କୋଭିଡ ଟିକାକୁ ସ୍ୱାସ୍ଥ୍ୟକର୍ମୀଙ୍କ ନା: କହିଲେ, ଅନ୍ୟକୁ ଟିକା ଦେବୁ କିନ୍ତୁ ନିଜେ ନେବୁନାହିଁ; କ୍ୟାଡର ପୁର୍ନଗଠନ ଓ ପଦବୀ ପରିବର୍ତ୍ତନ ଦାବିରେ ଅଡି ବସିଲେ ୧୫ହଜାର ସ୍ୱାସ୍ଥ୍ୟକର୍ମୀ

କନକ ବ୍ୟୁରୋ: ଅନ୍ୟକୁ ଦେବୁ କିନ୍ତୁ ନିଜେ ନେବୁନି ଟିକା । ଧମକ ଦେଲେ ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ବା ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ୧୫ଶହ ସଭ୍ୟ । ପଦବୀ ପରିବର୍ତନ ଓ କ୍ୟାଡର ପୁନଃଗଠନ ଦାବିରେ ସିରିନ୍ଜ ଛାଡ଼ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ । ଆସନ୍ତା ୧୬ରୁ ଆରମ୍ଭ ହେଉଥିବା ଟୀକାକରଣ ବେଳେ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ କରିବେ । ଫେବୃଆରୀ ପହିଲାରୁ କେବଳ କୋଭିଡ ଟିକାକରଣ ସାହର୍ଯ୍ୟ କରିବୁ କିନ୍ତୁ ଟିକା ଗ୍ରହଣ କରିବୁ ନାହିଁ ।

ସେପଟେ, ଓଡ଼ିଶାରେ ଏବେ ଦ୍ୱିତୀୟ କରୋନା ଟିକା ପହଂଚିସାରିଛି । ଆସନ୍ତା ୧୬ ତାରିଖରେ ରାଜ୍ୟବ୍ୟାପି ଟିକାକରଣ ଆରମ୍ଭ ହେବ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବାର କିଛି ଦିନ ପରେ କରୋନା ସଂକ୍ରମିତ ହେବେ ସେମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ପାରିବେ ନାହିଁ । କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଏସ୍ସିବି ଭେଷଜ ବିଭାଗର ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକା ଦାନର ବ୍ୟବସ୍ଥା କରାଯାଇଛି । ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କଚ ଟିକା ଦିଆଯିବ ।  ଯଦି କମ୍ ହିତାଧିକାରୀ ଥାଆନ୍ତି ତାହାଲେ ୨କିମ୍ବା ୩ଟି କେନ୍ଦ୍ରକୁ ମିଶାଇ ଗୋଟି, କେନ୍ଦ୍ର କରାଯାଇ ପାରିବ । ସକାଳ ୯ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ । ଯାହାକୁ ଯେଉଁଦିନ ପାଇଁ ମେସେଜ୍ ଯାଇଥିବ ସେହି ବ୍ୟକ୍ତିି ସେହି ଦିନ ପାଇଁ ଟିକା ନେଇ ପାରିବେ । ଯଦି କୌଣସି କାରଣ ବକତଃ ସେହିଦିନ ଟିକା ନେବା ପାଇଁ ଆସି ନ ପାରିଲେ ତାହାଲେ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ହେବ ।

ଆସନ୍ତା ୧୬ରେ ଆରମ୍ଭ ହେବ ଟିକାକରଣ । ଟିକାକରଣ ପାଇଁ ଆଜି ଏସଏମଏସ ଯିବ । ପଂଜୀକୃତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କେତେବେଳେ କେଉଁଠି ଟିକା ନେବେ ଏସଏମଏସ ମାଧ୍ୟମରେ ସୂଚନା ଦିଆଯିବ । ୪୧ଟି ଡିପ ଫ୍ରିଜର ଆସି ପହଚିଂଛି ଯାହାକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଜିରୋ ଷ୍ଟ୍ରାଟେଜି ଉପରେ ଫୋକସ ଦିଆଯିବ । ପ୍ରଥମ ଡୋଜ ନେବାର ୪୨ ଦିନ ଓ ଦ୍ୱିତୀୟ ଡୋଜର ୧୪ ଦିନ ପରେ ରୋଗ ପ୍ରତିରୋଧ ଶକ୍ତି ତିଆରି ହେବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

from Kanak News
via <a href="https://ifttt.com/?

