ଆସନ୍ତା କାଲି ମହାମାରୀ ବିରୋଧରେ ଆରମ୍ଭ ହେବ ମହାଯୁଦ୍ଧ । ଟିକା କରଣ ପାଇଁ ପୁରା ଦେଶ ପ୍ରସ୍ତୁତ । ଜାଣନ୍ତୁ କାହାକୁ ଦିଆଯିବ ପ୍ରଥମ ଟିକା

କନକ ବ୍ୟୁରୋ : କାଲି ଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନାକୁ ପ୍ରତିହତ କରିବାକୁ ଟିକାକରଣ । ଏନେଇ ସାରା ଦେଶବାସୀ ଉତ୍ସୁକତାର ସହ ଅନାଇ ବସିଛନ୍ତି ଆସନ୍ତା କାଲିକୁ । ଆସନ୍ତା କାଲି ପ୍ରଥମପର୍ଯ୍ୟାୟ ଟିକା କରଣ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ପ୍ରଥମେ ଆଗ ଧାଡିର କରୋନା ଯୋଦ୍ଧା ମାନଙ୍କୁ ଟିକା ଦିଆଯିବ । ଏହି ଟିକା କରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଆସନ୍ତା କାଲି ଟିକାକରଣ ହେବାକୁ ଥିବା ବେଳେ ପ୍ରଥମ ଟିକା କାହା ଦେହରେ ଲଗାଯିବ ସେ ନେଇ ସୂଚନା ମିଳିଛି ।
ସୂଚନା ମୁତାବକ ଏହି ଟିକା ପ୍ରଥମେ ମଧ୍ୟପ୍ରଦଶେ ଭୋପାଳର ହରିଦେବ ନାମକ ଜଣେ ବ୍ୟକ୍ତିଙ୍କୁ ଦିଆଯିବ । ଯେ, କି ଭୋପାଳ ସ୍ଥିତ ଜେ.ପି ହସ୍ପିଟାଲରେ ଜଣେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ହରିଦେବ ତାଙ୍କ ପରିବାର ଲୋକଙ୍କୁ ମନାଇ ସାରିଛନ୍ତି । ହରିଦେବ କହିଛନ୍ତି କି ସର୍ବ ପ୍ରଥମେ ମୋ ଦେହରେ ଟିକା ଲଗାଯିବା ନେଇ ମୁଁ ବହୁତ ଖୁସି ଅଛି । ଏହାସହ ଯେବେ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିବି ତେବେ ମୋ ଖୁସି ଦ୍ୱିଗୁଣିତ ହୋଇଯିବ ।
କହିରଖୁ କି ମଧ୍ୟପ୍ରଦେଶରେ ଆସନ୍ତାକାଲି ସକାଳ ୯ ଟାରୁ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହି ଟିକା ଆଗଧାଡିର କରୋନା ଯୋଦ୍ଧା, ସଫେଇ କର୍ମଚାରୀ, ପୋଲିସକର୍ମୀ, ଓ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ଦିଆଯିବ । ଏନେଇ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି  । ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଗୁରୁବାର ଦିନ ନ୍ୟାସନାଲ ହେଲ୍ଥ ମିଶନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କିଭଳି ସୁରୁଖୁରୁ ରେ ଟିକାକରଣ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ଆଲୋଚନା ପରେ ଶିବରାଜ୍ କହିଛନ୍ତି କି ଟିକା କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ମୁତାବକ ଦିଆଯିବ । ଏଠାରେ ମୋ ସୁପାରିଶ ବି କାମ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସଫଳ ଟିକାକରଣ ପାଇଁ ସମାଜସେବୀ, ଜନପ୍ରତିନିଧି ଓ ଗଣମାଧ୍ୟମକୁ ସହାୟତାର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ।

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ଟ୍ରାକ୍ଟର ଶୋଭାଯାତ୍ରା କରିବେ ଆନ୍ଦୋଳନରତ କୃଷକ । ହରିଆଣା ଓ ପଞ୍ଜାବର ସମସ୍ତ ବିଧାୟକ ଓ ସାଂସଦଙ୍କୁ ପଦ ତ୍ୟାଗ କରିବାକୁ ଅନୁରୋଧ । ପ୍ୟାରେଡରେ ସାମିଲ ହେବ ୨ ଲକ୍ଷ ଟ୍ରାକ୍ଟର

