ମଣ୍ଡି ବନ୍ଦ ବିରୋଧରେ କାଲିମେଳାରେ ରାସ୍ତାରୋକ । ଡ଼ିସେମ୍ବରରୁ ଖୋଲିଥିବା ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ଧାନ ବିକ୍ରି ହୋଇନଥିବାରୁ ବଢୁଛି ଅସନ୍ତୋଷ । 

କନକ ବ୍ୟୁରୋ : ଧାନ ମଣ୍ଡି ବନ୍ଦକୁ ବିରୋଧ । ରାସ୍ତାରୋକ କଲେ ଚାଷୀ । ଆଜି ଠାରୁ କାଲିମେଳା ବ୍ଲକରେ ଧାନମଣ୍ଡି ବନ୍ଦ ହେବାର ଖବର ମିଳିବା ପରେ ଶହ ଶହ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । କାଲିମେଳା ମାଲକାନଗିରି ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଚାଷୀ । ଡ଼ିସେମ୍ବର ମାସରୁ ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହୋଇଥିଲା ।

ଆଜି ଠାରୁ ବନ୍ଦ କରିବାକୁ ପ୍ରଶାସନ ନିସ୍ପତି ନେଇଛି । ଯାହାକୁ ଘୋର ବିରୋଧ କରିଛନ୍ତି ଚାଷୀ । କାରଣ କାଲିମେଳା ବ୍ଲକର ବିଭିନ୍ନ ଧାନ ମଣ୍ଡିରେ ଏବେ ବି ହଜାର ହଜାର ବସ୍ତା ଧାନ ପଡ଼ିରହିଛି । କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କାଲିମେଳାରେ ପହଂଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ପ୍ରତିବାଦରେ ସାମିଲ ହୋଇଛନ୍ତି ।

ଚାଷୀମାନଙ୍କୁ ସରକାର ଟୋକେନ ଦେଇଥିଲେ ମଧ୍ୟ ଧାନ ମଣ୍ଡି ବନ୍ଦ ହୋଇଯିବାରୁ ସେମାନେ ଏବେ ଅମଳ ଧାନ କାହାକୁ ବିକ୍ରୀ କରିବେ ବୋଲି ପ୍ରଶ୍ନ କରିଛନ୍ତି । ତେବେ ଧାନ ମଣ୍ଡିରୁ ଧାନ ନ ଉଠିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଚାଷୀ କହିଛନ୍ତି । ଜାତୀୟ ରାଜପଥରେ ଶହଶହ ବସ୍ତା ଧାନ ରଖି ରାସ୍ତାରୋକ କରାଯାଇଥିବା ବେଳେ ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

from Kanak News
via <a href="https://ifttt.com/?

ସଂକ୍ରମଣଠୁ ବଳିଗଲା ସହିଦଙ୍କ କାହାଣୀ । ଗୋଟିଏ ବର୍ଷରେ ଭାରତ ମାତା ହରାଇଛି ଶହେ ସାହସୀ ପୁଅ । ବର୍ଷ ୨୦୨୦ରେ ଖାଲି ହୋଇଛି ଦେଶ ମାତୃକାର କୋଳ…

କନକ ବ୍ୟୁରୋ: ୨୦୨୦ ! ଏମିତି ଏକ ବର୍ଷ । ଯାହା ସମସ୍ତଙ୍କ ପାଇଁ ଏକ ଅଭିଶପ୍ତ ବର୍ଷ । ଭୂତାଣୁଠୁ ଭୂକମ୍ପ, ମୃତ୍ୟୁଠୁ ମହାମାରୀ । ସବୁକିଛି କୁ ସହିଛି ଏ ମାନବଜାତି । ଆଉ ସବୁ ସଙ୍ଘାତିକ ସ୍ଥିତିକୁ ଧର୍ଯ୍ୟର ସହ ସହିଛି ଧରଣୀ । ହେଲେ ପ୍ରକୃତିର କରାଳ ରୂପଠୁ ବି ମାଆକୁ କନ୍ଦାଇ ଦେଇଛି କୋଳଶୂନ୍ୟର କଷ୍ଟ । କାରଣ ଭାରତ ମାତା ହରାଇଛି ଶହେ ସନ୍ତାନ । ବର୍ଷ ୨୦୨୦ ଦେଶ ମାତୃକା କୋଳରୁ ଛଡାଇ ନେଇଛି ୧୦୦ ଜଣ ବୀର ପୁଅଙ୍କୁ । କ୍ୟାଲେଣ୍ଡର ପୃଷ୍ଠାରୁ ୨୦୨୦ ବିଦାୟ ନେଇଛି ସତ ହେଲେ ବିଗତ ବର୍ଷରେ ଯେଉଁ ବୀର ଯବାନଙ୍କୁ ଦେଶ ହରାଇଛି, ସେମାନଙ୍କୁ ଝୁରି ଝୁରି ମାଟି କାନ୍ଦୁଛି ।

