ଚାଷୀଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: କୋର୍ଟ କହିଲେ, ଟ୍ରାକ୍ଟର ମାର୍ଚ୍ଚ ନେଇ ନିଷ୍ପତ୍ତି ନେଉ ପୋଲିସ୍; ଦିଲ୍ଲୀକୁ କିଏ ଆସିବ ପୋଲିସ ଉପରେ ନିର୍ଭର କରିବ

କନକ ବ୍ୟୁରୋ: କୃଷକଙ୍କ ଟ୍ରାକ୍ଟର ରାଲିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି  । ସୁପ୍ରିମକୋର୍ଟ କହିଛନ୍ତି  ଯେ, ପୁଲିସର ଅନୁମତିରେ ରାମଲିଲା ମୈଦାନରେ କରିପାରିବେ ପ୍ରଦର୍ଶନ । ଏହା ସହ ସହରକୁ କେତେ ଲୋକ ଆସିବେ ଏବଂ କେମିତି ଆସିବେ ସେନେଇ ନିଷ୍ପତ୍ତି କରିବ ପୋଲିସ । ତେବେ ପ୍ରଦର୍ଶନ ନେଇ ବୁଧବାର ଦିନ ହେବ ପରବର୍ତ୍ତୀ ଶୁଣାଣି ।  ସେପଟେ, କୃଷକ ଆଇନ ବିରୋଧରେ  ଜାରି ରହିଛି ଅନ୍ନଦାତାଙ୍କ ଆନ୍ଦୋଳନ ।

ଅନ୍ୟପକ୍ଷରେ ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ଶୋଭାଯାତ୍ରା କରିବାକୁ ଯୋଜନା କରିଛନ୍ତି ।  ଆଜି ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସାଧାରଣତନ୍ତ୍ର ଦିବସ ଜାତୀୟ ଦିବସ ହୋଇଥିବାରୁ ଏଭଳି ଶୋଭାଯାତ୍ରାକୁ ଅନୁମତି ଦେବେ ନା ନାହିଁ ସେ ଉପରେ ସମସ୍ତଙ୍କ ନଜର ରହିଥିଲା । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ । ପିଟିସନରେ କୁହାଯାଇଥିଲା ଯେ,  ଶୋଭାଯାତ୍ରା ଯୋଗୁଁ  ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ ।

ସେପଟେ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ହେଲେ ଦାବି ପୂରଣ ପାଇଁ ୨୦୨୪ ମେ’ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ଏଥିସହ ଜାନୁୟାରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ବାତିଲ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

from Kanak News
via <a href="https://ifttt.com/?

ଟିକା ନେଉଛି ଓଡ଼ିଶା…। ସାରା ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଟିକାଦାନ । ମେଡିକାଲ କଲେଜରେ ୫ଟି ଟିକାଦାନ କେନ୍ଦ୍ର

କନକ ବ୍ୟୁରୋ: ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ ଚାଲିଛି ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେଉଛି । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନରେ ଟିକା ଦିଆଯିବ ।

ତେବେ ପ୍ରତି ପର୍ଯ୍ୟାୟରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ଅର୍ଥାତ ଦିନକୁ ୧-ହଜାର ଲୋକ ଟିକା ନେବା ପାଇଁ ବ୍ୟବସ୍ଥା ହୋଇଛି ମେଡିକାଲ କଲେଜ ଗୁଡିକରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ପାଇଁ ଲୋକଙ୍କୁ ଗୋଟିଏ କିମ୍ବା ଦୁଇଟି ସେସନରେ ଟିକାକରଣ କରାଯିବ । ପ୍ରତି ସେସନରେ ଶହେ ଜଣ ଲେଖାଏଁ କୋଭିଡ ଟିକା ନେବେ ବୋଲି ଜଣା ପଡିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଦିନକୁ ଗୋଟିଏ ସେସନରେ ଶହେ ଜଣ ଟିକା ନେବେ । ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପ୍ରଥମ ଦିନରେ ଅର୍ଥାତ ଶନିବାର ଧାର୍ଯ୍ୟ ଲକ୍ଷ୍ୟର ୮୫ପ୍ରତିଶତ ଅର୍ଥାତ୍ ୧୩, ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଛି । ସେହିପରି ୬ଟି ଜିଲ୍ଲାରେ ପ୍ରଥମ ଦିନରେ ୧୦୦% ଟିକାକରଣ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଟିକାକରଣ ପରେ ପାଶ୍ୱର୍ ପ୍ରତିକ୍ରିୟା ନେଇ ରାଜ୍ୟର ବିଶେଷ କୌଣସି ଖବର ଆସିନଥିବା ବେଳେ ପ୍ରଥମେ ଟିକା ନେଇଥିବା ବ୍ୟକ୍ତି ଭଲ ଥିବା କହିଛନ୍ତି ।

from Kanak News
via <a href="https://ifttt.com/?

