ଭାଇ ତୀର ମାଡ଼ରେ ଭାଇ ଘାଇଲା: ଘରୋଇ କଳିରୁ କରଞ୍ଜିଆ ଅଂଚଳରେ ଭାଇର ତୀରମାଡରେ ଭାଇ ଗୁରୁତର; ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ: ଭାଇ ତୀର ମାଡ଼ରେ ଭାଇ ଘାଇଲା । ପାରିବାରିକ କଳହକୁ ନେଇ ଭାଇ ଉପରେ ଆକ୍ରମଣ କଲା ଭାଇ । ମୟୁରଭଂଜ କରଂଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁଇ ଭାଇଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲା । ମଝିଆ ଭାଇ ତିବରୁ ପିଙ୍ଗୁଆ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇ ବୁଧୁରାମ ପିଙ୍ଗୁଆକୁ ଆକ୍ରମଣ କରିଥିଲା ।

ଘଟଣା ସ୍ଥଳରେ ବୁଧୁରାମ ଗୁରୁତର ଆହତ ହୋଇପଡ଼ିଥିଲେ । ତାଙ୍କୁ କରଂଜିଆ ହସ୍ପିଟାଲରୁ ଭିର୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୁଲିସ ପହଂଚି ଅଭିଯୁକ୍ତ ଭାଇ ତିପୁର ପିଙ୍ଗୁଆକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି ।

from Kanak News
via <a href="https://ifttt.com/?

ଟାଙ୍ଗରା ଭୂଇଁ ହେଲା ଜଙ୍ଗଲ: ଜଙ୍ଗଲ ସୁରକ୍ଷା ପାଇଁ ବାଉଁଶ ଭେଳା ଡ୍ୟାମରେ ପାର; ୨୦ ବର୍ଷ ହେଲା ଅନୁଗୁଳର କୁଲେଇ ଗାଁଲୋକେ ଜଙ୍ଗଲକୁ ଦେଉଛନ୍ତି ସୁରକ୍ଷା

କନକ ବ୍ୟୁରୋ: ଜଙ୍ଗଲ ରକ୍ଷା ପାଇଁ ବାଉଁଶ ଭେଳାରେ ବିପଦ ସଙ୍କୁଳ ଅବସ୍ଥାରେ ଡ୍ୟାମ ପାରି । ୨୦ବର୍ଷର ଜଙ୍ଗଲ ଜଗିବା ପରମ୍ପରା । ଘଂଚ ଜଙ୍ଗଲରେ ପରିଣତ ହେଲା ୫୯ଏକର ଭୂଇଁ । ଏପରି ଏକ ଭଲ ଖବର ଦେଖିବା ଅନୁଗୁଳରୁ । ଏପଟେ ଗାଁ ସେପଟେ ଜଙ୍ଗଲ, ମଝିରେ ଡେରେଜାଙ୍ଗ ଡ୍ୟାମ । କିନ୍ତୁ ଗାଁ ଲୋକଙ୍କୁ ଏମିତି ଜଙ୍ଗଲ ଚିନ୍ତା ଘାରିଛି ଯେ,ପ୍ରତିଦିନ ଡ୍ୟାମକୁ ଭେଳାରେ ପାରି କରି ଜଙ୍ଗଲ ଜଗୁଛନ୍ତି । ଦୁଇ ଦଶନ୍ଧି ଧରି ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଅନୁଗୁଳର କୁଲେଇ ଗ୍ରାମବାସୀ ଏପରି ପ୍ରୟାସ ଜାରି ରଖିଛନ୍ତି ।

ଗାଁରେ ରହୁଥିବା ୭୫ପରିବାରରୁ ପ୍ରତିଦିନ ୨ଜଣ ବ୍ୟକ୍ତି ଭେଳାରେ ଡ୍ୟାମ ପାରି ହୋଇ ଜଙ୍ଗଲକୁ ଯାଉଛନ୍ତି । ଏଥିପାଇଁ ମା ଗ୍ରାମେଶ୍ୱରୀ ବନ ସୁରକ୍ଷା ସମିତି ଗଠନ କରିଛନ୍ତି । ଜଙ୍ଗଲ ଜଗିବା ଯୋଗୁଁ ଏବେ ୫୯ଏକର ଅଂଚଳ ଘଂଚ ଜଙ୍ଗଲରେ ପରିଣତ ହୋଇଛି । ଏହି ଅଂଚଳ ପୂର୍ବରୁ ଟାଙ୍ଗରା ହୋଇ ରହିଥିବା ବେଳେ ୨୦ବର୍ଷରେ ଏହି ସ୍ଥାନରେ ବିଭିନ୍ନ ଗଛଲତାରେ ପରିପୂର୍ଣ୍ଣ ହୋଇଛି । ଏହି ଜଙ୍ଗଲ ମଧ୍ୟରେ ଏବେ ଶାଳ, ଅସନ, ବାହାଡା, ଅଁଳା, ଶିଶୁ, ଗମ୍ଭୀରା ପରି ଅନେକ ମୁଲ୍ୟବାନ ଗଛ ରହିଛି । ଜଙ୍ଗଲ ସୁରକ୍ଷା କାରଣରୁ ବିଭିନ୍ନ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ଏଠାରେ ବଢିବାରେ ଲାଗିଛି ।