କନକ ବ୍ୟୁରୋ : ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ପ୍ୟାରେଡ କରିବେ ଆନ୍ଦୋଳନରତ କୃଷକ ମାନେ । ଏନେଇ ଟ୍ରାକ୍ଟର ତଥା ତ୍ରିରଙ୍ଗା ଶୋଭାଯାତ୍ରା କରିବାକୁ କୃଷକ ମାନଙ୍କ ତରଫରୁ ପ୍ରସ୍ତୁତି ଜୋର ଧରିଛି । ଏହି ପ୍ୟାରେଡ ବା ତ୍ରିରଙ୍ଗା ଶୋଭାଯାତ୍ରାରେ ପାଖା ପାଖି ୨ ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏହି ଶୋଭାଯାତ୍ରା ବେଳେ ଯଦି ସରକାରଙ୍କ ତରଫରୁ ଶୋଭାଯାତ୍ରାକୁ ରୋକିବାକୁ ପିଲେଟ୍ ବନ୍ଧୁକ, ଲୁହବୁହା ଗ୍ୟାସ ଓ ପାଣିମାଡ କରାଯାଏ ତାହେଲେ ତାହାର ସୁରକ୍ଷା ପାଇଁ ଏହିସବୁ ଟ୍ରାକ୍ଟରରେ ଆବଶ୍ୟକ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି ।

ଏହି ତ୍ରିରଙ୍ଗା ଯାତ୍ରାରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ନାମ ଓ ଟ୍ରାକ୍ଟରକୁ ତାଲିକାଭୂକ୍ତ କରାଯାଉଛି । ଏନେଇ ପଞ୍ଜାବ ଓ ହରିଆଣାରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏହି ଶୋଭାଯାତ୍ରା ସମୟରେ ସରକାର କୃଷକ ମାନଙ୍କ ଉପରେ ଆକ୍ରମଣ କରିବା ନେଇ ଆଶଂକା ଥିବାରୁ କୃଷକ ମାନେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କୃଷକ ନେତା ମାନେ କହିଛନ୍ତି । ସେମାନେ କହିଛନ୍ତି କି ମାଟି ପାଇଁ ବଞ୍ଚିଛୁ ଦରକାର ପଡିଲେ ସେହି ମାଟିର ହକ୍ ପାଇଁ ଆମେ ମାଟିରେ ମିଶିଯିବୁ ହେଲେ ସରକାର କଳା ଆଇନକୁ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବୁ । ଏହା ସହ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ବିଧାୟକ ଓ ସାଂସଦ ମାନେ ତୁରନ୍ତ ପଦତ୍ୟାଗ କରନ୍ତୁ ବୋଲି କୃଷକ ନେତା ମାନେ ଆହ୍ୱାନ ଦେଇଛନ୍ତି  ।

କହିରଖୁ କି ଆଜି କୃଷକ ଆନ୍ଦୋଳନକୁ ୫୦ ଦିନ ପୁରିଛି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ଆଜି ପୁଣି ଥରେ ୯ମ ଥର ପାଇଁ ବୈଠକ ହେବ । ଏହି ବୈଠକରୁ କିଛି ନିଷ୍କର୍ସ ବାହାରିବା ଭଳି ଅନୁମାନ କରାଯାଉ ନାହିଁ । ଏହାର କାରଣ ସରକାର ସମ୍ପୁର୍ଣ୍ଣ ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିଦେଇଥିବା ବେଳେ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ନହେବା ଯାଏ କୃଷକ ମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକ୍ ଠୁକ୍ ଶୁଣାଇ ଦେଇଛନ୍ତି ।

from Kanak News
via <a href="https://ifttt.com/?

ନକଲି…ନକଲି…ସବୁ ନକଲି: ସିଲଭଲ ସିଟିରେ ସବୁ ନକଲି; କଟକରେ ପୁଣି ନକଲି ଜର୍ଦ୍ଦା କମ୍ପାନୀ ଉପରେ ଚଢଉ; ବିପୁଳ ପରିମାଣର ଜର୍ଦ୍ଦା ଜବତ କଲା ପୋଲିସ

କନକ ବ୍ୟୁରୋ: କଟକ ସଦର ଥାନା ସାସୋଳ ଗାଁରେ ନକଲି ଜର୍ଦା କମ୍ପାନୀ ଉପରେ ପୋଲିସର ଚଢଉ । ବିପୁଳ ପରିମାଣର ଜର୍ଦା ଜବତ କଲା ପୋଲିସ । ଏହି ଘଟଣାରେ ଜଣେ ଅଟକ ରହିଛି । ପୋଲିସ ଅଦିକ ତଦନ୍ତ ଜାରି ରଖିଛି । ସାସୋଳ ଅଂଚଳରେ ନକଲି ଜର୍ଦା କମ୍ପାନୀ ଚାଲିଥିବା ନେଇ ପୋଲିସ ସୁଚନା ପାଇବା ପରେ ପୋଲିସ ଚଢଉ କରିଛି । ଏଠାରେ ନକଲି ଜର୍ଦା ପ୍ରସ୍ତୁତ ହୋଇ କଟକ ସହରର ବିଭିନ୍ନ ସ୍ଥାନକୁ ଯାଉଥିବା ନେଇ ପୋଲିସକୁ ସୁଚନା ମିଳିଥିଲା ।

