କିଡନୀ ରାକେଟର ଖୋଲୁଛି ଗୁମର । ଠକେଇ ଟଙ୍କାରେ ହିମାଂଶୁ ନନ୍ଦ କରିଥିଲା ହୋମ ଡେକର ସୋରୁମ । ରାଜ୍ୟ ବାହାରେ ଲିଙ୍କ ନେଇ ଚାଲିଛି ଖୋଳତାଡ

କନକ ବ୍ୟୁରୋ : ତିନି ଦିନିଆ ନୟାପଲ୍ଲୀ ଥାନା ପୁଲିସ ରିମାଣ୍ଡରେ ଥିବା କିଡନୀ କେଳେଙ୍କାରୀର ମାଷ୍ଟର ମାଇଣ୍ଡ ହିମାଂଶୁ ଭୂଷଣ ନନ୍ଦ, ଗୋଟି ଗୋଟି କରି ପୁଲିସ ଆଗରେ ସତ ଓଗାଳିଛି । କିଡନୀ ରୋଗରେ ପୀଡ଼ିତ ଥିବା ଜଣେ ବ୍ୟକ୍ତି ଯେତେବେଳେ ଜୀବନ-ମରଣ ସହ ସଂଘର୍ଷ କରୁଥାଏ ଏବଂ କିଡନୀ ମିଳିଗଲେ ଜୀବନ ବଞ୍ଚିଯିବ ବୋଲି ଆଶା ରଖିଥାଏ, ଠିକ ସେତେବେଳେ ଏହି ଦୁର୍ବଳ ମୂହୁର୍ତ୍ତର ଫାଇଦା ନେଇଥାଏ ଏହି ଠକ । କିଡନୀ ପାଇଁ ପୂରା ପରିବାର ନିଜର ଜୀବନଯାକର ପୁଞ୍ଜି ଏହି ଠକ ହାତକୁ ଟେକି ଦେଇଥାଏ । ହେଲେ, କିଡନୀ ଯୋଗାଇ ଦେବା ତ ଦୂରର କଥା, ସେହି ଟଙ୍କାରେ ମଉଜ-ମଜଲିସ୍ କରୁଥାଏ ଏହି ଠକ ହିମାଂଶୁ ।

ଲୋକଙ୍କ ଠାରୁ ଲୁଟିଥିବା ଟଙ୍କାରେ ହିଂମାଶୁ କରିଥିଲା ହୋମ-ଡେକର ସୋରୁମ୍ । ଯାହା ପିିପିଲି ନିକଟରେ ରହିଛି । ଏପରିକି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଠକେଇ ଟଙ୍କାରେ ତିଆରି ହୋଇଥିବା ସୋରୁମର ବିଜ୍ଞାପନ କରୁଥିଲା । କେବଳ ଭୁବନେଶ୍ୱର ନୁହେଁ, ବରଂ ରାଜ୍ୟର କୋଣ-ଅନୁକୋଣରୁ ଲୋକଙ୍କୁ କିଡନୀ ଦେବା ନାଁରେ କେଳେଙ୍କାରୀ କରିଛି ହିମାଂଶୁ । ସବୁଠୁ ବଡ଼ କଥା ହେଉଛି-ଏହି ଠକ ପଛରେ କେଉଁ ରାକେଟ୍ କାମ କରୁଥିଲା? କେତେ ଜଣ ସଂପୃକ୍ତ ଥିଲେ? କିଏ କିଏ ସାମିଲ ଥିଲେ? ଏପରିକି କିଛି ଘରୋଇ ହସ୍ପିଟାଲ ଏବଂ ଡାକ୍ତରଙ୍କ ସଂପୃକ୍ତିକୁ ନେଇ ମଧ୍ୟ ପୁଲିସ୍ ସନ୍ଦେହ କରିଛି । ଏଥିପାଇଁ ହିମାଂଶୁକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିବା ପାଇଁ ପ୍ରସ୍ତୁତି ହେଉଛି ନୟାପଲ୍ଲୀ ପୁଲିସ ।

