ମହାମାରୀ ପାଇଁ ମହାକବଚ: ବିଶ୍ୱର ବୃହତ୍ତମ ଟିକାଦାନ ଅଭିଯାନ; ଦେଶରେ ପ୍ରଥମ ଦିନରେ ଟିକା ନେଲେ ୧ ଲକ୍ଷ ୯୧ ହଜାର ୧୮୧ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ

କନକ ବ୍ୟୁରୋ: ଭାରତରେ ଆରମ୍ଭ ହୋଇଛି ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମେଗା ଟିକାକରଣର ଶୁଭାରମ୍ଭ କରିଛନ୍ତି । ସଂକଟ ସମୟରେ କୋଭିଡ୍ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ ନରେନ୍ଦ୍ର ମୋଦୀ । କହିଛନ୍ତି- ଭାରତର ଟିକା ଉପରେ ରହିଛି ଦୁନିଆର ନଜର । ଦେଶବ୍ୟାପୀ ୩ ହଜାର ୩୫୧ଟି କେନ୍ଦ୍ରରେ ଏକକାଳୀନ ଟିକାକରଣ ଆରମ୍ଭ ହୋଇଥିଲା ।

ଦିଲ୍ଲୀ ଏମ୍ସରେ ୩୪ ବର୍ଷୀୟ ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ଦେଶର ପ୍ରଥମ ଟିକା ଦିଆଯାଇଥିଲା । ସେହିପରି ଟିକା ନିରାପଦ ଏହି ବାର୍ତା ଦେବାକୁ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ, ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଭଳି ବଡବଡ ବ୍ୟକ୍ତି ଟିକା ନେଇଛନ୍ତି । ଆଉ ଏସବୁ ଭିତରେ ଆଶ୍ୱସ୍ତିକର ବୟାନ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । କହିଛନ୍ତି, ପ୍ରଥମ ଦିନରେ ଟିକା ନେବା ପରେ ଜଣେ କେହି ଗୁରୁତର ହୋଇ ହସ୍ପିଟାଲରେ ଭର୍ତି ହୋଇନାହାନ୍ତି ।  ସାରା ଦେଶରେ ପ୍ରଥମ ଦିନରେ ୧ ଲକ୍ଷ ୯୧ ହଜାର ୧୮୧ରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କରୋନା ଟିକା ନେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

from Kanak News
via <a href="https://ifttt.com/?

କଟକ ପରେ ଏବେ ସମ୍ବଲପୁରରେ ବି ନକଲି । ଅସଲି ବ୍ରାଣ୍ଡ ନାଁରେ ଚାଲୁଥିଲା ନକଲି ସର୍ଫ କାରଖାନା, ଚଢ଼ାଉବେଳେ ଜବତ ହେଲା ୨୫ ହଜାର ନକଲି ସର୍ଫ ପ୍ୟାକେଟ୍ ।

କନକ ବ୍ୟୁରୋ: କଟକ ପରେ ସମ୍ବଲପୁରରେ ଧରା ପଡିଛି ନକଲି ସାମଗ୍ରୀର ବେପାର । ସମ୍ବଲପୁର ସହରର ବରେଇପାଲି ମୁଙ୍ଗାପଡାର ଏକ ଗୋଦାମରେ ଚଢାଉ କରି ବିପୁଳ ପରିମାଣର ନକଲି ସର୍ଫ ଜବତ କରିଛି ପୁଲିସ । ସର୍ଫ ଏକ୍ସେଲ ଡିଟରଜେଂଟ ପାଉଡର ନାଁରେ ନକଲି ସାମଗ୍ରୀ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲା ହିନ୍ଦୁସ୍ତାନ ଲିବର କଂପାନୀ । ଏନେଇ ଥାନାରେ କଂପାନୀ ଅଭିଯୋଗ କରିବା ପରେ ତଦନ୍ତ କରି ମୁଙ୍ଗାପଡାରେ ଥିବା ଏହି ଗୋଦାମରେ ପୁଲିସ ଅଚାନକ ଚଢାଉ କରିଥିଲା । ଗୋଦାମ ଘରୁ ୨୩୯ ବସ୍ତାରେ ଥିବା ପ୍ରାୟ ୨୫ ହଜାର ପ୍ୟାକେଟ ନକଲି ସର୍ଫ ଏକ୍ସେଲ ଡିଟରଜେଂଟ ପାଉଡର ଜବତ କରିଛି ପୁଲିସ । ଏହି ଘଟଣାରେ ପୁଲିସ ଗୋଦାମର ମାଲିକ ଆଶିଷ ଅଗ୍ରୱାଲଙ୍କୁ ଗିରଫ କରିଛି । ଏହି ନକଲି ସର୍ଫ କାରବାର ଘଟଣାରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ସମ୍ବଲପୁର ପୁଲିସ ଅଧିକ ଖୋଳତାଡ କରୁଛି ।

from Kanak News
via <a href="https://ifttt.com/?

