ବିକାଶ ପଥେ କଳାହାଣ୍ଡି…ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଲେ ନବୀନ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ମିଶନ ପଶ୍ଚିମଓଡିଶା । କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି କଳାହାଣ୍ଡିବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଇଛନ୍ତି । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦଘାଟନ କରିବା ସହ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଯେଉଁଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ । ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ । ଏହାସହ ଜୟପାଟଣା ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ନବୀନଙ୍କ ବାର୍ତା ପ୍ରତି ପଂଚାୟତ ଓ ଗାଁରେ ପହଁଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୬୫ରୁ ଅଧିକ ବିଧାୟକ ଓ ୧୦ରୁ ଅଧିକ ମନ୍ତ୍ରୀ କଳାହାଣ୍ଡିରେ ଡେରା ପକାଇଛନ୍ତି ।

ସେହିପରି କେସିଙ୍ଗାରେ ମଡେଲ ବସ୍ତିର ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ଏହା ରାଜ୍ୟର ପ୍ରଥମ ମଡେଲ ବସ୍ତି ହେବ । ୪୪ଟି ପରିବାର ଏଠାରେ ରହିବେ । କମ୍ୟୁନିଟି ହଲ୍ ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ଏଠାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

from Kanak News
via <a href="https://ifttt.com/?

କଳାହାଣ୍ଡି ଜୟପାଟଣାରେ ମୁଖ୍ୟମନ୍ତ୍ରୀ : କୋଭିଡ୍ ପରେ ପ୍ରଥମ ଥର ପାଇଁ ମେଗା ସୋ’ରେ ଯୋଗଦାନ

କନକ ବ୍ୟୁରୋ : କଳାହାଣ୍ଡିରେ ଆଜି ସରକାରଙ୍କ ମେଗା ସୋ । କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ବଡ କାର୍ଯ୍ୟକ୍ରମ । କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ୫୪ଟି ପ୍ରକଳ୍ପର ଉଦଘାଟନ ଓ ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରିବେ । କରୋନା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ଜନ ସମାବେଶରେ ଲୋକଙ୍କୁ ସମ୍ବୋଧନ କରିବେ ।

ସେଇଥିପାଇଁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କନକପୁର ଠାରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନିର୍ମାଣ ହୋଇଥିବା ୩ଟି ସଭା ମଂଚକୁ ସାନିଟାଇଜ କରାଯାଇଛି । ୧୨ ଜଣିଆ ସ୍ୱାସ୍ଥ୍ୟ କର୍ମଚାରୀ ଟିମ ସ୍କ୍ରିନିଂ ଦାୟିତ୍ୱରେ ରହିଛନ୍ତି । ୫ଟି ଆମ୍ବିଲାନ୍ସ ସଭାସ୍ଥଳରେ ନିୟୋଜିତ ହୋଇଛି । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ପୋଲିସ୍ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି ।

from Kanak News
via <a href="https://ifttt.com/?

ନୀତି ଆୟୋଗଙ୍କ ବଡ ସୂଚନା । ବର୍ତ୍ତମାନ ଖୋଲା ବଜାରରେ ମିଳିବ ନାହିଁ କୋଭିଡ ଟିକା । କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଲଢେଇ ଏବେ ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଆଗ ଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ସରକାର ସୂଚନା ଦେଇଛନ୍ତି । ଟିକାକରଣ ପୂର୍ବରୁ ନୀତି ଆୟୋଗ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି କି ଯେଉଁ ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି ସେହି କୋଭିଡ ଭ୍ୟାକସିନକୁ ବଜାରରେ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ  । ନୀତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି କି ସିରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଭ୍ୟାକସିନ ସେପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ସରକାର ଅନୁମତି ଦେଇ ନାହାନ୍ତି ।

କହିରଖୁ କି ସରକାର ସିରମ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ର କୋଭାକସିନ୍ ଟିକାକୁ ଡିସିଜିଆଇ ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜାନୁଆରୀ ୧୬ ତାରିଖରୁ ଦେଶରେ ପ୍ରଥମପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ଆଗଧାଡିର କରୋନାଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହାପରେ ୫୦ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଏଥିରେ ପୋଲିସ କର୍ମୀ ଓ ସୈନିକ ମାନଙ୍କୁ ଅଗ୍ରାଧିକାର ଭିତିରେ ଟିକା ପ୍ରଦାନ କରାଯିବ ।

ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା କୋଭାକସିନ ଭାରତ ସରକାରଙ୍କୁ ପ୍ରତି ଡୋଜକୁ ୨୯୫ ଟଙ୍କାରେ ବିକ୍ରି କରୁଛି । ସରକାରଙ୍କ ତରଫରୁ ୫୫ ଲକ୍ଷ ଭ୍ୟାକସିନ ପାଇଁ ଅର୍ଡର ଦିଆଯାଇଛି । ତାହା ମଧ୍ୟରୁ ଭାରତ ବାୟୋଟେକ କେନ୍ଦ୍ର ସରକାରଙ୍କ ଠାରୁ ୩୮.୫ ଲକ୍ଷ ଟିକା ବାବଦରେ ଟଙ୍କା ନେବ ଓ ବାକି ଟିକା କମ୍ପାନୀ ତରଫରୁ ସରକାରଙ୍କୁ ମାଗଣାରେ ଯୋଗାଇ ଦିଆଯିବ । ସେହିଭଳି କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟ ଠାରୁ ୧ କୋଟି କୋଭିସିଲ୍ଡ ଟିକା କିଣିବାକୁ ଅଗ୍ରୀମ ଦେଇଛି । ଏହି ଟିକାର ପ୍ରତି ଖୋରାକ ପ୍ରତି ମୂଲ୍ୟ କମ୍ପାନୀ ତରଫରୁ ୨୦୦ ଟଙ୍କା ରଖାଯାଇଛି ।  ସିରମ ଇନଷ୍ଟିଚ୍ୟୁଟ ର ମାଲିକ ଅଦାର ପୁନେୱାଲା କିଛିଦିନ ପୂର୍ବରୁ କହିଥିଲେ କି କୋଭିସିଲ୍ଡକୁ ଅନୁମତି ମିଳିବା ପରେ ଏହାର ବଜାର ମୂଲ୍ୟ ୧ ହଜାର ଟଙ୍କା ରହିବ ।

ଟିକା ପାଇଁ ପଞ୍ଜିକରଣ ସହ ଲୋକଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାରେ କୋ-ୱିନ୍ ଆପ୍ ର ବେସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏହି ଆପ୍ ମାଧ୍ୟମରେ ଲୋକମାନେ ଟିକା ନେବା ପାଇଁ ପଞ୍ଜିକରଣ କରିପାରିବେ । ଏହା ପରେ ଏହି ଆପ୍ ଆପଣଙ୍କୁ କେବେ ଓ କେଉଁଠି ଟିକା ପ୍ରଦାନ କରାଯିବ ତାହାର ସୂଚନା ଦେବା ସହ ଆହୁରି ଅନେକ ଆନୁସାଙ୍ଗିକ ସୁବିଧା ଯୋଗାଇଦେବ । କହିରଖୁ କି ଟିକା ନେବା ବା ନ ନେବା ତାହା ସମ୍ପୁର୍ଣ୍ଣ ଆପଣଙ୍କ ଇଚ୍ଛାଧିନ । ଯେଉଁ ବ୍ୟକ୍ତି ଟିକା ନେବାକୁ ମନା କରିବ ତାହାର ନାମ ତାଲିକାରୁ ହଟାଇ ଦିଆଯିବ । ଯେଉଁ ମାନେ ଟିକା ନେବାକୁ ପଞ୍ଜିକରଣ କରିଥିବେ ସେମାନଙ୍କ ନିକଟକୁ ଟିକା ନେବାର ତାରିଖ ଓ ସ୍ଥାନ ଏହି ଆପ୍ ମାଧ୍ୟମରେ ଆପଣଙ୍କୁ ମେସେଜ ଦ୍ୱାରା ସୂଚନା ଦିଆଯିବ ।

from Kanak News
via <a href="https://ifttt.com/?

