ଭିତରକନିକାରେ ଅଛନ୍ତି କେତେ କୁମ୍ଭୀର ? ଆଜିଠାରୁ ଆସନ୍ତା ୨୩ ତାରିଖ ଯାଏଁ ଚାଲିବ ଗଣନା

କନକ ବ୍ୟୁରୋ : ଭିତରକନିକାରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହେବ । ଆଜିଠାରୁ ୨୩ ତାରିଖ ଯାଏଁ ଏହି କୁମ୍ଭୀର ଗଣନା ହେବ । ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ ମହାକାଳପଡା ରେଞ୍ଜରେ କୁମ୍ଭୀର ଗଣନା ହେବ । ଏହି ଗଣନାରେ ଫରେଷ୍ଟର, ଫରେଡଗାର୍ଡ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏହି ଗଣନା କାର୍ଯ୍ୟ ପାଇଁ ୨୨ଟି ଦଳ ଗଠନ କରାଯାଇଛି । ରାଜନଗର ରେଞ୍ଜରେ ୭ଟି, କନିକା ରେଞ୍ଜରେ ୧୧ଟି , ଗହୀରମଥା ଓ ମହାକାଳପଡା ରେଞ୍ଜରେ ୨ଟି ଲେଖାଁଏ ଟିମ ଗଠନ କରାଯାଇଛି । ଏହି ସମୟରେ ଭିତରକନିକାରେ ଭିତରକନିକାରେ ପର୍ଯ୍ୟଟକଙ୍କୁ ଡଙ୍ଗାରେ ବୁଲିବା ନିଷେଧ କରାଯାଇଛି ।

ଏହି ଟିମ୍‌ ଖୋଳାରୁ କଂଟିଆଖାଇ ମାଉଥ୍‌, ଜେଠିରୁ ପାଟ୍ଟଶାଳା ଓ ଖୋଳା ମାଉଥ୍‌, ଖୋଳା ମାଉଥ୍‌ରୁ ଚେକ୍‌ ଗେଟ, ପତି ମାଉଥ୍‌ରୁ ଗୋଖଣି, ବାଲିଯୋରରୁ ଧୋଧୋଇଆ କ୍ରିକ୍‌, ମହିଁଷାମଣ୍ତା ମାଉଥ୍‌ରୁ କାଠୁଆ, କାଠୁଆ ମାଉଥ୍‌ରୁ ସାପୁଆ ମାଉଥ୍‌, ଥାନପତି ମାଉଥ୍‌ରୁ ଚିନ୍ତାମଣି ମହାନ୍ତି କ୍ରିକ୍‌, ଶୁଆଯୋର କ୍ରିକ୍‌, ଡାଙ୍ଗମାଳ ସ୍କିମ୍‌ରୁ ବାଙ୍କୁଆଳ ଓ ଭିତରକନିକା ଫରେଷ୍ଟ ବ୍ଲକ, ଜୟନଗରରୁ ଦୁର୍ଗାପ୍ରସାଦ ଡିଆ, ରାଜନଗରରୁ ଖୋଳା, ରାଜନଗରରୁ ବରୁଣେଇ, ଗୁପ୍ତିରୁ ଏକକୂଳା, ଗୁପ୍ତିରୁ ହଂସିଣା ବ୍ରିଜ, ବାଉଶଗଡ଼ ନଦୀରୁ ସୁନେଇ ରୂପେଇ ଓ ସାତଭାୟା କ୍ରିକ୍‌, ସାତଭାୟା ଗେଟରୁ ଚିଂଚିରି ବେରି ଓ ଅଙ୍ଗାରି କ୍ରିକ ଆଦି ନଦୀ ଓ କ୍ରିକ୍‌ରେ ଗଣନା କରିବେ। କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କରାଯିବ। ଗତବର୍ଷ ଗଣନା ସମୟରେ କୁମ୍ଭୀର ସଂଖ୍ୟା ୧୭୫୭ରେ ପହଞ୍ଚିଥିଲା।

from Kanak News
via <a href="https://ifttt.com/?