ଦେଶ ମାତୃକାର ସୁରକ୍ଷା ସହ ମାଟି ମାଆର ମର୍ଯ୍ୟାଦାକୁ ରକ୍ଷା କରିବାକୁ ଯାଇ ବିଭିନ୍ନ ସମୟରେ ବିଭିନ୍ନ ପରିସ୍ଥିତିରେ ଦେଶ ପାଇଁ ପ୍ରାଣବଳୀ ଦେଇଛନ୍ତି ଯବାନ । ସହିଦ ହୋଇଥିବା ୧୦୦ ଯବାନଙ୍କ ମଧ୍ୟରେ ୬ ଜଣ ଅଧିକାରୀ, ୧୨ ଜଣ ଜେସିଓ ଏବଂ ୮୨ ଜଣ ଓଆରଏସ ଅଛନ୍ତି । କର୍ଣ୍ଣେଲ, ସୁବେଦର, ହାବିଲଦାର, ରାଇଫଲ ମ୍ୟାନ ଆଦି ବୀର ଯବାନଙ୍କୁ ହରାଇଛି ଦେଶ ।
ତେବେ ସହିଦ ହୋଇଥିବା ୧୦୦ ଯବାନଙ୍କ ମଧ୍ୟରେ ସବୁଠୁ ଛାତିଥରା ଥିଲା ଗଲୱାନ ଘାଟି ଘଟଣା । ସୀମାରେ ଭାରତ- ଚୀନ ସେନା ମୁହାଁମୁହିଁ ହେବା ପରେ ୨୦ ଜଣ ଯବାନ ପ୍ରାଣବଳୀ ଦେଇଥିଲେ ଯାହା ଦେଶର ଛାତିକୁ ଦୋହଲାଇ ଦେଇଥିଲା । ଆଉ ଯବାନଙ୍କ ପ୍ରାଣବଳୀ ପରେ ବୀର ସନ୍ତାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ଦେଶ ସାରା ଜଳିଥିଲା ପ୍ରତିଜ୍ଞାର ନିଆଁ ।

ଆଉ ସେନା ଦିବସରେ ଭାରତ ଚୀନ୍ ସୀମା ବିବାଦ ନେଇ ଚାଲବାଜ ଚୀନକୁ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଅନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ପୁଣିଥରେ ସଙ୍କଳ୍ପକୁ ଶକ୍ତ କରିଛନ୍ତି ସ୍ଥଳସେନାର ମୁଖ୍ୟ ।

