କେବେ ଓ କିଏ କରିଥିଲେ ରାମ ସେତୁ ନିର୍ମାଣ । ପୁରାଣ ବର୍ଣ୍ଣିତ ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ଭାରତରୁ ଶ୍ରୀଲଙ୍କାକୁ ପାଣି ଭିତରେ ଯୋଡୁଥିବା ବିଶାଳ ପଥର ବନ୍ଧର ହେବ ଅନୁସନ୍ଧାନ । 

କନକ ବ୍ୟୁରୋ : କେବେ ଓ କିଏ ନିର୍ମାଣ କରିଥିଲେ ରାମ ସେତୁ? ଗଭୀର ସମୁଦ୍ର ଭିତରେ ଖୋଲିବ ରାମ ସେତୁର ରହସ୍ୟ ଯାଂଚ କରିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି । କେବେ ଓ କିଏ ନିର୍ମାଣ କରିଥିଲେ ରାମ ସେତୁ? ତାର ଅନୁସନ୍ଧାନ ହେବ । ଗଭୀର ସମୁଦ୍ର ଭିତରେ ଭାରତରୁ ଶ୍ରୀଲଙ୍କାକୁ ଲମ୍ବିଥିବା ଏହି ବିଶାଳ ପଥର ସେତୁର ରହସ୍ୟ ଖୋଜିବ ଏଏସଆଇ । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଏଥିପାଇଁ ରାଜି ହୋଇଛି ।

ଗୋଆରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି ଏଥିପାଇଁ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବକୁ ଗ୍ରହଣ କରିଛି ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ଏଏସଆଇର କେନ୍ଦ୍ରୀୟ ପରାମର୍ଶ ବୋର୍ଡ ଏଥିପାଇଁ ସମ୍ମତି ପ୍ରକାଶ କରିବା ପରେ ଖୁବ ଶୀଘ୍ର ସମୁଦ୍ର ଭିତରେ ଏହି ବିଶାଳ ପଥର ବନ୍ଧର ଅନୁସନ୍ଧାନ କରିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି । ଚଳିତ ବର୍ଷ ଠାରୁ ଏହାର ଯାଂଚ ଆରମ୍ଭ ହେବ ।

ନଜର ପକାନ୍ତୁ କେମିତି ହେବ ଏହି ଯାଂଚ-

୧. ସିନ୍ଧୁ ସଂକଳ୍ପ ବା ସିନ୍ଧୁ ସାଧନା ଜାହାଜ ଦ୍ୱାରା ଏହାର ଯାଂଚ କରାଯିବ

୨. ସମୁଦ୍ର ଭିତରେ ୩୫ରୁ ୪୦ମିଟର ତଳୁ ନମୂନା ସଂଗ୍ରହ କରାଯିବ 

୩. ସେତୁ ନିକଟରେ ଜନବସତି ଥିଲା ନାଁ ନାହିଁ ତାହା ମଧ୍ୟ ଜଣାପଡିବ

୪. କୋରାଲରେ କେଲସିୟମ କାର୍ବୋନେଟର ଉପସ୍ଥିତି ଯୋଗୁଁ ସେତୁର ବୟସର ପ୍ରମାଣ ମିଳିବ

ରାମାୟଣ ସମୟର ଏହି ପଥର ବନ୍ଧ ଏବେ ବି ରହିଥିବା ନେଇ ଅନେକ ସାଟେଲାଇଟ ଚିତ୍ରରୁ ପ୍ରମାଣ ମିଳିଛି । ଏହାର ଉଭୟ ବୈଜ୍ଞାନିକ ଓ ଧାର୍ମିର୍କ ମହତ୍ୱ ଥିବାରୁ ରାମସେତୁର ରହସ୍ୟ ଖୋଜିବା ଭାରତୀୟ ବୈଜ୍ଞାନିକ ମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହେବାକୁ ଯାଉଛି ।

ଏହି ସେତୁ କିଏ ଓ କେବେ ନିର୍ମାଣ କରିଥିଲେ ତାର ଯାଂଚ କରାଯିବ । ଅତ୍ୟାଧୁନି ଜ୍ଞାନକୌଶଳ ଦ୍ୱାରା ରାମ ସେତୁର ବୟସ ଓ ରାମାୟଣ ସହ ଏହାର ସମ୍ପର୍କ ଅନୁଧ୍ୟାନ କରିବ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଓସେନୋଗ୍ରାଫି ।