ସୀମିତ ଅତିଥି ଓ କରୋନା ଯୋଦ୍ଧାଙ୍କୁ ନେଇ ପାଳନ ହେବ ସାଧାରଣତନ୍ତ୍ର ଦିବସ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଗୃହ ବିଭାଗ; ଭାଗ ନେଇପାରିବେନି ଜନସାଧାରଣ

କନକ ବ୍ୟୁରୋ : ଏଥର କରୋନା କଟକଣାରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । ଏ ନେଇ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ସକାଳ ୮ଟା୩୦ ପରେ ମୁଖ୍ୟ ଅତିଥି ପତାକା ଉତୋଳନ କରିବେ । କରୋନାକୁ ଦୃଷ୍ଟିରେ ରଖି ଏଥର ସାଧାରଣତନ୍ତ୍ର ଦିବସରେ କେବଳ ପୁଲିସ ବାହିନଷ ଅଂଶଗ୍ରହଣ କରିବେ । ଛାତ୍ର ଓ ଏନସିସି କ୍ୟାଡେଟ ଅଂଶଗ୍ରହଣ କରିପାରିବେ ନାହିଁ । ସାଧାରଣତନ୍ତ୍ର ଦିବସରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ବି ବାରଣ କରାଯାଇଛି । ଉତ୍ସବସ୍ଥଳକୁ କୋଭିଡ ଯୋଦ୍ଧା ସହ କେବଳ କିଛି ନିର୍ଦ୍ଦିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରିବାକୁ କୁହାଯାଇଛି ।

ସମସ୍ତଙ୍କୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଉତ୍ସବ ସ୍ଥଳରେ ସାନିଟାଇଜର ରହିବା ସହ ଉତ୍ସବସ୍ଥଳକୁ ସଂପୂର୍ଣ୍ଣ ସାନିଟାଇଜ କରାଯିବ । ସାଧାରଣତନ୍ତ୍ର ଦିବସ ଲାଗି ଅନଲାଇନ ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତାକୁ ଅନୁମତି ଦିଆଯାଇଛି । କୋଭିଡ କଟକଣା ଯୋଗୁୁଁ କୌଣସି ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତି ନେଇଛି । କୋଭିଡ ମହାମରୀକୁ ନଜରରେ ରଖି କୌଣସି ରାଷ୍ଟ୍ର ମୁଖ୍ୟଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯିବନି ବୋଲି ସୂଚନା ଦେଇଛନ୍ତି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ।

ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଗଣତନ୍ତ୍ର ଦିବସ ପାଇଁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲେ । କିନ୍ତୁ ବ୍ରିଟେନରେ ବଢୁଥିବା ନୁଆ ସଂକ୍ରମଣକୁ ନଜରରେ ରଖି ସେ ଏହି ଗସ୍ତକୁ ବାତିଲ କରିଥିଲେ । ଚଳିତ ମାସ ପ୍ରଥମରେ ବ୍ରିଟେନରେ ନୂଆ ଲକଡାଉନ ଘୋଷଣା ହେବାର କିଛି ସମୟ ମଧ୍ୟରେ ସେ ଏହି ଗସ୍ତ ବାତିଲ କରିଥିବା ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଥିଲା ।

from Kanak News
via <a href="https://ifttt.com/?

ଆସନ୍ତାକାଲି କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ; ପ୍ରଥମ ଦିନରେ ଦେଶର ପ୍ରାୟ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା

କନକ ବ୍ୟୁରୋ : ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟିକାକରଣ କାôଯ୍ର୍ୟକ୍ରମର ଶୁଭାରମ୍ଭ କରିବେ । ଦିନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ ଦେଶରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୩ ହଜାର ୬ଟି କେନ୍ଦ୍ରରେ ଏହି ଟିକାକରଣ ହେବ । ପ୍ରତ୍ୟେକ କେନ୍ଦ୍ରରେ ଦୈନିକ ସର୍ବାଧିକ ଶହେ ଜଣ ଟିକା ନେଇପାରିବେ । କେବଳ ପଞ୍ଜିକୃତ ହୋଇଥିବା ଲୋକ ହିଁ ଟିକା ନେବା ପାଇଁ କେନ୍ଦ୍ରକୁ ଆସିବେ ।

