ଚିତ୍ରକୋଣ୍ଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ଅଭାବନୀୟ ଘଟଣା: ଛାତ୍ରୀଙ୍କ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ

କନକ ବ୍ୟୁରୋ: ଆଦିବାସୀ ଛାତ୍ରୀଙ୍କୁ ଷ୍ଟାଇପେଂଟ ଟଙ୍କା ଦେବାକୁ କହିବାରୁ ସହକାରୀ ଶିକ୍ଷୟିତ୍ରୀଙ୍କୁ ଗାଳି କଲେ ପ୍ରଧାନ ଶିକ୍ଷକ । କରୋନା କାଳରେ ଛାତ୍ରୀଙ୍କ ଘରକୁ ଯାଇ ଷ୍ଟାଇପେଂଟ ଟଙ୍କା ଦେବାକୁ କହିଥିଲେ ସରକାର । ହେଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ଛାତ୍ରୀଙ୍କୁ ୧୦ ମାସ ହେଲା ଷ୍ଟାଇପେଂଟ ଟଙ୍କା ଦେଇନଥିଲେ ପ୍ରଧାନ ଶିକ୍ଷକ । ଏବେ ସ୍କୁଲ ଖୋଲିଥିବା ବେଳେ ଛାତ୍ରୀଙ୍କୁ ଟଙ୍କା ଦେବା ପାଇଁ କହିବାରୁ ସହଯୋଗୀ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଗାଳି ଗୁଲଜ କରିଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଛି ।

୧୦ ମାସ ପରେ ଛାତ୍ରୀ ପାଇଲେ ପଇସା, ଶିକ୍ଷୟିତ୍ରୀ ଶୁଣିଲେ ଗାଳି । ମାଲକାନଗିରି ଚିତ୍ରକୋଣ୍ଡା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବାଳିକା ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗତ ମାର୍ଚ ମାସରୁ ସ୍କୁଲ ବନ୍ଦ ଥିବାରୁ ଛାତ୍ରୀଙ୍କୁ ମାସିକ ଷ୍ଟାଇପେଣ୍ଡ ଟଙ୍କା ମିଳିନଥିଲା । ଛାତ୍ରୀଙ୍କ ଘରକୁ ଯାଇ ଟଙ୍କା ଦେବାକୁ ସରକାର କହିଥିଲେ, କିନ୍ତୁ ଚିତ୍ରକୋଣ୍ଡା ଏସଏସଡି ସ୍କୁଲର ଛାତ୍ରୀଙ୍କୁ ଟଙ୍କା ଦେଇ ନଥିଲେ ପ୍ରଧାନ ଶିକ୍ଷକ । ଏବେ ସ୍କୁଲ ଖୋଲିଥିବା ବେଳେ ଛାତ୍ରୀଙ୍କୁ ଟଙ୍କା ଦେବା ପାଇଁ ସହକାରୀ ଶିକ୍ଷୟିତ୍ରୀମାନେ କହିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ ଗାଳି ଦେଇଛନ୍ତି । ଏନେଇ ଶିକ୍ଷୟିତ୍ରୀ ମାନେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

ତେବେ ଜିଲ୍ଲାପାଳ ଏସଂପର୍କରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି । ଯଦି ତାଲାବନ୍ଦ ବେଳେ ଛାତ୍ରୀଙ୍କୁ ଷ୍ଟାଇପେଂଟ ଦେବା ପାଇଁ ସରକାର ଟଙ୍କା ଦେଇଥିଲେ, ତେବେ ପ୍ରଧାନ ଶିକ୍ଷକ କାହିଁକି ଦେଇ ନଥିଲେ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି । ସେପଟେ ନିଜ ଆଡୁ ସଫେଇ ରଖି ପ୍ରଧାନ ଶିକ୍ଷକ କହିଛନ୍ତି, ସେ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିନାହାନ୍ତି କି କୌଣସି ପଇସା ଆସିନାହିଁ । ତେବେ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି ।

from Kanak News
via <a href="https://ifttt.com/?

ଯୌବନରେ ଜିର୍ଣ୍ଣଶୀର୍ଣ୍ଣ ଶରୀର, ଯନ୍ତ୍ରଣାରେ ଜଡସଡ ଜୀବନ: ୨ଟି ଯାକ କିଡନୀ ନଷ୍ଟ ହେବାପରେ ଯୁକ୍ତ ୨ରୁ ବନ୍ଦ ହୋଇଗଲା ପାଠପଢା; ଚାଳଘରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରାଜେଶ

କନକ ବ୍ୟୁରୋ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରାଜ୍ୟ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା ପାଲଟିଛି ସାତ ସପନ । କିଡନୀ ରୋଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି ଯାଜପୁର ଦଶରଥପୁର ବ୍ଲକ୍ ମୁରାରିପୁର ଗାଁର ୨୨ ବର୍ଷୀୟ ଯୁବକ ରାଜେଶ ଜେନା । ଅଭାବ ଅନଟନ ମଧ୍ୟରେ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ରାଜେଶ । ପୁଅକୁ ଭଲ କରିବା ପାଇଁ ପରିବାର ଲୋକ ଯାଜପୁରରୁ କଟକ, କଟକରୁ ଦିଲ୍ଲୀ ନେଇଥିଲେ, ହେଲେ ଅସ୍ତ୍ରପ୍ରଚାର ପାଇଁ ଟଙ୍କା ଯୋଗାଡ ହୋଇପାରୁନଥିବାରୁ ପୁଣି ଘରକୁ ଫେରାଇ ଆଣିଛନ୍ତି । ଗାଁ, ବନ୍ଧୁବାନ୍ଧବ ଓ ସାହି ପଡିଶାରୁ ମାଗିଯାଚି ବହୁ କଷ୍ଟରେ ସପ୍ତାହରେ ଦୁୁଇ ଥର କଟକ ନେଇ ଡାଏଲିସିସ୍ କରାଉଛନ୍ତି ।

