ଆଜି ଟ୍ରିବ୍ୟୁନାଲରେ କରାଯିବ ମହାନଦୀ ଜଳବିବାଦ ମାମଲାର ଶୁଣାଣି ।

କନକ ବ୍ୟୁରୋ : ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି ଟ୍ରିବ୍ୟୁନାଲରେ କରାଯିବ । ଟ୍ରିବ୍ୟୁନାଲ କମନ୍‌ ଇନ୍‌ଫରମେସନ ଫର୍ମାଟକୁ ଚୂଡ଼ାନ୍ତ କରିବା ପରେ ଓଡ଼ିଶା ଓ ଛତିଶଗଡ଼ ମୂଳ ମାମଲାର ଶୁଣାଣି ପାଇଁ ସମୟସୀମା ଧାର୍ଯ୍ୟ ଲାଗି ପୁନର୍ବାର ବୈଠକ କରିବେ ବୋଲି ଜଣାପଡ଼ିଛି ।

ହୀରାକୁଦ ଜଳଭଣ୍ଡାରକୁ ଅଣମୌସୁମୀ ମାସ ଗୁଡିକରେ (ନଭେମ୍ବର ରୁ ମେ’ ପର୍ଯ୍ୟନ୍ତ) ୧.୭୪ ନିୟୁତ ଏକର ଫୁଟ (ଏମଏଏଫ) ମହାନଦୀ ଜଳପ୍ରବାହ ସୁନିଶ୍ଚିତ କରିବା ପ୍ରସଙ୍ଗରେ ଆଲୋଚନା ମାଧ୍ୟମରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯିବା ନେଇ ପ୍ରସ୍ତାବ ରହିଛି । ମାତ୍ର, ଏହି ପ୍ରସ୍ତାବ ଉପ‌ରେ ଦୁଇ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ଏପର୍ଯ୍ୟନ୍ତ ଆଲୋଚନା କରିନାହାନ୍ତି । ଦୁଇ ରାଜ୍ୟ‌ର ଆଇନଜୀବୀଙ୍କୁ ନେଇ ଅନୌପଚାରିକ ବୈଠକ ହୋଇଛି । ମାତ୍ର, କୌଣସି ଉଚ୍ଚସ୍ତରୀୟ ବୈଠକ ବସିନାହିଁ । ଗତ ଶୁଣାଣି ସମୟରେ ଏକାଠି ବସି ଆଲୋଚନା କରିବା ସକାଶେ ଦୁଇ ରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମ୍ମତି ଜଣାଇଥିଲେ ବି ତାହା ସମ୍ଭବପର ହୋଇନାହିଁ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅଣମୌସୁମୀ ମାସରେ ୧.୭୪ ନିୟୁତ ଏକର ଫୁଟ୍ ମହାନଦୀ ଜଳପ୍ରବାହକୁ ବଜାୟ ରଖିବା ପାଇଁ ଛତିଶଗଡ଼କୁ ନିର୍ଦ୍ଦେଶ ଦେବା ପାଇଁ ୨୦୧୮ରେ ଓଡ଼ିଶା ପକ୍ଷରୁ ଅନ୍ତରୀଣ ଆବେଦନ କରାଯାଇଥିଲା । ୨୦୧୯ ମସିହାରେ ଟ୍ରିବ୍ୟୁନାଲ ଏହା ଉପରେ ଶୁଣାଣି ସମାପ୍ତ କରି ରାୟ ସଂରକ୍ଷିତ ରଖଛନ୍ତି । ଅପରପକ୍ଷେ ମହାନଦୀ ଅବବାହିକା ସମ୍ପର୍କିତ ସୂଚନା ନେଇ ପ୍ରସ୍ତୁତ ହେବାକୁ ଥିବା କମନ୍ ଇନ୍‌ଫରମେଶନ ଫର୍ମାଟ ସମ୍ପର୍କରେ ଆସେସର୍‌ଙ୍କ ମତ ଲୋଡ଼ାଯାଇଥିଲା । ଓଡ଼ିଶା ପକ୍ଷରୁ ଏଥିରେ କୌଣସି ଆପତ୍ତି ନଥିବାର ଜଣାଇ ଦିଆଯାଇଛି । ତେବେ, ଛତିଶଗଡ଼ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ । ଏପରିସ୍ଥଳେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବାକୁ ଯାଉଛି । ଶୁଣାଣି ସମୟରେ କମନ୍‌ ଇନ୍‌ଫରମେସନ ଫର୍ମାଟକୁ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରାଯିବାର ସମ୍ଭାବନା ରହିଛି ।

from Kanak News
via <a href="https://ifttt.com/?