ରବିବାର ହିମାଂଶୁର ବିଳାସପୂର୍ଣ୍ଣ ଅଫିସରେ ରେଡ୍ କରିଥିଲା ନୟାପଲ୍ଲୀ ଥାନା ପୁଲିସ । ସେଠାରେ ଥିବା କାଗଜପତ୍ର, କମ୍ପ୍ୟୁଟର, ସିପିୟୁ, ହାର୍ଡ-ଡିକ୍ସ ଏବଂ ସିସିଟିଭି ଫୁଟେଜ ଆଦି ଜବତ କରିଛି ପୁଲିସ । କିଡନୀ କେଳେଙ୍କାରୀର ମୁଖ୍ୟ ହିମାଂଶୁ ପଛରେ ରହିଛି କି କୌଣସି ଘରୋଇ ହସ୍ପିଟାଲର ସଂପୃକ୍ତି? ଠକକୁ ଆଗକୁ ବଢ଼ିବାକୁ ସହଯୋଗ କରୁଥିଲେ କି ଡାକ୍ତର? ଏଥିରେ ହସ୍ପିଟାଲ କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ସଂପୃକ୍ତି ରହିଛି କି? ଏହି ସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଜରୁରୀ ।

from Kanak News
via <a href="https://ifttt.com/?

ଜାନୁଆରୀ ୨୬ ପରେଡରେ ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ 

କନକ ବ୍ୟୁରୋ : ଗଣତନ୍ତ୍ର ଦିବସରେ ଏଥର ଦମ୍ ଦେଖାଇବ ରାଫେଲ୍ । ସାରା ବିଶ୍ୱ ଦେଖିବ ରାଫେଲ୍ ଯୁଦ୍ଧ ବିମାନର ବଳ । ଜାନୁଆରୀ ୨୬ ତାରିଖ ପରେଡରେ ଏଥର ଅନ୍ୟ ଲଢୁଆ ବିମାନ ସହ ପ୍ରଥମ କରି ରାଫେଲ୍ ଯୁଦ୍ଧ ବିମାନ ସ୍ଥାନ ପାଇବ ।

ଗଣତନ୍ତ୍ର ଦିବସକୁ ଆଉ ମାତ୍ର କିଛି ଦିନ ବାକି ଅଛି । ଏହାପୂର୍ବରୁ ଭାରତୀୟ ବାୟୁ ସେନା ପରେଡକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଏଥର ପରେଡରେ ପ୍ରଥମ କରି ରାଫେଲ ବିମାନର ସାର୍ବଜନୀନ ପ୍ରଦର୍ଶନ କରାଯିବ ।

ରାଫେଲ୍ ସହିତ ଗଣତନ୍ତ୍ର ଦିବସ ପରେଡରେ ସୁଖୋଇ-୩୦, ମିଗ୍ ୨୯, ଜାଗୁଆର୍ ଭଳି ଯୁଦ୍ଧ ବିମାନ ମଧ୍ୟ ସାମିଲ ହେବେ । ଚଳିତ ବର୍ଷ ମୋଟ ୪୨ଟି ବିମାନ ଗଣତନ୍ତ୍ର ଦିବସରେ ପ୍ରଦର୍ଶିତ କରାଯିବ ।

ଅନ୍ୟପଟେ ଗଣତନ୍ତ୍ର ଦିବସର ପୂର୍ବରୁ ରାଜଧାନୀ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି । ଚଳିତ ବର୍ଷ କରୋନା କାରଣରୁ କେବଳ ୨୫ ହଜାର ଦର୍ଶକଙ୍କୁ ଗଣତନ୍ତ୍ର ଦିବସ ଉତ୍ସବ ଦେଖିିବାକୁ ସୁଯୋଗ ମିଳିବ । ୧୫ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ଲୋକେ ଏହି ଉତ୍ସବରେ ସାମିଲ ହୋଇପାରିବେ ନାହିଁଁ ।

from Kanak News
via <a href="https://ifttt.com/?

ଉଷୁନା ଚାଉଳକୁ ନେଇ ରାଜନୀତି । କେନ୍ଦ୍ର ସରକାରକୁ ଟାର୍ଗେଟ କଲା ବିଜେଡି । କହିଲା, ୨୧ ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବାକୁ ରାଜି ହେଉନାହିଁ କେନ୍ଦ୍ର

କନକ ବ୍ୟୁରୋ : ରାଜ୍ୟ ଯୋଗାଣ ବିଭାଗକୁ ଏଫସିଆଇ ବା ଭାରତୀୟ ଖାଦ୍ୟ ନିଗମ ଲେଖିଛି ଚିଠି । ଏହି ଚିଠିରେ ଉଷୁନା ଚାଉଳ କ୍ରୟ ଉପରେ କଟକଣା ଲଗାଇଛି ଏଫସିଆଇ । ଏଥିରେ ଲେଖାଯାଇଛି, ରାଜ୍ୟ ସଂଗ୍ରହ କରିଥିବା ଖରିଫ ଋତୁର ୫୦ ପ୍ରତିଶତ ଉଷୁନା ଚାଉଳ ସଂଗ୍ରହ କରିବ ଏଫସିଆଇ । ରବି ଋତୁରେ ସଂଗ୍ରହ ହୋଇଥିବା ଉଷୁନା ଚାଉଳ ଆଦୌ ନେବ ନାହିଁ ଖାଦ୍ୟ ନିଗମ । ଆଉ ଏହି ଚିଠିକୁ ନେଇ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛି ବିଜେଡି ।

