ଖୋଲିବ କିଡନୀ ରାକେଟର ଗୁମର: ୩ ଦିନ ପାଇଁ ରିମାଣ୍ଡ ଆବେଦନ କଲା କମିଶନରେଟ୍ ପୋଲିସ

କନକ ବ୍ୟୁରୋ: ଖୋଲିବ କିଡନୀ ରାକେଟର ଗୁମର । କିଡନୀ ରାକେଟରେ ଗିରଫ ଠକ ହିମାଂଶୁ ନନ୍ଦଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି କମିଶନରେଟ୍ ପୋଲିସ । ହିମାଂଶୁଙ୍କୁ ରିମାଣ୍ଡରେ ଆଣି ଏହି ରାକେଟ ପଛରେ କିଏ କିଏ ଅଛନ୍ତି, କିଡନୀ ରାକେଟର ଚେର କେତେ ବାଟ ରହିଛି ଅଧିକ ଖୋଳତାଡ କରିବାକୁ ଯୋଜନା ରଖିଛି ପୋଲିସ । କିଡନୀ ଠକଠାରୁ ଜେରା ବେଳେ ଅଧିକ ତଥ୍ୟ ମିଳିବା ନେଇ ଆଶାବାଦୀ ଅଛନ୍ତି କମିଶନରେଟ୍ ପୋଲିସ ।

ନା ହିମାଂଶୁ ନନ୍ଦ । ବୟସ ୨୫ । ଘର କେନ୍ଦ୍ରାପଡା ଜିଲ୍ଲାର ଖଣ୍ଡପଡା । ଦେଖିବାକୁ ବେଶ ଭୋଲାଭାଲା ଆଉ ସାଦାସିଧା ଦେଖାଯାଉଥିବା ଏହି ଠକର କାହାଣୀ ଶୁଣିଲେ ଆପାଣ ତାଜୁବ ହୋଇଯିବେ । ଯେତେବେଳେ କୌଣସି ଲୋକ କିଡନୀ ରୋଗରେ ପୀଡିତ ହେବା ପରେ ତା ପରିବାର ଅସହାୟ ହୋଇପଡେ, ସେ ସମୟରେ ଏହାର ଫାଇଦା ଉଠାଇଥାଏ ଏହି ଠକ ଧୁରନ୍ଦର ।

ଅଶୋକ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ କିଡନୀ ପ୍ରତିରୋପଣ କରିବ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଶୋକଙ୍କର ଏକ ଘରୋଇ ହସପିଟାଲରେ ଡାଏଲିସିସ ଚାଲିଥିବାବେଳେ ତାଙ୍କୁ ଟାର୍ଗେଟ ବନାଇଥିଲା ଏହି ଠକ । ହେଲେ ଏହା ପଛରେ ଏକ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ଅଶୋକ । କିଡନୀ ପ୍ରତିରୋପଣ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ଡୋନର , ଡାକ୍ତର , ଘରୋଇ ହସପିଟାଲ ସମେତ ୫ରୁ ଅଧିକ ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ ଅଶୋକ । ତେବେ କିଡନୀ ପ୍ରତିରୋପଣ କରିବାର ଜାଲ କାଗଜପତ୍ର ମିଛ ପ୍ରତିଶ୍ରୃତି ଆଉ ଓଟି ରୁମର ମିଛ ପ୍ରଲୋଭନ ଦେଖାଇ ଲୁଟି ଚାଲିଥାଏ ଲକ୍ଷ ଲକ୍ଷ ଟଙ୍କା । ଦେଖନ୍ତୁ ଠକ ଜଣକ କିଭିଳି ତାର ମିଛ ମାୟାଜାଲରେ ଜଣକୁ ଠକେଇ କରୁଛି ।

from Kanak News
via <a href="https://ifttt.com/?

