ନବରଙ୍ଗପୁର ପାଲାପଦରରେ ନିର୍ମାଣଧୀନ ପୋଲ ଭୁଷୁଡ଼ିବା ଘଟଣା । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ଗିରଫ ।

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁଷୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ହୋଇଛନ୍ତି । ନବରଙ୍ଗପୁର ପୋଲିସ ଅସିତଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି ।

ଗତ ୧୦ ତାରିଖ ଦିନ ଉମରକୋଟ ତାଲାପଦରରେ ପୋଲ ଭୁସୁଡ଼ିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା । ସୁନାବେଡ଼ା ଇସି ଏବଂ ଇଆଇସି ସୁରେଶ ମିଶ୍ର ଘଟଣାର ତଦନ୍ତ କରୁଥିଲେ । ପରେ ଠିକାଦାର ଆଶିଷ ବିଶ୍ୱାଳ ଓ ଅନ୍ୟମାନଙ୍କ ନାଁରେ ଉମରକୋଟ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ତିନିଜଣ ଗିରଫ ଭୟରେ ଫେରାର ଥିଲେ ।

from Kanak News
via <a href="https://ifttt.com/?

ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା: ମିଳିଥିଲା ସରକାରଙ୍କ ଚିଠି, ଅଗ୍ରାହ୍ୟ କରିଥିଲେ ହାଇକୋର୍ଟ; ବିରୋଧୀଙ୍କ ଉପରେ ଗର୍ଜିଲା ବିଜେଡି

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ମନିଟରିଂ ପାଇଁ ଜଣେ କାର୍ୟ୍ୟରତ ବିଚାରପତି ନିଯୁକ୍ତି ଲାଗି ରାଜ୍ୟ ସରକାରଙ୍କ ନିବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟର ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ ଡେପୁଟି ରେଜିଷ୍ଟ୍ରାର ୧୬ ତାରିଖ ଦିନ ଆଉ ଏକ ଚିଠି ଲେଖି ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଜଣାଇଛନ୍ତି ଯେ ଡିସେମ୍ବର ପହିଲା ଦିନ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଛି। ଏଥିସହିତ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ନଭେମ୍ବର ୨୮ ତାରିଖରେ ପଠାଯାଇଥିବା ଚିଠି କୁଆଡେ ଗଲା ବୋଲି ବିଭିନ୍ନ ମହଲରେ ଯେଉଁ ସଂଶୟ ପ୍ରକାଶ ପାଇଥିଲା, ତା’ର ପରିସମାପ୍ତି ଘଟିଛି।

ଅନ୍ୟପକ୍ଷରେ ଗତକାଲି ବିଜେଡି ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନେଇ ହାଇକୋର୍ଟ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଇତିମଧ୍ୟରେ ତିନିଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ମାର୍ଚ୍ଚ ୨୫ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ୟ୍ୟ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ପରୀ ହତ୍ୟା ଘଟଣାର ତଦନ୍ତ ଲାଗି ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି) ଗଠନ ସକାଶେ ୨୦୨୦ ନଭେମ୍ବର ୨୭ ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ନଭେମ୍ବର ୨୮ ତାରିଖରେ ଓଡ଼ିଶା ସରକାର ଏସ୍ଆଇଟି ଗଠନ ନେଇ ହାଇକୋର୍ଟଙ୍କୁ ଅବଗତ କରିବା ସହିତ ତଦନ୍ତ ମନିଟରିଂ ପାଇଁ ଅଦାଲତଙ୍କୁ ଅନୁରୋଧ କରିଥିଲେ। ହେଲେ ଓଡ଼ିଶା ବିଜେପି ପରୀ ହତ୍ୟା ଘଟଣାରେ ଗିରଫ ଅଭିଯୁକ୍ତକୁ ପ୍ରଥମ ଦିନରୁ ସମର୍ଥନ କରିଆସୁଛି। ମନଗଢ଼ା ଅଭିଯୋଗ ଓ ଶସ୍ତା ରାଜନୀତି ଚଳାଇଛି। ଓଡ଼ିଶା ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ନିମ୍ନସ୍ତରର ରାଜନୀତି କେବେ ବି ଦେଖିବାକୁ ମିଳିନଥିଲା ଯାହା ପରୀ ଘଟଣାରେ ଓଡ଼ିଶା ବିଜେପି ଦେଖାଉଛି। କେବଳ ସେତିକି ନୁହେଁ, ଓଡ଼ିଶାବାସୀ ରାଜ୍ୟ ବିଜେପିର ଏଭଳି ମନଗଢ଼ା ମିଥ୍ୟା ଆରୋପକୁ ପ୍ରତିଦିନ ଅନୁଧ୍ୟାନ କରିବା ସହିତ ଅତୀତରେ ବିଜେପିକୁ ଯେଭଳି ଶିକ୍ଷା ଦେଇଛନ୍ତି ପୁଣିଥରେ ତାହା ଦୋହରାଇବେ ବୋଲି ସେ କହିଛନ୍ତି।