୬୦ଘଂଟାରେ ହେଲା ପୋଲ ନିର୍ମାଣ । ଜମ୍ମୁ ରାମବାଣରେ ଅଢ଼େଇ ଦିନରେ ଭେଲି ବ୍ରିଜ ନିର୍ମାଣ କଲା ବର୍ଡର ରୋଡ୍ ଅର୍ଗାନାଇଜେସନ

କନକ ବ୍ୟୁରୋ: ଆଶ୍ଚର୍ଯ୍ୟ ହେଲେ ବି ସତ । ୬୦ଘଂଟାରେ ହେଲା ପୋଲ ନିର୍ମାଣ । ଜମ୍ମୁ ରାମବାଣରେ ୬୦ଘଂଟାରେ ବେଲି ବ୍ରିଜ ନିର୍ମାଣ କଲା ବର୍ଡର ରୋଡ ଅର୍ଗାନାଇଜେସନ । ସପ୍ତାହେରୁ ଅଧିକ ସମୟ ଧରି ବନ୍ଦ ଥିଲା ଯାତାୟତ । ଜମ୍ମୁ ରାମବାଣ କେଲାମୋଡ ଅଂଚଳରେ ବନ୍ଦ ଥିବା ରାସ୍ତାକୁ ଖୋଲିବାର ପ୍ରୟାସ କରୁଥିବା ବର୍ଡର ରୋଡ ଅର୍ଗାନାଇଜେସନର ସୁରକ୍ଷାକର୍ମୀ ମାନେ ୬୦ଘଂଟା ଭିତରେ ବେଲି ବ୍ରିଜ ନିର୍ମାଣ କରିଛନ୍ତି । ପ୍ରାୟ ସପ୍ତାହେ ଧରି ବନ୍ଦ ଥିବା ରାସ୍ତାରେ ପୁଣି ଖୁବ ଶୀଘ୍ର ଯାତାୟତ ଆରମ୍ଭ ହେବ । ଏହି ବ୍ରିଜକୁ ନିର୍ମାଣ କରିବା ପାଇଁ ବ୍ରୋ ପକ୍ଷରୁ ୭୨ଘଂଟାର ସମୟ ମଗାଯାଇଥିଲା କିନ୍ତୁ ୬୦ଘଂଟାରେ କାମ ପୂରଣ କରିଦିଆଯାଇଛି । ଭୂସ୍ଖଳନ ଯୋଗୁଁ ଗତ ରବିବାର ଠାରୁ ଏହି ରାସ୍ତା ବନ୍ଦ ଥିଲା । ପୋଲ ନିର୍ମାଣ ହେବା ପରେ ଟ୍ରାୟଲ ରନ ମଧ୍ୟ କରାଯାଇଛି ।

from Kanak News
via <a href="https://ifttt.com/?

ଅର୍ଣ୍ଣବ ଗୋସ୍ୱାମୀଙ୍କ ବଢିପାରେ ଅଡୁଆ! ଭାଇରାଲ ହେଲା ବାର୍କ ପୂର୍ବତନ ସିଇଓଙ୍କ ସହ ହ୍ୱାଟ୍ସଆପ କଥାବାର୍ତ୍ତାର ସ୍କ୍ରିନସଟ୍ । TRP ଦୁର୍ନୀତି ନେଇ ଚାଟ୍ ହୋଇଥିବା ଦାବି ।

କନକ ବ୍ୟୁରୋ: ଫେକ୍ ଟିଆରପି ସ୍କାମରେ ଫସିଥିବା ରିପବ୍ଲିକ ଟିଭି ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଏକ ହ୍ୱାଟ୍ସଆପ ଚାଟ ଭାଇରାଲ ହୋଇଛି । ଯେଉଁଥିରେ ସେ ବାର୍କର ପୂର୍ବତନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ସହ କଥା ହେଉଛନ୍ତି । ଶୁକ୍ରବାର ଏହି ସ୍କ୍ରିନସଟ ସାମ୍ନାକୁ ଆସିବା ପରେ ଅର୍ଣ୍ଣବଙ୍କ ଅଡୁଆ ବଢିପାରେ । ସୂଚନା ଅନୁସାରେ ଭାଇରାଲ ହୋଇଥିବା ହ୍ୱାଟ୍ସଆପ ଚାଟରେ ଅର୍ଣ୍ଣବ ଗୋସ୍ୱାମୀ ଏବଂ ପାର୍ଥୋ ଦାସଗୁପ୍ତାଙ୍କ ନାଁ ରହିଛି । ୨୦୧୯ରେ ଅର୍ଣ୍ଣବ ଓ ପାର୍ଥୋଙ୍କ ମଧ୍ୟରେ ଟିଆରପିକୁ ନେଇ ଏହି କଥାବାର୍ତା ହୋଇଥିବା ଦାବି କରାଯାଉଛି ।