ଥାନାରେ ବାଘ ! କଳାହାଣ୍ଡି ଆମପାଣି ଥାନାରୁ ଆସିଲା ରାତିଅଧରେ ବାଘ ଛୁଆ ପ୍ରବେଶ କରୁଥିବାର ଚିତ୍ର

କନକ ବ୍ୟୁରୋ: ରାତି ଅଧରେ ଥାନାରେ ପଶୁଛନ୍ତି ବାଘ ଛୁଆ । ଏକଥା ଶୁଣିଲେ କେହି ବି ବିଶ୍ୱାସ କରିବେନି । କିନ୍ତୁ ଏହି ଘଟଣା ସତ । ସିସିଟିଭିରେ ସ୍ପଷ୍ଟ ଦେଖିବାକୁ ମିଳିଛି ଦୁଇଟି ବାଘ ଛୁଆ ଅନ୍ଧାର ରାତିରେ ଥାନାର ଫାଟକ ଦେଇ ପ୍ରବେଶ କରୁଛନ୍ତି । ଏହି ଚିତ୍ର ହେଉଛି କଳାହାଣ୍ଡି ଜିଲ୍ଲାର ଆମପାଣି ଥାନାର ।

କିଛି ଦିନ ତଳେ ବିଲ ଭିତରେ ଥିବା କ୍ଷେତରୁ ଏକ କଲରାପତରିଆ ବାଘ ଉଦ୍ଧାର ହୋଇଥିଲା । ବନବିଭାଗ ପ୍ରାୟ ୧୨ ଘଂଟାର ଅପରେସନ ପରେ କଲରାପତରିଆ ବାଘକୁ ଉଦ୍ଧାର କରିଥିଲା । ବର୍ତମାନ ପୁଣି ୨ଟି ବାଘଛୁଆ ଥାନାରେ ପ୍ରବେଶ କରୁଥିବା ଖବର ସାମ୍ନାକୁ ଆସିବା ପରେ ନିକଟରେ ଥିବା ସାହାଜଖୋଲ ଜଙ୍ଗଲରେ ବାଘ ରହିଥିବା କଥା ସ୍ପଷ୍ଟ ହୋଇଛି । ଏହାକୁ ନେଇ ଆତଙ୍କରେ ଅଛନ୍ତି ଆମପାଣି ଥାନାର ନିକଟବର୍ତି ଗାଁ ଲୋକେ ।

from Kanak News
via <a href="https://ifttt.com/?

୨ ଦଫା ଦାବିରେ ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ: ୩ କୃଷି ଆଇନ ପ୍ରତ୍ୟାହାର ଓ ତୈଳ ଦର ବୃଦ୍ଧିକୁ ନେଇ ଦଳର ବିରୋଧ; ରାଜ୍ୟପାଳଙ୍କୁ ଦେଲେ ସ୍ମାରକପତ୍ର

କନକ ବ୍ୟୁରୋ: ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ୩ଟି କୃଷି ଆଇନକୁ କଳା ଆଇନ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏହା ବାଦ୍ ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ମଧ୍ୟ ଦଳ ପ୍ରତିବାଦ କରିଛି ।

ଦୁଇ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ରାଜଭବନ ଆଗରେ ଧାରଣା ସମୟରେ ପୋଲିସ ସହିତ କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ହୋଇଥିଲ।। କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଓଡିଶା ପିସିସି ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ ୬ଟି ସ୍ଥାନରେ ଟିକାକରଣ: ଟିକାକରଣ କେନ୍ଦ୍ର ଭାବେ ସାମିଲ ହେଲା ଏମ୍ସ; ପ୍ରତି କେନ୍ଦ୍ରରେ ଦୈନିକ ୧୦୦ଜଣଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟର ୧୬୧ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ଏଥିପାଇଁ ରାଜ୍ୟସରକାର ସବୁ ପ୍ରସ୍ତୁତି ସାରିଛନ୍ତି । ତେବେ କେଉଁମାନଙ୍କୁ କରୋନା ଟିକା ଦିଆଯିବ, କେଉଁମାନଙ୍କୁ ଦିଆଯିବ ନାହିଁ । ତାକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି । ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତି ହୋଇଥିବା ରୋଗୀ, ୧୪ ଦିନ ଭିତରେ କୌଣସି ଟିକା ନେଇଥିଲେ ତାଙ୍କୁ କରୋନା ଟିକା ଦିଆଯିବ ନାହିଁ ।

