କାକଟପୁରରେ କାୟାକଳ୍ପ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ! ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଜେ ଠିକାଦାର ସାଜି ବ୍ୟାପକ ଦୁର୍ନିତୀ କରିଥିବା ଅଭିଯୋଗ ପରେ ତଦନ୍ତ ଜାରି ।

କନକ ବ୍ୟୁରୋ: କାୟାକଳ୍ପ ପ୍ରକଳ୍ପରେ ପୁରୀ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିତ୍ର ବଦଳିଛି । କାକଟପୁର ବ୍ଳକର ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛ ସ୍ୱାସ୍ଥ୍ୟ ପାଇଁ ଔଷଧିୟ ବୃକ୍ଷ ଲାଗିଛି, କାନ୍ଥରେ ରଙ୍ଗ ବେରଙ୍ଗର ଚିତ୍ର ଅଙ୍କା ହୋଇଛି । ହେଲେ ପ୍ରକଳ୍ପ କାର୍ଯ୍ୟକାରିତାରେ ସ୍ଥାସ୍ଥ୍ୟକେନ୍ଦ୍ର ଅଧିକାରୀ ନିଜେ ଠିକାଦାର ସାଜି ବ୍ୟାପକ ଦୁର୍ନିତୀ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକ ପ୍ରତନିଧି ଏନେଇ ଅଭିଯୋଗ କରିବା ପରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଏହାର ତଦନ୍ତ କରିଛନ୍ତି ।
ପୁରୀ ଜିଲ୍ଲା କାକଟପୁର ବ୍ଳକରେ ଥିବା ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ ହେଉଛି କାୟାକଳ୍ପ ପ୍ରକଳ୍ପ । ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ସୁଧାର ପାଇଁ ଏହି ଅର୍ଥ ବ୍ୟୟ କରାଯାଇଛି । ମେଡିକାଲକୁ ମରାମତି କରି ରଙ୍ଗ ଦେବା ସହ ସ୍ୱାସ୍ଥ୍ୟ କାନ୍ଥରେ ବିଭିନ୍ନ ଜନ ସୂଚନା ବାର୍ତା ଲେଖାଯାଇଛି । ଏହାସହ ବିଭିନ୍ନ ପ୍ରକାର ଔଷଧିୟ ବୃକ୍ଷ ରୋପଣ କରାଯାଉଛି । କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଆଶିଷ ମହାପାତ୍ର ବିଭଗୀୟ ଯନ୍ତ୍ରୀଙ୍କ ସହ ସଲାସୁତୁରା କରି ଏହି କାମରେ ଦୁର୍ନୀତି କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସଂପୃପ୍ତ ଅଧିକାରୀ ସ୍ଥାନିୟ ଲୋକ ପ୍ରତିନିଧିଙ୍କୁ ଅଣଦେଖା କରି କାର୍ଯ୍ୟ କରୁଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।
ବାଙ୍ଗୁରିଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରୁ ପାର୍କ ପରି ଦେଖା ଯାଉଥିବା ବେଳେ ଭିତରେ ରୋଗୀ ସେବା ବିପର୍ଯ୍ୟସ୍ଥ ହୋଇପଡିଛି । କାୟାକଳ୍ପ ଯୋଜନାରେ ଆସୁଥିବା ଅର୍ଥ ଠିକ୍ ଭାବରେ ବିନିଯୋଗ ହେଉ ନଥିବା ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତଦନ୍ତ କରିଛନ୍ତି କାକଟପୁର ବିଧାୟକ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରା । ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳେଇଙ୍କ ସହ ବହୁ ପଦାଧିକାରୀ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଛନ୍ତି । ସେପଟେ କାୟାକଳ୍ପ କାର୍ଯ୍ୟରେ ଦୁର୍ନିତୀ ହୋଇନଥିବା କହିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଆଶିଷ ମହାପାତ୍ର । କାୟାକଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମାତାରେ ସ୍ୱଚ୍ଛତା  ରହୁ ନଥିବାରୁ ଏହାର ଉଚ୍ଚ ସ୍ଥରୀୟ ତଦନ୍ତ ଦାବି ହୋଇଛି ।

from Kanak News
via <a href="https://ifttt.com/?

