ୍ଦୀଗ୍ରାମ ମମତାଙ୍କୁ ରାଜନୀତିରେ ପରିଚୟ ଦେଇଥିଲେ ମଧ୍ୟ ସେ ଏହି ଅଂଚଳ ପାଇଁ କିଛି କରିନାହାନ୍ତି।
ଦକ୍ଷିଣ କୋଲକାତାରେ ବିଜେପି ପକ୍ଷରୁ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବରେ ଟାଲିଗଞ୍ଜ ଟ୍ରାମ୍ ଡିପୋରୁ ରାସବିହାରୀ ମୋଡ଼ ପର୍ଯ୍ୟନ୍ତ ରୋଡ ସୋ’ କରାଯାଉଥିଲା। ଶୋଭାଯାତ୍ରା ଯାଉଥିବା ବେଳେ ମୁଦିଆଳି ନିକଟରେ ତୃଣମୂଳ ସମର୍ଥକମାନେ ଟେକାପଥର ମାଡ଼ କରିଥିଲେ। ଏହାପରେ ଉତ୍ତେଜିତ କର୍ମୀ ଏବଂ ତୃଣମୂଳ ସମର୍ଥକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ଏଥିରେ ଅନେକ ଆହତ ହୋଇଛନ୍ତି ଏବଂ ପୁଲିସ ଏହି ହିଂସାର ତଦନ୍ତ ଆରମ୍ଭ କରିଛି। ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଟି ଚାଳନା କରିଛନ୍ତି। ଦଳତ୍ୟାଗୀ ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ ନନ୍ଦୀଗ୍ରାମରେ ଆଜି ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ନିଜ ପାରମ୍ପରିକ ଭବାନୀପୁର ଆସନ ସହିତ ନନ୍ଦୀଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଳଢିବାକୁ ଘୋଷଣା କରିଛନ୍ତି ।
from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?

କନକ ବ୍ୟୁରୋ : ପୁଲିସ ଡାଳେଡାଳେ ଗଲାବେଳକୁ ସାଇବର ଠକ ପତ୍ରେପତ୍ରେ ଯାଉଛନ୍ତି। ଦିନକୁ ଦିନ ନୂଆନୂଆ ଉପାୟରେ ଲୋକଙ୍କୁ ଲୁଟି ଚାଲିଛନ୍ତି। ଠକାମୀର ଗୋଟିଏ ତରିକା ବିଷୟରେ ଲୋକେ ସଚେତନ ହେଲାବେଳକୁ ସାଇବର ଠକମାନେ ପରେ ଆଉ ଗୋଟିଏ ନୂଆ ତରିକା ଆପଣାଉଛନ୍ତି। ଇନଫର୍ମେସନ୍ ଟେକ୍ନୋଲୋଜି କ୍ଷେତ୍ରରେ ପୁଲିସର ବିଶେଷ ଦକ୍ଷତା ନ ଥିବା ସୁଯୋଗ ନେଇ ସାଇବର ଠକମାନେ ସବୁବେଳେ ପୁଲିସଠାରୁ ବେଶ୍ କେଇପାଦ ଆଗୁଆ ରହୁଛନ୍ତି। ଫଳରେ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ସାଇବର ଠକାମୀର ନୂଆ ନୂଆ ଅଭିଯୋଗମାନ ଆସିବାରେ ଲାଗିଛି। ଆଉ ପୁଲିସ ହାତ ଟେକି ଦେଉଛି। ଏଭଳି ସମୟରେ ନିଜେ ସଚେତନ ନ ହେଲେ ସାଇବର ଠକ ଆପଣଙ୍କ ଆକାଉଣ୍ଟ ଖାଲି କରି ଭିକାରୀ କରିଦେବାର ଆଶଙ୍କା ରହିଛି।