from Kanak News
via <a href="https://ifttt.com/?

କୋରାପୁଟ ଜଙ୍ଗଲରେ ସକ୍ରିୟ ବଜ୍ରକାପ୍ତା ଚୋରାଚାଲାଣକାରୀ: ଜୟପୁରରୁ ବିରଳ ବଜ୍ରକାପ୍ତା ଉଦ୍ଧାର; ଜଣେ ଗିରଫ

କନକ ବ୍ୟୁରୋ: ଜୟପୁରରୁ ବିରଳ ପ୍ରଜାତିର ବଜ୍ରକାପ୍ତା ଚୋରାଚାଲଣ ବେଳେ ଉଦ୍ଧାର । ଘଟଣ।।ରେ ଜଣେ ଗିରଫ । ବଜ୍ରକାପ୍ତା ଚୋରାଚାଲଣ ନେଇ ଏସସିଏଫଓଙ୍କ ନେତୃତ୍ୱରେ ବନବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ବୋରିଗୁମ୍ମା ବନାଂଚଳ ଅଧିନସ୍ଥ କାଠର ଗଡ଼ା ଜଙ୍ଗଲରୁ ବେଆଇନ ଭାବେ ଚାଲଣ ହୋଇଥିବା ବିରଳ ପ୍ରଜାତିର ବଜ୍ରକାପ୍ତାକୁ ଉଦ୍ଧାର ହୋଇଛି ।

ଚାଲଣକାରୀଙ୍କୁ ଗିରଫ କରିଛି ବନବିଭାଗ । ଉଦ୍ଧାର ବଜ୍ରକାପ୍ତାର ଓଜନ ୨ କେଜିରୁ ଅଧିକ ହେବ ବୋଲି କହିଛନ୍ତି ବୋରିଗୁମ୍ମା ବାନଂଚଳ ଅଧିକାରୀ ଦିଲୀପ ପଟ୍ଟନାୟକ । ଆଗରୁ ମଧ୍ୟ ଜଙ୍ଗଲରେୁ ଥିବା ବିରଳ ପ୍ରଜାତିର ଜୀବଜନ୍ତୁକୁ ସୁରକ୍ଷା ଦେବା ସଙ୍ଗେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜୟପୁର ଏସସିଏଫଓ ।

from Kanak News
via <a href="https://ifttt.com/?

ମଣ୍ଡିରେ ପଡିଛି ଧାନ, ରାଜରାସ୍ତାରେ ଅନ୍ନଦାତା: ସରୁନି ମଣ୍ଡି ସମସ୍ୟା…ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ସମାନ ଅବସ୍ଥା; ଧାନ କିଣୁ ନାହାନ୍ତି ମିଲର, ଅଭିଯୋଗ କଲେବି ଶୁଣୁନି ପ୍ରଶାସନ

କନକ ବ୍ୟୁରୋ: ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରିଛି ଚାଷୀ । ବସ୍ତାରେ ଭରି ବିକ୍ରି ପାଇଁ ମଣ୍ଡିକୁ ଆଣିଛନ୍ତି । ହେଲେ ଧାନ ବିକିବେ କଣ, ମଣ୍ଡିରେ ରାତ୍ରି ଜଗୁଆଳି ସାଜିଛନ୍ତି ଚାଷୀ । ଗୋଲାମୁଣ୍ଡା ବ୍ଲକ ଧାମନପୁର ମଣ୍ଡିରେ ଶୀତ କାକରରେ ପଡି ରହିଛି ଧାନ, ଜଗି ରହୁଛନ୍ତି ଚାଷୀ । ଧାନ କିଣିବା ଦାୟିତ୍ୱ ନେଇଥିବା ଅର୍ଣ୍ଣପୂର୍ଣ୍ଣ ରାଇସ ମିଲ, ବାସୁଦେବ ରାଇସ ମିଲ ଓ କଳିଙ୍ଗ ରାଇସ ମିଲ ଟାର୍ଗେଟ ଅନୁସାରେ ଧାନ କିଣି ସାରିଥିବାରୁ ଘୋର ଚିନ୍ତାରେ ଅଛନ୍ତି ଚାଷୀ । ତେବେ ଅନେକ ସ୍ଥାନରେ ଟାର୍ଗେଟ ବଢାଇ ଧାନ କିଣୁଥିବା ସରକାର ଧାମନପୁର ମଣ୍ଡିରେ କାହିଁକି ଟାର୍ଗେଟ ବଢାଇନେ ନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।