ନଜର ପକାନ୍ତୁ କ’ଣ ରହିଛି ବିଜେଡିର ଅଭିଯୋଗ?
୨୦୨୦-୨୧ରେ ୮୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ରହିଥିବା ବେଳେ ସେଥିରୁ ୫୫ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ବାହାରିବ । ରାଜ୍ୟର ଚାହିଦା ପାଇଁ ଆବଶ୍ୟକ ୨୪ ଲକ୍ଷ ମେଟ୍ରିକ୍ ଟନ୍ । ମାତ୍ର ୧୦ ଲକ୍ଷ ମେଟ୍ରିକ୍ ଟନ୍ ନେବ ଭାରତୀୟ ଖାଦ୍ୟ ନିଗମ । ବଳି ପଡ଼ିବ ୨୧ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ । ଯାହାର ମୂଲ୍ୟ ୭,୩୫୦ କୋଟି ଟଙ୍କା । ଯାହାର ବୋଝ ପଡ଼ିବ ଚାଷୀଙ୍କ ଉପରେ ।

ମଣ୍ଡିରେ ଧାନ କିଣା ନେଇ ଅବ୍ୟବସ୍ଥା ସଂପର୍କରେ ଅଭିଯୋଗ ଆସୁଥିବା ବେଳେ କେନ୍ଦ୍ରର ବିଜେପି ସରକାର ବିରୋଧରେ ଏପରି ଅଭିଯୋଗ କରିଛି ବିଜେଡି । ରାଜ୍ୟର ଚାହିଦା ବାଦ ବଳି ପଡ଼ୁଥିବା ସବୁ ଉଷନା ଚାଉଳ ଅର୍ଥାତ୍ ୩୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ, ଏଫସିଆଇ ନେଉ ବୋଲି ପ୍ରେସ୍ ମିଟ୍ କରି ଦାବି କରିଛି ଦଳ । ବିଜେଡିର ପ୍ରେସମିଟ୍ ପରେ ବିଜେପି ପ୍ରେସ୍ମିଟ୍ କରି ପାଲଟା ପ୍ରଶ୍ନ ପଚାରିଛି ।

ମଣ୍ଡି ଅବ୍ୟବସ୍ଥା ନେଇ ନିକଟରେ ଆରଡିସି ଅଫିସ ଘେରାଉ ପାଇଁ ବିଜେପି ଅଣ୍ଟା ଭିଡୁଥିବା ବେଳେ ଏହାକୁ କାଉଣ୍ଟର କରିବାକୁ ଜୋରଦାର କସରତ୍ ଆରମ୍ଭ କରିଛି ବିଜେଡି । ସବସିଡି ବାବଦରେ ବକେୟା ଥିବା ୬,୦୪୦ କୋଟି ଟଙ୍କା ତୁରନ୍ତ ରାଜ୍ୟକୁ ଦେବା ସହ ସ୍ୱାମୀନାଥନ୍ କମିଟି ରିପୋର୍ଟ ଅନୂୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବାକୁ ଦାବି କରିଛି ଦଳ । ଦାବି ପୂରଣ ନକଲେ ଚାଷୀଙ୍କ ସହ ରାଜରାସ୍ତାକୁ ବିଜେଡି ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

from Kanak News
via <a href="https://ifttt.com/?

