୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି ଜାରି କଲା ପ୍ରଶାସନ । ବାଧ୍ୟତାମୂଳକ ହେବ ନାହିଁ କୋଭିଡ଼ ନେଗେଟିଭ ରିପୋର୍ଟ 

କନକ ବ୍ୟୁରୋ : ଏଣିକି ସହଜ ହୋଇଯିବ ଜଗା ଦର୍ଶନ । ପୁରୀ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆସନ୍ତା ୨୧ ତାରିଖରୁ ଏସଓପି ଆଧାରରେ ହେବ ଜଗନ୍ନାଥଙ୍କ ଦର୍ଶନ । ବଡ କଥା ହେଲା ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ । ପ୍ରତିଦିନ ୩୦ ହଜାର ଭକ୍ତ ଦର୍ଶନ କରିବା ନେଇ ବ୍ୟବସ୍ଥା ହୋଇଛି । ପୁରୀର ସ୍ଥାନୀୟ ବାସିନ୍ଦା ସକାଳ ୬ଟାରୁ ୭ଟା ମଧ୍ୟରେ ସିଂହଦ୍ୱାରା ଦେଇ ଦର୍ଶନ କରିପାରିବେ । ତେବେ ସେମାନଙ୍କୁ ଲୋକାଲ ଆଡ୍ରେସ ପ୍ରୁଫ ବା ସ୍ଥାନୀୟ ଠିକଣା ପ୍ରମାଣ ପତ୍ର ଦେଖାଇବାକୁ ପଡିବ । ଅନ୍ୟ ଦର୍ଶନାର୍ଥୀ ସକାଳ ୭ଟାରୁ ଦର୍ଶନ କରିପାରିବେ । ବୟସ୍କ ଲୋକଙ୍କ ପାଇଁ ଅଲଗା ଧାଡି଼ର ବ୍ୟବସ୍ଥା ହେବ ।

ତେବେ ଭକ୍ତଙ୍କ ମନ୍ଦିର ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ ହେବା ସହିତ ମାସ୍କ ବ୍ୟବହାର ଓ ସାନିଟାଇଜ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସେପଟେ ୧୮ ତାରିଖ ଅର୍ଥାତ ସୋମବାରଠାରୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କଟକଣା ଭିତରେ ହେବ ମାଙ୍କ ଦର୍ଶନ । କରୋନାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି ।

ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଦର୍ଶନ । ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ । ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।

କୋଭିଡ ନେଗେଟିଭ ରିପୋର୍ଟ ନଥିବା କାରଣରୁ ପୂର୍ବରୁ ଅନେକ ଭକ୍ତ କାନ୍ଦି କାନ୍ଦି ଫେରିବାର ନଜିର ରହିଛି । ଏବେ ଆଉ ରିପୋର୍ଟ ଆବଶ୍ୟକ ହେଉନଥିବାରୁ ଆଶା କରାଯାଉଛି ଭକ୍ତଙ୍କ ପାଇଁ ସହଜ ହେବ ଜଗନ୍ନାଥ ଦର୍ଶନ ।

from Kanak News
via <a href="https://ifttt.com/?

ଟିକାକରଣ ନେଇ ଆସିଲା ଉତ୍ସାହଜନକ ଖବର । ଟିକା ନେଇଥିବା ବ୍ୟକ୍ତି କହିଲେ, ଅଛନ୍ତି ସୁସ୍ଥ, ଅନୁଭବ କରୁନାହାନ୍ତି ପାଶ୍ୱର୍ ପ୍ରତିକ୍ରିୟା । 

କନକ ବ୍ୟୁରୋ : କରୋନା ଟିକା ନେଇ ଯେତିକି ବ୍ୟାକୁଳତାର ସହ ଲୋକେ ଅପେକ୍ଷା କରିଥିଲେ, ମନରେ ରହିଥିଲା ସେତିକି ଆଶଙ୍କା । ତେବେ ପ୍ରଥମ ଦିନର ଟିକାକରଣ ଅନେକ ଆଶ୍ୱସ୍ତି ଆଣିଦେଇଛି । ଟିକା ନେଇଥିବା ବ୍ୟକ୍ତି କହିଛନ୍ତି, ସେମାନଙ୍କ ଦେହରେ ବିଶେଷ କିଛି ପ୍ରାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇନି ।

ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି, ଢେଙ୍କାନାଳ, ସାଲେପୁର ଓ ରାୟଗଡ଼ାରେ କିଛି ବ୍ୟକ୍ତିଙ୍କ ମଧ୍ୟରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା । ପରବର୍ତୀ ସମୟରେ ସବୁ କିଛି ଠିକଠାକ୍ ରହିଛି । ପ୍ରଥମ ଦିନରେ ଧାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ ଅର୍ଥାତ ୧୩, ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ କରାଯାଇଛି । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ସୋମବାର ଦିନ ପୁଣି ଟିକାକରଣ ଚାଲିବ ।

ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ଏଣିକି ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନ୍ରେ ଟିକା ଦିଆଯିବ । ଏସବୁ ସ୍ଥାନରେ ୨୦୦ ଜଣଙ୍କୁ ଟିକା ଦିଆଯିବ । କିନ୍ତୁ ପିଏଚ୍ସି ଓ ସିଏଚ୍ସି ଟିକାକରଣ କେନ୍ଦ୍ରରେ ପୂର୍ବ ନିୟମ ଅନୁସାରେ ଟିକାକରଣ ହେବ ।