ସରୁନି ମଣ୍ଡି ସମସ୍ୟା । ପଶ୍ଚିମରୁ ଦକ୍ଷିଣ ସବୁଠି ଚାଷୀ ସେହି ଗୋଟିଏ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠୁନାହିଁ । କେଉଁଠି ଟାର୍ଗେଟ ନାହିଁ କହି ଧାନ କିଣୁ ନାହାନ୍ତି ମିଲର୍ସ । ପୁଣି କେଉଁଠି ଧାନ କିଣାରେ ଅବ୍ୟବସ୍ଥା ଚାଷୀଙ୍କୁ ଅସନ୍ତୋଷ କରିଛି । ଏହାର ପ୍ରତିବାଦ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଓ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ।

ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକର ୪ଟି ମଣ୍ଡିରେ ଧାନ ବିକ୍ରିରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆରଏମସି ନିର୍ଦ୍ଦେଶକ କ୍ଷେମାରାଜ ବାଘଙ୍କ ନେତୃତ୍ୱରେ ଧାନ ବସ୍ତା ରଖି ରାସ୍ତାରୋକ କରାଯାଇଛି । ମଣ୍ଡିରେ ଶହଶହ ଧାନ ବସ୍ତା ପଡିଥିବା ବେଳେ ବଛା ବଛା କିଛି ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଛି । କେତେବେଳେ କଟନି ଛଟନିକୁ ନେଇ ତ କେତେବେଳେ ଓଜନ ମାପକୁ ନେଇ ଚାଷୀ ମଣ୍ଡିରେ ଶୋଷାଣର ଶିକାର ହେଉଥିବା ଖବର ଆସିଥାଏ । ଆଉ ଏବେ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ଓ ନବରଙ୍ଗପୁର ଉମରକୋଟ୍ରୁ ଆସିଛି ଧାନ ବିକ୍ରି ହୋଇ ପାରୁନଥିବା ଅଭିଯୋଗ ।

from Kanak News
via <a href="https://ifttt.com/?

ଚିଲିକାରେ ଆଜିଠାରୁ ଡଲଫିନ ଗଣନା: ୧୮ଟି ଦଳରେ ୭୨ ଜଣ ଗଣନା କାମରେ ସାମିଲ

କନକ ବ୍ୟୁରୋ: ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ୧୮ଟି ଦଳରେ ୭୨ ଜଣ ଏହି ଗଣନା କାମରେ ସାମିଲ ହୋଇଛନ୍ତି । ସେଥିରୁ ୧୦ଟି ଦଳରେ ବାଲୁଙ୍ଗା ରେଂଜରେ ଓ ୮ଟି ଦଳ ସାତପଡ଼ା ରେଂଜରେ ଡ଼ଲଫିନ ଗଣନାରେ ସାମିଲ ହୋଇଛନ୍ତି । ବାଲୁଙ୍ଗାଁ ବନ୍ୟପ୍ରାଣୀ ବିଭାଗ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଭୋର ୫ଟାରୁ ମାଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ଚାଲିବ ।

ସେପଟେ, ଭିତରକନିକାରେ କୁମ୍ଭୀର ଗଣନା ଆରମ୍ଭ ହୋଇଯାଇଛି । ଗତ ୧୫ ତାରିଖଠାରୁ ୨୩ ତାରିଖ ଯାଏଁ ଏହି କୁମ୍ଭୀର ଗଣନା ଚାଲିବ । ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ ମହାକାଳପଡା ରେଞ୍ଜରେ କୁମ୍ଭୀର ଗଣନା କରାଯାଉଛି । ଏହି ଗଣନାରେ ଫରେଷ୍ଟର, ଫରେଡଗାର୍ଡ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି ।

ତେବେ କୁମ୍ଭୀର ଗଣନା କାର୍ଯ୍ୟ ପାଇଁ ୨୨ଟି ଦଳ ଗଠନ କରାଯାଇଛି । ରାଜନଗର ରେଞ୍ଜରେ ୭ଟି, କନିକା ରେଞ୍ଜରେ ୧୧ଟି , ଗହୀରମଥା ଓ ମହାକାଳପଡା ରେଞ୍ଜରେ ୨ଟି ଲେଖାଁଏ ଟିମ ଗଠନ କରାଯାଇଛି । ଏହି ସମୟରେ ଭିତରକନିକାରେ ଭିତରକନିକାରେ ପର୍ଯ୍ୟଟକଙ୍କୁ ଡଙ୍ଗାରେ ବୁଲିବା ନିଷେଧ କରାଯାଇଛି ।

from Kanak News
via <a href="https://ifttt.com/?

