ଭାରତର କୋଭିଡ ପରିଚାଳନାରେ ମୋଦୀ ନୀତିକୁ ଅର୍ନ୍ତଜାତୀୟ ମୁଦ୍ରା ପାଣ୍ଠିର ପ୍ରଶଂସା । ଆଇଏମଏଫ ମୁଖ୍ୟ କହିଲେ, ଅର୍ଥନୀତିକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବାକୁ ଜାରି ରହୁ ପ୍ରୟାସ

କନକ ବ୍ୟୁରୋ : କରୋନା ବିରୋଧି ଲଢେଇରେ ଭାରତର ଭୂମିକାକୁ ପ୍ରଂଶାସା କଲେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା । କରୋନା ମହାମାରୀ ସମୟରେ ପୂରା ବିଶ୍ୱର ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ଭାରତ ବେଶ ଦକ୍ଷତାର ସହ ଏହାର ମୁକାବିଲା କରିଥିବା ସେ କହିଛନ୍ତି ।

କରୋନା ମହାମାରୀ ଓ ଅର୍ଥନୀତି ଉପରେ ପଡିଥିବା ଏହାର ପ୍ରଭାବର ମୁକାବିଲା ଦକ୍ଷତାର ସହ କରିଛି ଭାରତ । ମୁଖ୍ୟତଃ ଏତେ ଜନସଂଖ୍ୟା ଭିତରେ ଲକଡାଉନ ଲାଗୁ କରିବା ସବୁଠୁ ବଡ ପଦକ୍ଷେପ ଥିଲା । ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ପାଇଁ ଚଳିତ ବର୍ଷ ଅଧିକ ପ୍ରୟାସ କରିବାକୁ କହିଛନ୍ତି ଆଇଏମଏଫ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା । କରୋନା ମହାମାରୀ ସଂକ୍ରମଣର ଚେନକୁ ଭାଙ୍ଗିବାକୁ ମାର୍ଚ୍ଚ ୨୫ତାରିଖରୁ ସାରା ଦେଶରେ ଆରମ୍ଭ ହୋଇଥିଲା ଲକଡାଉନ । ୪ଯି ପର୍ଯ୍ୟାୟରେ ୫୮ଦିନ ଧରି ସାରା ଦେଶରେ ହୋଇଥିବା ତାଲାବନ୍ଦ ଦେଶର ଅର୍ଥନୀତିକୁ ପ୍ରଭାବିତ କରିଥିଲା ।

ଜାନୁୟାରୀ ୨୬ରେ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି ବିଶ୍ୱ ଅର୍ଥନୀତିକୁ ନେଇ ଅଡିଟ ରିପୋର୍ଟ ଜାରି କରିବ । ତେବେ ଭାରତ ନେଇଥିବା ପଦକ୍ଷେପ ଗୁଡିକୁ ଯୋଗୁଁ ଦେଶର ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହୋଇନାହିଁ ବୋଲି କହିଛି ଆଇଏମଏଫ । ଭିଡିଓ କନଫରେସିଂ ମାଧ୍ୟମରେ ଏକ ବୈଠକରେ ସାମିଲ ହୋଇଥିବା ଅବସରରେ ଭାରତ ସମ୍ପର୍କରେ ମତ ରଖି ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିର ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା ଭାରତ ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ଆଇଏମଏଫ ମୁଖ୍ୟ କହିଛନ୍ତି ଆଗମୀ ବର୍ଷ ଭାରତ ଅର୍ଥନୀତିରେ ସୁଧାର ଆସିବ । ଉଚିତ ସମୟରେ ଉଚିତ ପଦକ୍ଷେପ ନେଇଥିବା ଯୋଗୁଁ ଭାରତକୁ ଆଗାମୀ ଦିନରେ କମ ଆର୍ଥିକ କ୍ଷତି ସହିବାକୁ ପଡିବ । ଭାରତ ମହାମାରୀ ମୁକାବିଲା ଓ ଆର୍ଥିକ ସ୍ଥିତିର ମୁକାବିଲା ଯେଉଁଭଳି ଭାବରେ କରିଛି ତାହା ପ୍ରଂଶସନୀୟ ।

from Kanak News
via <a href="https://ifttt.com/?