ଆସନ୍ତାକାଲି ଦେଶବ୍ୟାପୀ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରହିଛି ଦୁଇଟି ଟିକା । ସେରମ ଇନଷ୍ଟିଚୁଟର କୋଭିସିଲଡ ଏବଂ ଭାରତ ବାୟୋଟେକର କୋଭାକ୍ସିନ୍ । କୋଭିସିଲଡ୍ ର ୪ ଲକ୍ଷ ୮ ହଜାର ଡୋଜ୍ ଏବଂ କୋଭାକ୍ସିନର ୨୦ ହଜାର ଡୋଜ୍ ଆସିଛି ରାଜ୍ୟକୁ । ରାଜ୍ୟର ସବୁ ଜିଲ୍ଲା ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ଆଇଜିଏଚ ହସ୍ପିଟାଲକୁ ମିଶାଇ ମୋଟ୍ ୩୨ଟି କେନ୍ଦ୍ରକୁ ଟିକା ପଠାଯାଇଛି । ରାଜ୍ୟରେ ମୋଟ୍ ୧୬୦ ଟିକାକରଣ କେନ୍ଦ୍ରରେ ହେବ କରୋନା ଟିକାକରଣ । ଭୁବନେଶ୍ୱରରେ କେବଳ କୋଭାକ୍ସିନ ଟିକା ଦିଆଯିବ । ଅନ୍ୟ ସବୁଠାରେ କୋଭିସିଲଡ୍ ଟିକା ଦିଆଯିବ । ରାଜଧାନୀରେ ମୋଟ୍ ୫ଟି ଟିକାକରଣ କେନ୍ଦ୍ର କରାଯାଇଥିଲା । ତେବେ ଏମସକୁ ମିଶାଇ ଏହି ଟିକାକରଣ କେନ୍ଦ୍ର ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଭୁବନେଶ୍ୱରରେ ଦୈନିକ ଶହେଜଣଙ୍କୁ ଦିଆଯିବ କରୋନା ଟିକା । ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଂଜିକୃତ କରାଯାଇଛି । ୯ ହଜାର ଲୋକଙ୍କୁ ଏଠାରେ ପ୍ରଥମ ପ ର୍ଯ୍ୟାୟରେ ଟିକାକରଣ କରାଯିବ । ୨୮ ଦିନ ପରେ ସେମାନଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ୍ । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ।

ଆସନ୍ତାକାଲି ଠାରୁ କୋରନା ମହାମାରୀ ବିରୋଧରେ ମହାଲଢେଇ । ସାରାଦେଶରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦେଶରେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସେହିପରି ରାଜ୍ୟରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଜିଲ୍ଲାକୁ ୧୧ ହଜାର ୫୦ ଡୋଜ ଟିକା ଆସିଛି । ମୋଟ ୮ଟି ଟିକାକରଣ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି । ରାଉରକେଲା ସରକାରୀ ହସ୍ପିଟାଲ, ଘରୋଇ ଜେ.ପି ହସ୍ପିଟାଲ ଓ କୋଏଲନଗର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସୁନ୍ଦରଗଡର ୩ଟି ଡାକ୍ତରଖାନାରେ ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମଙ୍ଗଳପୁର ସିଏଚସି. ବଣାଇ ସିଏଚସିକୁ ଟିକାକରଣ କେନ୍ଦ୍ର କରିଛନ୍ତି ଜିଲ୍ଲା ପ୍ରଶାସନ । ସାରା ଜିଲ୍ଲାରେ କିଭଳି ତାର ପ୍ରସ୍ତୁତି କରାଯାଇଛି ତାର ସମୀକ୍ଷା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନାରଭଣେ ଓ ସୁନ୍ଦରଗଡ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର ।

from Kanak News
via <a href="https://ifttt.com/?

ରାଜ୍ୟର ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଗଲା ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ-୨୦୨୧ : ଧର୍ମେନ୍ଦ୍ରଙ୍କ ଉଦବୋଧନ, ଜଗନ୍ନାଥ ହିଁ ଓଡିଶାର ବଡ ବ୍ରାଣ୍ଡ

