
from Kanak News
via <a href="https://ifttt.com/?
News

from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?

କନକ ବ୍ୟୁରୋ: ଭୂତାଣୁ ଭିତରେ ଭୁବନେଶ୍ୱର ପାଇଁ ଭଲ ଖବର । ଆଜି ମାତ୍ର ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୨ଟି ପଜିଟିଭ୍ କେସ୍ ଆସିଥିବାବେଳେ ୨ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି ।
Update on newly detected #COVID19 cases in the last
24 hrs under the BMC area on 16th Jan (till 9am). pic.twitter.com/PcJ75C0vyq— BMC (@bmcbbsr) January 16, 2021
https://platform.twitter.com/widgets.jsଅନ୍ୟପଟେ ରାଜଧାନୀବାସୀଙ୍କୁ ଆଶ୍ୱସ୍ତିକର ଖବର କି , କରୋନାରୁ ୩ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧ ହଜାର ୭୮୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସକ୍ରିୟ କେସ୍ ୨୦୧ ରହିଛି । ସେହିଭଳି ୩୧ ହଜାର ୩୧୮ ଜଣ ସୁସ୍ଥ ହୋଇଥିବାବେଳେ ୨୪୪ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରଶାସନ ସୂଚନା ଦେଇଛି ।
from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଯେଉଁଠି ଦେଖ ନେତା । ସେ ଠିକାଦାରୀ ହେଉ କି ଟିକାକରଣ ହେଉ ସବୁଠି ରାଜନେତାଙ୍କ ପ୍ରଭାବ । ଦୈନିକ ସଭାସମିତିରେ ନିୟମର ପାଠ ପଢାଉଥିବା ନେତା ମାନେ ବ୍ୟକ୍ତିଗତ ଜୀବନରେ ତାହାକୁ କେମିତି ପାଳନ କରନ୍ତି ତାହା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ । ଏଠାରେ ଦୁଇଜଣ ତୃଣମୂଳ କଂଗ୍ରେସ ବିଧାୟକ ଟିକାଦାନ କେନ୍ଦ୍ରରେ ପଶି ଜୋର ଜବରଦସ୍ତି ଟିକା ନେଇଛନ୍ତି ।
ଆଜି ଠାରୁ ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଆରମ୍ଭ ହୋଇଛି । ସରକାରୀ ନିୟମ ମୁତାବକ ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ବେଳେ କେବଳ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଟିକା ପ୍ରଦାନ କରାଯିବ । ଯାହା ମଧ୍ୟରେ ସମସ୍ତ ମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ ଓ ସାଧାରଣ ସେବାରେ ଥିବା କର୍ମଚାରୀ ଅନ୍ତର୍ଭୁକ୍ତ । ହେଲେ ଜନପ୍ରତିନିଧି ମାନେ କରୋନା ଯୋଦ୍ଧା ନୁହନ୍ତି ବୋଲି ପ୍ରଧାନମନ୍ତ୍ରୀ ବହୁ ଆଗରୁ କହିସାରିଛନ୍ତି । ମାତ୍ର ପଶ୍ଚିମବଙ୍ଗର ୨ ଜଣ ବିଧାୟକଙ୍କ କାର୍ଯ୍ୟକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଭାଟାର ନିର୍ବାଚନମଣ୍ଡଳୀରେ ଏକ ଟିକାଦାନ କେନ୍ଦ୍ରରେ ଟିକାକରଣ ଚାଲିଥିବା ବେଳେ ହଠାତ୍ ସ୍ଥାନୀୟ ବିଧାୟକ ସୁବାସ ମଣ୍ଡଲ ସେଠାରେ ପହଂଚି ତାଙ୍କୁ ଟିକା ଦିଆଯାଉ ବୋଲି କହିଥିଲେ । ଏହା ନିୟମ ବାହାରେ ବୋଲି ସ୍ୱାସ୍ଥ୍ୟକର୍ମୀ ମାନେ କହିବାରୁ ବିଧାୟକ ତାଙ୍କ ଅସଲ ରୂପ ଦେଖାଇଥିଲେ । ବିଧାୟକଙ୍କର ଏଭଳି ଦାଦାଗିରି ଆଗରେ କର୍ତ୍ତବ୍ୟମୂଢ ହୋଇଯାଇଥିଲେ ସ୍ୱାସ୍ଥ୍ୟକର୍ମୀ ମାନେ । ବାଧ୍ୟ ହୋଇ ବିଧାୟକଙ୍କୁ ଟିକା ଦେଇଥିଲେ । ଏହି ଗୋଟିଏ ଘଟଣା ନୂହେଁ କଟୱା ବିଧାନସଭାର ଟିଏମସି ବିଧାୟକ ରବି ଚାଟାର୍ଜୀ ବି ସମାନ ଢଙ୍ଗରେ ଦାଦାଗିର କରି ଟିକା ନେଇଛନ୍ତି । ବିଧାୟକଙ୍କ ଏଭଳି କାର୍ଯ୍ୟକଳାପକୁ ସ୍ଥାନୀୟ ଲୋକମାନେ ନାପସନ୍ଦ କରିଥିବା ବେଳେ ସେମାନଙ୍କ ନାମରେ ମାମଲା ରୁଜୁ ହେଉ ବୋଲି ଦାବି କରିଛନ୍ତି ।
କହିରଖୁ କି ଚଳିତ ବର୍ଷ ଏପ୍ରିଲରୁ ମେ ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତାହା ପୂର୍ବରୁ ବିଜେପି ଯେଭଳି ଭାବେ ଟିଏମସିକୁ ଟାର୍ଗେଟ କରୁଛି ତାହାରି ମଧ୍ୟରେ ଦଳର ବିଧାୟକ ମାନଙ୍କର ଏଭଳି କାର୍ଯ୍ୟକଳାପ ବିଜେପି ପାଇଁ ମଉକା ଆଣି ଦେଉଛି ।
from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?

