ଏଣିକି ଓଡିଆ ସ୍କୁଲରେ ପଢାଯିବ ବାଣିଜ୍ୟ ପାଠ: ଆସନ୍ତା ଶିକ୍ଷାବର୍ଷରୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ କମର୍ସ ଷ୍ଟ୍ରିମ୍; ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

କନକ ବ୍ୟୁରୋ: ଆସନ୍ତା ଶିକ୍ଷାବର୍ଷରୁ ଓଡିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ଷ୍ଟ୍ରୀମ । ଆଦର୍ଶ ବିଦ୍ୟାଳୟର ସଫଳତା ପରେ ଏହି ନିଷ୍ପତି ନିଆଯାଇଥିବା ନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ମନ୍ତ୍ରୀ କହିଛନ୍ତି ଯେ, ଘରୋଇ ସ୍ତୁଲ ଗୁଡିକରେ ଆର୍ଥୀକ ଅନଗ୍ରସର ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଇଡବ୍ଲୁଏସ କୋଟରେ ଆଡମିଶନ ଅନଲାଇନ ଜରିଆରେ କରାଯିବ । ଯାହା ଫଳରେ ସ୍ୱଚ୍ଛତା ରହିପାରିବ । କିଛି ସ୍ଥାନରୁ ଆଡମିଶନ ସଂପର୍କିତ ଅନିୟମିତତା ଆସିବା ପରେ ଏହି ନିଷ୍ପତି ହୋଇଛି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହାକୁ ଲୋକାର୍ପିତ କରିବେ ।

ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ବହୁ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲା। ବିଭିନ୍ନ ସମୟରେ ଧାରଣା, ଧର୍ମଘଟ, ଅନଶନ ସହ ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନିଆଯାଇଥିଲା। ପରିଣାମସ୍ବରୂପ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ଅନେକ ଅବହେଳିତ ଶ୍ରେଣୀର ପିଲା ଉପକୃତ ହେବେ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।

from Kanak News
via <a href="https://ifttt.com/?

ଦେଶରେ ଆରମ୍ଭ ହେଲା କରୋନା ପାଇଁ ଟିକା କରଣ । ଟିକା ନେବା ପୂର୍ବରୁ ପରେ କେମିତି ରହିବେ ସାବଧାନ । ଟିକା ନେବା ପୂର୍ବରୁ ଓ ନେବା ପରେ ମଦ ପିଇଲେ କ’ଣ ହେବ ପାଶ୍ୱ ପ୍ରତିକ୍ରିୟା ?

କନକ ବ୍ୟୁରୋ : ଆଜି ଭାରତରେ କରୋନା ଟିକାକରଣର ଶୁଭାରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଯୋଦ୍ଧା ମାନଙ୍କୁ ଦିଆଯାଉଛି ଟିକା । ଏହାର ପରବର୍ତ୍ତି ପର୍ଯ୍ୟାୟରେ ସାଧାରଣ ଲୋକଙ୍କୁ ଟିକା ଦିଆଯିବ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ହେଲେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିକା ନେବା ପୂର୍ବରୁ ଓ ଟିକା ନେବା ପରେ ମଦ ପିଇବା ଉପରେ କୌଣସି ସତର୍କ ସୂଚନା ଦିଆଯାଇନାହିଁ । ହେଲେ ବିଶ୍ୱର ଅନ୍ୟ ଏକ୍ସପର୍ଟ ମାନେ ଟିକା ନେବା ପୂର୍ବରୁ ଓ ପରେ କିଛି ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ।

