ଟିକା ନେଉଛି ଓଡିଶା: କ୍ୟାପିଟଲ ହସ୍ପିଟାଲରେ ଟିକାକରଣ ଆରମ୍ଭ: ପ୍ରଥମେ ଟିକା ନେଲେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ

କନକ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଂଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିରଂଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି । ଏବଂ ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଟିକା ନେବା ପରେ ତାଙ୍କର କୌଣସି ସମସ୍ୟା ହୋଇନାହିଁ । ସେହିଭଳି ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲରେ ପ୍ରଥମ କୋଭିଡ୍ ଟିକା ନେଲେ ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ।

ସେପଟେ ଏସିବି ମେଡିକାଲରେ ଟିକାକରଣର ଶୁଭାରମ୍ଭ ହୋଇଛି। ଉଦ୍‌ଘାଟନୀ କାର୍ଯ୍ୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ, ଆର୍‌ଡିସି ଅନିଲ କୁମାର ସାମଲ ସମେତ ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡ଼ାକ୍ତର ଦତ୍ତେଶ୍ବର ହୋତା ଓ ବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ।  ଏସ୍‌ସିବିରେ ଆଜି ପ୍ରଥମ ଟିକା ନେଇଛନ୍ତି ସଫେଇ କର୍ମଚାରୀ ବର୍ଷା ଦେଈ। ଏହି ଟିକା ୧୧ଶହ ସ୍ବାସ୍ଥ୍ୟ କର୍ମଚାରୀ ନେବେ କରୋନା ଟିକା(କୋଭିସିଲଡ୍‌)। ଏଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟୟରେ ପହଞ୍ଚିଛି।

ଏସ୍‌ସିବି ମେଡିକାଲ କଲେଜର ବିଏସ୍‌ସି ନର୍ସିଂ କଲେଜରେ ଟିକା ପାଇଁ ଜିଲ୍ଲାସ୍ତରୀୟ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ କିଏ କେଉଁ କେନ୍ଦ୍ରରେ ପ୍ରଥମେ ଟିକା ନେବ ସେଥିପାଇଁ ତତ୍ପରତା ପ୍ରକାଶ ପଇଛି। ଏସ୍‌ସିବିରେ ପ୍ରଫେସର ଡି.ଏନ୍.ମହାରଣା, ସିଟି ହସ୍ପିଟାଲରେ ଫାର୍ମାସିଷ୍ଟ ଏନ୍‌. ପି ତିୱାରୀ, ସିଡିଏ ହସ୍ପିଟାଲରେ ସଫେଇ କର୍ମଚାରୀ ବ୍ରଜବନ୍ଧୁ ନାଏକ, ନିଆଳିରେ କମଳାକାନ୍ତ ନାୟକ ଓ ଜଗତ୍‌ପୁରରେ ଷ୍ଟାଫ୍‌ନର୍ସ ପ୍ରତିଭା ସ୍ବାଇଁ ପ୍ରମୁଖ ପ୍ରଥମେ ଟିକା ନେବେ ବୋଲି ଜଣାପଡ଼ିଛି। ଜିଲ୍ଲାର ସମସ୍ତ ୧୧ଟି କେନ୍ଦ୍ରରେ କିଏ ପ୍ରଥମେ ଟିକା ନେବେ ସେଥିପାଇଁ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଆଜି ଜିଲ୍ଲାପାଳ ଏସ୍‌ସିବି ମେଡିକାଲ, ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବା ଟିକାକରଣ କେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଯାଂଚ କରିଥିଲେ। ସେହିପରି ସିଏମ୍‌ସି କମିସନରଅନନ୍ୟା ଦାସ ମଧ୍ୟ ଓଡିଆବଜାର ମେଡିକାଲ ପରିଦର୍ଶନ କରି ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ।

from Kanak News
via <a href="https://ifttt.com/?

ଟିକା ନେଉଛି ଭାରତ: ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; କହିଲେ, ଟିକା ସତ୍ୱେ ମାନିବାକୁ ପଡ଼ିବ କଟକଣା, ଟିକାକୁ ନେଇ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନକରିବାକୁ ଅନୁରୋଧ

କନକ ବ୍ୟୁରୋ: ମହାମାରୀ ବିରୋଧରେ ମହାଲଢେଇ । ଇତିହାସ ରଚିଲା ଭାରତ । ଆଜିଠୁ ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ ।  ଦେଶରେ ଆଜି ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍୧୯ ଟିକାକରଣ କରାଯିବା ସହ ବିଶ୍ୱର ସବୁଠି ବଡ ଟିକାରଣ ଅଭିଯାନ ଆରମ୍ଭ  ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଆଜି ଟିକାକରଣର ଶୁଭାରମ୍ଭ କରିଛନ୍ତି ।  ଏହାପରେ ସାରା ଦେଶରେ ଟିକାକରଣ  ଅଭିଯାନର ଶୁଭାରମ୍ଭ ହୋଇଛି ।

