ତାଲାବନ୍ଦ ବେଳେ ଶିକ୍ଷକ ପାଇଲେ ଆତ୍ମନିର୍ଭରଶୀଳତାର ନୂଆ ଦିଗ । କିଚେନ ଗାର୍ଡନ କରି କାଟୁଥିଲେ ସମୟ । ହେଲେ ନୂଆ ରୋଜଗାରର ବାଟ ଫିଟାଇଲା ଶ୍ରୀଧରଙ୍କ ଉଦ୍ୟମ 

କନକ ବ୍ୟୁରୋ: ଶିକ୍ଷକ ଦେଲେ ଆତ୍ମନିର୍ଭରଶୀଳ ର ନୂତନ ଶିକ୍ଷା ।  କରନା  ଅନେକ ଲୋକ ଙ୍କ ଜୀବନ ଜୀବିକା ରେ ବିଶେଷ ପ୍ରଭାବ ପକାଇଥିବା ବେଳେ ବଦଳି ଯାଇଛି ସେମାନଙ୍କ ଜୀବିକାର ପରିଚୟ ।  ଜୀବିକା ହରାଇ କେହି ନୂତନ  ଜୀବିକା ସନ୍ଧାନ ରେ ଥିବା ବେଳେ ନୂତନ ନୂତନ କର୍ମ ସଂସ୍ଥାନ ତିଆରି ହୋଇ ଯୋଡ଼ି ହୋଇଯାଇଛି ଅନେକ ଙ୍କ ଭାଗ୍ୟକାଶରେ ।  କରନା ଦେଇଛି ନୂତନ ପରିଚୟ ଶିକ୍ଷକ ବନିଲେ ସଫଳ ଚାଷୀ ।

କିଚେନ ଗାର୍ଡେନ ତିଆରି କରି ସମୟ ଅତିବାହିତ ଚିନ୍ତା କରୁ କରୁ ,ସାଜିଗଲେ ସଫଳ ଚାଷୀ,ଜୀବିକା ହରାଇ ହତୋତ୍ସାହିତ ମାନଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ସମାଜ କୁ ଦେଖାଇଛନ୍ତି ନୂତନ  ରୋଜଗାରର ମାର୍ଗ । ସମ୍ପୂର୍ଣ୍ଣ ଭାବେ ଜୈବିକ ସାର ପ୍ରୟୋଗ କରି ସଫଳ ଭାବେ  ପନିପରିବା ହୋଇ  ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଶିକ୍ଷକ ରୁ ସଫଳ ଚାଷୀର ପରିଚୟ  ପାଲଟିଥିବା   ଶ୍ରୀଧର ସାମଲ ଓରଫ ବୁଢ଼ା ସାମଲ  ଙ୍କୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ ।

ସୂର୍ଯ୍ୟମୁଖୀ ଫୁଲ । ଫୁଲ ଉପରେ ପଡୁଥିବା ସୂର୍ଯ୍ୟ କିରଣ ଆଉ ତା ସାଙ୍ଗକୁ ମହୁମାଛିଙ୍କ ଗୁଣୁଗୁଣୁ ଶବ୍ଦ । ଯେକେହି ବି ଏଭଳି ଦୃଶ୍ୟ ଦେଖିଲେ ଆକୃଷ୍ଟ ହୋଇଯିବ ଟିକିଏ ବୁଲି ଆସିବାକୁ । କିନ୍ତୁ ଖାଲି ସୂର୍ଯ୍ୟମୁଖୀ ଫୁଲ ନୁହେଁ ଏଠାରେ ଆପଣ ପାଇବେ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ । ନିଜସ୍ୱ ଉଦ୍ୟମରେ କ୍ଷେତକୁ ଏମିତିି ରୂପ ଦେଇଛନ୍ତି ଶ୍ରୀଧର ସାମଲ ।

ପେଶାରେ ଶ୍ରୀଧର ଜଣେ ଶିକ୍ଷକ, କିନ୍ତୁ କରୋନା କାଳରେ ସ୍କୁଲ ବନ୍ଦ ରହିବା ତାଙ୍କୁ ଜଣେ ସଫଳ ଚାଷୀର ପରିଚୟ ବି ଦେଇଛି । ଲକଡାଉନରେ ପ୍ରଥମେ ପାଠପଢା ବନ୍ଦ ଥିବାରୁ ଘରେ ଖାଲି ନ ବସି ଆରମ୍ଭ କରିଥିଲେ ଚାଷ । ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ୩ଏକର ଜମିରେ ପନିପରିବା ଚାଷ ଆରମ୍ଭ କଲେ । ବିନା କୌଣସି ରାସାୟନିିକ ସାର ପ୍ରୟୋଗ କରି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ପନିପରିବା ଚାଷ କରୁଛନ୍ତି ଶ୍ରୀଧର ସାମଲ ।

କେବଳ ପନିପରିବା ନୁହେଁ ସୂର୍ଯ୍ୟମୁଖୀ ଫୁଲ ଚାଷ ବି କରିଛନ୍ତି ଶ୍ରୀଧର ସାମଲ । ଫୁଲ ଶୁଖିଯିବା ପରେ ସେଥିରୁ ତେଲ ବାହାର କରି ବିକ୍ରି କରୁଛନ୍ତି । ଅନ୍ୟପଟେ ଜୈବିକ ପଦ୍ଧତିରେ ହେଉଥିବା ଯୋଗୁଁ ଶ୍ରୀଧରଙ୍କ ବାଡିର ପରିବା କିଣିବାକୁ ଲାଗୁଛି ଗ୍ରାହକଙ୍କ ଗହଳି ।

from Kanak News
via <a href="https://ifttt.com/?