କରୋନା ଟିକା ନେବା ପୂର୍ବରୁ ଓ ପରେ କିଛି ସାବଧାନତା ଅବଲମ୍ବନ କରିବାକୁ ଏକ୍ସପର୍ଟ ମାନେ କହିଛନ୍ତି । ଯେମିତି କି ମଦ ଠାରୁ ଦୂରେଇ ରହିବା । କାରଣ ମଦ ମଣିଷ ଶରୀରର ଇମ୍ୟୁନିଟ୍ ବୃଦ୍ଧି ଉପରେ କୁପ୍ରଭାବ ପକାଇବା ସହ ସଂକ୍ରମଣ ରୋକିବାରେ ବାଧା ସୃଷ୍ଟି କରିଥାଏ । କରୋନା ଟିକା ମୁଖ୍ୟତ ମଣିଷ ଶରୀରରେ ଇମ୍ୟୁନିଟି ବୃଦ୍ଧି କରିବା କ୍ଷେତ୍ରରେ କାମ କରୁଥିବାରୁ ଟିକା ନେବାର ଗୋଟିଏ ସପ୍ତାହ ପୂର୍ବରୁ ଓ ଟିକାର ୨ ଟି ଡୋଜ ସରିବାର ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ମଦ ନ ପିଇବାକୁ ଏକ୍ସପର୍ଟ ମାନେ କହିଛନ୍ତି ।

ଏନେଇ ଅଲଗା ଅଲଗା ଏକ୍ସପର୍ଟ ମାନଙ୍କର ଅଲଗା ଅଲଗା ରାୟ ରହିଛି । ଯେମିତିକି ସ୍ପୁଟନିକ୍ ଟିକା ପ୍ରସ୍ତୁତ କରିବାରେ ସହାୟତା କରୁଥିବା ଜଣେ ଏକ୍ସପର୍ଟ କହିଛନ୍ତି କି ଟିକା ନେବାର ୨ ସପ୍ତାହ ପୂର୍ବରୁ ଓ ଟିକା ନେବାର ୬ ସପ୍ତାହ ପର୍ଯ୍ୟନ୍ତ ମଦ ପିଇବା ଉଚିତ୍ ନୁହେଁ । ସେହିଭଳି ଭ୍ୟାକସିନ ପ୍ରସ୍ତୁତ କରୁଥିବା ଡାକ୍ତର ଆଲେକଜାଣ୍ଡର ଗିଣ୍ଟବର୍ଗ ଏକ ଟ୍ୱିଟ୍ କରି ସୂଚନା ଦେଇଥିଲେ କି ଟିକା ନେବାର ୩ ଦିନ ପୂର୍ବରୁ ଓ ଟିକା ନେବାର ୩ ଦିନ ପର୍ଯ୍ୟନ୍ତ ମଦକୁ ନେଇ ସାବଧାନ ରହିବା ଜରୁରୀ । ସେହିଭଳି ଆମେରିକାର ଜଣେ ହେଲ୍ଥ ଏକ୍ସପର୍ଟ କହିଛନ୍ତି କି ଟିକା ନେବାର ଗୋଟିଏ ଦିନ ଆଗରୁ ଓ ଟିକା ନେବାର ଗୋଟିଏ ଦିନ ପରେ ଜଣେ ମଦ୍ୟପାନ କରିପାରିବ । ଅନ୍ୟ କିଛି ହେଲ୍ଥ ଏକ୍ସପର୍ଟଙ୍କ ମତରେ ଜଦି ଆପଣ ସନ୍ତୁଳିତ ଭାବେ ମଦ ପିଉଛନ୍ତି ତେବେ କେବଳ ଟିକା ନେବା ଦିନ ଏଥିରୁ ବିରତ ରୁହନ୍ତୁ । ଯଦି ଆପଣ ପ୍ରଚୁର ମଦ ପିଉଛନ୍ତି ତାହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

from Kanak News
via <a href="https://ifttt.com/?

ଝାରପଡା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସଜ୍ଜା କାଟୁଥିଲା ଅଭିଯୁକ୍ତ

କନକ ବ୍ୟୁରୋ: ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତ କଏଦୀର ନାଆଁ ରବି ଦୁଲାଲ୍। ସେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ ହୋଇ ଜେଲରେ ଥିଲା। ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲା। ଏହି ସମୟରେ ତାର ମୁଣ୍ଡ ବାଡ଼େଇ ହୋଇଗଲା। ସେ ତଳେ ପଡ଼ିଗଲା।

ତାପରେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଥଲେ।ଅଭିଯୁକ୍ତ ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲା। ଏହାଛଡ଼ା ରବି ଦଶପଲ୍ଲା ଥାନା ପୋଡ଼ି, ଅସ୍ତ୍ରଶସ୍ତ୍ର ଲୁଟ୍, ହତ୍ୟା, ବିସ୍ଫୋରଣ କରିବା ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲା ବୋଲି ସୂଚନା ମିଳିଛି।

from Kanak News
via <a href="https://ifttt.com/?