ଭୁବନେଶ୍ୱର ସ୍ଥିତ ୫ଟି ସ୍କୁଲ ବୁଲିଲେ ଭି.କେ.ପାଣ୍ଡିଆନ: ପରିଦର୍ଶନ ବେଳେ ଶିକ୍ଷକଙ୍କ ସହ କଲେ ଆଲୋଚନା; ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ କଣ ଜରୁରୀ ପଚାରି ବୁଝିଲେ

କନକ ବ୍ୟୁରୋ: ସକାଳୁ ସକାଳୁ ଭୁବନେଶ୍ୱରରେ ସ୍କୁଲ ପରିଦର୍ଶନ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ବିଏମସି ଅଂଚଳରେ ଥିବା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି ପାଣ୍ଡିଆନ ।

ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି । ସାଇନ୍ସ ଲ୍ୟାବ, ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ ରିଡ଼ିଂ ରୁମ୍, ଓ ସ୍କୁଲ ଗୁଡ଼ିକରେ ଖେଳ ବ୍ୟବସ୍ଥା ନେଇ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ କିପରି ଭଲ ରେଜଲ୍ଟ କରିବେ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।

from Kanak News
via <a href="https://ifttt.com/?

ଉଚ୍ଚ ଶିକ୍ଷିତ ହୋଇବି ପୂଜା ଭୁଲିନାହାଁନ୍ତି ନିଜର ଦାୟିତ୍ୱ: ଚାକିରି ପଛରେ ନଧାଇଁ ବାପାଙ୍କ ବୃତ୍ତିକୁ ନେଇଛନ୍ତି ଆଦରି; କ୍ଷେତରେ ସୁନାର ଫସଲ ଫଳାଇବା ସହ ନିଜେ କରୁଛନ୍ତି ବେପାର

କନକ ବ୍ୟୁରୋ: ସିଏ ଜଣେ ଯୁବତୀ। ଉଚ୍ଚ ଶିକ୍ଷିତ ବି। କିନ୍ତୁ କାମରେ ସେ ଯେକୌଣସି କର୍ମଠ ଯୁବକଙ୍କୁ ଟିପିଯିବେ। କେବଳ ପୁରୁଷ ଲୋକ ଯେ ଘରର ତେଲ-ଲୁଣ ଖର୍ଚ୍ଚ ଉଠାଇବା ପାଇଁ କ୍ଷେତରେ ହାଡ଼ଭଂଗା ପରିଶ୍ରମ କରି ସୁନାର ଫସଲ ଫଳାଇ ପାରନ୍ତି, ଏ କଥାକୁ ଭୁଲ୍‌ ପ୍ରମାଣିତ କରି ଦେଖାଇଛନ୍ତି କେନ୍ଦ୍ରାପଡ଼ା ବ୍ଲକ୍ ଧୂମାତ ଗ୍ରାମର ଦେବସ୍ମିତା ଜେନା ଓରଫ୍ ପୂଜା ା ବୟସ ୨୪ ା ଗାଁର ଶିବରାମ ଜେନା ଓ ପ୍ରମିଳା ଜେନାଙ୍କ ତିନି ଝିଅ ମଧ୍ୟରୁ ମଝିଆ ହେଉଛନ୍ତି ପୂଜା। କିନ୍ତୁ ତାଙ୍କ ସଂଘର୍ଷମୟ ସଫଳତାର କାହାଣୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ଯୁକ୍ତ ତିନି ପାସ୍ କରିବା ପରେ ଚାକିରି ପଛରେ ନ ଗୋଡ଼ାଇ ନିଜେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ସେ ନିଜକୁ ଜଣେ ସଫଳ ଚାଷୀ ରୂପେ ଗଢ଼ି ତୋଳିଛନ୍ତି। ଝିଅ ହେଇ ବି କ୍ଷେତରେ ପନିପରିବା ଲଗାଇବାଠୁ ହା‌ଟରେ ବିକ୍ରି କରିବା ଯାଏ, ସବୁଥିରେ ସେ ମାହିର୍‌। ପାଞ୍ଚରୁ ଛଅ ଏକର ଜମିରେ ନିଜେ ପନିପରିବା ଫସଲ କରି ପରିବାରର ଆର୍ଥିକ ଅବସ୍ଥା ସମ୍ଭାଳିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ପୂଜା ା

