ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । 

କନକ ବ୍ୟୁରୋ : ମରିକି ବି ଅମର ହେଇଗଲା କୁନି ଝିଅ ଧନିଷ୍ଠା । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଅଙ୍ଗଦାନ କରି ଜୀବନ ଦେଇଗଲା । ଏଭଳି ମହତ କାମ କରି ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି କୁନି ଝିଅ ।

ମରିକି ବି ଅମର ହେଇଗଲା କୁନି ଝିଅ । ନିଜେ ସିନା ଚାଲିଗଲା ହେଲେ ୫ ଜଣଙ୍କୁ ଜୀବନ ଦେଇଗଲା । ଜୀବନ କଣ ଜାଣିନଥିବା କୁନି ଝିଅ ମୃତ୍ୟୁର କୋଳକୁ ଚାଲିଯିବା ଆଗରୁ ଯେଉଁ ମହତ କାମ କରିଯାଇଛି ତାହା ସାରା ଦୁନିଆ ପାଇଁ ଉଦାହରଣ ପାଲଟିଛି । ନିଜ ଶରୀର ଅଙ୍ଗଦାନ କରି ଏବେ ସର୍ବକନିଷ୍ଠ ଅଙ୍ଗଦାତା ହୋଇଛି ଏହି କୁନି ଝିଅ ।

ଏହି ଫଟୋରେ ଥିବା କୁନି ଝିଅଟି ହେଉଛି ଦିଲ୍ଲୀର ଧନିଷ୍ଠା । ବୟସ ମାତ୍ର ଦେଢ ବର୍ଷ । ଏହି କୁନି ଝିଅଟି ଜଣକୁ କି ଦି ଜଣକୁ ନୁହେଁ ୫ ଜଣଙ୍କୁ ଅଙ୍ଗ ଦାନ କରି ନୂଆ ଜୀବନ ଦେଇଛି । ହେଲେ ଦୁଃଖର କଥା ସମସ୍ତଙ୍କ ପ୍ରାଣରେ ଜୀବନ ଫୁଙ୍କିଥିବା ଏ କଅଁଳ କଢି ଆଉ ଏ ଦୁନିଆରେ ନାହିଁ । କିନ୍ତୁ ତା କାମ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି ।

ଜାନୁଆରି ୮ ତାରିଖରେ ଧନିଷ୍ଠା ଦିଲ୍ଲୀର ରୋହିଣୀ ଅଞ୍ଚଳରେ ପ୍ରଥମ ମହଲାରୁ ଖସି ପଡ଼ି ଅଚେତ ହୋଇଯାଇଥିଲା। ଏହାପରେ ପରିବାରଲୋକ ତାକୁ ଚିକିତ୍ସା ପାଇଁ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଡାକ୍ତରମାନେ ଧନିଷ୍ଠାର ସଙ୍ଗେସଙ୍ଗେ ଚିକିତ୍ସା ଆରମ୍ଭ କରି ଚେତା ଆଣିବାକୁ ଚେଷ୍ଟା କରିଥିଲେ। ଡାକ୍ତରମାନେ ବହୁ ଚେଷ୍ଟା କରିବା ପରେ ଜାନୁଆରି ୧୧ ତାରିଖରେ ଧନିଷ୍ଠାକୁ ବ୍ରେନ ଡେଡ ଘୋଷଣା କରିଥିଲେ।

ଏହାଶୁଣି ଧନିଷ୍ଠାଙ୍କ ମାତା-ପିତାଙ୍କ ସମେତ ଅନ୍ୟ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଏହାରି ଭିତରେ ସେମାନେ ଧନିଷ୍ଠାକୁ ସବୁଦିନ ପାଇଁ ବଞ୍ଚାଇ ରଖିବା ପାଇଁ ଶିଶୁର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଡାକ୍ତରଙ୍କୁ ନିଜର ଏଭଳି ନିଷ୍ପତ୍ତି ବିଷୟରେ ଜଣାଇଥିଲେ ଧନିଷ୍ଠାର ମାତା-ପିତା। ଡାକ୍ତର ବି ଧନିଷ୍ଠାର ଚିକିତ୍ସା ପରେ ତାର ଅଙ୍ଗଦାନ କରାଯାଇପାରିବ ବୋଲି କହିଥିଲେ। ଶେଷରେ ଧନିଷ୍ଠାର ଶରୀରରୁ ହୃଦୟ, ଲିଭର, ଦୁଇଟି କିଡନୀ ଏବଂ କୋର୍ନିଆ ବାହାର କରାଯାଇଥିଲା। ଧନିଷ୍ଠାର ଏସବୁ ଅଙ୍ଗ ୫ ଜଣଙ୍କଠାରେ ପ୍ରତ୍ୟାରୋପଣ କରାଯାଇଥିଲା। ୨୦ମାସର ଶିଶୁ ଆଖିବୁଜିବା ପୂର୍ବରୁ ଏକାସାଙ୍ଗରେ ୫ଜଣଙ୍କ ଜୀବନ ବଞ୍ଚାଇ ଦେଇ ଚାଲିଯିବା ଘଟଣାକୁ ଯିଏ ଶୁଣୁଛନ୍ତି ତାଙ୍କ ଆଖିରେ ଲୁହ ଭରି ଯାଉଛି ।

from Kanak News
via <a href="https://ifttt.com/?