ଭାରତ ଚୀନ୍ ବିବାଦ ମଧ୍ୟରେ ବେଜିଂକୁ ସେନା ମୁଖ୍ୟଙ୍କ କଡା ଚେତାବନୀ । ୭୩ତମ ସେନା ପ୍ରତିଷ୍ଠା ଦିବସରେ କହିଲେ, ଧୈର୍ଯ୍ୟର ପରୀକ୍ଷା ନନେଉ ଚୀନ୍

କନକ ବ୍ୟୁରୋ : ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍କୁ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଆନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏପରି ମନ୍ତବ୍ୟ ଦେଇଛନ୍ତି ସେନାମୁଖ୍ୟ । ଭାରତର ଚୀନ ମଧ୍ୟରେ ପ୍ରାୟ ୯ମାସ ଉପରେ ହେଲାଣି ବିବାଦ ଲାଗିରହିଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତି ବଦଳାଇବାକୁ ଚାହୁଁଥିଲା ଚୀନ୍ ଯାହାର ମୁହଁତୋଡ ଜବାବ ଦେଇଥିଲା ଭାରତ ।

ସୀମା ପାର ଆତଙ୍କବାଦ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସେନାମୁଖ୍ୟ । ପଡୋଶୀ ରାଷ୍ଟ୍ର ଏବେବି ଆତଙ୍କବାଦୀଙ୍କ ପାଇଁ ନିରାପଦ ସ୍ଥାନ ପାଲଟିଛି ବୋଲି କହିଛନ୍ତି ନରଭଣେ । ଚୀନ୍ ସହିତ ଦୀର୍ଘ ୯ମାସ ହେଲା ଲାଗିରହିଥିବା ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବଡ ବୟାନ ଦେଇଛନ୍ତି । ଭାରତ କେବେ ହେଲେ ଯୁଦ୍ଧ ଚାହେ ନାହିଁ । କିନ୍ତୁ କୌଣସି ସୁପରପାୱାର ଯଦି ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ ତାହେଲେ ଦେଶର ଯବାନ ମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଆଜି ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ଦେଶ । ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡରେ ଏଥିଲାଗି ଭବ୍ୟ ପରେଡର ଆୟୋଜନ କରାଯାଇଛି । ଏଥିରେ ସ୍ଥଳସେନା ପ୍ରମୁଖ ଏମଏମ ନରଭଣେ ପରଡେର ସଲାମି ନେବା ସହ ସୈନ୍ୟଙ୍କୁ ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ସେନାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଉଛି । ଏହାସହ ପଡୋଶୀ ରାଷ୍ଟ୍ରକୁ ଚେତାବନୀ ମଧ୍ୟ ଦେଇଛନ୍ତି ସେନାମୁଖ୍ୟ ।

from Kanak News
via <a href="https://ifttt.com/?

କାଗଜପତ୍ରରେ ଲାଗିଛି ଗଛ, ହେଲେ ପଡିଆ ପଡିଛି ଜଙ୍ଗଲ । ଯାଜପୁର ଦାନଗଦିରେ ବନୀକରଣ ନାଁରେ କୋଟିଏରୁ ଅଧିକ ଟଙ୍କା ଚଳୁ, ଆରଟିଆଇ ତଥ୍ୟ ମଗାଇବା ପରେ ଜଣାପଡିଲା ବନିକରଣ କେମିତି ହୋଇଛି ବାଟବଣା ।

କନକ ବ୍ୟୁରୋ : ବନୀକରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା । ହେଲେ ବନୀକରଣ ହୋଇଥିବା ସ୍ଥାନ ପଡିଆ ପଡିଛି । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକରେ ବନୀକରଣର ଏଭଳି ଅନିୟମିତତାର ଅଭିଯୋଗ ଆସିଛି । ଆରଟିଆଇ ତଥ୍ୟରୁ ମିଳିଥିବା ସୂଚନା ଅନୁସାରେ ଗତ ୨ ବର୍ଷ ହେଲାଣି, ଏକାଧିକ ସ୍ଥାନରେ ବୃକ୍ଷରୋପଣ ପାଇଁ ଗୋଟିଏ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ନା ଗଛ ଅଛି, ନା ଜଙ୍ଗଲର ଦେଖା ମିଳୁଛି ।

ବନୀକରଣର ଇଏ ହେଉଛି କିଛି ବାସ୍ତବ ଚିତ୍ର । ଗଛର ସୁରକ୍ଷା ପାଇଁ ବାଡ ଲାଗିଛି, ଟ୍ରି ଗାର୍ଡ ପୋତାଯାଇଛି, ହେଲେ ତା ଭିତରେ ଗଛର ଦେଖା ମିଳୁନି । ଆଉ କେଉଁଠି ଗଛ ଲାଗିଛି କିନ୍ତୁ ଏହାର ବାଡବତା ନାହିଁ କି ଟ୍ରି ଗାର୍ଡ ନାହିଁ । ଯାଜପୁରର ଦାନଗଦୀ ବ୍ଲକ୍ ତ୍ରିଜଙ୍ଗା ଓ ଧୂଳିଗଡ ଅଂଚଳରେ କିଛି ଏଭଳି ଢ଼ଙ୍ଗରେ ବନୀକରଣ କରାଯାଇଛି । ଆଉ ଏହି ପୁରା ପ୍ରକ୍ରିୟାରେ ବଡ଼ଧରଣର ଅନିୟମିତତା ହୋଇଥିବା ଆଇଟିଆଇ ତଥ୍ୟରୁ ସ୍ପଷ୍ଟ ଅନୁମାନ କରି ହେଉଛି ।

