ବଞ୍ଚିବାର ରାହା ଦେଇଛି ଟେରାକୋଟା କାରିଗରୀ: ମାଟିରେ ରଙ୍ଗବେରଙ୍ଗ ଡିଜାଇନର ମୂର୍ତ୍ତି ତିଆରି କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା

କନକ ବ୍ୟୁରୋ: ଟେରାକୋଟା କାରିଗରି ଦେଇଛି ବଂଚିବାର ରାହା । ମାଟିରେ ରଙ୍ଗ ବେରଙ୍ଗ ଡିଜାଇନର ମୂର୍ତି ତିଆରି କରିବା ଓ ସେଗୁଡିକୁ ବିକ୍ରିକରି ସ୍ୱାବଲମ୍ବୀ ହୋଇପାରିଛନ୍ତି ୩୦ରୁ ଅଧିକ ମହିଳା । ଆମେ କହୁଛୁ ଯାଜପୁର ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ସ୍ୱାବଲମ୍ବି ମହିଳାଙ୍କ ଟେରାକୋଟାର ଅନନ୍ୟ କାରିଗରି ସମ୍ପର୍କରେ ।

ଏମାନେ ହେଉଛନ୍ତି ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ମହିଳା । ସମସ୍ତେ ଶିକ୍ଷିତ । ଘରକାମ କରିବା ସହ ଅବସର ସମୟରେ ତିଆରି କରୁଛନ୍ତି ଭଳିକି ଭଳି ଟେରାକୋଟା ମୂର୍ତି । ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ଦୁଇଟି ଗ୍ରୁପ ତିଆରି କରି ୨୦୧୮ରୁ ଆରମ୍ଭ କରିଛନ୍ତି ଟେରାକୋଟା କାରିଗରି । ବିଲରୁ ମାଟିକୁ ସଂଗ୍ରହ କରି ତାକୁ ଚକଟି ହାତରେ ଖୁବ୍ ସୁନ୍ଦର ସୁନ୍ଦର ମାଟିମୂର୍ତି ତିଆରି କରୁଛନ୍ତି । ଗଣେଷ, କଇଁଛ, ଧୂପଦାନୀ, ଡଙ୍ଗା, ହାତୀ, ଦୀପ, ପେନଷ୍ଟାଣ୍ଡ, ଇତ୍ୟାଦି ତିଆରି କରି ଭାଟିରେ ପୋଡିବା ପରେ ରଙ୍ଗଦେଇ ବଜାରରେ ବିକ୍ରି କରୁଛନ୍ତି ମଙ୍ଗରାଜପୁରର ମହିଳା ।

ଆଂଚଳିକ ଶିଳ୍ପକେନ୍ଦ୍ର କଳିଙ୍ଗନଗର ଜଗତପୁର ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଉପଯୁକ୍ତ ତାଲିମ ଦିଆଯାଇଛି । ଏବଂ ଏମାନେ ତିଆରି କରୁଥିବା ଟେରାକୋଟା ସମଗ୍ରୀ ଗୁଡିକକୁ ଜିଲ୍ଳା ଓ ରାଜ୍ୟସ୍ତରରେ ହେଉଥିବା ବାଣିଜ୍ୟ ମେଳାରେ ବିକ୍ରି କରିଥାନ୍ତି । ଆଉ ଟେରାକୋଟା କରିଗରି କାମ କରି ଗାଁର ୩୦ଟି ପରିବାରର ମହିଳାମାନେ ମାସକୁ ପ୍ରାୟ ୨ରୁ ୩ହଜାର ଟଙ୍କା ରୋଜଗାର କରିଥାନ୍ତି । ତେବେ ମଙ୍ଗରାଜପୁର ଗାଁର ଏହି ମହିଳା ମାନଙ୍କର ଟେରାକୋଟା ଶିଳ୍ପକୁ ସରକାରୀ ପ୍ରୋତ୍ସାହନ ମିଳିଲେ ସେମାନେ ଅଧିକ ରୋଜଗାରକ୍ଷମ ହୋଇପାରନ୍ତେ ।

from Kanak News
via <a href="https://ifttt.com/?