ବ୍ରିସବେନ୍ ଟେଷ୍ଟ: ପ୍ରଥମ ଦିନ ସୁଦ୍ଧା ୫ ୱିକେଟରେ ୨୭୪ ରନ୍ କରିଛି ଅଷ୍ଟ୍ରେଲିଆ । ପଦାର୍ପଣ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ, ନଟରାଜନଙ୍କୁ ମିଳିଲା ୨ଟି ୱିକେଟ୍ ।

କନକ ବ୍ୟୁରୋ : ବ୍ରିସବେନ ଟେଷ୍ଟର ପ୍ରଥମ ଦିନର ଖେଳ ଆଜି ଶେଷ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୫ ୱିକେଟ ହରାଇ ୨୭୪ ରନ କରିଛି । ଦଳ ପକ୍ଷରୁ ମାର୍ନସ ଲାବୁସେନ ୧୦୮ ରନ କରି ଶତକ ହାସଲ କରିଛନ୍ତି । ସେହିପରି କାମରେନ ଗ୍ରୀନ ଓ ଟିମ ପାଇନ ନଟଆଉଟ ରହିଛନ୍ତି । କାଲି ପୁଣି ଏହି ଦୁଇ ଖେଳାଳି ବ୍ୟାଟିଂ ଆରମ୍ଭ କରିବେ ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନର ଭଲ ପାଳି ଆରମ୍ଭ କରିଥିଲେ । ଦଳ ପକ୍ଷରୁ ଲାବୁସେନ ୧୦୮, ମାଥ୍ୟୁ ୱାଡେ ୪୫, ଟିମ ପାଇନ ୩୮ ଓ ସ୍ମିଥ ୩୬ ରନ କରିଛନ୍ତି । ଫଳରେ ଦଳ ପ୍ରଥମ ଦିନ ଖେଳ ଶେଷ ୫ ୱିକେଟ ହରାଇ ୨୭୪ ରନ କରିଛି ।

ସେହିପରି ଭାରତୀୟ ଦଳ ଭଲ ବୋଲିଂ ପ୍ରଦର୍ଶନ ମଧ୍ୟ କରିଛନ୍ତି । ପଦାର୍ପଣ ଟେଷ୍ଟରେ ୱାଶିଂଟନ ସୁନ୍ଦରଙ୍କୁ ଗୋଟିଏ, ନଟରାଜନଙ୍କୁ ମିଳିଲା ୨ଟି ୱିକେଟ ମିଳିଛି । ଅନ୍ୟପକ୍ଷ ଏହି ଟେଷ୍ଟ ମ୍ୟାଚରେ ନବଦୀପ ସାଇନି ଆହତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଋଣ ସୁଝି ନ ପାରିବାରୁ ପାକିସ୍ତାନକୁ ଝଟକା ଦେଲା ମାଲେସିଆ । ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଜବତ୍ କଲା ବିମାନ