ଟିକା ନେଲେ ଅଦାର ପୁନାୱାଲା: ସେରମ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ଅଦାର ପୁନାୱାଲା ନେଲେ ଟିକା; କହିଲେ, ଟିକାକରଣରେ କୋଭିସିଲ୍ଡ ସାମିଲ ହେବା ମୋ ପାଇଁ ଗୌରବର ବିଷୟ

କନକ ବ୍ୟୁରୋ: ଟିକା ନେଲେ ଟିକା ପ୍ରସ୍ତୁତ କରିଥିବା ସଂସ୍ଥାର ମୁଖ୍ୟ । କୋଭସିଲ୍ଡ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା ଟିକା ନେଇଛନ୍ତି । ଆଉ ଟିକା ନେବା ବେଳର ଭିଡିଓକୁ ନିଜ ଟ୍ୱିଟ୍ରେ ପୋଷ୍ଟ କରିଛନ୍ତି । ଏହାସହ ମେଗା ଟିକାକରଣର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଦାର ପୁନାୱାଲା । ମହାମାରୀ ଲଢେଇରେ ସେରମ୍ ଇନଷ୍ଟିଚ୍ୟୁଟ୍ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଭାକସିନ ସାମିଲ ହୋଇଛି ।

ଆଉ ଦେଶବ୍ୟାପୀ ମେଗା ଟିକାକରଣରେ କୋଭିସିଲଡ୍ ସାମିଲ ହେବା ମୋ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଅଦାର ପୁନାୱାଲା । ଦେଶବାସୀ ଟିକା ନିଅନ୍ତୁ ଆଉ ସୁସ୍ଥ ରହୁନ୍ତୁ । ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ନିଜେ ଟିକା ନେବା ସହ ଅନ୍ୟମାନେ ଏହି ମେଗା ଟିକାକରଣ ପ୍ରକ୍ରିୟାରେ ସାମିସ ହୁଅନ୍ତୁ ବୋଲି କହିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ । ଦେଶରେ ବର୍ତମାନ ଦୁଇଟି ଟିକା ଦିଆଯାଉଛି । ସେରମ୍ ଇନଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଓ ଭାରତ ବାୟୋଟେକ୍ର ସଂପୂର୍ଣ୍ଣ ଦେଶୀ କୋ-ଭାକସିନ୍ ଟିକା ଦିଆଯାଉଛି ।

from Kanak News
via <a href="https://ifttt.com/?

ଟ୍ରାକ୍ଟର ମାର୍ଚ୍ଚ ନ ରୋକିବାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କୁ ଧମକ ଦେଲା ଶିଖ୍ ସଂଗଠନ । କହିଲେ ଶିଖଙ୍କୁ ଗଣହତ୍ୟା ମାମଲାରେ ବୋବଡେ ଥିଲେ ସାମିଲ