ତେବେ କୋଭିଡ୍ ଟିକାକରଣର ଶୁଭାରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।  ପ୍ରଥମ ଟିକା ନେବା ପରେ ମାସ୍କ କିମ୍ବା ସାମାଜିକ ଦୂରତା ରକ୍ଷା କରିବା ବି ସେତିକି ଜରୁରୀ ଯେତିକି ପୂର୍ବରୁ ରହିତାିଲା । ଟିକା ନେବା ପରେ ଭାବନ୍ତୁ ନି କି ଦେଶରୁ ମହାମାରୀର ଅନ୍ତ ହୋଇଗଲା, କରୋନା ମରିନି କିନ୍ତୁ କରୋନାକୁ ଆମା ହରାଇଛୁ । ତେଣୁ ଟିକା ଆସିଗଲା ବୋଲି ଆମେ ଆଶ୍ୱସ୍ତି ହୋଇଯିବା । ପୂର୍ବରୁ ଯେଉଁ କଟକଣା ଜାରି ହୋଇଥିଲା ଟିକା ନେବା ପରେ ବି ଆମକୁ ତାହା ମାନିବାକୁ ପଡିବ । ସେହିଭଳି ଟିକାକୁ ନେଇ ଅନେକ ଅପପ୍ରଚାର ସୃଷ୍ଟି ହୋଇଛି । ତେବେ ଏଭଳି ଗୁଜବ ତଥା ଅପପ୍ରଚାରକୁ ବିଶ୍ୱାସ ନକରିବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

from Kanak News
via <a href="https://ifttt.com/?

କୋଭିଡ୍ ଟିକାକରଣର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ କରାଇଲେ ନୂଆ ଶପଥ ।  କହିଲେ ଚିକିତ୍ସା ସହିତ ସତର୍କତା ଜରୁରୀ । ଟିକାକରଣ ପରେ ବି ମାନିବାକୁ ପଡିବ କୋଭିଡ୍ କଟକଣା

କନକ ବ୍ୟୁରୋ : ଆଜି ଭାରତରେ ବିଶ୍ୱର ସବୁଠାରୁ ବୃହତ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି ଆଜିର ଦୀନରେ ରାଷ୍ଟ୍ରକବି ରାମଧାରୀ ସିଂଙ୍କ କବିତା ମନେ ପଡୁଛି । ରାମଧାରୀ ତାଙ୍କର ଏକ କବିତାରେ କହିଥିଲେ କି ମାନବ ଯେତେବେଳେ ଜୋର ଲଗାଇ କୌଣସି କାମରେ ମନୋନିବେଶ କରେ ସେତେବେଳେ ପଥର ବି ପାଣି ହୋଇଯାଏ ।

ଏହି ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀ ଭାବୁକ ହୋଇପଡିଥିଲେ । ସେ କହିଥିଲେ କି ଏହା ଏପରି ଏକ ରୋଗ ଯେତେବେଳେ ଶିଶୁ କାନ୍ଦୁଥିଲା ସେତେବେଳେ ତା ମା ତା ପାଖକୁ ଯାଇପାରୁ ନଥିଲା ।  ଏହି ରୋଗ ଲୋକମାନଙ୍କୁ ସେମାନଙ୍କର ଘର ଓ ସଂପକିୟ ମାନଙ୍କ ଠାରୁ ଦୂରେଇ ରଖିଛି । ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀ ପାଖକୁ ତାଙ୍କ ନିଜର ଲୋକମାନେ ଆସିପାରୁ ନଥିଲେ । ଏହାସହ ଅନେକ ଲୋକ ଏହି ରୋଗରେ ସଂକ୍ରମିତ ହୋଇ ଆଜି ଆମକୁ ଛାଡି ଚାଲିଯାଇଛନ୍ତି ।  ହେଲେ ସେମାନଙ୍କ ଅନ୍ତିମ ସଂସ୍କାର ବେଳେ ବି ଆମେ ତାଙ୍କ ପାଖରେ ଛିଡା ହୋଇପାରି ନାହୁଁ ।