କନକ ବ୍ୟୁରୋ : ପାକିସ୍ତାନ ର ଅସୁବିଧା ସମୟରେ ବି ତା’ର ବନ୍ଧୁ ଦେଶ ମାନେ ତାକୁ ଝଟକା ଦେବାରେ ଲାଗିଛନ୍ତି । ପ୍ରଥମରୁ କାଙ୍ଗାଳ ସ୍ଥିତିରେ ଥିବା ପାକିସ୍ତାନକୁ ତା’ର ବନ୍ଧୁ ଦେଶ ମାଲେସିଆ ବି ଦାଉ ସାଧିଛି । ମାଲେସିଆର ସରକାରୀ ବିମାନ କମ୍ପାନୀ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ (ପିଆଇଏ) ର ଏକ ଯାତ୍ରୀବାହୀ ବିମାନ ୭୭୭ ରୁ ଯାତ୍ରୀ ମାନଙ୍କୁ ଉହ୍ଲାଇ ଦେଇ ବିମାନଟିକୁ ଜବତ କରିଛି    । ଏହି ବିମାନଟି ପାକିସ୍ତାନ ମାଲେସିଆରୁ ଲିଜ୍ ସୂତ୍ରରେ ଆଣିଥିଲା । ମାତ୍ର ଟଙ୍କା ଦେଇ ନ ପାରିବାରୁ ମାଲେସିଆ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ।
ପାକିସ୍ତାନ ଗଣମାଧ୍ୟମ ମୁତାବକ କୁଆଲାମପୁର ଏୟାରପୋର୍ଟରେ ବିମାନଟିରେ ଯାତ୍ରୀ ଓ କର୍ମଚାରୀ ଥିବା ବେଳେ ମାଲେସିଆ ସରକାରଙ୍କ ପକ୍ଷରୁ ସେମାନଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ ଓ ବିମାନଟିକୁ ଜବତ କରିନେଇଥିଲେ । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାର ଲାଇନ୍ସ ଏନେଇ ଏକ ଟ୍ୱିଟ୍ କରି ଜଣାଇଛି କି ପିଆଇଏର ଏକ ବିମାନକୁ ମାଲେସିଆର ସ୍ଥାନୀୟ ଅଦାଲତ ଜବତ କରି ନେଇଛି । ଏହା ମାଲେସିଆ ଅଦାଲତର ଏକତରଫା ବିଚାର ବୋଲି ଟ୍ୱିଟରେ ଲେଖାଯାଇଛି । କାରଣ ଦର୍ଶାଯାଇଛି କି ଏହି ବିବାଦ ପିଆଇଏ ଓ ଅନ୍ୟ ଏକ ପକ୍ଷ ମଧ୍ୟରେ ୟୁକେ କୋର୍ଟରେ ବିଚାରଧିନ ରହିଛି ।
ସୂଚନା ଥାଉକି ପିଆଇଏ ପାଖରେ ମୋଟ ୧୨ ଟି ବଡ ଯାତ୍ରୀବାହୀ ବିମାନ ରହିଛି । ପାକିସ୍ତାନୀ ଖବରକାଗଜ ଡେଲି ଟାଇମ୍ସର ରିପୋର୍ଟ ମୁତାବକ ଏହି ବିମାନଗୁଡିକୁ ପିଆଇଏ ବିଭିନ୍ନ କମ୍ପାନୀ ମାନଙ୍କ ଠାରୁ ଲିଜ ସୂତ୍ରରେ ଆଣିଥାଏ । ଆଜି ମାଲେସିଆ ଅଦାଲତ ଯେଉଁ ବିମାନଟିକୁ ଜବତ କରିଛି ତାହା ବି ଲିଜ୍ ସୂତ୍ରରେ ଆଣିଥିଲା ପିଆଇଏ । ହେଲେ ଲିଜ୍ ଚୁକ୍ତି ମୁତାବକ ଟଙ୍କା ଦେଇ ନଥିବାରୁ ତାହାକୁ ଜବତ୍ କରାଯାଇଛି ।  କହିରଖୁ କି ଏହାପୂର୍ବରୁ ପାକିସ୍ତାନର ଅତି ନିକଟତର କୁହାଯାଉଥିବା ସାଉଦିଆରବ ପାକିସ୍ତାନକୁ ଦେଇଥିବା ୩ ଅରବ ଡଲାର ମାଗି ନେଇଛି । ଇମରାନ ସରକାର ଚୀନ ଠାରୁ ଋଣ ଆଣି ଏହି ଟଙ୍କା ସୁଝିଥିବା ସୂଚନା ରହିଛି ।

from Kanak News
via <a href="https://ifttt.com/?

୯ମ ରାଉଣ୍ଡ ବୈଠକରେ ବି ବାହାରିଲାନି ସମାଧାନର ରାସ୍ତା । କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ, ୧୯ରେ ପରବର୍ତ୍ତୀ ବୈଠକ ।

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ଶେଷ ହୋଇଛି । ତେବେ ନବମ ରାଉଣ୍ଡ ବୈଠକରୁ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରିପାରିନାହିଁ । ଆସନ୍ତା ଜାନୁଆରୀ ୧୯ ତାରିଖ ଦିନ ୧୨ଟାରେ ପରବର୍ତ୍ତୀ ବୈଠକ ବସିବ ।

ତେବେ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ କୃଷି ଆଇନ୍ ସମ୍ପର୍କରେ ଆଲୋଚନା ହୋଇଥିଲା । କିନ୍ତୁ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଥିଲେ ଚାଷୀ ସଂଗଠନ । ଦେଢ ମାସରୁ ଅଧିକ ସମୟ ଧରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ କରୁଥିବା ବେଳେ, ସରକାରଙ୍କ ସହ ବାରମ୍ବାର ବୈଠକ ପରେ ବି କୌଣସି ନିଷ୍କର୍ସ ବାହାରିପାରୁନାହିଁ । ଆଉ ଏହାରି ଭିତରେ ଅପେକ୍ଷା ଆସନ୍ତା ଜାନୁଆରୀ ୧୯ ତାରିଖକୁ, ଯେତେବେଳେ କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୁଣି ଥରେ ବୈଠକ ବସିବ ।

from Kanak News
via <a href="https://ifttt.com/?