ରାଜରାସ୍ତାରେ ବସିଲେ ମହିଳା: ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ

କନକ ବ୍ୟୁରୋ: ରାଜରାସ୍ତାରେ ବସିଲେ ମହିଳା । ଓଏପି ଷଷ୍ଠ ବାଟାଲିୟନ ସ୍ଥାନାନ୍ତର ନିଷ୍ପତିକୁ ବିରୋଧ କରି ପ୍ରତିବାଦ । ସରକାରୀ କ୍ୱାଟର୍ସ ଭାଙ୍ଗିବା ନିଷ୍ପତିକୁ ବିରୋଧ କରି କଟକ ଓଏମପି ଛକରେ ପ୍ରତିବାଦରେ ବସିଛନ୍ତି ଶତାଧିକ ମହିଳା । ସେମାନଙ୍କର ଦାବି ରାଜ୍ୟ ସରକାର ନିଷ୍ପତିର ପୁନର୍ବିଚାର କରନ୍ତୁ ବୋଲି ଦାବି କରିଛନ୍ତି । ଓଏପି ସ୍ଥିତ କଟକ ପାରାଦୀପ ରାସ୍ତା ଅବରୋଧ କରିଛନ୍ତି ମହିଳା । ମହିଳାଙ୍କ ପ୍ରତିବାଦ ପାଇଁ ଯାତାୟତ ଠପ ହୋଇ ପଡ଼ିଛି ।

from Kanak News
via <a href="https://ifttt.com/?

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦିଆଗଲା ଗାର୍ଡ଼ ଅଫ ଅନର; କଟକ କାଳିଆବୁଦା ଶ୍ମଶାନରେ ହେଲା ଶବଦାହ

କନକ ବ୍ୟୁରୋ: ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ । ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ କାଳିଆବୋଦା ଶ୍ମଶାନ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ ସମ୍ପନ୍ନ ହୋଇଛି । କଟକରେ ଚା ବିକି ଗୁଜୁରାଣ ମେଂଟାଉଥିବା ଡି.ପ୍ରକାଶ ରାଓ  ଗରିବ ବସ୍ତି ପିଲାଙ୍କୁ ପାଠ ପଢାଇ ଆସିଥିଲେ ଚର୍ଚ୍ଚାକୁ ।

ସମାଜସେବାକୁ ମାଧ୍ୟମ କରି ଅନେକ ପ୍ରଶଂସା ସାଉଁଟିଥିବା ଏ ଦରଦୀ ମଣିଷଟି ଦେଶର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ପାଇଛନ୍ତି ପଦ୍ମଶ୍ରୀ ସମ୍ମାନ । ଗରିବ ପିଲାଙ୍କ ଭିତରେ ଶିକ୍ଷାର ଆଲୋକ ବୁଣି ଅନେକ ଜୀବନକୁ ନୂଆ ଦିଶା ଦେଖାଇଥିବା ପ୍ରକାଶ ଶେଷରେ ଗତକାଲି ତାଙ୍କ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ତାଙ୍କ ବିୟୋଗରେ ମୋଦି, ନବୀନଙ୍କ ଠାରୁ ଆରମ୍ଭ କରି ଧର୍ମେନ୍ଦ୍ରଙ୍କ ପର୍ଯ୍ୟନ୍ତ ସମସ୍ତେ ଶୋକ ପ୍ରକାଶ କରିଛନ୍ତି ।

ଗତକାଲି ଅପରାହ୍ନ ସମୟରେ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଆଜି କାଳିଆବୁଦା ଶ୍ମଶାନ ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ନିଜର ସମାଜସେବା ପାଇଁ ଦେଶ ତଥା ବିଦେଶରେ ବେଶ୍ ‌ପରିଚିତ ଥିଲେ ଡି ପ୍ରକାଶ ରାଓ। ପଦ୍ମଶ୍ରୀଙ୍କ ଦେହାନ୍ତ ସାରା ଦେଶବାସୀଙ୍କୁ ମର୍ମାହତ କରିଛି।

from Kanak News
via <a href="https://ifttt.com/?

୧୬ରେ ରାଜ୍ୟବ୍ୟାପି ଟିକାକରଣ ପାଇଁ ପ୍ରସ୍ତୁତି: ଏସସିବି ଭେଷଜ ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା କହିଲେ, ଟିକା ନେବା ପରେ କରୋନା ହେଲେ ନିଅନ୍ତୁ ନାହିଁ ଦ୍ୱିତୀୟ ଡୋଜ

କନକ ବ୍ୟୁରୋ: ଓଡ଼ିଶାରେ ଏବେ ଦ୍ୱିତୀୟ କରୋନା ଟିକା ପହଂଚିସାରିଛି । ଆସନ୍ତା ୧୬ ତାରିଖରେ ରାଜ୍ୟବ୍ୟାପି ଟିକାକରଣ ଆରମ୍ଭ ହେବ । ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବାର କିଛି ଦିନ ପରେ କରୋନା ସଂକ୍ରମିତ ହେବେ ସେମାନେ ଦ୍ୱିତୀୟ ଡୋଜ ଠିକ୍ ସମୟରେ ନେଇ ପାରିବେ ନାହିଁ । କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି ଏସ୍ସିବି ଭେଷଜ ବିଭାଗର ମୁଖ୍ୟ ଡ଼ାକ୍ତର ଜୟନ୍ତ ପଣ୍ଡା ।