୨୦୧୮-୧୯ ମସିହାରେ ରାମ୍ପିଲୋ ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ପାଇଁ ଜିଲ୍ଲା ଖଣିଜ ପାଣ୍ଠିରୁ ୧୬ଲକ୍ଷ ୫୮ହଜାର ୮ଶହ ଟଙ୍କାର ଅନୁଦାନ ମିଳିଥିଲା । ହେଲେ ଗଛ ଗୁଡିକ କୁଆଡେ ଉଭାନ୍ ହୋଇଗଲା । ସେହିପରି ୨୦୧୮-୧୯ ଏବଂ ୨୦୧୯-୨୦ ବର୍ଷ ପାଇଁ ଦାନଗଦୀ ବ୍ଲକର ୬ଟି ସ୍ଥାନରେ ବୃକ୍ଷରୋପଣ ପାଇଁ ୧କୋଟି ୧୪ଲକ୍ଷ ୭୮ହଜାର ୯୬୩ଟଙ୍କା ଖର୍ଚ୍ଚ ହେବାକୁ ଅର୍ଥ ମଞ୍ଜୁର ହୋଇଥିଲା କିନ୍ତୁ ବନୀକରଣର ଇଏ ହେଉଛି ବାସ୍ତବ କାହାଣୀ ।

କେବଳ ଦାନଗଦୀ ବ୍ଲକ୍ ଅଂଚଳରେ ନୁହେଁ ଉଣାଅଧିକେ ଜିଲ୍ଲାର ବିଭିନ୍ନ ବ୍ଲକରେ ସମାନ ସ୍ଥିତି । ଦୁଇବର୍ଷ ଭିତରେ ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯେଉଁଥିରେ ଲକ୍ଷ ଲକ୍ଷ ଗଛ ଚାରା ଲଗାଯାଇଥିବା ଦାବି କରାଯାଉଛି । ହେଲେ ସେ ଗଛ କୁଆଡେ ଗଲା ତାର ହିସାବ ଖୋଜିଲେ ବି ମିଳୁନାହିଁ । ଅଧିକାରୀଙ୍କ ସଫେଇ ଓ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଭିତରେ ବାସ୍ତବ ଘଟଣା କ’ଣ, ହୁଏତ ତାହା କାହାକୁ ବି ଅଛପା ନାହିଁ ।

from Kanak News
via <a href="https://ifttt.com/?

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆରମ୍ଭ ହେଲା ପ୍ରୟାସ । ୪୪ଟି ସ୍ଥାନରୁ ନିଧି ସମର୍ପଣ ଅଭିଯାନର ଶୁଭାରମ୍ଭ । ରାମ ଜନ୍ମଭୂମି ନ୍ୟାସକୁ ୫ଲକ୍ଷ ଟଙ୍କା ଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

କନକ ବ୍ୟୁରୋ : ଅଯୋଧ୍ୟାରେ ଭବ୍ୟ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ପାଇଁ ଆଜିଠୁ ନିଧି ସମର୍ପଣ ଅଭିଯାନ ଆରମ୍ଭ ହୋଇଛି । ସାରା ଦେଶରେ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଆରମ୍ଭ ହୋଇଛି । ଦେଶର ୪୪ଟି ସ୍ଥାନରେ ସଂଗ୍ରହ କରାଯିବ ପାଣ୍ଠି ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରରେ ଟ୍ରଷ୍ଟ, ବିଶ୍ୱ ହିନ୍ଦୁ ପରିଷଦ ଓ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଗଠନର ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ପ୍ରଥମ ଦାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାମ ମନ୍ଦିର ନିର୍ମାଣ ପାଇଁ ୫ଲକ୍ଷ ଶହେ ଟଙ୍କା ଦାନ କରିଛନ୍ତି ରାଷ୍ଟ୍ରପତି ।

from Kanak News
via <a href="https://ifttt.com/?

ରାଜ୍ୟରେ ସକ୍ରିୟ ଝାଡଖଣ୍ଡର ଜମତାରା ଗ୍ୟାଙ୍ଗ । ଫୋନ ପେ’, ଗୁଗୁଲ ପେ’ ସଂସ୍ଥାର ଅଧିକାରୀ କହି କରୁଛନ୍ତି ଫୋନ୍ । ଆବଶ୍ୟକ ତଥ୍ୟ ନେବାପରେ ମୁହୂର୍ତକରେ ଲୁଟି ନେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