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକ ମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କୁ ଧମକ ଦେଇଛନ୍ତି । ଏହି ଧମକରେ ଶିଖ୍ ଫର ଜଷ୍ଟିସ୍ ପ୍ରଧାନବିଚାରପତିଙ୍କ ଉଦ୍ଦେଶ୍ୟରେ କହିଛି କି ଜାନୁଆରୀ ୨୬ ରେ କୃଷକ ମାନେ ଆୟୋଜିତ କରୁଥିବା ଟ୍ରାକ୍ଟର ମାର୍ଚ୍ଚକୁ ରୋକିବାକୁ ଚେଷ୍ଟା କଲେ ପରିଣତି ଭୟଙ୍କର ହେବ । ଏହା ସହ ଶିଖ୍ ଫର ଜଷ୍ଟିସ୍ ବୋବଡେଙ୍କୁ ଏକ ପୁରୁଣା ମାମଲାର ଦୋଷୀ ବୋଲି କହିଛି । ସଂଗଠନ କହିଛି କି ଶିଖ୍ଙ୍କୁ ଯେଉଁମାନେ ଗଣହତ୍ୟା କରିଥିଲେ ବୋବଡେ ତାଙ୍କ ସହିତ ଥିଲେ । ଏବେ କୃଷକଙ୍କ ଗଣହତ୍ୟା ମାମଲାରେ ନରେନ୍ଦ୍ର ମୋଦିଙ୍କ ସହ ବୋବଡେ ଥିବା କଥା ସଂଗଠନ ଅଭିଯୋଗ କରିଛି । ଏହା ସହ ସଂଗଠନ କହିଛି କି ଏହା ୧୯୯୦ ମସିହା ନୁହେଁ । ଏହା ୨୦୨୧ ମସିହା ତେଣୁ ଶିଖ୍ ଫର ଜଷ୍ଟିସ୍ ସମସ୍ତ ନ୍ୟାୟକୁ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ବିଚାର କରିବ ।
କହିରଖୁ କି ଆଜିକୁ ୫୨ ଦିନ ଧରି ଚାଲିଥିବା କୃଷକ ଆଇନକୁ ନେଇ ସରକାର ଓ କୃଷକଙ୍କ ମଧ୍ୟରେ ବାରମ୍ବାର ବୈଠକ ବିଫଳ ହେବା ପରେ ଜାନୁଆରୀ ୧୨ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଥିଲା । ଏନେଇ କୋର୍ଟ ପକ୍ଷରୁ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିବା ସହ ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବାକୁ ଏକ ୪ ଜଣିଆ କମିଟି ଗଠନ କରିଥିଲେ । ହେଲେ ଏହି ୪ ଜଣିଆ କମିଟିରୁ ଜଣେ ସଦସ୍ୟା ସ୍ୱେଚ୍ଛାକୃତ ଭାବେ ଓହରି ଯାଇଛନ୍ତି । ହେଲେ ଏହି କିମିଟିର ପ୍ରଥମ ବୈଠକ ଚଳିତ ମାସ ୧୯ ତାରିଖରେ ବସିବ ବୋଲି କୁହାଯାଇଛି ।
ଅନ୍ୟପଟେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିକୁ ଗ୍ରହଣ କରି ନାହାନ୍ତି ଚାଷୀ ସଂଗଠନ ମାନେ । ଚାଷୀ ନେତା କହିଛନ୍ତି କି କମିଟିରେ ସରକାରଙ୍କ ସମର୍ଥନକାରୀ ମାନେ ସ୍ଥାନ ପାଇଛନ୍ତି ।

from Kanak News
via <a href="https://ifttt.com/?

ଏମ୍ସକୁ ମିଶାଇ ରାଜ୍ୟର ୧୬୧ କେନ୍ଦ୍ରରେ ଚାଲିଛି ଟିକାକରଣ: ରାଜଧାନୀର ୬ଟି ସ୍ଥାନରେ ୧୦୦ ଜଣଙ୍କୁ ଦିଆସାରିଲାଣି କରୋନା ଟିକା; ଟିକା ନେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ

କନକ ବ୍ୟୁରୋ: ରାଜ୍ୟର ପ୍ରଥମ ଟିକାକରଣ ଆରମ୍ଭ ହୋଇଛି କ୍ୟାପିଟାଲ ହସ୍ପିଟାଲରୁ । ଏଠାରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଂଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିରଂଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି । ଏବଂ ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଟିକା ନେବା ପରେ ତାଙ୍କର କୌଣସି ସମସ୍ୟା ହୋଇନାହିଁ । ସେହିଭଳି ଅତିରିକ୍ତ ଡିଏମଇଟି ଡାକ୍ତର ଉମାକାନ୍ତ ଶତପଥୀ ମଧ୍ୟ ଟିକା ଗ୍ରହଣ କରିଛନ୍ତି । ଟିକା ନେବା ପରେ ସେଭଳି କୌଣସି ସମସ୍ୟା ଦେଖା ଦେଇନଥିବା ସେ କହିଛନ୍ତି । ଟିକାକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ଅତିରିକ୍ତ ଡିଏମଇଟି ।