ନକଲି… ନକଲି… ସବୁ ନକଲି । ସିଲଭଲ ସିଟିରେ ସବୁ ନକଲି । କଟକ ସାଜିଛି ଭେଜାଲର ହବ । ଲଗାତାର ଗୋଟିଏ ମାସ ଧରି ଧରପଗଡ ଚାଲିଥିବା ବେଳେ କଟକରୁ ଆସୁଛି ଗୋଟେ ପରେ ଗୋଟେ ନକଲିର ଖବର । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଟିଭି ଖୋଲିଲେ, ମୋବାଇଲ ଦେଖିଲେ କୁତ୍ସିତ କାରବାରର ଏ କଳା କାହାଣୀ ଲୋକଙ୍କୁ ଡରାଇ ଦେଉଛି । ଖାଇଲେ, ପିଇଲେ, ଜିନିଷ କିଣିଲେ ନକଲିର କଥା ଆଖିରେ ନାଚିଯାଉଛି ମନରେ ପ୍ରଶ୍ନ ଉଠୁଛି କଟକରୁ ଆଉ କେତେ ନକଲି ବାହାରିବ…?

ନାମୀଦାମୀ କମ୍ପାନୀ ନାଁରେ କଳା କାରବାର । ଅସଲି ଖୋଳରେ ନକଲି ଜିନିଷ । ରୋଷେଇ କଳା ବେଳେ ନକଲିର ଭୟ ଘାରୁଛି । କାଳେ ରୋଷେଇ ସାମଗ୍ରୀ ନକଲି ହୋଇଥିବ । କାରଣ ପୂର୍ବରୁ ଅନେକ ଥର ସେହି ସିଲଭରସିଟିରୁ ନକଲି ଘିଅ. ନକଲି ହଳଦୀ, ନକଲି ମସଲା ଘଟଣା ସାମ୍ନାକୁ ଆସିଛି । ଖାଲି ରୋଷେଇ କାହିଁକି ଘର ତିଆରି କରିବାକୁ ବି ଲୋକେ ଆତଙ୍କିତ ହେଉଛନ୍ତି କାରଣ ମାର୍କେଟରେ ମିଳୁଛି ନକଲି ସିମେଣ୍ଟ । ଜଗତପୁରରେ ନକଲି ସିମେଣ୍ଟର କାରଖାନା, ସିନ୍ଥେଟିକ ପନିର ଠାବ ହେବା ପରେ ଏବେ କଟକରୁ ମିଳୁଥିବା ଜିନିଷ ଉପରେ ସାଧାରଣ ଲୋକଙ୍କ ସନ୍ଦେହ ବଢୁଛି । ତେଣୁ ସାବଧାନ କେତେବେଳେ ବି ଆପଣ ହୋଇପାରନ୍ତି ନକଲିର ଶିକାର । କଟକରୁ ବାରମ୍ବାର ନକଲି ସାମଗ୍ରୀ ଜବତ ହେବା ଘଟଣା ସାରା ରାଜ୍ୟର ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ଏବେ ଜବତ ହୋଇଛି ନକଲି ଜର୍ଦା କମ୍ପାନୀ ।

ତେବେ ନକଲିର ନଗରୀରୁ ବାରମ୍ବାର ଏସବୁର ଖବର ଆସିବା ପରେ ଏଠି ପ୍ରଶ୍ନ ଉଠୁଛି, ନକଲି ପଛର ନାୟକ କିଏ ? କାହା ଛତ୍ରଛାୟା ତଳେ ଚାଲୁଛି ନକଲି କାରବାର ? କେତେବାଟ ଲମ୍ବିଛି ନକଲି କାରବାରର ଚେର ? ପୋଲିସର ନାକତଳେ ଭେଜାଲ ହେଉଥିଲେ ବି ଆଗରୁ କେମିତି ଜାଣିପାରୁ ନଥିଲା ପୋଲିସ ? ପର୍ଦ୍ଦାଫାସ ହେବ କି ଗୋଟି ଗୋଟି ନକଲି କାରଖାନାର କଳା କାରନାମା ?

from Kanak News
via <a href="https://ifttt.com/?