ବକ୍ସ ଅଫିସରେ ଧୁମ ମଚାଇଲା ‘ମାଷ୍ଟର’ । ଫାଷ୍ଟ ଡେ’ ଫାଷ୍ଟ ସୋ’ରେ କଲା ୩୫ କୋଟିର ରୋଜଗାର

MZ KòQò \ò^ ùja Zûcòf^ûWêùe ùLûfòQò iòù^cû jf û iòù^cû jf ùLûfê ùLûfê \gðKuê GK iû^\ûeþ `òfà ù\LòaûKê còkòQò û @û_Y VòKþ bûaêQ«ò @ûùc aòRd ùiZê_[òu `òfà ‘cûÁe’ K[û jò KjêQê û ~jû Gùa ùagþ ùfûK_âòd ùjûA_ûeòQò û cûZâ ùMûUòG \ò^ùe ùeûRMûe ùjûAQò 35 ùKûUò

ପୋଙ୍ଗଲ୍‌ ଅବସରରେ ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପଥିଙ୍କ ଅଭିନୀତ ଚଳଚ୍ଚିତ୍ର ‘ମାଷ୍ଟର’ ପ୍ରଥମ ଦିନରେ ଭାରତରୁ ୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ତାମିଲନାଡ଼ୁରୁ ୨୦ କୋଟି ଟଙ୍କା ରୋଜଗାର୍‌ କରିଥିବା ‘ମାଷ୍ଟର’ ରାଜ୍ୟରେ ଗୋଟେ ଦିନରେ ଦ୍ବିତୀୟ ସର୍ବାଧିକ ଟଙ୍କା ଆୟକାରୀ ଚଳଚ୍ଚିତ୍ରର ମାନ୍ୟତା ପାଇଛି। ମହାମାରୀ କରୋନା କଟକଣା ଯୋଗୁଁ ୫୦ ପ୍ରତିଶତ ଦର୍ଶକରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ସାଧାରଣ ଦିନରେ ମୁକ୍ତିଲାଭ କରିଥିଲେ ଦୁଇଗୁଣା ଆୟ କରିଥାନ୍ତା ବୋଲି କୁହାଯାଉଛି। ଯାହା ଚଳଚ୍ଚିତ୍ର ଦୁନିଆରେ ଐତିହାସିକ ହୋଇଥାନ୍ତା ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି। ଚଳଚ୍ଚିତ୍ରରେ ବିଜୟ ସେଥୁପତି ଓ ଥାଲାପତି ବିଜୟଙ୍କ ଯୋଡ଼ି ସିନେପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି।

from Kanak News
via <a href="https://ifttt.com/?

ୟୁନିୟନ ବ୍ୟାଙ୍କରେ ଥିବା ସରକାରୀ ଖାତାରୁ ଟଙ୍କା ଗାଏବ : କୋଟି କୋଟି ଟଙ୍କା ହଡପ ନେଇ ବାଲିକୁଦା ଥାନାରେ ଅଭିଯୋଗ

କନକ ବ୍ୟୁରୋ : ସରକାରୀ ଖାତାରୁ କୋଟି କୋଟି ଟଙ୍କା ଗାଏବ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଅରିଲୋ ପଂଚାୟତ ସଦେଇପୁର ବଜାରରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଥିବା ବାଲିକୁଦା ବ୍ଲକ ଆକାଂଟରୁ ଟଙ୍କା ଗାଏବ ହୋଇଛି । ବର୍ତମାନର ବିଡିଓ ଏନେଇ ବାଲିକୁଦା ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ ହୋଇଛି ।

ସେପଟେ ଯେଉଁ ବ୍ୟାଙ୍କ୍ ମ୍ୟାନେଜରଙ୍କ ସମୟରେ ଟଙ୍କା ଗାଏବ ହୋଇଛି, ନିକଟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେଳେଙ୍କାରୀ ବାବୁଙ୍କ ଖୋଜା ଚାଲିଛି । ବ୍ୟାଙ୍କ୍ ସ୍ତରରେ ଅଡିଟ୍ କରାଯାଉଥିବା ବେଳେ ଜିଲ୍ଲାପାଳ ଏହି ହରିଲୁଟ୍ ଘଟଣା ପରସରକୁ ଆସୁଥିବା ସମସ୍ତ ସରକାରୀ ବାବୁଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

from Kanak News
via <a href="https://ifttt.com/?