ରାଜ୍ୟରେ ଟିକାକରଣ

ପ୍ରଥମ ଦିନରେ ଧାର୍ଯ୍ୟ ଲକ୍ଷ୍ୟର ୮୫ ପ୍ରତିଶତ ଅର୍ଥାତ୍ ୧୩, ୯୮୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ 

ରବିବାର ଟିକାକରଣ ବନ୍ଦ, ସୋମବାର ପୁଣି ଟିକାକରଣ 

ପ୍ରତି ଘରୋଇ ଓ ସରକାରୀ ମେଡିକାଲ କଲେଜରେ ୫ଟି ସ୍ଥାନରେ ଟିକାକରଣ ବ୍ୟବସ୍ଥା 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ୨ଟି ସେସନରେ ଟିକାକରଣ

ପିଏଚ୍ସି ଓ ସିଏଚ୍ସି ଟିକାକରଣ କେନ୍ଦ୍ରରେ ପୂର୍ବ ନିୟମ ଅନୁସାରେ ଟିକା ଦିଆଯିବ

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକାକରଣ କରାଯିବା ପାଇଁ ବ୍ୟବସ୍ଥା ହୋଇଛି । ସେପଟେ ବିପିଏଲ୍ ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଟିକା ଦେବା ପାଇଁ ଦାବି କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ଶନିବାର ଦିନଠାରୁ ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହୋଇଛି କୋଭିଡ୍ ଟିକାକରଣ । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ସିରମ୍ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାୱାଲାଙ୍କ ଠାରୁ ଆରମ୍ଭ କରି ଦେଶର ଅନେକ ବଡ଼ ବଡ଼ ଡାକ୍ତର ପ୍ରଥମ ଦିନରେ ଟିକା ନେଇଛନ୍ତି । ଓଡ଼ିଶାରେ ମଧ୍ୟ ଡାକ୍ତର ଅଶୋକ ମହାପାତ୍ର, ଡାକ୍ତର ଜୟନ୍ତ ପଣ୍ଡାଙ୍କ ସମେତ ଅନେକ ବରିଷ୍ଠ ଚିକିତ୍ସକ ଟିକା ନେଇଛନ୍ତି । ଦେଶରେ କିମ୍ବା ରାଜ୍ୟରେ ସେପରି ବଡ଼ ଧରଣର ପାଶ୍ୱର୍ ପ୍ରତିକ୍ରିୟା ନେଇ ଖବର ମିଳିନାହିଁ ।

from Kanak News
via <a href="https://ifttt.com/?

ଝିଅକୁ ମାରିବାକୁ ଡ୍ରାଇଭରକୁ ସୁପାରୀ ଦେଇଥିଲା ମାଆ । ମୁଣ୍ଡକୁ ଛେଚି ମାରିବା ପରେ ପାଣିରେ ପିଙ୍ଗି ଦେଇଥିଲେ ହତ୍ୟାକାରୀ । ବାଲେଶ୍ୱରରୁ ଆସିଲା ଲୋମଟାଙ୍କୁରା କାହାଣୀ ।

କନକ ବ୍ୟୁରୋ: ଝିଅକୁ ମାରିବା ପାଇଁ ମା ଦେଲା ସୁପାରୀ । ଇଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ । ୩୬ ବର୍ଷର ବିବାହିତା ଝିଅକୁ ଜୀବନରେ ମାରିଦେବା ପାଇଁ ୫୮ବର୍ଷିୟ ମା ଦେଇଥିଲା ସୁପାରୀ । ପୋଲିସର ସୂଚନା ଅନୁସାରେ ଝିଅ ମଦ ବେପାର କରିବା ସହିତ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲା । ଏଥିରୁ ନିବୃତ ରହିବା ପାଇଁ ମା ବାରମ୍ବାର ଉଦ୍ୟମ କରି ଫେଲ ମାରିଥିଲା । ଝିଅର ୨ ଜଣ ପଢୁଆ ସନ୍ତାନ ରହିଥିବାରୁ ଏମାନଙ୍କ ଉପରେ ଭବିଷ୍ୟତରେ ଖରାପ ପ୍ରଭାବ ଆଶଙ୍କା କରି ନିଜ ଝିଅକୁ ଜୀବନରେ ମାରିଦେବା ପାଇଁ ନିଷ୍ପତି ନେଇଥିଲା ମା । ଆଉ ଏଥିପାଇଁ ଡ୍ରାଇଭର ପ୍ରମୋଦକୁ ଦେଇଥିଲା ୫୦ ହଜାର ଟଙ୍କାର ସୁପାରୀ ।