କେବେ ଓ କିଏ କରିଥିଲେ ରାମ ସେତୁ? ପୁରାଣ ବର୍ଣ୍ଣିତ ରାମସେତୁର ରହସ୍ୟ ଖୋଜିବ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା

କନକ ବ୍ୟୁରୋ: କେବେ ଓ କିଏ କରିଥିଲେ ରାମ ସେତ୍ୁ । ତାର ଅନୁସନ୍ଧାନ ହେବ । ସମୁଦ୍ର ଭିତରେ ଭାରତରୁ ଶ୍ରୀଲଙ୍କାକୁ ଲମ୍ବିଥିବା ଏହି ବିଶାଳ ପଥର ସେତୁର ରହସ୍ୟ ଖୋଜିବ ଏଏସଆଇ । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଏଥିପାଇଁ ରାଜି ହୋଇଛି । ଗୋଆରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୂଟ ଅପ ଓସନଗ୍ରାଫି ଏଥିପାଇଁ ପ୍ରସ୍ତାବ ଦେଇଥିଲା । ଏହି ପ୍ରସ୍ତାବକୁ ଗ୍ରହଣ କରିଛି ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ।

ଏଏସଆଇର କେନ୍ଦ୍ରୀୟ ପରାମର୍ଶ ବୋର୍ଡ ଏଥିପାଇଁ ସମ୍ମତି ପ୍ରକାଶ କରିବା ପରେ ଖୁବ ଶୀଘ୍ର ସମୁଦ୍ର ଭିତରେ ଏହି ବିଶାଳ ପଥର ବନ୍ଧର ଅନୁସନ୍ଧାନ ହେବା ଆଶା କରାଯାଉଛି । ରାମାୟଣ ସମୟର ଏହି ପଥର ବନ୍ଧ ଏବେ ବି ରହିଥିବା ନେଇ ଅନେକ ସାଟେଲାଇଟ ଚିତ୍ରରୁ ପ୍ରମାଣ ମିଳିଛି । ଏହାର ଉଭୟ ବୈଜ୍ଞାନିକ ଓ ଧାର୍ମିର୍କ ମହତ୍ୱ ଥିବାରୁ ରାମସେତୁର ରହସ୍ୟ ଖୋଜିବା ଭାରତୀୟ ବୈଜ୍ଞାନିକ ମାନଙ୍କ ପାଇଁ ଏକ ବଡ଼ ଉପଲବ୍ଧି ହେବାକୁ ଯାଉଛି ।

ତେବେ ଭାରତୀୟ ପୌରାଣିକ ମତବାଦ ଅନୁସାରେ ବର୍ତମାନର ଶ୍ରୀଲଙ୍କା ସେତେବେଳର ରାବଣ ରାଜାର ଲଙ୍କା ଥିଲା । ମାତା ସୀତାଙ୍କୁ ଚୋରି କରିନେଇଥିବା ରାବଣକୁ ତା କୂୁକର୍ମର ଶାସ୍ତି ଦେବା ସହ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ରରେ ଏହି ବିଶାଳ ପଥର ବନ୍ଧର ନିର୍ମାଣ କରିଥିଲେ ଅଯୋଧ୍ୟା ରାଜା ପ୍ରଭୁ ଶ୍ରୀରାମ । ଏଥିରେ ତାଙ୍କୁ କିସକିନ୍ଦାର ରାଜା ସୁଗ୍ରିବ, ରାମଙ୍କ ପରମ ଭକ୍ତ ହନୁମାନ, ଓ ଅନ୍ୟ ବାନର ସେନା ସହାୟତା କରିଥିବା ମତବାଦ ରହି ଆସିଛି । ଚୁନ ପଥରରେ ୪୮ କିଲୋମିଟର ବ୍ୟାପି ଏହି ପଥର ବନ୍ଧ ଭାରତରୁ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ବେଳେ ସମୁଦ୍ର ଭିତରେ ଏବେ ବି ରାମାୟଣ ସମୟର ସାକ୍ଷୀ ହୋଇ ରହିଛି ।

from Kanak News
via <a href="https://ifttt.com/?

କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ : ଉହାନରେ ପହଚିଂବା ପରେ ୨ ସପ୍ତାହ ପାଇଁ ହେଲେ କ୍ୱାରେଣ୍ଟିନ୍

କନକ ବ୍ୟୁରୋ : ଅନେକ ବାଦ ବିବାଦ ପରେ ଅନ୍ତର୍ଜାତୀୟ ଚାପ ଆଗରେ ମୁଣ୍ଡ ନୁଆଁଇଛି ଚୀନ । ଶେଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳଙ୍କୁ ଚୀନ ଆସିବା ପାଇଁ ଅନୁମତି ଦେଇଛନ୍ତି ବେଜିଂ ସରକାର । କରୋନା ଭୂତାଣୁର ଉତ୍ପତି ନେଇ ଅନୁଧ୍ୟାନ କରିବାକୁ ଚୀନରେ ପହଚିଂଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରତିନିଧି ଦଳ । ତେବେ ଉହାନରେ ପହଚିଂବା ପରେ ଏମାନଙ୍କୁ ୨ ସପ୍ତାହ ପାଇଁ କ୍ୱାରେନଟିନ୍ରେ ରଖାଯାଇଛି ।

ଡବ୍ଲ୍ୟୁଏଚଓର ୧୦ ଜଣ ବୈଜ୍ଞାନିକ ଏହି ୨ ସପ୍ତାହର କ୍ୱାରେନଟିନ ଶେଷ କରିବା ପରେ ବିଶ୍ୱ ମହାମାରୀର ମୂଳ ଖୋଜିବେ । ଚୀନର ଉହାନ ସହରରୁ ୨୦୧୯ ଶେଷ ବେଳକୁ ଏହି ମାରାତ୍ମକ ଭୂତାଣୁ ସାରା ବିଶ୍ୱକୁ ବ୍ୟାପିଥିବା ଆଶଙ୍କା କରାଯାଉଛି । ଯେଉଁଥିରେ ବିଶ୍ୱବ୍ୟାପୀ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ବିଶ୍ୱର ଅନେକ ଅର୍ଥନୀତି ଭୁଶୁଡିପଡିଛି । ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଆଜି ଯାଏଁ କରୋନା ଜନିତ ଲକଡାଉନ ଓ ସଟଡାଊନ କାରଣରୁ ହୋଇଥିବା ଅର୍ଥନୈତିକ ମାଡରୁ ବାହାରିପାରିନାହାନ୍ତି ।

from Kanak News
via <a href="https://ifttt.com/?

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଜୀବନ ପ୍ରଦୀପ ଦାସ । ଉପନିର୍ବାଚନ ବେଳେ ଦଳ ବିରୋଧୀ କାର୍ଯ୍ୟ କରି ବିଜେଡିରୁ ହୋଇଥିଲେ ବହିଷ୍କୃତ

କନକ ବ୍ୟୁରୋ : ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ଉପନିର୍ବାଚନ ସମୟରେ ସେ ବିଜେଡିରେ ରହି ଦଳ ବିରୋଧୀ କାର୍ଯ୍ୟ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ନିଲମ୍ବିତ ହେବାର ମାତ୍ର ତିନି ମାସ ମଧ୍ୟରେ ସେ ଆଜି ଦଳ ଛାଡି ବିଜେପିରେ ଯୋଗ ଦେଇଛନ୍ତି ।