ଭାରତୀୟ ପୌରାଣିକ ମତବାଦ ଅନୁସାରେ ବର୍ତମାନର ଶ୍ରୀଲଙ୍କା ସେତେବେଳର ରାବଣ ରାଜାର ଲଙ୍କା ଥିଲା । ମାତା ସୀତାଙ୍କୁ ଚୋରି କରିନେଇଥିବା ରାବଣକୁ ତା କୂୁକର୍ମର ଶାସ୍ତି ଦେବା ସହ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ରରେ ଏହି ବିଶାଳ ପଥର ବନ୍ଧର ନିର୍ମାଣ କରିଥିଲେ ଅଯୋଧ୍ୟା ରାଜା ପ୍ରଭୁ ଶ୍ରୀରାମ । ଏଥିରେ ତାଙ୍କୁ କିସକିନ୍ଦାର ରାଜା ସୁଗ୍ରିବ, ରାମଙ୍କ ପରମ ଭକ୍ତ ହନୁମାନ, ଓ ଅନ୍ୟ ବାନର ସେନା ସହାୟତା କରିଥିବା ମତବାଦ ରହି ଆସିଛି । ଚୁନ ପଥରରେ ୪୮ କିଲୋମିଟର ବ୍ୟାପି ଏହି ପଥର ବନ୍ଧ ଭାରତରୁ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ବେଳେ ସମୁଦ୍ର ଭିତରେ ଏବେ ବି ରାମାୟଣ ସମୟର ସାକ୍ଷୀ ହୋଇ ରହିଛି ।

from Kanak News
via <a href="https://ifttt.com/?

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ କଲା ଆମେରିକାର । ସିନେଟରେ ପାରିତ ହେଲେ ରାଷ୍ଟ୍ରପତି ପଦରୁ ବହିଷ୍କାର ହେବେ ଡୋନାଲ୍ଡ ଟ୍ରମ୍ପ ।

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ , ଆମେରିକା ସଂସଦରେ ପାରିତ ହୋଇଛି । ମହାଭିଯୋଗ ସପକ୍ଷରେ ୨୩୨ ଭୋଟ୍ ପଡିଥିବା ବେଳେ ବିପକ୍ଷରେ ଯାଇଛି ୧୯୭ ଭୋଟ୍ । ଏଥିପାଇଁ ଚାଲିଥିଲା ୧୦ ଘଂଟାର ବିତର୍କ । ବିତର୍କ ପରେ ଭୋଟିଂ ସମୟରେ ଟ୍ରମ୍ପଙ୍କ ନିଜ ଦଳର ୧୦ ସାଂସଦଙ୍କ ଭୋଟ୍ ତାଙ୍କ ବିପକ୍ଷରେ ଯାଇଥିଲା । ଆମେରିକା ସଂସଦରେ ମହାଭିଯୋଗ ପାରିତ ହେବା ପରେ , ଏବେ ସମସ୍ତଙ୍କ ନଜର ସିନେଟରେ କଣ ନେଉଛି ପଦକ୍ଷେପ ।

ଆମେରିକା ଗଣମାଧ୍ୟମ ପ୍ରତିନିଧିମାନେ ଏ ଯେଉଁ ଫଟୋ ଉଠାଉଛନ୍ତି ତାହା କଣ ଜାଣନ୍ତି । ଏହା ହେଉଛି ସେହି ଦସ୍ତାବିଜ ଯାହା ଉପରେ ଏବେ ରହିଛି ସାରା ବିଶ୍ୱର ନଜର । କାରଣ ଆଗାମୀ ସମୟରେ ଆମେରିକା ଇତିହାସରେ ଯୋଡି ହେବାକୁ ଯାଉଥିବା କଳାଫର୍ଦର ଏହା ହେବ ଜୀବନ୍ତ ଛାପ । ଏ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଆମେରିକା ରାଜନୀତିରେ ତିଆରି ହେଉଥିବା କଂଟକିତ ପଥର ପ୍ରଥମ ପାହାଚ । ଟ୍ରମ୍ପଙ୍କ ବିରୋଧରେ ଆସିବାକୁ ଥିବା ମହାଭିଯୋଗ ପ୍ରସ୍ତାବର ଦସ୍ତାବିଜ । ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସୀ ଏହାକୁ ସଂସଦରେ ଆଗତ ଆଗରୁ ଗଣମାଧ୍ୟମ ଆଗରେ ଏହାକୁ ସାର୍ବଜନୀନ କରିଛନ୍ତି ।

ଆମେରିକା ସଂସଦର ବାଚସ୍ପତି ନାନସୀ ପେଲୋସୀ ମହାଭିଯୋଗ ପ୍ରସ୍ତାବକୁ ସଂସଦରେ ଆଗତ କରିବା ପରେ ପରେ ଆରମ୍ଭ ହୋଇଥିଲା ଚର୍ଚା । ପ୍ରାୟ ୧୦ ଘଂଟା ଧରି ଚାଲିଥିଲା ମାରାଥନ୍ ଡିବେଟ୍ । ଆମେରିକା ସଂସଦର ଏହି ଚର୍ଚାକୁ ଦେଖୁଥିଲା ସାରା ବିଶ୍ୱ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାରେ ଥିବା ବ୍ୟକ୍ତିଙ୍କୁ କ୍ଷମତାରୁ ହଟାଇବାକୁ ଏହା ହେଉଛି ସବୁଠାରୁ କଠୋର ପଦକ୍ଷେପ ।