କେଉଁଠି ଓ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ ? ସ୍ୱାଭିମାନ ଅଂଚଳରେ ମାଓବାଦୀଙ୍କ ବିଶ୍ରାମଗାରର ଆସିଲା ଚିତ୍ର; ଲେଖାଅଛି ମୃତକ ମାଓବାଦୀଙ୍କ ନାଁ

କନକ ବ୍ୟୁରୋ : କେଉଁଠି ଆଉ କେମିତି ବିଶ୍ରାମ ନିଅନ୍ତି ମାଓବାଦୀ । ସ୍ୱାଭିମାନ ଅଂଚଳର ଘଂଚ ଜଙ୍ଗଲ ଭିତରେ ଭୟ ସୃଷ୍ଟି କରୁଥିବା ମାଓବାଦୀମାନଙ୍କ ବିଶ୍ରାମଗାର ଚିତ୍ର ଏବେ ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳ ସ୍ଥିତ ଓରାପଦର ଲଂଚ ଘାଟରେ ଏକ ବିଶ୍ରାମଗାର ନିର୍ମାଣ କରାଯାଇଛି । ଏଠାରେ ମାଓବାଦୀଙ୍କ ରେଷ୍ଟ ହାଉସ ବୋଲି ସ୍ପଷ୍ଟ ଭାବେ ଲେଖା ହୋଇଛି । ନାଲି ରଙ୍ଗର ଏହି ଘରେ ମୃତ ମାଓବାଦୀ ମିନା, ରାକେଶ ଓ ଆଡମାଙ୍କ ନାଁ ମଧ୍ୟ ଉଲେଖ ରହିଛି ।

ପୂର୍ବରୁ ଯୋଡାମ୍ବ ଓ ଗୋରାସେତୁ ଠାରେ ମାଓବାଦୀଙ୍କ ଏପରି ୨ଟି ଲାଲକୋଠିକୁ ପୁଲିସ ନିଜ ଅକ୍ତିଆରକୁ ନେଇଛି । ତାହା ଏବେ ଯବାନଙ୍କ ଗେଷ୍ଟ ହାଉସ ଭାବେ ବ୍ୟବହାର କରାଯାଉଛି । ତେବେ ଓରାପଦର ଲଂଚ ଘାଟରେ ଲାଲକୋଠୀ ଚିତ୍ର ସାମ୍ନାକୁ ଆସିବା ପରେ ସ୍ୱାଭିମାନ ଅଂଚଳରେ ଆଉ କେତେ ଲାଲକୋଠି ଆସିଛି, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି ।

from Kanak News
via <a href="https://ifttt.com/?

ନକଲି ଜିନିଷ: ଜାଣିବେ କେମିତି?