ସୂଚନା ଥାଉକି ବାଲେଶ୍ୱର ସଦରରେ ବିଜେପି ବିଧାୟକ ଥିବା ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ଦାସ ବିଜେଡି ତରଫରୁ ଟିକେଟ୍ ନେବାକୁ ଲବିରେ ଥିଲେ । ହେଲେ ଶେଷ ମୂୁହୂତ୍ତ୍ୱରେ ଦଳ ତାଙ୍କୁ ଟିକେଟ୍ ଦେଇ ନଥିଲା । ଏହାକୁ ନେଇ ସେ ନିର୍ବାଚନ ବେଳେ ଦଳ ବିରୋଧରେ ମନ୍ତ୍ରଣା କରିବା ସହ ଦଳୀୟ କର୍ମୀ ଓ ଭୋଟର ମାନଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଥିଲେ । ଏନେଇ ଏକ ଫୋନକଲ ରେକର୍ଡ ଭାଇରାଲ ହେବା ପରେ ଦଳର ସୁପ୍ରିମୋ ତାଙ୍କୂୁ ଦଳରୁ ନିଲମ୍ବିତ କରିଥିଲେ   ।

from Kanak News
via <a href="https://ifttt.com/?

କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ଇନ୍ଦ୍ରାବତୀ ପ୍ରକଳ୍ପ ନିକଟରେ ହେବ ମ୍ୟୁଜିୟମ ଓ ପାର୍କ । ଟୋପାଏ ଜଳ ନଷ୍ଟ ନ କରିବାକୁ ଚାଷୀଙ୍କୁ କରାଇଲେ ସଂକଳ୍ପ

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ୫୪ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ୫୨ ଟି ପ୍ରକଳ୍ପର ଶିଳାନ୍ୟାସ ସହ କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫ କୋଟି ଟଙ୍କାର ୧୦୬ ଟି ପ୍ରକଳ୍ପର ଭେଟି ଦେଇଛନ୍ତି । ଏନେଇ ମଙ୍ଗଳପୁର ଠାରେ ଆୟୋଜିତ ଜନସମାବେଶରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିକାଶରେ ଶ୍ରେୟ ଇନ୍ଦ୍ରାବତୀ ନଦୀକୁ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି କି ଇନ୍ଦ୍ରାବତୀ ଏକ ନଦୀ ନୁହେଁ ଏହା ଆମର ମା ଓ କଳାହାଣ୍ଡିବାସୀଙ୍କ ଜୀବନ ରେଖା । ମା’ ଇନ୍ଦ୍ରାବତୀର ଅବଦାନକୁ ସମ୍ମାନ ଜଣାଇ ସେଠାରେ ଏକ ମ୍ୟୁଜିୟମ ଓ ପାର୍କ ନିମାଣ କରାଯିବା ସହ ପାର୍କ ମଧ୍ୟରେ ଇନ୍ଦ୍ରାବତୀଙ୍କ ମନ୍ଦିର ନିର୍ମାଣ କରାଯିବ ବୋଲି କଳାହାଣ୍ଡିବାସୀଙ୍କୁ କଥା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ତାଙ୍କ ଭାଷଣରେ କହିଥିଲେ କି ଇନ୍ଦ୍ରାବତୀ ମ୍ୟୁଜିୟମ କଳାହାଣ୍ଡିର ବିକାଶ କାହାଣୀ ସାରା ବିଶ୍ୱକୁ କହିବ ।
ଏହାସହ ଇନ୍ଦ୍ରବତୀ ନଦୀର ଟୋପାଏ ପାଣି ନଷ୍ଟ ନ କରି ତାହାକୁ କଳାହାଣ୍ଡିର ବିକାଶରେ ଲଗାଇବା ସହ ଆମର ଭବିଷ୍ୟତ ବଂଶଧରଙ୍କ ପାଇଁ ସଂରକ୍ଷିତ କରିବାକୁ ସେ ଚାଷୀଙ୍କୁ ଆହ୍ୱାନ ଦେଇଥିଲେ ।

from Kanak News
via <a href="https://ifttt.com/?