ଭୂମିହୀନ ପରିବାର ମୁହଁରେ ଆହାର ଯୋଗାଇଛି ଛତୁ । ଚାକିରି ହରାଇ ପରିବାର ପ୍ରତିପୋଷଣ ପାଇଁ ଧର୍ମଶାଳାରେ ଛତୁଚାଷ ଆରମ୍ଭ କଲେ ବୁଟୁକୁନୁ

କନକ ବ୍ୟୁରୋ : ଭୂମିହୀନ ପରିବାର ମୁହଁରେ ଆହାର ଦେଲା ଛତୁଚାଷ । ଚାକିରୀ ଚାଲିଯିବା ପରେ ଭୂମିହୀନ ପରିବାର ଦୀର୍ଘ ୧୩ ବର୍ଷଧରି ଛତୁ ଚାଷ କରି ପରିବାର ଚଳାଇବା ସହ ପିଲାଙ୍କୁ କରିପାରିଛନ୍ତି ଉଚ୍ଚଶିକ୍ଷିତ । ଆମେ କହୁଛୁ, ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ଚୋରମୁହାଁ ଗାଁର ବୁଟୁକୁନୁ ମଣ୍ଡଳଙ୍କ ସଫଳ ଛତୁ ଚାଷର କାହାଣୀ । ଜୈବିକ ପଦ୍ଧତିରେ ଛତୁ ଚାଷ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଧର୍ମଶାଳା ବ୍ଲକ ଚୋରମୁହାଁ ଗାଁର ବୁଟୁକୁନୁ ମଣ୍ଡଳ । ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଚାକିରୀ କରି ପରିବାର ଚଳାଉଥିଲେ । ମାତ୍ର କମ୍ପାନୀ ବନ୍ଦ ହୋଇଯିବା ପରେ ଘର ଚଳାଇବା ପାଇଁ ଦେଖାଦେଇଥିଲା ସମସ୍ୟା । ହେଲେ ଭାଙ୍ଗିପଡିନଥିଲେ ବୁଟୁକୁଟ । ନିଜସ୍ୱ ଉଦ୍ୟମରେ ନିଜ ବାଡିରେ ୧୩ ବର୍ଷ ତଳେ ଆରମ୍ଭ କରିଥିଲେ ଛତୁ ଚାଷ । ଏହି ଛତୁ ଚାଷ ଏବେ ବୁଟୁକୁନଙ୍କ ପାଇଁ ପାଲଟିଛି ରୋଜଗାରର ମାଧ୍ୟମ । ନିଜ ପରିବାର ସଦସ୍ୟଙ୍କ ସହଯୋଗରେ ଛତୁ ବିକ୍ରି କରି ପରିବାର ଚଳାଇବା ସହ ପିଲାମାନଙ୍କୁ ଉଚ୍ଚଶିକ୍ଷିତ କରିବାରେ ସକ୍ଷମ ହୋଇପାରିଛନ୍ତି ।

ବୁଟୁକୁନୁ ନିଜ ବାଡିରେ ତିନୋଟି ସେଡରେ ପାଖାପାଖି ଦୁଇହଜରାର ଛତୁ ବେଡ ପ୍ରସ୍ତୁତ କରଛନ୍ତି । ଏଥିରୁ ଦିନକୁ ୫୦ କେଜିରୁ ଏକ କୁଇଂଟାଲ ଯାଏ ପାଳ ଛତୁ, ଧିଙ୍ଗିରି ଛତୁ ଉତ୍ପାଦନ କରୁଛନ୍ତି ବୁଟୁକୁନୁ । ଆଗାମୀ ଦିନରେ ଡୁମା ଛତୁ ଉତ୍ପାଦନ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ତାଙ୍କ ପାଇଁ ବାଧକ ସାଜିଛି ବ୍ୟାଙ୍କ ଋଣ । ସେ ଭୂମିହୀନ ହୋଇଥିବାରୁ ଏହି ସୁବିଧାରୁ ବଂଚିତ । ବୁଟୁକୁନୁଙ୍କ ପରି ଜଣେ ଭୂମିହୀନ ସଫଳ ଛତୁ ଚାଷୀଙ୍କର ରୋଜଗାର ପାଇଁ ଏହି ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ।

from Kanak News
via <a href="https://ifttt.com/?

କନ୍ଧମାଳର କଦଳୀଚାଷୀ ହରିଶ୍ଚନ୍ଦ୍ର । ଅଢେଇ ଏକର ଜମିରେ ଜୈବିକ ପଦ୍ଧତିରେ କରୁଛନ୍ତି ଚାଷ । ଲାଭଜନକ ଫସଲରୁ ପାଉଛନ୍ତି ଲାଭ ।  

କନକ ବ୍ୟୁରୋ : କଦଳୀ ଏକ ଲାଭ ଜନକ ଫସଲ । ଏହା ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳ ଫୁଲବାଣୀ ବ୍ଲକ ବୁଡାଦାନି ଗାଁର ହରିଶ୍ଚନ୍ଦ୍ର ଦେହୁରୀ । ସରକାରଙ୍କ ଠାରୁ  ଋଣ ଆଣି ଅଢେଇ ଏକର ଜମିରେ ଜୈବିକ ପଦ୍ଧତି କଦଳୀ ଚାଷ କରିଛନ୍ତି । ଆଉ ଏହାଦ୍ୱାରା ନିଜେ ରୋଜଗାର କ୍ଷମ ହେବା ସହ ପୁଅକୁ ମଧ୍ୟ ସଫଳ କଦଳୀ ଚଷୀ ଭାବେ ଗଢି ପାରିଛନ୍ତି ହରିଶ୍ଚନ୍ଦ୍ର  ।