ଖୋଲିବ କିଡନୀ କେଳେଙ୍କାରୀ । ୩ ଦିନିଆ ରିମାଣ୍ଡ ପାଇଁ କମିଶନରେଟ୍ ପୋଲିସକୁ ମିଳିଲା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ।

କନକ ବ୍ୟୁରୋ : ଖୋଲିବ କିଡନୀ ରାକେଟର ଗୁମର । କିଡନୀ ରାକେଟରେ ଗିରଫ ଠକ ହିମାଂଶୁ ନନ୍ଦଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ଆଣିବ କମିଶନରେଟ୍ ପୋଲିସ । କମିଶନରେଟ୍ ପୋଲିସ ମାଗିଥିବା ରିମାଣ୍ଡକୁ ଏସଡିଜିଏମ କୋର୍ଟ ମଞ୍ଜୁର କରିଛନ୍ତି । ଆସନ୍ତାକାଲି ଠାରୁ କିଡନୀ ଠକ ହିମାଂଶୁଙ୍କୁ ରିମାଣ୍ଡରେ ଆଣି ଏହି ରାକେଟ ପଛରେ କିଏ କିଏ ଅଛନ୍ତି, କିଡନୀ ରାକେଟର ଚେର କେତେ ବାଟ ରହିଛି ଅଧିକ ଖୋଳତାଡ କରାଯିବ ବୋଲି ସୂଚନା ଦେଇଛନ୍ତି ସିପି ।

ନା ହିମାଂଶୁ ନନ୍ଦ । ବୟସ ୨୫ । ଘର କେନ୍ଦ୍ରାପଡା ଜିଲ୍ଲାର ଖଣ୍ଡପଡା । ଦେଖିବାକୁ ବେଶ ଭୋଲାଭାଲା ଆଉ ସାଦାସିଧା ଦେଖାଯାଉଥିବା ଏହି ଠକର କାହାଣୀ ଶୁଣିଲେ ଆପାଣ ତାଜୁବ ହୋଇଯିବେ । ଯେତେବେଳେ କୌଣସି ଲୋକ କିଡନୀ ରୋଗରେ ପୀଡିତ ହେବା ପରେ ତା ପରିବାର ଅସହାୟ ହୋଇପଡେ, ସେ ସମୟରେ ଏହାର ଫାଇଦା ଉଠାଇଥାଏ ଏହି ଠକ ଧୁରନ୍ଦର ।

ଅଶୋକ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ କିଡନୀ ପ୍ରତିରୋପଣ କରିବ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଶୋକଙ୍କର ଏକ ଘରୋଇ ହସପିଟାଲରେ ଡାଏଲିସିସ ଚାଲିଥିବାବେଳେ ତାଙ୍କୁ ଟାର୍ଗେଟ ବନାଇଥିଲା ଏହି ଠକ । ହେଲେ ଏହା ପଛରେ ଏକ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ଅଶୋକ । କିଡନୀ ପ୍ରତିରୋପଣ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ଡୋନର , ଡାକ୍ତର , ଘରୋଇ ହସପିଟାଲ ସମେତ ୫ରୁ ଅଧିକ ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ ଅଶୋକ । ତେବେ କିଡନୀ ପ୍ରତିରୋପଣ କରିବାର ଜାଲ କାଗଜପତ୍ର ମିଛ ପ୍ରତିଶ୍ରୃତି ଆଉ ଓଟି ରୁମର ମିଛ ପ୍ରଲୋଭନ ଦେଖାଇ ଲୁଟି ଚାଲିଥାଏ ଲକ୍ଷ ଲକ୍ଷ ଟଙ୍କା ।

from Kanak News
via <a href="https://ifttt.com/?

ଭିନ୍ନ ଭାବେ ସକ୍ଷମ ଗଜପତିର ହରିଶ୍ଚନ୍ଦ୍ର: ଦିବ୍ୟାଙ୍ଗ ହୋଇବି ପରିବା ଚାଷ କରି ନିଜ ପାଇଁ ତିଆରି କରିଛନ୍ତି ସ୍ୱତନ୍ତ୍ର ପରିଚୟ

କନକ ବ୍ୟୁରୋ: ଅକ୍ଷମ ନୁହଁ ସେ ସକ୍ଷମ । ଦିବ୍ୟାଙ୍ଗ ହୋଇସୁଦ୍ଧା ସେ ଜଣେ ସଫଳ ଚାଷୀ । ଗଜପତି ଜିଲ୍ଲାର ହରିଶ୍ଚନ୍ଦ୍ର ବେହେରା ଭିନ୍ନକ୍ଷମ ହୋଇ ବି ପରିବା ଚାଷ କରି ପାଂଚ ପ୍ରାଣୀ କୁଟୁମ୍ବକୁ ଯୋଗାଇ ଆସୁଛନ୍ତି ଆହାର । ଭିନ୍ନକ୍ଷମ ଭତାକୁ ଛାଡିଦେଲେ ତାଙ୍କୁ ଆଉ କୌଣସିି ସରକାରୀ ସହାୟତା ମିଳୁନାହିଁ । ଦିବ୍ୟାଙ୍ଗ ପାଇଁ ବହୁ ସରକାରୀ ଯୋଜନା ରହିଥିଲେ, ମଧ୍ୟ ହରିଶ୍ଚନ୍ଦ୍ରଙ୍କୁ କୌଣସି ଯୋଜନାରେ ସାମିଲ କରାଯାଇନାହିଁ ।