ଉଲ୍ଲେଖଥାଉକି, ଗତ ୬ ତାରିଖ ଦିନ ଶ୍ରୀ ପଣ୍ଡାଙ୍କୁ ହାଇକୋର୍ଟ ଜନ ସୂଚନା ଅଧିକାରୀ ଦେଇଥିବା ତଥ୍ୟରେ କୁହାଯାଇଥିଲା ଯେ ତଦନ୍ତ ମନିଟରିଂ ପାଇଁ ରାଜ୍ୟ ସରକାରଙ୍କର ପତ୍ର ମିଳିନାହିଁ। ଏହି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଓ ବିଜେପି ପକ୍ଷରୁ ସାଧାରଣ ସଂପାଦକ ଲେଖାଶ୍ରୀ ସାମନ୍ତସିଂହାର ବିଜେଡିକୁ ସମାଲୋଚନା କରିବା ସହିତ ସ୍ବାଧିକାର ଭଙ୍ଗ ନୋଟିସ୍ ପାଇଁ ଧମକ ଦେଇଥିଲେ। ରବିବାର ବିଜେଡି ପକ୍ଷରୁ ମୁଖପାତ୍ର ଈପ୍ସିତା ସାହୁ ଏହାର ଜବାବ ଦେଇ କହିଛନ୍ତି, ଯଦି ଲେଖାଶ୍ରୀଙ୍କର ଅଭିଯୁକ୍ତଙ୍କ ପାଇଁ ଏତେ ଲୁହ ଝରୁଛି, ତେବେ ସେ ଯାଇ କୋର୍ଟରେ ତାଙ୍କ ପାଇଁ ଲଢନ୍ତୁ। ଲେଖାଶ୍ରୀ ମାନସିକ ସନ୍ତୁଳନ ହରାଇଛନ୍ତି ଓ ହତାଶ ହୋଇ ଏଭଳି ବିବୃତି ଦେଇଛନ୍ତି।

from Kanak News
via <a href="https://ifttt.com/?

ଗଜପତିରୁ ଜବତ ହେଲା ବହୁମୂଲ୍ୟର ରକ୍ତଚନ୍ଦନ କାଠ : ଦେଢ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ରକ୍ତଚନ୍ଦନ କାଠ ଜବତ କଲା ବନ ବିଭାଗ

କନକ ବ୍ୟୁରୋ : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ସମୟରେ ଜବତ ହେଲା ରକ୍ତ ଚନ୍ଦନ କାଠ । ଦେଢ କ୍ୱିଂଟାଲରୁ ଅଧିକ ଓଜନର ରକ୍ତଚନ୍ଦନ କାଠ ଜବତ କରିଛି ପାରଳାଖେମୁଣ୍ଡି ବନ ବିଭାଗ । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ଚୋରା ଚାଲାଣ କରାଯାଉଥିବା ଅଟୋକୁ ମଧ୍ୟ ଜବତ କରାଯାଇଛି ।

କୌଣସି ସୂତ୍ରରୁ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ଖବର ପାଇଁ ପାରଳାଖେମୁଣ୍ଡି ବନବିଭାଗ । ବାଞ୍ଜିରି ଛକ ନିକଟରେ ଚଢାଉ କରି ଅଟୋରୁ ରକ୍ତ ଚନ୍ଦନ କାଠ ଜବତ କରିଥିଲା । ତେବେ ଜିଲ୍ଲାର ମହେନ୍ଦ୍ରଗିରି ବନାଂଚଳ, ନାରାୟଣପୁର ବନାଂଚଳର ମୂଲ୍ୟବାନ ଚନ୍ଦନ ବଣ ଉପରେ ରାଜ୍ୟର କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଛି । ସାମାନ୍ୟ ସୁଯୋଗ ପାଇଲେ କାଠ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି ।

from Kanak News
via <a href="https://ifttt.com/?