କନକ ବ୍ୟୁରୋ : ଗଞ୍ଜାମର ଜଣେ ଯୁବକଙ୍କ ପାଖକୁ ଆସୁଛି ଏକ ଫୋନକଲ । ଯେଉଁ ଫୋନକଲରେ ୪ହଜାର ୯୯୯ଟଙ୍କା ଦେବା ପାଇଁ କୁହାଯାଉଛି । ଏବଂ ଫୋନପେର ଏକ ଲିଙ୍କ ଉପରେ କ୍ଲିକ କରିବା ପାଇଁ କୁହାଯାଉଛି । କିନ୍ତୁ ଫୋନ ଗଞ୍ଜାମ ଯୁବକ ଜଣଙ୍କ ଲିଙ୍କ ଉପରେ କ୍ଲିକ କରୁନାହାନ୍ତି । ଆଉ ଅଳ୍ପକେ ବର୍ତି ଯାଉଛନ୍ତି ଠକେଇରୁ । ସନ୍ଦେହ କରାଯାଉଛି ଏହି ଫୋନକଲ ପଛରେ ଜମତରା ଗ୍ୟାଙ୍ଗର ହାତ ରହିଛି । ଜମତରା ଗ୍ୟାଙ୍ଗର ସଦସ୍ୟ ଏଫରି ଫୋନ କରି ଟଙ୍କା ଲୁଟ କରିବାକୁ ପ୍ରୟାସ କରିଛନ୍ତି ।

ଗଞ୍ଜାମର ଜଣେ ଯୁବକ ମିଥୁନଙ୍କ ପାଖକୁ ଆସିଥିଲା ଏହି ଫୋନ କଲ । ଯେଉଁଥିରେ ବ୍ୟକ୍ତିଜଣଙ୍କ ହିନ୍ଦିରେ କଥା ହେଉଛନ୍ତି ଏବଂ କହୁଛନ୍ତି ଭୁବନେଶ୍ୱର ଅଶୋକନଗର ସ୍ଥିତ ଫୋନ ପେ କଷ୍ଟମର କେୟାରରୁ ଫୋନ କରୁଛି । ସେ ଆହୁରି କହୁଛନ୍ତି ୪୯୯୯ ଟଙ୍କା ଦେବାର ଅଛି, ଫୋନ ପେ ଓପନ କରନ୍ତୁ, ଲିଙ୍କ ଖୋଲନ୍ତୁ । ମିଥୁନ ବାରମ୍ବାର ମନାକରୁଛନ୍ତି । କାରଣ ମିଥୁନ ଜାଣିଛନ୍ତି ଏହା ହେଉଛନ୍ତି ଜମତରା ଗ୍ୟାଙ୍ଗର ଅପରେସନ ।

ମିଳିଥିବା ସୂଚନା ଅନୁସାରେ ଏହି ଫୋନକଲ ଆସିଥିଲା ଜମତରା ଗ୍ୟାଙ୍ଗରୁ । ଇଏ ହେଉଛି ସେହି ଜମତରା ଗ୍ୟାଙ୍ଗ ଯିଏ ଫୋନକଲ କରି ଗ୍ରାହକଙ୍କୁ ଫସାଇ ବିଭିନ୍ନ ଉପାୟରେ ଟଙ୍କା ହଡପ କରୁଛନ୍ତି । କେତେବେଳେ ଏଟିଏମ ନମ୍ବର ମାରୁଛନ୍ତି, ଓଟିପି ମାଗୁଛନ୍ତି ତ ଆଉ କେତେ ବେଳେ ୟୁପିଆଇ ଆକାଉଂଟ ଖୋଲି ଲିଙ୍କ ଓପନ କରିବାକୁ କହୁଛନ୍ତି ଆଉ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କା ।

ଖାଲି ଗଞ୍ଜାମର ମିଥୁନ ନୁହନ୍ତି ବାରମ୍ବାର ଏହିପରି ଠକେଇ ଘଟଣାମାନ ସାମନାକୁ ଆସୁଛି । ପୋଲିସ କମିଶନର କହିଛନ୍ତି କନଟାକ୍ଟ ଲେସ କ୍ରାଇମ ବଢୁଥିବା ବେଳେ ଆମକୁ ସତର୍କ ହେବାର ସମୟ ଆସିଛି ।

ଏହି ଜମତରା ଗ୍ୟାଙ୍ଗ କେମିତି କରୁଛି ଅପରେସନ, ତାହା ଦେଖିବାକୁ ମିଳିଥିଲା ନେଟଫ୍ଲିକସ ଏକ ୱେବସିରିଜରେ । ମୁଖ୍ୟତ ବେକାର ଯୁବକ ଯୁବତୀଙ୍କୁ ନେଇ ତିଆରି ହୋଇଥିବା ଜମତରା ଗ୍ୟାଙ୍ଗ ଏବେ ଭାରତର ବିଭିନ୍ନ ସ୍ଥାନରେ ଶାଖା ଖୋଲିସାରିଲେଣି ।

ଆଉ ବେଶ ଚାଲାକିର ସହିତ କରୁଛନ୍ତି ସାଇବର ଠକେଇର ଏହି ଅପରେସନ । ତେଣୁ ଏପରି ଅଜଣା ବ୍ୟକ୍ତିଙ୍କ ଫୋନ କଲ ଆସୁଥିଲେ ସତର୍କ ରୁହନ୍ତୁ । ନଚେତ କିଏ ଜାଣେ କାଲି ସକାଳେ ଆପଣ ବି ଶିକାର ହୋଇପାରନ୍ତି ଏହି ଜମତରା ଗ୍ୟାଙ୍ଗର ।

from Kanak News
via <a href="https://ifttt.com/?

ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜର ଦେଶ୍-କା-ମୁଡ୍ ସର୍ଭେରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହେଲେ ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ନବୀନ ପୁଣି ନମ୍ବର ୱାନ୍ । ଏବିପି ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଦେଶ୍-କା-ମୁଡ୍ ସର୍ଭେ ଅନୁସାରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ, ସେନେଇ ଏବିପି ନ୍ୟୁଜ୍ ପକ୍ଷରୁ ଜନମତ କରାଯାଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନ ଆଧାରରେ ଜନତାଙ୍କ ମତାମତ ସଂଗ୍ରହ କରାଯାଇଥିଲା ।

ଏଥିରେ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତୃତୀୟ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ, ଚତୁର୍ଥ ସ୍ଥାନରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ୍, ପଂଚମ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠ ସ୍ଥାନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଷ ବାଘେଲ, ସପ୍ତମ ସ୍ଥାନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରହିଛନ୍ତି । ବଡ଼ କଥା ହେଉଛି ଶ୍ରେଷ୍ଠ ୭ ଜଣ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ଜଣେ ହେଲେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ନାହାନ୍ତି । ଅଷ୍ଠମରୁ ଦଶମ ସ୍ଥାନରେ ରହିଛନ୍ତି, ମଧ୍ୟପ୍ରଦେଶ, ଗୋଆ ଏବଂ ଗୁଜୁରାଟର ମୁଖ୍ୟମନ୍ତ୍ରୀ ।

from Kanak News
via <a href="https://ifttt.com/?

ସମ୍ବାଦର ବ୍ରାଣ୍ଡ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ କହିଲେ, ଲୋକଙ୍କ ଆବଶ୍ୟକତାକୁ ପୂରଣ କରିପାରୁଥିବା ବ୍ରାଣ୍ଡ ପାଏ ସଫଳତା । 

କନକ ବ୍ୟୁରୋ: ଓଡ଼ିଶା ମାଟିରୁ ଜନ୍ମ ନେଇ ଦେଶରେ ଖ୍ୟାତି ଓ ବିଦେଶରେ ଯଶ ଅର୍ଜନ କରିଥିବା ଉଦ୍ୟୋଗକୁ ସମ୍ମାନିତ କରିବାର ପ୍ରୟାସର ନାଁ ହେଉଛି-ବ୍ରାଣ୍ଡସ ଅଫ୍ ଓଡିଶା ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସ ଆୱାର୍ଡସ । ବ୍ୟବସାୟକୁ ଉତ୍ସାହିତ ଏବଂ ବ୍ୟବସାୟୀଙ୍କୁ ସମ୍ମାନିତ କରିବାର ପ୍ରୟାସ ଏହାରି ଭିତରେ ଚତୁର୍ଥ ସଂସ୍କାରଣରେ ପାଦ ଦେଇଛି । ଆଉ ଚଳିତବର୍ଷ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇ କହିଛନ୍ତି-ସାଧାରଣ ଲୋକଙ୍କ ଅବଶ୍ୟକତା ପୁରଣ କରିବାରେ ସଫଳ ହେଉଥିବା ବ୍ରାଣ୍ଡ ସଫଳତା ପାଏ । ଉଦହାରଣ ରଖିବାକୁ ଯାଇ ଓୟୋ ଏବଂ ରିତେଶ ଅଗ୍ରୱାଲଙ୍କ କାହାଣୀ ରଖିଛନ୍ତି ମୁଖ୍ୟମନ୍ତ୍ରୀ