 ଟିକାକରଣ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସମ୍ବୋଧିତ କରୁଥିବା ବେଳେ ପୁରା ଭାବୁକ ହୋଇପଡିଥିଲେ । ସେ କହିଥିଲେ କି କରୋନା ବେଳେ ଆମର ଅନେକ ସାଥି ଚିକିତ୍ସା ହେବାକୁ ଯାଇ ମେଡିକାଲରୁ ଆଉ ଫେରି ନଥିଲେ । ହେଲେ ଏଭଳି ସଂକଟ ବେଳେ ବି ଦେଶବାସୀଙ୍କ ମଧ୍ୟରେ ସଂକଟରୁ ମୁକ୍ତି ପାଇବାକୁ ଆଶା ସଂଚାର ହୋଇଥିଲା । ଲୋକମାନଙ୍କୁ ବଞ୍ଚାଇବାକୁ ସେମାନେ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥିଲେ । ସେମାନେ ହେଉଛନ୍ତି ଡାକ୍ତର, ନର୍ସ, ପାରା ମେଡକାଲ ଷ୍ଟାଫ୍, ଆମ୍ବୁଲାନ୍ସ ଡ୍ରାଇଭର, ଆଶା କର୍ମୀ, ସଫେଇ କର୍ମଚାରୀ , ପୋଲିସ ଓ ଆହୁରି ଅନେକ ଆଗଧାଡିର କରୋନା ଯୋଦ୍ଧା । ସେମାନଙ୍କ ମଧ୍ୟରୁ ଅନେକ ଯୋଦ୍ଧାଙ୍କ ଜୀବନ ଯାଇଛି । କରୋନା ଯୋଦ୍ଧା ଭାବେ କାମ କରି ପ୍ରାଣ ହରାଇଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

ଟିକାକରଣର ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କରୋନା ଟିକାର ପରବର୍ତ୍ତି ସ୍ଥିତି ବାବଦରେ କହିଥିଲେ । ସେ କହିଛନ୍ତି କି ଟିକାକରଣର ଅର୍ଥ ନୁହେଁ ଯେ କରୋନା ସମ୍ପୁର୍ଣ୍ଣ ଭାବେ ଆପଣ ମାନଙ୍କ ଠାରୁ ଦୂରେଇ ଗଲା । କରୋନାରୁ ବଞ୍ଚିବାକୁ ହେଲେ ଟିକା ନେବା ପରେ ବି ପୂର୍ବଭଳି ସମସ୍ତ କୋଭିଡ୍ କଟକଣାକୁ  ମାନିବାକୁ ପଡିବ । ଯେମିତି କି ସାମାଜିକ ଦୂରତା, ମାସ୍କ ବ୍ୟବହାର, ସାନିଟାଇଜର ବା ସାବୁନରେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

from Kanak News
via <a href="https://ifttt.com/?

ମହାମାରୀ ବିରୋଧରେ ମହାଲଢେଇ । ଦେଶର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲରେ ଯୋଡ଼ି ହୋଇ କଲେ ଶୁଭାରମ୍ଭ

କନକ ବ୍ୟୁରୋ: ମହାମାରୀ ବିରୋଧରେ ମହାଲଢେଇ । ଇତିହାସ ରଚିଲା ଭାରତ । ଆଜିଠୁ ସାରା ଦେଶରେ ଆରମ୍ଭ ହେଲା କରୋନା ଟିକାକରଣ । ଦିନ ସାଢେ ୧୦ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକାକରଣର ଶୁଭାରମ୍ଭ କରିଛନ୍ତି । ବିଶ୍ୱରେ ୩ କୋଟିରୁ କମ୍‌ ଜନସଂଖ୍ୟା ଥିବା ୧୦୦ରୁ ଅଧିକ ଦେଶ ଅଛି। କିନ୍ତୁ, ଆଜି ପ୍ରଥମ ପର୍ଯ୍ୟାୟରେ ଭାରତରେ ୩ କୋଟି ଲୋକଙ୍କୁ ଟିକା ଦିଆଯାଉଛି।

https://platform.twitter.com/widgets.js

ଆଜି ପୂର୍ବାହ୍ନ ୧୦.୩୦ରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ଏହି ଅଭିଯାନର ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ସବୁଠୁ ଅଧିକ ଆବଶ୍ୟକ କରୁଥିବା ବ୍ୟକ୍ତି ପ୍ରଥମେ ଟିକା ନେବେ।  ସାଧାରଣତଃ, ଟିକାଟିଏ ପ୍ରସ୍ତୁତ କରିବାକୁ ଅନେକ ବର୍ଷ ଲାଗେ କିନ୍ତୁ, ଖୁବ୍‌ ସ୍ୱଳ୍ପ ସମୟ ମଧ୍ୟରେ ଗୋଟିଏ ନୁହେଁ ‘ଭାରତରେ ନିର୍ମିତ’ ଦୁଇଟି ଟିକା ପ୍ରସ୍ତୁତ ହୋଇଛି। ଏହାଛଡ଼ା, ଅନ୍ୟ ଟିକା ପ୍ରସ୍ତୁତି ମଧ୍ୟ ଦ୍ରୁତ ବେଗରେ ଆଗେଇ ଚାଲିଛି। ସମସ୍ତେ ପଚାରୁଥିଲେ ଟିକା କେବେ ମିଳିବ। ଏବେ ତ ଟିକା ମିଳିଲା। ଏହି ଅବସରରେ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଦୁଇଟି ଟିକା ମଧ୍ୟରେ ଅନ୍ୟୂନ ଏକ ମାସ ବ୍ୟବଧାନ ରଖିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଟିକା ନେଇ ସାରିଲେ ମଧ୍ୟ ଜଣେ ମାସ୍କ୍‌ ପରିଧାନ ଏବଂ ସାମାଜିକ ଦୂରତ୍ୱ ଆଦି ସତର୍କତା ବର୍ଜନ କରିବା ଅନୁଚିତ।