ପରିଚୟ ଦେଇଛି କଦଳୀ ଚାଷ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ, ବି ଅକ୍ଷେରେ ଅକ୍ଷେର ସତ । ଫୁଲବାଣୀରେ କଦଳୀ ଚାଷ କରି ନିଜେ ରୋଜଗାର କ୍ଷମ ହେବା ସହ ପୁଅକୁ ସଫଳ ଚାଷୀ ଭାବେ ଗଢିତୋଳିଛନ୍ତି ଜଣେ ବାପା । ଅଢେଇ ଏକର ଜମିରେ ଦେଶୀ ପଦ୍ଧତିରେ ଜୈବିକ ସାର ଦେଇ କଦଳୀ ଚାଷ କରିଛନ୍ତି ଫୁଲବାଣୀ ବୁଡାଦାନି ଗାଁର ହରିଶ୍ଚନ୍ଦ୍ର ଦେହୁରୀ । ଆଉ ସେ କରିଥିବା କଦଳୀର ନାଁ ମେରମାନ କଦଳୀ ।

ଉଦ୍ୟାନ ବିଭାଗକୁ ଯାଇ ମେରମାନ କଦଳି ଚାଷ ବାବଦରେ ପଚାରି ବୁଝିଥିଲେ ହରିଶ୍ଚନ୍ଦ୍ର । କେମିତି ଦେଶୀ ପଦ୍ଧତିରେ ହେବ କଦଳୀ ଚାଷ? ଏଥିରେ କେତେ ପରିମାଣର ଲାଭ ମିଳିବ? ଏସବୁ ବାବଦରେ ବୁଝିବା ପରେ ହରିଶ୍ଚନ୍ଦ୍ର ଆରମ୍ଭ କରିଥିଲେ ଦେଶୀ ପଦ୍ଧତିରେ କଦଳୀ ଛାଷ  । ଗାତ ଖୋଳି ଗୋବର ଖତ ଦେଇ କଦଳୀ ଗଛ ଲଗାଇଥିଲେ । ଆଉ ଏବେ ହରିଶ୍ଚନ୍ଦ୍ର ପ୍ରାୟ ୩ ହଜାର ଗଛ ଲଗାଇଛନ୍ତି । ଏବେ ପ୍ରାୟ ସବୁ ଗଛରେ କାନ୍ଧି ପଡିଥିବାରୁ ସେ ବେଶ ଖୁସି ଅଛନ୍ତି  ।

ଫୁଲବାଣୀ ଉଦ୍ୟାନ ବିଭାଗ ପକ୍ଷରୁ ହରିଶ୍ଚନ୍ଦ୍ରଙ୍କୁ ବୈଷୟିକ ଜ୍ଞାନ କୌଶଳ ସହ ରିହାତି ଦରରେ ମହାରଷ୍ଟ୍ରରୁ କଦଳୀ ଚାରା ଯୋଗାଇ ଦିଆଯାଇଛି । ୪୦ ପ୍ରତିଶତ କଦଳୀ ଚାରାରେ ସବସିଡ୍ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରତ୍ୟେକ୍ଷ ତତ୍ୱାବଧାନ ଦେଶୀ ପଦ୍ଧତିରେ କଦଳୀ ଚାଷ କରାଯାଇଥିବା କହିଛନ୍ତି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ । ହରିଶ୍ଚନ୍ଦ୍ର ଏବେ ଗୋଟିଏ କାନ୍ଧିକୁ ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ବେଶ ଲାଭବାନ ହୋଇ ପରିଛନ୍ତି ।

from Kanak News
via <a href="https://ifttt.com/?

ଆରାମ ନେବା ସମୟରେ ପରିଶ୍ରମ କରି ସଫଳତା ପାଇଛନ୍ତି ମାର୍ଶାଘାଇର ପଦନ ଲେଙ୍କା । ସମବାୟ ସମିତିରୁ ଋଣ ନେଇ ତିନି ଏକର ଜମିରେ କରୁଛନ୍ତି ସମନ୍ୱିତ କୃଷି ।   

କନକ ବ୍ୟୁରୋ : ପ୍ରାଥମିକ କୃଷି ସମବାୟ ସମିତିରୁ ରୁଣ ନେଇ ଆରମ୍ଭ କରିଥିଲେ ଚାଷ ଆଉ ସେଇ ଚାଷ ଆଜି ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ଏବଂ ରୋଜଗାର  । ନିଜେ ଭଲ ଦୁଇ ପଇସା ରୋଜଗାର କରିବା ସହିତ ସ୍ଥାନିୟ ଅଂଚଳରେ ଜଣେ ସଫଳ ଏବଂ ପ୍ରତିଷ୍ଠିତ ଚାଷି ଭାପରେ ସୁନାମ ଅର୍ଜନ କରିଛନ୍ତି  । ଏହି ଚାଷ କାର୍ଯ୍ୟରେ ତାଙ୍କୁ ସହଯୋଗ କରୁଛନ୍ତି ପରିବାରର ସଦସ୍ୟ ଏବଂ ଦୁଇ ପୁଅ ଏବଂ ନିଜ ଫାର୍ମ ହାଉସରେ ନିଯୁକ୍ତି ଦେଇଛନ୍ତି ଗ୍ରାମର କିଛି ଯୁବକଙ୍କୁ  ।