ସେ କହିଛନ୍ତି ରାଜ୍ୟର ୧୬୦ଟି କେନ୍ଦ୍ରରେ ଟିକା ଦାନର ବ୍ୟବସ୍ଥା କରାଯାଇଛି । ପ୍ରତି କେନ୍ଦ୍ରରେ ଦୈନିକ ସର୍ବାଧିକ ୧୦୦ ଜଣଙ୍କଚ ଟିକା ଦିଆଯିବ । ଯଦି କମ୍ ହିତାଧିକାରୀ ଥାଆନ୍ତି ତାହାଲେ ୨କିମ୍ବା ୩ଟି କେନ୍ଦ୍ରକୁ ମିଶାି ଗୋଟି, କେନ୍ଦ୍ର କରାଯାଇ ପାରିବ । ସକାଳ ୯ଟାରୁ ଟିକାଦାନ ଆରମ୍ଭ ହୋଇ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଟିକା ଦିଆଯିବ । ଯାହାକୁ ଯେଉଁଦିନ ପାଇଁ ମେସେଜ୍ ଯାଇଥିବ ସେହି ବ୍ୟକ୍ତିି ସେହି ଦିନ ପାଇଁ ଟିକା ନେଇ ପାରିବେ । ଯଦି କୌଣସି କାରଣ ବକତଃ ସେହିଦିନ ଟିକା ନେବା ପାଇଁ ଆସି ନ ପାରିଲେ ତାହାଲେ ସ୍ଥାନୀୟ ଜିଲ୍ଲା ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ହେବ ।

from Kanak News
via <a href="https://ifttt.com/?

ଦିଲ୍ଲୀରେ ହାଡଥରା ଶୀତ । ପାରଦ ୨ ଡିଗ୍ରୀ ତଳେ । ଉତର ଭାରତରେ ସବୁଠାରୁ ଶୀତଳ ସହର ପାଲଟିଛି ଜମ୍ମୁ- କାଶ୍ମୀର, ପୂର୍ବ କେତେ ବର୍ଷର ରେକର୍ଡ ଭାଙ୍ଗି ପାରଦ ବିଯୁକ୍ତ ୧୨ ଡିଗ୍ରୀରୁ କମ