ସେପଟେ, ଭୁବନେଶ୍ୱରର ଯେଉଁ ୬ଟି ସ୍ଥାନରେ ଚାଲିଛି କରୋନା ଟିକାକରଣ, ତାହା ମଧ୍ୟରୁ ଗୋଟିଏ ହେଉଛି  ୟୁନିଟ୍ ୪ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଏଠାରେ ସମସ୍ତ ବ୍ୟବସ୍ଥା ସହିତ ଚାଲିଛି କରୋନା ଟିକାକରଣ । ଡିଏମ୍ଇଟିର କର୍ମଚାରୀ ଶୁଭେନ୍ଦୁ ମଣ୍ଡାଲି ନେଇଛନ୍ତି କରୋନା ଟିକା । ସେହିଭଳି କଟକ ଏସସିବି ମେଡିକାଲର ବରିଷ୍ଠ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ମଧ୍ୟ ନେଇଛନ୍ତି କରୋନା ଟିକା । ଅନ୍ୟପଟେ, କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି କରୋନା ଟିକାକରଣ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଥମେ କରୋନା ଟିକା ଗ୍ରହଣ କରିଛନ୍ତି ଡାକ୍ତର କିଶୋର ମିଶ୍ର । ଅନ୍ୟ ମାନଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ଡାକ୍ତର କିଶୋର ମିଶ୍ର ପ୍ରଥମେ ନେଇଛନ୍ତି କରୋନା ଟିକା ।

ବ୍ରହ୍ମପୁରରେ ମଧ୍ୟ ଆରମ୍ଭ ହୋଇଛି କୋଭିଡ୍ ଭାକସିନେସନ୍ । ଟିକାକରଣ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରାଯାଇଛି ସମସ୍ତ ବ୍ୟବସ୍ଥା । ତେବେ ଏଠାରେ ଟିକା ନେବା ପରେ ଟିକା ନେଇଥିବା ବ୍ୟକ୍ତିଙ୍କ ମୁଣ୍ଡ ବୁଲାଇଥିବା ଦେଖିବାକୁ ମିଳିଥିଲା ।  ସେହିଭଳି ଢେଙ୍କାନାଳ ଜିଲ୍ଲାର ୪ଟି ସ୍ଥାନରେ ଚାଲିଛି ଟିକାକରଣ । ଏହା ମଧ୍ୟରୁ କାମାକ୍ଷାନଗରର ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହୋଇଛି ଟିକାକରଣ । ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏଠାରେ ଟିକାକରଣର ଶୁଭାରମ୍ଭ କରିଛନ୍ତି । ଆସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ସବଡିଭିଜନରେ ଟିକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ସାରା ଦେଶ ଯେଉଁ ମୁହୁର୍ତକୁ ଅପେକ୍ଷା କରି ରହିଥିଲା, ସେହି ସମୟ ଆସି ପହଂଚି ଯାଇଛି । ଆଜି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହୋଇଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଥିଲା । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ ଥିଲା । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ଆଜି ସାରା ଦେଶର ତିନି ହଜାର ଛଅଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଦିନ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଏପଟେ ଟିକାକରଣ ପାଇଁ ଓଡିଶାରେ ମଧ୍ୟ ପ୍ରସ୍ତୁତି ସରିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ପ୍ରଥମ ଦିନରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ ।

from Kanak News
via <a href="https://ifttt.com/?