ଅଭିନବ ଉପାୟରେ ଗଂଜେଇ କାରବାର: ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଉଥିଲା ଗଂଜେଇ, ଧରିଲା ସେମିଳିଗୁଡା ପୁଲିସ

କନକ ବ୍ୟୁରୋ: ଅଭିନବ ଉପାୟରେ ହେଉଛି ଗଂଜେଇ କାରବାର । ବୋଲେରୋ ଗାଡିରେ ସିକ୍ରେଟ୍ ଚାମ୍ବରରେ ଯାଉଥିଲା ଗଂଜେଇ । ପଟ୍ଟାଙ୍ଗୀରୁ ଜୟପୁର ଯାଉଥିବା ବେଳେ ଧରିଲା ସେମିଳିଗୁଡା ପୁଲିସ । ରାତିରେ ପାଟ୍ରୋଲିଂ କରୁଥିବା ବେଳେ ବୋଲେରକୁ ସେମିଳିଗୁଡା ନିକଟରେ ଅଟକ ରଖିଥିଲା ପୁଲିସ । ଯାଂଚ ବେଳେ ବୋଲେରୋ ଗାଡିର ପଛପଟେ ଥିବା ଗୁପ୍ତ ଚାମ୍ବରରୁ ୮୭ଟି ବ୍ୟାଗ ଗଂଜେଇ ମିଳିଛି । ଅତି ଚତୁରତାର ସହ ଗଂଜେଇ ଗୁଡିକୁ ସଜା ହୋଇ ରଖାଯାଇଥିଲା । ୨୨୯ଟି ଗଂଜେଇ ବ୍ୟାଗ ଜବତ କରିିବା ସହ ଜଣଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଜବତ ଗଂଜେଇର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାର ସେମିଳିଗୁଡା ପୁଲିସ ଜାତୀୟ ରାଜପଥ-୨୬ରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଥିବାର ଖବର ମିଳିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେମିଳିଗୁଡା ପୁଲିସ ଗତ ରାତି ଗୋଟାଏ ବେଳେ ଜାତୀୟ ରାଜପଥ-୨୬ରେ ଥିବା ଚିରାଗ ଢାବା ନିକଟସ୍ଥ ମିଲ୍ ଛକରେ ଏକ ବୋଲେରୋରୁ ୨୨୯ କିଲୋଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହାଛଡ଼ା ପଟାଙ୍ଗି ଅଞ୍ଚଳର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏନେଇ ଏନଡିପିଏସ୍ ଧାରାରେ ଏକ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ ପଟାଙ୍ଗି ଅଞ୍ଚଳରୁ ଜୟପୁର ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା।

from Kanak News
via <a href="https://ifttt.com/?

ସମ୍ବାଦ ଏକ୍ସଲେନ୍ସ ଆୱାର୍ଡ-୨୦୨୧: କାର୍ଯ୍ୟକ୍ରମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କନକ ବ୍ୟୁରୋ: ସମ୍ବାଦ ଗ୍ରୁପର ବ୍ରାଣ୍ଡସ ଅଫ ଓଡିଶା ପ୍ରାଇଡ ଅଫ ଇଣ୍ଡିଆ କର୍ପୋରେଟ ଏକ୍ସିଲେନ୍ସି ଆୱାର୍ଡସ-୨୦୨୧ର ପୁରସ୍କାର ବିତରଣ ସମାରୋହ ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ ।  ବିଜେତାମାନଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପୁରସ୍କୁୃତ ଓ ସମ୍ମାନିତ କରିବେ ।  ଓଡିଶାରୁ ଜନ୍ମହୋଇ ଦେଶବିଦେଶରେ  ସୁନାମ ଅର୍ଜନ କରିଥିବା  ଉଦ୍ୟୋଗଗୁଡିକୁ  ପୁରସ୍କୃତ କରିବା ପାଇଁ  ବ୍ରାଣ୍ଡସ ଅଫ ଓଡିଶା  ପ୍ରାଇଡ ଅଫ  ଇଣ୍ଡିଆ   କର୍ପୋରେଟ ଏକ୍ସିଲେନ୍ସି ଆୱାର୍ଡସର ପରିକଳ୍ପନା  କରାଯାଇଛି ।