କ୍ଷେତରେ ଲହଡି ମାରୁଛି ସବୁଜିମା । ବିଲରେ ଫଳିଛି ଭଳିକି ଭଳି ପନିପରିବା । ଯେଉଁ ଚାଷୀଙ୍କ ପରିଶ୍ରମରେ ଏହି କ୍ଷେତ ହସୁଛି, ସେ ହେଉଛନ୍ତି ଜନ୍ମରୁ ଭିନ୍ନକ୍ଷମ । ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଉପୁଲଡା ଗାଁରେ ହରିଶ୍ଚନ୍ଦ୍ର ବେହେରା । ଦିବ୍ୟାଙ୍ଗ ଭାବେ ଜନ୍ମ ହୋଇଥିବା ହରିଶ୍ଚନ୍ଦ୍ର କିନ୍ତୁ ଜୀବନ ଯୁଦ୍ଧରେ ହାରମାନିବାକୁ ପ୍ରସ୍ତୁତ ନୁହଁନ୍ତି । କ୍ଷେତରେ ଚାଷ କରି ଯାହା ପରିବା ଅମଳ କରନ୍ତି, ତାକୁ ତିନି ଚକିଆ ସାଇକେଲରେ ନେଇ ଗାଁ ଗାଁ ବୁଲି ବିକ୍ରି କରି ପରିବାର ଚଳାଇ ଆସୁଛନ୍ତି ।

ହରିଶ୍ଚନ୍ଦ୍ର କ୍ଷେତରେ ମୂଳା, ଫୁଲକୋବି, ଭେଣ୍ଡି, ଲାଉ, କଲରା, ମକା ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗ ଚାଷ କରି ସଫଳ ଚାଷୀ ହୋଇପାରିଛନ୍ତି ସତ, କିନ୍ତୁ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ତା ଉପରେ ଦୁଇ ପିଲାଙ୍କ ପାଠପଢା ଖର୍ଚ୍ଚ, ଅଭାବ ବଢାଉଛି । ଏପଟେ ବିନା କୃଷି ଉପକରଣରେ ଫସଳ ଅମଳ ସହ ସାଇକେଲରେ ଗାଁ ଗାଁ ବୁଲି ପରିବା ବିକ୍ରି କରିବା ହରିଶ୍ଚ୍ନ୍ଦ୍ରଙ୍କ ପାଇଁ କଷ୍ଟକର ହୋଇପଡୁଛି । କେବଳ ଭିନ୍ନକ୍ଷମ ଭତାକୁ ଛାଡି ଦେଲେ ହରିଶ୍ଚନ୍ଦ୍ରଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ । ତେଣୁ କୌଣସି ସରକାରୀ ଯୋଜନାରେ ତାଙ୍କୁ ସାମିଲ କରି ଚାଷ ଉପକରଣ ସହ ଆର୍ଥିକ ସହାୟତା ଯୋଗାଇ ଦେଲେ ସେ ଅଧିକ ରୋଜଗାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିଥାନ୍ତେ ।

ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଭାସ୍କର ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ସରକାରଙ୍କ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି ।

from Kanak News
via <a href="https://ifttt.com/?

ଖୋର୍ଦ୍ଧାର ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ଚମ୍ପେଇଲର ଦୁଃଖ: ସ୍ୱାଧିନତା ସଂଗ୍ରାମରେ ଝାସ ଦେଇଥିଲେ ୨୯ ଜଣ; ଏବେ କେବଳ ମାନପତ୍ରରେ ଅଟକି ଯାଇଛି ସଂଗ୍ରାମୀଙ୍କ ସ୍ମାରକ

କନକ ବ୍ୟୁରୋ: ଦେଶକୁ ସ୍ୱାଧୀନ କରିବା ପାଇଁ ଦିନେ ଯେଉଁମାନେ ଲଢେଇ କରିଥିଲେ ବ୍ରିଟିଶ ବିରୋଧରେ । ଆଜି ସେମାନଙ୍କ ସ୍ମତି ଖଣ୍ଡିଏ ନାହିଁ ଗାଁ ଭିତରେ । ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇ ସଂଗ୍ରାମରେ ଝାସ ଦେଇଥିଲେ ଖୋର୍ଧା ଜିଲ୍ଲାର ଚମ୍ପାଇଲ ଗାଁର ୨୯ ଜଣ ସଂଗ୍ରାମୀ । ମାନପତ୍ରକୁ ବାଦ ଦେଲେ ଏବେ ସ୍ମୃତି କହିଲେ କିଛି ବି ନାହିଁ ।