ପୁଅ ନ ଥିଲା ବୋଲି ବାପା ଶିବରାମ ଓ ମା’ ପ୍ରମିଳାଙ୍କ ମନରେ ଅ‌ବସୋସ ଥିଲା ା କିନ୍ତୁ ସେ ଅବସୋସକୁ ଦୂର କରିଦେଇଛନ୍ତି ମଝିଆ ଝିଅ ପୂଜା ା ଝିଅ ଯେ ପୁଅଠାରୁ କୌଣସି ଗୁଣରେ କମ୍ ନୁହନ୍ତି, ଏ କଥାକୁ ଯଥାର୍ଥରେ ସେ ପ୍ରତିପାଦିତ କରି ଦେଖାଇଛନ୍ତି। ଚାଷୀ ପରିବାର ହେଇଥିବାରୁ ପିଲାଟି ବେଳୁ ବାପାଙ୍କୁ ଚାଷକାମରେ ସାହାଯ୍ୟ କରୁଥିଲେ। କିନ୍ତୁ ଏ ସାହାଯ୍ୟ, ସହଯୋଗ ଭିତରେ ସେ ଏବେ ବାପାଙ୍କ ଆଶାବାଡ଼ି ପାଲଟି ଯାଇଛନ୍ତି। ଇନ୍ଦୁପୁର ବିରୂପା ମହାବିଦ୍ୟାଳୟରୁ କଳାରେ ଯୁକ୍ତ ତିନି ପାସ୍‌ କରିବା ପରେ ସେ ଚାକିରି ନ କରି ସ୍ବାବଲମ୍ବୀ ହେବା ପାଇଁ ବାପାଙ୍କ ବୃତ୍ତି ଚାଷକୁ ଝିଅ ହେଇ ମଧ୍ୟ ଆପଣେଇ ନେଇଥିଲେ। ଫଳରେ ସେ ଏବେ ପାଖାପାଖି ୫ରୁ ୬ ଏକର ଜମିରେ ବାଇଗଣ, କଖାରୁ, ଝୁଡଙ୍ଗ, ଧନିଆ, ପୋଟଳ, କାକୁଡି, ଟମାଟର, ସୋରିଷ, ଆଖୁ, ମଟର ଛୁଇଁ, ବିନ୍‌ସ ଆଦି ଭଳିକି ଭଳି ଫସଲ କରିଛନ୍ତି। ନିଜେ କ୍ଷେତରେ ପରିଶ୍ରମ କରିବା ସହିତ ପରିବା ହାଟକୁ ଯାଇ ବିକ୍ରି କରନ୍ତି ା ଅନେକ ସମୟରେ ବେପାରୀ ବି ଆସି ନେଇଥାନ୍ତି ା ମା’ ପ୍ରମିଳା କୁହନ୍ତି, ମୋ ଝିଅ କୋଉ ପୁଅଠାରୁ କମ୍ ନୁହେଁ।  ପୁଅଠୁ ଅଧିକ ପରିଶ୍ରମୀ ଆଉ ସାହସୀ। ମୋର ସବୁ ସ୍ୱପ୍ନକୁ ସେ ପୂରା କରିଛି। ଆମେ କେବେ ବି ଅନୁଭବ କରିନୁ ଯେ ଆମର ପୁଅ ନାହିଁ।

ଅନ୍ୟପକ୍ଷରେ ପୂଜାଙ୍କ କହିବା କଥା ହେଉଛି, ଆଜିକା ଯୁଗରେ ପୁଅ ଯାହା କରିପାରିବ, ଝିଅ ବି ତାହା କରିପାରିବ। କୌଣସି କ୍ଷେତ୍ରରେ ବି ଝିଅମାନଙ୍କୁ କମ୍‌ ଆକଳନ କରିବା କଥା ନୁହେଁ। ଭାଇ ନ ଥିଲା ବୋଲି ବାପା, ମା’ଙ୍କର ବଡ଼ ଅବସୋସ ରହିଯାଇଥିଲା ା ମାତ୍ର ଭାଇ ଥିଲେ ଆଜି ଯାହା କରିଥାନ୍ତା, ତାହାଠୁ ମୁଁ କୋଉ ଗୁଣରେ ଯେ କମ୍ କାମ କରୁଛି? ଚାଷଠୁ ଭଲ କାମ ଆଉ ଦୁନିଆରେ କିଛି ନାହିଁ। ବର୍ଷଯାକ ପନିପରିବା ଫସଲ କରୁଥିବାରୁ ମାସକୁ ୮ରୁ ୧୦ହଜାର ରୋଜଗାର ହେଇପାରୁଛି ା କିନ୍ତୁ ପ୍ରଶାସନ ଯଦି ଚାଷ ପାଇଁ ମୋତେ ପାୱାରଟିଲର୍‌ ଯୋଗାଇ ଦିଅନ୍ତା, ତେବେ କାମ ଆଉ ଟିକେ ସହଜ ହେଇଯାନ୍ତା ବୋଲି ପୂଜା କହିଛନ୍ତି।