କନକ ନ୍ୟୁଜର ମହାପ୍ରଭାବ: ସ୍ୱାଭିମାନ ଅଂଚଳ ପାଇଖାନା ମହାଦୁର୍ନୀତି ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ । ଚିତ୍ରକୋଣ୍ଡା ବିଡ଼ିଓ ଲରିମନ ଖର୍ସେଲ ନିଲମ୍ବିତ । 

କନକ ବ୍ୟୁରୋ: ନିଲମ୍ବିତ ହେଲେ ଚିତ୍ରକୋଣ୍ଡା ବିଡିଓ । କନକ ନ୍ୟୁଜର ମହା ପ୍ରଭାବ । ସ୍ୱାଭିମାନ ଅଂଚଳରେ ପାଇଖାନାର ମହା ଦୁର୍ନୀତି ନେଇ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ବିଳମ୍ବରେ ହେଉ ପଛେ ଚିତ୍ରକୋଣ୍ଡା ଲରିମନ୍ ଖର୍ସେଲଙ୍କୁ କାର୍ଯ୍ୟରୁ ନିଲମ୍ବନ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ପଂଚାୟତରାଜ ବିଭାଗ । ସ୍ୱାଭିମାନ ଅଂଚଳରେ ପାଇଖାନା ନିର୍ମାଣ କାମରେ ମହାଦୁର୍ନିତୀ ହୋଇଥିବା ନେଇ ବାରମ୍ବାର ଖବର ପ୍ରସାରଣ କରି ଆସୁଥିଲା କନକ ନ୍ୟୁଜ । 

ସ୍ୱାଭିମାନ ଅଂଚଳରେ ହଜାର ହଜାର ପାଇଖାନା କେବଳ କାଗଜ କଲମରେ ସାରି କୋଟି କୋଟି ଟଙ୍କା ଲୁଟ ହୋଇଥିବା ଆମେ ଦେଖାଇଥିଲୁ । ଏଥିସହ ସରକାରୀ କଳ ଏବଂ ପଦ ପଦବୀର ଅପବ୍ୟବହାର କରି ସ୍ୱାଭିମାନ ଅଂଚଳ ଓ ନିଜ ସରକାରୀ ବାସ ଭବନରେ ବିଡିଓ ଆଲବମ୍ ସୁଟିଂ କୁ ନେଇ ବିବାଦୀୟ ହୋଇପଡିଥିଲେ ବିଡିଓ । ଶେଷରେ ପାଇଖାନା ମହା ଦୁର୍ନିତୀରେ ବିଡିଓ ଲରିମନ ଖର୍ସେଲଙ୍କ ସିଧାସଳଖ ସଂପୃକ୍ତି ପ୍ରମାଣିତ ହେବା ପରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଅନ୍ଧାର ରାତିରେ କୁକୁର ଉପରେ କାର ଚଢାଇ ଦେଲା ମଣିଷ । ଭାଙ୍ଗିଗଲା ଅଣ୍ଟା, ଅକାମୀ ହୋଇଗଲା ଗୋଡ । ପଶୁର ପ୍ରଶ୍ନ, ହେ ମଣିଷ ! ମୋର କି ଦୋଷ…?

କନକ ବ୍ୟୁରୋ: ଏକ ଭୟଙ୍କର ରାତିରେ ମୃତ୍ୟୁ ସହ ଭେଟାଭେଟି ହୋଇଥିଲା ଜୀବନ । ମୃତ୍ୟୁର ମୁହଁରୁ ଜୀବନ ସିନା ସୂତେ ସୂତେରେ ବଞ୍ଚିଗଲା ହେଲେ ଯନ୍ତ୍ରଣାର ଜୁଇରେ ଜାଳି ଦେଇଗଲା ଯମ । ଆଉ ତାପରେ ପଙ୍ଗୁ ପାଲଟିଗଲା ପଶୁ । ଦେହରେ ଆତ୍ମା ଅଛି ସତ ହେଲେ ଅଙ୍ଗ ଅକାମୀ ହୋଇଛି । ଅଣ୍ଟା ଉପରେ କାର ଚଢିଯିବା ପରେ ଚାରି ଗୋଡରୁ ୨ ଗୋଡରେ ଏମିତି ଘୁସୁରି ଘୁସୁରୀ ମରିମରି ଜିଉଁଛି ଏ ଜୀବ । ଥରେ ଦେଖିଲେ ଏ ଦୃଶ୍ୟକୁ କେତେ କଷ୍ଟରେ ବଞ୍ଚୁଛି ଏ କୁକୁର । ତା ଯନ୍ତ୍ରଣାର ଯାତ୍ରା କେଡେ ଯାତନାମୟ ହୋଇଥିବ ତାହା ସେ ହିଁ ଜାଣିଥିବ । ଆଉ ନିରିହ ଆଖିରୁ ଲୁହ ନିଗାଡି ସକାଳରୁ ସଞ୍ଜ ସେଦିନ ରାତିରେ ନିଷ୍ଠୁର ମଣିଷ ରଚିଥିବା ପାଶବିକତାକୁ ମନେ ପକାଉଥିବ ।