ଘରୋଇ ଶିକ୍ଷାନୁଷ୍ଠାନରେ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ସଂରକ୍ଷଣ ହେଲା କଡ଼ାକଡ଼ି : ଅବହେଳିିତ ବର୍ଗର ପିଲାଙ୍କ ପାଇଁ ୨୫% ସିଟ୍ ସଂରକ୍ଷଣ ରଖିବା ବାଧ୍ୟତାମୂଳକ

କନକ ବ୍ୟୁରୋ : ଦୁର୍ବଳ ଶ୍ରେଣୀର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ସୁନିଶ୍ଚିତ କରାଇବା କ୍ଷେତ୍ରରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଶିକ୍ଷା ଅଧିକାର ଆଇନ-୨୦୦୯ରେ ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଆଇନର ପାରା ୧୨.୧(ସି)ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ। ତେବେ ରାଜ୍ୟରେ ଏହି ବ୍ୟବସ୍ଥା ଠିକ୍‌ ଭାବେ ଲାଗୁ ହେଉ ନଥିବା ଦୃଷ୍ଟିକୁ ଆସିଥିଲା। ଅଧିକାଂଶ ବିଦ୍ୟାଳୟ ବିଭିନ୍ନ ଆଳ ଦେଖାଇ ୨୫% ସିଟ୍‌ରେ ନାମ ଲେଖା କରାଉନଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୨୫% ସିଟ୍‌ରେ ଗରିବ ପିଲାଙ୍କ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ https://ift.tt/35HWkMc ପ୍ରସ୍ତୁତ ହୋଇଛି।

ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ୮ମ ଶ୍ରେଣୀରେ ଗରିବ ଛାତ୍ରଛାତ୍ରୀଙ୍କ ନାମ ଲେଖାଇବା ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବେ। ବେସରକାରୀ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟ ପ୍ରଥମ କିମ୍ବା ପ୍ରି-ପ୍ରାଇମେରି ଶ୍ରେଣୀରୁ ୨୫% ସିଟ୍‌ ଗରିବ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ରଖିବେ। ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହି ନିୟମ ଲାଗୁ ହେବ ନାହିଁ।

ନାମ ଲେଖାଇବା ଲାଗି ଛାତ୍ରଛାତ୍ରୀଙ୍କୁ ବି ପଞ୍ଜୀକରଣ କରିବାକୁ ପଡ଼ିବ। ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କମନ୍‌ ସର୍ଭିସ୍‌ ସେଣ୍ଟର ତଥା ସାଇବର କାଫେକୁ ଯାଇ ସ୍କୁଲରେ ନାମଲେଖା ଲାଗି ଉପରୋକ୍ତ ପୋର୍ଟାଲରେ ପଞ୍ଜୀକରଣ କରିବେ। ଆବଶ୍ୟକ ହେଲେ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ମାନେ ଏ ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ। ଘରୋଇ ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟ ତଥା ଏହି ବର୍ଗର ସ୍କୁଲଗୁଡ଼ିକ ପ୍ରଥମ ଶ୍ରେଣୀ କିମ୍ବା ପ୍ରି-ପ୍ରାଇମେରି କ୍ଲାସରେ ୨୫% ସିଟ୍‌ ଅବହେଳିତ ବର୍ଗ ତଥା ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ରଖିବେ। ବିଦ୍ୟାଳୟଠାରୁ ଗୋଟିଏ କିମି ଭିତରେ ଥିବା ଛାତ୍ରଛାତ୍ରୀ ନାମ ଲେଖାଇବେ।