ଟିକାକରଣ ପାଇଁ ଡିଜିଟାଲ ପ୍ଲାଟଫର୍ମରେ କୋ-ୱିନ ନାମରେ ଏକ ଆପ୍ଲିକେସନ ବି ଆରମ୍ଭ ହେବ । ଏଥିରେ ଟିକାକରଣ ପାଇଁ ସମସ୍ତ ପ୍ରକାରର ସୂଚନା ରହିବ । ସେପଟେ କେଉଁମାନଙ୍କୁ ଟିକା ଦିଆଯିବ ନାହିଁ, ସେଥିପାଇଁ ଗାଇଡଲାଇନ୍ସ ଜାରି କରାଯାଇଛି । ଯେଉଁମାନଙ୍କ ଟିକା ପ୍ରତି ଆଲର୍ଜି ରହିଥିବା ହିଷ୍ଟ୍ରି ରହିଛି, ତାଙ୍କୁ ଟିକା ଦିଆଯିବ ନାହିଁ । ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଏବେ ଟିକା ଦିଆଯିବ ନାହିଁ । ଯେଉଁମାନେ କରୋନା ପଜିଟିଭ୍ ଅଛନ୍ତି, ସେମାନଙ୍କୁ ମଧ୍ୟ ଟିକା ଦିଆଯିବ ନାହିଁ । ଗୁରୁତର ରୋଗରେ ଆକ୍ରନ୍ତଙ୍କୁ ମଧ୍ୟ ଟିକା ଦିଆଯିବ ନାହିଁ ।

from Kanak News
via <a href="https://ifttt.com/?

ଏଣିକି ନମ୍ବର ପୂର୍ବରୁ ଶୂନ୍ ଲଗାଇବା ବାଧ୍ୟତାମୂଳକ :  ଲ୍ୟାଣ୍ଡଲାଇନ୍ରୁ ମୋବଇଲକୁ ଫୋନ୍ କରୁଥିଲେ ଆପଣଙ୍କୁ ଶୂନ ଲଗାଇବା ଜରୁରୀ, ଆଜିଠାରୁ ସାରା ଦେଶରେ ଲାଗୁ ହେବ ନିୟମ

କନକ ବ୍ୟୁରୋ : ଲ୍ୟାଣ୍ଡଲାଇନ୍ରୁ ମୋବଇଲକୁ ଫୋନ୍ କରୁଥିଲେ ଆପଣଙ୍କୁ ଏଣିକି ନମ୍ବର ପୂର୍ବରୁ ଶୂନ୍ ଲଗାଇବା ବାଧ୍ୟତାମୂଳକ ହୋଇଛି । ଆଜିଠାରୁ ଏହି ନିୟମ ସାରା ଦେଶରେ ଲାଗୁ ହେବ । ଟେଲିକମ୍ ମନ୍ତ୍ରାଳୟ ଏ ସମ୍ପର୍କିତ ଟ୍ରାଇର ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବାରୁ ଏହି ନୂଆ ନିମୟ ଆଜିଠାରୁ ଲାଗୁ ହେବାକୁ ଯାଉଛି । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଟ୍ରାଇ ମେ ୨୯ ତାରିଖରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସୁପାରିଶ କରିଥିଲା । ଟ୍ରାଇର ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ମୋବାଇଲ ଏବଂ ଲ୍ୟାଣ୍ଡଲାଇନ୍ ସେବା ପାଇଁ ଏହା ପଯ୍ୟାପ୍ତ ସଂଖ୍ୟା ବା ନମ୍ବର ସୃଷ୍ଟି କରିବାରେ ସହଜ ହେବ ।

from Kanak News
via <a href="https://ifttt.com/?