ଓଡ଼ିଶାର ଜୀବନ ରେଖା ମହାନଦୀ ଉପରେ କବଜା କରୁଛି ଛତିଶଗଡ଼ । ସାମ୍ନାକୁ ଆସିଲା କଲମା ବ୍ୟାରେଜର ଚିତ୍ର । ଗୋଟିଏ ପଟେ ଉଛୁଳୁଛି ମହାନଦୀ, ଅନ୍ୟପଟେ ପଡ଼ିଛି ଶୁଖିଲା ।

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗକୁ ନେଇ ଓଡିଶାରେ ବେଶ ହୋହଲ୍ଲା ହୋଇଛି । ଛତିଶଗଡ ମହାନଦୀ ପାଣିକୁ ଅଟକାଇଛି ବୋଲି ଅଭିଯୋଗ ଓ ଦିଲ୍ଲୀରେ ଏହାକୁ ନେଇ ତମ୍ବିତୋଫାନ ହେବା ପରେ ମଧ୍ୟ ଏଥିରେ ବିଶେଷ କିଛି ପରିବର୍ତ୍ତର୍ନ ଆସିନାହିଁ । ଗୋଟିଏ ପଟେ ଭରପୁର ପାଣି ଓ ଅନ୍ୟପଟେ ଶୁଖିଲା ମହାନଦୀ । କେବଳ ପାଣିର ଏକ ପତଳା ସୁଅ ଓଡିଶା ଆଡକୁ ଆସୁଛି ।

‘ଗୁଗୁଲ ଆଥ‘ର୍ର ଚିତ୍ର ଦେଖିଲେ ଆପଣ ଅନୁମାନ କରିପାରିବେ, ମହାନଦୀ ଜଳ ପରିଚାଳନାରେ କୌଣସି ଉନ୍ନତି ଆସିନାହିଁ । ଯଦି ମୌସୁମୀ ଠିକ ସମୟରେ ଆସିବ ନାହିଁ, ତେବେ ହୀରାକୁଦ ଜଳଭଣ୍ଡାର ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କଲମା ବ୍ୟାରେଜରେ ଏତେ ପରିମାଣର ପାଣି ଅଟକାଇବା ପଛର କାରଣ ହେଉଛି, ଛତିଶଗଡ ସରକାର ଶିଳ୍ପାନୁଷ୍ଠାନ ଗୁଡିକୁ ପ୍ରଚୁର ପରିମାଣରେ ପାଣି ଦେବା ପାଇଁ ପ୍ରତିଶ୍ରୁତି ଦେଇସାରିଛନ୍ତି ।

ପାଣି ଅଟକାଇ ଏହି ପ୍ରତିଶ୍ରୁତି ପୂରଣ କରୁଛନ୍ତି ଛତିଶଗଡ ସରକାର । ଫଳରେ ଏପଟେ ଓଡିଶା ପଟର ମହାନଦୀରେ ମତ୍ସ୍ୟଜୀବୀମାନେ ମାଛ ଧରିପାରୁ ନାହାନ୍ତି । କିନ୍ତୁ ଛତିଶଗଡ ପଟେ ପର୍ଯ୍ୟାପ୍ତ ପାଣି ଥିବାରୁ ସେଠାରେ ଯାତ୍ରୀବାହି ଡଙ୍ଗା ମଧ୍ୟ ଚାଲୁଛି ।

from Kanak News
via <a href="https://ifttt.com/?

କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଲେ, ଆକ୍ରମଣ ପଛରେ ରହିଛି ବିଜେପି ଯୁବମୋର୍ଚ୍ଚାର ସଂପୃକ୍ତି ।

କନକ ବ୍ୟୁରୋ: ରବିବାର ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣର ଚିତ୍ର ଯେତେବେଳେ ସାମ୍ନାକୁ ଆସିଥିଲା, ତାହା ସମସ୍ତଙ୍କୁ ବିବ୍ରତ କରିଦେଇଥିଲା । କାରଣ, ଦେଶର ସର୍ବ ପୁରାତନ ଦଳର ରାଜ୍ୟ ମୁଖ୍ୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣା ରାଜନୈତିକ ମାହୋଲକୁ ସରଗରମ କରିଦେଇଥିଲା । କିଛି ସମୟ ଭିତରେ କଂଗ୍ରେସ କର୍ମୀମାନେ ଘଟଣା ପ୍ରତିବାଦରେ ବାହାରିପଡ଼ିଥିଲେ । ପ୍ରଥମେ ଏହି ଘଟଣାରେ ରାଜନୈତିକ ସଂପୃକ୍ତି ନଥାଇପାରେ ବୋଲି କହିଥିଲେ ପିସିସି ସଭାପତି, କିନ୍ତୁ ଯେତେବେଳେ ଅଭିଯୁକ୍ତମାନେ ସାମ୍ନାକୁ ଆସିଛନ୍ତି, ସେତେବେଳେ ଟୁଇଟ୍ କରି ନିରଞ୍ଜନ ପଟ୍ଟନାୟକ ଲେଖିଛନ୍ତି-