ପ୍ରାୟ ମାସେ ତଳେ ରାଜଧାନୀ ରାସ୍ତାରେ ବର୍ବରତା ରଚିଥିଲା ମଣିଷ । ଶୀତୁଆ ରାତିରେ ଭୁବନେଶ୍ୱରର ୟୁନିଟ-୮ରେ ଯେତେବେଳେ କୁକୁରଟିଏ ରାସ୍ତାପାରି ହେଉଥିଲା ଠିକ ସେତିକିବେଳେ ପଛରୁ ଜୋରରେ ଧକ୍କା ଦେଇଥିଲା ଗୋଟେ ଦାମୀକାର । ଜାଣତରେ ହେଉ କି ଅଜାଣତରେ ଶୂନଶାନ ରାସ୍ତାରେ ପଶୁ ପ୍ରତି ପଶୁ ପାଲଟିଗଲା କାର ଚାଳକ । ଧକ୍କା ଦେବା ପରେ ପଶୁକୁ ଆଡ ଆଖିରେ ଚାହିଁ ନଥିଲା ମଣିଷ । କୁକୁରର ଅଣ୍ଟା ମଝିରେ କାର ଚଢାଇ ଦେଇ ଛୁ ମାରିଥିଲା ଚାଳକ । ଏପଟେ ଆଘାତ ପାଇ ଅଧ ରାତିରେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା କୁକୁର । ମଣିଷ ହୋଇଥିଲେ ସିନା ପାଟି ଖୋଲି ଚିକ୍ରାର କରିଥାନ୍ତା, ଲୋକଙ୍କୁ ଡାକି ସୈତାନର ମୁଖା ଦେଖାଇଥାନ୍ତା । ହେଲେ ସେ ପରା ପଶୁ, ପାଟି ଖୋଲିବାକୁ ଭଗବାନ ତାକୁ ଶକ୍ତି ଦେଇନାହାନ୍ତି । ତେଣୁ ଆଖିବୁଜି ମଣିଷର ନିର୍ଯାତନା ସହିବା ତା ନିଅତି ।

ତେବେ ସବୁ ମଣିଷ ଅମଣିଷ ନୁହଁନ୍ତି । ମଣିଷ ଭିତରେ ବି ମଣିଷ ଅଛନ୍ତି ଯେଉଁମାନେ ପଶୁଙ୍କ ପ୍ରତି ଭାରି ଦରଦୀ, ଭାରି ଦୟାବାନ । ସେମିତି ଜଣେ ଦରଦୀମଣିଷ କୁକୁରର ଏ ଦୁଃଖ ଦେଖି ତା ପାଖକୁ ଧାଇଁ ଆସିଥିଲେ । ଆଉ ଦୀର୍ଘ ମାସେ ହେବ ହନ୍ତହନ୍ତ ହେଉଥିବା ଏ କୁକୁରର ସେବା ଯତ୍ନ କରୁଛନ୍ତି ସ୍ଥାନୀୟ ଯୁବକ । ନ୍ୟାସନାଲ ହେଲ୍ଥ ମିଶନ ପରିସରରେ କୁକୁରଟି ରହୁଥିବା ବେଳେ ତାର ସେବା କରୁଛନ୍ତି ଏ ଯୁବକ । ଦୁର୍ଘଟଣାରେ ଘା ଘଉଡ ହୋଇଥିବା ଜାଗାରେ ହଳଦୀ ପକାଇବା ସହ ପିଇବା ପାଇଁ ପାଣି, ଖାଇବାକୁ ଖାଦ୍ୟ ଆଉ ବଞଞ୍ଚିବାର ବ୍ୟବସ୍ଥା ବି କରିଛନ୍ତି । ଆଉ କୁକୁର ମୁଣ୍ଡରେ ସ୍ନେହର ହାତ ବୁଲାଇ ଆଣିବା ବେଳେ ମଥା ଟେକି ଯୁବକଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି କୁକୁର ।