ଚାଷୀ ଆନ୍ଦୋଳନକୁ ନେଇ ଆଜି ବସିବ ନବମ ରାଉଣ୍ଡ ବୈଠକ : ଚାଷୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର; ଚାଷୀ ନେତା କହିଲେ, ସମାଧାନ ଚାହୁଁ ନାହାଁନ୍ତି ମୋଦି ସରକାର

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା ଭିତରେ ଆଜି ଚାଷୀ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ବସିବାକୁ ଯାଉଛି । ବୈଠକ ପୂର୍ବରୁ ଚାଷୀ ନେତା ଚେତାବନୀ ଦେଇ କହିଛନ୍ତି- ଏହା କେନ୍ଦ୍ର ସରକାରଙ୍କ ସହ ଶେଷ ବୈଠକ । ଏହା ପରେ ସେମାନେ ଆଉ ସରକାରଙ୍କ ସହ ଆଲୋଚନା କରିବେ ନାହିଁ । ସରକାରଙ୍କ ଉପରେ ଭରସା ନଥିବା କହିଛନ୍ତି- ଭାରତୀୟ ଚାଷୀ ସଂଗଠନର ନେତା ଯୋଗିନ୍ଦର ସିଂ ଉଗ୍ରାହାନ୍ । କେନ୍ଦ୍ର ସରକାର ସମସ୍ୟାର ସମାଧାନ ଚାହୁଁଥିଲା ବୋଲି ମନେ ହେଉନାହିଁ ବୋଲି ସେ କହିଛନ୍ତି । ଏପଟେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ପ୍ୟାନେଲର ବୈଠକ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାର ସଂଭାବନା ରହିଛି ।

ଏସବୁ ଭିତରେ ପୁଣି ଚାଷୀ ଆନ୍ଦୋଳନ ସମର୍ଥନରେ ବାହାରିଛନ୍ତି ସମାଜସେବୀ ଆନ୍ନା ହଜାରେ । କୃଷି ଆଇନର ପ୍ରତ୍ୟାହାର କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ସରକାର ଚାଷୀଙ୍କ ଦାବିକୁ ସ୍ୱୀକାର ନକଲେ ଚଳିତ ମାସ ଶେଷ ଆଡକୁ ଆମରଣ ଅନସନ କରିବେ ବୋଲି ମଧ୍ୟ ଚେତବାନୀ ଦେଇଛନ୍ତି । ୩ଟି ଯାକ କୃଷି ଆଇନ୍ର ପ୍ରତ୍ୟାହାର ଦାବିରେ ଗତ ନଭେମ୍ବର ୨୮ ତାରିଖରୁ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି ବିଭିନ୍ନ ରାଜ୍ୟାର ଚାଷୀ ।

from Kanak News
via <a href="https://ifttt.com/?

କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ ପହଞ୍ଚିବା ପରେ ୨ ସପ୍ତାହ ପାଇଁ ହେଲେ କ୍ୱାରେଣ୍ଟାଇନ 

କନକ ବ୍ୟୁରୋ : କରୋନା ଭୂତାଣୁର ଉତ୍ପତି ସ୍ଥଳ ନେଇ ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ । ବିଶ୍ୱ ମହାମାରୀର ମୂଳ ଖୋଜିବେକୁ ଚୀନରେ ପହଂଚିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନରେ ପହଚିଂବା ପରେ ୨ ସପ୍ତାହ ପାଇଁ ଏହି ଟଇମ କ୍ୱାରେନଟିନ୍ରେ ରହିବେ । ଏହାପରେ କରୋନା ଭୂତାଣୁର ମୂଳ ଖୋଜିବେ ୧୦ ବୈଜ୍ଞାନିକ ।

ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ ।  ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳଙ୍କୁ ଚୀନ ଆସିବା ପାଇଁ ଅନୁମତି ଦେଇଛନ୍ତି  ବେଜିଂ ସରକାର । କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ପହଚିଂଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ଭୂତାଣୁ କେଉଁଠୁ ବ୍ୟାପିଲା ଏବଂ ଏହା ପଶୁ ଦେହରୁ ମଣିଷ ଦେହକୁ କିପରି ସଂକ୍ରମଣ ହେଲା ଏହା ଜାଣିବା ଅତ୍ୟନ୍ତ ଜରୁରୀ । କାରଣ ଭୂତାଣୁର ସୋର୍ସ ବା ଉତ୍ପତିସ୍ଥଳ ବିଷୟରେ ନଜାଣିଲେ ଏହା ଭବିଶ୍ୟତରେ ବିପଦ ବଢାଇବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଟିମ ଉହାନରେ ପହଚିଂବା ପରେ ଏମାନଙ୍କୁ ୨ ସପ୍ତାହ ପାଇଁ କ୍ୱାରେନଟିନ୍ରେ ରଖାଯାଇଛି । ଡବ୍ଲ୍ୟୁଏଚଓର ୧୦ ଜଣ ବୈଜ୍ଞାନିକ ଏହି ୨ ସପ୍ତାହର କ୍ୱାରେନଟିନ ଶେଷ କରିବା ପରେ ବିଶ୍ୱ ମହାମାରୀର ମୂଳ ଖୋଜିବେ ।

ଚୀନର ଉହାନ ସହରରୁ ୨୦୧୯ ଶେଷ ବେଳକୁ ଏହି ମାରାତ୍ମକ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ଯେଉଁଥିରେ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ବିଶ୍ୱର ଅନେକ ରାଷ୍ଟ୍ରର ଅର୍ଥନୀତି ଭୁଶୁଡି ପଡିଛି । ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଆଜି ଯାଏଁ କରୋନା ଜନିତ ଲକଡାଉନ ଓ ସଟଡାଉନ କାରଣରୁ ହୋଇଥିବା ଅର୍ଥନୈତିକ ମାଡରୁ ବାହାରିପାରିନାହାନ୍ତି ।

ପୂର୍ବରୁ ମଧ୍ୟ ଚୀନ୍ର ଉହାନ ପ୍ରାନ୍ତରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣର କାରଣ ଖୋଜିବାକୁ ଚାହୁଁଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କିନ୍ତୁ ସାରା ବିଶ୍ୱ ଆଗରେ ନିନ୍ଦିତ ହେବା ଭୟରେ ଡବ୍ଲୁଏଚଓକୁ ବାଟବଣା କରିଥିଲା ବେଜିଂ । ଏବେ ଶେଷରେ ଯାଂଚ ପାଇଁ ରାଜି ହୋଇଛି ଚୀନ୍ ।

ଉହାନରେ ପ୍ରଥମ ସଂକ୍ରମଣ ପରେ ଏବେ ଗୋଟିଏ ବର୍ଷ ବିତିଲାଣି । ଏହାରି ଭିତରେ ସାରା ବିଶ୍ୱରେ କାୟା ବିସ୍ତାର କରିସାରିଛି କରୋନା ଭୂତାଣୁ । ଏପରିକି ୨୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ କୋଭିଡ ଭୂତାଣୁ କିପରି ବ୍ୟାପିଲା ସେ ନେଇ କୌଣସି ତଦନ୍ତ ହୋଇନାହିଁ । ଏବେ ସାରା ବିଶ୍ୱରୁ ଚାପ ପଡିବା ପରେ ଯାଂଚ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଅନୁମତି ଦେଇଛି ଚୀନ୍ ।

from Kanak News
via <a href="https://ifttt.com/?

ସାମ୍ନାକୁ ଆସିଲା ଆମେରିକା କ୍ୟାପିଟଲ ଆକ୍ରମଣ ପଛର ଅଜବ କାହାଣୀ । ୪୨ବର୍ଷର ତଳ ଏକ ଉପନ୍ୟାସରୁ ପ୍ରେରଣା ପାଇଥିଲେ ବିଦ୍ରୋହୀ ।