“ଗତକାଲି ରାତିରେ ମୁଁ କେନ୍ଦୁଝର ଯାଉଥିବା ସମୟରେ ମୋ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ସେମାନେ ଡ୍ରାଇଭର ଏବଂ ପିଏସଓଙ୍କୁ ମାରପିଟ୍ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ କରିଥିଲି । ଜାଣି ଆଶ୍ଚର୍ଯ୍ୟ ଲାଗୁଛି ଯେ, ଦୁର୍ବୃତ୍ତଙ୍କ ମଧ୍ୟରେ ଯୁବ ବିଜେପିର ସଦସ୍ୟ ଅଛନ୍ତି । ଏହା ଓଡ଼ିଶା ବିଜେପିର ରାଜନୈତିକ ପ୍ରତିଶୋଧ ପରାୟଣତା ଓ ନୈରାଶ୍ୟର ପ୍ରତୀକ । ବିଜେପିର ନୀତିକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇ ଆସୁଛି । କଂଗ୍ରେସ ସେମାନଙ୍କ ପାଇଁ ବଡ଼ କଣ୍ଟା ହୋଇ ଛିଡ଼ା ହୋଇଛି । ମୁଁ ଏ ସମ୍ପର୍କରେ ରାଜ୍ୟ ସଭାପତି ଏବଂ ଓଡ଼ିଶା ପ୍ରଭାରୀଙ୍କୁ ପଚାରିବି, ଆପଣଙ୍କ ବିଜେପି ଦଳ କାହିଁକି ଭୀରୁ ଭଳି ଆଚରଣ କରୁଛି? ଯଦି ଏହା ଓଡ଼ିଶାର କୌଣସି ମହିଳାଙ୍କ କ୍ଷେତ୍ରରେ ଘଟିଥାନ୍ତା କ’ଣ ହୋଇଥାନ୍ତା । ଓଡ଼ିଶାରେ ମହିଳାମାନେ କେତେ ସୁରକ୍ଷିତ?

ପିସିସି ସଭାପତିଙ୍କ ଏଭଳି ଅଭିଯୋଗ ପରେ ଏହାକୁ ନେଇ ରାଜନୈତିକ ବୟାନବାଜୀ ଜୋରଦାର ହୋଇଛି । ଘଟଣାକୁ ନେଇ କଂଗ୍ରେସ ବିଧାୟକ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରିଥିବା ବେଳେ ବିଜେଡିକୁ ମଧ୍ୟ ଗୋଟିଏ ସୁଯୋଗ ମିଳିଯାଇଛି । ଆଉ ଏସବୁ ଭିତରେ ବିଜେପି କହିଛି-ପୂର୍ବରୁ ହୋଇଥିବା ରାଜନୈତିକ ହିଂସା ସମୟରେ କାହିଁକି ଚୁପ୍ ଥିଲା କଂଗ୍ରେସ । ତେବେ ଏସବୁ ଭିତରେ ପିସିସି ସଭାପତିଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟିଛି କଂଗ୍ରେସର ଏକ ପ୍ରତିନିଧି ଦଳ । ତେବେ ପିସିସି ସଭାପତିଙ୍କ ଭଳି ଜଣେ ତୁଙ୍ଗ ନେତାଙ୍କ ଗାଡ଼ି ଉପରେ ଆକ୍ରମଣ ଏବଂ ଏଥିରେ ରାଜନୈତିକ ଦଳର ସଂପୃକ୍ତି, ଅନେକ ଗୁଡ଼ିଏ ପ୍ରଶ୍ନ ଛିଡ଼ା କରିଛି ।

from Kanak News
via <a href="https://ifttt.com/?

ଓଡିଆ ପୁଅଙ୍କୁ ବଡ ଦାୟିତ୍ୱ: ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ ।

କନକ ବ୍ୟୁରୋ : ଓଡିଆ ପୁଅ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କୁ ବଡ ଦାୟିତ୍ୱ । ପ୍ରଥମ ଓଡିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଭାରତୀୟ ସେନାରେ ୪୨ତମ ଉପମୁଖ୍ୟ ହେବେ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କଠାରୁ ଦାୟିତ୍ୱ ନେବେ ଚଣ୍ଡୀ ପ୍ରସାଦ ମହାନ୍ତି । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି ।

ଏବେ ସଦର୍ଣ୍ଣ କମାଣ୍ଡ୍ ର କମାଣ୍ଡର ଅଛନ୍ତି ଚଣ୍ଡୀ ପ୍ରସାଦ । ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେ ଡେରାଡୁନର ଆରଆଇଏମସିରୁ ନିଜ ସେନା ଟ୍ରେନିଂ ଶେଷ କରିଥିଲେ । ପରେ ଏନଡିଏରେ ଏମଫିଲ କରିଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି ।

from Kanak News
via <a href="https://ifttt.com/?

ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । କହିଲେ, ଭୟଭୀତ ହେବାର ଆବଶ୍ୟକତା ନାହିଁ । ଟିକା ନିଅନ୍ତୁ, ସୁରକ୍ଷିତ ରୁହନ୍ତୁ ।

କନକ ବ୍ୟୁରୋ : ଟିକା ନେଲେ ଏସସିବି ମେଡିକାଲର ଡାକ୍ତର । ଟିକା ନେବା ପରେ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର କହିଛନ୍ତି ଯେ, ଟିକା ନିଅନ୍ତୁ, ସୁରକ୍ଷିତ ରୁହନ୍ତୁ । ଏଇଟା ଟିକା ନେବାର ଉଚିତ ସମୟ । ଟିକା ନେବା ପରେ ଏଯାଏଁ କାହା ପାଖରେ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ତେଣୁ ଟିକା ନେବା ପାଇଁ ଭୟଭୀତ ହେବାର ଆବଶ୍ୟକତା ନାହିଁ । କରୋନା ବିରୋଧୀ ଲଢେଇରେ ଏକ ବଡ଼ ସଫଳତା ମିଳିଛି ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ।

ତେବେ ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ୍ ଚାଲିଛି ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ କରାଯାଉଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେବ । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନରେ ଟିକା ଦିଆଯିବ । ପ୍ରତି ପର୍ଯ୍ୟାୟରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ଅର୍ଥାତ ଦିନକୁ ୧ ହଜାର ଲୋକ ଟିକା ନେବା ପାଇଁ ବ୍ୟବସ୍ଥା ହୋଇଛି ମେଡିକାଲ କଲେଜ ଗୁଡିକରେ ।

from Kanak News
via <a href="https://ifttt.com/?

କୋଲକାତାରେ ହଙ୍ଗାମା । ବିଜେପି ରାଲିରେ ପଥରମାଡ । ଟିଏମସି-ବିଜେପି କର୍ମୀ ମୁହାଁମୁହିଁ, ପ୍ରବଳ ଉତ୍ତେଜନା ।

କନକ ବ୍ୟୁରୋ: କୋଲକାତାରେ ରାଜନୈତିକ ହିଂସା । ବିଜେପି-ଟିଏମସି ମୁହାଁମୁହିଁ, ପଥରମାଡ । ବିଜେପିର ରୋଡ ସୋ ବେଳେ ପଥରମାଡ । ରାସ୍ତା ଉପରେ ଉଭୟ ଦଳ ପକ୍ଷରୁ ହଙ୍ଗାମା । ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ପରିସ୍ଥିତି, ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା । ବିଜେପି ଓ ଟିଏମସିର କର୍ମକର୍ତ୍ତାଙ୍କ ମଧ୍ୟରେ ଜାରି ରହିଛି ରାଜନୈତିକ ଛକାପଞ୍ଝା ।

ତେବେ ଆଜି ସାଉଥ କୋଲକାତାରେ ବିଜେପିରେ ସଦ୍ୟ ମିଶିଥିବା ଶୁଭେନ୍ଦୁ ଅଧିକାରୀଙ୍କ ଏକ ରୋଡ ସୋ ହେଉଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ଯୋଗ ଦେଇଥିଲେ । ଆଉ ଏତିକିବେଳେ ଟିଏମସି ମହିଳା ମୋର୍ଚ୍ଚା ପକ୍ଷରୁ କଳାପତାକା ଦେଖାଯାଇଥିଲା । ଯାହା ପରେ ଆରମ୍ଭ ହୋଇଯାଇଥିଲା ତୁମୁଳକାଣ୍ଡ । ରାସ୍ତା ଉପରେ ହିଁ ବିଜେପି- ଟିଏମସି କର୍ମୀ ଉଭୟ ଉଭୟଙ୍କ ଉପରକୁ ପଥରମାଡ କରିଥିଲେ । ଖାଲି ସେତିକି ନୁହେଁ ରାସ୍ତା ଉପରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଏଭଳି ଭୟଙ୍କର ସ୍ଥିତି ଦେଖି ବାଟରେ ଯାଉଥିବା ଲୋକ ଭୟଭୀତ ବି ହୋଇଯାଇଥିଲେ ।