କନକ ବ୍ୟୁରୋ: ବଣ୍ଡାଘାଟିରେ ଉଡିଲା ତ୍ରିରଙ୍ଗା । ସ୍ଥାୟୀତ୍ୱ ହେଲା ବିଏସ୍ଏଫ୍ କ୍ୟାମ୍ପ । ଘାଟିରେ ଲକ୍ଷ୍ୟ ଭେଦି ନକ୍ସଲ ଗଡରେ କ୍ୟାମ୍ପ ଗଢିଲେ ଯବାନ । ଲାଲଗଡରେ ସୁରକ୍ଷା ବାହିନୀର ବଡ ସଫଳତା । ଘାଟି ମଣିଷର ସୁରକ୍ଷା ଲାଗି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ବିଏସ୍ଏଫ୍ କ୍ୟାମ୍ପ ସ୍ଥାପନ କରାଯାଇଛି । ମାଲକାନଗିରି ଏସପି ରିଷିକେଶ ଖିଲାରି ଓ ବିଏସଏଫ ୧୫ ବାଟାଲିୟନର ଏକ ସ୍ୱତନ୍ତ୍ର ପ୍ଲାଟୁନ ଫୋର୍ସ ପହଂଚି ବଣ୍ଡାଘାଟିର ଦୁର୍ଗମ ଅଣ୍ଡ୍ରାହଲ ଠାରେ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି । ଘାଟିର ଘଂଚ ଜଙ୍ଗଲରେ କ୍ୟାମ୍ପ ବସାଇବାକୁ ପ୍ରସ୍ତୁତି ସରିଛି ।
ତେବେ ଦୀର୍ଘଦିନରୁ ବଣ୍ଡାଘାଟିରେ କ୍ୟାମ୍ପ କରିବାକୁ ଯୋଜନା ରଖିଥିଲା ଜିଲ୍ଲା ପୋଲିସ । କିନ୍ତୁ ମାଓବାଦୀଙ୍କ ପତିଆରା ଥିବାରୁ ଏହା ସମ୍ଭବ ହୋଇପାରୁନଥିଲା, ହଠାତ ସୁରକ୍ଷା ଟିମକୁ ନେଇ ଅସ୍ଥାୟୀ ବିଏସ୍ଏଫ୍ କ୍ୟାମ୍ପ ବସାଯାଇଛି । ସ୍ୱାଭିମାନ ଅଂଚଳରେ ଯବାନଙ୍କ କଡା ମୁକାବିଲା କରୁଥିବା ଲାଲବାହିନୀ ବଣ୍ଡାଘାଟିର ଦୁର୍ଗମ ଗଡରେ ନିଜର ସ୍ଥିତି ଜାହି କରୁଥିଲା । ହେଲେ ବିଏସଏଫ କ୍ୟାମ୍ପ ଗଢିବା ପରେ ଲାଲ ସଂଗଠନର ମୂଳତପୋଟନ୍ ହେବା ସହିତ ଘାଟି ଅଂଚଳରେ ବିକାଶ ତ୍ୱରାନିତ ହେବ ବୋଲି କହିଛନ୍ତି ମାଲକାନଗିରି ଏସପି ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ: କେଉଁଠି ନେଲେ କେତେ ଟିକା । ଦିନ ୩ଟା ସୁଦ୍ଧା ରାଜ୍ୟରେ ଟାର୍ଗେଟର ୫୩ ପ୍ରତିଶତ ଟିକାକରଣ ହୋଇଛି । ପ୍ରଥମ ଦିନରେ ୧୬ ହଜାର ୩୪୭ ଜଣଙ୍କୁ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ ରାଜ୍ୟର ଟିକାକରଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୮ହଜାର ୬୭୫ ଜଣ କରୋନା ଟିକା ନେଇଥିବା ସୂଚନା ମିଳିଛି । ଗଂଜାମରେ ସର୍ବାଧିକ ୭୧୧, ମୟୂରଭଂଜରେ ୬୦୭, ଖୋର୍ଦ୍ଧାରେ ୫୯୫ ଓ କଟକରେ ୫୦୫ ଜଣ ଟିକା ନେଇସାରିଛନ୍ତି । ଆଜିଠୁ ସାରା ଦେଶରେ ମେଗା ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି ।
ସେପଟେ ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଅନୁଭୁତି ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ତେବେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହିତାଧିକାରୀଙ୍କ ଠାରୁ ଫିଡ୍ବ୍ୟାକ୍ ନେଇଛନ୍ତି । ବ୍ରହ୍ମପୁରର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହେଲେ ନବୀନ । ଫିଡ୍ବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୨୧ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ନେଇ ଆସିଛି । କୋଭିଡ ଟିକାକରଣ ଆରମ୍ଭ ହୋଇଛି । କରୋନା ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ କେବେ ଭୁଲି ହେବ ନାହିଁ । କରୋନା ଟିକାକରଣକୁ ନେଇ ଖୁସି ଜାହିର କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
from Kanak News
via <a href="https://ifttt.com/?