କୁକୁର-ମଣିଷର ଏ କରୁଣ କାହାଣୀ ଶୁଣିବା ପରେ, ନିର୍ଦ୍ଦୟତାରୁ ଦୟାବାନର ଏ ଦୃଶ୍ୟ ଦେଖିଲା ପରେ ମନରେ ପ୍ରଶ୍ନ ଆସୁଛି, କାହିଁକି ପଶୁ ପ୍ରତି ଏତେ ନିଷ୍ଠୁର ହୁଏ ମଣିଷ ? ବାଟରେ ଯାଉଥିବା ବୁଲା କୁକୁର ଦେଖିଲେ କିମ୍ବା ନିରିହ ପଶୁ ଉପରେ କାହିଁକି ଗାଡି ଚଢାଇ ଦିଏ ମଣିଷ? ଅଜାଣତରେ ଅଘଟଣ ହେବା ପରେ ବି ଆହତ ପଶୁକୁ କେମିତି ଛାଡି ପଳାଏ ମଣିଷ? ମଣିଷ ଶ୍ରେଷ୍ଠ ଜୀବ ହୋଇ ପଶୁ ପ୍ରତି ଏ କି ପରିଚୟ ଦେଉଛି? ପଶୁ ହୋଇ କଣ ସେମାନେ ପାପ କରିଛନ୍ତି? ନା ମଣିଷ ବୋଲି ଆମେ କିଛି ମାନିବାନି? କଷ୍ଟ ସମସ୍ତଙ୍କ ପାଇଁ ସମାନ, ଆଘାତର ଯନ୍ତ୍ରଣା ସମସ୍ତଙ୍କ ପାଇଁ ଏକାପରି । ପୂର୍ବରୁ ପଶୁଙ୍କ ପ୍ରତି ପାଶବିକତା ଦେଖାଇ ଅନେକ ଦଣ୍ଡିତ ହୋଇଛନ୍ତି, ତେଣୁ ସାବଧାନ । ଆସନ୍ତୁ ପଶୁଙ୍କୁ ସୁରକ୍ଷା ଦେବା, ପଶୁଙ୍କୁ ପ୍ରେମ କରିବା…

from Kanak News
via <a href="https://ifttt.com/?

ସମାଜର ମୁଖ୍ୟ ସ୍ରୋତରେ କିନ୍ନର ମାନଙ୍କୁ ସାମିଲ କରିବାକୁ ବିହାର ସରକାରଙ୍କ ସ୍ୱତନ୍ତ୍ର ପଦକ୍ଷେପ । ରାଜ୍ୟରେ କିନ୍ନର ମାନଙ୍କୁ ଦାରୋଗା ଓ ସିପାହୀ ପଦବୀରେ ସିଧା ସଳଖ ମିିଳିବ ନିଯୁକ୍ତି ।

କନକ ବ୍ୟୁରୋ : ଦୁନିଆର ସବୁଠାରୁ ବେସି ପୋଲିସ ଅତ୍ୟାଚରରେ ଶିକାର ହେଉଥିବା କିନ୍ନର ମାନଙ୍କୁ ମିଳିବ ପୋଲିସ ବିଭାଗରେ ଚାକିରୀ    । ଏନେଇ ଘୋଷଣା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୁଶାସନ ବାବୁଙ୍କ ଘୋଷଣା ମୁତାବକ ଏଣିକି ବିହାରର ପୋଲିସ ବିଭାଗରେ କିନ୍ନର ମାନଙ୍କୁ ସିଧା ସଳଖ ନିଯୁକ୍ତି ଦିଆଯିବ । ସେମାନଙ୍କୁ ସିପାହୀ ଓ ଦାରୋଗା ପଦବୀରେ ନିଯୁକ୍ତି ମିଳବ ବୋଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ରାଜ୍ୟରେ ବଢୁଥିବା ଅପରାଧୀକ କାର୍ଯ୍ୟକଳାପକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
କିନ୍ନର ମାନଙ୍କୁ ସିପିହୀ ପଦବୀରେ ନିଯୁକ୍ତି ଦେବାର ସମ୍ପୁର୍ଣ୍ଣ କ୍ଷମତା ପୋଲିସ ଅଧିକ୍ଷକଙ୍କ ପାଖରେ ରହିବ ଓ ଦାରୋଗା ପଦବୀରେ ନିଯୁକ୍ତି ଦେବାର ଅଧିକାର ପୋଲିସ ମହାନିରୀକ୍ଷକସ୍ତରୀୟ ପଦାଧିକାରୀଙ୍କ ପାଖରେ ରହିବ ବୋଲି ସୂଚନା ମିଳିଛି । ଏହାସହ ଆଗାମୀ ଦିନରେ ପୋଲିସ ବିଭାଗରେ କିନ୍ନରଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଏହି କ୍ରମରେ ପ୍ରତି ୫ ଶହ ସାଧାରଣ ପୋଲିସ ପଦବୀ ନିଯୁକ୍ତିରେ ଗୋଟିଏ ପଦବୀ କିନ୍ନରଙ୍କ ପାଇଁ ସଂରକ୍ଷିତ ରହିବ । ଏହି ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ସାଧାରଣ ସମାନ ଥିବା ବେଳେ ଶାରୀରିକ ଯୋଗ୍ୟତା ମହିଳା ପ୍ରାର୍ଥୀଙ୍କ ଭଳି ରହିବ ବୋଲି ଘୋଷଣାପତ୍ରରେ କୁହାଯାଇଛି ।
କହିରଖୁ କି ୨୦୧୯ ମସିହାରେ ବିହାରରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ପ୍ରଥମଥର ପାଇଁ ରୋଜଗାର ଏକ ମୁଦ୍ଦା ପାଲଟିଥିଲା । ଏଥିରେ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ସରକାର ଗଠନ କଲେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବେ ବୋଲି କହିଥିବା ବେଳେ ଏହାକୁ ନେଇ ନୀତିଶ ଓ ବିଜେପି କଟାକ୍ଷ କରୁଥିଲେ ।

from Kanak News
via <a href="https://ifttt.com/?