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା: ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

କନକ ବ୍ୟୁରୋ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣା । ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଅଭିଯୁକ୍ତ ସଂଜୟ ମହାନ୍ତିଙ୍କୁୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଅନ୍ୟ ଅଭିଯୁକ୍ତଙ୍କୁୁ ଧରିବାକୁ ଟାଉନ ଥାନା ପୁଲିସ ତନାଘନା ଚଳାଇଛି । କେନ୍ଦୁଝର ଟାଉନ ଥାନା ପୁଲିସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଗତକାଲି କେନ୍ଦୁଝର ଟାଉନ ଥାନା ଅଂଚଳର କାଶିପୁରରେ ପିସିସି ସଭାପତି ଯାଉଥିବା ଗାଡ଼ିକୁ ଅଟକାଇଥିଲେ କିଛି ଦୁର୍ବୃତ୍ତ । ଏହାପରେ ଦୃର୍ବୃତ୍ତମାନେ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଏନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ଗାଡ଼ିରେ ଆସୁଥିବା ବେଳେ କିଛି ଯୁବକ ଓଭରଟେକ୍ କରି ଅଚାନକ୍ ତାଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇଥିଲେ । ପିଏସଓ ଯାଇ ଯେତେବେଳେ ପଚାରିଥିଲେ କ’ଣ ପାଇଁ ଅଟକାଇଥିଲେ, ଗାଡ଼ିକୁ ଦୃର୍ବୃତ୍ତମାନେ ବାଡେଇଥିଲେ । ଆଉ ଏହି ସମୟରେ ଏକ ଆମ୍ବୁଲାନ୍ସ ଯାଉଥିବାର ସୁଯୋଗ ନେଇ ସେମାନେ, ସେଇ ଆଢ଼ୁଆଳରେ ଖସିଯାଇଥିଲେ ।

ତେବେ ଘଟଣାକୁ ନେଇ ଚିନ୍ତା ପ୍ରକାଟ କରିଛନ୍ତି ପିସିସି ସଭାପତି । ପିସିସି ସଭାପତିଙ୍କ ଗାଡି ଉପରେ ଆକ୍ରମଣ ଘଟଣାକୁ ନେଇ ଯୁବ କଂଗ୍ରେସ କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ । କଂଗ୍ରେସକର୍ମୀଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବୁଝାସୁଝା କରିବା ପରେ ପ୍ରତିବାଦରୁ ଓହରିଯାଇଥିଲେ ।

from Kanak News
via <a href="https://ifttt.com/?

ଆରମ୍ଭ ହେଲା ଦାମୋଦର ଘାଟ୍: ସାନ୍ତାଳୀ ସମ୍ପ୍ରଦାୟର ମହାପର୍ବ ଦାମୋଦର ମେଳା ଆରମ୍ଭ; ଚଳଚଞ୍ଚଳ ଜରାଳି ଓ ସରାଳି ନଦୀର ସଙ୍ଗମସ୍ଥଳ ତ୍ରୀବେଣୀ ଘାଟ

କନକ ବ୍ୟୁରୋ: ଆରମ୍ଭ ହୋଇଛି ଆଦିବାସୀ ତଥା ସାନ୍ତାଳୀ ସମ୍ପ୍ରଦାୟର ମହା ପର୍ବ ଦାମୋଦର ମେଳା ବା ଦାମୋଦର ଘାଟ୍ । ବାରିପଦା ସହରର ସୁନାମୁହିଁ ଘାଟ ବା ବୁଢାବଳଙ୍ଗ, ଜରାଳି ଓ ସରାଳି ନଦୀର ସଂଗମସ୍ଥଳ ତ୍ରୀବେଣୀ ଘାଟ ଏବେ ଚଳଚଂଚଳ ହୋଇଉଠିଛି । କରୋନା ସତ୍ୱେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ଝାଡଖଣ୍ଡ, ପଶ୍ଚିମବଙ୍ଗ ସମେତ ଓଡିଶାର ବିଭିନ୍ନ ପ୍ରାନ୍ତରରୁ ସାନ୍ତାଳ ସମ୍ପ୍ରଦାୟର ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି ଏହି ଦାମୋଦର ଘାଟରେ ।