ମାଟି କାନ୍ଥର କୁଡିଆ ଭିତରୁ ପାଠପଢି ଆଗକୁ ବଢିବାର ସ୍ୱପ୍ନ ଦେଖୁଥିବା ଯୁବକଙ୍କୁ ଅଚଳ କରି ଦେଇଛି କିଡନୀ ରୋଗ । ଯୁକ୍ତ ୨ ଶେଷ ବର୍ଷରେ ପଢୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ରାଜେଶ ଜେନା । ପୁଅକୁ ଚିକିତ୍ସା ପାଇଁ କଟକ ନେଇଥିଲେ ବାପା-ମାଆ, ସେଠାରେ ଜଣାପଡିଲା ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ନେବାକୁ ହେବ । ଡାକ୍ତରଙ୍କ ପରାମର୍ଶ କ୍ରମେ ପରିବାର ଲୋକେ ପୁଅକୁ ଦିଲ୍ଲୀ ନେଇଥିଲେ, କିନ୍ତୁ ଅର୍ଥ ଅଭାବରୁ ସେଠାରୁ ଫେରି ଆସିଛନ୍ତି । ଆଉ ଏବେ ଏହି କୁଡିଆ ଭିତରେ ରାଜେଶଙ୍କ ପାଇଁ ବୋଝ ପାଲଟି ଯାଇଛି ଜୀବନ ।

ବଖରାଏ ଚାଳଛପର ଘରେ ରହୁଥିବା ପରିବାର ରାଜେଶଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡରେ ଲାଗିଛନ୍ତ । ସମାଜସେବୀ ଓ ବନ୍ଧୁ ବାନ୍ଧବଙ୍କ ସହାୟତାରେ ଡାଏଲସିସି୍ ଚାଲିଛି । କିନ୍ତୁ ଏହି ଅଭାବୀ ପରିବାର ପାଖରେ ପହଂଚିପାରି ନାହିଁ କୌଣସି ସରକାରୀ ସ୍ୱାସ୍ଥ୍ୟ ଯୋଜନା କି ପହଂଚି ପାରିନାହାନ୍ତି ସ୍ଥାନୀୟ ଲୋକ ପ୍ରତିନିଧି । ଅନ୍ୟପଟେ ଆମ ପ୍ରତିନିଧିଙ୍କ ଠାରୁ ରାଜେଶଙ୍କ ସଂପର୍କରେ ଜାଣିବା ପରେ ଅଧିକ ଚିକିତ୍ସା ପାଇଁ ପ୍ରଶାସନିକ ସୁବିଧା ସୁଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର । ତେବେ କେବେ ମିଳୁଛି ରାଜେଶଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟ ସେବା ମିଳିବ ଆଉ ତାଙ୍କ ଚିକିତ୍ସା ବ୍ୟବସ୍ଥା ଆଗକୁ ବଢିବ ତାକୁ ହିଁ ଅପେକ୍ଷା ।

from Kanak News
via <a href="https://ifttt.com/?

କୋରାପୁଟ ଚାଷୀଙ୍କୁ କୋଲାବ କେନାଲ ଅଡୁଆ: ବାରମ୍ବାର ବନ୍ଧ ଭାଙ୍ଗୁଥିବା ବେଳେ ସ୍ଥାୟୀ ମରାମତି କରୁନି ପ୍ରଶାସନ; ୪୦ ବର୍ଷର କେନାଲ ଭବିଷ୍ୟତକୁ ନେଇ ପ୍ରଶ୍ନ କଲେ ଚାଷୀ

କନକ ବ୍ୟୁରୋ: କୋରାପୁଟ ଜିଲ୍ଲାରେ ପ୍ରାୟ ୫୦ ହଜାର ଚାଷୀଙ୍କୁ ଅଡୁଆରେ ପକାଇଛି କୋଲାବ ଡ୍ୟାମର କେନାଲ । ବାରମ୍ବାର କେନାଲ ବନ୍ଧ ଭାଙ୍ଗି ଫସଲ ନଷ୍ଟ ହେଉଛି । ପ୍ରଶାସନ ପକ୍ଷରୁ ଭଙ୍ଗା ବନ୍ଧରେ ମାଟି ଓ ବାଲି ବସ୍ତା ପକାଇ ମରାମତି କରାଯାଉଛି । କିନ୍ତୁ ଦୀର୍ଘ ୪୦ ବର୍ଷର ପୁରୁଣା କେନାଲର ସ୍ଥାୟୀ ମରାମତି କରାଯାଉ ନାହିଁ । ଯାହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି ।