ତା’ ପରେ ବି ଯଦି ସିଟ୍‌ ଖାଲି ପଡ଼ିବ, ତେବେ ୩ କିମି, ୫ କିମି କିମ୍ବା ୧୦ କିମି ଭିତରେ ଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଲଟେରି ମାଧ୍ୟମରେ କରାଯିବ। ୨୫% ସିଟ୍‌ ମଧ୍ୟରୁ ୧୫%ରେ ଅବହେଳିତ ବର୍ଗର ପିଲା ନାମ ଲେଖାଇବେ। ଏଥିରେ ୧୦% ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀ ଓ ବାକି ୫% ସିଟ୍‌ରେ ବାସଗୃହ ନ ଥିବା ଛାତ୍ରଛାତ୍ରୀ, ଶିଶୁ ଶ୍ରମିକ, ରାସ୍ତାପାର୍ଶ୍ବ ଶିଶୁ, ଭିକ୍ଷାବୃତ୍ତି କରୁଥିବା ଆଦି ପିଲାଙ୍କ ନାମଲେଖା ହେବ। ୧୦% ସିଟ୍‌ରେ ଦୁର୍ବଳ ଶ୍ରେଣୀ ତଥା ବିପିଏଲ୍‌ କାର୍ଡଧାରୀ ପରିବାରର ଛାତ୍ରଛାତ୍ରୀଙ୍କ ନାମଲେଖା କରାଯିବ। ଅନ୍‌ଲାଇନ୍‌ରେ ଆବେଦନ ଶେଷ ହେବା ପରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟଗୁଡ଼ିକ ଯାଞ୍ଚ କରାଯିବ। ନାମଲେଖା ହେଉଛି କି ନାହିଁ, ତଦାରଖ ଲାଗି ବ୍ଲକସ୍ତରୀୟ କମିଟି ଯାଞ୍ଚ କରିବ। ଏହି କମିଟିରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଦୁଇଜଣ ସିଆରସିସି, ଅଣ ଅନୁଦାନପ୍ରାପ୍ତ ଘରୋଇ ସ୍କୁଲର ଦୁଇଜଣ ପ୍ରତିନିଧି ରହିବେ।

ରାଜ୍ୟରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ଓଡ଼ିଶା ଅଭିଭାବକ ମହାସଂଘ ବହୁ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଥିଲା। ବିଭିନ୍ନ ସମୟରେ ଧାରଣା, ଧର୍ମଘଟ, ଅନଶନ ସହ ଆମରଣ ଅନଶନ ଭଳି ଚରମ ପଦକ୍ଷେପ ନିଆଯାଇଥିଲା। ପରିଣାମସ୍ବରୂପ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ଦ୍ବାରା ଅନେକ ଅବହେଳିତ ଶ୍ରେଣୀର ପିଲା ଉପକୃତ ହେବେ ବୋଲି ମହାସଂଘର ଅଧକ୍ଷ ବାସୁଦେବ ଭଟ୍ଟ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ଭୂମୋହନ ପଟ୍ଟନାୟକ, ସତ୍ୟବ୍ରତ ପରିଜା ପ୍ରମୁଖ କହିଛନ୍ତି।

from Kanak News
via <a href="https://ifttt.com/?

ବ୍ରିସବେନ୍ ଟେଷ୍ଟ : ପ୍ରଥମ ଇନିଂସରେ ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍; ନଟରାଜନ, ଶାର୍ଧୁଳ ଠାକୁର ଏବଂ ୱାଶିଂଟନ ସୁନ୍ଦରଙ୍କୁ ୩ଟି ଲେଖାଏଁ ୱିକେଟ

କନକ ବ୍ୟୁରୋ : ଆଜି ବ୍ରିସବେନ୍ ଟେଷ୍ଟର ପ୍ରଥମ ଇନିଂସରେ ୩୬୯ ରନରେ ଅଲଆଉଟ୍ ହୋଇଛି ଅଷ୍ଟ୍ରେଲିଆ । ଦ୍ୱିତୀୟ ଦିନ ଗତକାଲି ସ୍କୋର ୫ ୱିକେଟରେ ୨୭୪ ରନରୁ ଖେଳ ଆରମ୍ଭ କରି ୩୬୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍ ହୋଇଛି । ଆଜି ଦଳ ୩୦୦ ରନ୍ ପାର କରିବା ପରେ ପରେ ତାସ୍ ପତା ପରି ଖସିଥିଲା ଘରୋଇ ଦଳର ଉଇକେଟ୍ । ଅର୍ଦ୍ଧଶତକ ପୂରଣ କରି କ୍ୟାପଟେନ୍ ଟିମ୍ ପାଇନେ ପ୍ୟାଭିଲିୟନ୍ ଫେରିବା ପରେ ପରେ କ୍ରମାଗତ ୪ ଟି ୱିକେଟ୍ ପତନ ହୋଇଛି ।