ସାଇବର ଅପରାଧର ପାଠଶାଳା ଝାଡ଼ଖଣ୍ଡର ‘ଜମତରା’ ଗ୍ୟାଙ୍ଗ୍ ଗୁଡିକ ଭୁବନେଶ୍ୱରରେ ଶାଖା ଖୋଲିବା ନେଇ ଖବର ପ୍ରକାଶ ପାଇବା ପରେ କମିସନରେଟ ପୁଲିସ ଏକ ସତର୍କତାମୂଳକ ବାର୍ତ୍ତା ଥିବା ଭିଡିଓ ଜାରି କରିଥିଲା। କିନ୍ତୁ ତା’ପରେ ବି ଲୋକେ ସାଇବର ଠକଙ୍କ ଶିକାର ହେବା ଥମିବା ଦେଖାଗଲା ନାହିଁ। ବରଂ ସାଇବର ଠକଙ୍କ ନୂଆ ନୂଆ ତରିକା ଦେଖିବାକୁ ମିଳିଲା। ଫେସବୁକରେ ବନ୍ଧୁତା କରି, ଉପହାର ଲୋଭ ଦେଖାଇ, ବିବାହ ପ୍ରଲୋଭନ ଦେଖାଇ ଟଙ୍କା ଠକେଇ ଘଟଣା ସାମ୍ନାକୁ ଆସୁଛି। ଏହାର ମୁକାବିଲା ଲାଗି ଓଡ଼ିଶା ଭଳି ରାଜ୍ୟର ପୁଲିସ ପ୍ରୟାସ ଜାରି ରଖିଥିବାବେଳେ ନିକଟରେ ଝାଡ଼ଖଣ୍ଡ ପୁଲିସ ଏକ ସାଇବର ସଚେତନତା ପୁସ୍ତିକା ପ୍ରକାଶ କରିଛି। ୩୬ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତିକାରେ ୩୦ରୁ ଅଧିକ ପ୍ରକାର ସାଇବର ଠକେଇ ସମ୍ପର୍କରେ ଉଲ୍ଲେଖ ରହିଛି। ଏହାବାଦ୍ ଝାଡ଼ଖଣ୍ଡ ପୁଲିସ ସାଇବର ସୁରକ୍ଷା ନାଁରେ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ୍ କରି ଲୋକଙ୍କୁ ସଚେତନ କରୁଛି। କିନ୍ତୁ ଓଡ଼ିଶା ପୁଲିସ ପକ୍ଷରୁ କେବଳ କିଛି ଭିଡିଓ ବାର୍ତ୍ତା ଜାରି କରିବା ଏବଂ ଠକେଇର ଶିକାର ଲୋକଙ୍କୁ ସହାୟତା ପାଇଁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରିବା ବ୍ୟତୀତ ସେଭଳି ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ କରାଯାଇନାହିଁ।
ଭାରତରେ ମୁଖ୍ୟତଃ ଫେସବୁକକୁ ଅସ୍ତ୍ର କରିଛନ୍ତି ସାଇବର ଠକ। ଫେସବୁକ୍ ମାଧ୍ୟମରେ ଏବେ ସର୍ବାଧିକ ଠକେଇ ହେଉଥିବା ସାମ୍ନାକୁ ଆସୁଛି। ପ୍ରଥମେ ଅଶ୍ଳୀଳ ଭିଡିଓ ଜରିଆରେ ଚାଟିଂ କରି ପରେ ବ୍ଲାକମେଲିଂ କରି ଠକୁଛନ୍ତି ସାଇବର ଠକ। ପ୍ରଥମେ ଫେସବୁକରେ ବନ୍ଧୁତା ପାଇଁ ବିଦେଶୀ ସୁନ୍ଦରୀ ଯୁବତୀଙ୍କ ରିକ୍ୟୁଏଷ୍ଟ ଆସୁଛି। ଆଉ ଜଣେ ଏହାକୁ ଆକସେପ୍ଟ କଲା ପରେ ଠକାମୀ ପାଇଁ ଜାଲ ବିଛା ଆରମ୍ଭ ହୋଇଯାଉଛି। ପ୍ରକୃତରେ ଫେସବୁକରେ ଆସୁଥିବା ଫଟୋଟି କୌଣସି ବିଦେଶୀ ଯୁବତୀଙ୍କର ନୁହେଁ। ସାଇବର ଠକ ଗ୍ୟାଙ୍ଗର ସଦସ୍ୟ ହିଁ ଏଭଳି ଫଟୋ ଛାଡ଼ି ଗ୍ରାହକକୁ ଟାର୍ଗେଟ କରୁଛନ୍ତି। ସେହିଭଳି ମାଟ୍ରିମୋନିଆଲ୍ ଠକେଇ ବା ନାଇଜେରିଆନ୍ ଠକେଇ, ଆକାଉଣ୍ଟ ହ୍ୟାକିଂ ଓ କ୍ଲୋନିଂ ଜରିଆରେ ହେଉଥିବା ଠକେଇ ଘଟଣା ସାମ୍ନାକୁ ଆସିଛି। ଏହି ଠକେଇ କିପରି ହୋଇଛି ଓ ଏଥିରୁ କେମିତି ବର୍ତ୍ତିବେ, ତାହା ଉପରେ ସାଇବର ବିଶେଷଜ୍ଞମାନେ ବିଭିନ୍ନ ପରାମର୍ଶ ଦେଇଛନ୍ତି।
ଫେସବୁକ୍ ଜରିଆରେ କେମିତି ହେଉଛି ଠକେଇ?