କନକ ବ୍ୟୁରୋ : ଏବେ ଦିଲ୍ଲୀରେ ହାଡଭଙ୍ଗା ଶୀତ ସହିତ ପୁରା ଉତର ଭାରତରେ ଜାରି ରହିଛି ଶୀତ ଲହରୀ । ଦିଲ୍ଲୀରେ ଥଣ୍ଡା ଓ କୁହୁଡି ଯୋଗୁ ଦୃଶ୍ୟମାନ କମ୍ ରହିଛି । ସକାଳ ସମୟରେ ଦିଲ୍ଲୀର ବିଭିନ୍ନ ସହରରେ ତାପମାତ୍ରା ୨ ଡିଗ୍ରୀ ତଳେ ରହୁଛି । ପାଲମ ଅଞ୍ଚଳରେ ସକାଳେ ୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସଫଦରଗଂଜରେ ୨ ଡିଗ୍ରୀ ରହିଛି । ଜାନୁଆରୀ ପହିଲା ପରେ ପ୍ରଥମଥର ପାଇଁ ଦିଲ୍ଲୀରେ ତାପମାତ୍ରା ଏତେ ନିଚ୍ଚ ସ୍ଥରକୁ ଯାଇଛି । କହିରଖୁ କି ଜାନୁଆରୀ ପହିଲା ଦିନ ଦିଲ୍ଲୀର ତାପମାତ୍ରା ୧.୧ ଡିଗ୍ରୀ ରହିଥିଲା । ପାଣିପାଗ ବିଭାଗର ସୂଚନା ମୁତାବକ ଆଗାମୀ ୨ ରୁ ୩ ଦିନ ଯାଏ ଏଭଳି ଶୀତ ଲହରୀ ଲାଗି ରହିବ । ଏହାସହ ତାପମାତ୍ରା ଆହୁରି କମିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ସେହିଭଳି ପୂର୍ବ ଉତର ଭାରତରେ ବି ଶୀତ ତା’ର ପ୍ରଭାବ ଜାରି ରଖିଛି । ଏନେଇ ଜମ୍ମୁ ଓ କାଶ୍ମୀରରେ ନ୍ୟୁନତମ ତାପମାତ୍ର ପୂର୍ବବର୍ଷ ମାନଙ୍କର ରେକର୍ଡ ଭାଙ୍ଗିଛି । ପହଲଗାମ ସହରରେ ପାରଦ ବିଯୁକ୍ତ ୧୨ ଡିଗ୍ରୀ ରହିଛି । ଏହାସହ ଗୁଲମର୍ଗ ସହରର ତାପମାତ୍ରା ବି ବିଯୁକ୍ତ ୧୦ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି । ଶ୍ରୀନଗରରେ ବୁଧବାର ଦିନ ରେକର୍ଡ କରାଯାଇଥିବା ତାପମାତ୍ରା ବିଯୁକ୍ତ ୭.୮ ଡିଗ୍ରୀ ରହିଥିଲା । ଯାହାକି ପୂର୍ବ ୯ ବର୍ଷ ମଧ୍ୟରେ ସବୁଠାରୁ କମ ତାପମାତ୍ରା । ଫଳରେ ସହରର ସମସ୍ତ ରାସ୍ତାଘାଟ ଏବେ ବରଫ ଚାଦରରେ ଆଚ୍ଛାଦିତ ହୋଇଛି । ଗତକାଲି ଶ୍ରୀନଗର ବିମାନବନ୍ଦରରେ ବରଫ୍ ଭିତରେ ଫଶି ଯାଇ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏନେଇ ରାଜ୍ୟପାଳ ମନୋଜ ସିହ୍ନା ସହରର ସମସ୍ତ ରାସ୍ତାରୁ ତୁରନ୍ତ ବରଫ ସଫା କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ରାଜସ୍ଥାନରେ ବି ଥଣ୍ଡାର ପ୍ରକୋପ ଜାରି ରହିଛି । ଏଠାରେ ତାପମାତ୍ରା ବିଯୁକ୍ତ ସ୍ତରରେ ପହଂଚିଛି । ବାରଣାସୀ ଓ ପ୍ରୟାଗରାଜରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୦ ଡିଗ୍ରୀ ରେକର୍ଡ କରାଯାଇଛି ।

from Kanak News
via <a href="https://ifttt.com/?

କଳାହାଣ୍ଡି ଅଭିମୁଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ ନବୀନ; ୫୪ ପ୍ରକଳ୍ପର ଉଦଘାଟନ ଓ ୫୨ ପ୍ରକଳ୍ପର ହେବ ଶିଳାନ୍ୟାସ

କନକ ବ୍ୟୁରୋ: କଳାହାଣ୍ଡି ଅଭିମୁଖେ ବାହାରିଲେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ସକାଳ ୯ଟା ୪୫ ମିନିଟରେ ନବୀନ ନିବାସରୁ ବାହାରିଲେ ମୁଖ୍ୟମନ୍ତ୍ରୀ । ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ସକାଳ ୯ଟା ୫୫ରେ ହେଲିକପ୍ଟର ଯୋଗେ କଳାହାଣ୍ଡି ଅଭିମୁଖେ ଯାତ୍ରା କରିଛନ୍ତି । ଦିନ ୧୧ଟା ୨୫ ମିନିଟରେ କଳାହାଣ୍ଡିର ଜୟପାଟଣା ବ୍ଲକ କନକପୁର ଠାରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ପହଂଚିବେ ମୁଖ୍ୟମନ୍ତ୍ରୀ । ଏହାପରେ ମଧ୍ୟାହ୍ନ ୧୨ଟା ୧୫ ମିନିଟରେ ସଭାକାର୍ଯ୍ୟ ଶେଷ କରି ଭୁବନେଶ୍ୱର ଫେରି ଆସିବେ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫ କୋଟିରୁ ଅଧିକ ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେବେ । ୧ ହଜାର ୬୫ କୋଟି ଟଙ୍କାର ୫୪ଟି ପ୍ରକଳ୍ପର ଉଦ୍ଘାଟନ ହେବ ଏବଂ ୧ ହଜାର ୨୦ କୋଟିର ୫୨ଟି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ସେଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ ପର୍ବତଗିରି ଉଠାଜଳସେଚନ ପ୍ରକଳ୍ପ । ଏହି ବୃହତ ଉଠା ଜଳପ୍ରକଳ୍ପ ଯୋଗୁଁ କଳାହାଣ୍ଡିର ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଳକ ପ୍ରାୟ ୨୫ ହଜାର ୨୭୫ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ । ଏଥିରେ ୩ ଲକ୍ଷ ଲୋକ ଉପକୃତ ହେବେ ।