ତେବେ ରାତି ହେଉ କି ଦିନ, ଖରା ହେଉ କି ଶୀତ… ସବୁବେଳେ, ସବୁ ମୁହୂର୍ତ୍ତରେ ସଜାଗ ଥାଆନ୍ତି ଭାରତର ବୀର ଯବାନ । ରାତିର ଅନ୍ଧାର ଚିରି, ପାଣିର ପ୍ରଖର ସୁଅ କାଟି, ବରଫର ବଳୟ ଭାଙ୍ଗି ଶତ୍ରୁଙ୍କୁ ଚିତ କରନ୍ତି ସେନା ବାହିନୀ । ସେ ଚାଲାକ ଚୀନ ହେଉ କି ସୈତାନ ପାକିସ୍ତାନ ଯେତେବଳେ ବି ଶତ୍ରୁ ସୀମା ଡେଇଁଛି, ଯୁଦ୍ଧ ପାଇଁ ଉଷୁକାଇଛି । ସଙ୍ଗେସଙ୍ଗେ ଶତ୍ରୁର ମୁହଁତୋଡ ଯବାବ ଦେଇଛି ଭାରତ । ଇଟାର ଜବାବ ପଥରର ଦେଇଛନ୍ତି ଆମ ଭାରତୀୟ ବୀର ଯବାନ । ତେଣୁ ଗଲୱାନ ଘାଟିରେ ସହିଦ ହୋଇଥିବା ଯବାନ ବଳିଦାନ କେବେ ବି ବ୍ୟର୍ଥ ଯିବନି । ଆସନ୍ତୁ ସହିଦ ଯବାନଙ୍କୁ ସଲାମ କରିବା ଆଉ ସୀମାରେ ପହରା ମାରୁଥିବା ପ୍ରତିଟି ଯବାନଙ୍କୁ ସାଲ୍ୟୁଟଟେ ମାରି ସେମାନଙ୍କ ଜୋସ ବଢାଇବା…

from Kanak News
via <a href="https://ifttt.com/?

ପୁଣି ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ବଢିଲା ଅଡୁଆ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ହିସାବ ମାଗିଲେ ୧୦୦ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ

କନକ ବ୍ୟୁରୋ : ପିଏମ୍ କେୟାର୍ସ ପାଣ୍ଠିକୁ ନେଇ ଲାଗିଥିବା ଅଡୁଆ ଏବେ ନୂଆ ମୋଡ ନେଇଛି । ଦେଶର ୧୦୦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପାଣ୍ଠିର ହିସାବ ମାଗିଛନ୍ତି । ସେମାନେ ପାଣ୍ଠି ହିସାବର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । କରୋନା ମହାମାରୀ ବେଳେ ଲୋକମାନଙ୍କୁ ସହାୟତା ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଏହି ପାଣ୍ଠି ଗଠନ କରିଥିଲେ । ପାଣ୍ଠି ଗଠନ ବେଳେ କୁହାଯାଇଥିଲା କି ଏହି ପାଣ୍ଠିକୁ ଯାହା ସାହାଯ୍ୟ ମିଳିବ ତାହାକୁ ସାଧାରଣ ଲୋକଙ୍କ ସହାୟତା ପାଇଁ ଉପଯୋଗ କରାଯିବ । ହେଲେ ପାଣ୍ଠି ଗଠନ ହେବା ଦିନରୁ ଏହାର ସ୍ୱଚ୍ଛତା ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଛି । କେବେ ବିରୋଧୀ ମାନେ ଏହି ପାଣ୍ଠିର ଅର୍ଥକୁ ପ୍ରଧାନମନ୍ତ୍ରୀ ନିଜ ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବା ନେଇ ଅଭିଯୋଗ କରୁଥିବା ବେଳେ ଏବେ ୧୦୦ ଜଣ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ପାଣ୍ଠିର ହିସାବ ମାଗିବା ପରେ ଅଡୁଆରେ କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀଙ୍କୁ ଲେଖା ଯାଇଥିବା ଚିଠିରେ ଅବସରପ୍ରାପ୍ତ ଆଇଏସ ଅନୀତା ଅଗ୍ନିହୋତ୍ରୀ, ଶରଦ ବେହାର, ଏସ୍.ପି ଆମ୍ବ୍ରୋସ, ସାଜଦ୍ ହାସନ ଭଳି ପ୍ରଶାସନିକ ଅଧିକାରୀ ରହିଛନ୍ତି ।କହିରଖୁ କି ଏହି ପାଣ୍ଠି ଗଠନ ହେବା ଦିନରୁ ସରକାର ସନ୍ଦେହ ଘେରରେ ରହିଛନ୍ତି । ଏହା ଏକ ସରକାରୀ ପାଣ୍ଠି ହୋଇଥିବା ବେଳେ ସରକାର ଏହାକୁ ସୂଚନା ଅଧିକାର ଆଇନର ବାହାରେ ରଖିବାକୁ ନେଇ ଲୋକମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ପାଣ୍ଠି ସରକାରୀ କିନ୍ତୁ ହିସାବ ବେସରକାରୀ ବୋଲି ବାରମ୍ବାର କଂଗ୍ରେସ ବିଜେପିକୁ ଟାର୍ଗେଟ୍ କରିଛି ।

from Kanak News
via <a href="https://ifttt.com/?