କାଳ ସାଜିଲା ଖେଳ ନିଶା…ପୁଣି ଜୀବନ ନେଲା ଫ୍ରି-ଫାୟାର ! ଅନଲାଇନ ଖେଳରେ ହାରିଯିବାରୁ ବିଷ ପିଇ ଆତ୍ମହତ୍ୟା କଲେ ଯୁବକ

କନକ ବ୍ୟୁରୋ: ଅନଲାଇନ ଖେଳ ଯୁବପିଢ଼ିଙ୍କୁ ଆକୃଷ୍ଟ କରିଚାଲିଥିବାବେଳେ ଅନେକ ସମୟରେ ଏହି ଖେଳକୁ ନେଇ ବହୁ ଘଟଣା ଦୁର୍ଘଟଣା ଘଟିଚାଲିଛି। ଏଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧୀନ ପଥରପୁଞ୍ଜି ଗାଁରେ ଘଟିଛି। ଅନଲାଇନ୍ ଖେଳରେ ହାରିଯିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି।

ଏହି ଯୁବକ ହେଲେ, ନିରଞ୍ଜନ ଷଡ଼ଙ୍ଗୀଙ୍କ ପୁଅ ମନୋରଞ୍ଜନ ଷଡ଼ଙ୍ଗୀ ଓରଫ ତୋଫାନ (୧୯) । ତୋଫାନ ପୁରୀ ତାଳବଣିଆସ୍ଥିତ ଏକ ଆଇଟିଆଇ କଲେଜରେ ପଢ଼ୁଥିଲେ। ତେବେ ଲକଡାଉନ ଯୋଗୁ କଲେଜ ବନ୍ଦ ହେବାରୁ ଦୀର୍ଘ ୧୦ ମାସ ଧରି ନିଜ ଗାଁରେ ରହିଆସୁଥିଲେ। ହେଲେ ଇତିମଧ୍ୟରେ ଅତି ମାରାତ୍ମକ ଫ୍ରି-ଫାୟାର ନାମକ ଏକ ଅନଲାଇନ ଖେଳକୁ ଅଭ୍ୟାସରେ ପରିଣତ କରିଥିଲେ। ଏପରିକି ଏଥିରେ କିଛି ଅର୍ଥ ଉପାର୍ଜନ ହେଉଥିବାରୁ ଏହି ଖେଳକୁ ଦିନକୁ ଦିନ ଆପଣେଇ ନେଇଥିଲେ। କିଛିଦିନ ହେଲା ତୋଫାନ ଖେଳରେ ହାରିଯାଉଥିବାରୁ ଶେଷରେ ନିରାଶ ହୋଇପଡ଼ିଥିଲେ।

ତେବେ ସେ ଶୁକ୍ରବାର ସନ୍ଧ୍ୟାରେ ନିକଟତମ ଜଙ୍ଗଲରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ ସେ ଛାତି ଓ ପେଟରେ ମାତ୍ରାଧିକ କଷ୍ଟ ଅନୁଭବ କରିବାରୁ କୌଣସିମତେ ଘରକୁ ପଳେଇ ଆସିଥିଲେ। ପୁଅର ଏଭଳି ଅବସ୍ଥା ଦେଖି ଘର ଲୋକେ ପ୍ରଥମେ ପ୍ରାଥମିକ ଚିକିତ୍ସା ପାଇଁ ରଣପୁର ହସ୍ପିଟାଲ୍ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ତୋଫାନଙ୍କର ମୃତ୍ୟୁ ଘଟିଛି। ଏ ନେଇ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

from Kanak News
via <a href="https://ifttt.com/?

