
କନକ ବ୍ୟୁରୋ : ଶନିବାର ଠାରୁ ଦେଶରେ କରୋନା ମହାମାରୀ ବିରୋଧରେ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆଗଧାଡିର କୋଭିଡ୍ ଯୋଦ୍ଧା ମାନଙ୍କୁ ଟିକା ଦିଆଯାଇଛି । ଗତକାଲି ହୋଇଥିବା ଟିକାକରଣକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଳାୟର ସୂଚନା ଦେଇଥିଲା କି ଟିକାକରଣ ଶତ ପ୍ରତିଶତ ସଫଳ ହୋଇଛି । ହେଲେ ଏବେ ଦିଲ୍ଲୀରୁ ଯେଉଁ ଖବର ଆସିଛି ତାହା ଆପଣଙ୍କୁ ଚମକାଇ ଦେବ । ଆପଣ ଟିକା ନେବା ପୂର୍ବରୁ ହଜାରେ ଥର ଚିନ୍ତା କରିବାକୁ ବାଧ୍ୟ ହେବେ ।
ଟିକା ନେବାର କିଛି ଘଂଟା ପରେ ଦିଲ୍ଲୀରେ ୫୧ ଜଣ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ଠାରେ ଆଲର୍ଜି ଦେଖା ଦେଇଛି । ଏହାସହ ଜଣେ ଲୋକ ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଦିଲ୍ଲୀ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ଦିଲ୍ଲୀର ୧୧ ଟି ଜିଲ୍ଲାର ୮୧୧୭ ଜଣଙ୍କୁ ଟିକା ଦେବାର ଥିଲା । ହେଲେ ୪୩୧୯ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏହାରି ମଧ୍ୟରେ ୨ ଟି ଜିଲ୍ଲାରେ ହୋଇଥିବା ଟିକାକରଣକୁ ନେଇ କୌଣସି ଅଭିଯୋଗ ନ ଆସିଥିବା ବେଳେ ୯ ଟି ଜିଲ୍ଲାର ୫୧ ଜଣ ଅସୁସ୍ଥ ହୋଇଥିବା ସୂଚନା ଦେଇଛି ପ୍ରଶାସନ ।
କହିରଖୁ କି ଗତକାଲି ଶନିବାର ଠାରୁ ସାରା ଦେଶରେ କୋଭିଡ୍ ବିରୋଧରେ ଟିକା କରଣ ଆରମ୍ଭ ହୋଇଛି । ଭାରତୀୟ ଜ୍ଞାନ କୌଶଳରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଭାରତୀୟ ମାନଙ୍କୁ ଦିଆଯାଉଛି । ଏହି ଟିକା ପ୍ରସ୍ତୁତକାରୀ କମ୍ପାନୀ ମାନେ ଟିକା ଶତ ପ୍ରତିଶତ ସୁରକ୍ଷିତ ଥିବା କଥା କହୁଥିବା ବେଳେ ୫୧ ଜଣ ଅସୁସ୍ଥ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
from Kanak News
via <a href="https://ifttt.com/?