କର୍ପୋରେଟ୍ ସାମାଜିକ ଦାୟିତ୍ୱ, ବୃହତ, ମଧ୍ୟମ, କ୍ଷୁଦ୍ର ଓ ଷ୍ଟାର୍ଟଅଫ୍ ଆଦି ୫ଟି ବର୍ଗରେ ଚଳିତବର୍ଷ ପୁରସ୍କାର ଦିଆଯାଇଛି ।  ପ୍ରତିବର୍ଗରେ ପ୍ଲାଟିନମ, ଗୋଲ୍ଡ ଓ ସିଲଭର ଭଳି  ୩ଟି ଲେଖାଏଁ ପୁରସ୍କାର ଦିଆଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ଓଡ଼ିଆ ଲୋକମାନେ କୁଶଳୀ, ବୁଦ୍ଧିଜୀବୀ ଓ ସଚ୍ଚୋଟ । ଆଉ ଉଦହାରଣରେ ନିଆଳିର ଫଳଚାଷ ଓ ହିଂଜିଳିକାଟୁର ବାସିଫୁଲରୁ ଧୂପକାଠିର କଥା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଉକ୍ରର୍ଷର ଉପାସକଙ୍କୁ ଉତ୍ସାହିତ କରିବା ପାଇଁ ହେଉଥିବା ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ଼-୨୦୨୧ କାର୍ଯ୍ୟକ୍ରମରେ, ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ । ଓଡ଼ିଶାରେ ଅନେକ ସଫଳ ବ୍ୟକ୍ତି ଅଛନ୍ତି, ଅନେକ ଅନୁଷ୍ଠାନ ଅଛି । ଆତ୍ମ ଆବିଷ୍କାର କରିବାକୁ ଏହା ଆମର ଏକ ପ୍ରୟାସ ବୋଲି କହିଛନ୍ତି- ସୌମ୍ୟରଂଜନ ପଟ୍ଟନାୟକ ।

ଚଳିତବର୍ଷ ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ ପାଇଁ ଆବେଦନ କରିବା ଲାଗି କର୍ପୋରେଟ ଜଗତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା  । ଆଉ ଆସିଥିବା ସମସ୍ତେ ଆବେଦନ ଗୁଡିକୁ ନିରପେକ୍ଷ ବିଚାରକ ମଣ୍ଡଳୀ ଅନୁଧ୍ୟାନ କରିବା ପରେ  ବିଜେତା ଚୟନ କରାଯାଇଥିଲା । ବିଜେତାମାନଙ୍କୁ ପୁରସ୍କୁୃତ ଓ ସମ୍ମାନିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

from Kanak News
via <a href="https://ifttt.com/?

ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ସାଂଘାତିକ ସତ । ଥରେ ଦୁଷ୍କର୍ମ ପରେ ଲୋକଲଜ୍ଜା ଭୟରେ ହୋଇଥିଲା ଆପୋଷ ସମାଧାନ, ତଥାପି ସୁଧୁରିଲାନି ସଇତାନ, ବର୍ଷେପରେ ପୁଣିଥରେ ଅପରାଧ ଦୋହରାଇଲା ନରରାକ୍ଷସ ।

କନକ ବ୍ୟୁରୋ : ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଘଟାଇଥିବା ଜଣେ ନରପିଶାଚ, କିଭଳି ନିଜ ପ୍ରବୃତି ଛାଡି ପାରେ ନାହିଁ, ତାହାର ଉଦାହରଣ ବାରିପଦାରେ ଦେଖିବାକୁ ମିଳିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବାରିପଦା ନାବାଳିକା ଗଣଦୁଷ୍କର୍ମ ମାମଲାର ଅପରାଧୀ ସୋନୁ ସିଂ ଦ୍ୱିତୀୟ ଥର ଏଭଳି ନାରକୀୟ କାଣ୍ଡ କରିଛି । ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ବେଳେ ଲୋକଲଜ୍ଜା ଭୟରେ ମାମଲାର ଆପୋଷ ସମାଧାନ ହୋଇଥିଲା । ଅପରାଧୀ ନିଜକୁ ପରିବର୍ତନ କରିବା ବଦଳରେ ପୁଣି ସେଇ ଭୁଲକୁ ଦୋହରାଇଛି ।

ବାରିପଦାରୁ ଆସିଲା ସାଂଘାତିକ ତଥ୍ୟ । ଦୁଇଥର ପିଶାଚଙ୍କ ଶିକାର ହୋଇଥିଲେ ପୀଡିତା । ଏହି ନାରକୀୟ କାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ବାରିପଦାର ସୋନୁ ସିଂ । ଗତ ୧୪ ତାରିଖ ମକର ମେଳାର ସୁଯୋଗ ନେଇ ଭୋର ସମୟରେ ଜଣେ ନାବାଳିକାକୁ ଏକୁଟିଆ ଦେଖି ତାଙ୍କୁ ନିକଟସ୍ଥ ନଦୀ ପଠାକୁ ଟେକି ନେଇଥିଲା ସୋନୁ ସିଂ ଏବଂ ତାର ଜଣେ ନାବାଳକ ସାଥି । ସେମାନେ ନାବାଳିକାକୁ ଦୁଷ୍କର୍ମ କରିଥିବା ବେଳେ କୌଶଳ କରି ସେମାନଙ୍କ କବଳରୁ ମୁକୁଳି ଆସିଥିଲା ନାବାଳିକା ଜଣକ । ପରେ ଘରେ ଆସି ପୁରା ଘଟଣା କହିବା ପରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି ।