ଏହାସହ ଜୟପାଟଣା ସମାବେଶରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ବାର୍ତା ପ୍ରତି ପଂଚାୟତ ଓ ଗାଁରେ ପହଁଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୬୫ରୁ ଅଧିକ ବିଧାୟକ ଓ ୧୦ରୁ ଅଧିକ ମନ୍ତ୍ରୀ କଳାହାଣ୍ଡିରେ ଡେରା ପକାଇଛନ୍ତି । ସେହିପରି କେସିଙ୍ଗାରେ ମଡେଲ ବସ୍ତିର ଶୁଭାରମ୍ଭ କରିବେ ନବୀନ ପଟ୍ଟନାୟକ । ଏହା ରାଜ୍ୟର ପ୍ରଥମ ମଡେଲ ବସ୍ତି ହେବ । ୪୪ଟି ପରିବାର ଏଠାରେ ରହିବେ । କମ୍ୟୁନିଟି ହଲ୍ ଠାରୁ ଆରମ୍ଭ କରି ଲୋକଙ୍କ ପାଇଁ ଏଠାରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜୟପାଟଣାରେ ୨୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

from Kanak News
via <a href="https://ifttt.com/?

ସବୁ ବ୍ଲକ୍, ପଞ୍ଚାୟତକୁ ହାଇ ସ୍ପିଡ୍ ଇଣ୍ଟର୍ନେଟ୍: ମେ’ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ; ସବୁ ସରକାରୀ କାର୍ଯ୍ୟାଳୟକୁ ବ୍ରଡବ୍ୟାଣ୍ଡ୍‌ ସଂଯୋଗ

କନକ ବ୍ୟୁରୋ: ପ୍ରଶାସନିକ କାର୍ଯ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ଉପରେ ସରକାର ଗୁରୁ୍ତ୍ବାରୋପ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସବୁ ଗ୍ରାମପଞ୍ଚାୟତକୁ ହାଇ ସ୍ପିଡ୍ ଇଣ୍ଟର୍ନେଟ୍ ସଂଯୋଗର ଜରୁରି ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି କ୍ଷେତ୍ର ସ୍ତରରେ ଇଣ୍ଟର୍ନେଟ୍ ସଂଯୋଗ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରତି ସ୍ତରରେ ସମୟସୀମା ଧାର୍ଯ୍ୟ କରିଛନ୍ତି। ଆସନ୍ତା ମେ’ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ େଶଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଭାରତ ନେଟ୍ ପ୍ରକଳ୍ପର ଅଗ୍ରଗତି ନେଇ ଗତକାଲି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା। ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ପ୍ରକଳ୍ପର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳରେ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଇଣ୍ଟର୍ନେଟ୍ ସଂଯୋଗ ଏକ ମୌଳିକ ଆବଶ୍ୟକତା ହୋଇଯାଇଛି। ଏହା ଲୋକଙ୍କୁ ସଶକ୍ତୀକରଣ କରିବା ସହ ଦକ୍ଷତା ବୃଦ୍ଧି ପ୍ରକ୍ରିୟାରେ ସାହାଯ୍ୟ କରିବ ଏବଂ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ଗୁଣାତ୍ମକ ମାନ ବୃଦ୍ଧି କରିବ। ଅନ୍ଲାଇନ୍ ମୋଡରେ ଦିଆଯାଉଥିବା ବିଭିନ୍ନ ସେବାକୁ ଲୋକମାନେ ସହଜରେ ପାଇପାରିବେ। ଗ୍ରାମପଞ୍ଚାୟତଗୁଡ଼ିକ ମଧ୍ୟ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଯୋଡ଼ାଯାଇପାରିବ।