ପଦନ ଲେଙ୍କା । ବୟସ ୭୦ ଛୁଇଁଲାଣି । ଯେଉଁ ବୟସରେ ଲୋକେ ଘରେ ଆରମା କରନ୍ତି, ସେହି ବୟସରେ ସେ ଆଜି ଜଣେ ସଫଳ ଚାଷୀ ଭାବେ ସ୍ଥାନୀୟ ଅଂଚଳରେ ପରିଚିତ । କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ଗାଁର ପଦନ, ନିଜ ୩ ଏକର ଜମିରେ ଭଳି କି ଭଳି ଚାଷ କରୁଛନ୍ତି । ପନିପରିବା ସହ ମାଛ ଚାଷ, ଏହା ସହ ସେ କରୁଛନ୍ତି କୁକୁଡା, ବତକ ଚାଷ । କେବଳ ସେତିକିରେ ସେ ରହିଯାଇ ନାହାନ୍ତି ଗାଈ ରଖିବା ସହ କ୍ଷୀର ବେପାରରେ ବି ସେ ଲାଭବାନ ହେଉଛନ୍ତି ।

ପଦନ ପ୍ରଥମେ କେବଳ ଧାଣ ଚାଷ କରୁଥିଲେ ପରେ ଅଧୀକ ରୋଜଗାର ଆଶାରେ ସମନ୍ୱିତ କୃଷି ପ୍ରଣାଳୀରେ ଚାଷ କାର୍ଯ୍ୟ କରିବାପାଇଁ ଆଗ୍ରହ ପ୍ରକାଶ କରିବା ସହିତ କୁହୁଡି ପ୍ରାଥମିକ କୃଷି ସମବାୟ ସମିତିର ଅଧିକାରୀଙ୍କ ସହିତ ରୁଣ ପାଇଁ ଯୋଗାଯୋଗ କରିଥିଲେ  । ଏବେ ସେ ୨ ଲକ୍ଷଟଙ୍କା ରୁଣ ଆଣି ଆରମ୍ଭ କରିଥିବା ସମନ୍ୱିତ ଚାଷରେ ବାର୍ଷିକ ଲକ୍ଷାଧୀକ ଟଙ୍କା ରୋଜଗାର କରୁଛନ୍ତି  ।

କୃଷି ଏବଂ କୃଷକ ମାନଙ୍କର ସାମଗ୍ରିକ ଉନ୍ନତି ସହିତ ଉତ୍ପନ୍ନ ହେଉଥିବା ଫସଲକୁ ସଠିକ ଭାବରେ ବିକ୍ରିବଟା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ପ୍ରଣୟନ କରିଛନ୍ତି  । ବିଭିନ୍ନ ଘରୋଇ ଏବଂ ଜାତୀୟ କରଣ ବ୍ୟାଙ୍କର କମ ସୁଧରେ ରୁଣ ମଧ୍ୟ ପ୍ରଦାନ କରୁଛନ୍ତି  ।

ଆଗ୍ରହୀ ଚାଷି ମାନେ ସମବାୟ ସମିତିରୁ ରୁଣ ଆଣି ସଠିକ ବିନିଯୋଗ କରିବା ସହିତ ସରକାର ଚାଷିମାନଙ୍କ ଉନ୍ନତି ପାଇଁ ପ୍ରଦାନ କରୁଥିବା ସୁବିଧା ସୁଯୋଗ ନେଇ ଆତ୍ମନିର୍ଭରଶିଳ ହୋଇ ପାରୁଛନ୍ତି ନିଜେ ଆତ୍ମନିର୍ଭରଶିଳ ହୋଇପାରୁଛନ୍ତି । ପଦନ ଲେଙ୍କାଙ୍କ ସଫଳତା ଅନ୍ୟ ଆଗ୍ରହୀ ଚାଷୀଙ୍କ ପାଇଁ ପ୍ରେରଣା ସାଜିଛି । ଋଣ କରି ତାହାର ସଠିକ ବିନିଯୋଗ ସଫଳତା ଆଣିପାରେ ତାହାର ପ୍ରମାଣ ହେଉଛନ୍ତି ପଦନ ।

from Kanak News
via <a href="https://ifttt.com/?

ପୁଣି ଆରମ୍ଭ ହେଲା ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ଛାନଭିନ । ଅଧିକ ଖୋଳତାଡ ପାଇଁ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଟ୍ରାଂଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଲା ସିବିଆଇ

କନକ ବ୍ୟୁରୋ : ଦେଶରେ ସବୁଠାରୁ ବଡ ଚିଟଫଣ୍ଡ ଦୁର୍ନୀତି କରିଥିବା ରୋଜଭ୍ୟାଲି ସଂସ୍ଥା ବାବଦରେ ପୁଣି ଖୋଳତାଡ ଆରମ୍ଭ କରିଛି ସିବିଆଇ । ରୋଜଭ୍ୟାଲି ଗ୍ରୁପର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିବାର ଦିନକ ପରେ ଭୁବନେଶ୍ୱର ଆଣିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଶୁକ୍ରବାର ତାଙ୍କୁ ଗିରଫ କରିବା ପରେ କୋଲକାତାର ଏକ କୋର୍ଟରେ ହାଜର କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣାଯାଇଛି ।

ଅଧିକ ଲାଭର ଲୋଭ ଦେଖାଇ ଜମାକାରୀଙ୍କଠାରୁ ପ୍ରାୟ ୧୭ ହଜାର କୋଟି ଟଙ୍କା ଲୁଟିନେଇଛି ରୋଜଭ୍ୟାଲି ଚିଟ୍ଫଣ୍ଡ ସଂସ୍ଥା । ଏହି ମହାଦୁର୍ନୀତିରେ ଆଉ କେଉଁମାନଙ୍କ ସଂପୃକ୍ତି ରହିଛି ଖୋଳତାଡ କରିବା ପାଇଁ ଶୁଭ୍ରାଙ୍କୁ ସିବିଆଇ ଭୁବନେଶ୍ୱର ଆଣିଥିବା ଅନୁମାନ କରାଯାଉଛି ।

ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟିନେଇ ଏହାକୁ ଦେଶବ୍ୟାପୀ ହୋଟେଲ ଓ ରିସୋର୍ଟ ବ୍ୟବସାୟରେ ନିବେଶ କରିଥିଲା ରୋଜଭ୍ୟାଲି । ସଂସ୍ଥାର ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ ମଧ୍ୟ ଏକ ଜୁଏଲାରୀ ରିଟେଲ ଚେନ ଚଳାଇଥିଲେ । ଯାହାକୁ ୨୦୧୫ରେ ସିଲ କରିଦେଇଥିଲା ସିବିଆଇ । ଚିଟ୍ଫଣ୍ଡ ଟଙ୍କା କେଉଁଠି ନିବେଶ ହୋଇଛି ସେନେଇ ଖୋଳତାଡ କରୁଥିବା ପ୍ରବର୍ତନ ନିର୍ଦ୍ଦେଶାଳୟ ମଧ୍ୟ ୨୦୧୯ ନଭେମ୍ବରରେ ଶୁଭ୍ରାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଥିଲା । ଉଭୟ ସିବିଆଇ ଓ ଇଡିର ଏକାଧିକବାର ଜେରାପରେ ଶେଷେରେ ଗତ ଶୁକ୍ରବାର ଶୁଭ୍ରାଙ୍କୁ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ପଶ୍ଚିମବଙ୍ଗ ସମେତ ଓଡିଶାରେ ଜମାକାରୀଙ୍କୁ ଲୁଟିଛି ରୋଜଭ୍ୟାଲି ଚିଟଫଣ୍ଡ ସଂସ୍ଥା । ସୁପ୍ରିମକୋର୍ଟଙ୍କ ତତ୍ୱାବଧାନରେ ଏହି ବହୁକୋଟି ଟଙ୍କା ଦୁର୍ନୀତିର ଛାନଭିନ କରୁଥିବା ସିବିଆଇ, ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ୨୦୧୫ ମାର୍ଚ୍ଚରେ ଗିରଫ କରିଥିବାବେଳେ ଏବେ ସେ ଜେଲରେ ଅଛନ୍ତି । ସଂସ୍ଥାର ପ୍ରାୟ ୨ହଜାର ୩ଶହ କୋଟି ଟଙ୍କାର ସଂପତି ଆଟାଚ୍ କରିସାରିଲାଣି ପ୍ରବର୍ତନ ନିର୍ଦ୍ଦେଶାଳୟ । ସଂସ୍ଥା ସହ ସଂପୃକ୍ତି ଅଭିଯୋଗରେ ଟିଏମସିର ଲୋକସଭା ସାଂସଦ ସୁଦିପ ବନ୍ଦୋପାଧ୍ୟାୟଙ୍କୁ ଗିରିଫ କରିଥିଲା ସିବିଆଇ ।
ଅବଶ୍ୟ ଜାମିନରେ ଆସିବା ପରେ ଏବେ ସେ ବିଜେପି ଶିବିରରେ । ସେହିପରି ୨୦୧୭ରେ ତାପସ ପାଲଙ୍କୁ ମଧ୍ୟ ଗିରଫ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ସେ ମଧ୍ୟ ଜାମିନରେ ଆସିଥିବାବେଳେ ଗତବର୍ଷ ତାଙ୍କର ଦେହାନ୍ତ ହୋଇସାରିଛି । ତେଣୁ ଓଡିଶାରେ ଏହି ସଂସ୍ଥାର ବିସ୍ତାର ପାଇଁ କେଉଁ ପ୍ରଭାବଶାଳୀଙ୍କ ସଂପୃକ୍ତି ରହିଥିଲା, ସେନେଇ ଅଧିକ ଛାନଭିନ କରିପାରେ ସିବିଆଇ ।

from Kanak News
via <a href="https://ifttt.com/?

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା । କରୋନା ଟିକା ନେବା ପରେ ୫୧ ଜଣଙ୍କ ନିକଟରେ ଦେଖାଦେଇଛି ପାଶ୍ୱର୍ ପ୍ରତିକ୍ରିୟା । 

କନକ ବ୍ୟୁରୋ : ଗତକାଲିଠାରୁ ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଥିଲା। ଏହି ଟିକା ନିରାପଦ ବୋଲି ବୈଜ୍ଞାନିକ ଏବଂ ଡାକ୍ତରମାନେ କହିଥିବା ବେଳେ ଟିକା ନେବା ପରେ ପରେ ୫୧ଜଣଙ୍କ ପାଖରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିବା କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ।

ତାଙ୍କ କହିବା ମୁତାବକ,  ପ୍ରଥମ ଦିନରେ ଦିଲ୍ଲୀରେ ୪,୩୧୯ଜଣଙ୍କୁ କରୋନା ଟିକା ଦିଆଯାଇଥିବା ବେଳେ ଜଣଙ୍କର ଗମ୍ଭୀର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା। ଏବେ ତାଙ୍କ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ରୋଗୀ ଜଣଙ୍କ ହସ୍ପିଟାଲରେ ସୁରକ୍ଷାଗାର୍ଡ ଭାବେ କାମ କରନ୍ତି। ତେବେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥିବା ୫୧ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନାହିଁ ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଟିକାକରଣ ପୂର୍ବରୁ ସରକାର ଦୁଇଟି କରୋନା ଟିକାକୁ ଅନୁମତି ଦେଇଥିଲେ। ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋିଭିସିଲ୍ଡ ଏବଂ ଭାରତ ବାୟୋ।ଟେକର କୋଭାକ୍ସିନର ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ଏହା ପରେ ଦେଶରେ ଡ୍ରାଏ ରନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ ୩କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବାକୁ ଥିବା ବେଳେ ଏହା ପରେ ପରେ  ୫୦ବର୍ଷରୁ ଉର୍ଦ୍ଧ୍ବ ଏବଂ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିବା ୫୦ବର୍ଷରୁ କମ ବର୍ଷର ୨୭କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ।

from Kanak News
via <a href="https://ifttt.com/?