କେବଳ ଏହି ଘଟଣାର ତଦନ୍ତ ବେଳେ ଆସିଛି ଏକ ସାଂଘାତିକ ତଥ୍ୟ । ଏହି ଅଭିଯୁକ୍ତ ସୋନୁ ସିଂ ପ୍ରାୟ ବର୍ଷେ ତଳେ ନାବାଳିକା ଜଣଙ୍କୁ ବଳାକ୍ରାର କରିଥିଲା । କିନ୍ତୁ ଲୋକଲଜ୍ଜା ଯୋଗୁଁ ସ୍ଥାନୀୟ ଲୋକଙ୍କ ସହ ଏହି ବିବାଦର କରାଯାଇଥିଲା ଆପୋଷ ସମାଧାନ । ହେଲେ ପୁଣି ଥରେ ନିଜର ସଇତାନୀ ଦେଖାଇଛି ଅଭିଯୁକ୍ତ ।

ମୁଖ୍ୟ ଅଭିଯୁକ୍ତ ସୋନୁ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ତାର ସହଯୋଗୀ ନାବାଳକ ଜଣଙ୍କୁ ଅନୁଗୁଳ ସ୍ଥିତ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଏଭଳି ଅପରାଧ ପଛରେ ଆଇନର ଅଜ୍ଞତା ଏବଂ ବର୍ତମାନ ଦିନର ବ୍ୟାପକ ମୋବାଇଲ ବ୍ୟବହାର ମଧ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ଲୋକଲଜ୍ଜା ଭୟରେ ବର୍ଷକ ତଳେ କରାଯାଇଥିବା ଆପୋଷ ସମାଧାନ ଏବେ ନାବାଳିକା ଜଣକ ପାଇଁ ଯନ୍ତ୍ରଣାର ରୂପ ନେଇଛି । ତେବେ ଏଭଳି ନରପିଶାଚ ପାଇଁ କଠୋର ଦଣ୍ଡ ପାଇଁ ସାଧାରଣରେ ଦାବି ହେଉଛି ।

from Kanak News
via <a href="https://ifttt.com/?

ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଲା ଶ୍ୟାମ ମେଟାଲିକ୍ସ । ୨୦୦ ଲୋକଙ୍କୁ ବାଣ୍ଟିଲା କମ୍ବଳ 

କନକ ବ୍ୟୁରୋ : ଅଭାବି ଲୋକଙ୍କୁ ସହାୟତାର ହାତ ବଢାଇଛି ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି । କମ୍ପାନୀ ତରଫରୁ ପ୍ରାୟ ୨୦୦ ଅଭାବି ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମ୍ବଲପୁର ନିସାନଭଙ୍ଗା ପଞ୍ଚାୟତ ଅଫିସ ପରିସରରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି ।

କମ୍ପାନୀର ନିର୍ଦ୍ଦେଶକ ଦେବକୁମାରଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କମ୍ପାନୀର ମାନବ ସମ୍ବଳ ଡେପୁଟୀ ଜେନେରାଲ ମ୍ୟାନେଜର ଆରକେ ସିଂ ଓ ଅନ୍ୟ କତ୍ତୃପକ୍ଷ ଉପସ୍ଥିଥ ଥିଲେ । ଶୀତ ଦିନେ ନିଜ ସାମାଜିକ ଦାୟିତ୍ୱବୋଧକୁ ଆଖିଆଗରେ ରଖି ଏଭଳି କାମ କରିଛନ୍ତି କମ୍ପାନୀ କତ୍ତୃପକ୍ଷ ।

ଏହି ଅବସରରେ କମ୍ପାନୀର ଲୋକସମ୍ପର୍କ ମ୍ୟାନଜେର ମନୋଜ ପଣ୍ଡା, ଲିଗାଲ ମ୍ୟାନେଜର ପ୍ରମୋଦ, କର୍ମଚାରୀ ପରିଚାଳକ ସରୋଜ କୁମାର, ସୁଧିର ସେଠ, ସରୋଜ ନାୟକ, ରଶ୍ମିରଞ୍ଜନ ବେହେରା, ନିସାନଭଙ୍ଗା ପଞ୍ଚାୟତ ସରପଞ୍ଚ ତିଳୋତ୍ତମା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

from Kanak News
via <a href="https://ifttt.com/?

କରୋନା ବିରୋଧୀ ନିର୍ଣ୍ଣାୟକ ଲଢେଇ ପାଇଁ ପ୍ରସ୍ତୁତ ଭାରତ । କାଲି ସାରାଦେଶର ହେବ ମେଗା ଟିକାକରଣ, ଦିନ ସାଢେ ୧୦ଟାରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ଆସନ୍ତାକାଲି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ କାଲି ସାରା ଦେଶର ତିନି ହଜାର ଛଅଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଛି । ଦିନ ସାଢେ ୧୦ଟାରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏପଟେ ଟିକାକରଣ ପାଇଁ ରାଜ୍ୟ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ ।