ଏହାସହ ମୁମ୍ବାଇ ପୋଲିସ ଜବତ କରିଥିବା ୫ଶହ ପୃଷ୍ଠା ବିଶିଷ୍ଟ ହ୍ୱାଟ୍ସଆପ ଚାଟର ଏହା ଏକ ଅଂଶ ବୋଲି କୁହାଯାଉଛି । ମୁମ୍ବାଇ ପୋଲିସ ଏନେଇ କିଛି ସ୍ପଷ୍ଟୀକରଣ ରଖିନାହିଁ । ଏହି ଭାଇରାଲ ହ୍ୱାଟ୍ସଆପ ଚାଟକୁ ନେଇ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ କହିଛନ୍ତି, ସରକାରଙ୍କ ଆଖି ସାମ୍ନାରେ ଅନେକ ସ୍ମାମ ହେଉଛି । ଏଭଳି ଲୋକଙ୍କୁ ଆଇନ ଅନୁଯାୟୀ ଜେଲ ଦଣ୍ଡାଦେଶ ଦେବା ଉଚିତ ବୋଲି ଲେଖିଛନ୍ତି ପ୍ରଶାନ୍ତ ଭୂଷଣ । ଗତବର୍ଷ ଟିଆରପି ସ୍କାମ ନେଇ ଖୁଲାସା ହୋଇଥିିଲା ।

from Kanak News
via <a href="https://ifttt.com/?

ହ୍ୱାଟ୍ସଆପ୍ ହାତ ଛାଡ଼ିବାରୁ ନରମିଲା କମ୍ପାନୀର ଆଭିମୁଖ୍ୟ । ନୂଆ ଅପଡେଟକୁ ମେ’ ୧୫ ଯାଏଁ ସ୍ଥଗିତ ରଖିବା ସହ ଦେଲା ସ୍ପଷ୍ଟୀକରଣ । 

କନକ ବ୍ୟୁରୋ: ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସି ଚର୍ଚାରେ ରହିଛି । ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନୀୟ ରହିବ ନା ନାହିଁ ଏହାକୁ ନେଇ ଏବେ ବିତର୍କ ସୃଷ୍ଟି ହୋଇଛି । ୟୁଜର୍ସଙ୍କ ତଥ୍ୟ ସେୟାର ପାଇଁ ଅନୁମତି ଲୋଡିଛି ହ୍ୱାଟ୍ସଆପ । ଫେବୃୟାରୀ ୮ ତାରିଖ ସୁଦ୍ଧା ଡାଟା ସେୟାର ପାଇଁ ଅନୁମତି ନଦେଲେ ଆକାଉଂଟ ଡିଲିଟ ହେବ ବୋଲି କଂପାନୀ ପୂର୍ବରୁ ସ୍ପଷ୍ଟ କରିଦେଇଥିଲା , ତେବେ ଏହାକୁ ମେ ୧୫ ଯାଏଁ ହ୍ୱାଟ୍ସ ଆପ ତରଫରୁ କୁହାଯାଉଛି । ତେବେ ବ୍ୟବହାରକାରୀଙ୍କୁ ଯଥେଷ୍ଟ ସମୟ ଦିଆ ଯିବ ବୋଲି କୁହାଯାଇଛିାତଥ୍ୟ ସେୟାର ନେଇ ହ୍ୱାଟସଆପର ବିଶ୍ୱସନୀୟତା ପ୍ରଶ୍ନ ଘୋରକୁ ଆସିଯାଇଛି । 