ମଙ୍ଗଳପୁର ଜନସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ: କହିଲେ, ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି; କଳାହାଣ୍ଡିରେ ମୋର ଯେତିକି ରକ୍ତବିନ୍ଦୁ ପଡିଛି, ତା’ର ବିକାଶ ପାଇଁ ମୁଁ ୧୦ ଗୁଣା ଅଧିକ ପରିଶ୍ରମ କରିବି

କନକ ବ୍ୟୁରୋ: କଳାହାଣ୍ଡି ମଙ୍ଗଳପୁରରେ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଭୋକର ଭୂଗୋଳ ଏବେ ରାଜ୍ୟର ଭାତହାଣ୍ଡି ପାଲଟିଛି । ନୂଆ ଓଡିଶା ପାଇଁ କଳହାଣ୍ଡି ଜିଲ୍ଲା ବାଟ ଦେଖାଇଛି । କୃଷି କ୍ଷେତ୍ରରେ ଜିଲ୍ଲା ଆଗେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସେଥିପାଇଁ ସରକାରଙ୍କ ଫୋକସରେ ରହିଛି ଜିଲ୍ଲା । ୩ ଗୁଣା ଚାଷ ଜମି ଅଧିକ ଜଳସେଚତି ହେଉଛି । ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାର କମିଛି । ସ୍ୱାସ୍ଥ୍ୟ, ଚାଷ, ଓ ମତ୍ସ୍ୟ କ୍ଷେତ୍ରରେ କଳାହାଣ୍ଡି ଆଗୁଆ ର÷ହିଛି । ଇନ୍ଦ୍ରାବତୀ କଳାହାଣ୍ଡିର ଜୀବନରେଖା ପାଲଟିଛି । ମୋଟ ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରି କଳାହାଣ୍ଡିକୁ ଦ୍ରୁତ ବିକାଶ ପଥରେ ଆଗେଇ ନେବା ପାଇଁ ସରକାର ପ୍ରତିବଦ୍ଧ ବୋଲି ବାର୍ତା ଦେଇଛନ୍ତି ନବୀନ ପଟ୍ଟନାୟକ ।

ତେବେ କଳାହାଣ୍ଡିର ବିକାଶ ସହ ଏହି ଅବସରରେ ବିଜୁବାବୁଙ୍କୁ ମନପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନବେ ଦଶକରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଭାବରେ କଳାହାଣ୍ଡି ଆସିଥିଲେ ସେତେବେଳେ ଭବାନୀପାଟଣାର ଷ୍ଟାଚ୍ୟୁ ଛକରେ ତାଙ୍କୁ ପଥର ମାଡ ହୋଇଥିଲା । ଏଥିରେ ତାଙ୍କ ନାକ ଫାଟି ରକ୍ତ ବାହାରିଥିଲା । ବିଜୁ ବାବୁଙ୍କ ପୁଅ ଭାବରେ ମୁଁ ତାଙ୍କୁ ଏସଂପର୍କରେ ପଚାରିଥିଲି ଆଉ ସେ କହିଥିଲେ ଚିନ୍ତାର କିଛି କଥା ନାହିଁ । ବିବୁବାବୁ କହିଥିଲେ କଳାହାଣ୍ଡି ବାସୀ ମୋତେ ବହୁତ ଭଲ ପାଆନ୍ତି, ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲପାଏ । କଳାହାଣ୍ଡିରେ ମୋର ଯେତିକି ରକ୍ତ ବିନ୍ଦୁ ପଡିଛି, କାଳାହଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣା ଅଧିକ ପରିଶ୍ରମ କରିବି ।

from Kanak News
via <a href="https://ifttt.com/?