କନକ ବ୍ୟୁରୋ : ସମ୍ବାଦର ଏକ୍ସିଲେନ୍ସ ଆୱାର୍ଡ଼-୨୦୨୧ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଓଡ଼ିଆଙ୍କ ପାଇଁ ପ୍ରଭୁ ଜଗନ୍ନାଥ ସବୁଠୁ ବଡ ବ୍ରାଣ୍ଡ । ଓଡ଼ିଆ ଲୋକମାନେ କୁଶଳୀ, ବୁଦ୍ଧୀଜୀବୀ ଓ ସଚ୍ଚୋଟ । ଓଡ଼ିଶାର ପୁଷ୍ଟିକର ଖାଦ୍ୟ ସମସ୍ୟାର ସମାଧାନ ଜରୁରୀ । ଏହି ସମସ୍ୟା ଆମ ସମସ୍ତଙ୍କୁ ସମାଧାନ କରିବାକୁ ପଡ଼ିବ । ରାଜ୍ୟର ୫୦ ପ୍ରତିଶତ ଶିଶୁ ପୁଷ୍ଟିକର ଖାଦ୍ୟରୁ ବଂଚିତ ଅଛନ୍ତି । ଆଗାମୀ ୧୫ ବର୍ଷ ଭିତରେ ଶିଶୁଙ୍କ ସମସ୍ୟା ସମାଧାନ ଜରୁରୀ । ସେହିପରି ପେଟ୍ରୋକେମିକାଲକୁ ନେଇ ଓଡ଼ିଶାରେ ନୂଆ ସମ୍ଭାବନା ରହିଛି । ପୁରୀ, କୋଣାର୍କ, ଲିଙ୍ଗରାଜ ମନ୍ଦିର ସମାଜରେ ସଂଶୋଧନ ଯୋଗୁଁ ସମ୍ଭବ । ବ୍ୟବସ୍ଥା ସହଯୋଗୀ ହେଲେ ଭଲ ବାତାବରଣ ସୃଷ୍ଟି ହେବ । ସମାଜରେ ସମ୍ପନ୍ନତା ଆସିଲେ ସ୍ୱାଭିମାନ ଆସିବ।

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପିରି ଏକ କାର୍ଯ୍ୟକ୍ରମ ପାଇଁ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରାଣ୍ଡ ଅଫ୍ ଓଡ଼ିଶା ଗୌରବର ବିଷୟ ବୋଲି ସେ କହିଛନ୍ତି । ବ୍ୟବସାୟ ଓ ଶିଳ୍ପ ପାଇଁ ବ୍ରାଣ୍ଡିଂ ଓ ପ୍ରମୋଶନ ବହୁ ଗୁରୁତ୍ୱ ରଖେ । ଏହି ଅବସରରେ ଓୟୋର ପ୍ରତିଷ୍ଠାତା ଓଡ଼ିଆ ଯୁବକ ରିତେଶଙ୍କ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସାୟ ସୃଷ୍ଟି କରିଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହେବ । ଏପରି ସମୟରେ ସଂବାଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମ ରାଜ୍ୟର ଅନେକଙ୍କୁ ପ୍ରୋତ୍ସାହିତ କରିବ । ଏହି ଅବସରରେ ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି ବ୍ରାଣ୍ଡସ୍ ଅଫ୍ ଓଡିଶା, ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସଲେନ୍ସି ସମ୍ମାନ ।

ଉତ୍କର୍ଷର ଉପାସକଙ୍କୁ ଉତ୍ସାହିତ କରିବାକୁ ଏଭଳି ଏକ ଯୋଜନା ବୋଲି କହିଛନ୍ତି ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ । ଏହି ଅବସରରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ । ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ୱନ୍ଦି ନେତା ଭାବେ ଲୋକପ୍ରିୟତା ହାସଲ କରିଛନ୍ତି । ଓଡ଼ିଆ ଲୋକ ହୋଇ ସାରା ବିଶ୍ୱରେ ନାଁ କମେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅସିତ୍ ତ୍ରିପାଠି ଆମ ପାଇଁ ନୂଆ ସଫଳତାର ପ୍ରମାଣ । ଏହି କାର୍ଯ୍ୟକ୍ରମ ଯୋଗୁଁ ନୂଆ ନୂଆ ପ୍ରତିଭାକୁ ଆମେ ପାଇଛୁ । ନୂଆ ପ୍ରତିଭା , ନୂଆ ଉଦ୍ୟୋଗ ବିଷୟ;ରେ ଜାଣିବାକୁ ପାଇଛୁ । ଓଡ଼ିଶାରେ ଅନେକ ସଫଳ ବ୍ୟକ୍ତି ଅଛନ୍ତି, ଅନେକ ଅନୁଷ୍ଠାନ ଅଛି । ଆତ୍ମ ଆବିଷ୍କାର କରିବାକୁ ଏହା ଆମର ଏକ ପ୍ରୟାସ ବୋଲି ସେ କହିଛନ୍ତି । ଉକ୍ରର୍ଷର ଉପାସକଙ୍କୁ ସାମ୍ନାକୁ ଆଣିବା ମିଡ଼ିଆର କାମ ବୋଲି ସେ କହିଛନ୍ତି ।

from Kanak News
via <a href="https://ifttt.com/?