ପୁରୀ ଏସପିଙ୍କ କଡ଼ା ଆଭିମୁଖ୍ୟ । ଦୁଇଟି ମାମଲାରେ ଦୁଇ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ।

କନକ ବ୍ୟୁରୋ : ପୁରୀ ଏସପି ଜିଲ୍ଲାର ଦୁଇ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆଜି କୃଷ୍ଣପ୍ରସାଦ ଥାନା ଏଏସ୍ଆଇଙ୍କୁ ଗିରଫ କରାଯାଇଥିବା ବେଳେ ପୁରୀ ସଦରଥାନା ଏସଆଇଙ୍କୁ ନିଲମ୍ବିତ କରିଛନ୍ତି ଆରକ୍ଷୀ ଅଧୀକ୍ଷକ।

ଜଣେ ଫୁଡ୍ ଭେଣ୍ଡରଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ପୁରୀ ଜିଲ୍ଲ କୃଷ୍ଣପ୍ରସାଦ ଥାନା ଏଏସ୍ଆଇ ଈଶ୍ୱର ଚନ୍ଦ୍ର ଗୁମାନ ସିଂହଙ୍କୁ ଗିରଫ କରାଯାଇଛି।

ଏଣେ ଆଜି ପୁରୀ ସଦର ଥାନା ମହିଳା ଏସଆଇ ଅତସୀ ଜେନାଙ୍କୁ ନିଲମ୍ବିତ କରାଯାଇଛି। ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ ସଂପର୍କରେ ସେ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ କୌଣସି ସୂଚନା ଦେଇନଥିବାର ଅଭିଯୋଗ ହୋଇଥିଲା। ଏହାଛଡ଼ା ଜୁଆ ଆଡ୍ଡାରୁ କେତେ ଟଙ୍କା ଜବତ ହୋଇଥିଲା ଏବଂ ସେହି ଟଙ୍କା କୁଆଡ଼େ ଗଲା ସେ ନେଇ ମଧ୍ୟ କିଛି ସୂଚନା ଦେଇନଥିବାରୁ ମହିଳା ଏସଆଇ ଅତସୀ ଜେନାଙ୍କୁ ନିଲମ୍ବିତ କରାଯାଇଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

from Kanak News
via <a href="https://ifttt.com/?

ନବରଙ୍ଗପୁର ପୋଲ ଭୁଶୁଡ଼ିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ।

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁସୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଡ଼ିଓ ଅସିତ୍ ପାତ୍ର ଗିରଫ ହୋଇଛନ୍ତି । ଆଜି ନବରଙ୍ଗପୁର ପୋଲିସ ଅସିତ ପାତ୍ରଙ୍କୁ ଗିରଫ କରି ଉମରକୋଟ ପୋଲିସକୁ ହସ୍ତାନ୍ତର କରିଛି ।

ଗତ ୧୦ ତାରିଖ ଦିନ ଉମରକୋଟ ତାଲାପଦରରେ ପୋଲ ଭୁସୁଡ଼ିବା ଫଳରେ ମହେନ୍ଦ୍ର ମାଳି ନାମକ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦିପ ଜେନା ।

ସୁନାବେଡ଼ା ଇସି ଏବଂ ଇଆଇସି ସୁରେଶ ମିଶ୍ର ଘଟଣାର ତଦନ୍ତ କରୁଥିଲେ । ପରେ ଠିକାଦାର ଆଶିଷ ବିଶ୍ୱାଳ ଓ ଅନ୍ୟମାନଙ୍କ ନାଁରେ ଉମରକୋଟ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ତିନିଜଣ ଗିରଫ ଭୟରେ ଫେରାର ଥିଲେ ।

from Kanak News
via <a href="https://ifttt.com/?

ଟିକାକରଣକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା । ନିରଂଜନ କହିଲେ ରାଜ୍ୟରେ ବିପିଏଲ ଓ ବରିଷ୍ଠ ନାଗରିକଙ୍କୁ ମାଗଣାରେ ଦିଆଯାଉ ଟିକା

କନକ ବ୍ୟୁରୋ: ଦେଶରେ କରୋନା ବିରୋଧରେ ଲଢେଇ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ମେଗା ଟିକାକରଣ ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ବିପିଏଲ ଓ ବରିଷ୍ଠ ନାଗରିକଙ୍କୁ କରୋନା ଟିକା ବିନାମୁଲ୍ୟରେ ଦେବା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ସହ ଗତକାଲି ହୋଇଥିବା ସଫଳ ଟୀକାକରଣ ପ୍ରକ୍ରିୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପିସିସି ସଭାପତି ।

from Kanak News
via <a href="https://ifttt.com/?

ଭକ୍ତଙ୍କ ଅପେକ୍ଷାର ଘଟିଲା ଅନ୍ତ । ଆସନ୍ତା କାଲି ଠାରୁ ଖୋଲିବ ଘଟଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ

କନକ ବ୍ୟୁରୋ : କାଲିଠାରୁ ଖୋଲିବ ଘଟଙ୍ଗାଁ ତାରିଣୀ ମନ୍ଦିର । ସମସ୍ତ କୋଭିଡ କଟକଣା ସହ ମାଙ୍କୁ ଦର୍ଶକ କରିବେ ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆସନ୍ତାକାଲି ଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି । ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଙ୍କୁ ଦର୍ଶନ କରିପାରିବେ । ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ , ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।

କହିରଖୁ କି କରୋନା ମହାମାରୀ ପାଇଁ ପ୍ରାୟ ଦୀର୍ଘ ୧୦ ମାସ ହେବ କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଦୈବୀପୀଠ ମା’ ତାରିଣୀଙ୍କ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିଲା । ଫଳରେ ଭକ୍ତମାନେ ମା’ଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହେଉଥିଲେ । ଏହାସହ ମନ୍ଦିର ବେଢା ହେଉ କି ମନ୍ଦିର ବାହାରେ ଛୋଟ ଛୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ଲୋକମାନେ ନିଜର ରୋଜଗାର ହରାଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଆସନ୍ତା କାଲିଠାରୁ ମନ୍ଦିର ଖୋଲିବା ନେଇ ସୂଚନା ମିଳିବା ପରେ ଶ୍ରଦ୍ଧାଳୁଙ୍କ ସହ ବ୍ୟବସାୟୀ ମାନେ ଏବେ ଖୁସିବ୍ୟକ୍ତ କରିଛନ୍ତି ।

from Kanak News
via <a href="https://ifttt.com/?

୨୧ରୁ ଜଗା ଦର୍ଶନ ପାଇଁ ନୂଆ ଏସଓପି । ବାଧ୍ୟତାମୂଳକ ନୂହେଁ କୋଭିଡ଼ ନେଗେଟିଭ ରିପୋର୍ଟ । ୩୦ ହଜାର ଭକ୍ତ କରିପାରିବେ ଦର୍ଶନ