ପୋଙ୍ଗଲ ପର୍ବ ଅବସରରେ ତାମିଲନାଡୁରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ : ଅବନୀପୁରମରେ ଆୟୋଜିତ ଜଲିକାଟ୍ଟୁ କାର୍ଯ୍ୟକ୍ରମରେ ହେଲେ ସାମିଲ

କନକ ବ୍ୟୁରୋ : ତାମିଲନାଡୁର ମଦୁରାଇରେ ପହଁଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେଠାରେ ପହଁଚି ପାରମ୍ପାରିକ ଜଲିକାଟୁ ବା ବଳଦ ଲଢେଇ ଖେଳରେ ସେ ସାମିଲ ହୋଇଛନ୍ତି । ଉତର ଭାରତରୁ ଦକ୍ଷିଣ ଭାରତ ଯାଏଁ ଆଜି ପର୍ବର ଦିନ । ମକର ସଂକ୍ରାନ୍ତି, ପୋଙ୍ଗଲ ପର୍ବ ଅବସରରେ ସେଠାରେ ପାରମ୍ପାରିକ ଖେଳ ଜଲିକଟୁର ଆୟୋଜନ କରାଯାଇଛି । ଯେଉଁଥିରେ ରାହୁଲ ଗାନ୍ଧି ସାମିଲ ହୋଇଛନ୍ତି ।

ସେଠାରେ ସାମିଲ ହୋଇ ରାହୁଲ ଗାନ୍ଧି କହିଛନ୍ତି ସେ ତାମିଲ ପରମ୍ପରା ସମ୍ପର୍କରେ ଜାଣି ବହୁତ ଖୁସି । ଏହାସହ ଜଲିକଟୁର ଆୟୋଜନ ଠିକ ଢଙ୍ଗରେ କରାଯାଇଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି । କେବଳ ରାହୁଲ ଗାନ୍ଧି ନୁହଁନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା,ଆରଏସଏସ ମୁଖ୍ୟ ମୋହନ ଭାଗବତ ପ୍ରମୁଖ ତାମିଲନାଡୁରେ ପହଁଚିଛନ୍ତି । ରାହୁଲଙ୍କ ଏହି ଗସ୍ତକୁ ରାଜନୈତିକ ଦୃଷ୍ଟକୋଣରୁ ଗୁରୁତ୍ୱ ମନେ କରାଯାଉଛି । ରାହୁଲଙ୍କୁ ସ୍ୱାଗତ କରିବା ପାଇଁ ମଦୁରାଇରେ ବ୍ୟାପକ ଆୟୋଜନ କରାଯାଇଥିଲା ।

from Kanak News
via <a href="https://ifttt.com/?

ମୁଖ୍ୟମନ୍ତ୍ରୀ ଅଲଗା ମଂଚରେ ବସିବାକୁ ବିରୋଧ କରି କଳହାଣ୍ଡି ସମାବେଶକୁ ବିରୋଧୀ ଦଳ ନେତାଙ୍କ ବର୍ଜନ : କହିଲେ, ସାମନ୍ତବାଦ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବାକୁ କରୁଛନ୍ତି ବିରୋଧ

କନକ ବ୍ୟୁରୋ : କଳାହାଣ୍ଡି ସମାବେଶକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ବର୍ଜନ । ମୁଖ୍ୟମନ୍ତ୍ରୀ ଅଲଗା ମଂଚରେ ବସିବାକୁ ବିରୋଧ କରି ସମାବେଶକୁ ବିରୋଧୀ ଦଳ ନେତା ବର୍ଜନ କରିଛନ୍ତି । ପ୍ରଦୀପ୍ତ ନାୟକ କହିଛନ୍ତି, ସାମନ୍ତବାଦ ପ୍ରଥା ଭଳି ମୁଖ୍ୟମନ୍ତ୍ରୀ ଅଲଗା ବସିବାକୁ ସେ ବିରୋଧ କରୁଛନ୍ତି । ଲୋକଙ୍କ ଟଙ୍କାକୁ ସରକାର ଦଳୀୟ ପ୍ରଚାରରେ ଲଗାଉଥିବା ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି କଳାହାଣ୍ଡିରେ ଲୋକଙ୍କ ଅର୍ଥକୁ ଦଳୀୟ ପ୍ରଚାରରେ ଲଗାଉଛନ୍ତି ସରକାର । ବିଡିଓମାନଙ୍କ ଜରିଆରେ ପ୍ରଚାର କରୁଛନ୍ତି ।