ନୂତନ କୃଷି ଆଇନକୁ ଆଇଏମ୍ଏଫ୍ ର ପ୍ରଶଂସା । ଆଇଏମ୍ଏଫ୍ କହିଲା ଏହି ଆଇନ କୃଷକ ମାନଙ୍କର ଅର୍ଥିକ ସୁଧାର ପାଇଁ ନିଭାଇବ ମହତ୍ୱପୂର୍ଣ୍ଣ ଭୂମିକା

କନକ ବ୍ୟୁରୋ : ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ବା ଆଇଏମଏଫ ନୂତନ କୃଷି କାନୁନକୁ ପ୍ରଶଂସା କରିଛନ୍ତି । ଆଇଏମ୍ଏଫ୍ ତରଫରୁ କୁହାଯାଇଛି କି ଏହି କାନୁନ୍ କୃଷି କ୍ଷେତ୍ରର ସୂଧାର ପାଇଁ ସରକାରଙ୍କ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଆଇଏମଏଫର ପ୍ରବକ୍ତା ଗୌରୀ ରାଇସ ଏଭଳି ମନ୍ତବ୍ୟ ଦେବା ସହ ଆହୁରି କହିଛନ୍ତି କି ଏହି ଆଇନ ଦ୍ୱାରା ଯେଉଁ କୃଷକ ମାନଙ୍କର କ୍ଷତି ହେବ ସେମାନଙ୍କୁ ସରକାର ସାମାଜିକ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି ।

କହିରଖୁ କି ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଗୌରୀ ରାଇସଙ୍କୁ ପ୍ରଶ୍ନ ପଚରା ଯାଇଥିଲା । ତାହାର ଉତ୍ତର ଦେଇ ସେ କହିଥିଲେ କି ଭାରତର କୃଷି କ୍ଷେତ୍ରରେ ସୁଧାର ପାଇଁ ଭାରତ ସରକାର ଆଣିଥିବା କାନୁନ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇବ । ଏହି ଆଇନ ବଳରେ କୃଷକ ମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି ବେଳେ ବ୍ୟବସାୟୀ ମାନଙ୍କ ସହ ମୂଲଚାଲ କରିପାରିବେ  । ଏହି ଆଇନ ବଳରେ ବ୍ୟବସାୟୀଙ୍କ ମନମୁଖୀ କାରବାର ଉପରେ ବି ରୋକ୍ ଲାଗିପାରିବ । ଏହାସହ ବ୍ୟବସାୟୀ ଓ କୃଷକଙ୍କ ମଧ୍ୟରେ ଏନେଇ କିଛି ବିବାଦ ହେଲେ କୃଷକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ ହେବା ଦରକାର ।

ଅନ୍ୟପଟେ ଆଜି ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ନବମ ଥର ପାଇଁ ବୈଠକ ବସିଛି । ହେଲେ ବୈଠକ ପୂର୍ବରୁ କିଛି କୃଷକ ନେତା କହିଛନ୍ତି କି ଏହି ଆଲୋଚନାରୁ କିଛି ନିଷ୍କର୍ସ ବାହାରିବ ତାହା ଆଶା କରାଯାଉ ନାହିଁ । କାରଣ ଆଇନ ପ୍ରତ୍ୟାହାର ବ୍ୟତିିତ ଆମେ ଅନ୍ୟ କିଛି ପ୍ରସ୍ତାବରେ ରାଜି ହେବୁ ନାହିଁ ବୋଲି କୃଷକ ନେତା ମାନେ ମତ ଦେଇଛନ୍ତି ।
ସେପଟେ କୃଷକ ଆନ୍ଦୋଳନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିର ବୈଠକ ୧୯ ତାରିଖରେ ହେବ ବୋଲି ସୂଚନା ମିଳିଛି । ଫଳରେ ସରକାର ଓ କୃଷକ ମାନଙ୍କ ମଧ୍ୟରେ ବସିଥିବା ଆଜିର ବୈଠକ ଶେଷ ବୈଠକ ବୋଲି ଅନୁମାନ କରାଯାଉଛି ।

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ: ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ

କନକ ବ୍ୟୁରୋ: ସମ୍ବାଦ ଏକ୍ସିଲେନ୍ସ ଆୱାର୍ଡ଼-୨୦୨୧ କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମ୍ବୋଧନ । ଉତ୍କର୍ଷର ଉପାସକଙ୍କୁ ଉତ୍ସାହିତ କରିବାକୁ ଏଭଳି ଏକ ଯୋଜନା ବୋଲି କହିଛନ୍ତି ସମ୍ବାଦ ଗ୍ରୁପ୍ର ଅଧ୍ୟକ୍ଷ । ଏହି ଅବସରରେ ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଜଣ ବ୍ରାଣ୍ଡ । ମୁଖ୍ୟମନ୍ତ୍ରୀ ଅପ୍ରତିଦ୍ୱନ୍ଦି ନେତା ଭାବେ ଲୋକପ୍ରିୟତା ହାସଲ କରିଛନ୍ତି । ଓଡ଼ିଆ ଲୋକ ହୋଇ ସାରା ବିଶ୍ୱରେ ନାଁ କମେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅସିତ୍ ତ୍ରିପାଠି ଆମ ପାଇଁ ନୂଆ ସଫଳତାର ପ୍ରମାଣ । ଏହି କାର୍ଯ୍ୟକ୍ରମ ଯୋଗୁଁ ନୂଆ ନୂଆ ପ୍ରତିଭାକୁ ଆମେ ପାଇଛୁ । ନୂଆ ପ୍ରତିଭା , ନୂଆ ଉଦ୍ୟୋଗ ବିଷୟରେ ଜାଣିବାକୁ ପାଇଛୁ । ଓଡ଼ିଶାରେ ଅନେକ ସଫଳ ବ୍ୟକ୍ତି ଅଛନ୍ତି, ଅନେକ ଅନୁଷ୍ଠାନ ଅଛି । ଆତ୍ମ ଆବିଷ୍କାର କରିବାକୁ ଏହା ଆମର ଏକ ପ୍ରୟାସ ବୋଲି ସେ କହିଛନ୍ତି । ଉତ୍କର୍ଷର ଉପାସକଙ୍କୁ ସାମ୍ନାକୁ ଆଣିବା ମିଡ଼ିଆର କାମ ବୋଲି ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ।

ତେବେ ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପିରି ଏକ କାର୍ଯ୍ୟକ୍ରମ ପାଇଁ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରାଣ୍ଡ ଅଫ୍ ଓଡ଼ିଶା ଗୌରବର ବିଷୟ ବୋଲି ସେ କହିଛନ୍ତି । ବ୍ୟବସାୟ ଓ ଶିଳ୍ପ ପାଇଁ ବ୍ରାଣ୍ଡିଂ ଓ ପ୍ରମୋଶନ ବହୁ ଗୁରୁତ୍ୱ ରଖେ । ଏହି ଅବସରରେ ଓୟୋର ପ୍ରତିଷ୍ଠାତା ଓଡ଼ିଆ ଯୁବକ ରିତେଶଙ୍କ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସାୟ ସୃଷ୍ଟି କରିଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହେବ । ଏପରି ସମୟରେ ସଂବାଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମ ରାଜ୍ୟର ଅନେକଙ୍କୁ ପ୍ରୋତ୍ସାହିତ କରିବ । ଏହି ଅବସରରେ ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି ବ୍ରାଣ୍ଡସ୍ ଅଫ୍ ଓଡିଶା, ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସଲେନ୍ସି ସମ୍ମାନ ।

from Kanak News
via <a href="https://ifttt.com/?

ଜାନୁଆରୀ ୨୯ ରୁ କେନ୍ଦ୍ରୀୟ ବଜେଟ୍ ଅଧିବେଶନ । ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି । ଫେବୃଆରୀ ପହିଲାରେ ସାଧାରଣ ବଜେଟ୍

କନକ ବ୍ୟୁରୋ : କରୋନା ମହାମାରୀ ଭିତରେ ଚଳିତ ମାସ ୨୯ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ପାରିତ ହେବ ବୋଲି ସୂଚନା ମିଳିଛି । ଏହି ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୮ ତାରିଖ ଯାଏ ଚାଲିବ । ଏନେଇ ଲୋକସଭା ସଚିବାଳୟ ପକ୍ଷରୁ ଗୁରୁବାର ଦିନ ସୂଚନା ପ୍ରଦାନ କରାଯାଇଛି । ଏହି ସୂଚନାରେ ବିଭିନ୍ନ ମନ୍ତ୍ରଣାଳୟର ଖର୍ଚ୍ଚ ଦାବିକୁ ବିଚାର କରିବା ଓ ଏହାର ରିପୋର୍ଟ ପ୍ରସ୍ତୁତ କରିବାକୁ କିଛି ସମୟ ଦିଆଯିବ ବୋଲି କୁହାଯାଇଛି । ଫେବୃଆରୀ ୮ ରେ ବଜେଟ୍ ଅଧିବେଶନ ଶେଷ ହେଉଥିଲେ ବି ରିପୋର୍ଟ ପ୍ରସ୍ତୁତ ପରେ ଫେବୃଆରୀ ୧୫ ତାରିଖରେ ଗୃହକୁ ମୁଲତବି ଘୋଷଣା କରାଯିବ । ଏହା ପରେ ପୁଣି ମାର୍ଚ୍ଚ ୮ ରେ ଆରମ୍ଭ ହେବ ।