ଏହା ହେଉଛି ପୁରସ୍କାରର ଚତୁର୍ଥ ସଂସ୍କରଣ ।  ଏଥର ପାଂଚଟି ବର୍ଗରେ  ପୁରସ୍କାର ଦିଆଯିବ ।  ଏହା ହେଉଛି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ, ବୃହତ, ମଧ୍ୟମ, କ୍ଷୁଦ୍ର ଓ ଷ୍ଟାର୍ଟଅପ ।  ପ୍ରତିବର୍ଗରେ  ପ୍ଲାଟିନମ, ଗୋଲ୍ଡ ଓ ସିଲଭର ଭଳି  ୩ଟି ପୁରସ୍କାର ପାଇଁ ଉଦ୍ୟୋଗ ଜଗତରୁ  ଆବେଦନ ଆହ୍ୱାନ କରାଯାଇଥିଲା ।  ଆବେଦନ କରିବା ଲାଗି  କର୍ପୋରେଟ ଜଗତରେ  ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା ।  ଆସିଥିବା ଆବେଦନଗୁଡିକୁ ନିରପେକ୍ଷ ବିଚାରକ ମଣ୍ଡଳୀ  ଅନୁଧ୍ୟାନ କରିବା ପରେ  ବିଜେତା ଚୟନ କରାଯାଇଛି । ସେମାନଙ୍କୁ ଆଜି ପୁରସ୍କୃତ କରାଯିବ ।

from Kanak News
via <a href="https://ifttt.com/?

ଆଜି ସ୍ଥଳସେନା ପାଳୁଛି ୭୩ ତମ ପ୍ରତିଷ୍ଠା ଦିବସ: ସେନାବାହିନୀକୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; ଦିଲ୍ଲୀରେ ଭବ୍ୟ ପରେଡ, ସେନା କରୁଛି ସୌର୍ଯ୍ୟ ପ୍ରଦର୍ଶନ

କନକ ବ୍ୟୁରୋ: ଆଜି ହେଉଛି ସ୍ଥଳସେନାର ୭୩ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀର କରିଅପ୍ପା ଗ୍ରାଉଣ୍ଡରେ ଏଥିଲାଗି ଭବ୍ୟ ପରେଡର ଆୟୋଜନ କରାଯାଇଛି । ଏଥିରେ ସ୍ଥଳସେନା ପ୍ରମୁଖ ଏମଏମ ନରବଣେ ପରଡେର ସଲାମି ନେବା ସହ ସୈନ୍ୟଙ୍କୁ ସମ୍ବୋଧିତ କରୁଛନ୍ତି । ଏହି ଅବସରରେ ସେନାର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଉଛି । ସ୍ଥଳସେନା ଦିବସରେ ପୁରସ୍କାର ବି ଦିଆଯିବ ।

https://platform.twitter.com/widgets.js

ଆଜି ୭୩ତମ ସେନା ଦିବସ ଅବସରରେ ସେନା ମୁଖ୍ୟ ଏମ୍‌. ଏମ୍‌. ନରଓ୍ଵଣେ କର୍ତ୍ତବ୍ୟରେ ଥାଇ ସହିଦ ହୋଇଥିବା ଯବାନମାନଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ବିବାଦରେ ତ୍ୱରିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୨୦୨୦କୁ ଆହ୍ଵାନ ଏବଂ ସୁଯୋଗ ଭରା ବର୍ଷ ବୋଲି କହିବା ସହ ସେନା ମୁଖ୍ୟ କହିଛନ୍ତି ଯେ, ଦେଶର ନିରାପତ୍ତା ଓ ଆଞ୍ଚଳିକ ଅଖଣ୍ଡତା ଅକ୍ଷୁଣ୍ଣ ରଖିବା ଲାଗି ଭାରତୀୟ ସେନା ଅଟଳ ରହିଥିଲେ।

ଭାରତ-ଚୀନ୍‌ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳ ବିବାଦ ପ୍ରସଙ୍ଗ ଦର୍ଶାଇ ସେ କହିଲେ, ଆମର ସାହସୀ ଅଧିକାରୀ, ଜେସିଓ ଏବଂ ଯବାନମାନେ ଶତ୍ରୁକୁ ଠିକଣା ଜବାବ ଦେଇଛନ୍ତି। ଭାରତୀୟ ସେନାର ସର୍ବୋଚ୍ଚ ପରାମ୍ପରା ବଜାୟ ରଖି ଅନେକ ଆତ୍ମବଳି ଦେଇଛନ୍ତି। ବାସ୍ତବ ନିୟନ୍ତ୍ରଣ ରେଖା ବିବାଦ ଘଟଣାରେ ତ୍ୱରିତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସେନାକୁ ପ୍ରଶଂସା କରି ସେ ପୁଣି କହିଛନ୍ତି, ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦ ସମାଧାନ କରିବା ନିମନ୍ତେ ଦୃଢ଼ପରିକର ରହିବା ସହ ବାସ୍ତବ ନିୟନ୍ତ୍ରଣ ରେଖା ସ୍ଥିତାବସ୍ଥାକୁ ଏକଚାଟିଆ ଭାବେ ପରିବର୍ତ୍ତନ କରାଯାଇଥିବା ଉଦ୍ୟମକୁ ପ୍ରତିରୋଧ କରିବା ଲାଗି ଭାରତୀୟ ସେନା ତ୍ୱରିତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇଛି।