from Kanak News
via <a href="https://ifttt.com/?

ଦେଶର ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ! ଇଣ୍ଡୋନେସିଆର ଜାଭାଦ୍ୱୀପରେ ଆଗ୍ନେୟଗିରି ଉଦଗୀରଣ: ପାଖାପାଖି ସାଢ଼େ ୪ କିମି ଯାଏଁ ଗରମ ବାଷ୍ପ ବ୍ୟାପୀ ଯାଇଥିବା ସୂଚନା

କନକ ବ୍ୟୁରୋ: ଇଣ୍ଡୋନେସିଆର ଜାଭା ଦୀପରେ ଆଗ୍ନେୟଗିରି ଉଦଗୀରଣ । ଦେଶର ସିମେରୁ ପର୍ବତରେ ଥିବା ସବୁଠୁ ବଡ଼ ଆଗ୍ନେୟଗିରିରୁ ଲାଭା ଉଦଗୀରଣ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି । ପାଖାପାଖି ସାଢ଼େ ୪ କିଲୋମିଟର ପର୍ଯ୍ୟନ୍ତ ଗରମ ବାଷ୍ପ ବ୍ୟାପୀ ଯାଇଥିବା ସୂଚନା ମିଳିଛି । ଏଥିରେ କେତେ କ୍ଷୟକ୍ଷତି ହୋଇଛି, ଏ ନେଇ କିଛି ଜଣାପଡିନାହିଁ । ତେବେ ପାଖାପାଖି ଅଂଚଳରେ ରହୁଥିବା ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଦେଶର ବିପର୍ଯ୍ୟୟ ପ୍ରଶମନ ବିଭାଗ ।

ପର୍ବତର ପାଦଦେଶରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବାରୁ ଲାଭା ମିଶ୍ରିତ ବନ୍ୟା ହେବା ଆଶଙ୍କା ଥିବାରୁ ସତର୍କ କରାଯାଇଛି । ଗତ ମେ’ ମାସଠାରୁ ଏଠାରେ ଆଗ୍ନେୟଗିରି କ୍ଷରଣ ହେଉଥିଲା । ଏହି ଅଂଚଳ ଭୂମିକମ୍ପ ଅଂଚଳ ଭାବେ ଜଣାଣୁଣା ।ଇଣ୍ଡୋନେସିଆରେ ୧୨୦ରୁ ଅଧିକ ଉତପ୍ତ ଆଗ୍ନେୟଗିରି ରହିଛି । ଶୁକ୍ରବାର ଦିନ ସକାଳେ ଇଣ୍ଡୋନେସିଆର ସୁଲୱେସି ଦୀପରେ ବଡ଼ ଧରଣର ଭୂକମ୍ପ ହୋଇଥିଲା । ସେଥିରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

https://platform.twitter.com/widgets.js

from Kanak News
via <a href="https://ifttt.com/?

କେମିତି ହୁଏ କିଡନୀ ପ୍ରତ୍ୟାରୋପଣ ? କ’ଣ ରହିଛି ଅଙ୍ଗ ପ୍ରତ୍ୟାରୋପଣ ନିୟମ ? ଜାଣନ୍ତୁ କିଡନୀ ଦଲାଲଙ୍କଠୁ ବର୍ତ୍ତିବେ କେମିତି…