ଅନ୍ୟ ଦଳୀୟ ନେତାଙ୍କୁ ଅଣଦେଖା କରାଯାଇଛି । ଲୋକ ପ୍ରତିନିଧିଙ୍କୁ ଗୁରୁତ୍ୱ ଦିଆଯାଉନାହିଁ । ୨୦୧୩ରେ ସେଠି ଉଠା ଜଳସେଚନ ବ୍ୟବସ୍ଥା କରାଯାଇଥିଲା । ଏହା ଏବେ ଦିଗହରା । ନିବାଚିତ ପ୍ରତିନିଧିଙ୍କୁ ଗୁରୁତ୍ୱ ଦିଆଯାଉନଥିବା କହିଛନ୍ତି ପ୍ରଦୀପ୍ତ ନାୟକ । ସେପଟେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର କହିଛନ୍ତି, ଏହା ଏକ ସରକାରୀ କାର୍ଯ୍ୟକ୍ରମ । ସମସ୍ତଙ୍କୁ ନିମନ୍ତ୍ରଣ ଦିଆଯାଇଛି । କୋଭିଡ କଟକଣା ପାଇଁ ସମଗ୍ର ବ୍ୟବସ୍ଥା କରାଯାଇଛି । ବିରୋଧୀ ଦଳ ନେତା ପ୍ରଦୀପ୍ତ ମହାପାତ୍ରଙ୍କୁ ମଧ୍ୟ ଡକାଯାଇଥିଲା । ଆଜି ଏକ ଶୁଭ ଦିନ । ଆରୋପ-ପ୍ରତ୍ୟାରୋପର ଦିନ ନୁହେଁ ବୋଲି କହିଛନ୍ତି ଦିବ୍ୟଶଙ୍କର ।

from Kanak News
via <a href="https://ifttt.com/?

ନକ୍ସା ବିବାଦ ପରେ ନେପାଳର ଉର୍ଚ୍ଚଅଧିକାରୀଙ୍କ ପ୍ରଥମ ଭାରତ ଗସ୍ତ । ବିଦେଶମନ୍ତ୍ରୀ ପ୍ରଦୀପ ଜବାଲି ଆଜି ଦିଲ୍ଲୀରେ ପହଂଚିବା ନେଇ ସୂଚନା । ଭ୍ୟାକସିନ୍ ଓ ସୀମା ବିବାଦକୁ ନେଇ ହୋଇପାରେ ଆଲୋଚନା ।

କନକ ବ୍ୟୁରୋ : ନେପାଳ ବିଦେଶ ମନ୍ତ୍ରୀ ପ୍ରଦୀପ ଜବାଲୀ ଆଜି ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଂଚିବା କଥା ସୂଚନା ମିଳିଛି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମାଓଲିଙ୍କ ବିଶେଷ ବାର୍ତ୍ତାବାହକ କୁହାଯାଉଥିବା ପ୍ରଦୀପ ଜବାଲୀ ଆଜି ଦିଲ୍ଲୀରେ ପହଂଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ।

ଏହାପରେ ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଂକରଙ୍କ ସହିତ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମିଳିତ କମିଶନ ବୈଠକରେ ଜବାଲୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଦ୍ୱିପାକ୍ଷୀକ ବୈଠକରେ ଭାରତ ତରଫରୁ ନେପାଳର ସାର୍ବଜନିକ ବିକାଶ ପାଇଁ ନିଆଯାଇଥିବା ଯୋଜନା ସହ ଅନ୍ୟ କିଛି କାମ ଉପରେ ସମୀକ୍ଷା କରାଯିବ । ଏହାସହ ଜବାଲୀ ଭାରତ ଆସିବାର ମୁଖ୍ୟ ଉର୍ଦ୍ଦେଶ୍ୟ କରୋନା ଟିକା ନେବା ଉପରେ ବି ଆଲୋଚନା ହୋଇପାରେ । ବିଦେଶମନ୍ତ୍ରୀ ପ୍ରଦୀପ ଜମାଲୀଙ୍କ ସହ ଭାରତ ଭ୍ରମଣରେ ଆସୁଛନ୍ତି ନେପାଳର ସ୍ୱାସ୍ଥ୍ୟ ସଚିବ । ଯିଏ କି କରୋନା ଟିକା ଉପରେ ହେବାକୁ ଥିବା ଚୁକ୍ତି ଉପରେ ସ୍ୱାକ୍ଷର କରି ପାରିନ୍ତି ବୋଲି ଅନୁମାନ କରାଯାଇଛି ।