ବନବିଭାଗ ମହାଦୁର୍ନୀତିର ଚାଞ୍ଚଲ୍ୟକର ତଥ୍ୟ: ବାବୁଙ୍କ ପାଖରେ ଶ୍ରମିକଙ୍କ ପାସବୁକ୍, ଏଟିଏମ୍; ଆକାଉଂଟରୁ ଉଠାଇନେଲେ ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ: ଯାଜପୁର ବନବିଭାଗ ମହାଦୁର୍ନୀତର ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ବନ ବିଭାଗ ଅଧିକାରୀ ଶ୍ରମିକମାନଙ୍କ ପାସବୁକରେ ଟଙ୍କା ଜମା କରି ଏଟିଏମ୍ ଜରିଆରେ ଉଠାଇ ନେଇଛନ୍ତି। ଏହିଭଳି ଭାବେ ଲକ୍ଷ ଲକ୍ଷ ଟଙ୍କା କାରବାର ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, କରୋନା ସମୟରେ ଭୋକ, ଉପାସରେ କାଳାତିପାତ କରୁଥିବା ଶ୍ରମିକ ଏ ସମ୍ପର୍କରେ ସମ୍ପୂର୍ଣ୍ଣଭାବେ ଅନ୍ଧାରରେ ରହିଛନ୍ତି।

ଏହି ଶ୍ରମିକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜିଲ୍ଲାର କୋରେଇ ବ୍ଲକ୍ ବଡ଼ବିରୁଆଁ ପଞ୍ଚାୟତର ବନମାଳିପୁର ଗ୍ରାମର ବୃଦ୍ଧ ଘନଶ୍ୟାମ ମଲିକ। ତାଙ୍କ ପାସବୁକ୍ରୁ ୩୩ହଜାର ଟଙ୍କା ଲେଖାଏଁ ତିନି ଥରରେ ମୋଟ ୯୯ହଜାର ଟଙ୍କା ଜମା କରି ଏଟିଏମ ଜରିଆରେ ଉଠାଇ ନିଆଯାଇଛି। ଭଙ୍ଗା କୁଡ଼ିଆରେ ପଡ଼ିଥିବା, ଭଲ ଭାବରେ ଚଲାବୁଲା କରିପାରୁନାହାନ୍ତି ବୃଦ୍ଧ ଘନଶ୍ୟାମ। ସେ ଓ ତାଙ୍କ ପରିବାର କରୋନା କଟକଣା ସମୟରେ କାମଧନ୍ଦା ନପାଇ ଭୋକ ଉପବାସରେ ଦିନ କାଟୁଛନ୍ତି। ତାଙ୍କ ଆକାଉଣ୍ଟ ବ୍ୟବହାର କରି ଟଙ୍କା ଜମା ସହିତ ଉଠାଯାଇଥିବା ବେଳେ ସେ ଜାଣିନାହାନ୍ତି।

ସେହିପରି ବଡ଼ବିରୁଆଁର ଲକ୍ଷ୍ମୀଧର ମଲିକଙ୍କ ପାସ୍ବୁକରେ ୪୪ହଜାର ୭୦୦ ଟଙ୍କା ଜମା କରି ଏଟିଏମ ଜରିଆରେ ବନ ବିଭାଗ ଅଧିକାରୀ ଉଠାଇ ନେଇଛନ୍ତି। ଲକ୍ଷ୍ମୀଧରଙ୍କ ପରି ମାର୍କଣ୍ଡ ମଲିକଙ୍କ ପାସ୍ବୁକରେ ୪୪ହଜାର ୭୦୦ଟଙ୍କା, ଉଗ୍ରେସନ ଦାସ ପାସବୁକ୍ରେ ୪୫ହଜାର ଟଙ୍କା ଲେଖାଏଁ ୩ଥରରେ ୧ଲକ୍ଷ ୩୫ହଜାର ଜମା କରାଯାଇ ହଡ଼ପ ହୋଇଛି। ମୃତ ବାବୁଲି ମଲିକ ନାମରେ ୪ଥରରେ ୪୪ହଜାର ଟଙ୍କା କରି ମୋଟ ୧ଲକ୍ଷ ୭୬ହଜାର ଟଙ୍କା ଜମା କରାଯାଇ ଏଟିଏମ୍ ଜରିଆରେ ଉଠାଇ ନିଆଯାଇଛି।

from Kanak News
via <a href="https://ifttt.com/?