କନକ ବ୍ୟୁରୋ: କିଡନୀ ରୋଗରେ ପୀଡିତ ବ୍ୟକ୍ତି ଯେତେବେଳେ ଜୀବନ ମୃତ୍ୟୁର ସଂଘର୍ଷ କରୁଥାନ୍ତି, ସେତେବେଳେ ଏହାର ସୁଯୋଗ ନେଇଥାନ୍ତି ଦଲାଲ । କିଡନୀ ଯୋଗାଇ ଦେବାର ମିଛ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥାନ୍ତି । ଠକେଇ ଅଭିଯୋଗରେ ଗିରଫ ହୋଇଥିବା ହିମାଂଶୁ ଭୂଷଣ ନନ୍ଦକୁ ରିମାଣ୍ଡରେ ନେଇଛି କମିଶନରେଟ୍ ପୁଲିସ । କିଡନୀ ରାକେଟର ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି, ଏନେଇ ପଚରାଉଚରା କରି କିଡନୀ ଠକ ଠାରୁ ସତ ଓଗାଳିବ ପୋଲିସ । ଏହି ରାକେଟରେ  ଘରୋଇ ଡାକ୍ତରଖାନା ଓ କିଛି କର୍ମଚାରୀଙ୍କ ସଂପର୍କ ଥିବା ନେଇ ହେଉଥିବା ଅଭିଯୋଗ ଉପରେ ମଧ୍ୟ ଅଧିକ ତନାଘନା କରାଯିବ ।

କେମିତି ହୁଏ କିଡନୀ ପ୍ରତ୍ୟାରୋପଣ? କ’ଣ ରହିଛି ଅଙ୍ଗ ପ୍ରତ୍ୟାରୋପଣ ନିୟମ? କୌଣସି ଅଙ୍ଗ ପ୍ରତ୍ୟାରୋପଣ ଏତେ ସହଜ ନୁହେଁ । ଏଥିରେ ରହିଛି ବହୁ କଟକଣା । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କେଉଁମାନେ ଦାନ କରିପାରିବେ କିଡ୍ନୀ ତାହା ଉପରେ ନଜର ପକାଇବା …

ରକ୍ତ ସଂପର୍କୀୟ – ବାପା, ମାଆ, ଭାଇ, ଭଉଣୀ, ପୁଅ, ଝିଅ, ନାତି, ନାତୁଣୀ, ଜେଜେବାପା, ଜେଜେମାଆ

ଅନ୍ୟ ଭାବଗତ ସମ୍ପର୍କୀୟ – ବନ୍ଧୁ, ସ୍ୱାମୀ/ସ୍ତ୍ରୀ, ଭଲ ପାଉଥିବା ବ୍ୟକ୍ତି

ଏହା ସହ ଦାତାଙ୍କ ତଥ୍ୟ ନେଇ ୨୭ ପ୍ରକାର କାଗଜପତ୍ର ଆବଶ୍ୟକ । ଏହି ସମସ୍ତ କାମ ଜଣେ ଡାକ୍ତରଙ୍କ ତତ୍ୱାବଧାନରେ ହୋଇଥାଏ । ସରକାରଙ୍କ ଅନୁମତି ମିଳିବା ପରେ କିଡ୍ନୀ ପ୍ରତ୍ୟାରୋପଣ ହେବା ସମ୍ଭବପର ବୋଲି କହିଛନ୍ତି ବିଶେଷଜ୍ଞ । ତେବେ ଭାବଗତ ସଂପର୍କର ନକଲି କାଗଜପତ୍ର ଦେଖାଇ ଦଲାଲ ମାନେ ଠକାମୀ କରୁଥିବା କୁହାଯାଉଛି । ତେବେ ଆଇନ୍ ଅନୁସାରେ ଏହି ପ୍ରକ୍ରିୟା ନକଲେ ପ୍ରତ୍ୟାରୋପଣ ସମ୍ଭବ ନୁହେଁ । ଲୋକଙ୍କ ଅସୁବିଧା ଓ ଅଜ୍ଞତାର ସୁଯୋଗ ନେଉଛନ୍ତି ଦଲାଲ ।

କିଡନୀ ପ୍ରତ୍ୟାରୋପ ଘଟଣାର ଅଧିକ ତଦନ୍ତ ପରେ ଏହା ପଛରେ ଥିବା ରାକେଟର ଗୁମର ଫିଟିବ ବୋଲି ଆଶା କରାଯାଉଛି । ସେପଟେ ଅଙ୍ଗ ପ୍ରତ୍ୟାରୋପଣ ନେଇ ଅଧିକ ସଚେତନତାର ଆବଶ୍ୟକତା ମଧ୍ୟ ରହିଛି ।

from Kanak News
via <a href="https://ifttt.com/?