ଖୋର୍ଧା ବଲାଙ୍ଗିର ୫୭ ନଂବର ଜାତୀୟ ରାଜପଥ ପିଚୁକୁଳି ଠାରୁ ମାତ୍ର ଦେଢ କିଲୋମିଟର ଦୂରରେ ପଡିଥାଏ ଚମ୍ପାଇଲ ଗାଁ । ଖୋର୍ଧା ଜିଲ୍ଲାର ବୋଲଗଡ ବ୍ଲକର ଏହି ଗାଁ , ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ପରିଚିତ । ଗାଁର ୨୦ ରୁ ଅଧିକ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ଡାକରାରେ ସାମିଲ ହୋଇଥିଲେ ଆଜାଦ ହିନ୍ଦ ଫୌଜରେ । ଆଜି ଏହି ସଂଗ୍ରାମୀଙ୍କ ସ୍ମୃତି ହଜିଯିବାକୁ ବସିଲାଣି ।

ଖୋର୍ଧା ଜିଲ୍ଲାର ପ୍ରଥମ ରାଜବନ୍ଦୀ ହେଉଛନ୍ତି ବିଶ୍ୱନାଥ ସାମନ୍ତ । ଗାନ୍ଧିଙ୍କ ଡାକରାରେ ସାମିଲ ହୋଇଥିଲେ ଲବଣ ସତ୍ୟାଗ୍ରହରେ । ଇଂରେଜ ବିରୋଧରେ ଲଢେଇର ସ୍ୱାକ୍ଷର ବି ରହିଛି ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ନିକଟରେ । ସ୍ୱାଧୀନତା ପରେ ରାଜ୍ୟ ସରକାର ଏମାନଙ୍କୁ ପ୍ରଦାନ କରିଛନ୍ତି ସ୍ୱାଧୀନତା ସଂଗ୍ରାମୀର ସ୍ୱାକ୍ଷର । କିନ୍ତୁ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ସରକାରୀ ସ୍ତରରେ କୌଣସି ସହଯୋଗ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

from Kanak News
via <a href="https://ifttt.com/?

ମରୁଡି ପ୍ରବଣ ଅଂଚଳରେ ହସୁଛି ସୁନାର ଫସଲ: ପଦ୍ମପୁର ଚାଷୀଙ୍କ ମୁହଁରେ ହସ ଫୁଟାଇଲା ସରକାରଙ୍କ ଉଠାଜଳସେଚନ ପ୍ରକଳ୍ପ

କନକ ବ୍ୟୁରୋ: ଚାଷୀ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ଚାଷୀଙ୍କୁ ଚାଷ କାମରେ ଅଗ୍ରଗତି କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତାମଧ୍ୟରୁ ଉଠାଜଳସେଚନ ଯୋଜନା ଅନ୍ୟତମ । ଏହି ଯୋଜନା ଯୋଗୁଁ ଟାଙ୍ଗରା ଭୁଇଁରେ ଚାଷୀ ସୁନାର ଫସଲ ଫଳାଇ ପାରୁଛି ।

ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପିଡିତ ଅଂଚଳ । ଏଠାକାର ଚାଷୀ କେବଳ ବର୍ଷା ପାଣି ଭରସାରେ ଧାନ ଚାଷ କରିଥାନ୍ତି । ଭଲ ବର୍ଷା ନହେଲେ ଫସଲ ଉଜୁଡି ଯାଏ । ହେଲେ ସରକାରଙ୍କ ଉଠା ଜଳସେଚନ ଯୋଜନ କାରଣରୁ ପଦ୍ମପୁର ଚାଷୀ ଏବେ ଧାନ ସହ ପନିପରିବା ଚାଷ କରୁଛନ୍ତି । ନିଜ ଜମିରୁ ଉତ୍ପାଦିତ ପନିପରିବାକୁ ସ୍ଥାନୀୟ ବଜାରରେ ବିକି ଭଲ ଦୁଇ ପଇସା ରୋଜଗାର କରୁଥିବା ବେଳେ ଅନ୍ୟଙ୍କୁ କାମ ଯୋଗାଇ ଦେଉଛନ୍ତି ଚାଷୀ ।