ଆଉ ୨ଦିନ ଜାରି ରହିବ ଶୀତର ପ୍ରକୋପ: ରାଜ୍ୟର ୭ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ ଏବଂ ତାପରେ ତାପମାତ୍ରା ୩ ରୁ ୪ ଡିଗ୍ରି ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଭାବେ ଶୀତର ପ୍ରକୋପ ରହିଛି। ରାଜ୍ୟର ବୌଦ୍ଧ ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କୁହୁଡ଼ି ପରିଲକ୍ଷିତ ହୋଇଛି। ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଛି। ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୧.୫ ଡିଗ୍ରି ଥିବା ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରି ରେକର୍ଡ କରାଯାଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ ଏବଂ ଗଞ୍ଜାମ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷରେ କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ରାୟଗଡ଼ା, ଭଦ୍ରକ ଓ କୋରାପୁଟ ଆଦି ଜିଲ୍ଲାରେ ସାଧାରଣ କୁହୁଡ଼ିର ପ୍ରଭାବ ପରିଲକ୍ଷିତ ହେବ। ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ। ଏହାଛଡ଼ା ରାତ୍ରୀର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

from Kanak News
via <a href="https://ifttt.com/?

ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ: ୩ ଦିନିଆ ରିମାଣ୍ଡରେ ଆଣିଲା କମିଶନରେଟ୍ ପୋଲିସ

କନକ ବ୍ୟୁରୋ: ରିମାଣ୍ଡରେ ଗଲା କିଡନୀ ଠକ ହିମାଂଶୁ ଭୂଷଣ ନନ୍ଦ । ତିନି ଦିନିଆ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ । କିଡନୀ ରାକେଟ୍ ପଛରେ କାହାର ହାତ ରହିଛି, ଏନେଇ ଏହି ରିମାଣ୍ଡ ଅବଧିରେ ପଚରାଉଚରା କରି କିଡନୀ ଠକ ଠାରୁ ସତ ଓଗାଳିବ ପୋଲିସ । ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, କିଡନୀ ଆବଶ୍ୟକ ଥିବା ଲୋକଙ୍କ ପାଖରେ କିପରି ପହଂଚିପାରୁଥିଲା ହିମାଂଶୁ । ଲୋକଙ୍କ ଡାଟା କେମିତି ତାକୁ ମିଳୁଥିଲା । କିଏ ହିମାଂଶକୁ ଏସବୁ ତଥ୍ୟ ଦେଉଥିଲା । ଏହି କାରବାର ପଛରେ କେଉଁ ଡାକ୍ତରଙ୍କ ସଂପୃକ୍ତି ରହିଛି । କେଉଁମାନେ ହିମାଂଶୁ ସହ ଯୋଗାଯୋଗରେ ରହିଥିଲେ । ତିନି ଦିନିଆ ରିମାଣ୍ଡ ଅବଧିରେ ଏସବୁ ଦିଗ ଉପରେ ଖୋଳତାଡ କରିବ କମିସନରେଟ ପୁଲିସ ।

ସୂଚନାଯୋଗ୍ୟ, ନୂଆପଲ୍ଲୀ ଏନ୍‍-୩/୭୧ରେ ରହୁଥିବା ପ୍ରତାପଚନ୍ଦ୍ର ମିଶ୍ରଙ୍କୁ କିଡ୍‍ନି ଦେବାକୁ କହି ୨୦୧୯ ମସିହାରେ ହିମାଂଶୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲା। ଏହା ପରେ ସେ ଆଉ ଧରାଛୁଆଁ ଦେଇନଥିଲା। ଏ ନେଇ ଗତ ୧୧ ତାରିଖ ଦିନ ଅଭିଯୋଗ ହେବା ପରେ ନୂଆପଲ୍ଲୀ ଥାନା ପୁଲିସ ତାକୁ ଗତ ୧୨ ତାରିଖ‌ରେ ଗିରଫ କରିଥିଲା। ଏହି ଖବର ପ୍ରକାଶ ପାଇବା ପରେ ହିମାଂଶୁ କିଡ୍‌ନି ରୢାକେଟ୍‌ର କିଙ୍ଗପିନ୍ ବୋଲି ଜଣାପଡ଼ିଥିଲା।