ଟିକା ନେବା ପରେ ଅସୁବିଧା ହେଲେ କେମିତି ପାଇବେ କ୍ଷତିପୂରଣ । କାହା ନିକଟରେ କରିବେ ଆବେଦନ । ଜାଣନ୍ତୁ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍ ର ଘୋଷଣା

କନକ ବ୍ୟୁରୋ : ଆପଣ ଟିକା ନେବା ପରେ ଶତ ପ୍ରତିଶତ ସୁରକ୍ଷିତ ଏକଥା କେହି କହିପାରିବେ ନାହିଁ । ହେଲେ ଟିକା ନେବା ପରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଏ କି ଆପଣଙ୍କର ମୃତ୍ୟୁ ହୋଇଯାଏ ସେନେଇ ଆପଣ ବା ଆପଣଙ୍କ ପରିବାର ଲୋକଙ୍କୁ କ’ଣ କରିବାକୁ ପଡିବ । କ୍ଷତିପୂରଣ ପାଇଁ ଆପଣ କେମିତି ଓ କାହା ନିକଟରେ ଆବେଦନ କରିବେ ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ ।

ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ ର କୋଭାକ୍ସିନ୍ ଟିକାକୁ ନେଇ ଲଗାତର ଭାବେ ପ୍ରଶ୍ନ ଉଡୁଛି । ଏହାରି ମଧ୍ୟରେ କମ୍ପାନୀ ଘୋଷଣା କରିଛି କି କୋଭାକ୍ସିନ ଟିକା ନେବା ପରେ ଯଦି ଲୋକର କିଛି ଅସୁବିଧା ହୁଏ ତେବେ କମ୍ପାନୀ ତରଫରୁ ସେମାନଙ୍କୁ କ୍ଷତିପୂରଣ ଦିଆଯିବ । ଖାଲି ଏତିକି ନୁହେଁ ଟିକା ନେବା ପୂର୍ବରୁ ଆପଣ ଯେଉଁ ଫର୍ମରେ ଦସ୍ତଖତ କରୁଛନ୍ତି ସେଥିରେ ମଧ୍ୟ ଏକଥା ଲେଖା ଯାଇଛି ।
ଏହାସହ ଆଜି ସାରା ଦେଶରେ ଆଗଧାଡିର କୋଭିଡ ଯୋଦ୍ଧା ମାନଙ୍କୁ ଟିକା ଦିଆଯାଉଛି । ପ୍ରତିଟି ଟିକା ସହିତ ସଲଗ୍ନ ହୋଇଥିବା ଫର୍ମରେ ଲେଖା ଯାଇଛି କି ଯଦି ଟିକା ନେବା ପରେ କିଛି ପାଶ୍ୱର୍ପ୍ରତିକ୍ରିୟା ଦେଖାଯାଏ ତେବେ ଟିକା ନେଇଥିବା ଲୋକ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା କିଛି ନିର୍ଦ୍ଧିଷ୍ଟ ମେଡିକାଲରେ ସେମାନଙ୍କର ଚିକିତ୍ସା କରାଯିବ ।

ସୂଚନା ମୁତାବକ ଟିକା ନେଉଥିବା ପ୍ରତିଟି ଲୋକକୁ ଏକ ଫ୍ୟାକ୍ଟ ସିଟ୍ ଓ ଟିକାର କୁପରିଣାମ ସହିତ ଯୋଡି ହୋଇଥିବା ଏକ ଫର୍ମ ଦିଆଯିବ । ଟିକା ନେବାର ୭ ଦିନ ମଧ୍ୟରେ ଟିକା ନେଇଥିବା ଲୋକର ଯାହା ଯାହା ଲକ୍ଷଣ ଦେଖାଯିବ ତାକୁ ସେଥିରେ ଲେଖିବାକୁ ହେବ । ଏହାସହିତ ସେହି ଫର୍ମରେ ଲେଖା ଯାଇଛି କି ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଡୋଜ ନେବା ପରେ ମାନବ ଶରୀରରେ ଏହି ଟିକା ଆଣ୍ଟିବଡି ପ୍ରସ୍ତୁତ କରିବା କ୍ଷମତା ଦେଖାଇବ । ତାହାକୁ ନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ ।

କିନ୍ତୁ ଯଦି ସେମିତି କିଛି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ତାହେଲେ ଆପଣଙ୍କୁ ମିଳିଥିବା ଫର୍ମରେ ସମସ୍ତ ବିବରଣୀ ଲେଖି ଦିଆଯାଇଥିବା ଠିକାଣରେ ସେହି ଫର୍ମକୁ ପଠାଇ ଦିଅନ୍ତୁ । ଏହା ପରେ ଟିକା ପ୍ରସ୍ତୂୁତକାରୀ କମ୍ପାନୀ ଆପଣଙ୍କ ସହ ଯୋଗା ଯୋଗ କରିବ ।

from Kanak News
via <a href="https://ifttt.com/?