ତେବେ କିଛି ଦିନ ପୂର୍ବରୁ ୮ ହଜାର ଟଙ୍କା ଆଡଭାନ୍ସ ଆକାରରେ ଦିଆଯାଇଥିଲା । ହତ୍ୟା କରିବା ପରେ ୪୨ ହଜାର ଦେବାପାଇଁ ଡିଲ କରିଥିଲା ମା । ତେବେ ହତ୍ୟାକାଣ୍ଡ ଜଣାପଡିବା ପରେ ପୋଲିସ ମା ସମେତ ୨ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ୪ ଜଣ ସମ୍ପୃକ୍ତ ଥିଲେ । ବାକି ୨ ଜଣଙ୍କୁ ଖୋଜୁଛି ପୋଲିସ । ପୋଲିସର କହିବା ଅନୁସାରେ ପ୍ରଥମେ ଦୁବୃ ର୍ତ ମାନେ ଝିଅଟିକୁ ମଦପିଆଇ ନିଶାଗ୍ରସ୍ତ ଅବସ୍ଥାରେ ପଥରରେ ଛେଚି ହତ୍ୟା କରିଥିଲେ ଓ ପାଣିରେ ଫୋପାଡି ଦେଇଥିଲେ । ପାଣିରୁ ଇଟାଟିକୁ ମଧ୍ୟ ଜବତ କରିଛି ପୋଲିସ ।

from Kanak News
via <a href="https://ifttt.com/?

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩୩୬ରେ ଅଲଆଉଟ । ଅଷ୍ଟ୍ରେଲିଆ ୫୪ରେ ଆଗୁଆ ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆର ବ୍ରିସବେନସ୍ଥିତ ଗ୍ୟାବାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟ୍‍ର ତୃତୀୟ ଦିବସରେ ଶେଷ ହୋଇଥିବା ପ୍ରଥମ ଇନିଙ୍ଗ୍‌ସ୍‌ରେ ଭାରତ ୩୩୬ ରନରେ ଅଲଆଉଟ ହୋଇଛି । ତୃତୀୟ ଦିନରେ ଅଷ୍ଟ୍ରେଲିଆ ୬ ଓଭରରେ ୨୧ ରନ କରିଛି । ଏହାସହ ୫୪ ରନରେ ଆଗୁଆ ରହିଛି ଅଷ୍ଟ୍ରେଲିଆ ।

ଭାରତର ସପ୍ତମ ଉଇକେଟ୍‌ ଯୋଡ଼ିରେ ରବିବାର ଦିନ ଓ୍ଵାସିଂଟନ୍‌ ୬୨ ଏବଂ ଠାକୁର ୬୭ ରନ୍‌ ସଂଗ୍ରହ କରି ଭାରତର ସ୍ଥିତିକୁ ସୁଦୃଢ଼ କରିଥିଲେ। ହାଜେଲ୍‌ଉଡ୍‌ଙ୍କଦ୍ୱାରା ସିରାଜ ଆଉଟ୍‌ ହେବା ସହ ଭାରତର ପ୍ରଥମ ଇନିଙ୍ଗ୍‌ ଶେଷ ହୋଇଥିଲା। ଏହାପରେ ମର୍କସ୍‌ ହ୍ୟାରିସ୍‌ ଓ ଡେଭିଡ୍‌ ଓ୍ଵାର୍ଣ୍ଣର୍‌ ବ୍ୟାଟିଙ୍ଗ୍‌ କରିବାକୁ ଯାଇ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଙ୍ଗସ ଆରମ୍ଭ କରିଥିଲେ। ଭାରତ ପକ୍ଷରୁ ପ୍ରଥମେ ବୋଲିଙ୍ଗ୍‌ ଆରମ୍ଭ କରିଥିଲେ ମହମ୍ମଦ୍‌ ସିରାଜ୍‌।

ବର୍ତ୍ତମାନ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦୃଢ ସ୍ଥିତିରେ ରହିଛି । କାରଣ ଦ୍ୱିତୀୟ ଇଂନିସରେ କଙ୍ଗାରୁ ଦଳ ବିନା ୱିକେଟରେ ୫୪ ରନରେ ଆଗୁଆ ରହିଛି । ଯଦି କାଲି ଭାରତ ଅଷ୍ଟ୍ରେଲିଆକୁ ରୋକିବାକୁ ସଫଳ ହୋଇଗଲା ତେବେ ଭାରତ ପାଇଁ ଏହି ମ୍ୟାଚ ସହଜ ହୋଇଯିବ । ସେପଟେ ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ।

from Kanak News
via <a href="https://ifttt.com/?

ଅପରାଜିତା ଆରମ୍ଭ କଲେ ‘ସମର୍ଥ’ ଟ୍ରଷ୍ଟ । ବସ୍ତି ପିଲାଙ୍କୁ ମାଗଣାରେ ପାଠ ପଢା ସହ ବିଭିନ୍ନ କ୍ଷେତ୍ରରେ କରାଯିବ ସାହାଯ୍ୟ ।