https://platform.twitter.com/widgets.js

ଆତଙ୍କବାଦ ବିରୋଧରେ ନିରବଚ୍ଛିନ୍ନ ଅଭିଯାନ ଚଳାଇବା ସହ କୋଭିଡ୍‌-୧୯ ମହାମାରୀ ସମୟରେ ଭାରତୀୟ ସେନାର ସେବା ପ୍ରସଙ୍ଗ ମଧ୍ୟ ସେନା ମୁଖ୍ୟ ନରଓ୍ଵଣେ ଉଲ୍ଲେଖ କରିଛନ୍ତି। ସହିଦ ଯବାନଙ୍କ ପ୍ରତି ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ବିପିନ ରାଓ୍ଵତ୍‌ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ୧୯୪୯ ମସିହା ଆଜିର ଦିନରେ ଭାରତୀୟ ସେନାର ପ୍ରଥମ କମାଣ୍ଡର୍‌-ଇନ୍‌-ଚିଫ୍‌ ଭାବେ ଜେନେରାଲ୍‌ କେଏମ୍‌ କାରିପ୍ପା ଭାରତର ଶେଷ ବ୍ରିଟସ୍‌ କମାଣ୍ଡର୍‌-ଇନ୍‌-ଚିଫ୍‌ ସାର୍‌ ଫ୍ରାନ୍‌ସିସ୍‌ ବଚର୍‌ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ସେହି ଦିନ ଠାରୁ ଜାନୁଆରି ୧୫ ତାରିଖକୁ ‘ସେନା ଦିବସ’ ଭାବେ ପାଳନ କରାଯାଉଛି।

from Kanak News
via <a href="https://ifttt.com/?

ନିଖୋଜ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା: ସୁନ୍ଦରଗଡରେ ଗାଁ ସାଥୀଙ୍କ ଆଜି ମିଳିଲା ମୁଣ୍ଡ ଓ ଗୋଡ; ନିକଟସ୍ଥ ଗାଁ ପୋଖରୀରୁ ହେଲା ଉଦ୍ଧାର

କନକ ବ୍ୟୁରୋ: ନିଖୋଜ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା । ଖଣ୍ଡ ଖଣ୍ଡ ହୋଇଛି ମିଳୁଛି ଶରୀର ଅଂଶ । କଟା ହାତ, ଗଣ୍ଡି ପରେ ପୋଖରୀରୁ ମିଳିଲା କଟା ମୁଣ୍ଡ ଓ କଟା ଗୋଡ । ସୁନ୍ଦରଗଡ ଟାଉନ ଥାନା କିରେଇ ପଂଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଉଛି । ବୁଧବାର ଠାରୁ ସେ ନିଖୋଜ ଥିଲେ । କଟାହାତ ବାଇପାସ ନିକଟରୁ ଉଦ୍ଧାର ହୋଇଥିଲା ବେଳେ ଶରୀର, ମୁଣ୍ଡ ଓ କଟା ଗୋଡ ଭବାନୀପୁôର ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି । ରମେଶ ପାଖାପଖି ୩ଟା ବେଳେ  ପଂଚାୟତରୁ ଘରକୁ ଫେରି ଘର ବାହାରେ ଜଣେ ଯୁବକଙ୍କ ସହିତ କଥା ହୋଇଥିଲେ ।

ଏହାପରେ ତାଙ୍କ ସହ କୁଆଡେ ଚାଲିଯାଇଥିଲେ । ଶେଷଥର ବଡଭାଇଙ୍କ ସହ ରାତି ୭ଟାରେ କଥା ହୋଇଥିଲେ  ଓ ବିଳମ୍ବିତ ରାତିରେ ଘରକୁ ଫେରିବେ ବୋଲି କହିଥିଲେ । ଏହା ପରେ ସେ ଫେରିନଥିଲେ ଓ ତାଙ୍କ ମୋବାଇଲ ବି ସ୍ୱିଚ ଅଫ ଥିଲା । ସକାଳ ଯାଏ ଘରକୁ ନଫେରିବାକୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । କାଲି ସନ୍ଧ୍ୟାରେ ରମେଶଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ।  ପୁଲିସ ଶରୀରର ଅନ୍ୟ ଅଂଶକୁ  ଖୋଜାଖୋଜି କରୁଛି ।

from Kanak News
via <a href="https://ifttt.com/?