ପ୍ରଥମ ପର୍ଯ୍ୟାୟରେ ୩ କୋଟି ଜନତାଙ୍କୁ ଟିକା ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକ ଟିକା ନେବେ। ଭାରତର ବୈଜ୍ଞାନିକ ଏବଂ ଟିକା ଉତ୍ପାଦନ ସାମର୍ଥ୍ୟ ଉପରେ ବିଶ୍ୱର ଅଗାଧ ବିଶ୍ୱାସ ରହିଛି। ଅନ୍ୟ ଦେଶରେ ପ୍ରସ୍ତୁତ ଟିକା ତୁଳନାରେ ଭାରତରେ ନିର୍ମିତ ଟିକା ଅପେକ୍ଷାକୃତ ଶସ୍ତା। ସ୍ୱଳ୍ପ ସମୟ ମଧ୍ୟରେ ଆମେ ଦୁଇଟି ଟିକା ପାଇଛନ୍ତି। ଏହା ଆମ ବୈଜ୍ଞାନିକମାନଙ୍କର ମେଧା ଓ ଦକ୍ଷତାର ପ୍ରମାଣ।

from Kanak News
via <a href="https://ifttt.com/?

ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଓ ICDS ସଂଯୋଜକ ମୁହାଁମୁହିଁ । ବସ୍ତା ବ୍ଲକ୍ କାର୍ଯ୍ୟାଳୟରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ତୁମୁଳକାଣ୍ଡ ।

କନକ ବ୍ୟୁରୋ : ବ୍ଲକ କାର୍ଯ୍ୟାଳୟ ଭିତରେ ତୁମୁଳକାଣ୍ଡ । ମୁହାଁମୁହିଁ ହୋଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟ ଓ ଆଇସିଡିଏସ ସଂଯୋଜକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କାର୍ଯ୍ୟାଳୟରେ । ବ୍ଲକର କୁଡିଆ ଗାଁର ସବୁଧା କେନ୍ଦ୍ର ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ନେଇ ୪ଟି ଏସଏଚଗର ପ୍ରାୟ ୩୦ରୁ ଅଧିକ ମହିଳା ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ଅନିୟମିତତା ନେଇ ଆଇସିଡିଏସ ସଂଯୋଜକ ଗଜେନ୍ଦ୍ର ମଲ୍ଲିକଙ୍କୁ ପଚାରିଥିଲେ । ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା ଏବଂ ଶେଷରେ ମହିଳାମାନେ ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ନେଇ ବସ୍ତା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ଉତ୍ତ୍ୟକ୍ତ ମହିଳା ତାଙ୍କୁ ଗୋଡ଼ାଇ ଗୋଡ଼ାଇ ସେଠାରେ ପହଞ୍ଚି ମଧ୍ୟ ମାଡ଼ ମାରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ବ୍ଲକର ଅନ୍ୟ କର୍ମଚାରୀମାନେ ଅଧିକାରୀଙ୍କୁ ଉଦ୍ଧାର କରିଥିଲେ। ଏନେଇ ପ୍ରଥମେ ମହିଳାମାନଙ୍କ ତରଫରୁ ବସ୍ତା ଥାନାରେ ଅଭିଯୋଗ କରିଥିବା ବେଳେ ବ୍ଲକ୍ ତରଫରୁ ମଧ୍ୟ ଅନ୍ୟ ଏକ ପୃଥକ୍ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଯୋଗ ସମ୍ଭବ ହେଉନାହିଁ। ତେବେ ଘଟଣାର ତଦନ୍ତ ଚାଲିଛି ବୋଲି ବସ୍ତା ଥାନା ଅଧିକାରୀ ଅଶୋକ କୁମାର ନାୟକ ସୂଚନା ଦେଇଛନ୍ତି।

from Kanak News
via <a href="https://ifttt.com/?