କନକ ବ୍ୟୁରୋ: ପୁରୀରେ ଆସନ୍ତା ୨୧ରୁ ସ୍ୱତନ୍ତ୍ର ଏସଓପି ଆଧାରରେ ଆରମ୍ଭ ହେବ ଜଗା ଦର୍ଶନ । ଦର୍ଶନ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ । ଦୈନିକ ୩୦ ହଜାର ଭକ୍ତଙ୍କ ଦର୍ଶନ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି । ଏହାଠାରୁ ଅଧିକ ଭକ୍ତ ଆସିଲେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଦର୍ଶନ ବେଳେ ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ପୁରୀବାସୀ ପରିଚୟପତ୍ର ଦେଖାଇ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ସକାଳ ୬ଟାରୁ ୭ଟା ମଧ୍ୟରେ ପୁରୀବାସୀ କରିବେ ଦର୍ଶନ । ପ୍ରଥମ ଦୁଇ-୩ ଦିନ ମାର୍କେଟଛକରୁ ଦର୍ଶନାର୍ଥୀଙ୍କ ପାଇଁ ହେବ ଲାଇନ ବ୍ୟବସ୍ଥା । ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଅନ୍ୟପଟେ ଖୋଲିବ ଘଟଙ୍ଗାଁ ତାରିଣୀ ମନ୍ଦିର । କଟକଣା ସହ ମାଙ୍କୁ ଦର୍ଶକ କରିବେ ଶ୍ରଦ୍ଧାଳୁ । କରୋନା କଟକଣା ପରଠାରୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆସନ୍ତାକାଲି ଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି ।

ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସଂଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମାଙ୍କୁ ଦର୍ଶନ କରିପାରିବେ । ୩ନମ୍ବର ଗେଟ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ , ଏବଂ ଦର୍ଶନ ପରେ ୪ନମ୍ବର ଗେଟ ଦେଇ ବାହାରକୁ ବାହାରିବେ । ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିବା ବେଳେ ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ । ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।

from Kanak News
via <a href="https://ifttt.com/?

କାଲିଠୁ ପୁଣି ଟିକାକରଣ, ବଢିବ କେନ୍ଦ୍ର: ରାଜ୍ୟରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା; କାଲିଠୁ ଚାଲିବ ଟିକାଦାନ, ବଢିବ ଟିକାକରଣ ପାଇଁ କେନ୍ଦ୍ର

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ପୁଣି ହେବ ଟିକାକରଣ । ଆଉ ବଢ଼ିବ ଟିକାକରଣର କେନ୍ଦ୍ର ସଂଖ୍ୟା । କରୋନା ବିରୋଧୀ ଟିକାକରଣ ନେଇ ପ୍ରତକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଘରୋଇ ଓ ସରକାରୀ ମେଡ଼ିକାଲ କଲେଜର ୫ଟି ସ୍ଥାନରେ ଟିକା କରଣ ବ୍ୟବସ୍ଥା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟର ୨ଟି ସେସନରେ ଟିକାକରଣ କରାଯିବ । ସବୁ ଟିକା କରଣ କେନ୍ଦ୍ରରେ ୨ଶହ ଜଣଙ୍କୁ ଟିକା ଦିଆଯିବ ।

୫ଜଣ ବଦଳରେ ୬ଜଣ ଭ୍ୟାକ୍ସିନ ଇନଚାର୍ଜ ରଖାଯିବ । କିନ୍ତୁ ପିଏଚସି ଓ ସିଏଚସି ଟିକାକରଣ କେନ୍ଦ୍ରରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଟିକାକରଣ କରାଯିବ । ଏଥିପାଇଁ ପ୍ରତି ଜିଲ୍ଲାକୁ ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ସେ କହିଛନ୍ତି ଗତକାଲି ସୁରୁଖୁରରେ ଟିକାକରଣ ହୋଇଛି । ୧୩ ହଜାର ୯୮୦ ଲୋକଙ୍କୁ ଟିକା ଦିଆଯାଇଛି । ୮୫ ପ୍ରତିଶତ ଟିକା କରଣ ହୋଇଛି । ୬ଟି ଜିଲ୍ଲାରେ ୧୦୦ ପ୍ରତିଶତ ଆଚିଭମେଂଟ ହୋଇଛି । ଢ଼େଙ୍କନାଳ, ସାଲେପୁର ଓ ରାୟଗଡ଼ାରେ କିଛି ଲୋକଙ୍କ ଭିତରେ ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥିଲା । ଭୟ ଯୋଗୁଁ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇଥିବା ସେ କହିଛନ୍ତି ।

from Kanak News
via <a href="https://ifttt.com/?