ଆପଣମାନେ ବିଭିନ୍ନ ସାମଗ୍ରୀର ବିଜ୍ଞାପନ ଦେଖୁଥିବେ । ଲକ୍ଷ୍ୟ କରିଥିବେ ଅନେକ ବିଜ୍ଞାପନରେ ଗ୍ରାହକଙ୍କ ପାଇଁ ସତର୍କବାଣୀଟିଏ  ଥାଏ । ଯେମିତି କି, ନକଲି ପ୍ରତି ସାବଧାନ । ଅସଲି ସାମଗ୍ରୀ କିଣନ୍ତୁ ଇତ୍ୟାଦି । କଥା ହେଉଛି- ନକଲି ଅଛି ବୋଲି ଅସଲିକୁ ପ୍ରମାଣ ଦେବାକୁ ପଡୁଛି । ନକଲିର ପ୍ରାର୍ଦୁଭାବ ଏତେ ବଢ଼ି ଯାଇଛି ଯେ, ଅସଲି ଓ ନକଲି ଭିତରେ ଫରକ୍ ଜାଣିବା ବେଳେ କଷ୍ଟକର ହୋଇପଡୁଛି । ଆପଣମାନେ ଦେଖିଥିବେ ନିକଟରେ କଟକରୁ କେଉଁ ଭଳି ଭାବେ ନକଲି ସାମଗ୍ରୀ ସବୁ ଠାବ ହେଲା । ଖାଇବା ସାମଗ୍ରୀରୁ ଆରମ୍ଭ କରି ବ୍ୟବହାର କରିବା ସାମଗ୍ରୀ ଯାଏଁ ସବୁ ନକଲି ଜିନିଷ ସାମ୍ନାକୁ ଆସିଲା । ଏତିକି ବେଳେ ପ୍ରଶ୍ନ ଉଠୁଛି-ଆପଣ ବ୍ୟବହାର କରୁଥିବା ସାମଗ୍ରୀ ବା ଖାଦ୍ୟ ପଦାର୍ଥ ଅସଲି କି ନକଲି ଜାଣିବେ କେମିତି? ଆଜି ଅସଲି ସାମଗ୍ରୀ ଚିହ୍ନିବାର କିଛି ସରଳ ବାଟ ଆପଣଙ୍କ ସାମ୍ନାରେ ରଖିବାକୁ ଚାହଁବୁ ।
ଅସ୍ୱାଭାବିକତା: ସାମଗ୍ରୀକୁ ନେଇ ଆପଣ ଅସ୍ୱାଭାବିକତା ଲକ୍ଷ୍ୟ କରୁଛନ୍ତି କି? ଅସ୍ୱାଭାବିକତା ଅର୍ଥାତ୍ ସାମଗ୍ରୀର ଓଜନ, ସାମଗ୍ରୀର ମୂଲ୍ୟ, ସାମଗ୍ରୀର ଆକୃତି ଇତ୍ୟାଦିରେ କିଛି ବିଲକ୍ଷଣ ଦେଖୁଛନ୍ତି କି? ଯଦି ସେଭଳି କିଛି ନଜରକୁ ଆସୁଛି ତେବେ ସାମଗ୍ରୀ କିଣିବା ପୂର୍ବରୁ ଆଉ ଥରେ ପରଖି ନିଅନ୍ତୁ । ହୁଏତ, ଆପଣଙ୍କ ହାତରେ ନକଲି ସାମଗ୍ରୀ ଥାଇପାରେ ।
ଅକ୍ଷର: ସାମଗ୍ରୀ କିଣିଲା ବେଳେ ବ୍ରାଣ୍ଡର ନାଁକୁ ଭଲ ଭାବରେ ପଢନ୍ତୁ । ଅଧିକାଂଶ ସମୟରେ ଆପଣ ବ୍ୟବହାର କରୁଥିବା ସାମଗ୍ରୀ କିମ୍ବା ବ୍ରାଣ୍ଡର ନାଁ ଇଂରାଜୀରେ ଲେଖାଯାଏ । ଆଉ ନକଲି ସାମଗ୍ରୀର ନାଁକୁ ଏଭଳି ଢଙ୍ଗରେ ଲେଖାଯାଇଥାଏ ଯେ, ବେଳେବେଳେ ଆପଣ ଝୁଂଟିବା ସ୍ୱାଭାବିକ । ଅବିକଲ ଅସଲି ବ୍ରାଣ୍ଡର ନାଁ ଭଳି ଦେଖାଯାଉଥିବ । କିନ୍ତୁ ଭଲ କରି ଦେଖିଲେ, ନାଁରେ କିମ୍ବା ଇଂରାଜୀ ଅକ୍ଷରରେ କିଛି ବିସଙ୍ଗତି ଲକ୍ଷ୍ୟ କରିବେ । ତେଣୁ ସାମଗ୍ରୀ କିଣିବା ପୂର୍ବରୁ ସତର୍କ ହେବା ପ୍ରତିଟି ଖାଉଟି ପାଇଁ ଜରୁରୀ ।