‘ଗୋରୀ’ କୁମ୍ଭୀର ପାଇଁ ଖୋଜା ଚାଲିଛି ସାଥୀ: ଭିତରକନିକା ବାହାରୁ ବଉଳା କୁମ୍ଭୀର ଆଣିବାକୁ ଚାଲିଛି ଯୋଜନା

କନକ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଥିବା ଶଙ୍ଖୁଆ କୁମ୍ଭୀର ‘ଗୋରୀ’କୁ ଏବେ ୪୬ ବର୍ଷ । ଯୌବନ ଅପରାହ୍ନରେ ପାଦ ଥାପି ଲାଣି ଗୋରୀ । ଅତୀତରେ ଗୋରୀ ପାଇଁ ଉଭୟ ବିଦେଶୀ ଓ ଦେଶୀ ବର କୁମ୍ଭୀରକୁ ଅଣାଯାଇ ମିଳନର ସୁଯୋଗ ଦିଆଯାଇଛି । ହେଲେ କୌଣସି ଲାଭ ହୋଇନି । ଏବେ ପୁଣି ଥରେ ତାପାଇଁ ବର ଖୋଜା ଚାଲିଛି ।

ଭିତରକନିକା ଜାତୀୟ ଉଦ୍ୟାନ ସୀମା ବାହାରୁ ଗୋରୀର ସମବୟସ୍କ ବା ସମସାମୟିକ ଏକ ପୁରୁଷ କୁମ୍ଭୀରକୁ ଆଣି ମିଳନର ସୁଯୋଗ ଦିଆଯିବା ନେଇ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବନ ବିଭାଗର ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏହି ପ୍ରକ୍ରିୟାରେ ନିରିମାଖି ଗୋରୀକୁ ଆବଦ୍ଧ ପୋଖରୀରୁ ମୁକ୍ତ କରାଯାଇ ଜାତୀୟ ଉଦ୍ୟାନର ନଦୀ ମଧ୍ୟରେ ଛଡ଼ାଯିବ କି ନାହିଁ ଏନେଇ ଗବେଷଣା କରାଯିବ । ଗୋରୀର ମାତୃତ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ବି ନିଆଯିବ ।  ଚଳିତ ବର୍ଷ  କୁମ୍ଭୀର ଗଣନା ପରେ ଏକ ବିଶେଷଜ୍ଞ ଟିମ୍ ମଧ୍ୟରେ ଗୋରୀ ସମ୍ବନ୍ଧରେ ସ୍ୱତନ୍ତ୍ର ତଥ୍ୟ ସଂଗ୍ରହ କରାଯିବା ପରେ ଏହି ଯୋଜନା କରାଯାଇଛି ।

from Kanak News
via <a href="https://ifttt.com/?

କରୋନା ଯୋଦ୍ଧାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: କହିଲେ, କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି; ସମସ୍ତଙ୍କ ସୁସ୍ଥତା କାମନା କଲେ ନବୀନ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟିକାକରଣର ଫିଡବ୍ୟାକ୍ ନେଇଛନ୍ତି।ସେ ଭିଡିଓ କନଫରେନ୍ସିଂ ଜରିଆରେ ଫିଡବ୍ୟାକ୍ ନେବା ସମୟରେ ବ୍ରହ୍ମପୁର ସିଟି ହସ୍ପିଟାଲର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଏହାଛଡ଼ା ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫେଇ କର୍ମଚାରୀ ଏବଂ କ୍ୟାପିଟାଲ ହସ୍ପିଟାଲର ନର୍ସଙ୍କ ସହ କଥା ହୋଇଛନ୍ତି।