ବଜେଟ୍ ଅଧିବେଶନ ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବ ଅଧିବେଶନ ଭଳି ପର୍ଯ୍ୟାୟ ଭିତ୍ତିରେ ଏହା ଅନୁଷ୍ଠିତ ହେବ । ରାଜ୍ୟସଭା ସକାଳ ସିଫ୍ଟରେ ବସିବାକୁ ଥିବା ବେଳେ ଲୋକସଭା ସଂନ୍ଧ୍ୟା ସିଫ୍ଟରେ ବସିବ । ହେଲେ ପୂର୍ବ ଅଧିବେଶନ ଭଳି ଏଥର ପ୍ରଶ୍ନକାଳକୁ ବାଦ୍ ଦିଆଯିବ କି ନାହିଁ ସେ ନେଇ ଚୁଡାନ୍ତ ନିଷ୍ପତ୍ତି ଶୀଘ୍ର ହେବ ବୋଲି ପ୍ରକ୍ରିୟା ସହିତ ଜଡିତ ଜଣେ ଅଧିକାରୀ କହିଛନ୍ତି ।

from Kanak News
via <a href="https://ifttt.com/?

ସମ୍ବାଦ ଏକ୍ସଲେନ୍ସ ଆୱାର୍ଡ-୨୦୨୧: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ନବୀନ ପଟ୍ଟନାୟକ; ମୁଖ୍ୟମନ୍ତ୍ରୀ କହିଲେ, ବ୍ରାଣ୍ଡ ଅଫ୍ ଓଡିଶା ରାଜ୍ୟ ପାଇଁ ଗୌରବର କଥା

କନକ ବ୍ୟୁରୋ: ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପିରି ଏକ କାର୍ଯ୍ୟକ୍ରମ ପାଇଁ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ବ୍ରାଣ୍ଡ ଅଫ୍ ଓଡ଼ିଶା ଗୌରବର ବିଷୟ ବୋଲି ସେ କହିଛନ୍ତି । ବ୍ୟବସାୟ ଓ ଶିଳ୍ପ ପାଇଁ ବ୍ରାଣ୍ଡିଂ ଓ ପ୍ରମୋଶନ ବହୁ ଗୁରୁତ୍ୱ ରଖେ । ଏହି ଅବସରରେ ଓୟୋର ପ୍ରତିଷ୍ଠାତା ଓଡ଼ିଆ ଯୁବକ ରିତେଶଙ୍କ କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ରିତେଶ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ନୂଆ ବ୍ୟବସାୟ ସୃଷ୍ଟି କରିଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କାମ କଲେ ବ୍ରାଣ୍ଡ ସୃଷ୍ଟି ହେବ । ରାଜ୍ୟରେ ବ୍ୟବସାୟର ଉନ୍ନତି ପାଇଁ ସରକାର ନିରନ୍ତର କାମ କରୁଛନ୍ତି । ଶିଳ୍ପ ସହଯୋଗ ପଲିସି, ତ୍ୱରିତ କ୍ଲିୟରାନ୍ସ ପାଇଁ ପଦକ୍ଷେପ ନିଆଯାଇଛି । କରୋନା ସମୟରେ ବି ରାଜ୍ୟକୁ ଆସିଛି ୧.୨୫ ଲକ୍ଷ କୋଟିର ନିବେଶ । ଆମର ଷ୍ଟାର୍ଟ ଅପ୍ ପଲିସି ଦେଶର ଶ୍ରେଷ୍ଠ ପଲିସି ଭାବେ ପରିଗଣିତ । ବିଭିନ୍ନ ସେକ୍ଟରରେ ଥିବା ସୁଯୋଗ ଯୁବକମାନେ ନେବା ଜରୁରୀ । ଏପରି ସମୟରେ ସଂବାଦର ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ଼ ଅଫ୍ ଇଣ୍ଡିଆ କାର୍ଯ୍ୟକ୍ରମ ରାଜ୍ୟର ଅନେକଙ୍କୁ ପ୍ରୋତ୍ସାହିତ କରିବ । ଏହି ଅବସରରେ ସଫଳ ଉଦ୍ୟୋଗୀଙ୍କୁ ପ୍ରଦାନ କରାଯାଇଛି ବ୍ରାଣ୍ଡସ୍ ଅଫ୍ ଓଡିଶା, ପ୍ରାଇଡ ଅଫ୍ ଇଣ୍ଡିଆ କର୍ପୋରେଟ୍ ଏକ୍ସଲେନ୍ସି ସମ୍ମାନ ।