ସରିଲା ମରାମତି, ଆସିଲା ପାଣି । ୨ଦିନ ଲାଗିଲା କେନାଲ ମରାମତି । ରବି ଚାଷ ପାଇଁ ଅନେଇ ଥିବା ଚାଷୀ ଏବେ ପାଣିକୁ ଜଗିଛି । କେତେ ଦିନ ଚାଲିବ ଏମିତି । ଏଭଳି କିଛି ଅନେକ ପ୍ରଶ୍ନ ଏବେ ଚାଷୀଙ୍କ ମନରେ । ଭାଙ୍ଗି ଯାଇଥିବା ବନ୍ଧ ମରାମତି ହୋଇଛି । ପୁଣି ଥରେ କେନାଲରେ କୋଲାବ ଡ୍ୟାମର ପାଣି ଛଡାଯାଇଛି । କିନ୍ତୁ ଏହି କେନାଲ ଏବେ କୋରାପୁଟ ଜିଲ୍ଳାର ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଚାଷୀଙ୍କ ଲାଇଫଲାଇନ କୁହାଯାଉଥିବା କେନାଲ ଦୀର୍ଘ ୪୦ ବର୍ଷ ହେବ ପାଣି ଯୋଗାଇ ଆସୁଛି । ହେଲେ କେନାଲର ମରାମତି ଦିଗରେ ବିଭାଗୀୟ ଅଧିକାରୀ ନଜର ଦେଉ ନାହାନ୍ତି । ଚାଷୀଙ୍କ ଜମିରେ ଡ଼୍ୟାମ ହେଲା, ଚାଷ ଗଲା, ବାସ ବି ଗଲା, ହେଲେ ସେମାନେ ପାଇଲେ କଣ । ଡ୍ୟାମ କରିବା ବେଳେ ଦୌ-ଫସଲର ସ୍ୱପ୍ନ ଦେଖାଇଥିବା ସରକାର କେନାଲର ମରାମତି କରୁନଥିବାରୁ ଜମିରେ ପାଣି ପହଂଚି ପାରୁନାହିଁ । ବଂର ପ୍ରତିବର୍ଷ କେନାଲ ବନ୍ଧ ଭାଙ୍ଗୁଛି, ଫସଲ ନଷ୍ଟ ହେଉଛି । କିନ୍ତୁ ସରକାର ଏହାର ସ୍ଥାୟୀ ସମାଧାନ କରୁନାହାନ୍ତି, କି ଏଥିପାଇଁ ସ୍ୱତନ୍ତ୍ର ଫଣ୍ଡ ରଖି ନାହାନ୍ତି ।

କୋଲାବ ଡ଼୍ୟାମରୁ ବିଦ୍ୟୁତ ଉତ୍ପାଦନ ସହ ୪୪ ହଜାର ୫୦୦ ହେକ୍ଟର ଜମିକୁ ପାଣି ଯୋଗାଇ ଦିଆଯାଉଛି । ଜିଲ୍ଲାର ୪ଟି ବ୍ଳକ୍ କୁନ୍ଦ୍ରା, ଜୟପୁର, ବୋରିଗୁମ୍ମା, କୋଟପାଡ଼ ବ୍ଳକର ଚାଷୀ ଦୁଇ ଫସଲ ଚାଷ କରିବେ । ୧୯୮୭ରେ କୋଲାବ ଡ଼୍ୟାମରୁ କେନାଲ ଯୋଗେ ପ୍ରଥମ ପାଣି ଛଡା ଯାଇଥିଲା । ପରେ ମୁଖ୍ୟ କେନାଲରୁ ୧୫ଟି ଶାଖା କେନାଲ ଯୋଗେ ଚାଷ ଜମିରେ ପାଣି ପହଂଚିଥିଲା । ସରକାରଙ୍କ ନିୟମ ଅନୁସାରେ, ୧୫ ବର୍ଷରେ ଥରେ କେନାଲର ମରାମତି ହେବ । କିନ୍ତୁ ଏହାରି ଭିତରେ ୪୦ ବର୍ଷରୁ ଅଧିକ ସମୟ ବିତିଛି ହେଲେ ଏହାର ସ୍ଥାୟୀ ମରାମତି ହୋଇନାହିଁ । ଯାହାର ପରିଣାମ ପ୍ରତିବର୍ଷ କେନାଲ ଭାଙ୍ଗି ଫସଲ ନଷ୍ଟ ହେଉଛି । ଚାଷ ଓ ଚାଷୀ ଙ୍କ ପାଇଁ ସରକାରଙ୍କ କାହିଁରେ କଣ ଯୋଜନା, ହେଲେ ଏହି ଯୋଜନା ଚାଷୀଙ୍କୁ କେତେ ସହଯୋଗ କରୁଛି ତାହା କୋରାପୁରର କୋଲାବ ଡ୍ୟାମ କେନାଲ ଭାଙ୍ଗିବା ଘଟଣାରୁ ସ୍ପଷ୍ଟ ବାରି ହେଉଛି ।

from Kanak News
via <a href="https://ifttt.com/?