ତେବେ ବିଜନେସ ଆକାଉଂଟ ୟୁଜର୍ସଙ୍କ ଉପରେ ପ୍ରାଇଭେସୀ ପଲିସି ପ୍ରଭାବ ପକାଇବ । ବହୁ ଲୋକ ପ୍ରାଇଭେସୀ ଫୋକସଡ ମେସେଜିଂ ଆପ ସିଗ୍ନାଲ ଓ ଟେଲିଗ୍ରାମକୁ ସିଫ୍ଟ ହୋଇଯାଉଛନ୍ତି । ହ୍ୱାଟ୍ସଆପ, ନୂଆ ପ୍ରାଇଭେସୀ ପଲିସି ଅପଡେଟ କରିବା ପରେ ଚର୍ଚାରେ ରହିଛି । ନୂଆ ପ୍ରାଇଭେସୀ ପଲିସି ଅନୁସାରେ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରିବାକୁ ହ୍ୱାଟ୍ସଆପ ଅନୁମତି ଲୋଡୁଛି । ହ୍ୱାଟ୍ସଆପର ନୂଆ ପ୍ରାଇଭେସୀ ପଲିସିକୁ ନେଇ ବିବାଦ ତେଜିବା ପରେ କଂପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦେଇ କହିଛି, ବ୍ୟବହାରକାରୀଙ୍କ ତଥ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିବ । 

ସ୍ପଷ୍ଟୀ କରଣରେ କଣ କହିଛି ହ୍ୱାଟ୍ସଆପ କଂପାନୀ…

୧ -ଆପଣ ନିଜ ସାଙ୍ଗ ସାଥୀ, ପରିବାର ଲୋକଙ୍କ ସହ କରୁଥିବା ଚାଟ ସଂପୂର୍ଣ୍ଣ ଗୋପନୀୟ ରହିବ । ନୂଆ ପ୍ରାଇଭେସୀ ପଲିସି ଏହା ଉପରେ କିଛି ପ୍ରଭାବ ପକାଇବ ନାହିଁ । ତେବେ ବ୍ୟବସାୟିକ ଆକାଉଂଟ ଉପରେ ଏହାର ପ୍ରଭାବ ପଡିବ ।  

୨- ଆପଣଙ୍କ କୌଣସି ବ୍ୟକ୍ତିଗତ ମେସେଜ କିମ୍ବା କଲ ଓ ସେୟାର କରିଥିବା ଲୋକେସନ ହ୍ୱାଟସଆପ,  ଫେସବୁକ ଶୁଣି ପାରିବେ ନାହିଁ କି ଦେଖି ପାରିବେ ନାହିଁ । କାରଣ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ହ୍ୱାଟ୍ସଆପର ମେସେଜ ରହିଛି । 

୩- ବ୍ୟବହାରକାରୀ ଅନୁମତି ଦେବା ପରେ ଫୋନ ଆଡ୍ରେସ ବୁକ ପାଇବ ହ୍ୱାଟ୍ସଆପ । ତେବେ ବ୍ୟବହାରକାରୀ ନିଶ୍ଚିତ ରୁହନ୍ତୁ, ହ୍ୱାଟ୍ସଆପ କାହାରିକୁ କଂଟାକ୍ଟ ଲିଷ୍ଟ ସେୟାର କରିବ ନାହିଁ 

୪- ହ୍ୱାଟ୍ସଆପ ସ୍ପଷ୍ଟ କରିଛି ଗ୍ରୁପ ଚାଟର ତଥ୍ୟକୁ ବିଜ୍ଞାପନ ଉଦ୍ଦେଶ୍ୟରେ ଫେସବୁକକୁ ସେୟାର କରିବ ନାହିଁ । ଏହି ପ୍ରାଇଭେଟ ଚାଟ ମଧ୍ୟ  ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ସୁରକ୍ଷାରେ ରହିଛି ।  

୫-ଲୋକେ ଅନଲାଇନ ସପିଂ କରିବାକୁ ପସନ୍ଦ କରୁଥିବାରୁ, ହ୍ୱାଟ୍ସଆପ ଜରିଆରେ ଲୋକଙ୍କୁ ପଣ୍ୟ ସାମଗ୍ରୀର ବିଜ୍ଞାପନ ଦେଖାଇବାକୁ ଯୋଜନା କରିଛି କଂପାନୀ । ଆପଣ ବିଜ୍ଞାପନ ଦେଖି ଦୋକାନୀଙ୍କ ସହ କଥା ହେଲେ ନଜର ରଖାଯିବ । ତେବେ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକକୁ ସେୟାର କରାଗଲେ ଜଣାଇ ଦିଆଯିବ ବୋଲି କହିଛି ହ୍ୱାଟ୍ସଆପ ।

from Kanak News
via <a href="https://ifttt.com/?