ମୂଲ୍ୟ: ଆପଣ କିଣିବାକୁ ଯାଉଥିବା ସାମଗ୍ରୀର ଅନୁମାନିକ ଦାମ କେତେ ହୁଏତ ଆପଣଙ୍କ ଆକଳନରେ ଥିବ । କିନ୍ତୁ ସେହି ଆକଳନ ମୂଲ୍ୟ କିମ୍ବା ନିର୍ଦ୍ଧିଷ୍ଟ ମୂଲ୍ୟରୁ ଢ଼େର କମ ଥିଲେ ଆପଣ ସନ୍ଦେହ କରନ୍ତୁ । କାହିଁକି ସାମଗ୍ରୀର ଏତେ ଦାମ କମ? ଏହାର କାରଣ କ’ଣ? ଉଦହାରଣ ସ୍ୱରୁପ- ଧରିନିଅନ୍ତୁ, ବଜାରରେ ପନିର ଦାମ କିଲୋପିଛା ୨ଶହ ଟଙ୍କା । ଆପଣଙ୍କୁ ଯଦି କିଏ ଶହେ ଟଙ୍କାରେ ଜାଚୁୁଛି, ତେବେ ହୁଏତ ଏଥିରେ କିଛି ଗଡ଼ବଡ଼ ଥାଇପାରେ । ଏଭଳି ସ୍ଥିତି ଉପୁଜିଲେ ସତର୍କ ରୁହନ୍ତୁ ।
ବ୍ରାଣ୍ଡ୍/ହଲ୍ ମାର୍କ/ ଲୋଗୋ: ଆପଣ କୌଣସି ସାମଗ୍ରୀ କିଣିବା ପୂର୍ବରୁ ସଂପୃକ୍ତ ସାମଗ୍ରୀର ଉତ୍ପାଦନ କରୁଥିବା କଂପାନୀ ବ୍ରାଣ୍ଡ, ଲୋଗୋ କିମ୍ବା ହଲମାର୍କକୁ ଥରେ ପରଖି ଦେଖନ୍ତୁ । ଯଦି ଏଥିରେ କୌଣସି ବିସଙ୍ଗତି ଲକ୍ଷ୍ୟ କରନ୍ତି, ତେବେ ଦେକାନୀଙ୍କୁ ପଚାରନ୍ତୁ । ଏହା ପରେ ବି ଯଦି ସନ୍ଦେହ ଆସେ ସାମଗ୍ରୀ କିଣିବାଠାରୁ ଦୂରେଇ ରୁହନ୍ତୁ କିମ୍ବା ବିଶ୍ୱାସଯୋଗ୍ୟ ବ୍ରାଣ୍ଡକୁ ବାଛନ୍ତୁ ।
ଛୁଇଁବା/ଚାଖିବା: କୌଣସି ଖାଦ୍ୟ ସାମଗ୍ରୀ କିଣୁଥିଲେ ଛୁଇଁକି ଦେଖନ୍ତୁ । ଆବଶ୍ୟକ ହେଲେ କିମ୍ବା ସୁଯୋଗ ଥିଲେ ସ୍ୱାଦକୁ ପରଖି ଦେଖନ୍ତୁ । ଯଦି ଆପଣଙ୍କୁ ଆପଣଙ୍କ ଆଳକନଠାରୁ ଭିନ୍ନ ଲାଗୁଛି ଦେବେ ସାମଗ୍ରୀର ତନଖି କରନ୍ତୁ । କାରଣ ଖାଇବା ସାମଗ୍ରୀ ବାଛିବାରେ ସାମାନ୍ୟ ହେଳା କଲେ, ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିପାରେ ।
ଆଶା କରୁଛୁ, ନକଲି ପରଖିବାର ଏହି ୫ଟି ସରଳ ବାଟ ଆପଣଙ୍କ ପାଇଁ ଲାଭ ଦାୟକ ହେବ । ଆପଣ କିଣୁଥିବା ସାମଗ୍ରୀରେ ଏଭଳି କୌଣସି ତ୍ରୁଟି ପାଇଲେ ପ୍ରଶାସନର ନଜରକୁ ଆଣନ୍ତୁ, ଯାହା ଫଳରେ ନକଲି ପସରା ମେଳାଇଥିବା ଅସାଧୁ ବ୍ୟବସାୟୀ ବାଟକୁ ଆସିପାରିବେ । ଗ୍ରାହକ ହିସାବରେ ଆମେ ସଚେତନ ହେଲେ ଏବଂ ପ୍ରଶାସନକୁ ସହଯୋଗ କଲେ, ହୁଏତ କିଛି ମାତ୍ରରେ ନକଲି ବ୍ୟବସାୟୀଙ୍କ ଦୌରାତ୍ମ୍ୟ କମି ପାରିବ ।