ନେପାଳ ଭାରତରୁ ୧ କୋଟି ୨୦ ଲକ୍ଷ ଟିକା ନେବାକୁ ଅନୁରୋଧ କରିଛି । କହିରଖୁ କି କିଛିଦିନ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ଆଶ୍ୱାସନା ଦେଇଥିଲେ କି କରୋନା ଟିକା ପ୍ରସ୍ତୁତ ହେବା ପରେ ନେପାଳ ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଉପଲବ୍ଧ କରାଇବେ ।

ଭାରତ ଆସିବା ପୂର୍ବରୁ ପ୍ରଦୀପ ଜବାଲୀ ସଂକେତ ଦେଇଥିଲେ କି ଦ୍ୱିପାକ୍ଷୀକ ଆଲୋଚନାରେ ନେପାଳ ଦ୍ୱାରା ଜାରି କରାଯାଇଥିବା ରାଜନୈତିକ ନକ୍ସା ଉପରେ ସେ ଆଲୋଚନା କରିବେ । କଳାପାଣି, ଲିପୁଲେକ୍ ଓ ଲିମ୍ବିୟାଧୁରା ଉପରେ ସେ ଦାବି କରିବେ । ମାତ୍ର ତାଙ୍କର ଏଭଳି ଦାବିକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି । ଭାରତ ତରଫରୁ କୁହାଯାଇଛି କି ଭାରତୀୟ ସୀମାକୁ ନେଇ ନେପାଳ ଯେଭଳି ନକ୍ସା ପ୍ରସ୍ତୁତ କରିଛି ତାହାକୁ ଭାରତ ଗ୍ରହଣ କରିବା ସମ୍ଭବ ନୁହେଁ ।

from Kanak News
via <a href="https://ifttt.com/?

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲର ଦାୟିତ୍ୱ ନେବ ଜିଲ୍ଲା ପ୍ରଶାସନ : କଟକ ଜିଲ୍ଲାପାଳଙ୍କ ସୂଚନା; ପ୍ରକାଶ ରାଓଙ୍କ ମହତ ଉଦ୍ଦେଶ୍ୟକୁ ଜାରି ରଖିବାକୁ ପ୍ରଶାସନର ଉଦ୍ୟମ 

କନକ ବ୍ୟୁରୋ : ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ କାଳିଆବୋଦା ଶ୍ମଶାନ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ ହୋଇଛି । କଟକରେ ଚା ବିକି ଗୁଜୁରାଣ ମେଂଟାଉଥିବା ଡି.ପ୍ରକାଶ ରାଓ ଗରିବ ବସ୍ତି ପିଲାଙ୍କୁ ପାଠ ପଢାଇ ଆସିଥିଲେ ଚର୍ଚ୍ଚାକୁ । ସେ ଚାଲିଗଲା ପରେ ଗରିବ ପିଲାଙ୍କ ଦାୟିତ୍ବ ନେବ ଜିଲ୍ଲା ପ୍ରଶାସନ । ପ୍ରକାଶ ରାଓଙ୍କ ମହତ ଉଦ୍ଦେଶ୍ୟକୁ ଜାରି ରଖିବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରଖିବ । ଏ ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ, ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ‘ଆଶା ଓ ଆଶ୍ୱାସନା’ ନାମରେ ଏକ ସ୍କୁଲ ଗଢ଼ି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ । ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିଥିଲେ ଶ୍ରୀ ରାଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ । ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ । ୨୦୧୯ରେ ଡି.ପ୍ରକାଶ ରାଓ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଥିଲେ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started