କନକ ବ୍ୟୁରୋ: ବୁଦ୍ଧିଜୀବୀ, ବୃତ୍ତିଧାରୀ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ଅନୁରୋଧ ରକ୍ଷାକରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସମର୍ଥ ନାମରେ ଏକ ଟ୍ରଷ୍ଟ ଆରମ୍ଭ କରିଛନ୍ତି। ଏହି ଟ୍ରଷ୍ଟ ମାଧ୍ୟମରେ ବସ୍ତି ଅଞ୍ଚଳ ଓ ଅନ୍ୟ ଅଞ୍ଚଳରେ ୫୦ଟି ଶିକ୍ଷାନୁଷ୍ଠାନ ଆରମ୍ଭ ହେବ। ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଯିବ । ଦିବ୍ୟାଙ୍ଗମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆମେ ଆବଶ୍ୟକୀୟ ଉପକରଣ ଯୋଗାଇ ଦେବୁ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହିପରି ଟ୍ରଷ୍ଟ ଦ୍ବାରା ଭୁବନେଶ୍ୱର ଉତ୍ତର, ମଧ୍ୟ, ଏକାମ୍ର ତିନିଟି ନିର୍ବାଚନମଣ୍ଡଳୀ ଭିତରେ ଥିବା ପାର୍କରେ ମାଗଣା ଯୋଗ ଶିବିର ଆରମ୍ଭ ହେବ। ଅନାଥ ଆଶ୍ରମରେ ଥିବା ପିଲାଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ। ଆବଶ୍ୟକ ଅନୁଯାୟୀ ଉପକରଣ ଯୋଗାଇ ଦିଆଯିବ। ବରିଷ୍ଠମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ ପ୍ରବଚନ ଆରମ୍ଭ ହେବ । ସ୍ଥାନେ ସ୍ଥାନେ ସାମାଜିକ ବିଷୟ ଉପରେ ଆମେ ସେମିନାର ଓ ଆଲୋଚନା ଚକ୍ର ଆରମ୍ଭ କରାଯିବ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି । ସାଂସଦ ଅପରାଜିତା କହିଛନ୍ତି ଯେ, ସାମାଜର ବିକାଶ ଓ ଉନ୍ମେଷ ପାଇଁ ସମର୍ଥ କାମ କରିବ। ଏହା ଏକ ଅଣରାଜନୈତିକ ଅନୁଷ୍ଠାନ। ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉଚିତ୍ ।

from Kanak News
via <a href="https://ifttt.com/?

ଶତାବ୍ଦୀଙ୍କୁ ସନ୍ତୁଷ୍ଟ କରିବାକୁ ମମତା ନେଲେ ଏଭଳି ପଦକ୍ଷେପ । ବିଜେପିରେ ଯୋଗଦେବା ପୂର୍ବରୁ ଦିଦି ଖେଳିଲେ କ୍ଷମତା ଚାଲ୍

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହେବାରେ ଲାଗିଛି । କ୍ଷମତାରେ ଥିବା ତୃଣମୂଳ କଂଗ୍ରେସର ବିଧାୟକ ଓ ସାଂସଦ ମାନେ ମମତାଙ୍କୁ ଚକମା ଦେଇ ବିଜେପିରେ ସାମିଲ ହେଉଥିବା ବେଳେ ଏବେ ସେମାନଙ୍କୁ ଅଟକାଇବାକୁ ମମତା ଏକ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ସହ କିଛି ବିଧାୟକ ଓ ସାଂସଦ ବିଜେପିରେ ଯୋଗ ଦେଇସାରିଛନ୍ତି । ସେମାନଙ୍କୁ ଅଟକାଇବାକୁ ମମତା ପ୍ରସ୍ତୁତ ନଥିବା ବେଳେ ଅନ୍ୟକିଛି ବିଧାୟକ ଓ ସାଂସଦ ବିଜେପି ସଂପର୍କରେ ଥିବା ନଜରରେ ରଖି ମମତା ଏହି ଗେମ୍ ପ୍ଲାନ ଆରମ୍ଭ କରିଛନ୍ତି । ଦୁଇଦିନ ତଳେ ବୀରଭୂମରୁ ଟିଏମସି ଟିକେଟରେ ସାଂସଦ ହୋଇଥିବା ଶତାବ୍ଦୀ ରାୟ ଟିଏମସି ଛାଡି ବିଜେପିରେ ଯୋଗ ଦେବା କଥା ସାମ୍ନାକୁ ଆସିବା ପରେ ମମତା ବାନାର୍ଜୀ ଶତାବ୍ଦୀଙ୍କୁ ସନ୍ତୁଷ୍ଟ କରିବାକୁ ଦଳର ରାଜ୍ୟ-ଉପାଧ୍ୟକ୍ଷ ପଦରେ ଅଧିଷ୍ଟିତ କରିଛନ୍ତି   ।

ବଙ୍ଗଳା ଚଳଚିତ୍ର ଅଭିନେତ୍ରୀ ତଥା ସାଂସଦ ଶତାବ୍ଦୀ ରାୟ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ନିର୍ବାଚନୀକ୍ଷେତ୍ରର ଭୋଟର ମାନଙ୍କୁ ସମ୍ବୋଧିତ କରିଥିଲେ । ସେ କହିଥିଲେ କି ସେ ତାଙ୍କ ନିର୍ବାଚନମଣ୍ଡଳୀର ଜନତାଙ୍କୁ ଭେଟିବାକୁ ଚାହୁଁଛନ୍ତି । ହେଲେ ତାଙ୍କୁ କେହି ନିମନ୍ତ୍ରଣ କରୁ ନାହାନ୍ତି । ଏହାକୁ ନେଇ ସେ ଯନ୍ତ୍ରଣା ଅନୁଭବ କରୁଥିବା କଥା ସୋସିଆଲ ମିଡିଆରେ ଲେଖିଥିଲେ । ଏହା ସହ ସେ ଆହୁରି ଲେଖିଥିଲେ କି ‘ମୋତେ ଲାଗୁଛି କିଛି ଲୋକ  ଚାହୁଁଛନ୍ତି କି ମୁଁ ଭୋଟର ମାନଙ୍କ ସହ ନ ମିଶେ’ ।