from Kanak News
via <a href="https://ifttt.com/?

ଗଜପତି ଜିଲ୍ଲା ଗୁରାଣ୍ଡି ଅଂଚଳରେ ଜୁଆଡିଙ୍କ ହଙ୍ଗାମା : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ, ଗାଡି ଭଙ୍ଗାରୁଜା

କନକ ବ୍ୟୁରୋ : ଜୁଆ ଆଡ୍ଡା ଉପରେ ଚଢାଉ ବେଳେ ଥାନା ଅଧିକାରୀଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା । ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଂଚଳରେ । ଆକ୍ରମଣରେ ଓଆଇସି ମମତା ପଣ୍ଡାଙ୍କ ସମେତ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଦୀର୍ଘଦିନ ଧରି ଗୁରାଣ୍ଡି ଥାନା ଅଂଚଳର ଖରସଣ୍ଡା ଗାଁରେ ଜୁଆଆଡ୍ଡା ଚାଲିଥିବା ଖବର ମିଳିବା ପରେ ଥାନା ଅଧିକାରୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଚଢାଉ କରିଥିଲେ । ଏହି ସମୟରେ ପୁଲିସକୁ ଗାଁ ଲୋକେ ଘେରାଉ କରିଥିବାବେଳେ କିଛି ଲୋକ ପୁଲିସ ଟିମ ଉପରକୁ ଠେଲାପଥର ମାଡ କରିଥିଲେ । ଏଥିରେ ଓଆଇସିଙ୍କ ସମେତ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି ।

from Kanak News
via <a href="https://ifttt.com/?

ଶାଶୁଙ୍କ ସହ ମିଶି ଦେଶୀ ମଦ ରାନ୍ଧୁଥିଲେ ଇଂଜିନିୟର ବୋହୂ : ଶାଶୁ ଆଲାଦି ସିଂ ଓ ବୋହୂ ସରସ୍ୱତୀ ସିଂଙ୍କୁ ଗିରଫ ପରେ ସାମ୍ନାକୁ ଆସିଲା ଶାଶୁ-ବୋହୂଙ୍କ ମଦ ସାମ୍ରାଜ୍ୟ

କନକ ବ୍ୟୁରୋ : ଉଚ୍ଚଶିକ୍ଷିତ ବୋହୂଙ୍କ ବେଆଇନ୍ ମଦ କାରବାର । ଶାଶୁଙ୍କ ସହ ମିଶି ଦେଶୀ ମଦ ରାନ୍ଧୁଥିଲେ ଇଂଜିନିୟର ବୋହୂ । ଦେଶୀ ମଦ ସହ ବନ୍ଧା ହୋଇଛନ୍ତି ଶାଶୁ-ବୋହୂ । ଶାଶୁ ଆଲାଦି ସିଂ ଓ ବୋହୂ ସରସ୍ୱତୀ ସିଂଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଂଚଳ ପୁଲିସ । ଭଦ୍ରକ ରମ୍ଭିଲା ଘୁଷୁରୀ ଅଂଚଳରେ ଦେଶୀ ମଦ କାରବାର ଚାଲିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା । ସେହି ସୂଚନା ଆଧାରରେ ପୁଲିସ ଚଢାଉ କରିଥିଲା । ଚଢାଉ ବେଳେ ମଦ ସାମ୍ରାଜ୍ୟ ବିସ୍ତାର କରିଥିବା ଶାଶୁ-ବୋହୂଙ୍କୁ ଗିରଫ କରିବା ସହ ନଗଦ ୧ ଲକ୍ଷ ୫ ହଜାର ଟଙ୍କା, ଗୋଟିଏ ସ୍କୁଟି ଜବତ କରିଛି ପୁଲିସ ।

 

from Kanak News
via <a href="https://ifttt.com/?