ବ୍ରିସବେନ୍ ଟେଷ୍ଟରେ ଡେବ୍ୟୁ ମ୍ୟାଚରେ ଟି ନଟରାଜନଙ୍କୁ ମିଳିଛି ୩ଟି ୱିକେଟ୍ । ସେହିପରି ଶାର୍ଧୁଳ ଠାକୁର ଏବଂ ୱାଶିଂଟନ୍ ସୁନ୍ଦର ୩ଟି ଲେଖାଏଁ ୱିକେଟ୍ ଦଖଲ କରିଛନ୍ତି । ପଦାର୍ପଣ ଟେଷ୍ଟରେ ସ୍ମିଥଙ୍କୁ ଆଉଟ କରି ୱାଶିଂଟନ ସୁନ୍ଦର ତାଙ୍କର ପ୍ରଥମ ଟେଷ୍ଟ ୱିକେଟ୍ ହାସଲ କରିଛନ୍ତି । ସେହିପରି ଯୁବ ପେସ୍ ବୋଲର ଟି ନଟରାଜନ ମାଥ୍ୟୁ ୱାଦେଙ୍କୁ ଆଉଟ କରି ପ୍ରଥମ ଟେଷ୍ଟ ୱିକେଟ୍ ପାଇଛନ୍ତି ।

from Kanak News
via <a href="https://ifttt.com/?

କୋଭାକ୍ସିନ୍ ଟିକାକରଣକୁ ନେଇ ଆସିଲା ବଡ ଖବର : ଟିକାକରଣରେ ବଡ ଧରଣର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ଟିକାନେଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ

କନକ ବ୍ୟୁରୋ : ଦେଶରେ ଆଜି ଆରମ୍ଭ ହେବ କରୋନା ଟିକାକରଣର ମେଗା ଅଭିଯାନ । ଏହି ଅବସରରେ କରୋନା ଟାକା କୋଭାକ୍ସିନ୍କୁ ନେଇ ଆସିଛି ବଡ ଖବର । ଭାରତୀୟ ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ ଏହି କୋଭାକ୍ସିନ ଟିକାକୁ ପ୍ରସ୍ତୁତ କରିଛି । ଦେଶର କିଛି ସ୍ଥାନରେ ଏହି ଟିକା ଦିଆଯାଉଛି । ତେବେ ଭାରତୀୟ ଟିକା କୋଭାକ୍ସିନ୍ ଦେବା ପରେ କୌଣସି ବଡ ଧରଣର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଲେ , ଏଥିପାଇଁ ଭାରତ ବାୟୋଟେକ୍ ଦେବ କ୍ଷତିପୂରଣ । ଏ ସମ୍ପର୍କରେ ଭାରତ ବାୟୋଟେକ୍ ସହିତ କେନ୍ଦ୍ର ସରକାର ଚୁକ୍ତି କରିଛନ୍ତି ।

ସେପଟେ ଆଜି ଦିନ ସାଢେ ୧୦ଟାରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ଟିକାକରଣ ପାଇଁ ରାଜ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ଏକ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ ।
– କରୋନା ଟିକାକରଣ ପାଇଁ ସାରାଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟ ହୋଇଛି
– ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦିନରେ ଦିଆଯିବ ଟିକା
– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କୋ-ୱିନ ଆପ୍ ଡାଉନଲୋଡ କରିଛନ୍ତି ହିତାଧିକାରୀ
– ଆପ୍ଲିକେସନ୍ ଜରିଆରେ ଟିକାଦାନ କେନ୍ଦ୍ର ଓ ସମୟ ବାବଦରେ ସୂଚନା ଦିଆଯାଇଛି

from Kanak News
via <a href="https://ifttt.com/?