୨ ନିୟୁତ ଟପିଲା ବିଶ୍ୱରେ କରୋନାଜନିତ ମୃତ୍ୟୁ । ଜାତିସଂଘ ମୁଖ୍ୟ କହିଲେ, ବିଜ୍ଞାନ ସଫଳ ହେଉଛି, କିନ୍ତୁ ସହଯୋଗ ବିଫଳ ହେଉଛି । 

କନକ ବ୍ୟୁରୋ : ବିଶ୍ୱରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ଦୁଇ ନିୟୁତ ଟପିବା ପରେ ଶୁକ୍ରବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗଟେରେସ୍‌ କହିଛନ୍ତି ଯେ, ଏହି ଭୂତାଣୁର ମୁକାବିଲା କରିବାକୁ ବିଶ୍ୱରେ ସହଯୋଗର ବିଫଳତା ପରିଲକ୍ଷତ ହେଉଛି । ସେ କହିଛନ୍ତି, ଆଜି ଆମେ ଟିକା କ୍ଷେତ୍ରରେ ଏକ ଶୂନ୍ୟତା ଉପଲବ୍ଧି କରୁଛନ୍ତି । ଅଧିକ ଆୟକାରୀ ଦେଶମାନଙ୍କରେ ଟିକା ତୁରନ୍ତ ପହଞ୍ଚି ଯାଉଥିବା ବେଳେ ଗରିବ ରାଷ୍ଟ୍ରମାନେ ଟିକା ପାଉନାହାନ୍ତି । ଚେତାବନୀ ଦେଇ ସେ କହିଛନ୍ତି, ବିଜ୍ଞାନ ସଫଳ ହେଉଛି କିନ୍ତୁ, ସହଯୋଗ ବିଫଳ ହେଉଛି । ଦେଶମାନଙ୍କର ନାଁ ନ ଧରି ଗୁଟେରେସ୍‌ ସମାଲୋଚନାପୂର୍ବକ କହିଲେ ଯେ, କେତେକ ଦେଶ ଆବଶ୍ୟକତା ଠାରୁ ଅଧିକ ଟିକା ଯୋଗାଡ଼ କରୁଛନ୍ତି ।

ନାଗରିକମାନଙ୍କୁ ସୁରକ୍ଷା ଦେବା ସରକାରଙ୍କର ଦାୟିତ୍ୱ, କିନ୍ତୁ, ‘ଭ୍ୟାକ୍ସିନ୍ୟାସ୍‌ନାଲିଜ୍‌ମ୍‌’ (ଟିକାକରଣବାଦ) ଆତ୍ମ-ପରାଜୟର କାରଣ ହେବ । ଏଥିଯୋଗୁଁ ବୈଶ୍ୱିକ ସୁସ୍ଥତାରେ ବିଳମ୍ବ ହେବ । ଏକାଥରକରେ ଗୋଟିଏ ଦେଶରେ କୋଭିଡ୍‌-୧୯କୁ ଦମନ କରି ହେବନାହିଁ । ସେ ଆହୁରି ମଧ୍ୟ କହିଲେ ଯେ, ପ୍ରତ୍ୟକ୍ଷ ସେବାପ୍ରଦାନକାରୀଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ । ପ୍ରତ୍ୟକ୍ଷ ସେବାପ୍ରଦାନକାରୀମାନେ ହେଉଛନ୍ତି ସ୍ୱାସ୍ଥ୍ୟସେବାକର୍ମୀ ଏବଂ ସହଜରେ ସଂକ୍ରମିତ ହେବାର ଆଶଙ୍କା ଥିବା ଜନତା ।

ଏକ ସାମ୍ବାଦିକ ସମ୍ମିଳନୀରେ ଜାତିସଂଘ ସାଧାରଣ ପରିଷଦର ଅଧ୍ୟକ୍ଷ ଭୋଲ୍‌କନ୍‌ ବୋଜ୍‌କିର୍‌ ଘୋଷଣା କରିଛନ୍ତି ଯେ, ଖୁବ୍‌ ଶୀଘ୍ର ସେ ଓ ଗଟେରସ୍‌ ଟିକା ନେବେ । ଆସନ୍ତା ସପ୍ତାହରେ ଜାତିସଂଘ ମୁଖ୍ୟଙ୍କୁ ଓ ଫେବ୍ରୁଆରି ୨ ତାରିଖ ଦିନ ଜାତିସଂଘ ସାଧାରଣ ପରିଷଦ୍‌ର ଅଧ୍ୟକ୍ଷଙ୍କୁ ଟିକା ଦିଆଯିବ । ଏହାର କାରଣ ଦର୍ଶାଇ ବୋଜ୍‌କିର୍‌ କହିଛନ୍ତି ଯେ, ଜାତିସଂଘର ମୁଖ୍ୟାଳୟ ଅବସ୍ଥିତ ଥିବା ନ୍ୟୁୟର୍କର ଜନସ୍ୱାସ୍ଥ୍ୟ ନୀତି ଅନୁସାରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ ।

from Kanak News
via <a href="https://ifttt.com/?