from Kanak News
via <a href="https://ifttt.com/?

କାଲି ଦେଶରେ ହେବ କୋଭିଡ଼ ଟିକାକରଣ: ରାଜ୍ୟର ୫ଟି ମହାନଗରନିଗମ ସହ ସବୁ ଜିଲ୍ଲାରେ ସରିଛି ଟିକାକରଣର ପ୍ରସ୍ତୁତି

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ମହାମାରୀ ବିରୋଧରେ ମହା ଲଢେଇ । ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ କରୋନା ଟିକାକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦେଶରେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ରାଜ୍ୟରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ଜିଲ୍ଲାକୁ ୧୧ ହଜାର ୫୦ ଡୋଜ ଟିକା ଆସିଛି । ମୋଟ ୮ଟି ଟିକାକରଣ କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି ।

ରାଉରକେଲା ସରକାରୀ ହସ୍ପିଟାଲ, ଘରୋଇ ଜେ.ପି ହସ୍ପିଟାଲ ଓ କୋଏଲନଗର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ସୁନ୍ଦରଗଡର ୩ଟି ଡାକ୍ତରଖାନାରେ ଟିକା ଦେବାକୁ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମଙ୍ଗଳପୁର ସିଏଚସି. ବଣାଇ ସିଏଚସିକୁ ଟିକାକରଣ କେନ୍ଦ୍ର କରିଛନ୍ତି ଜିଲ୍ଲା ପ୍ରଶାସନ । ସାରା ଜିଲ୍ଲାରେ କିଭଳି ତାର ପ୍ରସ୍ତୁତି କରାଯାଇଛି ତାର ସମୀକ୍ଷା କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନାରଭଣେ ଓ ସୁନ୍ଦରଗଡ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର ।

ସେପଟେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ୨ଟି ଟିକା ପହଂଚିସାରିଛି । ପୁଣେ ସ୍ଥିତି ସେରମ ଇନଷ୍ଟିଚ୍ୟୁଟର କୋଭିସିଲଡ ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକର କୋଭାକ୍ସି ଟିକା ରାଜ୍ୟରେ ପହଂଚିସାରିଛି । ତେବେ ରାଜ୍ୟର ସମସ୍ତ ଜିଲ୍ଲା ସମେତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲକୁ ମିଶାଇ ମୋଟ୍ ୩୨ଟି କେନ୍ଦ୍ରକୁ ଏହି ଟିକା ପଠାଇ ଦିଆଯାଇଛି । ରାଜ୍ୟରେ ମୋଟ୍ ୧୬୦ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ଭୁବନେଶ୍ୱର ବ୍ୟତୀତ ଅନ୍ୟ ସବୁଠି କୋଭିସିଲଡ ଟିକା ପ୍ରଦାନ କରାଯିବ ।

ସେହିଭଳି ଭୁବନେଶ୍ୱରରେ ପୂର୍ବରୁ ୫ଟି ଟିକାକେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ବର୍ତ୍ତମାନ ଏମ୍ସ ହସ୍ପିଟାଲକୁ ଏଥିରେ ସାମିଲ କରାଯାଇଛି । ରାଜଧାନୀରେ ଗୋଟିଏ କେନ୍ଦ୍ରରେ ଦୈନିକ ଶହେ ଜଣଙ୍କୁ ଟିକା ଦିଆଯିବ । ତେବେ ଟିକାକରଣ ପାଇଁ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ୨୬ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ପଂଜିକୃତ କରାଯାଇଛି । ୯ ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାଦାନ କରାଯିବ । ପୁଣି ୨୮ ଦିନ ପରେ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବା ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରି ସୁଚନା ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started