ବିଜେପି ର ଋଣନୀତି ଆଗରେ ମମତା ଅସହାୟ । ମହାଗଠବନ୍ଧନ ପାଇଁ କଂଗ୍ରେସ ଓ ବାମ ମୋର୍ଚ୍ଚାକୁ ଆହ୍ୱାନ । ବାମଦଳ କହିଲା ବିଜେପି ଭଳି ମମତା ବି ଦେଶର ଶତ୍ରୁ

କନକ ବ୍ୟୁରୋ : ଏପ୍ରିଲ କିମ୍ବା ମେ ମାସରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଆକ୍ରମକ ଢଙ୍ଗରେ ମମତା ସରକାର ଉପରେ ଆକ୍ରମଣ କରୁଛି । ଦୈନିକ କେହି ନା କେହି ବରିଷ୍ଠ ନେତା ମମତାଙ୍କ ହାତ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଯାହାକୁ ନେଇ ମମତା ବାନାର୍ଜୀ ପୁରା ଅସହାୟ ହୋଇପଡିଛନ୍ତି ।

ବିଜେପିକୁ ପରାଜୟର ଦ୍ୱାର ଦେଖାଇବାକୁ ସେ ବିରୋଧୀ କଂଗ୍ରେସ ଓ ବାମଦଳକୁ ସାଥ୍ ଦେବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି କି ଯଦି କଂଗ୍ରେସ ଓ ବାମମୋର୍ଚ୍ଚା ବିଜେପିକୁ ଶତ୍ରୁ ବୋଲି ବିବେଚନା କରୁଥାଏ ତାହେଲେ ପଶ୍ଚିମବଙ୍ଗରେ ମହାଗଠବନ୍ଧନ କରାଯାଇଛି ବିହାର ଭଳି ବିଜେପି ବିରୋଧରେ ଲଢେଇ କରିବାକୁ ସମସ୍ତେ ଗୋଟିଏ ମଞ୍ଚକୁ ଆସନ୍ତୁ ।

ମମତା ବାନାର୍ଜୀ ବୁଧବାର ଦିନ ଏଭଳି ଆହ୍ୱାନ ଦେଇଥିବା ବେଳେ ଆଜି (ଗୁରୁବାର) ଏହାକୁ ଖାରଜ କରିଛନ୍ତି ଉଭୟ କଂଗ୍ରେସ ଓ ବାମମୋର୍ଚ୍ଚାର ନେତା । ରାଜ୍ୟ କଂଗ୍ରେସର ପ୍ରମୁଖ ଅଧିର ରଂଜନ ଚୌଧୁରୀ କହିଛନ୍ତି କି କଂଗ୍ରେସ କେବେ ବି ମମତାଙ୍କ ସହ ମେଣ୍ଟ କରିବା କଥା ଭାବି ପାରିବ ନାହିଁ । କାରଣ ୧୦ ବର୍ଷ ହେବ ମମତା କଂଗ୍ରେସ ବିଧାୟକଙ୍କୁ କିଣି ଦଳକୁ ଦୁର୍ବଳ କରିଛି । ତେଣୁ ଏବେ ମେଣ୍ଟ କଥା ପ୍ରଶ୍ନ ଉଠୁ ନାହିଁ । ଯଦି ମମତା ଏତେ ଦୁର୍ବଳ ହୋଇପଡିଛନ୍ତି ତେବେ ସେ ପୁଣିଥରେ କଂଗ୍ରେସରେ ମିଶି ଯା’ନ୍ତୁ । କାରଣ ପଶ୍ଚିମବଙ୍ଗରେ ବିଜେପିର ଶକ୍ତି ବୃଦ୍ଧି ପାଇଁ ମମତା ହିଁ ଦାୟୀ ।

ଅନ୍ୟପଟେ ମମତାଙ୍କ ଚିରଶତ୍ରୁ ବାମଦଳର ନେତା ମାନେ କହିଛନ୍ତି କି ମମତା ଓ ବିଜେପି ଭିତରେ କିଛି ଫରକ୍ ନାହିଁ । ଉଭୟ ହିଂସା ମାଧ୍ୟମରେ କ୍ଷମତା ହାସଲ କରିବାକୁ ଚାହାନ୍ତି । ଉଭୟ ଦଳ ଦେଶ ପାଇଁ ଶତ୍ରୁ । ତେଣୁ ମମତାଙ୍କ ଆହ୍ୱାନର କିଛି ମାନେ ନାହିଁ କି ଏହାକୁ ବାମଦଳ ଗ୍ରହଣ କରିବ ନାହିଁ । କହିରଖୁ କି ୧୯୯୮ ମସିହାରେ କଂଗ୍ରେସରୁ ସଂପର୍କ ଛିନ୍ନ କରି ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଗଠନ କରିଥିଲେ । ଏହା ପରେ ସେ ବାମ ସରକାର ବିରୋଧରେ ଲଢେଇ କରି ୨୦୧୧ ମସିହାରେ କ୍ଷମତା ହାସଲ କରିଥିଲେ ।

from Kanak News
via <a href="https://ifttt.com/?