ପ୍ରଥମେ ବିଦେଶରୁ କୌଣସି ଯୁବତୀର ଫଟୋ ଥିବା ଜାଲ୍ ଆକାଉଣ୍ଟରୁ ଯୁବକଙ୍କ ପ୍ରୋଫାଇଲ୍ ଖୋଜି ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ(ବନ୍ଧୁତା ଅନୁରୋଧ) ଆସେ।
ଏହି ରିକ୍ୟୁଏଷ୍ଟକୁ ଆକ୍ସେପ୍ଟ(ଗ୍ରହଣ) କରିବା ପରେ ବନ୍ଧୁତା ବଢ଼ିଥାଏ।
ନିବିଡ଼ତା ବଢ଼ିବା ପରେ ଯୁବତୀଜଣକ ଫୋନ୍ ନମ୍ବର ଏବଂ ହ୍ୱାଟସଆପ ନମ୍ବର ନେଇଯାଆନ୍ତି।
ଏହା ପରେ ଭିଡିଓ ଓ ଅଡିଓ ଚାଟିଂ ଆରମ୍ଭ ହୁଏ।
ଯୁବତୀ ନିଜ ଆଡ଼ୁ ଅନ୍ତରଙ୍ଗ ମୁହୂର୍ତ୍ତ ତିଆରି କରି ଅଶ୍ଳୀଳ ଭିଡିଓ ଚାଟିଂର ରେକର୍ଡିଂ କରାଇନିଏ।
ହ୍ୱାଟସଆପ ଭିଡିଓ କଲ୍ ସମୟରେ ସ୍କ୍ରିନସଟ୍ ରେକର୍ଡିଂ ଅପସନକୁ ଯୁବତୀ ଅନ୍ କରିଦିଏ।
ଆଉ ଯୁବକଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ରେକର୍ଡିଂ କରି ରଖେ।
ଏହି ରେକର୍ଡିଂକୁ ଭାଇରାଲ୍ କରିବ ବୋଲି ଧମକ ଦିଏ ଏବଂ ବ୍ଲାକମେଲିଂ କରି ଟଙ୍କା ଆଦାୟ କରେ।
ଲୋକଲଜ୍ଜା ଭୟରେ ଯୁବକ କିଛି କହିପାରେ ନାହିଁ ଏବଂ ଠକାମୀର ଶିକାର ହୁଏ।
ଠକେଇରୁ କେମିତି ବର୍ତ୍ତିବେ?