ସମସ୍ୟା ଦେଖାଇଲା ସମାଧାନର ବାଟ । ୟୁଟ୍ୟୁବରୁ ଶିଖି ବାସି ଫୁଲରୁ ଧୂପକାଠି ତିଆରି କଲେ କଲେଜ ଛାତ୍ର । ଗଞ୍ଜାମର ଶିବଙ୍କୁ ଭୁରିଭୁରି ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

କନକ ବ୍ୟୁରୋ: ସମସ୍ୟା ଭିତରେ ସମାଧାନର ବାଟ ଖୋଜି ଜଣେ ଛାତ୍ର କେମିତି ପାଇଛନ୍ତି ସଫଳତା, ଏହି କାହାଣୀକୁ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବାଦର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଏହି କଥା ସେ କହିବା ପରେ ଚର୍ଚ୍ଚାକୁ ଆସିଛନ୍ତି ହିଂଜିଳିର ଅଖ୍ୟାତ ଗାଁର ଜଣେ କଲେଜ ଛାତ୍ର ଶିବ ପାତ୍ର । ୟୁଟ୍ୟୁବରୁ ଧୂପକାଠି ତିଆରି ଶିଖିବା ସହ ସେ ଆଜି ବ୍ୟବସାୟରେ ପାଇଛନ୍ତି ସଫଳତା ।

ସମ୍ବାଦର ଆୟୋଜିତ ‘ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ’ ଉତ୍ସବରେ ଏହି କଥା କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଣେ ଛାତ୍ର କିଭଳି ନିଜ ଉଦ୍ୟମରେ ଧୂପକାଠି ତିଆରି ଶିଖି ନିଜକୁ ସ୍ୱାବଲମ୍ବୀ କରିବା ସହ ଅନ୍ୟମାନଙ୍କ ପାଇଁ ରୋଜଗାରର ବାଟ ଫିଟାଇଛନ୍ତି ତାହା ବର୍ଣ୍ଣନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଗଂଜାମ ଜିଲ୍ଲାର ହିଂଜିଳି ବ୍ଲକର ପୁଡିଙ୍ଗି ଗାଁର ଶିବ ପାତ୍ର ଏବେ ଚର୍ଚ୍ଚାରେ ।

ଲକ୍ଡାଉନ୍ରେ ଶିବ ପାତ୍ରଙ୍କ ପରିବାର ଆର୍ଥିକ ସମସ୍ୟା ଭିତରେ ଛନ୍ଦି ହୋଇଥିଲା । ସ୍ଥିତି ଏପରି ହେଲା ଯେ କଲେଜ ଫି ଦେବା ପାଇଁ ମଧ୍ୟ ତାଙ୍କ ବାପାଙ୍କ ପାଖରେ ଟଙ୍କା ନଥିଲା । ତେବେ ଧାରଉଧାର କରି ପୁଅ ପାଇଁ ବାପା ୩ ହଜାର ୫ଶହ ଟଙ୍କା ଯୋଗାଡ କରିଥିଲେ । କିନ୍ତୁ ଏହି ଟଙ୍କାକୁ ଶିବ କଲେଜ ଫି ବାବଦରେ ନଦେଇ ଏଥିରୁ ସେ ତିଆରି କରିଥିଲେ ଧୂପକାଠି । ୟୁଟ୍ୟୁବ୍ରୁ ସେ ଏହି ଧୂପକାଠି ନିର୍ମାଣ ଶିଖିଥିଲେ । ଅଲୋଡା ହୋଇ ଫୋପଡା ହୋଇ ପଡୁଥିବା ବାସିଫୁଲକୁ ଶିବ ସଂଗ୍ରହ କରୁଥିଲେ । ସକାଳୁ ସକାଳୁ ବିଭିନ୍ନ ମନ୍ଦିରକୁ ଯାଇ ସେଠାରୁ ବାସିଫୁଲ ସଂଗ୍ରହ କରୁଥିଲେ ଏବଂ ଏହାକୁ ଶୁଖାଇ ପୁରୁଣା ଖବର କାଗଜ ସହ ମିଶାଇ ନିର୍ମାଣ କରିଥିଲେ ଧୂପକାଠି । ୩ ହଜାର ୫ଶହ ଟଙ୍କାର ଧୂପକାଠି ତିଆରି କରି ସେ ଆରମ୍ଭ କରିଥିଲେ ନିଜ ବ୍ୟବସାୟ ।

ମାତ୍ର ୪ ମାସ ତଳେ ଶିବ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ମାଆ କାଳି ବ୍ରାଂଡରେ ଚାରି ପ୍ରକାର ଧୂପକାଠି ସେ ତିଆରି କରୁଛନ୍ତି । ଏବେ ଏହି କାମରେ ସ୍ଥାନୀୟ କିଛି ମହିଳାଙ୍କ ପାଇଁ ମଧ୍ୟ ସେ ରୋଜଗାରର ବାଟ ଫିଟାଇଛନ୍ତି । ଶିବ ପାତ୍ରଙ୍କ ଏହି ଉଦ୍ୟମ ଏବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର କାହାଣୀ ସାଜିଛି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା ତାଙ୍କ ଭିତରେ ନୂଆ ଉତ୍ସାହ ଭରି ଦେଇଛି ।

from Kanak News
via <a href="https://ifttt.com/?