ସ୍କୁଲ୍, ହସ୍ପିଟାଲ, ବ୍ୟାଙ୍କ ଓ କମନ୍ ସର୍ଭିସ୍ ସେଣ୍ଟର୍ ସମେତ ସବୁ ସରକାରୀ କାର୍ଯ୍ୟାଳୟକୁ ବ୍ରଡ୍ ବ୍ୟାଣ୍ଡ୍ ସଂଯୋଗ ଦିଆଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଟେଲି ମେଡିସିନ୍ କେନ୍ଦ୍ର ଓ କୃଷି କିଓସ୍କଗୁଡ଼ିକୁ ସ୍ବାସ୍ଥ୍ୟ ସେବା, କୃଷି ବାଣିଜ୍ୟ ଆଦି ସେବା ସୁରୁଖୁରୁରେ ଯୋଗାଇବା ପାଇଁ ମଧ୍ୟ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ଦିଆଯିବ। ବୈଠକରେ ଇ ଆଣ୍ଡ୍ ଆଇଟି ସଚିବ ମନୋଜ କୁମାର ମିଶ୍ର ସୂଚନା ଦେଇଥିଲେ ଯେ କାମ ଶେଷ ହେଲେ ରାଜ୍ୟର ଦୁର୍ଗମ ଅଞ୍ଚଳରେ ଓକାକ୍ ମୁଖ୍ୟ ସେବାପ୍ରଦାନକାରୀ ସଂସ୍ଥା ଭାବେ ଦାୟିତ୍ବରେ ରହିବ। କ୍ଷେତ୍ର ସ୍ତରରେ କାମ ତ୍ବରାନ୍ବିତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୯୪୫ ବ୍ଲକ୍ ଓ ପଞ୍ଚାୟତକୁ ସଂଯୋଗ ଦିଆସରିଛି। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ବ୍ଲକ୍ ଓ ପଞ୍ଚାୟତକୁ ଟାର୍ଗେଟ୍ ରଖାଯାଇଛି। ଓକାକ୍, ଓପିଟିସିଏଲ୍ ଓ ତାରାସଫ୍ଟ ମିଳିତ ଭାବେ ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ କାର୍ୟ୍ୟକାରୀ କରୁଛନ୍ତି। ଏହି ଭିତ୍ତିଭୂମି ସବୁ ପଞ୍ଚାୟତକୁ ସ୍ବାନ୍ ନେଟ୍ୱାର୍କ ପରିସରକୁ ଆଣିବ।

ବୈଠକରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ଭାରତ ନେଟ୍ ପ୍ରକଳ୍ପ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାର ୩୮୧୦ ପଞ୍ଚାୟତ ଓ ୧୮୧ ବ୍ଲକ୍ରେ କାର୍ଯ୍ୟ ହାତକୁ ନିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩୭୭୦ ପଞ୍ଚାୟତ ଓ ୧୭୫ ବ୍ଲକ୍କୁ ହାଇସ୍ପିଡ୍ ଇଣ୍ଟର୍ନେଟ୍ ସଂଯୋଗ ଦିଆସରିଛି। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୨ଟି ଜିଲ୍ଲାର ୨୯୫୪ ପଞ୍ଚାୟତ ଓ ୧୩୩ ବ୍ଲକରେ ଇଣ୍ଟର୍ନେଟ୍ ସଂଯୋଗ କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ହଜାର କିମି ଏରିଏଲ୍ ଅପ୍ଟିକାଲ୍ ଫାଇବର୍ ବିଛାଯାଉଛି। ଏହା ମଧ୍ୟରୁ ୧୩,୪୦୦ କିମି କେବଲ୍ କାମ ସମ୍ପୂର୍ଣ୍ଣ ହୋଇଛି। ମୋଟ୍ ୩୦୮୭ କନେକ୍ସନ୍ ପଏଣ୍ଟ ମଧ୍ୟରୁ ୧୬୩୦ ପଏଣ୍ଟ୍ରରେ ଟେଷ୍ଟିଂ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି।

from Kanak News
via <a href="https://ifttt.com/?