ପାରମ୍ପାରିକ ରିତିନିତି ଅନୁଯାଇ ଶହ ଶହ ପରିବାର ଏଠାରେ ପିତୃପୁରୁଷଙ୍କ ଶ୍ରାଦ୍ଧ ଓ ତିଳ ତର୍ପଣ ଦାନ କରି ବୁଡ ପକାଉଛନ୍ତି । ଚଳଚଂଚଳ ହୋଇଉଠିଛି ବାରିପଦା ସହରର ତ୍ରୀବେଣୀ ସଙ୍ଗମର ଏହି ସୁନାମୁହିଁ ଘାଟ । ୩ ଦିନ ଧରି ଚାଲିବାକୁ ଥିବା ଏହି ପାରମ୍ପାରିକ ପର୍ବ ପ୍ରତିବର୍ଷ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଯାଏଁ ଚାଲିଥାଏ । କରୋନା କଟକଣାକୁ ନଜରରେ ରଖି ପୋଲିସ୍ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି ।

from Kanak News
via <a href="https://ifttt.com/?

ବ୍ରହ୍ମପୁର ଉପକଣ୍ଠ ଗୁମୁଲାରେ ଚାଲିଥିଲା ସୌନ୍ଦର୍ଯ୍ୟକରଣ କାମ : ଜେସିବିରୁ ଉଦ୍ଧାର ହେଲା ୧୧ ଫୁଟ ଲମ୍ବର ଅଜଗର; ସ୍ନେକ ହେଲପ ଲାଇନ ସହାୟତାରେ ହେଲା ଉଦ୍ଧାର

କନକ ବ୍ୟୁରୋ : ଜେସିବି ଇଂଜିନ ଭିତରେ ୧୧ ଫୁଟର ଅଜଗର । ବିରାଟକାୟ ଅଜଗରକୁ ଉଦ୍ଧାର କଲା ସ୍ନେକ ହେଲଫ ଲାଇନ । ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗାଁ ନିକଟରୁ ୨ଟି ଅଜଗର ସାପକୁ ଉଦ୍ଧାର ହୋଇଛି । ନୂଆବନ୍ଧର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ବାହାର କରିବାକୁ ନାଳ ଖୋଳା ଯାଉଥିଲା ।

ନାଳ ଖୋଳିବା ସମୟରେ ଗୋଟିଏ ବଡ ପାଇପ ମଧ୍ୟରୁ ୨ଟି ଅଜଗର ସାପ ବାହାରକୁ ଆସିଥିଲେ । ତାହା ଭିତରୁ ଏକ ଅଜଗର ଗାଡିର ଇଂଜିନରେ ରହିଯାଇଥିଲା । ଘଟଣାସ୍ଥଳରେ ସ୍ନେକ ହେଲପ ଲାଇନର ସଦସ୍ୟ ପହଂଚି ୨ଟି ଅଜଗରକୁ ଉଦ୍ଧାର କରିଥିଲେ ।

&nbsp;

from Kanak News
via <a href="https://ifttt.com/?

କୋଭିଡ କଟକଣା ଭିତରେ ଆଜି ଖୋଲିଲା ଘଟଗାଁ ତାରିଣୀ ମନ୍ଦିର: ଦର୍ଶନ ପାଇଁ ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ; ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ନେବା ମନା

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଖୋଲିଲା ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିିଠୁ ଖୋଲିଛି ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି ।

ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଙ୍କୁ ଦର୍ଶନ କରିପାରିବେ । ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ , ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।

from Kanak News
via <a href="https://ifttt.com/?

ଆନ୍ଦୋଳନକୁ ନେଇ କୃଷକ ସଂଗଠନର କଠୋର ଆଭିମୁଖ୍ୟ: ଦାବି ପୂରଣ ନହେଲେ ୨୦୨୪ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ; ୨୬ର ଟ୍ରାକ୍ଟର ରାଲି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

କନକ ବ୍ୟୁରୋ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ହେଲେ ଦାବି ପୂରଣ ପାଇଁ ୨୦୨୪ ମେ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ । ନାଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ସେ ବୈଚାରିକ କ୍ରାନ୍ତି ବୋଲି କହିଛନ୍ତି ।

ତିନି କୃଷି ଆଇନ ପ୍ରତ୍ୟାହାର ନହେଲେ ୨୦୨୪ରେ ସାଧାରଣ ନିର୍ବାଚନ ହେବା ଯାଏଁ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତେଇ ରାକେଶ ଟିକାୟତ । ଏଥିସହ ଜାନୁୟାରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ବାତିଲ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତେବେ କୃଷି ଆଇନ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ମୃତ୍ୟୁ ଆସେ ଏମିତି! ସାମ୍ନାକୁ ଆସିଲା ଜୟପୁର କାର ଦୁର୍ଘଟଣା ପୂର୍ବର ଚିତ୍ର: ନାଳ ଭିତରେ କାର ଖସିଯିବାରୁ ହୋଇଥିଲା ଜଣକର ମୃତ୍ୟୁ, ଉଦ୍ଧାର ହୋଇଥିଲେ ୩ ଜଣ