ଟୀକାକରଣର ପ୍ରଥମଦିନ: ଦେଶରେ ଟିକା ନେଲେ ୧ଲକ୍ଷ ୬୫ ହଜାର ୭୧୪ ଜଣ, ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ଡାକ୍ତରଖାନାରେ କେହି ଭର୍ତ୍ତି ହୋଇନାହାନ୍ତି

କନକ ବ୍ୟୁରୋ: ଟିକା ଆସିଲା । ବିଶ୍ୱର ସବୁଠୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହେଲା । ଦେଶବ୍ୟାପି କରୋନା ଟୀକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି କୁହାଯାଇଛି ଯେ ସାରାଦେଶରେ ଆଜି ମୋଟ ୧ ଲକ୍ଷ ୬୫ ହଜାର ୭୧୪ ଜଣ ଟିକା ନେଇଛନ୍ତି । ପ୍ରାୟ ୧୬,୭୫୫ ଜଣ ସ୍ବାସ୍ଥ୍ୟକର୍ମୀ ଟିକା ପ୍ରଦାନ କରିଥିଲେ ।  ତେବେ ଲକ୍ଷାଧିକ ଲୋକ ଟିକା ନେଇଥିଲେ ମଧ୍ୟ ପାର୍ଶ୍ବପ୍ରତିକ୍ରିୟା ଯୋଗୁଁ କେହି ଡାକ୍ତରଖାନାରେ ଭର୍ତ୍ତି ହୋଇନାହାନ୍ତି ।

ତେବେ ଆଜି ଟିକାକରଣ ବେଳେ କେତେକ ସମସ୍ୟା ଦେଖାଦେଇଥିଲା ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କୋ-ଓ୍ବିନ ଓ୍ବେବସାଇଟ ଧୀମା ହୋଇଯିବାରୁ ଟିକାନେବାକୁ ପଂଜୀକରଣ କରିଥିବା ହିତାଧିକାରୀଙ୍କ ତାଲିକା ଠିକ ସମୟରେ ଅପଲୋଡ ହୋଇପାରିନଥିଲା । କେତେକ ସ୍ୱାସ୍ଥ୍ୟକର୍ମୀ ଆଜି ଟିକା ନେବା କାର୍ଯ୍ୟସୂଚୀରେ ନଥିଲେ ମଧ୍ୟ ସେମାନେ ଆଜି ଟିକା ନେଇଥିଲେ । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ଉତ୍ପାଦିତ ଟିକା କୋଭିସିଲ୍ଡକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି । ମାତ୍ର ଭାରତ ବାୟୋଟେକ ଦ୍ବାରା ଉତ୍ପାଦିତ ଟିକା କୋଭାକ୍ସିନକୁ  ୧୨ଟି ରାଜ୍ୟକୁ ପ୍ରଦାନ କରାଯାଇଛି ।

from Kanak News
via <a href="https://ifttt.com/?

ଭ୍ୟାକ୍ସିନ୍ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ କରୋନାରୁ ଏକାଥରେ ୨୩୦ ଜଣ ହେଲେ ସୁସ୍ଥ ।

କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ଟୀକାକରଣ ଭିତରେ ଓଡ଼ିଶା ପାଇଁ ଭଲ ଖବର । ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୨୩୦ ଜଣ କରୋନା ଆକ୍ରାନ୍ତ । ସୁନ୍ଦରଗଡ଼ରୁ ସର୍ବାଧିକ ୩୦ ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳରୁ ୨୬, ବଲାଙ୍ଗିରରୁ ୨୬, ଝାରସୁଗୁଡ଼ାରୁ ୧୮, ବରଗଡ଼ରୁ ୧୭, କଟକରୁ ୧୫, ସମ୍ବଲପୁରରୁ ୧୪, ଯାଜପୁରରୁ ୧୨, ଖୋର୍ଦ୍ଧାରୁ ୧୧, ବାଲେଶ୍ୱରରୁ ୧୦ ମୟୂରଭଞ୍ଜରୁ ୯ ସୁସ୍ଥ ହୋଇଛନ୍ତି ।

https://platform.twitter.com/widgets.jsସେହିପରି କେନ୍ଦ୍ରାପଡ଼ାରୁ ୬ ଜଣ, ପୁରୀରୁ ୬, ଗଜପତିରୁ ୫, ନୂଆପଡ଼ାରୁ ୫, ମାଲକାନଗିରିରୁ ୪, ସୋନପୁରରୁ ୪, ଗଞ୍ଜାମରୁ ୩, ଏବଂ ଭଦ୍ରକ-ବୌଦ୍ଧ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଥିବାବେଳେ ରାୟଗଡ଼ାରୁ ଜଣେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୩ ଲକ୍ଷ ୨୯ ହଜାର ୩୧୮ ଜଣ ସୁସ୍ଥ ହେଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

from Kanak News
via <a href="https://ifttt.com/?