 ତାଙ୍କର ଏଭଳି ପୋଷ୍ଟକୁ ନେଇ ଗଣମାଧ୍ୟମରେ ଅନେକ ଗୁଜବ ସୃଷ୍ଟି ହୋଇଥିଲା । ହେଲେ ସେ ଶୁକ୍ରବାର ଦିନ କହିଥିଲେ କି ଏସବୁ ନେଇ ତାଙ୍କର ଅଭିଶେକ ବାନାର୍ଜୀଙ୍କ ସହ କଥା ହୋଇଛି । ସେ ଶତାବ୍ଦୀ ରାୟ ଉଠାଇଥିବା ସମସ୍ୟା ଉପରେ ଆଲୋଚନା କରିଛନ୍ତି ବୋଲି ଶତାବ୍ଦୀ କହିବା ସହିତ ସେ ଦଳ ଛାଡୁ ନାହାନ୍ତି ବୋଲି ସ୍ପଷ୍ଟ କରିଥିଲେ । ଏହାପରେ ଆଜି (ରବିବାର) ସୂଚନା ମୁତାବକ ମମତା ବାନାର୍ଜୀ ତାଙ୍କୁ ଦଳର ରାଜ୍ୟ ଉପାଧ୍ୟକ୍ଷ ଭାର ଅର୍ପଣ କରିଛନ୍ତି ।

from Kanak News
via <a href="https://ifttt.com/?

ଫୁଲ ଖାଇଯାଉଛି ପୋକ । ଅମଳ ଆଗରୁ ଚିନା ବାଦାମ ବିଲରେ ଆତଙ୍କ ସୃଷ୍ଟି କରିଛି ରୋଗ ପୋକ ।

କନକ ବ୍ୟୁରୋ : ଚାଷୀଙ୍କ ପାଇଁ କାଳ ହୋଇଛି କାଳମୁଣ୍ଡି ପୋକ । ଖାଇ ସଫା କରିଦଉଛି ସୁନାର ଫସଲ । ଦିନ କେଇ ଟାରେ ଅମଳ ହୋଇଥାନ୍ତା ଚିନା ବାଦାମ । ହେଲେ ଅମଳ ଆଗରୁ ଫସଲରେ କାଳମୁଣ୍ଡି ପୋକ ଲାଗିବାରୁ ଗଛ ସବୁ ନଷ୍ଟ ହୋଇଗଲାଣି । ଚାଷି ଫସଲ ବଂଚାଇବା ପାଇଁ କିଟନାଶକ ପ୍ରୟୋଗ କଲେ ବି କିଛି ଲାଭ ମିଳୁନାହିଁ । ଶହ ଶହ ଏକର ଜମିର ବାଦାମ ଫସଲ ନଷ୍ଟ ହୋଇଯିବା ଦେଖି ହତାସ ହୋଇପଡିଛନ୍ତି ଚାଷି ।

ବାଦାମ କିଆରି ଚରି ଯାଉଛି କାଳମୁଣ୍ଡି ପୋକ । ଅମଳର ଦିନ କେଇଟା ଆଗରୁ ଫସଲ ଉଜାଡି ଦେଇଛି ରୋଗ ପୋକ । କେନ୍ଦ୍ରାପଡା ଗରଦପୁର ବ୍ଲକ ପାଖଡ ଏବଂ ଗରଦପୁର ପଂଚାୟତରେ ବାଦାମ ଚାଷୀଙ୍କ ନିଦ ହଜେଇ ଦେଇଛି ପୋକ । ୮୨ ଟଙ୍କାରେ ବାଦାମ ବିହନ କିଣି ଚାଷ କରିଛନ୍ତି ଚାଷୀ । ଆଉ ଏବେ ଗଛରେ ଫୁଲ ଧରିବା ବେଳେ କାଳମୁଣ୍ଡି ପୋକ ଲାଗି ଫସଲ ଖାଇ ଯାଉଛନ୍ତି ।

ପାଖଡ ଏବଂ ଗରଦପୁର ପଂଚାୟତର ପେଟୁଆ ପାଟରେ ପ୍ରାୟ ୭୦୦ ଏକର ଜମିରେ ଚିନା ବାଦାମ ଚାଷ କରାଯାଇଛି । ଏହାସହ କିଛି ଚାଷ ରବି ଋତୁରେ ମୁଗ ବିରି ଫସଲ ମଧ୍ୟ କରିଛନ୍ତି । ତାକୁ ବି ଖାଇ ସଫା କରିଦେଇଛନ୍ତି କାଳମୁଣ୍ଡି ପୋକ । ପୋକ ଦିନ ବେଳା ମାଟିତଳକୁ ଚାଲିଯାଉଥିବା ପୋକ ସଂଧ୍ୟା ହେଲେ ଫସଲ ଚରି ଯାଉଛନ୍ତି । ରୋଗ ପୋକକୁ ଦମ କରିବା ପାଇଁ ଚାଷି କିଟନାଶକ ସିଂଚନ କଲେ ବି କିଛି ଲାଭ ହେଉନାହିଁ ।

କାଳମୁଣ୍ଡି ପୋକର ଦମନ ପାଇଁ କୃଷି ବିଭାଗ ଚାଷୀଙ୍କୁ କିଟନାଶକ ଯୋଗାଇ ଦେବା ସହ କ୍ଷତିଗ୍ରସ୍ତ ଚାଷିମାନଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି ।

from Kanak News
via <a href="https://ifttt.com/?