କରୋନା ଟିକାକରଣ ନେଇ ବାଲୁକା କଳାରେ ସଚେତନତା : ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକା କଳା; ଟୁଗେଦର ଉଇ କ୍ୟାନର ଦେଲେ ବାର୍ତ୍ତା

କନକ ବ୍ୟୁରୋ : ପୁରୀ ବେଳାଭୂମିରେ କରୋନା ଟିକାକରଣକୁ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିପାଇଁ ସେ ବାଲିରେ ତିଆରି କରିଛନ୍ତି ବିଶାଳ ବାଲୁକା କଳା ।

ଟୁଗେଦର ଉଇ କ୍ୟାନର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଆଜି ଦେଶରେ କରୋନା ବିରୋଧରେ ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହେଉଥିବା ବେଳେ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା ସମସ୍ତଙ୍କୁ ଟିକାକରଣ ଦିଗରେ ସଚେତନ କରିବ ନିଶ୍ଚୟ ।

from Kanak News
via <a href="https://ifttt.com/?

ଶୀତରେ ଥରୁଛି ସାରା ରାଜ୍ୟ । ଖସୁଛି ପାରଦ, ବଢୁଛି ଥଣ୍ଡା । ଫୁଲବାଣୀରେ ୬ଡିଗ୍ରିକୁ ଖସିଲା ପାରଦ

ଲୁଚକାଳି ଖେଳୁଛି ଶୀତ । ଗତ କିଛି ଦିନ ହେଲା ରାଜ୍ୟ‌‌‌ରେ ପାରଦ ଊର୍ଧ୍ବମୁଖା ଥିବା ବେଳେ ଏବେ ପୁଣି ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି। ପାଖାପାଖି ୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି । ଖାଲି ଫୁଲବାଣୀ ନୁହେଁ, ଆଉ ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ଖସିଥିବା ବେଳେ ଉପକୂଳ‌‌ରେ ୧ ଡିଗ୍ରି କମିଛି। ତେବେ ଏପରି ସ୍ଥିତି ବେଶି ଦିନ ପର୍ଯ୍ୟନ୍ତ ଲାଗି ରହିବ ନାହିଁ। ୧୮ ତାରିଖରୁ ପୁଣି ରାଜ୍ୟକୁ ପୂର୍ବାପବନର ପ୍ରବାହ ବଢ଼ିବ ଓ ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଫଳରେ ଥଣ୍ଡା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍‌କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବି କୁଡୁଡ଼ି ଦେଖିବାକୁ ମିଳିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୬ଡିଗ୍ରି ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୭.୪ ଡିଗ୍ରି, ଦାରିଙ୍ଗବାଡ଼ି ୮.୫ ଡିଗ୍ରି, ସୁନ୍ଦରଗଡ଼ ୯.୦ ଡିଗ୍ରି ଓ ବଲାଙ୍ଗୀରରେ ୧୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା‌ ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି। ଅନ୍ୟପଟେ ଝାରସୁଗୁଡ଼ାରେ ଶୀତ ଲହରି ପୁଣି ଫେରିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି।

ବର୍ତ୍ତମାନ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭା‌ବିକ କିମ୍ବା ସ୍ବାଭାବିକଠାରୁ ଟିକେ ଅଧିକ ରହିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୭ରୁ ୨୦ ମଧ୍ୟରେ ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

from Kanak News
via <a href="https://ifttt.com/?

ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ ପାଇଁ ୧ ଲକ୍ଷ ୯୨ ହଜାର ୫୫୫ ହିତାଧିକାରୀ ଚିହ୍ନଟ : ଭୁବନେଶ୍ୱରରେ କୋଭାକ୍ସିନ, ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା

କନକ ବ୍ୟୁରୋ : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପହଂଚିସାରିଛି ଦୁଇଟି ଟିକା । କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ରାଜ୍ୟର ୩୨ଟି କେନ୍ଦ୍ରକୁ ପଠାଇ ଦିଆଯାଇଛି । ଆଜି ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ ।

– ରାଜ୍ୟର ୧୬୧ଟି କେନ୍ଦ୍ରରେ ହେବ ପ୍ରଥମପର୍ଯ୍ୟୟ କୋଭିଡ ଟିକାକରଣ
– ମୋଟ୍ ୧ ଲକ୍ଷ ୯୨ ହଜାର ୫୫୫ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି
– ଭୁବନେଶ୍ୱର ବ୍ୟତୀତ ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା
– କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦେବାକୁ ସ୍ଥିର ହୋଇଛି
– ଏମ୍ସକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ ଟିକା ଦିଆଯିବ

from Kanak News
via <a href="https://ifttt.com/?

କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ : ଆଜି ସାରାଦେଶର ୩ ହଜାର କେନ୍ଦ୍ରରେ ହେବ ମେଗା ଟିକାକରଣ; ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ : ଆଜି ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ କାଲି ସାରା ଦେଶର ତିନି ହଜାର ଛଅଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି ।

ଦିନ ସାଢେ ୧୦ଟାରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏପଟେ ଟିକାକରଣ ପାଇଁ ରାଜ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ଏକ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ ।

– କରୋନା ଟିକାକରଣ ପାଇଁ ସାରାଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟ ହୋଇଛି
– ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦିନରେ ଦିଆଯିବ ଟିକା
– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କୋ-ୱିନ ଆପ୍ ଡାଉନଲୋଡ କରିଛନ୍ତି ହିତାଧିକାରୀ
– ଆପ୍ଲିକେସନ୍ ଜରିଆରେ ଟିକାଦାନ କେନ୍ଦ୍ର ଓ ସମୟ ବାବଦରେ ସୂଚନା ଦିଆଯାଇଛି

from Kanak News
via <a href="https://ifttt.com/?

ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍ । ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ଅର୍ଜୁନ ।

କନକ ବ୍ୟୁରୋ : ସଚିନଙ୍କ ପୁଅ ଅର୍ଜୁନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅର୍ଜୁନଙ୍କ ପାଇଁ ଖୋଲିଲା ଆଇପିଏଲ ଗେଟ୍୍ । ଏଥର ଅର୍ଜୁନ ତେନ୍ଦୁଲକରଙ୍କ ପାଖରେ ଆଇପିଏଲ ଖେଳିବାର ସୁଯୋଗ ରହିଛି । କାରଣ ଆଇପିଏଲ ନିଲାମ ପ୍ରକ୍ରିୟା ପାଇଁ ଯୋଗ୍ୟତା ହାସଲ କଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ । ଆସନ୍ତା ଫେବ୍ରୁଆରୀ ମାସରେ ହେବାକୁ ଥିବା ଆଇପିଏଲ ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଅର୍ଜୁନ । ଯଦି କେଉଁ ଦଳ ତାଙ୍କୁ କିଣନ୍ତି ତେବେ ୨୦୨୧ ଆଇପିଏଲରୁ ସେ ନିଜ କ୍ୟାରିୟର ଆରମ୍ଭ କରିବେ ।

ଅର୍ଜୁନ ଚଳିତ ସୟଦମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ ପକ୍ଷରୁ ଡେବ୍ୟୁ କରିଛନ୍ତି । ଏହାସହ ସେ ତାଙ୍କ କ୍ୟାରିୟରରେ ପ୍ରଥମଥର ପାଇଁ କୌଣସି ସିନିୟର ଦଳରେ ଖେଳିବାର ସୁଯୋଗ ପାଇଛନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ତାଙ୍କ ପାଇଁ ଆଇପିଏଲର ବାଟ ଖୋଲିଛି । ଯଦି ଆଗକୁ ଅର୍ଜୁନ ସୟଦମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରନ୍ତି ତେବେ ତାଙ୍କୁ ଆଇପିଏଲରେ ଖେଳିବା ଆହୁରି ସହଜ ହୋଇଯିବ ।