ରାଉରକେଲା-କଲୁଙ୍ଗା ଖଇରିବନ୍ଧସ୍ଥିତ କେମିକାଲ କାରଖାନାରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲେ ରାଉରକେଲା ଓ ପାନପୋଷର ଦମକଳ ବାହିନୀ ।

କନକ ବ୍ୟୁରୋ : ରାଉରକେଲା-କଲୁଙ୍ଗା ଖଇରିବନ୍ଧ ସ୍ଥିତ ମେସର୍ସ ଶ୍ରୀୟା ମେଟାଲ ଆଣ୍ଡ କେମିକାଲସ କାରଖାନାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ରାଉରକେଲା ଓ ପାନପୋଷ ଉପଖଣ୍ଡ ଅଗ୍ନିଶମ ବିଭାଗର ୪ଟି ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଏହି କାରଖାନାରେ ଅଟୋମୋବାଇଲ ଲୁବ୍ରିକାଂଟସ ପ୍ରସ୍ତୁତ ହେଉଥିଲା । ଅଗ୍ନିକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି । କ୍ଷୟକ୍ଷତିର ଆକଳନ ହୋଇପାରିନଥିବା କହିଛନ୍ତି ରାଉରକେଲା ସହକାରୀ ଅଗ୍ନିଶମ ଅଧିକାରୀ ।

from Kanak News
via <a href="https://ifttt.com/?

ବରଗଡ ଲୁଟ୍ ଘଟଣାରେ ପର୍ଦ୍ଦାଫାସ୍ କଲା ପୋଲିସ : ୩ଜଣଙ୍କୁ ଗିରଫ ସହ ଲୁଟ୍ ଅର୍ଥ ବି ଉଦ୍ଧାର

କନକ ବ୍ୟୁରୋ : ବରଗଡ ପୋଲିସକୁ ମିଳିଛି ବଡ ସଫଳତା । ଏକ ୨୫ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ବରଗଡ ପୋଲିସ । ଏଥିସହ ଏହି ଘଟଣାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଲୁଟେରାଙ୍କ ଠାରୁ ପୋଲିସ ୧୮ଲକ୍ଷ ୨୪ହଜାର ଟଙ୍କା, ସୁନା, ରୁପା, ହୀରା ଗହଣା, ଲୁଟରେ ବ୍ୟବହୃତ ବାଇକ, ଛୁରୀ ଆଦି ଜବତ କରିଛି । ବରଗଡର ସହରାପଡାରେ ଗତ ୧୨ ତାରିଖରେ ଦିନ ଦ୍ୱିପ୍ରହରେ ହୋଇଥିଲା ଏହି ଲୁଟ । ସହରାପଡାବାସୀ ବ୍ୟବସାୟୀ ଅଙ୍କିତ ଅଗ୍ରୱାଲଙ୍କ ଘରେ ପଶି ଲୁଟପାଟ୍ କରି ଫେରାର ହୋଇଯାଇଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

from Kanak News
via <a href="https://ifttt.com/?

ଡବଲ ହେଲ୍‌ମେଟ୍‌ ନିୟମ ବଢ଼ାଇଛି ହେଲମେଟ୍‌ ବେପାର । ଜରିମାନାରୁ ବଞ୍ଚିବା ପାଇଁ ‌ଲୋକେ ଅଧିକ କିଣୁଛନ୍ତି ।

କନକ ବ୍ୟୁରୋ : ସରକାରଙ୍କ ଡବଲ ହେଲମେଟ୍‌ ନିୟମ ବଢ଼ାଇଛି ହେଲମେଟ୍‌ ବେପାର। ଜରିମାନା ଭୟରେ ହୁ ହୁ ହୋଇ ବଢ଼ୁଛି ହେଲମେଟ୍‌ ଡିମାଣ୍ତ। ପୂର୍ବରୁ ଗାଡ଼ିଚାଳକ ହେଲମେଟ୍‌‌ ବ୍ୟବହାର ବାଧ୍ୟତାମୂଳକ ଥିବାବେଳେ ଏବେ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଚାଳକଙ୍କ ସମତେ ପଛରେ ବସିଥିବା ବ୍ୟକ୍ତି ମଧ୍ୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଜାନୁଆରି ୧ ତାରିଖରୁ ଲାଗୁ ହୋଇଥିବାରୁ ସହରବାସୀଙ୍କ ମନରେ ଜରିମାନାର ଭୟ ବଢ଼ିଯାଇଛି। ଏବେ ସେଇଥିପାଇଁ ହେଲ୍‌ମେଟ୍‌ କିଣିବା ପାଇଁ ହେଲମେଟ୍‌ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ଲୋକେ ନିଜ ସୁରକ୍ଷା ‌ପାଇଁ କମ୍‌, ବରଂ ଜରିମାନାରୁ ବଞ୍ଚିବା ପ‌ାଇଁ ଅଧିକ ହେଲମେଟ୍‌ କିଣୁଥିବା ନଜରକୁ ଆସିଛି।