କନକ ବ୍ୟୁରୋ : ଆଜି ସାରାଦେଶରେ କରୋନା ପାଇଁ ଟିକାକରଣ ଆରମ୍ଭ ହୋଇଛି । ଏହି କ୍ରମରେ ହରିଆଣାର କୈଥଲ ଠାରେ ଟିକାକରଣ ଆରମ୍ଭ ହେବା ପୂର୍ବରୁ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ । ଉତ୍ୟକ୍ତ କୃଷକ ମାନେ ଟିକାକେନ୍ଦ୍ରକୁ ଆସିଥିବା ସ୍ଥାନୀୟ ବିଜେପି ବିଧାୟକ ଲିଲାରାମଙ୍କୁ ବିରୋଧ କରି ସେଠାରୁ ଘଉଡାଇ ଦେଇଛନ୍ତି । ବିଧାୟକଙ୍କୁ ଘଉଡାଇଦେଇଥିବା କୃଷକ ମାନେ ଭାରତୀୟ କିଷାନ ୟୁନିୟନର ସଦସ୍ୟ ବୋଲି ଜଣାପଡିଛି । ସେମାନେ ବିଧାୟକଙ୍କୁ ସେଠାରୁ ତଡିଦେବା ପରେ ଦାବି କରିଥିଲେ କି ପ୍ରଥମେ ଟିକା ସରକାରରେ ଥିବା ମନ୍ତ୍ରୀ, ବିଧାୟକ ଓ ଅନ୍ୟ ରାଜନେତାଙ୍କୁ ଦିଆଯାଉ ଓ ତାହା ପରେ ଏହି ଟିକା ସାଧାରଣ ଲୋକଙ୍କୁ ଦିଆଯାଉ ।
କେବଳ ସେତିକି ନୁହେଁ ଟିକାକରଣ କେନ୍ଦ୍ରକୁ ଆସିଥିବା କୋଭିଡ ଟିକା ଓ ଅନ୍ୟ ମେଡିକାଲ ଉପକରଣକୁ ବି ଫେରାଇ ଦେଇଛନ୍ତି କୃଷକ ମାନେ । ଏହାସହ ଟିକା ଦେବାକୁ ଆସିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବି ଫେରାଇ ଦେଇଛନ୍ତି କୃଷକ ମାନେ । କହିରଖୁ କି ୫୨ ଦିନ ହେବ ଦିଲ୍ଲୀ ସୀମାରେ କୃଷକ ମାନେ ଅସହ୍ୟ ଥଣ୍ଡାରେ ପଡିରହି ଆନ୍ଦୋଳନ ଚଳାଇଥିବା ବେଳେ ସରକାର ଏନେଇ କୌଣସି ନିଷ୍ପତ୍ତି ନେଉ ନାହାନ୍ତି । ଯାହା ଫଳରେ ସାରା ଦେଶରେ କୃଷକ ମାନେ ଏବେ ସରକାରଙ୍କ ଉପରେ ଖପ୍ପା । ଯାହାକୁ ନେଇ ଟିକା କରଣ ବେଳେ ବି ତା’ର ପ୍ରତିଫଳନ ଦେଖିବାକୁ ମିଳିଛି ।
ସୂଚନା ଥାଉକି ଆଜି ସାରା ଦେଶରେ କରୋନା ବିରୋଧରେ ଟିକାକରଣ ଆରମ୍ଭ ହୋଇଛି । ସର୍ବପ୍ରଥମେ ଜରୁରୀ ସେବାରେ ନିୟୋଜିତ ୧ କୋଟି ୬୦ ଲକ୍ଷ କର୍ମଚାରୀଙ୍କୁ ଏହି ଟିକା ପ୍ରଦାନ କରାଯିବ । ହେଲେ ଟିକାକରଣ ବେଳେ ଏଭଳି କାର୍ଯ୍ୟକୁ ନାପସନ୍ଦ କରାଯାଇଛି ।
from Kanak News
via <a href="https://ifttt.com/?

from Kanak News
via <a href="https://ifttt.com/?