ଶନିବାର କରୋନା ଟିକାକରାଣ । ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ । ଭାରତ ପାଇଁ ଐତିହାସିକ ଦିନ । ଦୀର୍ଘ ପ୍ରାୟ ୧୦ ମାସ ହେଲା ସମଗ୍ର ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ବିରୋଧରେ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି । ମହାମାରୀକୁ ମାତ ଦେବା ପାଇଁ ହେବ ମେଗା ଟିକାକରଣ । ଜାନୁଆରୀ ୧୬ ଅର୍ଥାତ ଶନିବାର ଦିନ ସାଢେ ୧୦ଟାରେ ଏହି ବହୁ ପ୍ରତିକ୍ଷିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱର ସବୁଠାରୁ ବଡ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ପାଇଁ ପୂରା ଦେଶରେ ପ୍ରସ୍ତୁତି ହୋଇଥିବା ସୂଚନା ଦେଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

ବିଶ୍ୱର ସବୁଠୁ ବଡ଼ ଟିକାକରଣ
– କରୋନା ଟିକାକରଣ ପାଇଁ ସାରା ଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟ ହୋଇଛି
– ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦିନରେ ଦିଆଯିବ ଟିକା
– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କୋ-ୱିନ ଆପ୍ ଡାଉନଲୋଡ୍ କରିଛନ୍ତି ହିତାଧିକାରୀ
– ଆପ୍ଲିକେସନ୍ ଜରିଆରେ ଟିକାଦାନ କେନ୍ଦ୍ର ଓ ସମୟ ବାବଦରେ ସୂଚନା ଦିଆଯାଇଛି

କରୋନା ମହାମାରୀକୁ ମାତ ଦେବାପାଇଁ ବ୍ରିଟେନ ଓ ଆମେରିକା ପରେ ଇସ୍ରାଏଲ ଓ ସଂଯୁକ୍ତ ଆରବ ଏମିରେଟ୍ସରେ କୋଭିଡ ଟିକାକରଣ ଚାଲିଛି । ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିବା ପରେ ଆରମ୍ଭ ହେବାକୁ ଯାଉଛି ମେଗା ଟିକାକରଣ । ବିଶ୍ୱରେ ଦ୍ୱିତୀୟ ସର୍ବାଧିକ କରୋନା ସଂକ୍ରମିତ ଦେଶ ଭାବରେ ଭାରତରେ କୋଭିଡ ଟିକାକରଣ ବେଶ ଗୁରୁତ୍ୱ ରଖୁଛି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପହଂଚିସାରିଛି ଦୁଇଟି ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଟିକାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲକୁ ମିଶାଇ ରାଜ୍ୟର ୩୨ଟି କେନ୍ଦ୍ରକୁ ପଠାଇ ଦିଆଯାଇଛି ।

ରାଜ୍ୟରେ କୋଭିଡ୍ ଟିକାକରଣ
– ରାଜ୍ୟର ୧୬୧ଟି କେନ୍ଦ୍ରରେ ହେବ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ
– ମୋଟ୍ ୧ ଲକ୍ଷ ୯୨ ହଜାର ୫୫୫ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି
– ଭୁବନେଶ୍ୱର ବ୍ୟତୀତ ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା
– କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦେବାକୁ ସ୍ଥିର ହୋଇଛି
– ଏମ୍ସକୁ ମିଶାଇ ରାଜଧାନୀ ଭୁବନେଶ୍ୱରରେ ୬ଟି କେନ୍ଦ୍ରରେ ଟିକା ଦିଆଯିବ

ପ୍ରଥମ ପର୍ଯ୍ୟାୟରେ ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡି କର୍ମୀଙ୍କ କୋଭିଡ୍ ଟିକାକରଣ ପାଇଁ ସ୍ଥିର ହୋଇଥିବାବେଳେ, କେଉଁମାନେ ଟିକା ନେବେ ନେହିଁ ସେନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ରୁଲବୁକରେ ସୂଚନା ଦିଆଯାଇଛି ।

କିଏ ନେବେନାହିଁ କରୋନା ଟିକା ?
– ୧୮ ବର୍ଷରୁ କମ ବୟସ୍କ
– ଗର୍ଭବତୀ ମହିଳା
– ସ୍ତନ୍ୟପାନ କରାଉଥିବା ମା’
– ୧୪ ଦିନ ଭିତରେ ଅନ୍ୟ ଟିକା ନେଇଥିବା ବ୍ୟକ୍ତି

ସାରାଦେଶରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ ପାଇଁ କେନ୍ଦ୍ର ସରକାର ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ଟିକାର ୧ କୋଟି ୬୫ ଲକ୍ଷ ଡୋଜ୍ କିଣିଛନ୍ତି । କୋଭିସିଲ୍ଡ ଟିକାର ଗୋଟିଏ ଶିଶି ୧୦ ଜଣଙ୍କୁ ଓ କୋଭାକ୍ସିନ ଟିକାର ଗୋଟିଏ ଶିଶି ୨୦ ଜଣଙ୍କୁ ଦିଆଯାଇ ପାରିବ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started