ଚମ ଧୁଡୁଧୁଡୁ ହାତ, ୯୨ ବର୍ଷରେ ବି ଭାଙ୍ଗିନି ମନୋବଳ । ନଇଁ ପଡିଥିବା ଅଣ୍ଟାରେ ପରିବାରର ବୋଝ ବୋହୁଛନ୍ତି ବୃଦ୍ଧା । ହାରିନାହାଁନ୍ତି ବାଲେଶ୍ୱରର ହରମାଉସୀ ।

କନକ ବ୍ୟୁରୋ: ମାଉସୀ ହାତରେ ଜଳୁଥିବା ଏ ଦିଆସିଲର ନିଆଁ ହୁଏତ କିଛି ସମୟ ପରେ ଲିଭିଯିବ । ହେଲେ ସେହି ଲିଭି ଆସୁଥିବା ବୟସରେ କିନ୍ତୁ ମାଉସୀ ଭିତରେ ଜଳୁଛି ଆତ୍ମବିଶ୍ୱାସର ନିଆଁ, ବୟସ୍କ ବହ୍ନି । ରକ୍ତ ଥଣ୍ଡା ହୋଇ ଆସିଲାଣି, ଚମ ଧୁଡୁଧୁଡୁ ହୋଇଗଲାଣି, ଆଖି ଭିତରକୁ ପଶିଗଲାଣି । ତଥାପି ତା ବଳ ନଥିବା ପାଦରେ ଠୁକୁର ଠୁକୁର ବାଟ ଚାଲେ, ନଇଁ ପଡିଥିବା ଅଣ୍ଟାକୁ ସିଧା କରି ଆଗକୁ ଆଗକୁ ଯାଉଛି ଆଉ ତା ଶିରୁଆ ହାତରେ ଜଞ୍ଜାଳ ସହ ଯୁଦ୍ଧ କରି ଜୀବନ ଜିଉଁଛି । ସେଇଥିପାଇଁ ତ ହାରି ନଥିବା ଜଣେ ମହିଳାର ନାଁ ହର ମାଉସୀ, ବୟସର ପଶ୍ଚିମ ତୀରରେ ଉଉଁଥିବା ଗୋଟେ ନୂଆ ଉର୍ଜାର ନାଁ ହରମାଉସୀ, ଆତ୍ମଶକ୍ତି- ଆତ୍ମବିଶ୍ୱାସ- ଆତ୍ମସଙ୍କଳ୍ପର ନାଁ ହର ମାଉସୀ…

ପାନରେ ଚୁନ ମାରି ପରିବାର ଚଳାନ୍ତି ହରପ୍ରିୟା ଦେ ଓରଫ ହରମାଉସୀ । ବୟସ ୯୨ ଡେଇଁଲାଣି । ତଥାପି ବୁଡିଯାଉଥିବା ବୟସକୁ ବେଖାତିର କରି ବାଲେଶ୍ୱର ମାଣିଖମ୍ବ ଅଞ୍ଚଳରୁ ଚାଲି ଚାଲି ଆସି ଟାଉଲ ହଲ ଛକରେ ପାନ ଦୋକାନ କରି ପେଟ ପୋଷୁଛନ୍ତି । ଗରାଖଙ୍କୁ ଭାରି ସରାଗରେ ପାନ ଭାଙ୍ଗିଦିଏ ହରମାଉସୀ । ପାନ ପରି ତା ଜୀବନ । ଯେଉଁଠି ଜଞ୍ଜାଳର ଜର୍ଦ୍ଦା, କଷ୍ଟର କିମାମ, ଧୂସରପଣର ଧଣିଆ ଦେଇ ଦୀର୍ଘ ୯୨ ବର୍ଷ ହେବ ଜୀବନ ବିତାଉଛି ବୁଢୀମାଉସୀ ।

ମାତ୍ର ୯ ବର୍ଷରୁ ବାହା ହୋଇଥିଲେ ହରମାଉସୀ । ଘର ଲୋକେ ବାହା କରିଦେବା ପରେ କଅଁଳ ବୟସରୁ ଆରମ୍ଭ କରିଥିଲେ ସଂସାର । ତାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଥିଲା ସେବେଠାରୁ ଏକାକରି ଆରପାରିକୁ ଚାଲିଯାଇଛନ୍ତି ସ୍ୱାମୀ । ଆଉ ତାରି ଭିତରେ ୩ଟି ପୁଅର ମାଆ ବି ହୋଇସାରିଥିଲେ ମାଉସୀ । ବିନା ସ୍ୱାମୀରେ ଜୀବନ, ତାସହ ପୁଣି ତିନି ତିନିଟି ପିଲାଙ୍କୁ ବଡ କରିବା । ବଡ କାଠିକର ପାଠ ଥିଲା କମ ବୟସର ଏ ମାଆ ପାଇଁ । କିନ୍ତୁ ଏବେ ପିଲାଙ୍କୁ ପାଳିପୋଷି ବଡକରିଥିବା ହାତ ପାକଳ ହୋଇଛି । ତଥାପି ଥକି ପଡୁନି ମାଉସୀର ଶକ୍ତିହୀନ ହାତ ।

ପରଘରେ ବାସନ ମାଜି, ମୁଲ ଲାଗି ଚଳୁଥିଲେ ହେଁ ୩ ପୁଅଙ୍କ ପେଟରେ ଦାନା ଦେବାକୁ ଅସମର୍ଥ ଥିଲେ ମାଉସୀ । ତେଣୁ ୨ ପୁଅଙ୍କୁ ବାଳାଶ୍ରମରେ ରଖାଇ ଦଶମ ଯାଏଁ ପଢାଇଥିଲେ । ଏବେ ପୁଅମାନେ ବଡ ହୋଇଛନ୍ତି ସତ ହେଲେ ଜଣେ ପୁଅ କିଡନୀ ରୋଗରେ ପୀଡିତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ରୋଜଗାର ନାହିଁ । ତେଣୁ ବାଧ୍ୟ ହୋଇ ଏ ପରିଣତ ବୟସରରେ ବି ପାନ ଦୋକାନ କରି ପରିବାର ଚଳାଉଛନ୍ତି ହର ମାଉସୀ ।