ଚାଷୀଙ୍କ ପାଖରେ ଅଛି ଟୋକନ । ହେଲେ ଟାର୍ଗେଟ ପୂରଣ କହି ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ପ୍ରତିବାଦରେ କାଲିମେଳାରେ ରାସ୍ତାରୋକ । 

କନକ ବ୍ୟୁରୋ : ଚାଷୀଙ୍କ ପାଖରେ ଟୋକନ୍ ଅଛି, ଧାନ କିଣା ହୋଇନି । ହେଲେ ମଣ୍ଡି ବନ୍ଦ ହୋଇଯାଇଛି । ମାଲକାନଗିରି କାଲିମେଳା ଅଂଚଳର ପ୍ରାୟ ୫୦ ପ୍ରତିଶତ ଚାଷୀ, ଟୋକନ୍ ଥିବା ସତ୍ୱେ ଧାନ ବିକ୍ରି କରିପାରିନଥିବା ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୩୦ ତାରିଖରୁ କାଲିମେଳା ଅଂଚଳରେ ଆରମ୍ଭ ହୋଇଥିବା ଧାନ ସଂଗ୍ରହ ଅଭିଯୋଗ ଆଜିଠାରୁ ବନ୍ଦ ରହିଛି । କିନ୍ତୁ ବିଭିନ୍ନ ମଣ୍ଡି ଓ ଚାଷୀଙ୍କ ଘରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଛି । ଏଭଳି ସ୍ଥିତିରେ ମଣ୍ଡି ବନ୍ଦ ନିଷ୍ପତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

ଏହି ନାରାବାଜି, ପ୍ରତିବାଦ ଓ ରାସ୍ତାରୋକ୍ ପଛରେ ରହିଛି ଚାଷୀ ଅସନ୍ତୋଷ । ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀ ଧାନ ବିକ୍ରି କରିବା ପୂର୍ବରୁ ମଣ୍ଡି ବନ୍ଦ ପ୍ରତିବାଦରେ କାଲିମେଳା-ମାଲକାନଗିରି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗ, ଏବେ ବି, ମଣ୍ଡି ଓ ଘରେ ଧାନ କଚ୍ଛିତ ହୋଇ ରହିଥିବା ବେଳେ ଟାର୍ଗେଟ୍ ପୁରଣ ହୋଇଯାଇଛି କହି, ମଣ୍ଡିକୁ ବନ୍ଦ କରି ଦିଆଯାଇଛି । ଏମିତି କି ଚାଷୀଙ୍କ ପାଖରେ ଧାନ ବିକ୍ରି ପାଇଁ ଟୋକନ୍ ଥିବା ବେଳେ ମଣ୍ଡି ବନ୍ଦ ହୋଇଯାଇଥିବା ଅଭିଯୋଗ କରିଛନ୍ତି ।

ଚାଷୀଙ୍କ ଏହି ଆନ୍ଦୋଳନରେ କଂଗ୍ରେସ ନେତା ପ୍ରଦୀପ ମାଝୀ ସାମିଲ ହୋଇ, ପ୍ରଶାସନର ଧାନ କିଣା ନୀତିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି- ପାଖାପାଖି ୫ ଲକ୍ଷ କ୍ୱିଂଟାଲ ଧାନ ବିଭିନ୍ନ ମଣ୍ଡି ଓ ଚାଷୀଙ୍କ ଘରେ ପଡ଼ି ରହିଛି । ପ୍ରାୟ ୧୫ ହଜାର ୫ଶହ ଟୋକାନ୍ ମଧ୍ୟ ଇସ୍ୟୁ ହୋଇଛି । ଆଉ ଏହାରି ଭିତରେ ମଣ୍ଡି ବନ୍ଦ ନିଷ୍ପତିକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି ।

ଏଠି ପ୍ରଶ୍ନ ଉଠୁଛି- ଟୋକନ୍ ପାଇଥିବା ଚାଷୀ ଧାନ ବିକି ନଥିବା ବେଳେ ଟାର୍ଗେଟ୍ ପୂରଣ ହେଲା କେମିତି? ଏବେ ବି ପ୍ରାୟ ୫୦% ଟୋକନଧାରୀ ଚାଷୀଙ୍କ ଧାନ କିଣାଯାଇନାହିଁ କାହିଁକି? ଚାଷୀଙ୍କ ପାଖରେ ଥିବା ବଳକା ଧାନ ରହିଛି, ସେହି ଚାଷୀମାନେ ଧାନ ବିକିବେ କେଉଁଠି?