ବୋଧହୁଏ କେବେ ଏପରି ଏକ ଦିନ ଆସିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱପ୍ନରେ ବି ଭାବିନଥିବେ । କାରଣ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦୁଇ ବର୍ଷରେ ଦୁଇଥର ଆସିଛି ମହାଭିଯୋଗ ପ୍ରସ୍ତାବ । ଆଉ ଏଥର ଏହି ମହାଭିଯୋଗରୁ ବର୍ତିବା କାଠିକର ପାଠ ହୋଇଯିବ ।

ଆମେରିକା ସଂସଦର ହାଉସ୍ ଅଫ୍ ରି ପ୍ରେଜେଂଟେଟିଭ୍ ବା ପ୍ରତିନିଧି ସଭାରେ ୧୦ ଘଂଟା ଧରି ଚାଲିଥିଲା ମହାଭିଯୋଗ ପ୍ରସ୍ତାବ ଉପରେ ବଡ ବିତର୍କ । ଆମେରିକା ସଂସଦ ଭବନ ପରିସରରେ ହୋଇଥିବା ଜାନୁଆରୀ ୬ ତାରିଖର ଦଙ୍ଗା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହିଁ ଦାୟୀ ବୋଲି ଯୁକ୍ତି ଦର୍ଶାଇଥିଲେ ଡେମୋକ୍ରାଟିକ୍ ପାର୍ଟି ର ସାଂସଦ ।

ରିପବ୍ଲିକାନ୍ ପାର୍ଟିର ସାଂସଦ ମହାଭିଯୋଗ ବିତର୍କରେ ଭାଗ ନେଇ ଜଣେ ବିଦାୟୀ ରାଷ୍ଟ୍ରପତିଙ୍କ ବିରୋଧରେ ଏପରି ଏକ ମହାଭିଯୋଗ ଆଣିବା ଅପ୍ରାସଙ୍ଗିକ ରହିବା ନେଇ ଯୁକ୍ତି ଦର୍ଶାଇ ଏହାକୁ ବିରୋଧ ବି କରିଥିଲେ । ଏପରି ସ୍ଥିତି ଦେଶରେ ବିଭାଜନ ସୃଷ୍ଟି କରିପାରେ ବୋଲି ରିପବ୍ଲିକାନ୍ ସାସଂଦ ଯୁକ୍ତି ବାଢିଥିଲେ । ଏହାର ଜବାବରେ ବାଚସ୍ପତି ନାନସୀ ପେଲୋସୀ କହିଥିଲେ ଯେ ଟ୍ରମ୍ପଙ୍କ କାର୍ଯ୍ୟ ଆମେରିକା ଇତିହାସରେ କଳଙ୍କର ଫର୍ଦ୍ଦ ଯୋଡି ଦେଇଛି ।

ଆମେରିକା ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି ଟ୍ରମ୍ପ । ତେବେ ଏସବୁ ଭିତରେ ୧୦ ଜଣ ରିପବ୍ଲିକାନ୍ ସାଂସଦଙ୍କ ମହାଭିଯୋଗକୁ ସମର୍ଥନ ପରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ଗୃହୀତ ହୋଇଯାଇଛି । ଏହା ହିଁ ଟ୍ରମ୍ପଙ୍କ ପାଇଁ ହୋଇଛି ବଡ ଝଟକା ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ସାଂଘାତିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । କିଡନୀ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ।

କନକ ବ୍ୟୁରୋ: ଖୋଲୁଛି କିଡନୀ ନାଁରେ ଦଲାଲଗିରି କରୁଥିବା ଠକର କାରନାମା । ଦଲାଲ ହିମାଂଶୁର ଗିରଫଦାରି ପରେ ଆସିଛି ମାଳମାଳ ଅଭିଯୋଗ । ଜଣେ ବ୍ୟକ୍ତିଙ୍କଠାରୁ କିଡନ ଦେବା ନାଁରେ ସାଢେ ୧୮ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ପୁଲିସ ଖୋଜୁଛି ରାକେଟ ପଛରେ କିଏ ।

ନା ହିମାଂଶୁ ନନ୍ଦ । ବୟସ ୨୫ । ଘର କେନ୍ଦ୍ରାପଡା ଜିଲ୍ଲାର ଖଣ୍ଡପଡା । ଦେଖିବାକୁ ବେଶ ଭୋଲାଭାଲା ଆଉ ସାଦାସିଧା ଦେଖାଯାଉଥିବା ଏହି ଠକର କାହାଣୀ ଶୁଣିଲେ ଆପାଣ ତାଜୁବ ହୋଇଯିବେ । ଯେତେବେଳେ କୌଣସି ଲୋକ କିଡନୀ ରୋଗରେ ପୀଡିତ ହେବା ପରେ ତା ପରିବାର ଅସହାୟ ହୋଇପଡେ, ସେ ସମୟରେ ଏହାର ଫାଇଦା ଉଠାଇଥାଏ ଏହି ଠକ ଧୁରନ୍ଦର ।