ସପ୍ତାହେ ଲୁଚକାଳି ଖେଳିବ ଶୀତ! ପୂର୍ବା ପବନର ପ୍ରବାହ ଯୋଗୁଁ ଆଜିଠୁ ରାଜ୍ୟରେ ବଢ଼ିବ ପାରଦ: ୨୦ଯାଏଁ ଉଭେଇଯିବ ଶୀତ, ପୁଣି ୨୧ରୁ ଅନୁଭୂତ ହେବ ଥଣ୍ଡା

କନକ ବ୍ୟୁରୋ: ସପ୍ତାହେ ଯାଏ ଲୁଚକାଳି ଖେଳିବ ଶୀତ। ଆଜିଠାରୁ ରାଜ୍ୟରେ ପୂର୍ବା ପବନର ପ୍ରବାହ ଯୋଗୁଁ ତାପମାତ୍ରା ବଢ଼ିବ। ୨୦ ତାରିଖ ଯାଏଁ ଶୀତ ଉଭେଇଯିବ। ପୁଣି ୨୧ରୁ ୨୩ ତାରିଖ ୨ଦିନ ଶୀତ ଅନୁଭୂତ ହେବା ପରେ ରାଜ୍ୟର ତାପମାତ୍ରା ଊର୍ଧ୍ବମୁଖା ହେବ। ଏହିଭଳି ଭାବେ ଆସନ୍ତା ସାତ ଦିନ ପାଣିପାଗରେ ବାରମ୍ବାର ପରିବର୍ତ୍ତନ ଯୋଗୁଁ ରାଜ୍ୟରେ ଶୀତର ଲୁଚକାଳି ଖେଳ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨୪ ଘଣ୍ଟାରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। କିନ୍ତୁ ଆଜି ରାତିଠାରୁ ରାଜ୍ୟକୁ ପୂର୍ବା ପବନର ପ୍ରବାହ ହେତୁ ତାପମାତ୍ରା ବଢ଼ିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୨୪ ଘଣ୍ଟା ପରେ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦ ଊର୍ଧ୍ବଗାମୀ ହେବ। ଉପକୂଳ ଓଡ଼ିଶାର ତାପମାତ୍ରା ମଧ୍ୟ ୨ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୧୯ ଓ ୨୦ ତାରିଖରେ ରାଜ୍ୟରେ ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ। ୨୧ ତାରିଖରୁ ପାରଦ ପୁଣି ନିମ୍ନଗାମୀ ହେବା ସହ ଶୀତ ବଢ଼ିବ। ଏହିଭଳି ଭାବେ ପାଣିପାଗରେ ତାରତମ୍ୟ ଏ ସପ୍ତାହରେ ଦେଖିବାକୁ ମିଳିବ ବୋଲି କେନ୍ଦ୍ର ସୂଚନା ଦେଇଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ଅନୁରୂପ ଆକଳନ କରିଛନ୍ତି। ସେ କହିଛନ୍ତି, ବିଶେଷ ଭାବେ ଶୀତର ଏହି ଲୁଚକାଳି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ରହିବ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ। କୁହୁଡ଼ି ଜାରି ରହିବ। ଆଭ୍ୟନ୍ତରୀଣ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ୧୯ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ସର୍ବଧିକ ତାପମାତ୍ରା ମଧ୍ୟ ସେହି ପରିମାଣରେ ବଢ଼ିବାର ସମ୍ଭାବନା ରହିଛି। ଏହି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨୦ ତାରିଖରୁ ଓ ସର୍ବାଧିକ ତାପମାତ୍ରା ୨୧ ତାରିଖରୁ ପୁଣି କମିବା ଆରମ୍ଭ ହେବ। ୨୨ ତାରିଖ ସୁଦ୍ଧା ଉଭୟ ତାପମାତ୍ରା ୨ରୁ ୩ ଡିଗ୍ରି କମିଲା ପରେ ୨୩ ତାରିଖରୁ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆଭ୍ୟନ୍ତର ଉତ୍ତର ଓଡ଼ିଶାରେ ମଧ୍ୟ ତାପମାତ୍ରା ପ୍ରାୟତଃ ସେହିପରି ବଢ଼ିବ ଓ କମିବ। ତେବେ ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ତାପମାତ୍ରା ପରିବର୍ତ୍ତନ କିଛି ଅଲଗା ରହିବ। ଏଠି ୨୦ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ଓ ସର୍ବାଧିକ ତାପମାତ୍ରା ୫ ଡିଗ୍ରି ବଢ଼ିବ। ଏହାପରେ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟତଃ ଅପରିବର୍ତ୍ତିତ ରହିବ। ବର୍ତ୍ତମାନର କୁହୁଡ଼ି ଜାରି ରହିବ। ୨୧ରୁ କୁହୁଡ଼ି ଘନତା ବଢ଼ିବାର ସମ୍ଭାବନା ରହିଛି।