ସେପଟେ ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢିବେ ବୋଲି ଘୋଷଣା କରିଛନ୍ତି । ସଜସଜ ଟିଏମସିକୁ ଟାଟା କରି ବିଜେପିରେ ମିଶିଥିବା ଟିଏମସିର ପୁରୁଖା ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ମମତା ଲଢିବେ ବୋଲି ଘୋଷଣା କରିଛନ୍ତି । ଗୋଟିଏ ପଟେ ମମତାଙ୍କ ଘୋଷଣା ଆଉ ଅନ୍ୟପଟେ ଶୁଭେନ୍ଦୁଙ୍କ ରାଲିରେ ପଥରମାଡ ରାଜନୈତିକ ନିଆଁକୁ ଅଧିକ ଜଳାଇଛି ।

from Kanak News
via <a href="https://ifttt.com/?

ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଯଦି ପସନ୍ଦ କରୁନାହାନ୍ତି ତେବେ ଏହାର ବ୍ୟବହାର କରନ୍ତୁ ନାହିଁ । ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏମିତି କହିଲେ ଦିଲ୍ଲୀ ହାଇକୋର୍ଟ ।

କନକ ବ୍ୟୁରୋ :  ଯଦି ହ୍ୱାଟସଆପର ପ୍ରାଇଭେସି ପଲିସିକୁ ଆପଣ ପସନ୍ଦ କରୁନାହାନ୍ତି ତେବେ ଏହି ଆପକୁ ବ୍ୟବହାର କରନ୍ତୁ ନାହିଁ । ଏହା ପ୍ରାଇଭେଟ ଆପ୍, ଯଦି ଗୋପନୀୟତାକୁ ନେଇ କୌଣସି ଶଙ୍କା ରହିଛି ତେବେ ହ୍ୱାଟସଆପ ଛାଡି ଅନ୍ୟ ଆପ୍ ବ୍ୟବହାର କରିପାରିବେ । ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏଭଳି ମତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ। ହ୍ୱାଟସଆପର ନୂଆ ପ୍ରାଇଭେସି ପଲିସି  ଆସିବା ପରେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟସଆପ । ତେବେ ଏ ନେଇ ଅନେକ ବିବାଦ ଦେଖାଦେବା ସହ କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।

ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ସଞ୍ଜୀବ ସଚଦେବା କହିଛନ୍ତି ଯେ,ଏହା ଏକ ପ୍ରାଇଭେଟ ଆପ୍ ।  ଯଦି ଏହାର ପ୍ରାଇଭେସି ପଲିସିକୁ ଆପଣ ପସନ୍ଦ କରୁନାହାନ୍ତି, ତେବେ ଅନ୍ୟ କିଛି ଆପ୍ ବ୍ୟବହାର କରନ୍ତୁ। ଯଦି ଆପଣ ଅଧିକାଂଶ ମୋବାଇଲ୍ ଆପର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ପଢ଼ିବେ, ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ଗୁଗୁଲ୍ ମ୍ୟାପ୍ ମଧ୍ୟ ଆପଣଙ୍କର ସମସ୍ତ ତଥ୍ୟ ଷ୍ଟୋର୍ କରି ରଖେ। ଏଭଳି ଅନେକ ଆପ ରହିଛି, ଯାହାର ସର୍ତ୍ତାବଳୀ ଏବଂ ସର୍ତ୍ତଗୁଡିକ ନପଢ଼ି ଆପଣ ଏହାକୁ ଗ୍ରହଣ କରନ୍ତି।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଆବେଦନକାରୀଙ୍କ ଅନୁଯାୟୀ କେଉଁ ତଥ୍ୟ ଲିକ୍ ହେବା ନେଇ ସେ ପିଆଇଏଲ ଦାଖଲ କରିଛନ୍ତି, ତାହା ବୁଝାପଡ଼ୁ ନାହିଁ ଏବଂ ଏହି ପ୍ରସଙ୍ଗ ଉପରେ ବିଶ୍ଳେଷଣ ଆବଶ୍ୟକ ଥିବାରୁ ଏହାର ଶୁଣାଣିକୁ ଜାନୁଆରୀ ୨୫କୁ ଘୁଞ୍ଚାଯାଉଛି। ଏହି ପ୍ରସଙ୍ଗର ବିଶ୍ଳେଷଣ କରାଯିବା ଆବଶ୍ୟକ ବୋଲି କେନ୍ଦ୍ର ସରକାର ମଧ୍ୟ କୋର୍ଟଙ୍କ ସହ ସହମତ ହୋଇଛନ୍ତି।