ମାଲକାନଗିରି କାଲିମେଳା ଅଂଚଳରେ ଚାଷୀ ଧାନ ବିକ୍ରି କରିବାକୁ ପ୍ରତିବାଦ କରୁଥିବା ବେଳେ ଗଂଜାମ ସାନଖେମୁଣ୍ଡିରେ ଧାନ ଖଳାରେ ଜଳି ଯାଇଛି, ଚାଷୀର ଗୋଟିଏ ବର୍ଷର ପରିଶ୍ରମ । ସାନଖେମୁଣ୍ଡି ପାଟପୁର ଗାଁରେ ଖଳାରେ ହିଁ ଜଳି ଯାଇଛି କ୍ୱିଂଟାଲ କ୍ୱିଂଟାଲ ଧାନ । ପ୍ରାୟ ୧୨ ଏକର ଜମିରୁ ରବି ସ୍ୱାଇଁ ଅମଳ କରିଥିବା ଧାନ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଶେଷରେ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଛନ୍ତି  ।

from Kanak News
via <a href="https://ifttt.com/?

ବୌଦ୍ଧରୁ ଆସିଲା ଚୋରିର ନିଆରା କାହାଣୀ । ଘରେ ପଶି ବନ୍ଧୁକ ଦେଖାଇ ଲୁଟିଲେ, ୮ ଲକ୍ଷ ଟଙ୍କାର ଅଳଙ୍କାର ଲୁଟିବା ପରେ ଛାଡିଦେଲେ ସୁନା ଚୁଡ଼ି

କନକ ବ୍ୟୁରୋ : ଲୁଟେରା ଆସିଲେ ଲୁଚ କଲେ ହେଲେ ଛାଡିଗଲେ ମହିଳାଙ୍କ ସୁନାର ସଂଖା । ଏହି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଦେଉଳି ଗାଁରେ । ଲୁଟେରାମାନେ ରାତିଅଧିଆ ଘରେ ପଶିଥିଲେ । ଦୁଇଟି ତାଲା ଭାଙ୍ଗିବା ପରେ ଶୋଇବା ଘରେ ପଶି ଘରର ମାଲିକ ଏବଂ ତାଙ୍କ ପତ୍ନୀଙ୍କ ବେକରେ କାତି ରଖି ସୁନାଗହଣା ଲୁଟ କରିଥିଲେ ।

ପ୍ରାୟ ସାଢେ ୮ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟ କରିଥିଲେ । ଲୁଟର ଶିକାର ହୋଇଛନ୍ତି ଦେଉଳିର ଗଣେଷ ପ୍ରସାଦ ମିଶ୍ରଙ୍କ ଘରେ । ଲୁଟେରାମାନେ ଓଡିଆ ଓ ହିନ୍ଦୀ ଭାଷାରେ କଥା ହେଉଥିଲେ ।

from Kanak News
via <a href="https://ifttt.com/?

ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ବଲିଉଡ ଷ୍ଟାର ଅକ୍ଷୟ କୁମାର ଦେଲେ ଦାନ  । ରାମସେତୁର କାହାଣୀ କହି ଲୋକଙ୍କୁ ଅଭିଯାନରେ ସାମିଲ ହେବାକୁ କଲେ ଅପିଲ ।

କନକ ବ୍ୟୁରୋ : ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଧନସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଯେଉଁ ଅଭିଯାନରେ ସାମିଲ ହେବା ସହ ଲୋକେ ନିଜ କ୍ଷମତା ଅନୁସାରେ ଦାନ କରୁଛନ୍ତି । ଆଉ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ରାମ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାନ କରିବା ସହ ଭିଡ଼ିଓ ଜାରି କରି ସମସ୍ତଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି ଅକ୍ଷୟ ।

ଟ୍ୱିଟରରେ ଅକ୍ଷୟ ସେୟାର କରିଥିବା ଭିଡ଼ିଓରେ ଲେଖିଛନ୍ତି ଯେ, ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ବହୁତ ଆନନ୍ଦର ବିଷୟ । ଏବେ ଏହି ନିର୍ମାଣରେ ଆମର ଯୋଗାଦାନର ସମୟ ଆସିଛି । ମୁଁ ଏହାର ଆରମ୍ଭ କରି ସାରିଛି, ଆଶା ଅଛି ଆପଣ ମଧ୍ୟ ଏହି ଅଭିଯାନରେ ସାମିଲ ହେବେ । ଏହାସହ ଭିଡ଼ିଓରେ ନିଜ ଝିଅକୁ ରାମସେତୁ ବାବଦରେ କହିଥିବା କାହାଣୀ ମଧ୍ୟ ଉଲ୍ଲେଖ କରିଥିଲେ । ଆଉ ଏହାସହ ଲୋକ ମାନଙ୍କୁ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ନିଜ ସକ୍ଷମ ଅନୁଯାୟୀ ସହାୟତା କରିବାକୁ ଅପିଲ କରିଥିଲେ ଅକ୍ଷୟ ।  ଏହି ମନ୍ଦିର ନିର୍ମାଣ ସହ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନଶୈଳୀ ଓ ସନ୍ଦେଶକୁ ନେଇ ଆଗକୁ ବଢିବାକୁ ଭବିଷ୍ୟତ ପିଢୀକୁ ପ୍ରେରଣା ମିଳୁ ବୋଲି କହିଛନ୍ତି ଅକ୍ଷୟ ।

https://platform.twitter.com/widgets.js

 ରାମ ମନ୍ଦିର ନିର୍ମାଣ ପାଇଁ ଚାଲିଥିବା ଅଭିଯାନକୁ ଜାନୁଆରୀ ୧୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆରମ୍ଭ କରିଥିଲେ । ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ଦାନ ଦେବା ସହ ଏହି ଅଭିଯାନକୁ ଆରମ୍ଭ କରିଥିଲେ । ଏହାପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ବଡ ବଡ ଶିଳ୍ପପତି ଏପରିକି ସାଧାରଣ ଲୋକେ ମଧ୍ୟ ନିଜ କ୍ଷମତା ଅନୁସାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦାନ ଦେଉଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started