କନକ ବ୍ୟୁରୋ: ମୃତ୍ୟୁ ଆସେ ଏମିିତି  । ଗତକାଲି ଜୟପୁରରେ କୋନାଲକୁ ଖସିପଡିଥିଲା କାର । ଏଥିରେ ଜଣେ ପ୍ରାଣ ହରାଇଥିଲେ । ୨ ଜଣ ଉଦ୍ଧାର ହୋଇଥିଲେ ।  ଏବ ଆସିଛି ଦୁର୍ଘଟଣା ପୂର୍ବର ସିସିଟିଭି ଫୁଟେଜ ।  ଯେଉଁ ବ୍ୟକ୍ତିମାନେ କାରରେ ବସିଥିଲେ ସେମାନଙ୍କ ପୂର୍ବର ଚିତ୍ର ସାମ୍ନାକୁ ଆସିଛି । ଗତକାଲି ଜୟପୁର ସହର ନିକଟ ହାତୀଶାଳ କେନାଲରେ ଏହି ଦୁର୍ଘଟଣା ଘଟିଥିଲା  । ଦ୍ରୁତ ଗତିରେ ଆସୁଥିବା ଏହି କାରଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଗଲା । କାରରେ ବସିଥିବା ୨ଜଣ ବ୍ୟକ୍ତି ପହଁରି ପହଁରି କୂଳକୁ ଆସିଯାଇଥିଲେ ।

ଅନ୍ୟପଟେ, ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା । ପିକନିକରୁ ଘରକୁ ଫେରୁଥିବା ବେଳେ ଓଲଟିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଗଜପତି ଅଡ଼ବା ଥାନା ରାଇପଙ୍କା ଠାରେ ପିକନିକ୍ ଗାଡ଼ି ଦୁର୍ଘଟଣାଗ୍ରସ୍ତ । କୋରାପୁଟ ଗୁପ୍ତେଶ୍ୱର ପୀଠରୁ ଭୁବନେଶ୍ୱର ଫେରୁଥିବା ବେଳେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚି ଆହତ ଲୋକଙ୍କ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଦୁର୍ଘଟଣା ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ହେଉଛନ୍ତି ସୁନିଲ ସାହୁ । ତାଙ୍କ ଘର ଭୁବନେଶ୍ୱରରେ ।

from Kanak News
via <a href="https://ifttt.com/?

ବିଶିଷ୍ଟ ସମାଜସେବୀ ଓ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

କନକ ବ୍ୟୁରୋ: ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଦୀର୍ଘ ମାସ ହେଲା ଅସ୍ଥିମଜ୍ଜା କ୍ୟାନ୍ସର ରୋଗରେ ପୀଡ଼ିତ ହେବାପରେ ସେ ଭୁବନେଶ୍ୱରେ ରହି ଚିକିତ୍ସାଧୀନ ଥିଲେ ।

ସମାଜସେବୀ ଶ୍ରୀ ନାୟକ ଗତ ଜୁନ୍ ମାସ ୨୯ ତାରିଖରେ ପଡ଼ିଯିବା କାରଣରୁ ବାମ ଗୋଡ଼ର ଜଂଘରେ ଆଘାତ ଲାଗି ଭାଂଗି ଯାଇଥିଲା । ଜୁନ୍ ୩୦ ତାରିଖ ଦିନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା । ସେହି ସମୟରେ ୧୮ ବର୍ଷ ପୂର୍ବର ଦୁର୍ଘଟଣାର ଅସ୍ତ୍ରୋପଚାର ବେଳେ ଲାଗିଥିବା ୧୮ ଇଂଚର ଏକ ରଡ୍କୁ ବାହାର କରାଯାଇଥିଲା । ଶ୍ରୀ ନାୟକଙ୍କ ହିମୋଗ୍ଲୋବିନ ବୃଦ୍ଧି ହେଉ ନ ଥିବାରୁ କ୍ୟାନସର ହୋଇ ଥାଇପାରେ ବୋଲି ସେତେବେଳେ ଡକ୍ତରଙ୍କର ସନ୍ଦେହ ହୋଇଥିଲା। ପରୀକ୍ଷା ପରେ କ୍ୟାନସର ପଜିଟିଭ୍ ଆସିଥିଲା ।