ମଣ୍ଡିରେ ପଡିଛି ଧାନ, ରାସ୍ତାକୁ ଓହ୍ଲାଇଲେ ଚାଷୀ । କଳାହାଣ୍ଡି ଗୋଲମୁଣ୍ଡାରେ ଟାର୍ଗେଟ ପୂରଣ ହୋଇଥିବା କହି ଧାନ କିଣୁ ନାହାନ୍ତି ମିଲର ।

କନକ ବ୍ୟୁରୋ: ସରୁନି ମଣ୍ଡି ସମସ୍ୟା । ପଶ୍ଚିମରୁ ଦକ୍ଷିଣ ଓଡିଶା ସବୁଠି ଚାଷୀ ସେହି ଗୋଟିଏ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠୁନାହିଁ । କେଉଁଠି ଟାର୍ଗେଟ ନାହିଁ କହି ଧାନ କିଣୁ ନାହାନ୍ତି ମିଲର୍ସ । ପୁଣି କେଉଁଠି ଧାନ କିଣାରେ ଅବ୍ୟବସ୍ଥା ଚାଷୀଙ୍କୁ ଗରମ କରିଛି । ଏହାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଓ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରେ ରାସ୍ତାରୋକ କରିଛନ୍ତି ଚଷା ପୁଅ ।
ତାଳୁ ଝାଳ ତଳିପାରେ ମାରି ଧାନ ଅମଳ କରିଛି ଚାଷୀ । ବସ୍ତାରେ ଭରି ବିକ୍ରି ପାଇଁ ମଣ୍ଡିକୁ ଆଣିଛନ୍ତି । ହେଲେ ଧାନ ବିକିବେ କଣ, ମଣ୍ଡିରେ ରାତ୍ରି ଜଗୁଆଳି ସାଜିଛନ୍ତି ଚାଷୀ । ଗୋଲାମୁଣ୍ଡା ବ୍ଲକ ଧାମନପୁର ମଣ୍ଡିରେ ଶୀତ କାକରରେ ପଡି ରହିଛି ଧାନ, ଜଗି ରହୁଛନ୍ତି ଚାଷୀ । ଧାନ କିଣିବା ଦାୟିତ୍ୱ ନେଇଥିବା ଅର୍ଣ୍ଣପୂର୍ଣ୍ଣ ରାଇସ ମିଲ, ବାସୁଦେବ ରାଇସ ମିଲ ଓ କଳିଙ୍ଗ ରାଇସ ମିଲ ଟାର୍ଗେଟ ଅନୁସାରେ ଧାନ କିଣି ସାରିଥିବାରୁ ଘୋର ଚିନ୍ତାରେ ଅଛନ୍ତି ଚାଷୀ । ତେବେ ଅନେକ ସ୍ଥାନରେ ଟାର୍ଗେଟ ବଢାଇ ଧାନ କିଣୁଥିବା ସରକାର ଧାମନପୁର ମଣ୍ଡିରେ କାହିଁକି ଟାର୍ଗେଟ ବଢାଇନେ ନାହିଁ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି ।
ସରୁନି ମଣ୍ଡି ସମସ୍ୟା । ପଶ୍ଚିମରୁ ଦକ୍ଷିଣ ସବୁଠି ଚାଷୀ ସେହି ଗୋଟିଏ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ନିର୍ଦ୍ଧାରିତ ସମୟରେ ମଣ୍ଡିରୁ ଧାନ ଉଠୁନାହିଁ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକର ୪ଟି ମଣ୍ଡିରେ ଧାନ ବିକ୍ରିରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଆରଏମସି ନିର୍ଦ୍ଦେଶକ କ୍ଷେମାରାଜ ବାଘଙ୍କ ନେତୃତ୍ୱରେ ଧାନ ବସ୍ତା ରଖି ରାସ୍ତାରୋକ କରାଯାଇଛି । ମଣ୍ଡିରେ ଶହଶହ ଧାନ ବସ୍ତା ପଡିଥିବା ବେଳେ ବଛା ବଛା କିଛି ଚାଷୀଙ୍କ ଧାନ କିଣାଯାଉଥିବା ଅଭିଯୋଗ ହୋଇଛି ।
କେତେବେଳେ କଟନି ଛଟନିକୁ ନେଇ ତ କେତେବେଳେ ଓଜନ ମାପକୁ ନେଇ ଚାଷୀ ମଣ୍ଡିରେ ଶୋଷାଣର ଶିକାର ହେଉଥିବା ଖବର ଆସିଥାଏ । ଆଉ ଏବେ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ଓ ନବରଙ୍ଗପୁର ଉମରକୋଟ୍ରୁ ଆସିଛି ଧାନ ବିକ୍ରି ହୋଇ ପାରୁନଥିବା ଅଭିଯୋଗ ।

from Kanak News
via <a href="https://ifttt.com/?