ସୁନ୍ଦରଗଡ଼ରେ ନିଖୋଜ ଗାଁ ସାଥିଙ୍କ ଖଣ୍ଡବିଖଣ୍ଡ ମୃତଦେହ ଉଦ୍ଧାର : ରାସ୍ତାରୁ ମିଳିଲା ହାତ, ପୋଖରୀରୁ ମିଳିଲା ଶରୀର; ଏଯାଏଁ ମିଳୁନି ମୁଣ୍ଡର ପତା

କନକ ବ୍ୟୁରୋ : ସୁନ୍ଦରଗଡ ଟାଉନ ଥାନା କିରେଇ ପଂଚାୟତର ନିଖୋଜ ଗାଁ ସାଥି ରମେଶ ସିଂଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ବୁଧବାରଠାରୁ ସେ ନିଖୋଜ ଥିଲେ । କଟାହାତ ବାଇପାସ ନିକଟରୁ ଉଦ୍ଧାର ହୋଇଥିଲା ବେଳେ ଶରୀର ଭବାନୀପୁର ଗାଁ ନିକଟସ୍ଥ ଏକ ପୋଖରୀରୁ ଉଦ୍ଧାର ହୋଇଛି । ମୁଣ୍ଡର ଏ ଯାଏଁ ପତ୍ତା ମିଳିନାହିଁ । ରମେଶ ପାଖାପଖି ୩ଟାବେଳେ ପଂଚାୟତରୁ ଘରକୁ ଫେରି ଘର ବାହାରେ ଜଣେ ଯୁବକଙ୍କ ସହିତ କଥା ହୋଇଥିଲେ । ଏହା ପରେ ତାଙ୍କ ସହ କୁଆଡେ ଚାଲିଯାଇଥିଲେ ।

ଶେଷଥର ବଡଭାଇଙ୍କ ସହ ରାତି ୭ଟାରେ କଥା ହୋଇଥିଲେ ଓ ବିଳମ୍ବିତ ରାତିରେ ଘରକୁ ଫେରିବେ ବୋଲି କହିଥିଲେ । ଏହା ପରେ ସେ ଫେରିନଥିଲେ ଓ ତାଙ୍କ ମୋବାଇଲ ବି ସ୍ୱିଚ ଅଫ ଥିଲା । ସକାଳ ଯାଏ ଘରକୁ ନଫେରିବାକୁ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । କାଲି ସନ୍ଧ୍ୟାରେ ରମେଶଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୁଲିସ ଶରୀରର ଅନ୍ୟ ଅଂଶକୁ ଖୋଜାଖୋଜି କରୁଛି ।

from Kanak News
via <a href="https://ifttt.com/?

ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ : ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ରେକର୍ଡ; ମାଜେନା ଠାରୁ ୧୦କିମି ଦୂରରେ ଭୂମିକମ୍ପର ଉତ୍ପତ୍ତିସ୍ଥଳ

କନକ ବ୍ୟୁରୋ : ଇଣ୍ଡୋନେସିଆରେ ଅନୁଭୂତ ହୋଇଛି ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ବର୍ତମାନ ସୁଦ୍ଧା ୭ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଶତାଧିକ ଘର ଭାଙ୍ଗିପଡିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୨ ଥିଲା । ସୁଲାୱାସି ଦ୍ୱୀପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏଥିରେ ସ୍ଥାନୀର ଗଭର୍ଣ୍ଣ୍ରର ହାଉସର ବ୍ୟାପକ କ୍ଷତି ହୋଇଛି । ଭୂମିକମ୍ପ ପରେ ଲୋକେ ବାହାରତୁ ବାହାରି ନିରାପଦ ସ୍ଥାନକୁ ଚାଲିଯାଇଥିଲେ । ୨୦୧୮ରେ ବି ବି ଏଭଳି ଭୂମିକମ୍ପ ହୋଇ ସୁନାମି ଆସିଥିଲା । ଏଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ।