ସୟଦମୁସ୍ତାକ ଅଲ୍ଲୀ ଟ୍ରଫିରେ ମୁମ୍ବାଇ-ହରିୟାଣା ବିପକ୍ଷ ମ୍ୟାଚରେ ଅର୍ଜୁନଙ୍କୁ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଅର୍ଜୁନ ମୁମ୍ବାଇ ପକ୍ଷରୁ ବ୍ୟାଟିଂ ପାଇଁ ଆସିଥିଲେ । ହେଲେ ଏହି ମ୍ୟାଚରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା । କିନ୍ତୁ ନିଜ ବୋଲିଂରେ ଭଲ ପ୍ରଦର୍ଶନ କରିଛନ୍ତି ଅର୍ଜୁନ । ଏହି ମ୍ୟାଚରେ ଅର୍ଜୁନ ୩ ଓଭର ବୋଲିଂ କରି ୩୪ ରନ ଦେବା ସହ ୧ ୱିକେଟ ନେଇଛନ୍ତି ।

ଅର୍ଜୁନ ତେନ୍ଦୁଲକର ହେଉଛନ୍ତି ଭାରତୀୟ କ୍ରିକେଟର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ । ସଚିନ କ୍ରିକେଟରେ ପଦାର୍ପଣ କରିବାର ପ୍ରାୟ ୩୨ ବର୍ଷ ପରେ ଏବେ ତାଙ୍କ ପୁଅ ସିନିୟର ଦଳରେ ଖେଳିବାର ସୁଯୋଗ ପାଇଛନ୍ତି । ଅର୍ଜୁନ ଭାରତୀୟ ଟିମକୁ ମଧ୍ୟ ନେଟ୍ସରେ ବୋଲିଂ କରିଛନ୍ତି । ଏହାସହ ୨୦୧୮ରେ ଶ୍ରୀଲଙ୍କା ଗସ୍ତରେ ସେ ୧୯ ବର୍ଷରୁ କମ ଭାରତୀୟ ଦଳରେ ସାମିଲ ଥିଲେ ।

from Kanak News
via <a href="https://ifttt.com/?

ମୋବାଇଲ ଆପ୍ ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣଙ୍କ ଆତ୍ମହତ୍ୟା । 

କନକ ବ୍ୟୁରୋ : ମୋବାଇଲ ଆପ୍  ହେଉଛି ମାରାତ୍ମକ, ନେଉଛି ଜୀବନ । ତେଲେଙ୍ଗାନାରେ ଲୋନ୍ ଆପ ଡାଉନଲୋଡ କରି ଋଣ ନେଇଥିବା ୩ଜଣ ଆତ୍ମହତ୍ୟା କରିବା ପରେ ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି । ଏହି ମାମାଲାରେ ୨୦ରୁ ଅଧିକ ଲୋକ ଗିରଫ ହୋଇଛନ୍ତି । ଏପରିକି ଏହି ଘଟଣା ପରେ ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୧୮ଟି ଲୋନ୍ ଆପ୍ ।

ନିକଟରେ ତେଲେଙ୍ଗାନା ପୋଲିସ ଅନଲାଇନ ଆପ୍ ଜରିଆରେ ହେଉଥିବା ଋଣ ନାଁରେ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି । ବିଭିନ୍ନ କମ୍ପାନୀ ମୋବାଇଲ ଫୋନ୍ ଆପ୍ ଜରିଆରେ ଗ୍ରାହକଙ୍କୁ ପ୍ରଲୋଭିତ କରି ଋଣ ଦେଉଥିଲେ । ଏବଂ ଋଣ ନେଇଗଲା ପରେ ମୂଳଧନ ଉପରେ ମାସିକ ୩୫% ସୁଧ ଲଗାଇ ଟଙ୍କା ଦେବାକୁ ଚାପ ପ୍ରୟୋଗ କରୁଥିଲେ ।

ତେଲେଙ୍ଗାନାର ୩ଜଣ ବ୍ୟକ୍ତି ଏପରି ବେଆଇନ ମୋବାଇଲ ଆପ୍ ଜରିଆରେ ଋଣ ନେଇଥିଲେ । ସେମାନଙ୍କୁ ଋଣ ପ୍ରଦାନକାରୀ ସଂସ୍ଥ୍ୟ ହଇରାଣ କରିବା ପରେ ସେମାନେ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ପୋଲିସ ଆକ୍ସନ ମୋଡରେ ଆସିଥିଲା ଏବଂ ୨୩ ଜଣଙ୍କୁ ଗିରଫ କରିଥିଲା ।

from Kanak News
via <a href="https://ifttt.com/?

Design a site like this with WordPress.com
Get started