ଭାରି କର୍ମଠ ମାଉସୀ , ସକାଳରୁ ସଞ୍ଜ ଏକା ଏକା ନିଜ ପାଇଁ ନିଜେ ଖଟୁଥାଏ, ନିଜେ ଜଳୁଥାଏ । ଯେଉଁଠି ସାଇକେଲ କିମ୍ବା ଗାଡି ବିନା ଆମ ଗୋଡ ପଦାକୁ ବାହାରୁନି ସେଠି ୯୨ ବର୍ଷର ବୁଢୀମାଉସୀ ଏକାଏକା ଦମ୍ଭର ସହ ଦିପଟ ଚପଲରେ ଚାଲିଥାଏ । ତାସହ ହାତରେ ଦୁଇଟି ବ୍ୟାଗ ଧରି ଦୋକାନ ଆସେ । ସକାଳ ୯ରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ଥାଏ ମାଉସୀ ଦୋକାନ । ଆତ୍ମସମ୍ମାନର ସହ ବଞ୍ଚୁଥିବା ମାଉସୀ ଭଙ୍ଗା ଘରେ ରହୁଛନ୍ତି ପଛେ ହେଲେ କାହା ପାଖେ ହାତ ପାତୁ ନାହାନ୍ତି ।

ମାଉସୀ ତା ଥରିଲା ହାତରେ ଭାଙ୍ଗୁଥିବା ଏ ପାନ କେତେ ସୁଆଦିଆ ଜଣାନାହିଁ । କିନ୍ତୁ ଏ ବୟସରେ ପରିବାର ପୋଷିବା ଆଉ ଅନ୍ୟ ଉପରେ ବୋଝ ନହୋଇ ନିଜ ପାଇଁ ନିଜେ ଜଳିବା ସମାଜରେ ବିରଳ । ତେଣୁ ଆପଣ ପାନ ଖାଆନ୍ତୁ କି ନଖାଆନ୍ତୁ ଥରେ ମାଉସୀ ଦୋକାନ ଯାଇ ତା ଫାଙ୍ଗୁଳା ପାଟିର କଥା ଶୁଣନ୍ତୁ ତା ସହ ଦିପଦ କଥା ହୁଅନ୍ତୁ । ହସିହସି ଜୀବନ ଜିଉଁଥିବା ହର ମାଉସୀକୁ ଭଗବାନ ଏମିତି ହସାଉଥାନ୍ତୁ…

from Kanak News
via <a href="https://ifttt.com/?

ଲେଉଟିବ ଶୀତ, ପୁଣି ବଢିବ ଥଣ୍ଡାର ପ୍ରକୋପ ! ଆସନ୍ତା ଦୁଇ ଦିନ ପାଇଁ ୨ ଜିଲ୍ଲାରେ ହୋଇପାରେ ପ୍ରବଳ ଶୀତ । ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

କନକ ବ୍ୟୁରୋ:  ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୮.୬ଡିଗ୍ରି ସେଲସିୟସ ରହିଛି। ଆଜି ସକାଳ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୨୦.୨ ରହିଥିଲା। ତେବେ ଆଗାମୀ ୫ଦିନ ପାଗ ଶୁଖିଲା ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ବୌଦ୍ଧ,ଅନୁଗୁଳ, ନୟାଗଡ଼, କଟକ, ଖୋର୍ଧା, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡି ଦେଖିବାକୁ ମିଳିପାରେ। ଆଗାମୀ ତିନିଦିନ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଓଡ଼ିଶାର ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ କୁହୁଡି ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ଆଗାମୀ ଦୁଇଦିନ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏହି ଦୁଇଟି ଜିଲ୍ଲାରେ ଥଣ୍ଡା ପବନ ପ୍ରବାହ ହେବାର ସମ୍ଭାବନା ରହିଛି।

ଏହି ସମୟରେ ଯଥାସମ୍ଭବ ଘରେ ରୁହନ୍ତୁ। ଥଣ୍ଡାପବନରେ ବାହାରେ ବୁଲାବୁଲି କରନ୍ତୁ ନାହିଁ। ସେହିପରି ଥଣ୍ଡା ପବନ ବୋହିବା ହେତୁ ପଶୁପକ୍ଷୀମାନେ ଏହାଦ୍ବାରା ପ୍ରଭାବିତ ହୋଇପାରନ୍ତି। ତେଣୁ ଏହି ସମୟରେ ତାଙ୍କୁ ବାହାରେ ନଛାଡ଼ି ଏପରି ସ୍ଥାନରେ ରଖନ୍ତୁ ଯେମିତି କି ପଶୁପକ୍ଷୀଙ୍କ ଶରୀରରେ ଥଣ୍ଡାପବନ ବାଜିବ ନାହିଁ । ଏସବୁ ଦିଗ ପ୍ରତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ସତର୍କ କରାଯାଇ ଦିଆଯାଇଛି।

from Kanak News
via <a href="https://ifttt.com/?