ଗ୍ରାହକଙ୍କ ଆବଶ୍ୟକ ଅନୁଯାୟୀ ଦୋକାନୀମାନେ ମଧ୍ୟ ସହରର ଗଳକନ୍ଦି ଓ ପ୍ରମୁଖ ସ୍ଥାନମାନଙ୍କରେ ହେଲ୍‌ମେଟ୍‌ ପସରା ମେଲାଇଛନ୍ତି। ହେଲ୍‌ମେଟ୍‌ ମଧ୍ୟରେ ଓମେଗା, ସୋନି, ଷ୍ଟଡ୍‌, ଭେଗା, ହିଲକ୍ସ, ଷ୍ଟିଲବାର୍ଡ ଭଳି ବ୍ରାଣ୍ତ ରହିଛି। ଏହାର ଦର ୪୫୦ ଟଙ୍କାରୁ ୧୫ଶହ ଟଙ୍କା ରହିଥିବାବେଳେ ଏବେ ହାଫ୍‌ ହେଲମେଟ୍‌ ବା ଲେଡିଜ୍‌ ହେଲମେଟ୍‌ ଅଧିକ ଡିମାଣ୍ତରେ ରହିଛି। ଲକ୍‌ଡାଉନ ଯୋଗୁଁ ଦୋକାନୀମାନେ ଦୀର୍ଘଦିନ ହେବ ସହି ଆସୁଥିବା କ୍ଷତିକୁ ବର୍ତ୍ତମାନର ଡବଲ ହେଲ୍‌ମେଟ୍‌ ବେପାର ଲାଭରେ ପରିଣତ କରିଥିବା ଦୋକାନୀମାନେ ପ୍ରକାଶ କରିଛନ୍ତି।

from Kanak News
via <a href="https://ifttt.com/?

ଆଜି ଟିକାକରଣ : ଟିକା ନେବାକୁ ଯୋଗ୍ୟ କିଏ ? କିଏ ନେବେନାହିଁ କରୋନା ଟିକା ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କନକ ବ୍ୟୁରୋ : ସାରା ଦେଶ ଯେଉଁ ମୁହୁର୍ତକୁ ଅପେକ୍ଷା କରି ରହିଥିଲା, ସେହି ସମୟ ଆସି ପହଂଚି ଯାଇଛି । ଆଜି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି ।

– କରୋନା ଟିକାକରଣ ପାଇଁ ସାରାଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟ ହୋଇଛି
– ସାରାଦେଶରେ ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କରୋନା ଟିକା
– ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦିନରେ ଦିଆଯିବ ଟିକା
– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କୋ-ୱିନ ଆପ୍ ଡାଉନଲୋଡ କରିଛନ୍ତି ହିତାଧିକାରୀ
– ଆପ୍ଲିକେସନ୍ ଜରିଆରେ ଟିକାଦାନ କେନ୍ଦ୍ର ଓ ସମୟ ବାବଦରେ ସୂଚନା ଦିଆଯାଇଛି

ରାଜ୍ୟରେ କରୋନା ଟିକାକରଣ –
– ରାଜ୍ୟର ୧୬୧ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ
– ଟିକା ନେବାକୁ ତାଲିକାଭୁକ୍ତ ୩ ଲକ୍ଷ ୩୮ ହଜାର ୭୭୭ ସ୍ୱାସ୍ଥ୍ୟକର୍ମୀ
– ପ୍ରଥମ ଦଫାରେ ଟିକା ନେବେ ୧ ଲକ୍ଷ ୯୨ ହଜାର ୫୫୫ ଜଣ
– ଭୁବନେଶ୍ୱର ବ୍ୟତୀତ ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା
– କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦେବାକୁ ସ୍ଥିର
– ରାଜ୍ୟକୁ ଆସିଛି କୋଭିସିଲ୍ଡ ଟିକାର ୪ ଲକ୍ଷ ୮ ହଜାର ଡୋଜ୍
– କୋଭାକ୍ସିନ ଟିକାର ୨୦ ହଜାର ଭାଏଲ ରାଜ୍ୟରେ ପହଂଚିଛି
– ଗୋଟିଏ କୋଭିସିଲ୍ଡ ଶିଶିରୁ ୧୦ ଜଣଙ୍କୁ ଦିଆଯିବ ଟିକା
– କୋଭାକ୍ସିନ ଶିଶିରୁ ୨୦ ଜଣଙ୍କୁ ଦିଆଯାଇ ପାରିବ ଟିକା