ଅଶୋକ ନାୟକଙ୍କୁ କିଡନୀ ପ୍ରତିରୋପଣ କରିବ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିନେଇଥିବା ନେଇ ମଂଚେଶ୍ୱର ଥାନାରେ ଅଭିଯୋଗ ହୋଇଛି । ଅଶୋକଙ୍କର ଏକ ଘରୋଇ ହସପିଟାଲରେ ଡାଏଲିସିସ ଚାଲିଥିବାବେଳେ ତାଙ୍କୁ ଟାର୍ଗେଟ ବନାଇଥିଲା ଏହି ଠକ । ହେଲେ ଏହା ପଛରେ ଏକ ରାକେଟ କାମ କରୁଥିବା ଅଭିଯୋଗ କରିଛନ୍ତି ଅଶୋକ । କିଡନୀ ପ୍ରତିରୋପଣ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ଡୋନର , ଡାକ୍ତର , ଘରୋଇ ହସପିଟାଲ ସମେତ ୫ରୁ ଅଧିକ ଲୋକଙ୍କ ସହ ସମ୍ପର୍କରେ ଆସିଥିଲେ ଅଶୋକ । ଅଶୋକ ନାୟକ, ଠକେଇର ଶିକାର ହୋଇଥିବା ବ୍ୟକ୍ତି ।

from Kanak News
via <a href="https://ifttt.com/?

କରୋନା ବେଳେ ନବୀନଙ୍କ ପ୍ରଥମ ଜନସଭା । ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ ।

କନକ ବ୍ୟୁରୋ : ଯେଉଁ ପ୍ରକଳ୍ପକୁ ନେଇ କଳାହାଣ୍ଡିବାସୀ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ, ସେହି ସ୍ୱପ୍ନର ପ୍ରକଳ୍ପ- ଉପର ଇଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଜୟପାଟଣା ବ୍ଲକର ମଙ୍ଗଳପୁର ଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି, ଆଜି ଦେଶର ଭାତହାଣ୍ଡି ହୋଇଛି । କଳାହାଣ୍ଡି, ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ପାଲଟିଛି । ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ କଳାହାଣ୍ଡିର ଚାଷୀଙ୍କୁ ପ୍ରଶଂସା କରିଛନ୍ତି ନବୀନ ।

୯୮୬ କୋଟି ଟଙ୍କାରେ ନିର୍ମିତ ଏହି ବୃହତ ଉଠାଜଳସେଚନ ପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ ।

ନବୀନ କହିଛନ୍ତି, ଇଦ୍ରାବତୀ କେବଳ ନଦୀ ନୁହେଁ, ଆମର ମାଆ । କଳାହାଣ୍ଡିର ଜୀବନ ରେଖା । ଏହାର ଟୋପାଏ ପାଣି ନଷ୍ଟ ନକରି କଳାହାଣ୍ଡିର ବିକାଶ ପାଇଁ ବ୍ୟବହାର କରିବାକୁ ଚାଷୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଇଦ୍ରାବତୀର ଅବଦାନକୁ ସମ୍ମାନ ଜଣାଇ ଏଠାରେ ମ୍ୟୁଜିୟମ, ଉଦ୍ୟାନ ଓ ଇଦ୍ରାବତୀଙ୍କ ମନ୍ଦିର ମଧ୍ୟ ନିର୍ମାଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଦିନିକିଆ କଳାହାଣ୍ଡି ଗସ୍ତରେ ଯାଇ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ୫୪ଟି ପ୍ରକଳ୍ପର ଉଦ୍ଘାଟନ କରିଥିବା ବେଳେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତିି । ଏହି ଅବସରରେ କଳାହାଣ୍ଡି ସହ ବିଜୁବାବୁଙ୍କ ସଂପର୍କର ସ୍କୃତିଚାରଣ କରିଥିଲେ ନବୀନ ।

ମେଗା ଉଠା ଜଳସେଚନ ପ୍ରକଳ୍ପ ସହ ଉଦ୍ଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ଫୁଡ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ୍, ଭବାନୀପାଟଣାରେ ନୂଆ ବସଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ । ସେହିପରି କେସିଙ୍ଗାରେ ମଡେଲ ବସ୍ତିର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ଏହା ରାଜ୍ୟର ପ୍ରଥମ ମଡେଲ ବସ୍ତି । ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ରଘୁନନ୍ଦନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରିନ୍ସ ଡ୍ୟାସ ଗ୍ରୁପ୍ ଆକର୍ଷଣୀୟ ନୃତ୍ୟ ଜରିଆରେ କଳାହାଣ୍ଡିର ବିକାଶର ଧାରା ଉପସ୍ଥାପନ କରିଥିଲେ ।

from Kanak News
via <a href="https://ifttt.com/?