ଫାଇଜର ଟିକା ନେଇ ନରୱେର ୨୩ ବରିଷ୍ଟ ନାଗରିକଙ୍କ ମୃତ୍ୟୁ । ପ୍ରଥମ ଡୋଜ ନେବାର କିଛି ସମୟ ମଧ୍ୟରେ ହରାଇଲେ ପ୍ରାଣ । ପାଶ୍ୱ ପ୍ରତିକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ

କନକ ବ୍ୟୁରୋ : ଫାଇଜର ଟିକା ନେଇ ୟୁରୋପୀୟ ରାଷ୍ଟ୍ର ନରୱେରେ ଗୋଟିଏ ଦିନରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ଟିକାର ପ୍ରଥମ ଡୋଜ ନେବାର କିଛି ସମୟ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା । ସମସ୍ତ ମୃତକ ବରିଷ୍ଠ ନାଗରିକ ବୋଲି ଜଣାପଡିଛି । ସେମାନଙ୍କର ମୃତ୍ୟୁର କାରଣ ପାଶ୍ୱପ୍ରତିକ୍ରିୟା ବୋଲି ଶବ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଏହି ସମାନ କାରଣ ଯୋଗୁଁ ଆହୁରି ଅନେକ ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ଦେଇଛି ନରୱେ ସ୍ୱାସ୍ଥ୍ୟ ବିଭାଗ ।

ଏହି ଘଟଣା ସାମ୍ନାକୁ ଆସିବା ପରେ ନରୱେରେ ଟିକାକରଣକୁ ସାମୟିକ ଭାବେ ବନ୍ଦ କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ଟିକା ବୟସ୍କ ଲୋକଙ୍କ ପାଇଁ ସୁରକ୍ଷିତ ନୁହେଁ ବୋଲି ନରୱେ ସରକାର ଘୋଷଣା କରିଛନ୍ତି । ଏନେଇ ନରୱେର ଜଣେ ଡାକ୍ତର କହିଛନ୍ତି କି ଟିକା ନେବା ପରେ ମୃତ୍ୟୁ ହୋଇଥିବା ସମସ୍ତ ଲୋକଙ୍କର ବୟସ ୮୦ ବର୍ଷରୁ ଅଧିକ । ସୂଚନା ରହିଛି କି ନରୱେରେ ଡିସେମ୍ବର ମାସରୁ ଏ ପର୍ଯ୍ୟନ୍ତ ୩୦ ହଜାର ଲୋକଙ୍କୁ ଫାଇଜର କିମ୍ବା ମଡର୍ଣ୍ଣା ଟିକା ଦିଆଯାଇଛି । ଆମେରିକା ସମେତ ୟୁରୋପୀୟ ରାଷ୍ଟ୍ର ମାନଙ୍କରେ ଫାଇଜର ଟିକାକୁ ନେଇ ଏଭଳି ଅଭିଯୋଗ ଆସିବା ପରେ ଟିକା ନିର୍ମାତା ଫାଇଜର ବାୟୋଏନଟେକ୍ ୟୁରୋପକୁ ଟିକା ଯୋଗାଣ ହ୍ରାସ କରିଛି ।

ଭାରତରେ ଟିକାକୁ ନେଇ ଏଭଳି ଅଭିଯୋଗ ଆସିବା ପରେ ଭାରତରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତା ମନୀଷ ତିୱାରୀ କହିଛନ୍ତି କି ଟିକାକୁ ନେଇ କଂଗ୍ରେସ ଯେଉଁ ଅଭିଯୋଗ ଆଣିଥିଲା ତାହା କପୋଳକଳ୍ପିତ ନୁହେଁ । ଯାହାର ପ୍ରମାଣ ନରୱେରେ ଦେଖା ଦେଇଛି । ଟିକାକୁ ନେଇ କଂଗ୍ରେସ ଯେତେବେଳେ ଅଭିଯୋଗ ଆଣିଥିଲା ସେତେବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କହିଥିଲେ କି ଟିକାକୁ ନେଇ କଂଗ୍ରେସ ଗୁଜବ ପ୍ରଚାର କରିବା ସହ ଲୋକମାନଙ୍କ ମଧ୍ୟରେ ଅବିଶ୍ୱାସର ମଞ୍ଜି ବୁଣୁଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started