ଜାତୀୟ ପୋଲିଓ ଟିକାକରଣ ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ସରକାର । କରୋନା ଟିକାକରଣ ପରେ ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବ ପୋଲିଓ ଟିକା କାର୍ଯ୍ୟକ୍ରମ ।

କନକ ବ୍ୟୁରୋ : ଜାତୀୟ ପୋଲିଓ ଟିକାକରଣ ଅଭିଯାନ ପୁଣି ଜାନୁଆରୀ ୩୧ ତାରିଖରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁ କି ଜାନୁଆରୀ ୧୭ ତାରିଖରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଥିଲା । ମାତ୍ର ୧୬ ତାରିଖରୁ କୋଭିଡ୍ ଟିକା ଅଭିଯାନ ଆରମ୍ଭ ହେଉଥିବାରୁ ବୁଧବାର ଦିନ କେନ୍ଦ୍ରସରକାର ପୋଲିଓ ଟିକାକରଣ ଉପରେ ରୋକ୍ ଲଗାଇଥିଲେ । ତେବେ ପୋଲିଓ ଟିକା ପାଇଁ ପୁଣି ତାରିଖ ଘୋଷଣା କରାଯାଇଛି । ଜାନୁଆରୀ ୩୦ ତାରିଖ ପୂର୍ବାହ୍ନ ୧୧.୪୫ ମିନିଟରେ ରାଷ୍ଟ୍ରପତିଙ୍କ ଭବନ ପରିସରରେ କେତକ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଏହା ପରେ ଜାନୁଆରୀ ୩୧ ତାରିଖ ଦିନ ସାରା ଦେଶରେ ୫ ବର୍ଷରୁ କମ୍ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ ।

from Kanak News
via <a href="https://ifttt.com/?

ମକର ମେଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ମକର କୁମା ଜାଳିବାକୁ ଯାଇଥିବାବେଳେ ନଦୀପଠାକୁ ନେଇ ଗଣଦୁଷ୍କର୍ମ ଅଭିଯୋଗ; ୨ଜଣକୁ ଗିରଫ କରି ପୁଲିସର ପଚରାଉଚରା

କନକ ବ୍ୟୁରୋ: ମକର ମେଳାରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବାରିପଦା ସହରର କାଳିକାପୁର ଅଂଚଳରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବାରିପଦା ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟଜଣେ ଅଟକ ଅଛି ।

from Kanak News
via <a href="https://ifttt.com/?

ଟିକାକରଣ ପାଇଁ ସରକାରଙ୍କ ଜୋରଦାର ପ୍ରସ୍ତୁତି: ନୀତି ଆୟୋଗ ସଦସ୍ୟ ଭି.କେ ପଲ କହିଲେ; ୩ହଜାର ସ୍ଥାନରେ ଗୋଟିଏ ଦିନରେ ଦିଆଯିବ ୩ ଲକ୍ଷ ଟିକା

କନକ ବ୍ୟୁରୋ: ପ୍ରଥମ ଦିନରେ ୩ଲକ୍ଷଙ୍କୁ ଟିକା । ଜାନୁଆରୀ ୧୬ରେ ପ୍ରଥମ ଦିନ ଦିଆଯିବ ୩ଲକ୍ଷ ଲୋକଙ୍କୁ ଟିକା । ନୀତି ଆୟୋଗ ସଦସ୍ୟ ଭି.କେ ପଲଙ୍କ ସୁଚନା । ଦେଶର ୩ହଜାର ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା । ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୧୦୦ ଜଣଙ୍କୁ ଦିଆଯିବ ଟିକା । ପରେ ଟିକାକରଣ କେନ୍ଦ୍ର ୩ହଜାର କେନ୍ଦ୍ରରୁ ୫ହଜାରକୁ ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ମୋଦି ଟିକାକରଣର ଶୁଭାରମ୍ଭ କରିବେ । ଶୁଭାରମ୍ଭରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଭିଡ଼ିଓ କନଫରେନ୍ସିଂରେ କଥାହେବେ । ଦେଶରେ ୧୨ଟି ସହରେ ଦେଶୀ କୋଭାକ୍ସନ୍ ଟିକା ଦିଆଯିବ । ଅନ୍ୟ ସବୁ କେନ୍ଦ୍ରରେ କୋଭିସିଲ୍ଡ ଟିକା ଦିଆଯିବ ।