ଟିକା ନିର୍ମାଣକାରୀ କମ୍ପାନୀ ଭାରତ ବାୟୋଟେକ୍ କହିଲା, ଛୋଟ ପିଲାଙ୍କ ପାଇଁ ସଂପୂର୍ଣ୍ଣ ନିରାପଦ କୋଭାକ୍ସିନ୍ । ୧୦ ଦିନ ଭିତରେ କରାଯାଉଛି ଛୋଟ ଛୋଟ କ୍ଲିନିକାଲ୍ ଟ୍ରାଏଲ ।

କନକ ବ୍ୟୁରୋ : କୋଭିଡ ବିରୋଧରେ ଚାଲିଥିବା ଲଢେଇରେ ଯେତେବେଳେ ସମୂହ ଟିକାକରଣ ପାଇଁ ସବୁଦେଶ ଅଂଟା ଭିଡିଛନ୍ତି ସେତେବେଳେ ସବୁଠୁ ବଡ ପ୍ରଶ୍ନ ହେଲା, କମ ବୟସର ପିଲାମାନଙ୍କୁ କୋଭିଡ ଟିକା ଦିଆଯିବ ନା ନାହିଁ । ଯଦି ଦିଆଯିବ କେତେ ବୟସର ପିଲାଙ୍କୁ ଏହା ଦିଆଯିବ ।

ଆମେରିକାରେ ମଡନା ଟିକା ୨୦୨୨ ପର୍ଯ୍ୟନ୍ତ ଛୋଟ ପିଲାଙ୍କ ଉପରେ ପ୍ରୟୋଗ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଥିବା ବେଳେ ଭାରତ ବାୟୋଟିକ କହିଛି, ୨ରୁ ୧୨ ବର୍ଷ ପିଲାଙ୍କ କ୍ଷେତ୍ରରେ କୋଭାକସିନ ଟିକା ପ୍ରୟୋଗ କରାଯାଇପାରିବ । ଏଥିରେ କୌଣସି ଅସୁବିଧା ନାହିଁ । ଭାରତ ବାୟୋଟେକ ସିଏମଡି ଡକ୍ଟର କ୍ରିଷ୍ଣା ଇଲା ଗଣମାଧ୍ୟମକୁ ସାକ୍ଷାତ ବେଳେ ଏହି ସୂଚନା ଦେଇଛନ୍ତି ।

ଏନେଇ ଡିସିଜିଆଇକୁ ଏକ ପ୍ରସ୍ତାବ ଦିଆଯିବ ଏବଂ ଏକ୍ସପର୍ଟ କମିଟିର ଅନୁଧ୍ୟାନ ପାଇଁ ସମସ୍ତ ତଥ୍ୟ ଦିଆଯିବ । ଆଗାମୀ ୧୦ ଦିନ ମଧ୍ୟରେ ଛୋଟ ଛୋଟ ମାନବ ପରୀକ୍ଷଣ ମଧ୍ୟ କରାଯିବ । ବିନା କୌଣସି ଦ୍ୱିଧାରେ ଏହି ଟିକା ଛୋଟ ପିଲାମାନଙ୍କୁ ଦିଆଯାଇପାରିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ।

ଭାରତ ବାୟୋଟେକ ସିଏମଡି ଡକ୍ଟର କ୍ରିଷ୍ଣା ଇଲା କହିଛନ୍ତି, ତାଙ୍କ ନାତୀ ୬ ବର୍ଷର ଏବଂ ତାକୁ ଏହି ଟିକା ଦେବାରେ ସେ ପଛଘୁଂଚା ଦେବେ ନାହିଁ । ବର୍ତମାନ ପାଖରେ ଡାଟା ନାହିଁ କିନ୍ତୁ କୋଭାକସିନର ଫେଜ ଥ୍ରି ଟ୍ରାଏଲର ଡାଟା ଆଉ ୪ ମାସ ମଧ୍ୟରେ ମିଳିଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

୨୬ହଜାର ଭଲ୍ୟୁଂଟରଙ୍କ ସହିତ ଭାରତ ବାୟୋଟେକ ଏବେ ଫେଜ ଥ୍ରି ଟ୍ରାଏଲ ଚଲାଇଛି । ଏବେ ସୁଦ୍ଧା ସରକାର କହିଛନ୍ତି କୋଭିଡ ୧୯ ଟିକା କେବଳ ବୟସ୍କଙ୍କ ପାଇଁ । ତେବେ ଯଦି ସନ୍ତୋଷଜନକ ଡାଟା ମିଳେ ତେବେ ଆଗକୁ ଏହା ପିଲାମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ହେବାରେ କୌଣସି ଅସୁବିଧା ନାହିଁ ବୋଲି ଭାରତ ବାୟୋଟେକ କହିଛି ।

from Kanak News
via <a href="https://ifttt.com/?

ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି । କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।

କନକ ବ୍ୟୁରୋ: ଏବର୍ଷର ଗଣତନ୍ତ୍ର ଦିବସ ପରେଡରେ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବେ ନାହିଁ । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଏବର୍ଷ କୌଣସି  ବିଦେଶୀ ରାଷ୍ଟ୍ରମୁଖ୍ୟ ଯୋଗଦେବେ ନାହିଁ । ଏହି ସମାରୋହରେ ଅତିଥି ହେବାକୁ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଆମନ୍ତ୍ରଣ କରାଯାଇଥିଲା  । କିନ୍ତୁ ଗତ ୫ ତାରିଖରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ଭାରତ ଆସିବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ବ୍ରିଟେନରେ କୋରନା ଭୁତାଣୁ ମାଡ଼ିଚାଲିଥିବାରୁ ଜନସନ ନିଜର ଗସ୍ତ ବାତିଲ କରିଥିଲେ ।

ବ୍ରିଟେନରେ ଏବେ କରୋନା ଭୁତାଣୁର ନୂଆ ପ୍ରକାର ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସେଠାରେ ପୁଣି ଥରେ ଲକଡାଉନ ଘୋଷଣା କରାଯାଇଛି । ଏ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଯିବା ସମ୍ଭବ ନୁହେଁ ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଡାଉନିଂ ଷ୍ଟ୍ରିଟ୍ ପକ୍ଷରୁ କୁହାଯାଇଥିଲା । ପରେ ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖିଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ଏବେ ତାଙ୍କ ଭାରତ ଗସ୍ତକୁ ବାତିଲ କରାଯାଇଛି ।

from Kanak News
via <a href="https://ifttt.com/?

୨ ହାତୀଦାନ୍ତ ତସ୍କରଙ୍କୁ ଗିରଫ କଲା ଏସଟିଏଫ । ହାତୀଦାନ୍ତ ଚୋରାଚାଲାଣ ନେଇ କରୁଥିଲେ ଯୋଜନା ।

କନକ ବ୍ୟୁରୋ : ହାତୀ ଦାନ୍ତ ଚାଲାଣ ପାଇଁ ଯୋଜନା ଚାଲିଥିବା ବେଳେ ଏସ୍‌ଟିଏଫ୍‌ର ଚଢ଼ାଉ ହୋଇଛି। ଏସ୍‌ଟିଏଫ୍‌ ଆଜି ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ନିକଟରେ ଅତର୍କିତ ଭାବେ ଚଢ଼ାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଠାରୁ ବହୁ ମୂଲ୍ୟବାନ ୨ଟି ହାତୀ ଦାନ୍ତ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ କେଉଟିବାହାଲି ଗାଁର ଗୋପାଳ କୃଷ୍ଣ ବୁଡାକ ଓ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଚଢ଼େଇପଙ୍କ ନିକଟ ଦିଆପାଲି ଗାଁର ହୃଷିକେଶ କୁମ୍ଭାର।

ଦାତୀ ଦାନ୍ତ ଚାଲାଣ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ଏସ୍‌ଟିଏଫ୍‌ ଗୋପାଳ ଓ ହୃଷିକେଷଙ୍କୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲା। ଠିକ ସମୟରେ ଘଟଣାସ୍ଥଳରେ ପହଂଚି ଉଭୟଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୨ଟି ହାତୀ ଦାନ୍ତ ଜବତ କରିଥିଲା। ଏସ୍‌ଟିଏଫ୍‌ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ କରୁଛି। ଜବତ ହାତୀ ଦାନ୍ତ ୨ଟିକୁ ଉତ୍ତରାଖଣ୍ଡରେ ଡେରାଡୁନରେ ଥିବା ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନକୁ ପରୀକ୍ଷା ପାଇଁ ପଠାଇବ।

from Kanak News
via <a href="https://ifttt.com/?

ଭୁବନେଶ୍ୱରରେ କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକିଥିବା ଆଉ ଜଣେ ଲୋକ ଆଣିଲେ ଅଭିଯୋଗ ।

କନକ ବ୍ୟୁରୋ : କିଡନୀ ଯୋଗାଇ ଦେବେ କହି ହସପିଟାଲରେ ବୁଲୁଛନ୍ତି ଠକ । କିଡନୀ ରାକେଟ ନେଇ ଆସିଲା ଅଧିକ ତଥ୍ୟ । ଅଭିଯୁକ୍ତ ହିମାଂଶୁ ଭୂଷଣ ନନ୍ଦ ନାଁରେ ବଢିଲା ଅଭିଯୋଗ ସଂଖ୍ୟା । ଆଉ ଜଣେ ଲୋକ ହିମାଂଶୁ ଭୂଷଣ ନନ୍ଦ ୧୮ ଲକ୍ଷ ୫୩ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ ଆଣିଛନ୍ତି ।

ଅକ୍ଟୋବର ୨୦୧୯ରୁ ଟଙ୍କା ନେଇଥିଲେ ଦୁବୃର୍ତ । କିଡନୀ ପ୍ରତିରୋପଣ କରିବ କହି ଟଙ୍କା ନେଇ ଫେରାର ହୋଇଯାଇଥିଲା ଠକ । ଗତକାଲି ନୟାପଲ୍ଲୀରେ ୫ ଳକ୍ଷ ୫୦ ହଜାର ଓ ଲକ୍ଷ୍ମୀସାଗର ଥ।।ନାରେ ୩ ଳକ୍ଷ ୧୯ ହଜାର ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଥିଲା । କିଡ଼ନୀ ପ୍ରତିରୋପଣର ନକଲି କାଗଜ ଦେଖାଇ ଠକିଛନ୍ତି ଲକ୍ଷ ଲକ୍ଷ ଟଙ୍କା ।