ଯଦି କେହି ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟରୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଆସିଲା ତାହାକୁ ଭଲଭାବେ ଯାଞ୍ଚ କରିବା ଦରକାର।
ଯଦି ମେସେଞ୍ଜରରେ ଠକ ଚାଟିଂ କରି ଟଙ୍କା ମାଗିଲା, ତା’ହେଲେ ଫୋନ୍ କିମ୍ବା ମେସେଜ୍ କରି ଯାଞ୍ଚ କରନ୍ତୁ।
ଓଡ଼ିଆ ଲୋକଙ୍କ ଆକାଉଣ୍ଟରୁ ଯଦି କେହି ହିନ୍ଦୀରେ ଚାଟିଂ କରି ଟଙ୍କା ମାଗିଲେ, ସହଜରେ ବିଶ୍ୱାସ କରନ୍ତୁ ନାହିଁ।
ବିଶେଷ କରି ରାତିରେ ଠକ ଚାଟିଂ କରିଥାଏ। ଏଥି ପ୍ରତି ସତର୍କ ରୁହନ୍ତୁ।
ଧ୍ୟାନ ରହିବା ଦରକାର ଯେ ଯାହାର ତୁରନ୍ତ ଆର୍ଥିକ ସାହାଯ୍ୟ ଦରକାର, ସେ ସିଧା ଫୋନ୍ କରି ଟଙ୍କା ମାଗିବ।
ଟଙ୍କା ମାଗୁଥିବା ବନ୍ଧୁ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର ନ ଦେଇ ବିହାର, କୋଲକାତା, ଝାଡ଼ଖଣ୍ଡ ଭଳି ଅନ୍ୟ ରାଜ୍ୟର ଲୋକଙ୍କ ନାଁରେ ଥିବା ଆକାଉଣ୍ଟରେ ଟଙ୍କା ଦେବାକୁ କହିଲେ, ବିଶ୍ୱାସ କରନ୍ତୁ ନାହିଁ।
ଫେସବୁକ ଆକାଉଣ୍ଟ ନକଲି ଜଣାପଡ଼ିବା ପରେ ସେଥିରେ ଥିବା ରିପୋର୍ଟ ଅପସନରେ ଏକାଧିକ ଲୋକ ଅଭିଯୋଗ କଲେ, ତାହା ବନ୍ଦ ହୋଇଯିବ।
ଫେସବୁକ୍ ହ୍ୟାକିଂ/କ୍ଲୋନିଂ
ଆଇପିଏସ୍, ଆଇଏଏସ୍, ଅଭିନେତା, ନେତାଙ୍କ ଭଳି ଜଣାଶୁଣା ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟକୁ ସାଇବର ଠକ ହ୍ୟାକିଂ ଓ କ୍ଲୋନିଂ କରି ନିଅନ୍ତି।
ସେହି ଆକାଉଣ୍ଟରୁ ଅନ୍ୟକୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ(ବନ୍ଧୁତା ଅନୁରୋଧ) ପଠାନ୍ତି।
ଯେଉଁମାନେ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ ଆକ୍ସେପ୍ଟ (ବନ୍ଧୁତା ଗ୍ରହଣ) କରନ୍ତି, ସେମାନଙ୍କ ପାଖକୁ ଦିନେ, ଦୁଇ ଦିନ ଭିତରେ ଠକ ମେସେଞ୍ଜର ଜରିଆରେ ବିଭିନ୍ନ ଜଟିଳ ସମସ୍ୟା ଦେଖାଇ ଟଙ୍କା ମାଗେ।
ଚିକିତ୍ସା କିମ୍ବା କୌଣସି ଜରୁରୀ କାମ ଦେଖାଇ ଠକ ଟଙ୍କା ମାଗିଥାଏ।
କେହି କେହି ଟଙ୍କା ଦେଇ ଦିଅନ୍ତି।
ଫେସବୁକ୍ କ୍ଲୋନିଂରେ ମଧ୍ୟ ସମାନ ଧରଣର ଠକେଇ ହୋଇଥାଏ।
ହ୍ୟାକିଂରୁ କେମିତି ରକ୍ଷା ପାଇବେ ଆକାଉଣ୍ଟଧାରୀ?
ଫେସବୁକ୍ ବ୍ୟବହାରକାରୀମାନେ ନିଜ ଜନ୍ମ ତାରିଖ, ମୋବାଇଲ ନମ୍ବର, ନାଁ କିମ୍ବା ସମ୍ପର୍କୀୟ ନାଁକୁ ପାସୱାର୍ଡଭାବେ ବ୍ୟବହାର କରିବା ଅନୁଚିତ।
ଫେସବୁକରେ ଥିବା ଟୁ ଫ୍ୟାକ୍ଟର ଭେରିଫିକେସନ କରିବା।
ନିୟମିତ ବ୍ୟବଧାନରେ ପାସୱାର୍ଡ ବଦଳାଇବା।
ହ୍ୟାକ୍ ହେବା ଜାଣିବା ମାତ୍ରେ ଫେସବୁକ୍ ଓ ଅନ୍ୟ ସୋସିଆଲ ମିଡିଆରେ ତୁରନ୍ତ ଏହାକୁ ଜଣାଇବା ଦରକାର।
from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?

ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତର ଓଡ଼ିଶାରେ ଆସନ୍ତା ୨ ଦିନ ଘନ କୁହୁଡ଼ି ଦେଖାଯିବ। ଆସନ୍ତାକାଲି ସକାଳୁ ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର, କଟକ, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଆଦି ଜିଲ୍ଲାରେ କୁହୁଡ଼ିର ମୋଟା ଚାଦର ଦେଖିବାକୁ ମିଳିବ। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥିସହ ୨୦ ତାରିଖ ସକାଳୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ବୌଦ୍ଧ ଆଦି ଜିଲ୍ଲାରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷେ ରାଜ୍ୟକୁ ପୂର୍ବା ଆର୍ଦ୍ର ପବନ ପ୍ରବାହ ବୃଦ୍ଧି ପାଇବାକୁ ଥିବାରୁ ରାଜ୍ୟର ତାପମାତ୍ରା ବଢ଼ିବ ଓ ଶୀତ କମିବ। କିନ୍ତୁ ଦୁଇ ଦିନ ପରେ ପୁଣି ପାଗରେ ପରିବର୍ତ୍ତନ ଦେଖାଯିବ। ରାଜ୍ୟରେ ଉତ୍ତରା ଥଣ୍ଡା ପବନ ପ୍ରବାହ ସକ୍ରିୟ ହୋଇଯିବ। ଫଳରେ ପୁଣି ଶୀତ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ରାଜ୍ୟର କିଛି କିଛି ଅଞ୍ଚଳରେ ଦେଖାଯାଇଥିବା ବେଳେ କେତେକ ଅଞ୍ଚଳରେ ଘନ କୁହୁଡ଼ି ମଧ୍ୟ ପଡ଼ିଥିଲା। ଦକ୍ଷିଣ ଆଭ୍ୟନ୍ତର ଜିଲ୍ଲା ଓ ଉତ୍ତର ଓଡ଼ିଶାର ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିଥିଲା। ରାଜ୍ୟର କିଛି କିଛି ଅଞ୍ଚଳର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଥିବା ବେଳେ ଅନ୍ୟ କିଛି ଅଞ୍ଚଳରେ ବୃଦ୍ଧି ବି ଘଟିଛି। ମୋଟ୍ ଉପରେ କହିବାକୁ ଗଲେ, ରାଜ୍ୟର ସର୍ବନିମ୍ନ ତାପମାତ୍ରା ଏବେ ବୃଦ୍ଧି ପାଇଛି।
ରାଜ୍ୟର ୮ଟି ସ୍ଥାନର ତାପମାତ୍ରା ୧୨ ଡିଗ୍ରି ତଳେ ରହିଥିବା ବେଳେ ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୦.୪ ଡିଗ୍ରି ରେକର୍ଡ ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୭ ରୁ ୧୮ ଡିଗ୍ରି ରହିଥିବା ବେଳେ ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରି ତଳେ ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: କୃଷକ ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବାକୁ ମଧ୍ୟ ଏକ ବଡ ଧରଣର ଯୋଜନା କରିଛନ୍ତି । ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସକୁ କହିଛନ୍ତି , ସାଧାରଣତନ୍ତ୍ର ଦିବସରେ ଚାଷୀମାନଙ୍କୁ ଦିଲ୍ଲୀରେ ପ୍ରବେଶ ରହିବ କି ନାହିଁ ସେ ନିଷ୍ପତି ଦିଲ୍ଲୀ ପୋଲିସ ନେବ । ଜାନୁଆରୀ ୨୬ରେ ପ୍ରସ୍ତାବିତ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ନେଇ ଦିଲ୍ଲୀ ପୋଲିସ କରିଥିବା ଆବେଦନ ଉପରେ ଶୁଣାଣି କରି କୋର୍ଟ କହିଛନ୍ତି ଦିଲ୍ଲୀ ପୋଲିସ ଏ ସମ୍ପର୍କିତ ନିଷ୍ପତି ନେବ, କୋର୍ଟ ନୁହେଁ ।
ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଏହାର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ଆନ୍ଦୋଳନରତ ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନ ଦେବା ନେଇ କୋର୍ଟ ହସ୍ତକ୍ଷେପ କରିବାକୁ ଯେତେବେଳେ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଅନୁରୋଧ କରିଥିଲେ ସେତେବେଳେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ କହିଥିଲେ, ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସର କ୍ଷମତା କଣ ତାହା ଆମେ କେନ୍ଦ୍ର ସରକାରଙ୍କୁ କହିବା ଦରକାର ନାହିଁ ।
ସାଧାରଣତନ୍ତ୍ର ଦିବସ ଜାତୀୟ ଦିବସ ହୋଇଥିବାରୁ ଏଭଳି ଶୋଭାଯାତ୍ରାକୁ ଅନୁମତି ଦେବେ ନା ନାଁ ସେ ଉପରେ ସମସ୍ତଙ୍କ ନଜର ରହିଛି । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ ।
ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ହେଲେ ଦାବି ପୂରଣ ପାଇଁ ୨୦୨୪ ମେ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏଥିସହ ଜାନୁୟାରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ବାତିଲ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।
ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏଯାଏଁ ୯ ରାଉଣ୍ଡ ଆଲୋଚନା ହୋଇସାରିଛି । ହେଲେ ଏଯାଏଁ କୌଣସି ସମାଧାନ ବାହାରି ପାରିନାହିଁ । ଚାଷୀମାନେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଡ଼ି ବସିଥିବା ବେଳେ ଏହାକୁ ଗ୍ରହଣ କରିନାହିଁ କେନ୍ଦ୍ର ସରକାର । ସେପଟେ ନୂଆ କୃଷି ଆଇନ ଲାଗୁ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏହାସହ ଏହି ଆଇନ ଉପରେ ରିପୋର୍ଟ ଦେବାକୁ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଏହି କମିଟିରୁ ଚାଷୀ ନେତା ଭୂପିନ୍ଦର ସିଂ ଓହରିଯାଇଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: କରୋନା ଟୀକାକରଣ କାର୍ଯ୍ୟକ୍ରମର ୩ୟ ଦିବସରେ ସାରା ଓଡ଼ିଶାରେ ମୋଟ ୩୭୫ଟି ଟୀକାକରଣ ସେସନ ଅନୁଷ୍ଠିତ ହୋଇଛି । ଆଜି ୩୧୯୦୨ ଜଣଙ୍କ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ମୋଟ ୩୨୫୨୬ ଜଣ ଲୋକ ଟୀକା ନେଇଥିଲେ । ଫଳରେ ଆଜି ୧୦୨ ପ୍ରତିଶତ ଟୀକାକରଣ କରାଯାଇଛି । ଆଜି ଟୀକା ନେଇଥିବା ଲୋକମାନଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରେ କିଛିଟା ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । ବାଲେଶ୍ବର ଓ ନବରଙ୍ଗପୁର ଜିଲ୍ଲାର ଜଣେ ଲେଖାଏଁ ଲୋକଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଛି ।
ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାରେ ୧୦୦ ପ୍ରତିଶତ ଟୀକାକରଣ ଅଧିବେଶନ ହୋଇଥିବାବେଳେ ଅନୁଗୁଳରେ ୭୫ ପ୍ରତିଶତ ଓ କେନ୍ଦୁଝରରେ ୮୩ ପ୍ରତିଶତ ଅଧିବେଶନ ହୋଇଥିଲା । ତେବେ ଜିଲ୍ଲା ମାନଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩୭୬୧ ଜଣ ଟୀକା ନେଇଥିଲେ । ନୂଆପଡ଼ାରେ ସର୍ବନିମ୍ନ ୧୨୪ ଜଣ ଟିକା ନେଇଥିଲେ । ଅନ୍ୟପକ୍ଷରେ ଭୁବନେଶ୍ବରରେ ଆଜିର ଟୀକାକରଣ କାର୍ଯ୍ୟକ୍ରମ କିଛିଟା ନୈରାଶ୍ୟଜନକ ଥିଲା । ଆଜି ପ୍ରାୟ ୨୮୬୪ ଜଣ ଟୀକା ନେବାକୁ ଥିବାବେଳେ ମାତ୍ର ୧୯୪୭ ଜଣ ଟୀକା ନେଇଥିଲେ । ଫଳରେ ଟୀକାକରଣ ଲକ୍ଷ୍ୟର ୬୮ ପ୍ରତିଶତ ହାସଲ ହୋଇଛି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: କରୋନା ପାଇଁ ଦୀର୍ଘ ୯ ମାସ ପର୍ଯ୍ୟନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ ବନ୍ଦ ରହିବା ପରେ ନିକଟରେ ଖୋଲିଛି । ତେବେ ଖୋଲୁ ଖୋଲୁ ହିଁ କ୍ୟାମ୍ପସ ଅଶାନ୍ତ ହୋଇଉଠିଛି । ବିଶ୍ବବିଦ୍ୟାଳୟର ଗୋପବନ୍ଧୁ ଛାତ୍ରାବାସର ବିଭିନ୍ନ ଅବ୍ୟବସ୍ଥା ନେଇ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସମସ୍ୟା ସମାଧାନ ନେଇ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୋଟେ ଗୋଷ୍ଠୀ ଭେଟିବାକୁ ଯାଉଥିବା ବେଳେ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଏହାର ପ୍ରତିବାଦ କରି ଗୋଟିଏ ଛାତ୍ର ଗୋଷ୍ଠୀ ହଷ୍ଟେଲ ଆଗରେ ଆନ୍ଦୋଳନ କରୁଛନ୍ତି । କ୍ୟାଣ୍ଟିନରେ ନିମ୍ନମାନର ଖାଦ୍ୟ ଯୋଗାଯାଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନେବା ସହ ହଷ୍ଟେଲରେ ଥିବା ବିଭିନ୍ନ ସମସ୍ୟା ସମାଧାନ କରିବାକୁ ଛାତ୍ରମାନେ ଦାବି କରିଛନ୍ତି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ । ରାସ୍ତାରେ ଧାନ ବସ୍ତା ଓ ହାତରେ ବିଷ ବୋତଲ ଧରି ପ୍ରତିବାଦ କରୁଛନ୍ତି ପଦ୍ମପୁର ଚାଷୀ । ପଦ୍ମପୁର ଉପଖଣ୍ଡ ୭୦ଗୋଟି ମଣ୍ଡିରେ ପ୍ରାୟ ୭ଲକ୍ଷ ଧାନ ପଡ଼ି ରହିଛି । ଚାଷୀ ଧାନ ବିକିବା ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁ ନାହିଁ । ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।
ବରଗଡ ଜିଲ୍ଲା ପଦ୍ମପୁର ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ରାସ୍ତା ଉପରେ ଚାଷୀଙ୍କ ପ୍ରତିବାଦ । ପଦ୍ମପୁର ବରଗଡ଼ ରାଜରାସ୍ତାର ପଦ୍ମପୁର ଆମ୍ବେଦକର ଛକ ଠାରେ ଧାନ ବସ୍ତା ପକାଇ ଅବରୋଧ କରିଛନ୍ତି ଚାଷୀ । ରାସ୍ତାରୋକ ଯୋଗୁଁ ରାସ୍ତାର ଦୁଇପଟେ ଯାନ ବାହନ ଅଟକି ରହିଛି । ଧାରଣାରତ ଚାଷୀ ପଚାରୁଛନ୍ତି ଧାନ ବିକ୍ରି କରିବେ କାହାକୁ ।
ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ପ୍ରାୟ ୭ ଲକ୍ଷ ଟଙ୍କାର ଧାନ ପଡି ରହିଛି । ପ୍ରଶାସନିକ ଅଧିକାରୀ ଟ୍ୟାଗ ନାହିଁ କହି ଧାନ କିଣୁ ନାହାନ୍ତି । ବର୍ଷକର ପରିଶ୍ରମ ମଣ୍ଡିରେ ପଡି ରହିଥିବା ଦେଖି ଚାଷୀ କଣ କରିବ କିଛି ବୁଝି ପାରୁ ନାହିଁ । ଟ୍ୟାଗ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ଟ୍ୟାଗ ମିଳୁନଥିବା ଅଭିଯୋଗ ହୋଇଛି ।
from Kanak News
via <a href="https://ifttt.com/?