କନକ ବ୍ୟୁରୋ : ଆମେରିକାର କ୍ୟାପିଟଲ ହିଲରେ ଆକ୍ରମଣ ପାଇଁ ଏକ ଉପନ୍ୟାସରୁ ପ୍ରେରଣା ମିଳିଥିଲା । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ଏକ ସତ କଥା । ଉପନ୍ୟାସ ‘ଦି ଟର୍ଣ୍ଣର ଡାଏରୀଜ’ । ୧୯୭୮ ମସିହାରେ ଲେଖାଯାଇଥିବା ଏହି ଉପନ୍ୟାସ ୪୨ବର୍ଷ ପରେ ଆମେରିକାର ଗଣତନ୍ତ୍ର ଇତିହାସ ଉପରେ ଏତେ ବଡ ପ୍ରଭାବ ପକାଇବ, ଏହା ହୁଏତ କେହି କେବେ ଭାବିନଥିଲେ ।

୪୨ବର୍ଷ ପୂର୍ବରୁ ୱିଲିୟମ ଲୁଥର ନାମକ ଜଣେ ଆମେରିକୀୟ ଲେଖକ ଏହି ଉପନ୍ୟାସ ଲେଖିଥିଲେ । କିନ୍ତୁ ଉପନ୍ୟାସରେ ନିଜର ନାମକୁ ବଦଳାଇ ଆଣ୍ଡ୍ରିୟୁ ମାକଡୋନାଲ୍ଡ ରଖିଥିଲେ । ଆମେରିକାର ସଂସଦ କୁହାଯାଉଥିବା କ୍ୟାପିଟାଲ ହିଲରେ ଏହି ଆକ୍ରମଣ ପୃଥିବୀର ସବୁଠାରୁ ପୁରୁଣା ଗଣତନ୍ତ୍ରର ମଳୂଦୁଆକୁ ଦୋହଲାଇ ଦେଲା । କିନ୍ତୁ ଏହି ଘଟଣା ଠିକ୍ ସେହି ଉପନ୍ୟାସରେ ଲେଖାଯାଇଥିବା କାହାଣୀ ଭଳି ।

ଲେଖକ ସେଥିରେ ଲେଖିଥିଲେ, ସ୍ଥାନୀୟ ଗୋରା ଅଧିବାସୀ ଧରି ନେଇଥିଲେ ଯେ କେନ୍ଦ୍ର ସରକାର କିଛି ପୁଂଜିପତିଙ୍କୁ ନେଇ ତାଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଆଉ ଏହି ଧାରଣାରୁ ଉପନ୍ୟାସର କାହାଣୀରେ ଜନ୍ମ ନେଇଥିଲା ବିଦ୍ରୋହ । ଜଣେ ଲେଖକ ତଥା ଐତିହାସିକ କହିଛନ୍ତି, ଜାନୁଆରୀ ୬ ତାରିଖରେ ଯେତେବେଳେ ଆମେରିକାର କ୍ୟାପିଟଲରେ ଆକ୍ରମଣ ହେଲା, ସେତେବେଳେ ତାଙ୍କର ଏହି ଉପନ୍ୟାସ କଥା ମନେପଡିଗଲା । କେବଳ ତାଙ୍କୁ ନୁହେଁ ଅନେକ ଜଣଙ୍କୁ ଏହି ଉପନ୍ୟାସର କାହାଣୀ ଜଳଜଳ କରି ଦେଖାଗଲା ।

ଏହି ଉପନ୍ୟାସ ଦ ଟର୍ଣ୍ଣର ଡାଏରିଜ୍ରୁ ଆଉ ଏକ ବିଦ୍ରୋହ ବି ଜନ୍ମ ନେଇଥିଲା ଆମେରିକାର ଓକାଲହମା ସହରରେ ୧୯୯୫ରେ ଏକ ରକ୍ତାକ୍ତ ବିଦ୍ରୋହ ଦେଖିବାକୁ ମିଳିଥିଲା । ପ୍ରଶାସନ ଓ ସରକାର ବିରୋଧରେ ଏହି ରକ୍ତାକ୍ତ ବିଦ୍ରୋହରେ ୧୬୮ ଜଣ ପ୍ରାଣ ହରାଇଥିଲେ । କୁହାଯାଏ, ଓକାଲହମା ସହରର ଏହି ଘଟଣା, ‘ଦ ଟର୍ଣ୍ଣର ଡାଏରିଜ୍’ ଉପନ୍ୟାସର କାହାଣୀ ସହ ମେଳ ଖାଏ ।