ଲୋକଙ୍କୁ ଜାଲ କାଗଜପତ୍ର ଦେଇ କିଡନୀ ପ୍ରତିରୋପଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିନେଇଥିବା ଜଣେ ଠକକୁ କାଲି ଗିରଫ କରିଛି ପୋଲିସ । ୨ଜଣ ବ୍ୟକ୍ତିଙ୍କୁ କଥାରେ ଫୁଶୁଲାଇ ୯ଲକ୍ଷ ଟଙ୍କା ହଡପ କରିଛନ୍ତି । ବଡ ବଡ ହସ୍ପିଟାଲ ଏବଂ ବଡ ବଡ ଡାକ୍ତରଙ୍କ ନକଲି କାଗଡପତ୍ର ଦେଖାଇ ବିଶ୍ୱାସ ଜନ୍ମାଇବା ପରେ କିଡନି ପ୍ରତିରୋପଣର ମିଥ୍ୟା ଆଶ୍ୱାସନା ଦେଉଥିଲା ଠକ । ତେବେ କାଗଜପତ୍ର ଯାଂଚ କରୁ କରୁ ପଦାକୁ ଆସିଥିଲା ଏହି ଠକେଇ ପଛର ରହସ୍ୟ ।

from Kanak News
via <a href="https://ifttt.com/?

କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ । କହିଲେ କୃଷକଙ୍କ ଭାବାବେଗ ସହ ଜଡିତ ରହିଛି ମୁଁ

କନକ ବ୍ୟୁରୋ : ୫୦ ଦିନରେ ପହଂଚିଛି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷିବିଲ୍ କୁ ବିରୋଧ କରି ସାରା ଦେଶର କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସିଲା ପରେ ବି କିଛି ନିସ୍କର୍ଷ ବାହାରି ପାରୁ ନାହିଁ । ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଥିଲେ । ଯେଉଁ କମିଟି କୃଷି ଆଇନର ସମୀକ୍ଷା କରି କୋର୍ଟଙ୍କୁ ଜଣାଇବ । ଏନେଇ ୪ ଜଣିଆ କମିଟିର ବୈଠକ ଆସନ୍ତା କାଲି ବସିବାକୁ ଥିବା ବେଳେ ସଦ୍ୟ ସୂଚନା ମୁତାବକ ଏହି କମିଟିରୁ ଓହରି ଯାଇଛନ୍ତି ଭୂପିନ୍ଦର ସିଂ ମାନ  । ଫଳରେ ଆସନ୍ତା କାଲି ବସିବାକୁ ଥିବା ବୈଠକକୁ ନେଇ ଅନିଶ୍ଚିତତା ଦେଖା ଦେଇଛି ।
ଉଚ୍ଚନ୍ୟାୟାଦଳ ଦ୍ୱାରା ଗଠିତ କମିଟିରୁ ଓହରିଯିବା ପରେ ଶ୍ରୀ ମାନ କହିଛନ୍ତି କି ସେ କୃଷକ ମାନଙ୍କର ଭାବାବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ କୃଷକଙ୍କ ସହିତ ଥିଲେ ଓ ଆଗକୁ ରହିବାକୁ ପ୍ରତିଶୃତି ଦେଇଛନ୍ତି । ସିଧା ସଳଖ ନ କହିଲେ ବି ସେ ସରକାରଙ୍କ ଦ୍ୱାରା ପାରିତ ଆଇନକୁ କୃଷକ ବିରୋଧି ବୋଲି କହିବାକୁ ଯାଇ କହିଛନ୍ତି କି କୃଷକ ମାନଙ୍କର ହିତ ବିରୋଧରେ ସେ କେବେ ବି ଯିବେ ନାହିଁ ।
ଭୂପିନ୍ଦରଙ୍କ ଓହରି ଯିବାକୁ ନେଇ ଭାରତୀୟ କୃଷକ ସଂଗଠନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି କି ଭୂପିନ୍ଦର କମିଟିରୁ ଓହରି ଯିବା ପରେ କୃଷକ ଆନ୍ଦୋଳନର ବୈଚାରିକ ବିଜୟ ହୋଇଛି । ଏହା ସହ ସେ ଭୂପିନ୍ଦରଙ୍କୁ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି ।

from Kanak News
via <a href="https://ifttt.com/?