ବରଗଡ ଜିଲ୍ଲାରେ ବର୍ତମାନ ଉଠା ଜଳସେଚନ ବିଭାଗ ପକ୍ଷରୁ ୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଗୋଟିଏ ରିଭାଲିକ ପ୍ରକଳ୍ପ ଓ ଅନ୍ୟଟି ଡିପ୍-ବୋରୱେଲ ପ୍ରକଳ୍ପ । ସଂପୂଣ୍ଣ ବରଗଡ ଜିଲ୍ଲାରେ ୯୪୬ ଗୋଟି ରିଭଲିକ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଥିବା ବେଳେ ୨୩ ହଜାର ୫୪୧ ହେକ୍ଟର ଚାଷ ଜମି ଜଳସେଚିତ ହେଉଛି । ୧୬ ହଜାର ବୋରୱେଲ ଚାଲିଛି ଯେଉଁଥିରେ ପ୍ରାୟ ୩୫ହାଜର ହେକ୍ଟର ଚାଷ ଜମି ପାଣି ପାଉଛି । ଏ ବର୍ଷ ୧୦୩ ଗୋଟି ରିଭାଲିକ ପ୍ରକଳ୍ପ ଓ ୯ ହଜାରଟି ବୋରୱେଲ କାର୍ଯ୍ୟକାରୀ ହେବାକୁ ଯାଉଛି । ଫଳରେ ଆହୁରି ୪୦ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ । ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ତେବେ ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ ଯୋଗୁଁ ଚାଷୀମାନେ ଲାଭବାନ ହେଉଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

from Kanak News
via <a href="https://ifttt.com/?

ସ୍ୱାଭିମାନ ଅଂଚଳର ଭାତ ହାଣ୍ଡି ପାଲଟିବ ବାଲିମେଳା ଜଳଭଣ୍ଡାର: ମାଛ ମାରି ଜୀବିକା ନିର୍ବାହ ପାଇଁ ଲୋକଙ୍କୁ ସହାୟତା କରୁଛି ମତ୍ସ୍ୟ ବିଭାଗ

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳବାସୀଙ୍କୁ ରୋଜଗାର ଯୋଗାଉଛି ବାଲିମେଳା ଜଳଭଣ୍ଡାର । ସ୍ୱାଭିମାନ ଅଂଚଳବାସୀଙ୍କୁ ସ୍ୱାବଳମ୍ବୀ କରିବା ଉଦେଶ୍ୟରେ ବାଲିମେଳା ଜଳଭଣ୍ଡାରରେ ୩ ବର୍ଷ ହେଲା ମାଛ ଯାଅଁଳା ଛାଡୁଛି ଜିଲ୍ଲା ପ୍ରଶାସନ । ୨୦୧୮ରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସେତୁ ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ସେଥିରେ ମତ୍ସ୍ୟ ଚାଷ ପାଇଁ ୨୦ କୋଟି ଅଂଶ ରଖାଯାଇଥିଲା । ଆଉ ସେହି ସେତୁ ଯୋଜନା ଏବେ ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ମଣିଷକୁ ରୋଜଗାରକ୍ଷମ କରିବା ସହ ଜୀବିକା ନିର୍ବାହର ବାଟ ଫିଟାଇଛି ।

ବାଲିମେଳା ଜଳଭଣ୍ଡାରରେ ସଫଳ ହେଉଛି ମାଛ ଚାଷ । ୧୦ ହଜାର ଲୋକଙ୍କ ଜୀବିକା ନିର୍ବାହ କରିବା ପାଇଁ ୩ ବର୍ଷ ହେଲା ବାଲିମେଳା ଜଳଭଣ୍ଡାରରେ ମାଛ ଯାଆଁଳ ଛାଡି ଆସୁଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏଯାଏଁ ୫ କୋଟିରୁ ଅଧିକ ମାଛ ଯାଅାଁଳ ଛାଡିଛି ମତ୍ସ୍ୟ ବିଭାଗ । ମାଲେସିଆ ସ୍ଥିତ ୱାର୍ଲଡ ଫିସ୍ ଫେଡେରେଶନର ବୈଷୟିକ ତତ୍ୱବଧାନରେ ରୋହି, ଭାକୁର, ମିର୍କାଲି, ଚାଇନା ରୋହି ପ୍ରଜାତିର ୩୦୦ ଗ୍ରାମରୁ ଅଧିକ ଓଜନର ବଡ ମାଛ ଯାଅଁଳା ଛାଡିଛି ମତ୍ସବିଭାଗ । ଏହାସହ ମାଛ ମାରି ଜୀବିକା ନିର୍ବାହ କରିବା ପାଇଁ ସ୍ୱାଭିମାନ ଅଂଚଳବାସୀଙ୍କୁ ଜାଲ, ମାଛ ଧରା ଡଙ୍ଗ ଯୋଗାଇ ଦେଇଛି ମତ୍ସ୍ୟ ବିଭାଗ ।