ସେ ଏହି ଅବସରରେ କୋଭିଡ୍ ଟିକାକରଣ ଲାଗି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କର ସହଯୋଗ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ  କହିଛନ୍ତି ‘କୋଭିଡ୍ ଟିକାକରଣ ରାଜ୍ୟରେ ଆରମ୍ଭ ହୋଇଛି। ଗତ ୧୦ ମାସ ହେଲା କୋଭିଡ୍ ଯୋଦ୍ଧାମାନେ ସଂଗ୍ରାମ ଜାରି ରଖିଛନ୍ତି। ଆପଣଙ୍କ ତ୍ୟାଗ ଓ ସେବାକୁ ଆମେ ଭୁଲି ପାରିବୁନି । ସମସ୍ତଙ୍କ ସୁସ୍ଥତା କାମନା କରୁଛି ।’  ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସ୍ବାଗତ ଭାଷଣ ଦେଇଥିଲେ। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

ରାଜ୍ୟର ପ୍ରଥମ ଟିକାକରଣ ଆରମ୍ଭ ହୋଇଛି କ୍ୟାପିଟାଲ ହସ୍ପିଟାଲରୁ । ଏଠାରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଂଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିରଂଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି । ଏବଂ ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଟିକା ନେବା ପରେ ତାଙ୍କର କୌଣସି ସମସ୍ୟା ହୋଇନାହିଁ ।

from Kanak News
via <a href="https://ifttt.com/?

ଦେଶରେ ପ୍ରଥମ ଟିକା ନେଲେ ଦିଲ୍ଲୀ ଏମ୍ସର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ଉପସ୍ଥିତ ଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଦନ ଓ ଏମ୍ସ ନିର୍ଦ୍ଦେଶକ ଡ, ରଣଦୀପ ଗୁଲେରିଆ

କନକ ବ୍ୟୁରୋ : ଦେଶର ସର୍ବ ବୃହତ ଟିକାକରଣ ଆଜି ଭାରତରେ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଶୁଭାରମ୍ଭ ପରେ ପ୍ରଥମ ଟିକା ନେଇଛନ୍ତି ଦିଲ୍ଲୀ ଏମ୍ସ୍ର କରୋନା ଯୋଦ୍ଧା ତଥା ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ସଫେଇ କର୍ମଚାରୀ ମନିଶ କୂୁମାରଙ୍କୁ ପ୍ରଥମ ଟିକା ଦିଆଯାଇଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ , ଏମ୍ସର ନିର୍ଦ୍ଦେଶକ ଡ. ରଣଦୀପ୍ ଗୁଲେରିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥଲେ । ମନିଶଙ୍କ ପରେ ଏମ୍ସ ନିର୍ଦ୍ଦେଶକ ଡ, ରଣଦୀପ ଗୁଲେରିଆ ବି ଟିକା ନେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ କି କରୋନା ବିରୋଧରେ ଜାରି ରହିଥିବା ଲଢେଇରେ ଟିକା ସଞ୍ଜୀବନି ଭଳି କାମ କରିବ । ଏବେ ଲଢେଇ ଅନ୍ତିମ ତଥା ନିର୍ଣ୍ଣାୟକ ମୋଡରେ ପହଂଚିଥିବା ସେ କହିଛନ୍ତି ।

କହିରଖୁ କି ପାଖା ପାଖି ୧୧ ମାସ ହେବ ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରି ରଖିଛି । ଏଥିରେ କୋଟି କୋଟି ଲୋକ ଏଥିରେ ପ୍ରଭାବିତ ହୋଇଥିବା ବେଳେ । ଭୂତାଣୁ ସଂକ୍ରମଣରେ ପ୍ରାୟ ୧.୫ କୋଟି ଲୋକଙ୍କର ଜୀବନ ଯାଇଛି । ଏନେଇ କିଛି ଦେଶ ଟିକା କରଣ ଆରମ୍ଭ କରିଥିବା ବେଳେ ୩୦ କୋଟିରୁ ଅଧିକ ଲୋକଥିବା ଚୀନ, ଆମେରିକା ଓ ଭାରତରେ ଏହି ଟିକାକରଣ ଏବେ ଆରମ୍ଭ କରାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started