କ୍ୟାପିଟଲ ହିଲ୍ ଆକ୍ରମଣ ପରେ ଆମାଜନ୍ ଅନଲାଇନ୍ ସପିଂ ସାଇଟ୍ ଏହି ବହିର ବିକ୍ରିକୁ ବନ୍ଦ କରି ଦେଇଛି । ଜାନୁଆରୀ ୬ ପୂର୍ବ ପର୍ଯ୍ୟନ୍ତ ଏହି ବିକ୍ରି ହେଉଥିଲା । କୁହାଯାଏ, ୪୦ ବର୍ଷ ଧରି ଏହି ଉପନ୍ୟାସ ଆମେରିକା ଏବଂ ବାହାରେ ଅନେକ ଆତଙ୍କବାଦୀ ସଦୃଶ ଆକ୍ରମଣକୁ ପ୍ରେରଣା ଦେଇଛି ।

from Kanak News
via <a href="https://ifttt.com/?

ଖେଳୁଆଡ ମନୋଭାବ ଭୁଲିଗଲେ କି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ । ସମାଲୋଚନା ପରେ ରଖିଲେ ସ୍ପଷ୍ଟୀକରଣ । କହିଲେ, ଗେମକୁ ବୁଝିବା ପାଇଁ ସବୁବେଳେ କରନ୍ତି ଏମିତି ।

କନକ ବ୍ୟୁରୋ : ଅଷ୍ଟ୍ରେଲିଆ କ୍ରିକେଟ ଟିମର ବେଷ୍ଟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥଙ୍କ ଖେଳ ମନୋଭାବକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରନ ମେସିନ ଭାବେ ପରିଚିତ ସ୍ମିଥ ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ଋଷଭ ପନ୍ଥଙ୍କ ବ୍ୟାଟିଂ ଗାର୍ଡ ବା କ୍ରିଜରେ ଲଗାଯାଇଥିବା ମାର୍କକୁ ଜୋତା ସାହାଯ୍ୟରେ ବାରମ୍ବାର ଘସୁଥିବାର ନଜର ଆସିଥିଲା । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବେଶ ସମାଲୋଚନା କରାଯାଇଥିଲା ।

ଏବେ ଏହି ପ୍ରସଙ୍ଗରେ ଷ୍ଟିଭ ସ୍ମିଥ ସଫେଇ ରଖିଛନ୍ତି । ଡର୍ଟି ଗେମ ପରି ଅଭିଯୋଗକୁ ନେଇ ସେ ନିରାଶ ହେବା ସହ ସଫେଇ ରଖି କହିଛନ୍ତି ଯେ, ତାଙ୍କର ଟିମର ବୋଲର କେଉଁ ସ୍ଥାନରେ ବୋଲିଂ କରୁଥିଲେ ସେ କେବଳ ସେଇଟା ଦେଖିବା ପାଇଁ ଚାହୁଁଥିଲେ । ଏବଂ ସେଠାରେ କିଛି ଜିନିଷ ବୁଝିବାକୁ ଚେଷ୍ଟା କରିବା ସହ ବୋଲର କେମିତି ବୋଲିଂ କରୁଛି ଓ ବ୍ୟାଟ୍ସମ୍ୟନେ କିପରି ଏହାର ସାମ୍ନା କରୁଛି ତାହା ବୁଝିବା ପାଇଁ ସେ ସବୁବେଳେ ଏମିତି କରନ୍ତି ବୋଲି କହିଛନ୍ତି ଷ୍ଟିଭ ସ୍ମିଥ ।

ସିଡନୀ ଟେଷ୍ଟର ଶେଷ ଦିନରେ ଡ୍ରିଙ୍କସ ବ୍ରେକ ସମୟର ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଷ୍ଟିଭ ସ୍ମିଥ ବ୍ୟାଟିଂ ଗାର୍ଡକୁ ଜୋତାରେ ବାରମ୍ବାର ଘସୁଥିବାର ଦେଖିବାକୁ ମିଳିଛି ।

from Kanak News
via <a href="https://ifttt.com/?

ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ ।

କନକ ବ୍ୟୁରୋ : ତାମିଲନାଡୁର ମଦୁରାଇରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେଠାରେ ପହଁଚି ପାରମ୍ପାରିକ ଜଲିକାଟୁ ବା ବଳଦ ଲଢେଇ ଖେଳରେ ସେ ସାମିଲ ହୋଇଛନ୍ତି । ଉତର ଭାରତରୁ ଦକ୍ଷିଣ ଭାରତ ଯାଏଁ ଆଜି ପର୍ବର ଦିନ । ମକର ସଂକ୍ରାନ୍ତି, ପୋଙ୍ଗଲ ପର୍ବ ଅବସରରେ ସେଠାରେ ପାରମ୍ପାରିକ ଖେଳ ଜଲିକଟୁର  ଆୟୋଜନ କରାଯାଇଛି । ଯେଉଁଥିରେ ରାହୁଲ ଗାନ୍ଧି ସାମିଲ ହୋଇଛନ୍ତି । ସେଠାରେ ସାମିଲ ହୋଇ ରାହୁଲ ଗାନ୍ଧି କହିଛନ୍ତି ସେ ତାମିଲ ପରମ୍ପରା ସମ୍ପର୍କରେ ଜାଣି ବହୁତ ଖୁସି ।

ଏହାସହ ଜଲିକଟୁର ଆୟୋଜନ ଠିକ ଢଙ୍ଗରେ କରାଯାଇଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । କେବଳ ରାହୁଲ ଗାନ୍ଧି ନୁହଁନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା,ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ତାମିଲନାଡୁରେ ପହଁଚିଛନ୍ତି । ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ଦୃଷ୍ଟକୋଣରୁ ଗୁରୁତ୍ୱ ମନେ କରାଯାଉଛି । ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ମଦୁରାଇରେ ବ୍ୟାପକ ଆୟୋଜନ କରାଯାଇଥିଲା ।

from Kanak News
via <a href="https://ifttt.com/?

ଦିନକ ପରେ ଦେଶ ନେବ ଟୀକା । ଶନିବାର ସାଢେ ୧୦ଟାରେ କରୋନା ଟୀକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟୀକା ।

କନକ ବ୍ୟ୍ୟୁରୋ: ଆସନ୍ତା ୧୬ ତାରିଖ ଅର୍ଥାତ ଶନିବାର ଦିନ ଆରମ୍ଭ ହେବ ବିଶ୍ୱର ସବୁଠୁ ବଡ଼ ଟିକାକରଣ ଅଭିଯାନ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଦିନ ସାଢେ ୧୦ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି  ଦେଶବ୍ୟାପି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଥମ ଦିନରେ  ଦେଶରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୩ ହଜାର ୬ଟି କେନ୍ଦ୍ରରେ ଏହି ଟିକାକରଣ ହେବ ।

ତେବେ ପ୍ରତ୍ୟେକ କେନ୍ଦ୍ରରେ ଦୈନିକ ସର୍ବାଧିକ ଶହେ ଜଣ ଟିକା ଦେଇପାରିବେ । କେବଳ ପଞ୍ଜିକୃତ ହୋଇଥିବା ଲୋକ ହିଁ ଟିକା ନେବା ପାଇଁ କେନ୍ଦ୍ରକୁ ଆସିବେ ।  ଟିକାକରଣ ପାଇଁ ଡିଜିଟାଲ ପ୍ଲାଟଫର୍ମରେ  କୋ-ୱିନ ନାମରେ ଏକ ଆପ୍ଲିକେସନ ବି ଆରମ୍ଭ ହେବ । ଏଥିରେ  ଟିକାକରଣ ପାଇଁ ସମସ୍ତ ପ୍ରକାରର ସୂଚନା ରହିବ । ଟିକା ନେଇ କୌଣସି ସନ୍ଦେହ ହେଲେ  ଏକ ହେଲପଲାଇନ ନମ୍ବର ବି ଜାରି କରାଯାଇଛି ।  ଦେଶରେ ୧୬ ତାରିଖରୁ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ  କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started