ଟାଙ୍ଗରା ଭୂଇଁ ହେଲା ଜଙ୍ଗଲ । ଜଙ୍ଗଲ ସୁରକ୍ଷା ପାଇଁ ବାଉଁଶ ଭେଳା ଡ୍ୟାମରେ ପାର । ୨୦ ବର୍ଷ ହେଲା ଅନୁଗୁଳର କୁଲେଇ ଗାଁ ଲୋକେ ଦେଉଛନ୍ତି ଜଙ୍ଗଲକୁ ସୁରକ୍ଷା ।

କନକ ବ୍ୟୁରୋ : ଏପଟେ ଗାଁ, ସେପଟେ ଜଙ୍ଗଲ । ମଝିରେ ଡେରେଜାଙ୍ଗ ଡ୍ୟାମ । ଆଉ ସବୁ ଦିନ ଡ୍ୟାମ ଡେଇଁ ଜଙ୍ଗଲ ଜଗୁଛନ୍ତି ଗ୍ରାମବାସୀ । ମାସେ କି ଦୁଇ ମାସ ନୁହେଁ ଦୁଇ ଦଶନ୍ଧି ଧରି ଜଙ୍ଗଲକୁ ସୁରକ୍ଷା ଦେଉଛନ୍ତି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲତ କୁଲେଇ ଗ୍ରାମବାସୀ । ଅନକେ ସ୍ଥାନରେ କୋଠା, କଳ କାରଖାନା ଓ ରାସ୍ତା ନିର୍ମାଣ ପାଇଁ ଶହଶହ ଗଛ କଟା ହେଉଛି, କିନ୍ତୁ କୁଲେଇ ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁଁ ଆଜି ବି ସୁରକ୍ଷିତ ଅଛି ଡେରେଜାଙ୍ଗ ଡ୍ୟାମ ସେପଟେ ଥିବା ୫୯ ଏକର ଜଙ୍ଗଲ । ୨୦ ବର୍ଷ ହେଲା ବାଉଁଶ ଭେଳା ଯୋଗେ ଡ୍ୟାମ ପାରି ହୋଇ ଜଙ୍ଗଲକୁ ଜଗୁଛନ୍ତି ଲୋକେ ।

ବଅଁରପାଳ ବ୍ଲକ କୁଲେଇ ଗାଁରେ ୭୫ଟି ପରିବାର ବସବାସ କରୁଛନ୍ତି । ସମସ୍ତେ ଚାଷ ଉପରେ ନିର୍ଭର ଚାଷ ଉପରେ ନିର୍ଭର କରୁଥିବା ବେଳେ ଜଙ୍ଗଲର ମୂଲ୍ୟ ସେମାନେ ଭଲଭାବରେ ବୁଝିଛନ୍ତି । ସେଇଥି ପାଇଁ ତ ପ୍ରତିଦିନ ଏମିତି ବାଉଁଶ ଭେଳା ଯୋଗେ ଡ୍ୟାମ ପାରି ହେଉଛନ୍ତି । ପ୍ରତିଦିନ ୨ ଜଣ ଲେଖାଏଁ ପାଳି କରି ଜଙ୍ଗଲ ଜଗିବାକୁ ଯାଉଛନ୍ତି । ଜଙ୍ଗଲ ସୁରକ୍ଷା ପାଇଁ ମାଆ ଗ୍ରାମେଶ୍ୱର ବନ ସୁରକ୍ଷା ସମିତି ଗଠନ କରାଯାଇଛି ।

from Kanak News
via <a href="https://ifttt.com/?

ଅବହେଳିତ ଯାଜପୁରର ସହିଦ ହୃଷିକେଶ ମଲ୍ଲିକଙ୍କ ସ୍ମୃତି ପିଠ । ସହିଦ ହେବାର ୧୧ ବର୍ଷ ପରେ ବି ପଡ଼ିନି ପ୍ରଶାସନର ନଜର । ସ୍ମୃତିପୀଠ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ । 

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡାରେ ନକ୍ସଲ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ ୭୬ ଜଣ  ସିଆରପିଏଫ୍ ଯବାନ । ସେମାନଙ୍କ ମଧ୍ୟରେ ଥିଲେ ଯାଜପୁର ଜିଲ୍ଲା ବୃନ୍ଦାବନପୁରର ସହିଦ ହୃଷିକେଶ ମଲିକ । ୨୦୧୦, ୬ ଏପ୍ରିଲରେ ନକ୍ସଲ ସହ ଲଢି ସହୀଦ ହୋଇଥିଲେ ହୃଷିକେଶ । ହେଲେ ଦୀର୍ଘ ୧୧ ବର୍ଷ ପରେ ପତ୍ନୀଙ୍କ ଆଖିରୁ ଲୁହ ସୁଖୁ ନଥିବା ବେଳେ ଅବହେଳିତ ସହିଦଙ୍କ ପରିବାର ଓ ସ୍ମୃତିପୀଠ ।