ମାଲକାନଗିରିର କୁନି ଧାବକ ରୁଦ୍ର । ପ୍ରତିଦିନ ୩ରୁ ୪ କିମି ଦୌଡୁଛନ୍ତି ୪ ବର୍ଷର ଶିଶୁ । ୪୨ କିମି ମାରାଥନ ଦୌଡିବା ଲାଗି କରୁଛନ୍ତି ଯୋଜନା ।

କନକ ବ୍ୟୁରୋ: ବୟସ ମାତ୍ର ୪ ବର୍ଷ । ହେଲେ ୪୨ କିଲୋମିଟର ମାରାଥନ ଦୌଡିବା ଲାଗି ଲକ୍ଷ୍ୟ ରଖିଛି କୁନି ପିଲା । ଆମେ କହୁଛି ମାଲକାନଗିରି ଜିଲ୍ଲାର କୁନି ଧାବକ ରୁଦ୍ରଙ୍କ କଥା, ଯିଏ କଅଁଳା ବୟସରେ ପ୍ରତି ଦିନ ୩ ରୁ ୪ କିଲୋମିଟର ଦଉଡି ନୂଆ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି ।

କଅଁଳ ବୟସରୁ ଦଉଡି ଦଉଡି ଆକାଶ ଛୁଇଁବାର ନିଶା । ଠିକ ଭାବେ କଥା କହି ସିଖିନି ନଥିବା କୁନି ପୁଅ ମନରେ ଅଛି ଗାଁ ପାଇଁ ଗୌରବ ଆଣିବର ଆଶା । ସେହି ଆଶାରେ ସବୁଦିନ ସହରର ରାଜରାସ୍ତାରେ ଦଉଡୁଛନ୍ତି କୁନି ଧାବକ । ମାଲକାନଗିରି ଜିଲ୍ଲାର କୁନି ଧାବକ ତନୁଷ ପ୍ରସାଦ ସେଠୀ ଓରଫ ରୁଦ୍ର । ସକାଳୁ ସକାଳୁ ନିଜ ଜେଜେଙ୍କ ସହ ବ୍ୟାୟାମ କରିବାକୁ ବାହାରି ପଡନ୍ତି ରୁଦ୍ର । ଆଉ ବ୍ୟାୟାମ ସାରି ଆରମ୍ଭ ହୁଏ ଦଉଡ ଅଭ୍ୟାସ । ପ୍ରଥମେ ୫୦୦ ମିଟର ପରେ ଏକ କିଲୋମିଟର ଆଉ ଏବେ ୩ରୁ ୪ କିଲୋମିଟର ଦଉଡୁଛି ରୁଦ୍ର । ପ୍ରଥମେ ଦଣ୍ଡକାରଣ୍ୟ ଖୋଳ ପଡିଆ କିମ୍ବା ଷ୍ଟାଡିୟମରେ ଦଉଡିବା ପରେ ସହର ଭିତରେ ଗୋଟିଏ ଚକ୍କର କାଟେ ମାଲକାନଗିରିର ଏହି କୁନି ପ୍ରତିଭା ।

ରୁଦ୍ରଙ୍କ ଜେଜେ ବି. ରବିନ୍ଦ୍ର ପୁଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟ କରନ୍ତି । ୫୭ ବର୍ଷୀୟ ଜେଜେ ନିଜକୁ ଫିଟ ରଖିବା ଲାଗି ପ୍ରତିଦିନ ଦୌଡିବା ସହ ଫୁଟବଲ ଖେଳନ୍ତି ଏବଂ ପିଲାଙ୍କୁ ତଲିମ ମଧ୍ୟ ଦିଅନ୍ତି । ଆଉ ଜେଜେଙ୍କୁ ଦେଖି ଦଉଡ ମଇଦାନକୁ ଓହ୍ଲାଇଛନ୍ତି ନାତି ରୁଦ୍ର । ଆଉ ଆଗାମି ଦିନରେ ୨୨ ବର୍ଷୀୟ ବର୍ଗରେ ୪୨ କିଲୋମିଟର ମାରାଥନ ଦଉଡ ପ୍ରତିଯୋଗୀତା ପାଇଁ ଏବେଠୁ ରୁଦ୍ରଙ୍କୁ ପ୍ରସ୍ତୁତ କରାଉଛନ୍ତି ଜେଜେ ବି. ରବିନ୍ଦ୍ର । ଆଉ ପୁଅ ନିଷ୍ଠା ଦେଖି କୃଷୀ ବିଭାଗରେ କାମ କରୁଥିବା ବାପା ଓ ମାଆ ମଧ୍ୟ ସହଯୋଗ କରନ୍ତି । ପୂର୍ବରୁ ରାଜ୍ୟରେ ବୁଦ୍ଧିଆ ସିଂ ପରି ଅନେକ କୁନି ଧାବକ ଦେଶ ତଥା ରାଜ୍ୟର ନାଁ ରଖିଛନ୍ତି । ଆଉ ଉଚିତ ତାଲିମ ମିଳିଲେ ରୁଦ୍ର ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଜିଲ୍ଲା ବାସୀ ।

from Kanak News
via <a href="https://ifttt.com/?