ଘାଟି ମଣିଷର ଝାଟି ପର୍ବ: ବଣ୍ଡାଘାଟିର ପଡା ଗାଁରେ ପାଳନ ହେଉଛି ଝାଟି ପର୍ବ; ପୂର୍ବ ଶତ୍ରୁତାକୁ ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ

କନକ ବ୍ୟୁରୋ: ଉତ୍ସବ ମୁଖରିତ ବଣ୍ଡା ପାହାଡ । ରାଗରୁସା ଭୁଲିବାକୁ ବଣ୍ଡା ଜନଜାତିଙ୍କ ରକ୍ତାକ୍ତ ସଂଘର୍ଷ । ପୂର୍ବ ଶତ୍ରୁତାକୁ ଭୁଲାଇ ନୂତନ ସମ୍ପର୍କ ଯୋଡିବାର ନିଆରା ଆଦିମ ପରମ୍ପରା । ପରସ୍ପରକୁ ଲହୁଲୁହାଣ କରି ଝାଟିପର୍ବ ପାଳନ କରୁଛନ୍ତି ବଣ୍ଡାଘାଟିର ଆଦିବାସୀ । ସଲପ ଗଛର ଡାଳରୁ ଚାବୁକ ତିଆରି କରି ଗାଁ ଦାଣ୍ଡରେ ଚାଲେ ରକ୍ତର ଖେଳ । ମନରେ ଥିବା ଅଭିମାନ ଓ ରାଗରୋଷ ଛିଣ୍ଡାଇବା ଲାଗି ଘାଟି ଅଂଚଳରେ ଅନୁଷ୍ଠିତ ହୁଅ ପୁଷ ପରବର ନୂଆ ଅଧ୍ୟାୟ ।

ବଣ୍ଡାଘାଟିର ଭିନ୍ନ ପରବ । ରାଗରୁସା ଭୁଲିବାକୁ ଘାଟି ମଣିଷର ଝାଟି ପରବ । ମନ ଭିତରେ ଥିବା ତିକ୍ତତା ଭୁଲି ନୂଆ ସମ୍ପର୍କ ଯୋଡିବା ଲାଗି ପରସ୍ପରକୁ ଆଘାତ ଦେଇ ଝାଟି ପରବ ପାଳନ କରୁଛନ୍ତି ମାଲକାନଗିରି ଜିଲ୍ଲାର ଆଦିମ ବଣ୍ଡା ଜନଜାତି । ପିଠିରେ ପଡୁଛି ଚାମୁକ ପ୍ରହାର । ଉଭୟଙ୍କ ଦେହରେ ଝରିପଡୁଛି ରକ୍ତ । ବଣ୍ଡାଘାଟିର ସମସ୍ତ ପଡା ଗାଁରେ ଭିନ୍ନ ଭିନ୍ନ ଦିନ ଏହି ଝାଟି ପର୍ବର ଆୟୋଜନ କରାଯାଏ ।

ସମୁଦ୍ର ପତନ ଠାରୁ ୫ ହଜାର ପୁଟ ଉଚ୍ଚରେ ଥିବା ବଣ୍ଡାଘାଟିରେ ଝାଟି ପର୍ବ ପାଳନ ପାଇଁ ସଲପ ଗଛର ଡାଳରେ ଚାବୁକ ତିଆରି କରାଯାଏ । ପରେ ଗାଁ ଦାଣ୍ଡରେ ଚାଲେ ରକ୍ତାକ୍ତ ସଂଘର୍ଷ । ପରସ୍ପରକୁ ମାଡ ମାରିବା ପରେ ଆଲିଙ୍ଗନ କରି ମାନ ଅଭିମାନ ଭୁଲିଥାନ୍ତି । ଆଉ ୨ ଯୁବକଙ୍କ ମଧ୍ୟରେ ଲଢେଇ ଜୋରଦାର ହେବା ସମୟରେ ବଣ୍ଡା ମହିଳାମାନେ ପ୍ରତିବନ୍ଧକ ସାଜିବା ସହ ସେମାନଙ୍କ ଆଘାତ ସ୍ଥାନରେ ତୁରନ୍ତ ହଳଦୀ ଲଗାଇ ଭାଇଚାରାର ବାର୍ତା ଦେଇଥାନ୍ତି ।

ଲଢେଇ ଲାଗିଲେ ସମ୍ପର୍କ ବଢେ । ଏପରି କଲେ ବର୍ଷ ଯାଏଁ ଜ୍ୱର ମଧ୍ୟ ହୋଇନଥାଏ ବୋଲି ବଣ୍ଡା ମଣିଷଙ୍କର ବିଶ୍ୱାସ ରହିଛି । ଝାଟି ମରା କାର୍ଯ୍ୟକ୍ରମ ଆରମ୍ଭରୁ ଗାଁର ପୂଜକଙ୍କ ଘରେ ନୂଆ ଧାନକୁ ପୂଜା କରାଯାଏ । ଏହାସହ ସିମ୍ବ ଏବଂ ଅନ୍ୟ ପନିପରିବାକୁ ମଧ୍ୟ ପୂଜା କରାଯାଏ । ଏହାକୁ ପୁଷ ପରବ ସହ ସିମ୍ବ ପର୍ବ ବୋଲି କୁହାଯାଏ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started