ଗାଁ ଲୋକ ଦେଖାଇଲେ ଅଦମ୍ୟ ସାହସ, ଡକାୟତଙ୍କୁ କାବୁ କଲା ଲୋଇସିଂହା ପୁଲିସ୍

କନକ ବ୍ୟୁରୋ: ଫିଲ୍ମ ଷ୍ଟାଇଲରେ ଡ଼କାୟତଙ୍କୁ କାବୁ କଲେ ଗାଁ ଲୋକେ । ବଲାଙ୍ଗିର ଲୋଇସିଂଘା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ପୋଲିସ ଡ଼କାୟତ ମୁହାଁମୁହିଁ ହୋଇଛନ୍ତି । ୫ଜଣିଆ ଡ଼କାୟତ ଦଳ ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଲୁଟ୍ କରି ଫେରାର ହେଉଥିଲେ ଦୁର୍ବୃତ । ଖବର ପାଇ ଲୋଇସିଂହ ପୋଲିସ ଡ଼କାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଛନ୍ତି ।
ଡକାୟତ କହୁଛି ହଟି ଯାଅ, ନହେଲେ ଗୁଳିମାରି ଜୀବନରୁ ସଫା କରିଦେବ । ଆଉ ଗାଁର କିଛି ଯୁବକ ପଥର ଧରି ଘେରି ରହିଛନ୍ତି । କହୁଛନ୍ତି ବନ୍ଧୁକ ପକାଇ, ସରେଣ୍ଡର କର । ନହେଲେ କେତେ ଲୋକଙ୍କୁ ମାରିବ ଦେଖିବୁ । ଗାଁ ଲୋକ ଓ ଡକାୟତଙ୍କ ମୁହାଁମୁହିଁ ଭିତରେ ଡକାୟତଙ୍କୁ କାବୁ କରିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଏବଂ ସାଲୋଭଟା ଥାନା ପୁଲିସ୍ ।
ବଲାଙ୍ଗିର ଲୋଇସିଂହା ଥାନା କୁଟାସିଂହା ଗାଁ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତାରେ ଏଭଳି ମୁହାଁମୁହିଁ ହୋଇଥିଲେ ଡାକାୟତ ଏବଂ ଗାଁ ଲୋକ । ୫ଜଣିଆ ଡ଼କାୟତ ଦଳ ଲୋଇସିଂହା ନିକଟରେ ଦୁଇଭାଇ ବାଇକରେ ଯାଉଥିବା ବେଳେ ତାଙ୍କ ଠାରୁ ଲାପଟପ୍ ଏବଂ ଲାପ୍ଟପ୍ ବ୍ୟାଗ୍ରେ ଥିବା ୩୫ ହଜାର ଟଙ୍କା ଲୁଟ୍ କରି ଫେରାର ହେଉଥିଲେ ଦୁର୍ବୃତ । ଖବର ପାଇ ଲୋଇସିଂହା ପୋଲିସ ଡ଼କାୟତ ମାନଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କରିଥିଲା । ଡକାୟତମାନେ ଫେରାର୍ ହେବା ସମୟରେ ପୋଲିସ ଏବଂ କୁଟାସିଂହା ଗାଁ ଲୋକେ ଘେରାବନ୍ଦୀ ଡକାୟତଙ୍କୁ ଧରିଛନ୍ତି ।
ସ୍ଥାନୀୟ ବାସିନ୍ଦା ଓ ପୁଲିସ୍ର ମିଳିତ ଭାବେ ଡକାୟତଙ୍କୁ ଜବାବ୍ ଦେବା ପରେ ଡ଼କାୟତ ମାନେ ପିସ୍ତଲ୍ ଫିଙ୍ଗି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହି ଡକାୟତି ଘଟଣାରେ ଦୁଇଜଣ ଫେରାର ହୋଇଥିବା ବେଳେ ୩ଜଣ ଡ଼କାୟତଙ୍କୁ କାବୁ କରି ଲୋଇସିଂହା ଥାନାରେ ଅଟକ ରଖାଯାଇଛି ।

from Kanak News
via <a href="https://ifttt.com/?