ମହାମାରୀ ମହାମୁକାବିଲାରେ ସାମିଲ ହେଲା ଓଡିଶା: ପ୍ରଥମ ଦିନରେ ରାଜ୍ୟରେ ୮୫%ରୁ ଅଧିକ ଲୋକ ନେଲେ ଟିକା; ଆଜି ବନ୍ଦ ରହିବ ଟିକାକରଣ

କନକ ବ୍ୟୁରୋ: ପ୍ରାୟ ୧୦ ମାସ ଧରି ଯାହାକୁ ସାରା ଦେଶବାସୀ ଅପେକ୍ଷା କରି ରହିଥିଲେ, କରୋନା ବିରୋଧରେ ସେହି ନିର୍ଣ୍ଣାୟକ ଲଢ଼େଇ ଆରମ୍ଭ ହୋଇସାରିଛି । ଓଡିଶାରେ ଗତକାଲି ପ୍ରଥମ ଦିନରେ ୮୫ ପ୍ରତିଶତରୁ ଅଧିକ କୋଭିଡ ଟିକାକରଣ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ କରୋନା ଟିକା ବା ମହୌଷଧୀ ଦିଆଯାଇଛି ।

ରାଜ୍ୟର ୧୬୧ଟି ଟିକାଦାନ କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ୧୬ ହଜାର ୪୦୫ ସ୍ବାସ୍ଥ୍ୟକର୍ମୀ/ଆଇସିଡିଏସ୍‌ କର୍ମଚାରୀଙ୍କୁ ଟିକା ଦେବାର ଲକ୍ଷ୍ୟ ରଖାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ୮୫ ପ୍ରତିଶତ ଟିକାଦାନ ହୋଇଥିବା ସୂଚନା ମିଳିଛି। ସମୁଦାୟ ୧୩,୯୮୦ ସ୍ବାସ୍ଥ୍ୟକର୍ମୀ ଟିକା ନେଇଛନ୍ତି। ଅନୁଗୁଳ, ବାଲେଶ୍ବର, କନ୍ଧମାଳ, ବୌଦ୍ଧ, ସୋନପୁର, କେନ୍ଦ୍ରାପଡ଼ା ଓ କୋରାପୁଟ ଆଦି ୭ ଜିଲ୍ଲାରେ ଶତ ପ୍ରତିଶତ ଟିକାକରଣ ହୋଇଛି। ବାକି ଜିଲ୍ଲାଗୁଡ଼ିକରେ ୫୦ ପ୍ରତିଶତରୁ ଅଧିକ ଟିକାକରଣ ହୋଇଥିବା ଜଣାଯାଇଛି। ଟିକା ନେବା ପରେ ଲୋକଙ୍କଠାରେ କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖା ଯାଇନାହିଁ। ତେବେ ଆଜି ରାଜ୍ୟରେ ଟିକାକରଣ ବନ୍ଦ ରଖାଯିବ । ମୁଖ୍ୟତଃ ଏହି ପ୍ରଥମ ଦିନ ଟିକା କରଣ ବ୍ୟବସ୍ଥାର ସମୀକ୍ଷା କରାଯିବ ଏବଂ ସୋମବାରଠାରୁ ଏହି କାର୍ଯ୍ୟକ୍ରମ ପୁଣି ଜାରି ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିର୍ଧାରିତ ସମସ୍ତ ତାଲିକାଭୁକ୍ତ ଟିକା ଗ୍ରହଣକାରୀଙ୍କୁ ଟିକା ଦେବା ଶେଷ ହେବାଯାଏଁ ଏହି କାର୍ଯ୍ୟକ୍ରମ ଜାରି ରହିବ ।

କେଉଁଠି କିଏ ପ୍ରଥମ ଟିକା ନେଲେ ?

୬ଟି ସ୍ବାସ୍ଥ୍ୟକେନ୍ଦ୍ରରେ କୋଭାକ୍ସିନ୍ ଟିକା ‌ଦିଆଯାଇଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀ ବିରଞ୍ଚି ନାୟକ, ୟୁନିଟ-୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡିଏମ୍‌ଇଟି ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ, ଏମ୍‌ସରେ ଏମ୍‌ସ ନିର୍ଦ୍ଦେଶକ ଗୀତାଞ୍ଜଳି ବାତମାନବାନେ, ବିଏମ୍‌ସି ହସ୍ପିଟାଲରେ ‌ଭେଷଜ ବିଶେଷଜ୍ଞ ଡାକ୍ତର ନିରଞ୍ଜନ ପାଢ଼ୀ, ସମ୍‌ ହସ୍ପିଟାଲରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର, କିମ୍‌ସ ହସ୍ପିଟାଲରେ କିମ୍‌ସର ଡାଇରେକ୍ଟର ଜେନେ‌ରାଲ ଏବଂ ପ୍ରିନସିପାଲ୍‌ ଡାକ୍ତର ପ୍ରଦୀପ କୁମାର ପଟ୍ଟନାୟକ ପ୍ରଥମ ଟିକା ନେଇଥିଲେ।

from Kanak News
via <a href="https://ifttt.com/?

Design a site like this with WordPress.com
Get started