from Kanak News
via <a href="https://ifttt.com/?

ଦେଶରେ ୨ଦିନରେ ଟିକା ନେଲେ ୨ ଲକ୍ଷ ୨୪ ହଜାର ଲୋକ: ୪୪୭ ଜଣଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା

କନକ ବ୍ୟୁରୋ: ୧୬ରୁ ଆରମ୍ଭ ହୋଇଥିବା କରୋନା ଟୀକାକରଣ କାର୍ଯ୍ୟକ୍ରମ କାଲି ମଧ୍ୟ ଜାରି ରହିଥିଲା । ତେବେ ଗତକାଲି କେବଳ ୬ଟି ରାଜ୍ୟରେ ଟୀକାକରଣ ହୋଇଥିଲା । ଆଜିଠାରୁ ସମସ୍ତ ରାଜ୍ୟରେ ପୁଣି ଥରେ ସ୍ବାଭାବିକଭାବେ ଟୀକାକରଣ ଆରମ୍ଭ ହେବ । ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଗତକାଲି ପ୍ରାୟ ୧୭୦୭୨ ଜଣ ଟିକା ନେଇଥିଲେ ।

ଶନିବାର ଏବଂ ରବିବାରକୁ ମିଶାଇ ଦେଶରେ ମୋଟ ୪୪୭ ଜଣଙ୍କ ଶରୀରରେ ସାମାନ୍ୟ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥିଲା । ପାର୍ଶ୍ବପ୍ରତିକ୍ରିୟା ମଧ୍ୟରେ ରହିଛି ସାମାନ୍ୟ ଜ୍ବର ଓ ମୁଣ୍ଡବିନ୍ଧା ଆଦି । ସେମାନଙ୍କ ମଧ୍ୟରୁ ମାତ୍ର ୩ଜଣଙ୍କ ଅବସ୍ଥା ଗୁରୁତର ହେବାକୁ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ୩ ଜଣଙ୍କ ମଧ୍ୟରୁ ୨ ଜଣ ଇତି ମଧ୍ୟରେ ସୁସ୍ଥ ଅନୁଭବ କରିବାକୁ ହସପିଟାଲରୁ ଛାଡ଼ ପାଇଛନ୍ତି । ଆଉ ଜଣେ ଏମ୍ସ ଋଷିକେଶରେ ଭର୍ତ୍ତି ଅଛନ୍ତି ଓ ଏବେ ସେ ସୁସ୍ଥ ଅଛନ୍ତି । ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।

ଟୀକାକରଣର ପ୍ରଥମ ଦିନରେ ପ୍ରାୟ ୨ ଲକ୍ଷ ୭ ହଜାର ୨୨୯ ଜଣ ଟିକା ନେଇଥିଲେ । ଶନିବାର ଏବଂ ରବିବାରକୁ ମିଶାଇ ସାରା ଦେଶରେ ମୋଟ ୨ ଲକ୍ଷ ୨୪ ହଜାର ୩୦୧ ଜଣ ଟିକା ନେଇଛନ୍ତି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ମନୋହର ଅଗ୍ରଓ୍ବାଲ କହିଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ । ଭାରତରେ କରୋନା ନିୟନ୍ତ୍ରଣ ପାଇଁ ଜରୁରୀ କାଳିନ ଭିତିରେ ଦୁଇଟି ଟିକା କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ଦିଆଯାଉଛି ।

from Kanak News
via <a href="https://ifttt.com/?

ଆଜିଠୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର: ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି; ମାସ୍କ ପିନ୍ଧିବା, ସାନିଟାଇଜ ବାଧ୍ୟତାମୂଳକ

କନକ ବ୍ୟୁରୋ: କୋଭିଡ କଟକଣା ଭିତରେ ଖୋଲିବ ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶକ କରିବେ ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆଜିିଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି ।

ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଙ୍କୁ ଦର୍ଶନ କରିପାରିବେ । ୩ ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ , ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।

from Kanak News
via <a href="https://ifttt.com/?

ଦିନକର ବିରତି ପରେ ରାଜ୍ୟରେ ଆଜିଠୁ ପୁଣି ଟିକାକରଣ: ଟିକାଦାନ କେନ୍ଦ୍ର ସଂଖ୍ୟା ବଢାଇବାକୁ ସ୍ୱାସ୍ଥ୍ୟ ବିଭାଗର ନିଷ୍ପତ୍ତି

କନକ ବ୍ୟୁରୋ: ଗୋଟିଏ ଦିନର ଅନୁଧ୍ୟାନ ବିରତି ପରେ ଆଜି ଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ ଚାଲିବ ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିବ । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେବ । ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନ୍ରେ ଟିକା ଦିଆଯିବ । ପ୍ରତି ପର୍ଯ୍ୟାୟରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ଅର୍ଥାତ ଦିନକୁ ୧-ହଜାର ଲୋକ ଟିକା ନେବା ପାଇଁ ବ୍ୟବସ୍ଥା ହୋଇଛି ମେଡିକାଲ କଲେଜ ଗୁଡିକରେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ପାଇଁ ଲୋକଙ୍କୁ ଗୋଟିଏ କିମ୍ବା ଦୁଇଟି ସେସନରେ ଟିକାକରଣ କରାଯିବ । ପ୍ରତି ସେସନରେ ଶହେ ଜଣ ଲେଖାଏଁ କୋଭିଡ ଟିକା ନେବେ ବୋଲି ଜଣା ପଡିଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଂଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଦିନକୁ ଗୋଟିଏ ସେସନରେ ଶହେ ଜଣ ଟିକା ନେବେ ।

ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ଦିନରେ ଅର୍ଥାତ ଶନିବାର ଧାର୍ଯ୍ୟ ଲକ୍ଷ୍ୟର ୮୫ପ୍ରତିଶତ ଅର୍ଥାତ୍ ୧୩, ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଛି । ସେହିପରି ୬ଟି ଜିଲ୍ଲାରେ ପ୍ରଥମ ଦିନରେ ୧୦୦% ଟିକାକରଣ ହୋଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଟିକାକରଣ ପରେ ପାଶ୍ୱର୍ ପ୍ରତିକ୍ରିୟା ନେଇ ରାଜ୍ୟର ବିଶେଷ କୌଣସି ଖବର ଆସିନଥିବା ବେଳେ ପ୍ରଥମେ ଟିକା ନେଇଥିବା ବ୍ୟକ୍ତି ଭଲ ଥିବା କହିଛନ୍ତି ।

from Kanak News
via <a href="https://ifttt.com/?

ପିସିସି ସଭାପତିଙ୍କ ଗାଡି ଉପରକୁ ଆକ୍ରମଣ । କେନ୍ଦୁଝର କାଶୀପୁର ନିକଟରେ ଆକ୍ରମଣ ଅଭିଯୋଗ । ଥାନାରେ ମାମଲା ରୁଜୁ ।

କନକ ବ୍ୟୁରୋ: ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ । ପିସିସି ସଭାପତି ନିରଞ୍ଜନଙ୍କ ଗାଡି ଉପରକୁ ଆକ୍ରମଣ । ଆକ୍ରମଣ ବେଳେ ଗାଡିରେ ଥିଲେ ନିରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଟାଉନ ଥାନା କାଶୀପୁର ନିକଟରେ ଆକ୍ରମଣ ହୋଇଛି ।
ତେବେ ଆକ୍ରମଣ କରିବାକୁ ଗଲାବେଳେ ଦୁର୍ବୃତ୍ତଙ୍କୁ ଅଟକାଇଲେ ପିଏସଓ । ଆକ୍ରମଣ ଅଭିଯୋଗ ନେଇ କେନ୍ଦୁଝର ଟାଉନ ଥାନାରେ ମାମଲା ରୁଜୁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started