ଗତ କିଛିଦିନ ହେବ ହ୍ୱାଟସଆପ ନିଜର ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଆଣିଥିଲା । ଏହି ପ୍ରାଇଭେସି ପଲିସିକୁ ଅନୁମତି ଦେବାକୁ କମ୍ପାନି ପକ୍ଷରୁ ୟୁଜର୍ସଙ୍କୁ ନୋଟିଫିକେସନ ମଧ୍ୟ ପଠାଇବା ଆରମ୍ଭ କରିଥିଲା । ଫେବ୍ରୁଆରୀ ୮ ସୁଦ୍ଧା ପ୍ରାଇଭେସି ପଲିସିର ନୂଆ ସର୍ତ୍ତକୁ ମାନିବାକୁ କୁହାଯାଉଥିଲା । କିନ୍ତୁ ଏହି ନୂଆ ସର୍ତ୍ତକୁ ନେଇ ୟୁଜର୍ସ ବିରୋଧ କରିବା ସହ ହ୍ୱାଟସଆପରୁ ମୁହଁ ଫେରାଇନେବା ପରେ ଏହାକୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲା କମ୍ପାନି ।

 

from Kanak News
via <a href="https://ifttt.com/?

ଶୁଭେନ୍ଦୁ ଗଡରୁ ଲଢିବେ ମମତା । ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ ଲଢିବା ନେଇ ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

କନକ ବ୍ୟୁରୋ: ନନ୍ଦିଗ୍ରାମରୁ ଲଢିବେ ମମତା ବାନାର୍ଜୀ । ଆଗାମୀ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଲଢିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ୩ରୁ ୪ ମାସ ବାକି ଥିବା ବେଳେ ମମତାଗଡରେ ଆରମ୍ଭ ହୋଇଗଲାଣି ମହାପ୍ରସ୍ତୁତି । କୁରୁକ୍ଷେତ୍ରରେ କଡା ଟକ୍କର ଦେବାକୁ ବିଭିନ୍ନ ଦଳର ରଣନୀତି ପ୍ରସ୍ତୁତ ହେଉଥିବା ବେଳେ ବିଜେପି ଓ ଟିଏମସି ପକ୍ଷରୁ ଆରମ୍ଭ ହୋଇଛି ମାରାଥନ ଜନସଭା । ବିଭିନ୍ନ ସ୍ଥାନରେ ରାଜନୈତିକ ସଭା କରି ଲୋକଙ୍କୁ ନିଜ କଥା କହୁଥିବା ବେଳେ ଆଜି ନନ୍ଦିଗ୍ରାମରେ ଏକ ବିଶାଳ ସଭା କରି ଉକ୍ତ ଆସନରୁ ସେ ଛିଡା ହେଉଥିବା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ।

ତେବେ ସବୁଠାରୁ ବଡକଥା ହେଉଛି ସଜସଜ ଟିଏମସିକୁ ଟାଟା କରି ବିଜେପିରେ ମିଶିଥିବା ଟିଏମସିର ପୁରୁଖା ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡରୁ ଲଢିବେ ମମତା । ୨୦୧୬ରେ ଟିଏମସି ପ୍ରାର୍ଥୀ ଭାବେ ଜିତିଥିଲେ ଶୁଭେନ୍ଦୁ । ମାତ୍ର ଗତ ଡିସେମ୍ବର ୧୯ରେ ମମତାଙ୍କ ହାତ ଛାଡି ବିଜେପି ଯାଇଛନ୍ତି ଶୁଭେନ୍ଦୁ । ଆଉ ଖୋଦ ମମତା ଉକ୍ତ ଆସନରୁ ଏଥର ଲଢେଇ ଲଢିବେ ବୋଲି ଘୋଷଣା କରିଛନ୍ତି ।

ସେପଟେ ନନ୍ଦିଗ୍ରାମ ତାଙ୍କ ପ୍ରିୟ ଆସନ ବୋଲି କହିବା ପରେ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି ମମତା । ତେବେ ଭବାନୀପୁର ମମତାଙ୍କ ବର୍ତ୍ତମାନର ନିର୍ବାଚନମଣ୍ଡଳୀ ଥିବା ବେଳେ ସେ ଉଭୟ ନନ୍ଦିଗ୍ରାମ ଓ ଭବାନୀପୁରରୁ ଲଢିପାରନ୍ତି ବୋଲି ସୂଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started