ରାଜଧାନୀରେ ତା’ ଦ୍ବାରା ଠକାମିର ଶିକାର ହୋଇଥିବା ଅନ୍ୟ ଲୋକେ ବି ଅଭିଯୋଗ କରିବାକୁ ଲାଗିଲେ। ତା’ ବିରୋଧରେ ଅଭିଯୋଗ ଫର୍ଦ୍ଦ ବଢ଼ିବାରେ ଲାଗିଲା। ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ଅନୁଗୁଳର ଲିଲି ସାହୁଙ୍କୁ କିଡ୍‌ନି ଦେବାକୁ କହି ହିମାଂଶୁ ୧ ଲକ୍ଷ ୧୯ ହଜାର ଟଙ୍କା ଠକିଥିଲା। ଏ ନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ସେହିଭଳି ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ ନାୟକଙ୍କୁ କିଡ୍‌ନି ଦେବା ବାହାନାରେ ସେ ୧୮ ଲକ୍ଷ ୫୩ ହଜାର ଟଙ୍କା ଠକି ନେଇଥିବା‌ ଅଭିଯୋଗ ଆସିବା ପରେ ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି।

from Kanak News
via <a href="https://ifttt.com/?

ଏବିପି ସର୍ଭେରେ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବନିବା ପରେ ଶୁଭେଚ୍ଛା: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦଳୀୟ କର୍ମୀ ଓ ନେତା

କନକ ବ୍ୟୁରୋ: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ । ଏବିପି-ସିଭୋଟର ସର୍ଭେରୁ ଏହି ତଥ୍ୟ ଆସିଛି । ନବୀନ ପଟ୍ଟନାୟକ ଦେଶର ନଂବର ୱାନ ମୁଖ୍ୟମନ୍ତ୍ରୀ ବୋଲି ଏବିପି ସର୍ଭେରେ ଘୋଷଣା କରିବା ପରେ ଆଜି ବିଜେଡି ନେତା ଓ କର୍ମୀ ବିଜେଡି ମୁଖିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଦଳୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନେତା,କର୍ମୀ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ବିଜେଡି ନେତା କହିଛନ୍ତି, ଗତ ୨୦ ବର୍ଷ ଭିତରେ ଲୋକଙ୍କ ସମସ୍ୟା ଯାହା ବି ଅଛି ତାକୁ ଦୂର କରିବା ଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ସୁଚାରୁ ରୁପେ ତୁଳାଇଛନ୍ତି । ସେଇଥିପାଇଁ ଓଡିଶାର ବିକାଶ ହୋଇଛି ବୋଲି କହିଛନ୍ତି ବିଜେଡି ନେତା ।

from Kanak News
via <a href="https://ifttt.com/?

ଦିଲ୍ଲୀ ଏମ୍ସରୁ ଆରମ୍ଭ ହେଲା ଦେଶରେ ଟିକାକରଣ: ସଫେଇ କର୍ମଚାରୀ ମନୀଷ କୁମାର ନେଲେ ପ୍ରଥମ ଟିକା

କନକ ବ୍ୟୁରୋ: ଆସିଲା ଟିକା, ହାରିବ କରୋନା । ମହାମାରୀ ଉପରେ ବିଜୟ ହାସଲ କରିବ ମଣିଷ । ଆଜି ସାରା ଦେଶରେ ମେଗା ଟିକାକରଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଦିଲ୍ଲୀ ଏମସ୍ ହସ୍ପିଟାଲରେ ପ୍ରଥମ ଟିକା ଦିଆଯାଇଛି । ଏମସ୍ ହସ୍ପିଟାଲର ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ସାରା ଦେଶରେ ଟିକାକରଣକୁ ନେଇ ଅନେକ ଚର୍ଚ୍ଚା ହେଉଥିବା ବେଳେ ଏହି ବ୍ୟକ୍ତିଙ୍କୁ ସର୍ବ ପ୍ରଥମେ ଟିକା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ସ ବର୍ଦ୍ଧନଙ୍କ ଉପସ୍ଥିତିରେ ଏମ୍ସର ଟିକାକରଣ କେନ୍ଦ୍ରରେ ମନୀଷଙ୍କୁ ଟିକା ଦିଆଯାଇଛି ।