୨୦୧୮ରେ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଅଙ୍ଗୁଳିକା ମାଛ ଛଡା ଯାଇଥିଲା । ପର୍ଯ୍ୟାୟ କ୍ରମେ ବାଲିମେଳା ଜଳଭଣ୍ଡାରରେ କୋଟିଏ ଯାଅାଁଳ ମାଛ ଛଡା ଯିବ । ଚଳିତ ବର୍ଷ ୮୦ ଲକ୍ଷ ଯାଅାଁଳ ମାଛ ଛାଡିବା ଲକ୍ଷ୍ୟ ରଖିଛି ମତ୍ସ୍ୟବିଭାଗ । ଏ ବର୍ଷର ପ୍ରଥମ ପର୍ଯ୍ୟାୟରେ ୨୦ କ୍ୱିଂଟାଲ ମାଛ ଯାଆଁଳ ଛଡା ଯାଇଥିବା ବେଳେ ମାଛ ବଢିବା ଲାଗି ଜଳଭଣ୍ଡାର ୫ ଏକର ସ୍ଥାନରେ ପେନ୍ କଲ୍ଟିଭେସନ ପଦ୍ଧତିରେ ଫିଶ ଫାର୍ମିଙ୍ଗ କରାଯାଇଛି । ଏବେ ବିପୁଳ ପରିମାଣର ମାଛ ଛଡା ଯାଉଥିବାରୁ ଆଗାମୀ ୫ ବର୍ଷ ପରେ ଆଉ ମାଛ ଯାଆଁଳ ଛଡିବାକୁ ପଡିବ ନାହିଁ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀ ୨୦୧୮ ଜୁଲାଇରେ ଗୁରୁପ୍ରୀୟା ସେତୁ ଉଦଘାଟନ କରି ୧୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ସେଥିରେ ମତ୍ସ୍ୟ ଚାଷ ପାଇଁ ୨୦ କୋଟି ଅଂଶ ରଖାଯାଇଥିଲା । ଯାହା ଏବେ ସ୍ୱାଭିମାନ ଅଂଚଳବାସୀଙ୍କ ଜୀବିକା ନିର୍ବାହ କରିବା ଦିଗରେ ବେଶ ସଫଳ ହୋଇପରିଛି ।

from Kanak News
via <a href="https://ifttt.com/?

ଶପଥ ନେବା ପୂର୍ବରୁ ଆମେରିକାବାସୀଙ୍କୁ ଖୁସି କରିଦେଲେ ଜୋ-ବାଇଡେନ୍ । ଘୋଷଣା କଲେ ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ । ପ୍ରତି ନାଗରିକଙ୍କ ଖାତାକୁ ଯିବ ୩୦ ହଜାର ଟଙ୍କା

କନକ ବ୍ୟୁରୋ : ସବୁ ଘାତ ପ୍ରତିଘାତ ଭିତରେ ଆସନ୍ତା ୨୦ ତାରିଖରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ- ବାଇଡେନ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଶପଥ ଗ୍ରହଣ ପୂର୍ବରୁ ସେ ତାଙ୍କର ନିର୍ବାଚନ ପ୍ରତିଶୃତି ପାଳନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଧ୍ୱସ୍ତ ବିଧ୍ୱସ୍ତ ହୋଇପଡିଥିବା ଆମେରିକା ଅର୍ଥନୀତିର ସୁଧାର ଆଣିବାକୁ ସେ ୧.୯ ଟ୍ରିିଲିୟନ ଡଲାର ବା ୧୩୮ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ସେ ଶପଥ ନେବା ପରେ ଏହାକୁ ଆମେରିକାର ଉଭୟ ସଂସଦରେ ପାରିତ କରାଯିବ । ଏହି ପ୍ୟାକେଜ ଲାଗୁହେଲେ ପ୍ରତିଟି ଆମେରିକୀୟ ନାଗରିକଙ୍କ ଖାତାକୁ ୧୪ ଶହ ଡଲାର ବା ଭାରତୀୟ ମୁଦ୍ରାରେ ୩୦ ହଜାର ଟଙ୍କା ଦିଆଯିବ । ଏହାସହ ଏହି ସହାୟତା ପ୍ୟାକେଜରେ ବି କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହାକୁ ଆମେରିକାନ ରେସ୍କ୍ୟୁ ପ୍ୟାକେଜ୍ ନାମ ଦିଆଯାଇଛି ।
କହିରଖୁ କି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳା ଫଳକୁ ନେଇ ଏବେ ବି ବିଭ୍ରାଟ ଲାଗି ରହିଛି । ବର୍ତ୍ତମାନ ରାଷ୍ଟ୍ରପତି ଥିବା ଡୋନାଲ୍ଡ ଟ୍ରମ୍ପ୍ ଏବେ ବି ତାଙ୍କ ପରାଜୟକୁ ସ୍ୱିକାର କରି ନାହାନ୍ତି । ଏନେଇ ଅଫିସିଆଲ ଭୋଟ ଗଣତି ଦିନ ତାଙ୍କର କିଛି ସମର୍ଥକ କ୍ୟାପିଟଲ ହଲରେ ପଶି ହଙ୍ଗାମା କରିଥିଲେ । ଏହା ପରେ ଆମେରିକା ସଂସଦ ପକ୍ଷରୁ ଟ୍ରମ୍ପ୍ ଙ୍କ ନାମରେ ଦ୍ୱିତୀୟଥର ପାଇଁ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ହେଲେ ସେ ଯଦି ସ୍ୱଇଚ୍ଛାରେ ପଦ ନଛାଡନ୍ତି ତାହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started