ଯବାନ । ସେମାନେ ସୀମାରେ ଶତ୍ରୁକୁ ସାମ୍ନା କରୁଛନ୍ତି ବୋଲି ଆମେ ଶାନ୍ତିରେ ନିଶ୍ୱାସ ମାରୁଛେ । ସେମାନେ ଘରକୁ ପର କରିଛନ୍ତି ବୋଲି ଆ ପଣମାନେ ପରିବାର ସହ ଖୁସିରେ ଅଛନ୍ତି । ଆଉ ଯାହାର ପୁଅ, ସ୍ୱାମୀ, ଭାଇ କି ବାପା, ସେନାବାହିନୀରେ ସାମିଲ ହୋଇ ଦେଶ ମାତୃକାର ସୁରକ୍ଷା ପାଇଁ ଶତ୍ରୁକୁ ସାମ୍ନା କରି ସହୀଦ ହୋଇଛନ୍ତି, ସେମାନଙ୍କ ପରିବାର ହିଁ ଜାଣିଛି ସେହି ଦୁଃଖ, କଷ୍ଟ ଆଉ ଯନ୍ତ୍ରଣାକୁ । ସେମିତି ଜଣେ ସହିଦ ହେଉଛନ୍ତି, ଯାଜପୁର ଦଶରଥପୁର ବ୍ଲକ୍ ବୃନ୍ଦାବନପୁର ଗାଁର ସହିଦ ସିଆରପିଏଫ ଯବାନ ହୃଷିକେଶ ମଲିକ ।

୨୦୧୦ ଏପ୍ରିଲ ୬ ତାରିଖରେ ଛତିଶଗଡର ଦାନ୍ତେୱାଡାରେ କମ୍ପିଂ ସାରି ଫେରୁଥିବା ବେଳେ ମାଓବାଦୀଙ୍କ ଗୁଳିରେ ଘାଇଲା ହୋଇଥିଲେ । ଗୁଳି ଲାଗିବା ପରେ ବି ସ୍ତ୍ରୀ ଅହଲ୍ୟାଙ୍କୁ ଫୋନ କରି ଶେଷ ଥର ପାଇଁ କଥା ହୋଇଥିଲେ । ପିଲାଛୁଆ ତୁମକୁ ଲାଗିଲେ କହିବା ସହ ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ ବୋଲି କହି ନିରବୀ ଯାଇଥିଲେ ହୃଶିକେଶ । ଆଉ ପୁଅକୁ ଡାକ୍ତର କରିବା ପାଇଁ ସ୍ୱପ୍ନ ଦେଖିଥିବା ବାପାଙ୍କ ସ୍ୱପ୍ନ ଅଧାରେ ଅଟକି ଗଲା ।

ସବୁଠାରୁ କ୍ଷୋଭର କଥା ହେଉଛି, ଦୀର୍ଘ ୧୧ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଡି ରହିଛି ସହିଦ ହୃଷିକେଶଙ୍କ ସ୍ମୃତିପୀଠ । ପ୍ରଶାସନର ନଜର ପଡୁନଥିବାରୁ ଏଠାରେ ମଦ୍ୟପଙ୍କ ଆଡ୍ଡା ଜମୁଛି । ନିଜସ୍ୱ ଅର୍ଥରେ ସହିଦଙ୍କ ପରିବାର ସ୍ମୃତିସ୍ତମ୍ଭ ନିର୍ମାଣ କରିଥିଲେ । ସେଠାରେ ବିଦ୍ୟୁତିକରଣ, ପାଚେରୀ, ବଗିଚ ସହ ସହୀଦ ହୃଷିକେଶଙ୍କ ନାମରେ ପ୍ରଶାସନ ଏକ ପାଠଗାର କରିବାରୁ ଗ୍ରାମବାସୀ ଦାବି କରିଛନ୍ତି ।

from Kanak News
via <a href="https://ifttt.com/?

ପେଟ ଯାଉଛି ପୋଡି, ଲାଜ କରି କି ଲାଭ… ସ୍ୱାମୀ ପକ୍ଷାଘାତରେ ପଡିବା ପରେ ଘରୁ ପାଦ କାଢିଛନ୍ତି ମହିଳା । ପରିବାର ପେଟରେ ଦାନା ଦିମୁଠା ଦେବାକୁ ଦହିବରାକୁ କରିଛନ୍ତି ସାହାରା…