ସବୁଠାରୁ ବଡ କଥା ହେଉଛି, ଟିକା ନେବାକୁ ଅନେକ ଲୋକ ଭୟ କରୁଥିବା ବେଳେ ଦିଲ୍ଲୀର ଏହି ଯୁବକ ପ୍ରଥମେ ଟିକା ନେବାକୁ ନିଜ ଆଡକୁ କହିଥିଲେ । ଆଉ ଏହାର କାରଣ କଣ ଜାଣିଲେ ମନୀଷ କୁମାରଙ୍କ ସାମ୍ନାରେ ଆପଣଙ୍କ ମୁଣ୍ଡ ନଇଁ ଯିବ । ତାଙ୍କର ଉଦେଶ୍ୟ ହେଲା, ସେ ଟିକା ନେଲେ ଆଗକୁ ଆହୁରୀ ଲୋକଙ୍କ ସେବା କରିବାକୁ ସୁଯୋଗ ମିଳିବ । ମନୀଷଙ୍କ ମାଆ ମଧ୍ୟ ଦିଲ୍ଲୀ ଏମ୍ସରେ ଚାକିରି କରୁଛନ୍ତି । ତେବେ ଟିକା ନେବା ପରେ କିଭଳି ଲାଗୁଛି ବୋଲି ପଚାରିବାରୁ, ମନୀଷ କହିଛନ୍ତି, ଟିକା ନେବା ପରେ ତାଙ୍କୁ କୌଣସି ପ୍ରକାର ଅସୁସ୍ଥତା ଅନୁଭବ ହେଉନାହିଁ । ସେ ପୁରା ସୁସ୍ଥ ଅଛନ୍ତି । ଫେକ୍ ନ୍ୟୁଜ ଶୁଣି ଭୟ ନକରିବାକୁ ନିବେଦନ କରିଛନ୍ତି ଦେଶରେ ପ୍ରଥମ ଟିକା ନେଇଥିବା ଯୁବକ ମନୀଷ କୁମାର ।

ଅନ୍ୟପଟେ, ରାଜ୍ୟର ପ୍ରଥମ ଟିକାକରଣ ଆରମ୍ଭ ହୋଇଛି କ୍ୟାପିଟାଲ ହସ୍ପିଟାଲରୁ । ଏଠାରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଂଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିରଂଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି । ଏବଂ ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଟିକା ନେବା ପରେ ତାଙ୍କର କୌଣସି ସମସ୍ୟା ହୋଇନାହିଁ ।

ସେହିଭଳି ଟିକା ନେଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର । ଟିକା ନେବା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରାୟ ୧୧ଟା ୧୮ ମିନିଟ୍ରେ ସମ୍ ହସ୍ପିଟାଲ ଟିକାକରଣ କେନ୍ଦ୍ରରେ ତାଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ଅଧ ଘଂଟା ଧରି ପର୍ଯ୍ୟବେକ୍ଷଣରେ ରହିଥିଲେ । ତାଙ୍କ ଶରୀରରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । କି ତାଙ୍କ କୌଣସି ପ୍ରକାର ଅସୁବିଧା ଅନୁବିଧା ହେଉନାହିଁ । ସେପଟେ କିମ୍ ହସ୍ପିଟାଲର ନିର୍ଦେଶକ ମଧ୍ୟ ଟିକା ନେଇଛନ୍ତି । ଟିକାକରଣର ସମସ୍ତ ପ୍ରକ୍ରିୟା ପୂରଣ କରିବା ପରେ, ପ୍ରିନ୍ସିପାଲ ତଥା ଡାଇରେକ୍ଟର ଜେନେରାଲ ପି.କେ ପଟ୍ଟନାୟକ ଟିକା ନେଇଛନ୍ତି ।

ସେପଟେ ଟିକା ନେବା ପରେ କିଛି ବ୍ୟକ୍ତିଙ୍କ ଠାରେ କିଛି ମାତ୍ରାରେ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ରାଜ୍ୟରେ ପ୍ରଥମ ଟିକା ନେଇଥିବା ବ୍ୟକ୍ତି କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମ ବିରଂଚି ନାୟକ କହିଛନ୍ତି, ଟିକା ନେବା ପରେ ତାଙ୍କର କୌଣସି ସମସ୍ୟା ହୋଇ ନାହିଁ । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଟିକା ନେଇଥିବା ସ୍ଥାନ କିଛି ସମୟ ପାଇଁ କୁଣ୍ଡେଇ ହେଲା, ବିଶେଷ କିଛି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ସେପଟେ ବ୍ରହ୍ମପୁରର ଡାକ୍ତର ଦିଲ୍ଲୀପ କୁମାର ମିଶ୍ର କହିଛନ୍ତି, ଟିକା ନେବା ପରେ ତାଙ୍କ ଶରୀରରେ କିଛି ଲକ୍ଷଣ ଦେଖା ଦେଇଥିଲା । ବାନ୍ତି ଲାଗୁଥିଲା, ଟିକା ନେବାର ଅଧ ଘଂଟା ପରେ ସବୁ ଠିକ୍ ହୋଇଗଲା ।

from Kanak News
via <a href="https://ifttt.com/?