ଗତ ରାତି ପ୍ରାୟ ୧ଟା ବେଳେ ଭୂମିକମ୍ପ ଅନୁଭୂତ ହେବା କ୍ଷଣି ହଜାର ହଜାର ବ୍ୟକ୍ତି ଘରଦ୍ୱାର ଛାଡ଼ି ନିରାପଦ ସ୍ଥାନକୁ ଧାଇଁ ଯାଇଥିଲେ। ଭୂମିକମ୍ପ ଯୋଗୁଁ ଅନ୍ୟୂନ ୬୦ଟି ଘର ଭାଙ୍ଗିଯାଇଥିବା ବିପର୍ଯ୍ୟୟ ପ୍ରଶମନ ଏଜେନ୍‌ସି କହିଛି । ପ୍ରାୟ  ୭ ସେକେଣ୍ଡ୍‌ ଧରି ଖୁବ୍‌ ଜୋର୍‌ରେ ଅନୁଭୂତ ଏହି ଭୂମିକମ୍ପ ଯୋଗୁଁ ସୁନାମି ଆସିବାର କୌଣସି ଆଶଙ୍କା ନ ଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‍ ହୋଇଥିବା ଭୂମିକମ୍ପ ପରର ଭିଡିଓରେ ଦେଖାଯାଉଛି ଯେ, ଲୋକେ ମୋଟରସାଇକେଲ୍‌ ଚଳାଇ ଉଚ୍ଚ ସ୍ଥାନମାନଙ୍କୁ ଚାଲିଯାଉଛନ୍ତି ।  ନଷ୍ଟ ହୋଇଥିବା କୋଠାଘରମାନଙ୍କ ମଧ୍ୟରେ ରହିଛି ଦୁଇଟି ହୋଟେଲ୍‌, ଗଭର୍ଣ୍ଣର୍‌ଙ୍କ କାର୍ଯ୍ୟାଳୟ ଏବଂ ଗୋଟାଏ ମଲ୍‌। ପୋଲଟିଏ ଭାଙ୍ଗି ଯାଇଥିବାରୁ ମାମୁଜୁକୁ ଯାତାୟତ କରିବାର ଗୋଟିଏ ରାସ୍ତା ବନ୍ଦ ହୋଇଯାଇଛି।

from Kanak News
via <a href="https://ifttt.com/?

ଖସୁଛି ପାରଦ, ବଢୁଛି ଶୀତ । ୧୦ ଦିନ ବ୍ୟବଧାନରେ ପୁଣି ଆସିଲା ଥଣ୍ଡାର ଲହରୀ, ଉପକୂଳ ଓଡିଶାରେ ନିମ୍ନଗାମୀ ପାରଦ

୧୦ ଦିନର ବ୍ୟବଧାନ ପରେ ଶୀତ ଲେଉଟିଛି । ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଆଖିଦୃଶିଆ ହ୍ରାସ ଘଟିଛି । ୧୨ଟି କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ରେକର୍ଡ ହୋଇଛି । ଏଥିମଧ୍ୟରୁ ଝାରସୁଗୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ଓ ଫୁଲବାଣୀଠାରେ ୯.୫ ଡିଗ୍ରି ରେକର୍ଡ ହୋଇଛି । ବି‌ଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରାରେ ଅଧିକ ହ୍ରାସ ଘଟିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଗତ ଦୁଇ ଦିନରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିଛି । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନର ପାରଦ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ନିମ୍ନଗା‌ମୀ ହୋଇଛି । ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଘଟିବ। ୨ ଦିନରେ ଉତ୍ତର-ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଶୀତ ଲହରି ପରିସ୍ଥିତି ବି ଉପୁଜିପାରେ।

ରାଜ୍ୟକୁ ଏବେ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କ ଉତ୍ତରା ପବନ ପ୍ରବାହ ଆରମ୍ଭ ହୋଇଯିବ। ଏହାର ପ୍ରଭାବ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଉପରେ ଅଧିକ ରହିବ ଓ ଏଠାରେ ଶୀତର ପ୍ରକୋପ ଅନୁଭୂତ ହେବ। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆସନ୍ତା ୨ ଦିନରେ ଆହୁରି ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ତେଣୁ ଶୀତ ପ୍ରକୋପ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟା‌ରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଉପକୂଳ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ ମାଲକାନଗିରି ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିବା ଜଣାପଡ଼ିଛି। ପୁରୀରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଓଡ଼ିଶାର ଜିଲ୍ଲାଗୁଡ଼ିକର କିଛି କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବ। ଏବେ ରାଜ୍ୟର ସମସ୍ତ ଜିଲ୍ଲାରେ ପାରଦସ୍ତର ନିମ୍ନଗାମୀ ହେବ। ପ୍ରାୟ ୩ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସିବ ବୋଲି ଅନୁମାନ କରାଯାଉଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିସାରିଛି। ଏଣୁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିବ।

from Kanak News
via <a href="https://ifttt.com/?

Design a site like this with WordPress.com
Get started