ଶ୍ରୀ ନାୟକ ରାଜେନ୍ଦ୍ର କଲେଜର ଛାତ୍ର ସଂସଦ ସଭାପତି ଭାବେ ୮୦ ଦଶକରେ ବେଶ୍ ଚର୍ଚ୍ଚିତ ଥିଲେ । ଛାତ୍ର ଜୀବନରୁ ଜଣେ ରକ୍ତଦାତା ପ୍ରବର୍ତ୍ତକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ । ବଲାଙ୍ଗୀରରେ ରକ୍ତଦାନର କଥା ଉଠିଲେ ଆପେ ଆପେ ସମାଜସେବୀ ଲଳିତ ନାୟକ ହିଁ ମନେପଡ଼ନ୍ତି। ୮୦ରୁ ଅଧିକ ଥର ରକ୍ତଦାନ କରି ତତ୍କାଳୀନ ଓଡ଼ିଶା ରାଜ୍ୟପାଳଙ୍କଠାରୁ ସେ ପୁରସ୍କୃତ ହୋଇଥିବା ବେଳେ ଆଜି ପର୍ୟ୍ୟନ୍ତସେ ପ୍ରାୟ ୧୫୦ ୟୁନିଟ୍ ରକ୍ତଦାନ କରି ସାରିଥିଲେ । ସାମଜର ଦଳିତ, ନିଷ୍ପେସିତ, ଗରିବ ଖଟିଖିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ଲଢେ଼ଇ କରିବାରେ ଶ୍ରୀ ନାୟକ ଜଣେ ଆଗୁଆ ସୈନିକ ଭାବରେ ଠିଆ ହେଉଥିଲେ ସବୁବେଳେ । ୪୦ରୁ ଅଧିକ ଶ୍ରମିକ ସଂଗଠନର ସଭାପତି ରହି ସେମାନଙ୍କ ଦୁଃଖସୁଖ ସହ ସାମିଲ୍ ହେବା ସହ ସେମାନଙ୍କ ହକ୍ ପାଇଁ ସେ ଲଢେ଼ଇ ଜାରି ରଖିଥିଲେ ।

ବଲାଙ୍ଗୀର ମାଟିର ପ୍ରଚଣ୍ଡ ସ୍ୱର, ରକ୍ତଦାନର ପ୍ରଗଳ୍ଭ ପ୍ରେରଣା, ଗରିବ ଜନସାଧାରଣଙ୍କ ଚିରସାଥୀ, ସମାଜସେବାର ବିରଳ ମଣିଷ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଅନେକ ଚିକିତ୍ସା, ଚିକିତ୍ସକଙ୍କ ଉଦ୍ୟମ ତଥା ଶ୍ରଦ୍ଧାଳୁ ଏବଂ ଶୁଭେଚ୍ଛୁଙ୍କ ପ୍ରାର୍ଥନାକୁ ପଛରେ ପକାଇ ଚାଲିଗଲେ ଲଳିତ ଦାଦା।

from Kanak News
via <a href="https://ifttt.com/?

ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ: ମାଲକାନଗିରିର ଏମଭି-୬୨ ଗାଁରୁ ଆସିଲା ହୃଦୟ ବିଦାରକ ଖବର

କନକ ବ୍ୟୁରୋ: ସ୍କୁଲ ଫି ଦେଇନପାରିବାରୁ ଜୀବନ ହାରିଦେଲେ ଛାତ୍ରୀ । ଏପରି ଦୁଃଖଦ ଖବର ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୬୨ ଗାଁରୁ । ସ୍ଥାନୀୟ ଏମଭି-୬୮ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସ୍କୁଲ ଫି ଦେଇନପାରି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଏମଭି-୬୨ ଗାଁର ବାଧଇ ଭକ୍ତଙ୍କ ଝିଅ ଆରତୀ ।

ସ୍କୁଲ ଫି ଦେବା ପାଇଁ ସମସ୍ତ ପିଲାଙ୍କୁ କୁହାଯାଇଥିଲା । ଏନେଇ ଆରତୀ ଘରେ ଜଣାଇବା ପରେ ଫି ଟଙ୍କା ପରେ ଦେବେ ବୋଲି କହିଥିଲେ । ଏଥିରେ ନିରାଶ ହୋଇ କଇଲମେଟା ଗାଁର ସରକାରୀ ଛାତ୍ରୀ ନିବାସ ପଛପଟୁ ଚାଲି ଯାଇ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘରେ ସ୍କୁଲ ଫି ନଦେବାରୁ ଛାତ୍ରୀ ଜଣକ ଏପରି କଠୋର ନିଷ୍ପତି ନେବା ଘଟଣା ଅଂଚଳକୁ ଶୋକାକୁଳ କରିପକାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started