ଆଜିଠୁ ଦେଶରେ ମେଗା ଟିକାକରଣ: ୩ ହଜାର ୬ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟରେ ଟିକା ନେଲେ ପ୍ରାୟ ୩ କୋଟି ଲୋକ; କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡିଲେ ମୋଦି

କନକ ବ୍ୟୁରୋ: ଦେଶବ୍ୟାପୀ ମେଗା ଟିକାକରଣର ଶୁଭାରମ୍ଭ କରି ଭାବବିହ୍ୱଳ ହୋଇପଡିଲେ ପ୍ରଧାନମନ୍ତ୍ରୀ । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଭାରତରେ କରୋନ । ବିରୋଧୀ ନିର୍ଣ୍ଣାୟକ ଲଢେଇ ଆଜିଠାରୁ ଆରମ୍ଭ ହୋଇଛି । ସାରା ବିଶ୍ୱର ନଜର ଭାରତ ଉପରେ ଅଟକି ରହିଥିବା ବେଳେ କରୋନା କାଳର ସଂକଟଜନକ ସମୟକୁ ବାବଦରେ ମନେ ପକାଇଛନ୍ତି ମୋଦି । ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସେବାକୁ ମନେ ପକାଇ ମୋଦି ଭାବବିହ୍ୱଳ ହୋଇପଡ଼ଛନ୍ତି । ଏପରି କି ତାଙ୍କ କଣ୍ଠ ବାଷ୍ଫରୁଦ୍ଧ ହୋଇଯାଇଥିଲା ।

ଟିକା ନେଇଥିବା ବ୍ୟକ୍ତିଙ୍କ ଠାରୁ ଅନୁଭୁତି ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀଙ୍କୁ ଟିକା ଦିଆଯାଉଛି । ତେବେ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ୍ ନେଇଛନ୍ତି । ବ୍ରହ୍ମପୁରର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ସଫେଇ କର୍ମଚାରୀଙ୍କ ସହ କଥା ହେଲେ ନବୀନ ।

ଫିଡବ୍ୟାକ୍ ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ୨୦୨୧ ରାଜ୍ୟବାସୀଙ୍କ ପାଇଁ ଭଲ ଖବର ନେଇ ଆସିଛି । କୋଭିଡ ଟିକାକରଣ ଆରମ୍ଭ ହୋଇଛି । କରୋନା ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି । କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ କେବେ ଭୁଲି ହେବ ନାହିଁ । କରୋନା ଟିକାକରଣକୁ ନେଇ ଖୁସି ଜାହିର କରିବା ସହ ସମସ୍ତଙ୍କ ସୁସ୍ଥତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

ଟିକାକରଣ ଭିତରେ ନିଆଳିରୁ ଆସିଲା ବିରୋଧର ଚିତ୍ର: ନିଆଳି ଡାକ୍ତରଖାନାରେ କରୋନା ଟିକାକୁ ବର୍ଜନ କଲେ ଏଏନମ୍ କର୍ମୀ

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ଟିକା ନେଲେ ଲାହିଁ ସ୍ୱାସ୍ଥ୍ୟକର୍ମୀ । ଟିକା ବର୍ଜନ କରିବା ସହ ଗଣ ଧାରଣ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । କୋଭିଡ୍ କେୟାର ହୋମ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପୁୁନଃ ନିଯୁକ୍ତି ଦାବି କରି ଟିକା ନେଲେ ନାହିଁ ୧୫ରୁ ୧୬ ଜଣ ସ୍ୱାସ୍ଥ୍ୟକର୍ମୀ । ସେମାନେ ବିଭିନ୍ନ ଗ୍ରାମ ପଂଚାୟତରେ ଖୋଲା ଯାଇଥିବା କୋଭିଡ୍ କେୟାର ସେଂଟରରେ କାମ କରୁଥିଲେ ।

ଜରୁରୀ ସମୟରେ ସରକାର ସେମାନଙ୍କୁ ନିଯୁକ୍ତ ଦେଇଥିଲେ, କିନ୍ତୁ ସ୍ଥିତି ନିୟନ୍ତ୍ରଣ ହେବା ପରେ ତାଙ୍କୁ ଚାକିରିରୁ ବାହାର କରିଦେଲେ । ଏଯାଏଁ ବକେୟା ଦରମା ଦେଇ ନାହାନ୍ତି । ତେଣୁ ଟିକା ବର୍ଜନ କରିଛନ୍ତି  ସରକାରଙ୍କ କରୋନା ଟିକା ତାଲିକାରେ ଥିବା ସ୍ୱାସ୍ଥ୍ୟକର୍ମୀ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started