କନକ ବ୍ୟୁରୋ: ଯେତବେଳେ ପେଟ ପୋଡି ଯାଉଛି, ସେତେବେଳେ ଲାଜ କରି କି ଲାଭ । ଭୋକର ଜ୍ୱାଳାରେ ଯେତେବେଳେ ଜୀବନ ଜଳି ଯାଉଛି, ଆଖି ଆଗରେ ପରିବାର ଲୋକେ ଆଉଟୁପାଉଟୁ ହେଉଛନ୍ତି ସେଠି ବା ଏ ଲାଜର ମାନେ କଣ ? ଲୁହ ପିଇ ଲକ୍ଷ୍ମଣରେଖା ଭିତରେ ରହିବା ଠାରୁ ବରଂ ଏରୁଣ୍ଡି ଡେଇଁ ଦିପଇସା ରୋଜଗାର କରିବା ଭଲ । ସେଇଥିପାଇଁ ଘରୁ ବାହାରି ରାସ୍ତା କଡରେ ଦହିବରା ବିକୁଛନ୍ତି ଏ ମହିଳା ଜଣଙ୍କ । ପରିବାର ପେଟରେ ଦାନାଗଣ୍ଡେ ଦେବାକୁ, ଦୁଃଖ ଭିତରେ ଭାତ ମୁଠେ ଖାଇବାକୁ ସବୁ ଲାଜକୁ ଲକଡାଉନ କରି ସାଇକେଲ ଧରି ସଙ୍ଘର୍ଷ କରୁଛନ୍ତି ।

ନାଁ- ଅନିତା ସାହୁ । ପୁରୀ ଛପନଛକରେ ଭଡାଘରେ ରହୁଛନ୍ତି । ସ୍ୱାମୀ ଜିତେନ୍ଦ୍ର ସାହୁ ପକ୍ଷାଘାତରେ ପୀଡିତ ହୋଇ ରୋଗଶଯ୍ୟାରେ ଶୋଇଛନ୍ତି । ସ୍ୱାମୀଙ୍କୁ ପାରାଲିସିସ ହେବା ପରେ ଏବେ ପରିବାରର ଦାୟିତ୍ୱ ଅନିତାଙ୍କ ଉପରେ । ଘରେ ଦୁଇ ଦୁଇଟି ଝିଅ, ଶାଶୁ ଶ୍ୱଶୁର ଆଉ ନିଜକୁ ମିଶାଇଲେ ମୋଟ ୬ ଜଣ । ନୟାଗଡ ଇଟାମାଟିରୁ ଆସି ପୁରୀରେ ସ୍ୱାମୀ ସାଇକେଲ ମରାମତି ଦୋକାନଟେ କରିଥିଲେ ଯେଉଁଥିରେ ପେଟକୁ ଖାଇବାକୁ ଗଣ୍ଡେ ମିଳିଯାଉଥିଲା ହେଲେ ଏବେ ସ୍ୱାମୀ ରୋଗାଗ୍ରସ୍ତ ହେବା ପରେ କେମିତି ଚଳିବ ପରିବାର, କେମିତି ବଞ୍ଚିବ ୬ଟି ଜୀବନ । ସେହି ଚିନ୍ତାରେ ଥିବା ଅନିତା ଶେଷରେ ଦହିବରାକୁ ସାହାରା କରିଛନ୍ତି ।

ରାତି ପାହିବା କ୍ଷଣି ରାସ୍ତାକଡୁକୁ ବାହାରି ଆସନ୍ତି ଅନିତା । ସାଇକେଲ ଆଗରେ ଦୁଇଟି ବଡ ବଡ ହାଣ୍ଡିରେ ଦହିବରା ଆଳୁଦମ ଧରି ବୁଲି ବୁଲି ବିକ୍ରି କରନ୍ତି । କେଉଁଦିନ ୧୦୦ ଟଙ୍କା ହୁଏ ତ କେଉଁଦିନ ୫୦୦ ରୋଜଗାର । ସେତିକି ଟଙ୍କାରେ ପୁରୀ ଭଳି ଜାଗାରେ ଘରଭଡା ସହ ୬ ଜଣଙ୍କୁ ଚଳାନ୍ତି ଅନିତା । ଖରାତରାରେ ନିଜକୁ ସିଝାଇ ପରିବାର ମୁହଁରେ ମୁଠେ ଖାଦ୍ୟ ଦିଅନ୍ତି ଏ ମହିଳା ଜଣଙ୍କ ।

ପରିସ୍ଥିତି ସେତିକି ବାଧ୍ୟ ନକଲେ, ସମୟ ସେତିକି ନିଷ୍ଠୁର ନହେଲେ ସାଧାରଣ ଗାଁ ଗହଳିର ମହିଳା ଜଣେ ରାସ୍ତାକୁ ଓହ୍ଲାଏନି । ଯଦିଓ ଓଢଣା ଭିତରେ ରହିବାର ଜମାନା ଗଲାଣି, ମହିଳାମାନେ ସ୍ୱାବଲମ୍ବୀ ହୋଇ ଘରୁ ଗୋଡ କାଢିଲେଣି । କିନ୍ତୁ ଅନିତାଙ୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଲଗା । ଏଠି ମହିଳାଟିଏ ଏରୁଣ୍ଡି ଡେଉଁଛି ସ୍ୱାମୀକୁ ବଞ୍ଚାଇବାକୁ, ପରିବାର ଚଳାଇବାକୁ ଆଉ ପିଲାଙ୍କ ଭବିଷ୍ୟତ ଗଢିବାକୁ…

from Kanak News
via <a href="https://ifttt.com/?

Design a site like this with WordPress.com
Get started