ଘରୋଇ ସ୍କୁଲରେ ଗରିବ ପିଲାଙ୍କ ୨୫% ସ୍ଥାନ ସଂରକ୍ଷଣକୁ ବାଧ୍ୟତାମୂଳକ କଲେ ସରକାର । ଗଣଶିକ୍ଷା ବିଭାଗର ପୋର୍ଟାଲରେ ନାମ ପଂଜିକରଣ କରିବେ ଛାତ୍ରଛାତ୍ରୀ 

କନକ ବ୍ୟୁରୋ: ଘରୋଇ ସ୍କୁଲରେ ଲାଗୁ ହେବ ସଂରକ୍ଷଣ ବ୍ୟବସ୍ଥା । ରାଜ୍ୟର ଘରୋଇ ସ୍କୁଲରେ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରହିବ । ଏବଂ ଇଡବ୍ଲୁଏସ କୋଟାରେ ସେମାନେ ଅନଲାଇନରେ ନାମ ଲେଖାଇପାରିବେ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅନଲାଇନରେ ନାମ ଲେଖାଇବା ସୁବିଧା କରାଗଲେ ସଂରକ୍ଷଣ ବ୍ୟବସ୍ଥାରେ ସ୍ୱଚ୍ଛତା ଆସିବ । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେହିଭଳି ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ଷ୍ଟ୍ରିମ ଖୋଲିବ । ଏଣିକି ରାଜ୍ୟ ସରକାରଙ୍କ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠ ପଢିବେ ଛାତ୍ରଛାତ୍ରୀ । ତେବେ ସରକାରୀ ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତି ହୋଇଥିବା ମନ୍ତ୍ରୀ ସମୀର ଦାସ କହିଛନ୍ତି ।
ଆର୍ଥିକ ଅନଗ୍ରସର ପିଲାଙ୍କ ପାଠପଢା ପାଇଁ ୨୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବାକୁ ବାଧ୍ୟ ହେବେ ଘରୋଇ ସ୍କୁଲ । ପୂର୍ବରୁ ଏହି ସଂରକ୍ଷଣ ବ୍ୟବସ୍ଥା ଥିଲେ ବି କିଛି ଘରୋଇ ସ୍କୁଲ ବିଭିନ୍ନ ଆଳ ଦେଖାଇ ଏହାକୁ ମାନୁନଥିଲେ । ଏନେଇ ଅଭିଯୋଗ ଆସିବା ପରେ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ ପ୍ରସ୍ତୁତ କରାଯିବ । ପୋର୍ଟଲ ଜରିଆରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇବା ପାଇଁ ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ବିଦ୍ୟାଳୟ ଠାରୁ ୧ କିଲୋମିଟର ଦୂରରେ ଥିବା ଯୋଗ୍ୟ ଛାତ୍ରଛାତ୍ରୀ ଅନଲାଇନ ନାମ ଲେଖାଇ ପାରିବେ । ସେହିପରି ୩ କିଲୋମିଟରରୁ ୧୦ କିଲୋମିଟର ଭିତରେ ଥିବା ପିଲାଙ୍କ ପାଇଁ ଲଟେରୀ ବ୍ୟବସ୍ଥା କରାଯିବ । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀ ଏହି ପୋର୍ଟାଲର ଲୋକାର୍ପଣ କରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଶିକ୍ଷା ଅଧିକାର ଆଇନ୍ ୨୦୦୯ ଅନୁଯାୟୀ ୬ରୁ ୧୪ ବର୍ଷ ବୟସର ପିଲାଙ୍କ ବାଧ୍ୟତାମୂଳକ ଶିକ୍ଷାଦାନକୁ ଆହୁରି ମଜଭୁଦ୍ କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର । ସଂରକ୍ଷଣ ବ୍ୟବସ୍ଥା ଭଳି ଶିକ୍ଷାକ୍ଷେତ୍ରରେ ଆଉ ଏକ ପଦକ୍ଷେପ ନିଆଯାଇଛି । ଆସନ୍ତା ଶିକ୍ଷା ବର୍ଷରୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସବୁ ଆଦର୍ଶ ବିଦ୍ୟାଳୟରେ ବାଣିଜ୍ୟ ପାଠ୍ୟକ୍ରମ ଆରମ୍ଭ ହେବ । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏଭଳି ନିଷ୍ପତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ତେବେ ବେସରକାରୀ ସ୍କୁଲରେ ୨୫% ସଂରକ୍ଷଣ ମଧ୍ୟରୁ ଏସସି, ଏସଟି ଓ ଏସଇବିସି ପିଲାଙ୍କ ପାଇଁ ରହିବ ୧୦ ପ୍ରତିଶତ । ବାସହୀନ ଓ ଶିଶୁ ଶ୍ରମିକଙ୍କ ପାଇଁ ୫ ପ୍ରତିଶତ । ବାକି ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ ବିପିଏଲ କାର୍ଡଧାରୀ ପରିବାର ପିଲାଙ୍କ ପାଇଁ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started