କୋଭିସିଲ୍ଡ

– ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ
– ଭାରତରେ ପୁଣେସ୍ଥିତ ‘ସେରମ୍ ଇନଷ୍ଟିଚ୍ୟୁଟ’ କରୁଛି ଉତ୍ପାଦନ
– କରୋନା ବିରୋଧରେ ୫୦ରୁ ୭୦ ପ୍ରତିଶତ ଫଳପ୍ରଦ ହେବା ଦାବି
– କୋଭିସିଲ୍ଡର ଗୋଟିଏ ଶିଶିରୁ ୧୦ ଜଣ ନେଇପାରିବେ ଟିକା
– ଟିକସକୁ ମିଶାଇ ଗୋଟିଏ ଡୋଜ୍ର ଦାମ ୨୧୦ ଟଙ୍କା
– ପ୍ରଥମ ଦଫାରେ ୧.୧ କୋଟି ଡୋଜ୍ କିଣାଯାଇଛି
– ଏପ୍ରିଲ ସୁଦ୍ଧା ଆଉ ୪.୫ କୋଟି ଡୋଜ୍ କିଣାଯିବ

କୋଭାକ୍ସିନ
– ଭାରତରେ ବିକଶିତ ଓ ଭାରତରେ ପରୀକ୍ଷିତ ସ୍ୱଦେଶୀ ଟିକା
– ଭାରତ ବାୟୋଟେକ ଓ ଆଇସିଏମଆର ପକ୍ଷରୁ ପ୍ରସ୍ତୁତ ଟିକା
– କରୋନା ବିରୋଧରେ ୭୫ ପ୍ରତିଶତ ଫଳପ୍ରଦ ହେବା ଦାବି
– କୋଭାକ୍ସିନର ଗୋଟିଏ ଶିଶିରୁ ୨୦ ଜଣଙ୍କୁ ଦିଆଯିବ ଟିକା
– ଟିକସକୁ ମିଶାଇ ଗୋଟିଏ ଡୋଜ୍ର ଦାମ ୩୦୦ ଟଙ୍କା
– ପ୍ରଥମ ଦଫାରେ ୩୮.୫ ଲକ୍ଷ ଡୋଜ୍ କିଣାଯାଇଛି
– ଦ୍ୱିତୀୟ ଦଫାରେ ୧୬.୫ ଲକ୍ଷ ଡୋଜ୍ କିଣାଯିବ
– ଦ୍ୱିତୀୟ ଦଫାରେ ଗୋଟିଏ ଡୋଜ୍ର ମୂଲ୍ୟ ୨୯୫ ଟଙ୍କା

ଦେଶର ୧୨ଟି ଷ୍ଟେସନରେ ୫୬.୬ ଲକ୍ଷ ଟିକାର ଡୋଜ୍ –
ଦିଲ୍ଲୀ, ଚେନ୍ନାଇ, କୋଲକାତା, ଗୌହାଟୀ, ଅହମ୍ମଦାବାଦ, ହାଇଦ୍ରାବାଦ, ବିଜୟୱାଡା, ଭୁବନେଶ୍ୱର, ପାଟନା, ବେଙ୍ଗଳୁରୁ, ଲକ୍ଷ୍ନୌ,
ଚଣ୍ଡିଗଡ଼

ଟିକା ନେବାକୁ ଯୋଗ୍ୟ କିଏ ?
– ପ୍ରଥମରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା
– ଦ୍ୱିତୀୟ ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କ ଟିକାକରଣ ପାଇଁ ଯୋଜନା
– ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଅଗ୍ରାଧିକାର
– ୫୦ ବର୍ଷରୁ କମ୍ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ମିଲିବ ଟିକା
– ନିଜ ଇଚ୍ଛାରେ ଟିକା ନେଇପାରିବେ, ଏଥିପାଇଁ କେହି ବାଧ୍ୟ କରିବେ ନାହିଁ
– କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ଟିକା ନେବାପାଇଁ ଉତ୍ସାହିତ କରାଯିବ
– କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତଙ୍କୁ ଟିକା ନେବାକୁ ପରାମର୍ଶ

କିଏ ନେବେନାହିଁ କରୋନା ଟିକା ?
– ୧୮ ବର୍ଷରୁ କମ ବୟସ୍କ
– ଗର୍ଭବତୀ ମହିଳା
– ସ୍ତନ୍ୟପାନ କରାଉଥିବା ମା’
– ୧୪ ଦିନ ଭିତରେ ଅନ୍ୟ ଟିକା ନେଇଥିବା ବ୍ୟକ୍ତି
– ଗୁରୁତର ଅସୁସ୍ଥ ଥିବା ଓ ହସ୍ପିଟାଲରେ ଭର୍ତ୍ତି ବ୍ୟକ୍ତି
– କୋଭିଡ ଲକ୍ଷଣ ଥିଲେ ୮ ସପ୍ତାହ ପରେ ନେବେ ଟିକା

from Kanak News
via <a href="https://ifttt.com/?

Design a site like this with WordPress.com
Get started