ରାଜଭବନ ଘେରିବ ‘ହାତ’: କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ କଂଗ୍ରେସ ପାଳିବ ‘କିଷାନ ଅଧିକାର ଦିବସ’; ୧୫ରେ ରାଜଭବନ ଘେରିବ ରାଜ୍ୟ କଂଗ୍ରେସ

କନକ ବ୍ୟୁରୋ: କେନ୍ଦ୍ର ସରକାର ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ସହ ପେଟ୍ରୋଲ୍, ଡିଜେଲ୍ ଦର ବୃଦ୍ଧିର ପ୍ରତିବାଦରେ ୧୫ ତାରିଖ ତଥା ଆସନ୍ତାକାଲି ଦେଶବ୍ୟାପୀ ‘କିଷାନ ଅଧିକାର ଦିବସ’ ପାଳନ କରିବାକୁ ଏଆଇସିସି ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ ରାଜ୍ୟ କଂଗ୍ରେସ ପକ୍ଷରୁ ୧୫ ତାରିଖରେ ରାଜଭବନ ଘେରାଉ କରାଯିବ। ପାୱାରହାଉସ୍ ଛକରୁ ଏକ ଶୋଭାଯାତ୍ରା ବାହାରି ରାଜଭବନ ଅଭିମୁଖେ ଯିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ମୋଦୀ ସରକାର ପ୍ରଣୟନ କରିଥିବା ତିନିଟି କଳା କୃଷି ଆଇନ୍ ଯୋଗୁ ଦେଶର ୬୨ କୋଟି କୃଷକ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି। ଏହି କଳା ଆଇନ ପ୍ରତ୍ୟାହାର ଦାବିରେ ଲକ୍ଷାଧିକ କୃଷକ ଦିଲ୍ଲୀ ସୀମାରେ ୫୦ ଦିନ ଧରି ଧାରଣା ଓ ବିକ୍ଷୋଭ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରୁ ୬୦ ଜଣ କୃଷକ ମୃତ୍ୟୁବରଣ କଲେଣି। ତାହା ସେତ୍ତ୍ବ କେନ୍ଦ୍ର ସରକାର ନିଜ ଜିଦ୍ରେ ଅଟଳ ଅଛନ୍ତି। ଏହି ସମୟରେ ଅନ୍ନଦାତାଙ୍କ ପଛରେ ଦୃଢ଼ ଭାବେ ଠିଆ ହେବାକୁ ପ୍ରତ୍ୟେକ କଂଗ୍ରେସ କର୍ମୀ ଓ ନାଗରିକମାନଙ୍କୁ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆହ୍ବାନ ଦେଇଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରି ଏବେ ସର୍ବକାଳୀନ ରେକର୍ଡ କରିଛନ୍ତି, ଯାହା କି ୭୩ ବର୍ଷ ଇତିହାସରେ ପ୍ରଥମ। ବିଗତ ୬ ବର୍ଷ ମଧ୍ୟରେ ମୋଦୀ ସରକାର ପେଟ୍ରୋଲ ଉପରେ ଶୁଳ୍କ ଲିଟର୍ ପ୍ରତି ୯ ଟଙ୍କା ୨୦ ପଇସାରୁ ବୃଦ୍ଧି କରି ୩୨ ଟଙ୍କା ୯୮ ପଇସାରେ ପହଞ୍ଚାଇଛନ୍ତି। ସେହିପରି ଡିଜେଲ୍ ଉପରେ ଶୁଳ୍କ ଲିଟର ପ୍ରତି ୩ଟା ୪୬ ପଇସାରୁ ବୃଦ୍ଧି କରି ୩୧ ଟଙ୍କା ୮୩ ପଇସାରେ ପହଞ୍ଚାଇଛନ୍ତି। ଯେତେବେଳେ ଅଶୋଧିତ ତୈଳର ଦର ବ୍ୟାରେଲ୍ ପିଛା ୧୧୦ ଡଲାର କମି ୫୦ ଡଲାରରେ ପହଞ୍ଚିଛି, େସତେବେଳେ ଉପରୋକ୍ତ ଦର ବୃଦ୍ଧି ଯୋଗୁ ମୋଦୀ ସରକାର ୧୯ ଲକ୍ଷ କୋଟି ଟଙ୍କା ପେଟ୍ରୋଲ ଓ ଡିଜେଲ୍ରୁ ଆଦାୟ କରିଛନ୍ତି। ଏହା କୃଷକ ଓ ସାଧାରଣ ଜନତାଙ୍କ ଉପରେ ପ୍ରତ୍ୟକ୍ଷ ଭାବେ ପ୍ରଭାବ ପକାଇଛି। ୧୫ ତାରିଖ ରାଜଭବନ ଘେରାଉ କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଯୋଗ ଦେବାକୁ ନିବେଦନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

from Kanak News
via <a href="https://ifttt.com/?

Design a site like this with WordPress.com
Get started