ଭୁବନେଶ୍ୱରର ନନ୍ଦନବିହାର କବାଡିଖାନାରେ ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ; ସେପଟେ ନୟାଗଡର ଏକ ପେଟ୍ରୋଲ ପମ୍ପରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଭୁବନେଶ୍ୱରର ନନ୍ଦନବିହାର କବାଡି ଖାନାରେ ଲାଗିଲା ଭୟଙ୍କର ନିଆଁ । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିବାକୁ ଦମକଳବାହିନୀକୁ କସରତ କରିବାକୁ ପଡିଥିଲା । ବର୍ତମାନ ନିଆଁ ଆୟତ ହୋଇସାରିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସେପଟେ, ପେଟ୍ରୋଲ ପମ୍ପରେ ଅଘଟଣ । ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ଦୁର୍ବୃତ । ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ସିଙ୍ଗାପଡା ପେଟ୍ରୋଲ ପମ୍ପରେ ଏଭିଳି ଅଘଟଣ ଘଟିଛି । ତେବେ ପେଟ୍ରୋଲ ପମ୍ପ କର୍ମଚାରୀ ନିଆଁକୁ ଆୟତ କରିଥିବାରୁ ଏକ ବଡ ଧରଣର ଅଘଟଣ ଟଳି ଯାଇଛି । ଗତକାଲି ପେଟ୍ରୋଲ ପକାଇବାକୁ ନେଇ ସ୍ଥାନୀୟ ଜଣେ ଯୁବକଙ୍କ ସହ କର୍ମଚାରୀଙ୍କର ବଚସା ହୋଇଥିଲା । ଏହାକୁ କେନ୍ଦ୍ର କରି ସେହି ଯୁବକ ଜଣଙ୍କ ବିଳମ୍ବିତ ରାତିରେ ଏଭଳି କାଣ୍ଡ କରିଥିବା ପୁଲିସ କହିଛି ।

from Kanak News
via <a href="https://ifttt.com/?

ବାଡେଇ ଥିବା ବ୍ୟକ୍ତିଙ୍କୁ ବାନ୍ଧୁଛି ପୁଲିସ: ଭଦ୍ରକ ଅଲ୍ଲୀନଗର ପୁଲିସକୁ ମାଡ ଓ ଗାଡି ପୋଡି ଘଟଣା; ୮ ଜଣ ଗିରଫ, ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା

କନକ ବ୍ୟୁରୋ: ବାଡେଇ ଥିବା ବ୍ୟକ୍ତିଙ୍କୁ ବାନ୍ଧୁଛି ପୁଲିସ । ଭଦ୍ରକରେ ପୁଲିସ ଗାଡି ଉପରକୁ ଆକ୍ରମଣ ଘଟଣାରେ ଆକ୍ସନ ମୋଡରେ ପୁଲିସ । ଆକ୍ରମଣ ଅଭିଯୋଗରେ ୮ଜଣ ଜଣ ଗିରଫ ହୋଇଛନ୍ତି । ଏହାସହ ୧୦୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ । କିନ୍ତୁ ସେହି ଦିନ ପୁଲିସ ଜିପ୍ରୁ ଖସି ପଳାଇଥିବା ଅନ୍ୟ ଜଣେ ଅଭିଯୁକ୍ତ ପାଖରେ ପହଂଚି ପାରିନାହିଁ । ଘଟଣାର ୨ ଦିନ ପରେ ବି ଫେରାର ଅଭିଯୁକ୍ତର ଟେର ପାଉନାହିଁ ପୁଲିସ ।

ବୁଧବାର ଦିନ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ଅଲିନଗର ନିକଟରେ ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ ଘଟାଇଥିଲେ ଉତ୍ୟେକ୍ତ ଲୋକେ । ପୁଲିସ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପୁଲିସ ଭ୍ୟାନକୁ ଅଟକାଇ ପୁଲିସକୁ ଆକ୍ରମଣ କରିବା ସହ ପୁଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ । ଆଉ ଏହାର ସୁଯୋଗ ନେଇ ସେତେବେଳେ ପୁଲିସ ଜିପ୍ରେ ଥିବା ଅନ୍ୟ ଏକ ମାମଲାର ଜଣେ ଅଭିଯୁକ୍ତ ଖସି ପଳାଇଥିଲା । ଆଜି ଯାଏଁ ତାର ଟେର ପାଉନାହିଁ ପୁଲିସ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started