ଅନ୍ୟପଟେ, ଓଡ଼ିଶାରେ ଏବେ ଦ୍ୱିତୀୟ କରୋନା ଟିକା ପହଂଚିସାରିଛି । ଆସନ୍ତା ୧୬ ତାରିଖରେ ରାଜ୍ୟବ୍ୟାପି ଟିକାକରଣ ଆରମ୍ଭ ହେବ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବାର କିଛି ଦିନ ପରେ କରୋନା ସଂକ୍ରମିତ ହେବେ ସେମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ପାରିବେ ନାହିଁ । କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଏସ୍ସିବି ଭେଷଜ ବିଭାଗର ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକା ଦାନର ବ୍ୟବସ୍ଥା କରାଯାଇଛି । ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କଚ ଟିକା ଦିଆଯିବ । ଯଦି କମ୍ ହିତାଧିକାରୀ ଥାଆନ୍ତି ତାହାଲେ ୨କିମ୍ବା ୩ଟି କେନ୍ଦ୍ରକୁ ମିଶାି ଗୋଟି, କେନ୍ଦ୍ର କରାଯାଇ ପାରିବ । ସକାଳ ୯ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ । ଯାହାକୁ ଯେଉଁଦିନ ପାଇଁ ମେସେଜ୍ ଯାଇଥିବ ସେହି ବ୍ୟକ୍ତିି ସେହି ଦିନ ପାଇଁ ଟିକା ନେଇ ପାରିବେ । ଯଦି କୌଣସି କାରଣ ବକତଃ ସେହିଦିନ ଟିକା ନେବା ପାଇଁ ଆସି ନ ପାରିଲେ ତାହାଲେ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ହେବ ।

ତେବେ ଟିକାକରଣ ପାଇଁ ଆଜି ଏସଏମଏସ ଯିବ । ପଂଜୀକୃତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କେତେବେଳେ କେଉଁଠି ଟିକା ନେବେ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ । ୪୧ଟି ଡିପ ଫ୍ରିଜର ଆସି ପହଚିଂଛି ଯାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଜିରୋ ଷ୍ଟ୍ରାଟେଜି ଉପରେ ଫୋକସ ଦିଆଯିବ । ପ୍ରଥମ ଡୋଜ ନେବାର ୪୨ ଦିନ ଓ ଦ୍ୱିତୀୟ ଡୋଜର ୧୪ ଦିନ ପରେ ରୋଗ ପ୍ରତିରୋଧ ଶକ୍ତି ତିଆରି ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

ଗଣତନ୍ତ୍ର ଦିବସରେ କମ୍ପିବ ଦିଲ୍ଲୀ । ଲାଲକିଲ୍ଲାରେ ସରକାର ଓ ଦିଲ୍ଲୀ ସୀମାରେ କୃଷକ । ସେନା ପ୍ୟାରେଡକୁ ଟକ୍କର ଦେବ ଟ୍ରାକ୍ଟର ରାଲି

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଚଳାଇଥିବା ଆନ୍ଦୋଳନ ଆଜି ୫୦ ଦିନରେ ପହଂଚିଛି । ଆନ୍ଦୋଳନକୁ ୬ ସପ୍ତାହ ବିତିଯାଇଥିଲେ ବି କୃଷକ ଓ ସରକାରଙ୍କ ମଧ୍ୟରେ କୌଣସି ଗୋଟିଏ କଥାକୁ ନେଇ ସହମତି ହୋଇପାରି ନାହିଁ । ଆନ୍ଦୋଳନରତ କୃଷକ ମାନଙ୍କ ଠାରୁ ସୂଚନା ମିଳିଛି କି ଜାନୁଆରୀ ୨୬ ରେ କୃଷକ ମାନେ ଲାଲକିଲ୍ଲା ନୁହେଁ ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ।

କହିରଖୁ କି ଭାରତୀୟ କିଷାନ ୟୁନିୟନ ର ନେତା ବଲବୀର ସିଂ ରାଜେବାଲ ଆନ୍ଦୋଳନରତ କୃଷକ ମାନଙ୍କୁ ଏକ ଖୋଲା ଚିଠି ଲେଖି ଜଣାଇଛନ୍ତି କି କେବଳ ହରିଆଣା ନୁହେଁ ଦିଲ୍ଲୀ ସୀମାରେ ବି ଟ୍ରାକ୍ଟର ମାର୍ଚ୍ଚ ହେବ । ସେ ଆହୁରି ଲେଖିଛନ୍ତି କି ଲାଲକିଲ୍ଲାରେ କୃଷକ ମାନେ ଟ୍ରାକ୍ଟର ରାଲି କରିବେ ନାହିଁ । କୃଷକ ମାନେ ଦେଶଦ୍ରୋହୀ ଲୋକମାନଙ୍କ ଠାରୁ ଦୂରେଇ ରହିବାକୁ ସେ ଚେତାବନୀ ଦେଇଛନ୍ତି ।
ସୂଚନା ଥାଉକି ସୁପ୍ରିମକୋର୍ଟଙ୍କ କମିଟି ପ୍ରସ୍ତାବକୁ କୃଷକ ସଂଗଠନମାନେ ବିରୋଧ କରିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ଗତକାଲି କୃଷକ ସଂଗଠନ ମାନେ କୃଷି କାନୁନର ପ୍ରତୀକ ଜାଳିଛନ୍ତି । ଏହାସହ ଆନ୍ଦୋଳନକୁ ଆହୁରି ପ୍ରଖର କରିବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟପଟେ ଆସନ୍ତା କାଲି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ନବମ ଥର ପାଇଁ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କିଛି ନିସ୍କର୍ଷ ବାହାରିବ ବୋଲି ସରକାର ଆଶା କରିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ କଥାବାର୍ତ୍ତା କହିଛନ୍ତି କି ଆସନ୍ତା କାଲି ବୈଠକରେ କିଛି ବିକଳ୍ପ ଆଶା କରାଯାଉଛି ।

from Kanak News
via <a href="https://ifttt.com/?

Design a site like this with WordPress.com
Get started